ଖେଳ |

ପିଷ୍ଟୋରିଅସଙ୍କୁ ୧୩ବର୍ଷରୁ ଅଧିକ ଜେଲ୍‌ ଦଣ୍ଡ

ପିଷ୍ଟୋରିଅସଙ୍କୁ ୧୩ବର୍ଷରୁ ଅଧିକ ଜେଲ୍‌ ଦଣ୍ଡ
ଜୋହାନ୍ସବର୍ଗ, ୨୪ା୧୧ (ଏଏଫ୍‌ପି)-ଦକ୍ଷିଣ ଆଫ୍ରିକାର ଏକ ଅପିଲ କୋର୍ଟ ପାରାଅଲିମ୍ପିକ ଚାମ୍ପିୟନ ଓସ୍କାର ପିଷ୍ଟୋରିଅସ୍‌ଙ୍କୁ ହୋଇଥିବ ଜେଲ୍‌ ଦଣ୍ଡ ମିଆଦକୁ ଦୁଇଗୁଣାରୁ ଅଧିକ ବୃଦ୍ଧି କରିଛନ୍ତି। ଗର୍ଲଫ୍ରେଣ୍ଡ୍‌ ରିଭର ଷ୍ଟିନ୍‌କାମ୍ପ୍‌ଙ୍କୁ ହତ୍ୟା ଅଭିଯୋଗରେ ପିଷ୍ଟୋରିଅସ୍‌ଙ୍କୁ ୧୩ ବର୍ଷ ଓ ୫ ମାସ ଜେଲ ଦଣ୍ଡ ଦେଇଛନ୍ତି। ଏହି ପାରାଆଥଲେଟ୍‌ଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବାରେ ଯଥାର୍ଥ କାରଣ ନାହିଁ ବୋଲି କୋର୍ଟ କହିଛନ୍ତି। ଶୁଣାଣି ବେଳେ ୩୧ ବର୍ଷୀୟ ପିଷ୍ଟୋରିଅସ କୋର୍ଟରେ ଉପସ୍ଥିତ ନ ଥିଲେ। ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟାପରେ ଓସ୍କାର ପିଷ୍ଟୋରିଅସଙ୍କ ମନରେ କୌଣସି ଅନୁଶୋଚନା ଥିବା ପରିଲକ୍ଷିତ ହୋଇ ନ ଥିଲା ବୋଲି ଚଳିତମାସ ପ୍ରଥମ ଭାଗରେ ପ୍ରସିକ୍ୟୁଟରମାନେ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ହତ୍ୟା ମାମଲାରେ ପୂର୍ବରୁ ପାରାଅଲିମ୍ପିଆନ ଆଥଲେଟଙ୍କ ସପକ୍ଷରେ ଓକିଲ ବ୍ୟାରି ରୋକ୍ସ କୋର୍ଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ପିଷ୍ଟୋରିଅସ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଜଣେ ଅନୁପ୍ରବେଶକାରୀ ଭାବେ ଭୁଲ୍‌ରେ ଗୁଳି କରି ହତ୍ୟା କରିଥିବା କୋର୍ଟରେ ଦର୍ଶାଇଥିଲେ। ବିଚାରପତି ତାଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ମାତ୍ର ୬ବର୍ଷ ଜେଲ ଦଣ୍ଡ ଦେଇଥିଲେ। ୨୦୧୩ ଭାଲେଣ୍ଟାଇନ୍ସ ଡେ’ ପ୍ରତ୍ୟୁଷରେ ପାରାଅଲିମ୍ପିକ ଆଥଲେଟ ଷ୍ଟିନ୍‌କାମ୍ପଙ୍କୁ ହତ୍ୟା କରିଥିଲେ। ସେ ବେଡ୍‌ରୁମ୍‌ ଟଏଲେଟ୍‌ କବାଟ ଫାଙ୍କ ଦେଇ ୪ଥର ଗୁଳିଚାଳନା କରିଥିଲେ। ୨୦୧୪ରେ କୋର୍ଟରେ ମାମଲାର ବିଚାର ବେଳେ ସେ ଜାଣିଶୁଣି ଷ୍ଟିନ୍‌କାମ୍ପଙ୍କୁ ହତ୍ୟା କରି ନାହାନ୍ତି ବୋଲି ବାରମ୍ବାର କହିଥିଲେ। ହତ୍ୟା ଅପରାଧ ପାଇଁ ଅତି କମ୍‌ରେ ୧୫ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ରହିଥିବାବେଳେ ୨୦୧୫ରେ ଏହାର ଅଧାରୁ କମ୍‌ ସମୟ ଜେଲ ଦଣ୍ଡ ହୋଇଥିଲା। ପିଷ୍ଟୋରିଅସ ଚାହିଁଲେ ବର୍ତ୍ତମାନ ଦେଶର ସର୍ବୋଚ୍ଚ କୋର୍ଟ କନଷ୍ଟିଚ୍ୟୁଶନାଲ କୋର୍ଟରେ ଅପିଲ କରିପାରିବେ ବୋଲି ଜଣେ ଆଇନ ବିଶେଷଜ୍ଞ ନାଜରିନ ଶେକ୍‌ ପେରେମାନୋଭ ପ୍ରକାଶ କରିଛନ୍ତି।
All Right Reserved By

ଖେଳ |

‘ପାଣ୍ଡ୍ୟା,ରାହୁଲଙ୍କୁ ଖେଳିବାକୁ ଦିଆଯାଉ’

‘ପାଣ୍ଡ୍ୟା,ରାହୁଲଙ୍କୁ ଖେଳିବାକୁ ଦିଆଯାଉ’

ନୂଆଦିଲ୍ଲୀ,୨୦ା୧(ପି.ଟି.)-ତଦନ୍ତ କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌. ରାହୁଲଙ୍କୁ ଖେଳିବା ଲାଗି ଅନୁମତି ଦେବାପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସି.କେ. ଖାନ୍ନା ପ୍ରଶାସକ କମିଟି (ସିଓଏ)କୁ ନିବେଦନ କରିଛନ୍ତି। 

ଦକ୍ଷିଣ ଆଫ୍ରିକାକୁ ହରାଇଲା ପାକିସ୍ତାନ

ଦକ୍ଷିଣ ଆଫ୍ରିକାକୁ ହରାଇଲା ପାକିସ୍ତାନ

ପୋର୍ଟ ଏଲିଜାବେଥ୍‌, ୨୦ା୧ (ଏଏଫ୍‌ପି)-ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ପାକିସ୍ତାନ ୫ ଉଇକେଟରେ ଜିତିନେଇଛି। 

ୟୁଥ୍‌ ଗେମ୍ସ: ଫୁଟବଲରେ ରୌପ୍ୟ, ହକିରେ ଓଡ଼ିଶାକୁ ବ୍ରୋଞ୍ଜ

ୟୁଥ୍‌ ଗେମ୍ସ: ଫୁଟବଲରେ ରୌପ୍ୟ, ହକିରେ ଓଡ଼ିଶାକୁ ବ୍ରୋଞ୍ଜ

କଟକ ଅଫିସ,୨୦ା୧- ମହାରାଷ୍ଟ୍ରର ପୁଣେଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ୧୭ବର୍ଷରୁ କମ୍‌ ମହିଳା ଫୁଟବଲରେ ଓଡ଼ିଶା ରୌପ୍ୟ ଓ ହକିରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛି ।

ଭାରତ ଏ’ର ନେତୃତ୍ୱ ନେବେ ରାହାନେ

ଭାରତ ଏ’ର ନେତୃତ୍ୱ ନେବେ ରାହାନେ

ନୂଆଦିଲ୍ଲୀ, ୨୦ା୧ (ପି.ଟି.)-ଜାନୁୟାରୀ ୨୩ରୁ ଆରମ୍ଭ ହେବାକୁଥିବା ଇଂଲଣ୍ଡ ଲାୟନ୍ସ ବିପକ୍ଷ ଘରୋଇ ସିରିଜର ପ୍ରଥମ ତିନୋଟି ମ୍ୟାଚ୍‌ ପାଇଁ ଅଜିଙ୍କ୍ୟ ରାହାନେଙ୍କୁ ଭାରତ ଏ’ କ୍ରିକେଟ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି।

ବୋର୍ଡ ଏକାଦଶ ଦଳରେ ରାଜେଶ

ବୋର୍ଡ ଏକାଦଶ ଦଳରେ ରାଜେଶ

କଟକ ଅଫିସ,୨୦ା୧- ପପୁ ରାୟଙ୍କ ପରେ ଆଉ ଜଣେ ଓଡ଼ିଆ ଯୁବ କ୍ରିକେଟ ପ୍ରତିଭା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବୋର୍ଡ ସଭାପତି ଏକାଦଶ ଦଳରେ ସ୍ଥାନ ପାଇଛନ୍ତି । ଭାରତ ଗସ୍ତରେ ଆସିଥିବା ଲଂଲଣ୍ଡ ଲାୟନ୍ସ ବିପକ୍ଷ ଏକ ୨ ଦିନିଆ ୱାର୍ମଅପ ମ୍ୟାଚ୍‌ ପାଇଁ ଡାହାଣହାତୀ ପେସ ବୋଲର ରାଜେଶ ମହାନ୍ତିଙ୍କୁ ଚୂଡ଼ାନ୍ତ ୧୫ଜଣିଆ ଦଳରେ ସାମିଲ କରାଯାଇଛି । 

ପ୍ରି-କ୍ୱାର୍ଟରରେ ସେରେନା-ହାଲେପ

ପ୍ରି-କ୍ୱାର୍ଟରରେ ସେରେନା-ହାଲେପ

ମେଲବୋର୍ନ,୨୦।୧(ଏଏଫ୍‌ପି)- ଆମେରିକାର ସେରେନା ଓ୍ବିଲିୟମ୍ସ ସିଜନର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ଟେନିସର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ୩ୟ ରାଉଣ୍ଡ ମ୍ୟାଚ୍‌ରେ ଓ୍ବିଲିୟମ୍ସ ୬-୨, ୬-୧ ସେଟ୍‌ରେ ୟୁକ୍ରେନର ଡାୟାନା ୟଷ୍ଟ୍ରିମସ୍କାଙ୍କୁ ହରାଇ ଦେଇଛନ୍ତି। 

ଆନ୍ତଃସ୍କୁଲ ଫୁଟବଲ ପ୍ରତିଯୋଗିତା:ସେମିରେ କେନ୍ଦ୍ରୀୟ ବିଦ୍ୟାଳୟ, ଡିପିଏସ୍‌

ଆନ୍ତଃସ୍କୁଲ ଫୁଟବଲ ପ୍ରତିଯୋଗିତା:ସେମିରେ କେନ୍ଦ୍ରୀୟ ବିଦ୍ୟାଳୟ, ଡିପିଏସ୍‌

ଢେଙ୍କାନାଳ ଅଫିସ, ୧୯ା୧-ଢେଙ୍କାନାଳ ଷ୍ଟାଡିୟମରେ ଚାଲିଥିବା  ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମେମୋରିଆଲ ଆନ୍ତଃସ୍କୁଲ ଫୁଟବଲ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ୨ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବିଜୟୀ ହୋଇ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ  ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ୍‌) ସେମିଫାଇନାଲରେ ପ୍ରବେଶ କରିଛନ୍ତି।

‘ଛାତ୍ରୀଛାତ୍ର ସମାଜର କର୍ଣ୍ଣଧାର’

‘ଛାତ୍ରୀଛାତ୍ର ସମାଜର କର୍ଣ୍ଣଧାର’

ଭୁବନ, ୧୯।୧(ଡି.ଏନ.ଏ.)-ଭୁବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। 

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ: ନାଇକେନସିରା ବିଜୟୀ

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ: ନାଇକେନସିରା ବିଜୟୀ

ଦେଓଗାଁ, ୧୯ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଶିରାବାହାଲରେ ଚାଲିଥିବା ଷଷ୍ଠବର୍ଷ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟର ଶନିବାର ଥିଲା ତୃତୀୟ ଦିବସ ା ଏହି  ଦିବସରେ କୁଲିଆବାହାଲ ଓ ନାଇକେନସିରା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। 

ଜଗନ୍ନାଥ କଲେଜର ବାର୍ଷିକ କ୍ରୀଡା :  ସବିତା ବାଳିକା, ରମେଶ ବାଳକ ଚାମ୍ପିୟନ

ଜଗନ୍ନାଥ କଲେଜର ବାର୍ଷିକ କ୍ରୀଡା : ସବିତା ବାଳିକା, ରମେଶ ବାଳକ ଚାମ୍ପିୟନ

ଦେଓଗାଁ, ୧୯ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ସଦର ବ୍ଲକ ସାହାଜବାହାଲ ଜଗନ୍ନାଥ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା ଶୁକ୍ରବାର  ଉଦଯାପିତ ହୋଇଯାଇଛି ା

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌: କେନ୍ଦ୍ରାପଡ଼ା-ପୁରୀ ଫାଇନାଲ

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌: କେନ୍ଦ୍ରାପଡ଼ା-ପୁରୀ ଫାଇନାଲ

ଭୁବନେଶ୍ୱର, ୧୯।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨ୟ ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ସମ୍ବଲପୁର ଶୁଟର୍ସକୁ ହରାଇ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ ଏବଂ ଅନୁଗୋଳ ଏସର୍ସକୁ ହରାଇ ପୁରୀ ଓ୍ବେଭର୍ସ ଫାଇନାଲରେ ପ୍ରବେଶ କରିଛି। 

ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସିପକ୍‌ଟାକ୍ର: ଉତ୍କଳ ରନର୍ସଅପ୍‌

ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସିପକ୍‌ଟାକ୍ର: ଉତ୍କଳ ରନର୍ସଅପ୍‌

ଭୁବନେଶ୍ୱର, ୧୯।୧(ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତରପ୍ରଦେଶ ବରେଲିସ୍ଥିତ ଏମ୍‌.ଜେ.ପି. ରୋହିଲାଖଣ୍ଡ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ସିପକ୍‌ଟାକ୍ର ପ୍ରତିଯୋଗିତାର ଡବଲ୍ସ ଇଭେଣ୍ଟରେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ରନର୍ସଅପ୍‌ ହୋଇଛି।