ଖେଳ |

ଶ୍ରୀଲଙ୍କା ଇନିଂସ ୨୦୫ରେ ସୀମିତ

ଶ୍ରୀଲଙ୍କା ଇନିଂସ ୨୦୫ରେ ସୀମିତ
ନାଗପୁର, ୨୪।୧୧(ପି.ଟି.)-ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଶୁକ୍ରବାର ଭାରତ-ଶ୍ରୀଲଙ୍କା ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି। ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରି ଶ୍ରୀଲଙ୍କା ପ୍ରଥମ ଇନିଂସକୁ ୨୦୫ ରନରେ ସୀମିତ ରଖି ଦେଇଛନ୍ତି। ପ୍ରଥମ ଦିନ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଭାରତ ୧୧ ରନରେ ମଧ୍ୟରେ ଗୋଟିଏ ଉଇକେଟ ହରାଇଛି। ପ୍ରଥମ ଦିନରୁ ପିଚ୍‌ ଏପରି ବ୍ୟବହାର ଦେଖାଇଥିବାରୁ ମ୍ୟାଚରୁ ଫଳାଫଳ ମିଳିବା ଆଶା ବଢ଼ିଛି। ଏହି ମ୍ୟାଚରେ ଭାରତ ୩ଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ଶିଖର ଧାଓ୍ବନ, ଭୁବନେଶ୍ୱର କୁମାର ଓ ମହମ୍ମଦ ସାମିଙ୍କ ସ୍ଥାନରେ ଯଥାକ୍ରମେ ମୁରଲୀ ବିଜୟ, ରୋହିତ ଶର୍ମା ଓ ଈଶାନ୍ତ ଶର୍ମା ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି। ଶ୍ରୀଲଙ୍କା ଅଧିନାୟକ ଦୀନେଶ ଚଣ୍ଡିମଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଶ୍ରୀଲଙ୍କା ସ୍କୋର ୨୦ ହୋଇଥିବାବେଳେ ଓପନର ସାଦିରା ସମରବିକ୍ରମା(୧୩ ରନ)ଙ୍କୁ ଆଉଟ କରି ଭାରତ ପାଇଁ ପ୍ରଥମ ସଫଳତା ଆଣିଥିଲେ ପ୍ରତ୍ୟାବର୍ତ୍ତନକାରୀ ପେସର ଈଶାନ୍ତ। ଅନ୍ୟତମ ଓପନର ଦିମୁଥ କରୁଣାରନେତ୍ ସତର୍କତାର ସହ ବ୍ୟାଟିଂ କରି ଦଳର ମୂଳଦୁଆକୁ ଦୃଢ଼ କରିବାକୁ ଚେଷ୍ଟା କରିଥିଲେ ହେଁ ଅନ୍ୟ ପଟରେ କ୍ରମାଗତ ବ୍ୟବଧାନରେ ଉଇକେଟ ପଡ଼ି ଚାଲିଥିଲା। କରୁଣାରନେତ୍ଙ୍କ ଅର୍ଦ୍ଧଶତକ ସହାୟତାରେ ଶ୍ରୀଲଙ୍କା ଏକଦା ୪ ଉଇକେଟରେ ୧୬୦ ରନ କରି ସମ୍ମାନଜନକ ସ୍କୋର ଆଡ଼କୁ ମୁହାଁଇଥିଲା। ମାତ୍ର ପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ୪୫ ରନ ମଧ୍ୟରେ ଅବଶିଷ୍ଟ ୬ଟି ଉଇକେଟ ହରାଇଥିଲା। ମିଡିଲ ଅର୍ଡରରେ କେବଳ ଚଣ୍ଡିମଲ ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇଥିଲେ। ସେ ୧୨୨ ବଲ୍‌ରୁ ସର୍ବାଧିକ ୫୭(୪ ଚୌକା, ୧ ଛକା) ଏବଂ କରୁଣାରନେତ୍ ୧୪୭ ବଲ୍‌ରୁ ୫୧( ୬ ଚୌକା) ରନ କରିବାକୁ ସକ୍ଷମ ହୋଇଥିଲେ। ଦଳ ପକ୍ଷରୁ ତୃତୀୟ ସର୍ବାଧିକ ରନ ସ୍କୋର କରିଥିଲେ ଉଇକେଟ କିପର ନିରୋଶାନ ଡିକ୍‌ଓ୍ବେଲା(୩୦ ବଲ୍‌ରୁ ୨୪ ରନ)। ଭାରତ ପକ୍ଷରୁ ଅଗ୍ରଣୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୬୭ ରନ ଦେଇ ସର୍ବାଧିକ ୪ଟି ଉଇକେଟ ନେଇଥିବାବେଳେ ଈଶାନ୍ତ ଓ ଅନ୍ୟତମ ସ୍ପିନର ରବୀନ୍ଦ୍ର ଜାଡେଜା ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଉମେଶ ଯାଦବ ଭଲ ବୋଲିଂ କରିଥିଲେ ହେଁ ଉଇକେଟ ପାଇ ନ ଥିଲେ। ଶ୍ରୀଲଙ୍କା ଇନିଂସ ୭୯.୧ ଓଭର ପର୍ଯ୍ୟନ୍ତ ତିଷ୍ଠିଥିଲା। ପ୍ରଥମ ଇନିଂସରେ ୪ ଉଇକେଟ ହାସଲ ପରେ ୫୪ ଟେଷ୍ଟରୁ ଅଶ୍ୱିନଙ୍କ ମୋଟ ଟେଷ୍ଟ ଉଇକେଟ ସଂଖ୍ୟା ୨୯୬ରେ ପହଞ୍ଚତ୍ଛି। ଏଠାରେ ଦ୍ୱିତୀୟ ଇନିଂସ ଏବଂ ଦିଲ୍ଲୀଠାରେ ହେବାକୁଥିବା ତୃତୀୟ ଟେଷ୍ଟ ଏହି ତାରକା ସ୍ପିନରଙ୍କ ପାଇଁ ରେକର୍ଡ କରିବାର ସୁଯୋଗ ଆଣିଛି। ସେ ଆଉ ୪ଟି ଉଇକେଟ ନେଲେ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ଡେନିସ ଲିଲିଙ୍କ ନାମରେ ଥିବା ୫୬ ଟେଷ୍ଟରୁ ଦ୍ରୁତତମ ୩୦୦ ଉଇକେଟ ପୂରଣ କରିବାର ରେକର୍ଡ ଭଙ୍ଗ କରିବେ। ଭାରତ ୧୧/୧ ଶ୍ରୀଲଙ୍କା ଇନିଂସ ଶେଷ ହେବାପରେ ଭାରତ ପ୍ରଥମ ଇନିଂସ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲା। ତେବେ ଦଳୀୟ ସ୍କୋର ୧୧ ଥିବାବେଳେ ଓପନର ଲୋକେଶ ରାହୁଲଙ୍କୁ କ୍ଲିନ ବୋଲ୍ଡ କରି ଭାରତକୁ ପ୍ରଥମ ଝଟ୍‌କା ଦେଇଛନ୍ତି ଲାହିରୁ ଗାମାଗେ। ରାହୁଲ ୭ ରନ କରି ପ୍ୟାଭିଲିୟନ ଫେରିଥିବାବେଳେ ମୁରଲୀ ବିଜୟ ୨ ଓ ଚେତେଶ୍ୱର ପୂଜାରା ୨ ରନ କରି ଅପରାଜିତ ଅଛନ୍ତି। ୯ ଉଇକେଟ ସୁରକ୍ଷିତ ଥିବାବେଳେ ଭାରତ ଶ୍ରୀଲଙ୍କା ପ୍ରଥମ ଇନିଂସଠାରୁ ୧୯୪ ରନ ପଛରେ ରହିଛି। ସଂକ୍ଷିପ୍ତ ସ୍କୋର ଶ୍ରୀଲଙ୍କା ପ୍ରଥମ ଇନିଂସ: ୨୦୫/ଅଲଆଉଟ(ଦୀନେଶ ଚଣ୍ଡିମଲ-୫୭, ଦିମୁଥ କରୁଣାରନେତ୍-୫୧, ନିରୋଶାନ ଡିକଓ୍ବେଲା-୨୪, ରବିଚନ୍ଦ୍ରନ ଅଶ୍ୱିନ-୪/୬୭, ଈଶାନ୍ତ ଶର୍ମା-୩/୩୭, ରବୀନ୍ଦ୍ର ଜାଡେଜା-୩/୫୬)।
All Right Reserved By

ଖେଳ |

ବିଜୟ ହଜାରେ ଟ୍ରଫି  ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବିଜୟ ହଜାରେ ଟ୍ରଫି ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବେଙ୍ଗାଲୁରୁ,୧୮।୧୦- ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଏଥିରେ ଗରୋଇ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭେଟାଭେଟି ହେବେ। 

ମୁମ୍ବାଇ ସିଟି ଦଳରୁ ଦାବିନ୍ଦର ବାଦ୍‌

ମୁମ୍ବାଇ,୧୮।୧୦(ପି.ଟି.)- ମୁମ୍ବାଇ ସିଟି ଏଫ୍‌ସି ଡିଫେଣ୍ଡର ଦାବିନ୍ଦର ସିଂ ଚଳିତ ଇଣ୍ଡିଆନ ସୁପର ସିଜନରେ ଆହତ ହୋଇଛନ୍ତି। ଫଳରେ ସେ ଚଳିତ ସିଜନର ଅବଶିଷ୍ଟାଂଶ ମ୍ୟାଚ୍‌ରୁ ବାଦ୍‌ ପଡ଼ଛନ୍ତି।

ଦେଓଧର ଟ୍ରଫିରେ ଖେଳିବେ ଅଶ୍ୱିନ ଓ ରାହାନେ

ଦେଓଧର ଟ୍ରଫିରେ ଖେଳିବେ ଅଶ୍ୱିନ ଓ ରାହାନେ

ନୂଆଦିଲ୍ଲୀ,୧୮।୧୦(ପି.ଟି.)- ରବିଚନ୍ଦ୍ରନ ଅଶ୍ୱିନ ଓ ଅଜିଙ୍କ୍ୟ ରାହାନେ ଦେଓଧର ଟ୍ରଫି ପାଇଁ ଘୋଷିତ ଦଳରେ ସ୍ଥାନ ପାଇଛନ୍ତି। ଆସନ୍ତା ୨୩ ତାରିଖଠାରୁ ଆରମ୍ଭ ହେବାକୁ ଥିବା ଟୁର୍ନାମେଣ୍ଟ ଫର୍ମାଟରେ ପରିବର୍ତ୍ତନ କରାଯାଇଛି। 

ଫିକ୍ସିଂ କରିଥିବା ସ୍ବୀକାର କଲେ କାନେରିଆ

ଫିକ୍ସିଂ କରିଥିବା ସ୍ବୀକାର କଲେ କାନେରିଆ

କରାଚୀ,୧୮।୧୦(ପି.ଟି.)- ଦୀର୍ଘ ୬ ବର୍ଷ ପରେ ପାକିସ୍ତାନର ପୂବତନ ସ୍ପିନର ଦାନେଶ କାନେରିଆ ଶେଷରେ ମ୍ୟାଚ୍‌ ଫିକ୍ସିଂ କରିଥିବା ସ୍ବୀକାର କରିଛନ୍ତି। 

୪ ବର୍ଷ ପରେ ୟାମାଗୁଚିଙ୍କୁ ହରାଇଲେ ସାଇନା

୪ ବର୍ଷ ପରେ ୟାମାଗୁଚିଙ୍କୁ ହରାଇଲେ ସାଇନା

ଓଡେନ୍‌ସେ(ଡନମାର୍କ),୧୮।୧୦(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଦୀର୍ଘ ୪ ବର୍ଷ ପରେ ଜାପାନର ଆକାନେ ୟାମାଗୁଚିଙ୍କୁ ହରାଇଛନ୍ତି। ଏହି ବିଜୟ ଯୋଗୁ ଚଳିତ ଡେନମାର୍କ ଓପନରେ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

କଂଗ୍ରେସରେ ଯୋଗଦଲେ ସାମିଙ୍କ ପତ୍ନୀ ଜାହାନ

କଂଗ୍ରେସରେ ଯୋଗଦଲେ ସାମିଙ୍କ ପତ୍ନୀ ଜାହାନ

ମୁମ୍ବାଇ,୧୮।୧୦- ଭାରତୀୟ ପେସର ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜାହାନ ଏବେ ରାଜନୀତିରେ ପାଦ ଦେଇଛନ୍ତି। ସେ ଇଣ୍ଡିଆନ ନ୍ୟାଶନାଲ କଂଗ୍ରେସ (ଆଇଏନ୍‌ସି) ପାର୍ଟିରେ ଯୋଗଦେଇଛନ୍ତି। 

ବିସିସିଆଇ ମାଗିଲା ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା

ବିସିସିଆଇ ମାଗିଲା ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା

ମୁମ୍ବାଇ,୧୮।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ୍‌ମାନଙ୍କୁ ଦଳରୁ ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା ମାଗିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। 

ମାଲ୍‌ଟା କ୍ଲବ ପ୍ରସ୍ତାବକୁ ବୋଲ୍ଟଙ୍କ ପ୍ରତ୍ୟାଖ୍ୟାନ

ମାଲ୍‌ଟା କ୍ଲବ ପ୍ରସ୍ତାବକୁ ବୋଲ୍ଟଙ୍କ ପ୍ରତ୍ୟାଖ୍ୟାନ

ସିଡ୍‌ନୀ,୧୮।୧୦- ସ୍ପ୍ରିଣ୍ଟ ସୁପରଷ୍ଟାର ଉସେନ ବୋଲ୍ଟଙ୍କୁ  ମାଲ୍‌ଟସେ ଚାମ୍ପିୟନ ଭାଲେଟ୍ଟା କ୍ଲବ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଅଷ୍ଟ୍ରେଲିଆରେ ପେସାଦାର ଫୁଟ୍‌ବଲର ହେବାର ସ୍ବପ୍ନ ପୂରା କରିବେ ବୋଲି ଗୁରୁବାର ବୋଲ୍ଟଙ୍କ ଏଜେଣ୍ଟ କହିଛନ୍ତି। 

ଧୋନୀ, ତେନ୍ଦୁଲକରଙ୍କ କ୍ଲବରେ ସାମିଲ ହେବେ କୋହଲି

ଧୋନୀ, ତେନ୍ଦୁଲକରଙ୍କ କ୍ଲବରେ ସାମିଲ ହେବେ କୋହଲି

ନୂଆଦିଲ୍ଲୀ,୧୮।୧୦- ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲଷ୍ଟୋନ ସ୍ପର୍ଶ କରିବାକୁ ଯାଉଛନ୍ତି। ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହେଉଥିବା କୋହଲି ମୋଟ ଉପରେ ୧୩ତମ ଓ ୫ମ ଭାରତୀୟ ଭାବେ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିବାକୁ ଯାଉଛନ୍ତି।

ୟୁଥ ଅଲିମ୍ପିକ୍ସ: କୃଷକଙ୍କ ପୁଅ ଆକାଶ ଜିତିଲେ ରୌପ୍ୟ

ୟୁଥ ଅଲିମ୍ପିକ୍ସ: କୃଷକଙ୍କ ପୁଅ ଆକାଶ ଜିତିଲେ ରୌପ୍ୟ

ବୁଏନ୍ସ ଏରିଜ,୧୮।୧୦- ଚଳିତ ୟୁଥ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ତୀରନ୍ଦାଜ ଭବେ ଆକାଶ ମଲିକ ରୌପ୍ୟ ପଦକ ଜିତିଛନ୍ତି। କୃଷକଙ୍କ ୧୫ ବର୍ଷୀୟ ପୁଅ ଏକତରଫା ଫାଇନାଲରେ ଆମେରିକାର ଟ୍ରେଣ୍ଟୋନ କୋଓ୍ବଲେସଙ୍କଠାରୁ ୦-୬ ବ୍ୟବଧାନରେ ହାରି ଯାଇଛନ୍ତି।

ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ: ଓଡ଼ିଶା ରନର୍ସଅପ୍‌

ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ: ଓଡ଼ିଶା ରନର୍ସଅପ୍‌

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ନାସିକରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ ଚାମ୍ପିୟନଶିପ୍‌ରେ ଓଡ଼ିଶା ରନର୍ସଅପ୍‌ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ଉତ୍ତରପ୍ରଦେଶଠାରୁ ହାରି ଦ୍ୱିତୀୟ ସ୍ଥାନ ଅଧିକାର କରିଛି। 

ଶ୍ରଦ୍ଧାଞ୍ଜଳି ଖେଲୋ ଇଣ୍ଡିଆ ଚୟନକର୍ତ୍ତା

ଶ୍ରଦ୍ଧାଞ୍ଜଳି ଖେଲୋ ଇଣ୍ଡିଆ ଚୟନକର୍ତ୍ତା

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ଫୁଟ୍‌ବଲ ଖେଳାଳି ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବେ ଆଉ ଏକ ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ରାଜ୍ୟର ପ୍ରଥମ ଖେଳାଳି ଭାବେ ଭାରତୀୟ ମହିଳା ଫୁଟ୍‌ବଲ ଦଳର ନେତୃତ୍ୱ ନେଇଥିବା ଶ୍ରଦ୍ଧାଞ୍ଜଳି ବିଭିନ୍ନ ବୟସ ବର୍ଗରେ ଜାତୀୟ ମହିଳା ଫୁଟ୍‌ବଲ ଦଳର କୋଚ୍‌ ଓ ଚୟନକର୍ତ୍ତା ଦାୟିତ୍ୱ ସଫଳତାର ସହିତ ତୁଲାଇଥିବାବେଳେ ଏବେ ତାଙ୍କୁ ଖେଲୋ ଇଣ୍ଡିଆର ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି।