ଖେଳ |

ଅଭ୍ୟାସ ମ୍ୟାଚ ଖେଳିବାକୁ କୋରିଆ ହକି ଦଳ ପହଞ୍ଚିଲା

ଅଭ୍ୟାସ ମ୍ୟାଚ ଖେଳିବାକୁ କୋରିଆ ହକି ଦଳ ପହଞ୍ଚିଲା
ଭୁବନେଶ୍ୱର, ୨୪।୧୧(କ୍ରୀଡ଼ା ପ୍ରତିନିଧି) କଳିଙ୍ଗ ଷ୍ଟାଡିୟମରେ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲ ଆରମ୍ଭ ହେବାକୁ ଆଉ ମାତ୍ର ୬ ଦିନ ବାକି ଥିବାବେଳେ ଏଠାରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବା ପାଇଁ ଦକ୍ଷିଣ କୋରିଆ ଦଳ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚତ୍ଛି। ହକି ଓ୍ବାଲର୍‌ଡଲିଗ୍‌ ଫାଇନାଲ ଖେଳିବାକୁ ଆସିଥିବା ସମସ୍ତ ଦଳ ଶକ୍ତିଶାଳୀ। ତେବେ ଭାରତ ଫାଇନାଲରେ ପହଞ୍ଚତ୍ବାର ଦକ୍ଷତା ରଖିଛି ବୋଲି କୋରିଆ ଦଳର ମୁଖ୍ୟ କୋଚ୍‌ ଶିନ୍‌ ସିଓକ୍‌ କ୍ୟୋ ପ୍ରକାଶ କରିଛନ୍ତି। କୋରିଆ ଦଳ ଏଠାରେ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନା ବିପକ୍ଷରେ ଗୋଟିଏ ଏବଂ ଇଷ୍ଟକୋଷ୍ଟ ରେଲଓ୍ବେ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ଅଭ୍ୟାସ ମ୍ୟାଚ ଖେଳି କୋରିଆ ୨୦୧୮ ଏସିଆନ ଗେମ୍ସ ପାଇଁ ପ୍ରସ୍ତୁତ ହେବ। ”ଇଣ୍ଡୋନେସିଆର ଜାକର୍ତ୍ତାଠାରେ ହେବାକୁଥିବା ଏସିଆନ ଗେମ୍ସ ପାଇଁ ପ୍ରସ୍ତୁତିର ଏହା ଏକ ଅଂଶବିଶେଷ। ଏଠାକୁ ଆସିଥିବା ୨୦ଜଣଙ୍କ ମଧ୍ୟରୁ ୧୦ ଜଣ ଯୁବ ଖେଳାଳି। ଅନ୍ୟ ୧୦ ଜଣ ଏସିଆନ ଗେମ୍ସ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଏଠାରେ ଅଭ୍ୟାସ ମ୍ୟାଚ ମାଧ୍ୟମରେ ଆମେ ଯୁବ ଖେଳାଳିଙ୍କୁ ପରୀକ୍ଷା କରିବାକୁ ଚାହୁଁ“ ବୋଲି କ୍ୟୋ କହିଛନ୍ତି। କୋରିଆ ଦଳ କଳିଙ୍ଗ ଷ୍ଟାଡିୟମରେ ଚଳିତମାସ ୨୬ ଓ ୩୦ରେ ଇଷ୍ଟକୋଷ୍ଟ ରେଲଓ୍ବେ ସହିତ ଏବଂ ଆର୍ଜେଣ୍ଟିନା ବିପକ୍ଷରେ ୨୮ ତାରିଖରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ଶନିବାରଠାରୁ ଦଳ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ମଧ୍ୟ କରିବ। ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ ଖେଳିବା ଆମ ଯୁବ ଖେଳାଳିଙ୍କ ପାଇଁ ବହୁତ ବଡ଼ ଅନୁଭୂତି ହେବ। ଆଗାମୀ ଦିନରେ ହେବାକୁଥିବା ଏସିଆନ ଗେମ୍ସ ଏବଂ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଏହା ସହାୟକ ହେବା ଆଶା। ହକି ଓ୍ବାଲର୍‌ଡ ଲିଗ୍‌ ଡିସେମ୍ବର ୧ରୁ ଆରମ୍ଭ ହେଉଥିବାରୁ ଆମେ ଏଠାରେ ରହିବା ସମୟରେ କେତୋଟି ମ୍ୟାଚ ଦେଖିବାର ମଧ୍ୟ ସୁଯୋଗ ପାଇବୁ ବୋଲି ସେ କହିଛନ୍ତି। ୨୦୧୭ ଏସିଆ କପ୍‌ରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରିବାରୁ କୋରିଆ ୨୦୧୮ ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲା।
All Right Reserved By

ଖେଳ |

ପୂର୍ବତନ ବିସିସିଆଇ ସଭାପତି ବି.ଏନ୍‌. ଦତ୍ତଙ୍କ ପରଲୋକ

ପୂର୍ବତନ ବିସିସିଆଇ ସଭାପତି ବି.ଏନ୍‌. ଦତ୍ତଙ୍କ ପରଲୋକ

କୋଲକାତା, ୨୪।୯- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ବିଶ୍ୱନାଥ ଦତ୍ତଙ୍କ ପରଲୋକ ଘଟିଛି। ଫୁସଫୁସ ଜନିତ ସଂକ୍ରମଣ କାରଣରୁ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। 

ଚଣ୍ଡିମାଲଙ୍କୁ ଶ୍ରୀଲଙ୍କା ଦିନିକିଆ ଦଳର ନେତୃତ୍ୱ

ଚଣ୍ଡିମାଲଙ୍କୁ ଶ୍ରୀଲଙ୍କା ଦିନିକିଆ ଦଳର ନେତୃତ୍ୱ

କଲମ୍ବୋ,୨୪।୯- ଚଳିତ ଏସିଆ କପ୍‌ରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେବା ପରେ ଶ୍ରୀଲଙ୍କା ଦଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଶ୍ରୀଲଙ୍କା ଜାତୀୟ ଚୟନକର୍ତ୍ତା ଦିନେଶ ଚଣ୍ଡିମାଲଙ୍କୁ ଦିନିକିଆ ଦଳର ଅଧିନାୟକ ଘୋଷଣା କରିଛନ୍ତି। 

ବିଶ୍ୱ ଚାମ୍ପିୟନଶିପ୍‌ରୁ ଭିନେଶ ବାଦ୍‌

ବିଶ୍ୱ ଚାମ୍ପିୟନଶିପ୍‌ରୁ ଭିନେଶ ବାଦ୍‌

ନୂଆଦିଲ୍ଲୀ,୨୪।୯- ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭିନେଶ ଫୋଗତ ବିଶ୍ୱ ଚାମ୍ପିୟନଶିପ୍‌ରୁ ବାଦ୍‌ ପଡ଼ିଛନ୍ତି। ଆହତ ସମସ୍ୟା ଯୋଗୁ ସେ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟରେ ଭାଗନେଇ ପାରିବେ ନାହିଁ। 

ୟୁରୋପ ଟିମ୍‌ ଜିତିଲା ଲାଭର କପ୍‌

ୟୁରୋପ ଟିମ୍‌ ଜିତିଲା ଲାଭର କପ୍‌

ଶିକାଗୋ,୨୪।୯- କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ରୋଜର ଫେଡେରର ଓ ଆଲେକ୍ସଜାଣ୍ଡର ଜେଭରେଭଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ୟୁରାପ ଦଳ ୧୩-୮ ବ୍ୟବଧାନରେ ଓ୍ବାଲର୍‌ଡ ଟିମ୍‌କୁ ହରାଇ ଦେଇଛି। ଫଳରେ କ୍ରମାଗତ ଦ୍ୱିତୀୟ ଥର ଲାଗି ୟୁରୋପ ଦଳ ଲାଭର କପ୍‌ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି।

ମେସିଙ୍କ ରେକର୍ଡ

ମେସିଙ୍କ ରେକର୍ଡ

ବାର୍ସିଲୋନା,୨୪।୯- ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲର ଲିଓନେଲ ମେସି ରବିବାର ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଅଣ ସ୍ପାନିଶ ଖେଳାଳି ଭାବେ ଲା ଲିଗା ଲିଗ୍‌ରେ ସର୍ବାଧିକ ମ୍ୟାଚ୍‌ ଖେଳିଥିବା ଖେଳାଳି ହୋଇପାରିଛନ୍ତି। 

ଜୁଭେଣ୍ଟସ ଜିତାଇଲେ ରୋନାଲ୍ଡୋ

ଜୁଭେଣ୍ଟସ ଜିତାଇଲେ ରୋନାଲ୍ଡୋ

ମିଲାନ,୨୪।୯(ଏପି)- ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ୍‌ରେ ମିଳିଥିବା ରେଡ୍‌କାର୍ଡକୁ ଭୁଲି ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରେନାଲ୍ଡୋ ସଫଳତାର ସହ ପଡ଼ିଆକୁ ଫେରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଇଟାଲିଆନ କ୍ଲବ ଜୁଭେଣ୍ଟସ ୨-୦ ଗୋଲରେ ଫ୍ରେସିନୋନକୁ ହରାଇ ଦେଇଛି। 

୨୦୨୧ରେ ଭାରତ-ପାକିସ୍ତାନ ସିରିଜ୍‌ ଖେଳାଯିବ

୨୦୨୧ରେ ଭାରତ-ପାକିସ୍ତାନ ସିରିଜ୍‌ ଖେଳାଯିବ

ଦୁବାଇ,୨୪।୯- ଆଗାମୀ ୨୦୨୧ ବର୍ଷରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଟେଷ୍ଟ ସିରିଜ୍‌ ଖେଳାଯିବ। ଏ ନେଇ ଆଇସିସି ଆଶ୍ୱାସନା ଦେଇଥିବା ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଭାବେ ଅଧ୍ୟକ୍ଷ ଏହସାନ ମାନି କହିଛନ୍ତି।

ଲାଓସ ସହ ମାଚ୍‌ ଡ୍ର’ କଲା ଭାରତ

ଲାଓସ ସହ ମାଚ୍‌ ଡ୍ର’ କଲା ଭାରତ

ଉଲାନବାତାର(ଥାଇଲାଣ୍ଡ),୨୪।୯- ସ୍ଥାନୀୟ ଏମ୍‌ଏଫ୍‌ଏଫ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ୧୬ ବର୍ଷରୁ କମ୍‌ ବାଳିକା ଏଏଫ୍‌ସି ଚାମ୍ପିୟନଶିପ୍‌ ଟୁର୍ନାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟର ଲାଓସ ବିପକ୍ଷ ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌କୁ ଭାରତୀୟ ଦଳ ୧-୧ ଗୋଲରେ ଡ୍ର’ ରଖିଛି।

ଜାପାନ ଫୁଟ୍‌ବଲ ଦଳର କୋଚ୍‌ ଦାୟିତ୍ୱ ନେଇପାରନ୍ତି ଡୋନାଡୋନି

ଜାପାନ ଫୁଟ୍‌ବଲ ଦଳର କୋଚ୍‌ ଦାୟିତ୍ୱ ନେଇପାରନ୍ତି ଡୋନାଡୋନି

ମିଲାନ,୨୪।୯(ଏଏଫ୍‌ପି)- ଇଟାଲି ଫୁଟ୍‌ବଲ ଦଳର ପୂର୍ବତନ କୋଚ୍‌ ରବର୍ଟ ଡୋନାଡୋନି ଜାପାନ ଦଳର ଦାୟିତ୍ୱ ନେଇପାରନ୍ତି। ଏ ନେଇ ଇଟାଲିର ଏକ ଖବରକାଗଜରେ ରବିବାର ପ୍ରକାଶ ପାଇଛି। ସ୍ଥାନୀୟ ଖବରକାଗଜ ଗାଜେଟ୍ଟୋ ଡେଲୋ ସ୍ପୋର୍ଟ ଅନୁଯାୟୀ,

 ଓଭିଏ ନିର୍ବାଚନ , ସଭାପତି ପଦବୀ ବଜାୟ ରଖିଲେ ସୁବୋଧ

ଓଭିଏ ନିର୍ବାଚନ , ସଭାପତି ପଦବୀ ବଜାୟ ରଖିଲେ ସୁବୋଧ

କଟକ ଅଫିସ,୨୪।୯- ଓଡ଼ିଶା ଭଲିବଲ ଆସୋସିଏଶନ(ଓଭିଏ)ର ସଭାପତି ପଦବୀ ବଜାୟ ରଖିଛନ୍ତି ସୁବୋଧ କୁମାର ରାଉତରାୟ । ୪୨ ସଦସ୍ୟଙ୍କ ମଧ୍ୟରୁ ୩୦ଜଣ ଭୋଟ ଦେଇଥିଲେ । ସୁବୋଧଙ୍କ ସପକ୍ଷରେ ୨୯ଟି ଭୋଟ ଯାଇଥିବା ଅନ୍ୟଏକ ଭୋଟ ନାକଚ ହୋଇଥିଲା ।

ପଦକ ବିଜେତାଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଆଇଓଏ ଅପଦସ୍ଥ

ପଦକ ବିଜେତାଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଆଇଓଏ ଅପଦସ୍ଥ

ନୂଆଦିଲ୍ଲୀ, ୨୪।୯ (ପି.ଟି.)-ଏସିଆନ ଗେମ୍ସ ପଦକ ବିଜେତାଙ୍କ ଲାଗି ଆୟୋଜିତ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଉତ୍ସବରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)କୁ ଅପଦସ୍ଥ ହେବାକୁ ପଡ଼ିଛି। ପଦକ ବିଜେତାଙ୍କୁ ଦିଆଯିବାକୁଥିବା ଚେକ୍‌ରେ ତ୍ରୁଟି ପରିଲକ୍ଷିତ 

ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ ମିଥାଲିଙ୍କ ମାନ୍ୟତାରେ ବୃଦ୍ଧି

ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ ମିଥାଲିଙ୍କ ମାନ୍ୟତାରେ ବୃଦ୍ଧି

ଦୁବାଇ, ୨୪।୯- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗରେ ଭାରତ ଅଧିନାୟିକା ମିଥାଲି ରାଜଙ୍କ ମାନ୍ୟତା ବୃଦ୍ଧି ଘଟିଛି। ଚଳିତ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଉନ୍ନତ ପ୍ରଦର୍ଶନ ଯୋଗୁ ମିଥାଲି ୪ଟି ପାହାଚ ଉପରକୁ ଉଠି ବ୍ୟାଟିଂ