ଖେଳ |

ମହାରାଷ୍ଟ୍ର ଓପନ୍‌ରେ ଖେଳିବେ ସିଲିକ୍‌

ମହାରାଷ୍ଟ୍ର ଓପନ୍‌ରେ ଖେଳିବେ ସିଲିକ୍‌

ନୂଆଦିଲ୍ଲୀ, ୨୪।୧୧(ପି.ଟି.)- ପୁରୁଷ ସିଙ୍ଗଲ୍ସ ବର୍ଗରେ ବିଶ୍ୱ ୬ଷ୍ଠ ର଼୍ୟାଙ୍କଧାରୀ ଖେଳାଳି ମାରିନ ସିଲିକ୍‌ ଆସନ୍ତା ଜାନୁୟାରୀ ୧ ତାରିଖରୁ ପୁଣେଠାରେ ହେବାକୁ ଥିବା ଏଟିପି ମହାରାଷ୍ଟ୍ର ଓପନ୍‌ରେ ଖେଳିବେ। ତାଙ୍କ ସହ ଟୁର୍ନାମେଣ୍ଟର ପ୍ରଥମ ସଂସ୍କରଣରେ ଟପ୍‌ ୫୦ ର଼୍ୟାଙ୍କିଙ୍ଗ୍‌ରେ ଥିବା ୪ ଜଣ ଖେଳାଳି ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଏହି ତାଲିକାରେ କ୍ରୋଏସିଆର ସିଲିକଙ୍କ ବ୍ୟତୀତ ୧୪ତମ ର଼୍ୟାଙ୍କ ଦକ୍ଷିଣ ଆଫ୍ରିକାର ଆଣ୍ଡରସନ, ୨୦ତମ ର଼୍ୟାଙ୍କଧାରୀ ସ୍ପେନର ରବର୍ଟ ବାଟିଷ୍ଟା ଅଗୁତ ଓ ୪୨ତମ ର଼୍ୟାଙ୍କରେ ଥିବା ନେଦରଲାଣ୍ଡର ରବିନ ହାସେ ରହିଛନ୍ତି। ଏହି ଟୁର୍ନାମେଣ୍ଟ ଗତ ୨୧ ବର୍ଷ ହେଲା ମାଡ୍ରାସଠାରେ ଖେଳାଯାଉଥିଲା। ବର୍ତ୍ତମାନ ଏହାର ଭେନ୍ୟୁ ପୁଣେକୁ ସ୍ଥାନାନ୍ତର ହୋଇଛି। ଗତବର୍ଷ ମାଡ୍ରାସଠାରେ ଖେଳାଯାଇଥିବା ପ୍ରତିଯୋଗିତାରେ ୨୦୧୪ ୟୁଏସ୍‌ ଓପନ୍‌ ଚାମ୍ପିୟନ୍‌ ସିଲିକ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ଏହାସତ୍ତ୍ୱେ ସେ ମହାରାଷ୍ଟ୍ର ଓପନ୍‌ରେ ଫେଭରାଇଟ ଖେଳାଳି ଭାବେ ଅଭିଯାନ ଆରମ୍ଭ କରିବେ। ପୂର୍ବରୁ ୨୦୦୯ ଓ ୨୦୧୦ ସଂସ୍କରଣରେ ଟାଇଟଲ ଅର୍ଜନ କରିଥିବା କ୍ରୋଏସିଆର ଖେଳାଳି ଏଥର ୩ୟ ଥର ଚାମ୍ପିୟନ୍‌ ହେବା ଆଶାରେ କୋର୍ଟକୁ ଓହ୍ଲାଇବେ। ଟୁର୍ନାମେଣ୍ଟର ପ୍ରଥମ ସଂସ୍କରଣରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ତାଲିକା ଖୁବ ଲମ୍ବା ଥିବା ପ୍ରକାଶ କରିଛନ୍ତି ନିର୍ଦ୍ଦେଶକ ପ୍ରଶାନ୍ତ ସୁତାର। ଆୟୋଜକ ମହାରାଷ୍ଟ୍ର ଷ୍ଟେଟ ଲନ୍‌ ଟେନିସ୍‌ ଆସୋସିଏଶନ୍‌ (ଏମ୍‌ଏସ୍‌ଏଲ୍‌ଟିଏ) ସମ୍ପାଦକ ସୁନ୍ଦର ଆୟାର ଓ୍ବାଇଲ୍ଡକାର୍ଡ ସମ୍ପର୍କରେ ନିକଟ ଭବିଷ୍ୟତରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

All Right Reserved By

ଖେଳ |

ନେମାରଙ୍କ ୫-ଏ-ସାଇଡ୍‌ ଟୁର୍ନାମେଣ୍ଟ ଖେଳିବ ଭାରତୀୟ ଟିମ୍‌

ନେମାରଙ୍କ ୫-ଏ-ସାଇଡ୍‌ ଟୁର୍ନାମେଣ୍ଟ ଖେଳିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ, ୧୬।୭(ପି.ଟି.)- ବ୍ରାଜିଲ ତାରକା ନେମାର ଜୁନିୟରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୫-ଏ-ସାଇଡ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୩ୟ ସଂସ୍କରଣରେ ମୁମ୍ବାଇର ଜୋଗା ବୋନିଟୋ ଟିମ୍‌ ଭାରତ ପକ୍ଷରୁ ଅଂଶଗ୍ରହଣ କରିବ।

ଚାଣ୍ଡିମଲ୍‌, ହାତୁରସିଂଘେ ୪ଟି ଦିନିକିଆ, ୨ଟି ଟେଷ୍ଟରୁ ବାସନ୍ଦ

ଚାଣ୍ଡିମଲ୍‌, ହାତୁରସିଂଘେ ୪ଟି ଦିନିକିଆ, ୨ଟି ଟେଷ୍ଟରୁ ବାସନ୍ଦ

ଦୁବାଇ, ୧୬।୭(ପି.ଟି.)- ଶ୍ରୀଲଙ୍କା କ୍ରିକେଟ ଦଳର ଅଧିନାୟକ ଦୀନେଶ ଚାଣ୍ଡିମଲ, କୋଚ୍‌ ଚନ୍ଦ୍ରିକା ହାତୁରସିଂଘେ ଓ ମ୍ୟାନେଜର ଅସଙ୍କା ଗୁରୁସିହ୍ନାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୪ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି।

ଟପ୍‌ ୧୦କୁ ଫେରିିଲେ ଜୋକୋଭିଚ୍‌

ଟପ୍‌ ୧୦କୁ ଫେରିିଲେ ଜୋକୋଭିଚ୍‌

ପ୍ୟାଙ୍ଗଚାଙ୍ଗ(ଦକ୍ଷିଣ କୋରିଆ), ୧୬।୭(ଏଏଫ୍‌ପି)- ନୋଭାକ ଜୋକୋଭିଚ୍‌ଙ୍କ ୪ର୍ଥ ଓ୍ବିମ୍ବେଲଡନ ଓପନ ଟାଇଟଲ ତାଙ୍କୁ ପୁଣି ଥରେ ଏଟିପି ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୧୦ ମଧ୍ୟରେ ସ୍ଥାନ ଆଣି ଦେଇଛି। ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ ସର୍ବିଆ ଖେଳାଳି ଏବେ ୧୦ମ ସ୍ଥାନରେ ରହିଛନ୍ତି।

କୋରିଆ ମୁଖ୍ୟ ମୁନ,କିମ୍‌ଙ୍କୁ ଏସିଆନ୍‌ ଗେମ୍ସରୁ ନିମନ୍ତ୍ରଣ

ଜାକର୍ତ୍ତା,୧୬।୭(ଏଏଫ୍‌ପି)- ଉତ୍ତର ଓ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଆସନ୍ତା ମାସରେ ଇଣ୍ଡୋନେସିଆସ୍ଥିତ ଜାକର୍ତ୍ତାଠାରେ ହେବାକୁ ଥିବା ଏସିଆନ୍‌ ଗେମ୍ସ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି।

ବିଶ୍ୱକପ୍‌ ବେଳେ ୨୫ ନିୟୁତ ସାଇବର ଆକ୍ରମଣ ହୋଇଛି-ପୁଟିନ

ବିଶ୍ୱକପ୍‌ ବେଳେ ୨୫ ନିୟୁତ ସାଇବର ଆକ୍ରମଣ ହୋଇଛି-ପୁଟିନ

ମସ୍କୋ,୧୬।୭(ଏପି)- ଫିଫା ବିଶ୍ୱକପ୍‌ ବେଳେ ପାଖାପାଖି ୨୫ ନିୟୁତ ସାଇବର ଆକ୍ରମଣ ହୋଇଛି, ଯାହାକୁ ରୁଷିଆନ ଓ ଅନ୍ୟ ସୁରକ୍ଷା ଦାୟିତ୍ୱରେ ଥିବା ସଂସ୍ଥା ପ୍ରତିହିତ କରିଛନ୍ତି। ଏ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଫ୍ରାନ୍ସ ବିଶ୍ୱକପ୍‌ ଜିତିବା ପରେ କହିଛନ୍ତି।

ଫ୍ରାନ୍ସରେ ପରିସ୍ଥିତି ଅସମ୍ଭାଳ

ଫ୍ରାନ୍ସରେ ପରିସ୍ଥିତି ଅସମ୍ଭାଳ

ପ୍ୟାରିସ,୧୬।୭(ଏଏଫ୍‌ପି)- ଫ୍ରାନ୍ସ ଫିଫା ବିଶ୍ୱକପ୍‌ ଚାମ୍ପିୟନ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଦୀର୍ଘ ୨୦ ବର୍ଷ ପରେ ବିଶ୍ୱକପ୍‌ ଜିତିବା ପରେ ଭାରତୀୟ ସମୟ ପ୍ରାୟ ରାତି ୧୦.୩୦ ବେଳେ ପ୍ରଶଂସକଙ୍କ ଖୁସି ମନାଇବା ପାଇଁ ରାସ୍ତାକୁ ହାତରେ ଜାତୀୟ ପତାକା ଧରି ଚାଲି ଆସିଥିଲେ।

ଆର୍ଜେଣ୍ଟିନା କୋଚ୍‌ ପଦରୁ ସାମପାଓଲି ବିଦା

ଆର୍ଜେଣ୍ଟିନା କୋଚ୍‌ ପଦରୁ ସାମପାଓଲି ବିଦା

ବୁଏନ୍ସ ଆରିଜ,୧୬।୭(ଏଏଫ୍‌ପି)- ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିବା ଆର୍ଜେଣ୍ଟିନା ଦଳର କୋଚ୍‌ ଜର୍ଜ ସାମପାଓଲି ପଦରୁ ବିଦାୟ ନେଇଛନ୍ତି। ଏ ନେଇ ଆର୍ଜେଣ୍ଟିନା ଫୁଟ୍‌ବଲ ଫେଡେରେଶନ ପକ୍ଷରୁ ରବିବାର ଘୋଷଣା କରାଯାଇଛି।

ସର୍ବିୟା ଯୁବ ବକ୍ସିଂ: ଭାରତକୁ ୭ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬।୭(ପି.ଟି.)- ସର୍ବିୟାର ସୁବୋଟିକାଠାରେ ଚାଲିଥିବା ୩୬ତମ ଗୋଲ୍ଡେନ ଗ୍ଲୋବ ଯୁବ ବକ୍ସିଂ ଟୁର୍ନାମେଣ୍ଟ ଉଦ୍‌ଯାପିତ ହେବା ସହ ରିଙ୍ଗ୍‌ରେ ଭାରତୀୟ ବକ୍ସରଙ୍କ ରାଜୁତିର ଶେଷ ହୋଇଛି। ଭାରତୀୟ ଦଳ ୭ଟି ସ୍ବର୍ଣ୍ଣ ସହ ପଦକ ତାଲିକାର ଶୀର୍ଷ ସ୍ଥାନରେ ରହି ଅଭିଯାନ ଶେଷ କରିଛି।

ଘାସ ଖାଇଲେ ଜୋକୋଭିଚ୍‌

ଘାସ ଖାଇଲେ ଜୋକୋଭିଚ୍‌

ଲଣ୍ଡନ,୧୬।୭- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟନିସ୍‌ ଖେଳାଳି ନୋଭାକ ଜୋକୋଭିଚ୍‌ ରବିବାର କ୍ୟାରିୟରର ୪ର୍ଥ ଓ୍ବିମ୍ବେଲଡନ ଟାଇଟଲ ଜିତିଛନ୍ତି। ଆହତ ସମସ୍ୟା ଓ ଖରାପ ଫର୍ମ ଦେଇ ଗତି କରୁଥିବା ଜୋକୋଭିଚ୍‌ ପ୍ରାୟ ଦୁଇ ବର୍ଷ ପରେ କୌଣସି ଟାଇଟଲ ଜିତିଛନ୍ତି।

ସ୍ପେନ ଗ୍ରାଁ ପ୍ରି କୁସ୍ତି: ଭିନେଶଙ୍କୁ ସ୍ବର୍ଣ୍ଣ

ସ୍ପେନ ଗ୍ରାଁ ପ୍ରି କୁସ୍ତି: ଭିନେଶଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬।୭- ଏସିଆନ୍‌ ଗେମ୍ସ ଲାଗି ପ୍ରସ୍ତୁତ ହେଉଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ସ୍ପାନିଶ ଗ୍ରାଁ ପ୍ରି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୩ ବର୍ଷୀୟ ଭିନେଶ ଫାଇନାଲରେ କାନାଡାର ନାତାଶା ଫକ୍ସଙ୍କୁ ୧୦-୦ ବ୍ୟବଧାନରେ ହରାଇ ଦେଇଛନ୍ତି।

ଭାରତୀୟ ମହିଳା କ୍ରିକେଟ ଦଳର ଅନ୍ତରୀଣ କୋଚ୍‌ ପାଓ୍ବାର

ଭାରତୀୟ ମହିଳା କ୍ରିକେଟ ଦଳର ଅନ୍ତରୀଣ କୋଚ୍‌ ପାଓ୍ବାର

ମୁମ୍ବାଇ,୧୬।୭(ପି.ଟି.)- ନିକଟରେ ମୁମ୍ବାଇ ରଣଜୀ ଦଳ କୋଚ୍‌ ପଦରୁ ବଞ୍ଚତ୍ତ ରହିଥିବା ପୂର୍ବତନ ଭାରତୀୟ ସ୍ପିନର ରମେଶ ପାଓ୍ବାରଙ୍କୁ ସୋମବାର ସମ୍ମାନଜନକ ପଦବି ମିଳିଛି। ତାଙ୍କୁ ମହିଳା କ୍ରିକେଟ ଦଳର ଆନ୍ତରୀଣ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି।

ମନୁ, ଅନମୋଲଙ୍କୁ ସ୍ବର୍ଣ୍ଣ

ମନୁ, ଅନମୋଲଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬।୭- ଚେକ ଗଣତନ୍ତ୍ରଠାରେ ଚାଲିଥିବା ୨୮ତମ ଶୁଟିଂ ହୋପ୍‌ସ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମନୁ ଭାକର ଓ ଅନମୋଲ ଜୈନ ୧୦ ମିଟର ମିକ୍ସଡ୍‌ ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

Model This Week

ରୂପେଶ