ଖେଳ |

ସିଡ୍‌ନୀ ଥଣ୍ଡର୍ସ ସହ ହରମନପ୍ରୀତଙ୍କ ଚୁକ୍ତି ବର୍ଦ୍ଧିତ

ସିଡ୍‌ନୀ ଥଣ୍ଡର୍ସ ସହ ହରମନପ୍ରୀତଙ୍କ ଚୁକ୍ତି ବର୍ଦ୍ଧିତ
ସିଡ୍‌ନୀ, ୨୪।୧୧- ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସଓମ୍ୟାନ ହରମନପ୍ରୀତ କୌର ପୁଣି ବିଗ୍‌ ବାଶ ଲିଗ୍‌ରେ ଖେଳିବେ। ପୂର୍ବଭଳି ସେ ସିଡ୍‌ନୀ ଥଣ୍ଡର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୋଲି ଫ୍ରାଞ୍ଚାଇଜ୍‌ ଶୁକ୍ରବାର ଘୋଷଣା କରିଛି। ହରମନପ୍ରୀତ ଏହି ଦଳ ସହ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଖେଳିବା ପାଇଁ ଚୁକ୍ତି କରିଛନ୍ତି। ”ମହିଳା ବିଶ୍ୱକପ୍‌ ପରେ ହରମନପ୍ରୀତ କ୍ରିକେଟ ଜଗତର ଅନ୍ୟତମ ମୂଲ୍ୟବାନ ସମ୍ପତ୍ତି ପାଲଟି ଯାଇଛନ୍ତି। ଗତ ସଂସ୍କରଣରେ ସେ ଥଣ୍ଡର୍ସ ଦଳ ପାଇଁ ବହୁ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ। ବର୍ତ୍ତମାନ କ୍ରିକେଟରେ ସେ ଜଣେ ବିସ୍ଫୋରକ ବ୍ୟାଟ୍ସଓମ୍ୟାନ। ତାଙ୍କ ଭଳି ବ୍ୟାଟ୍ସଓମ୍ୟାନନଙ୍କ ଟି୨୦ ଫର୍ମାଟରେ ଆବଶ୍ୟକତା ରହିଛି। ବଡ଼ ଶଟ ଖେଳିବାର ଦକ୍ଷତା ସହ ତାଙ୍କ ନିକଟରେ ଅଛି ଠିକ୍‌ ଟେକନିକ। ତାଙ୍କର ମ୍ୟାଚ୍‌ ବିଜୟୀ ଦକ୍ଷତା ଆମ ଦଳର ଶକ୍ତି ବୃଦ୍ଧି କରିବ। ଏଣୁ ତାଙ୍କୁ ଦଳରେ ସାମିଲ କରାଯାଇଛି“ ବୋଲି ଥଣ୍ଡର୍ସ ଫ୍ରାଞ୍ଚାଇଜ୍‌ର ଜେନେରାଲ ମ୍ୟାନେଜର ଲି ଜର୍ମାନ କହିଛନ୍ତି। ସେହିଭଳି କୋଚ୍‌ ଜୋ ବ୍ରଡ୍‌ବେଣ୍ଟ ପ୍ରକାଶ କରିଛନ୍ତି ଯେ, ମହିଳା ଟି୨୦ କ୍ରିକେଟରେ ସାଧାରଣତଃ ଦଳୀୟ ରନ୍‌ରେଟ୍‌ ୮ରୁ ଅଧିକ ରହିଲେ ଯଥେଷ୍ଟ। ଯଦି ଦଳକୁ ୮ କିମ୍ବା ୧୦ ରନ୍‌ ଲେଖାଏ ୪ରୁ ୫ ଓଭର ପର୍ଯ୍ୟନ୍ତ ଆବଶ୍ୟକ ହୁଏ, ତେବେ ଏଭଳି ସ୍ଥିତିରେ ମଧ୍ୟ ହରମନପ୍ରୀତ ସହଜରେ ରନ୍‌ କରିପାରିବେ। ଉଲ୍ଲେଖଥାଉ କି, ଗତ ସଂସ୍କରଣରେ ୨୮ ବର୍ଷୀୟ ଖେଳାଳି ପ୍ରଥମ ଭାରତୀୟ କ୍ରିକେଟର ଭାବେ ଅଷ୍ଟ୍ରେଲିଆ ଟି୨୦ ଟୁର୍ନାମେଣ୍ଟରେ ଖେଳିବାର କୃତିତ୍ୱ ଅର୍ଜନ କରିଥିଲେ। ଏହି ଅଲରାଉଣ୍ଡର ଗତଥର ଥଣ୍ଡର୍ସ ପାଇଁ ୨୯୬ ରନ୍‌ କରିବା ସହ ୬ଟି ଉଇକେଟ ନେଇଥିଲେ। ଏଭଳି ପ୍ରଦର୍ଶନ ଯୋଗୁ ହରମନପ୍ରୀତଙ୍କୁ ଥଣ୍ଡର୍ସ ଦଳର ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ଭାବେ ବିବେଚିତ କରାଯାଇଥିଲା।
All Right Reserved By

ଖେଳ |

ପ୍ରି-କ୍ୱାର୍ଟରରେ ସେରେନା

ପ୍ରି-କ୍ୱାର୍ଟରରେ ସେରେନା

ମେଲବୋର୍ନ,୧୯।୧(ଏଏଫ୍‌ପି)- ଚାମ୍ପିୟନ ମହିଳା ସିଙ୍ଗଲ୍ସ ଖେଳାଳି ସେରେନା ଓ୍ବିଲିୟମ୍ସ ଟେନିସ ସିଜନର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

ଫେଡରରଙ୍କୁ ଭେଟିଲେ ବୀରୁଷ୍କା

ଫେଡରରଙ୍କୁ ଭେଟିଲେ ବୀରୁଷ୍କା

ମେଲବୋର୍ନ,୧୯।୧(ଏପି)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଶନିବାର କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରରଙ୍କୁ ଭେଟିଛନ୍ତି। 

ସିଏ ପ୍ରଶଂସକଙ୍କୁ ମାଗଣା ଟିକେଟ ଦେବ

ସିଏ ପ୍ରଶଂସକଙ୍କୁ ମାଗଣା ଟିକେଟ ଦେବ

ବ୍ରିସବେନ,୧୯।୧- ଏଠାରେ ଆସନ୍ତା ସପ୍ତାହରେ ଶ୍ରୀଲଙ୍କା ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦିବା ରାତ୍ର ଟେଷ୍ଟ ମ୍ୟାଚ୍‌ର କମ୍ପ୍ଲିମେଣ୍ଟାରି ଟିକେଟ୍‌ ପ୍ରଶଂସକଙ୍କୁ ପ୍ରଦାନ କରାଯିବ।

ସେମିରେ ହାରିଲେ ସାଇନା

ସେମିରେ ହାରିଲେ ସାଇନା

କୁଆଲାଲମ୍ପୁର,୧୯।୧(ପି.ଟି.)- ଏଠାରେ ଚାଲିଥିବା ସାଢ଼େ ୩ ଲକ୍ଷ ପୁରସ୍କାର ରାଶି ବିଶିଷ୍ଟ ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ ଷ୍ଟାର ଭାରତୀୟ ଖେଳାଳି ସାଇନା ନେହ୍ବାଲ ପରାସ୍ତ ହୋଇଛନ୍ତି।

ସଚିନ, କୋହଲିଙ୍କ କ୍ଲବରେ ଧୋନୀ

ସଚିନ, କୋହଲିଙ୍କ କ୍ଲବରେ ଧୋନୀ

ମେଲବୋର୍ନ,୧୯।୧- ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ ୮୭ ରନ୍‌ର ଅପରାଜିତ ଇନିଂସ ଖେଳି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଏଲାଇଟ୍‌ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। 

ଧୋନୀଙ୍କ ନାମରେ ସ୍ବତନ୍ତ୍ର ରେକର୍ଡ

ଧୋନୀଙ୍କ ନାମରେ ସ୍ବତନ୍ତ୍ର ରେକର୍ଡ

ମେଲବୋର୍ନ,୧୯।୧- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଦମ୍‌ରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜକୁ ୨-୧ ବ୍ୟବଧାନରେ ଜିତି ନେଇଛି। 

ପ୍ରଶ୍ନ ଉଠାଇଲେ ଗାଭାସ୍କର

ପ୍ରଶ୍ନ ଉଠାଇଲେ ଗାଭାସ୍କର

ମେଲବୋର୍ନ, ୧୯।୧(ପି.ଟି.)- ଅଷ୍ଟ୍ରେଲିଆରେ ପ୍ରଥମ ଥର ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ଜିତିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ କାହିଁକି ଆୟୋଜକ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ପୁରସ୍କୃତ କରାଗଲା ନାହିଁ ବୋଲି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି।

ଗ୍ରୁପ୍‌ ପର୍ଯ୍ୟାୟର ଶ୍ରେଷ୍ଠ ୧୦ ମଧ୍ୟରେ ଛେତ୍ରୀଙ୍କ ଗୋଲ

ଗ୍ରୁପ୍‌ ପର୍ଯ୍ୟାୟର ଶ୍ରେଷ୍ଠ ୧୦ ମଧ୍ୟରେ ଛେତ୍ରୀଙ୍କ ଗୋଲ

ନୂଆଦିଲ୍ଲୀ, ୧୯।୧(ପି.ଟି.)- ୟୁଏଇଠାରେ ଚାଲିଥିବା ଏସିଆନ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଥାଇଲାଣ୍ଡ ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚରେ ସୁନୀଲ ଛେତ୍ରୀଙ୍କ ଡବଲ ଗୋଲ ବଳରେ ଭାରତ ୪-୧ ବ୍ୟବଧାନରେ ବିଜୟ ହାସଲ କରିଥିଲା। 

ମୁହଁ ଖୋଲିଲେ ଶାସ୍ତ୍ରୀ

ମୁହଁ ଖୋଲିଲେ ଶାସ୍ତ୍ରୀ

ମେଲବୋର୍ନ,୧୯ା୧(ପି.ଟି.)-ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ସଫଳତା ପରେ କୋଚ ରବି ଶାସ୍ତ୍ରୀ ତାଙ୍କ ସମାଲୋଚକଙ୍କ ଉଦ୍ଦେଶ୍ୟରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯଦି ଗଠନମୂଳକ ପ୍ରସ୍ତାବ ଆସେ ତେବେ ସେ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ମାତ୍ର ସମାଲୋଚନା ଯଦି ଏଜେଣ୍ଡା ଭିତ୍ତିକ ହୁଏ ତେବେ ସେ ତାହାର ଉଚିତ୍‌ ଜବାବ ଦେବାକୁ ପଛାଇବେ ନାହିଁ। 

ଓ୍ବାର୍ମଅପ୍‌ ମ୍ୟାଚରେ ପପୁଙ୍କୁ ସଫଳତା:  ବୋର୍ଡ ସଭାପତି ଏକାଦଶ ବିଜୟୀ

ଓ୍ବାର୍ମଅପ୍‌ ମ୍ୟାଚରେ ପପୁଙ୍କୁ ସଫଳତା: ବୋର୍ଡ ସଭାପତି ଏକାଦଶ ବିଜୟୀ

କଟକ ଅଫିସ,୧୯ା୧- ତ୍ରିଭନ୍ଦ୍ରମର ସେଣ୍ଟ ଜାଭିୟର୍ସର କେସିଏ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଲାୟନ୍ସ ଓ ବୋର୍ଡ ସଭାପତି ଏକାଦଶ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି । ଦୁଇ ମ୍ୟାଚ୍‌ ବିଶିଷ୍ଟ ଏହି ୱାର୍ମଅପ ସିରିଜରେ ବୋର୍ଡ ସଭାପତି ଏକାଦଶ ଦଳ ପ୍ରଥମ ମ୍ୟାଚକୁ ୪ ଉଇକେଟରେ ଜିତିଛି । 

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌:  ସମ୍ବଲପୁର, ପୁରୀ, ଅନୁଗୋଳ, କେନ୍ଦ୍ରାପଡ଼ା ସେମିରେ

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌: ସମ୍ବଲପୁର, ପୁରୀ, ଅନୁଗୋଳ, କେନ୍ଦ୍ରାପଡ଼ା ସେମିରେ

ଭୁବନେଶ୍ୱର, ୧୯।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ର ସେମିଫାଇନାଲ ଲାଇନ୍‌ଅପ୍‌ ଧାର୍ଯ୍ୟ ହୋଇଛି। ଗ୍ରୁପ୍‌ ‘ଏ’ରୁ ସମ୍ବଲପୁର ଶୁଟର୍ସ ୮୦ ଓ ପୁରୀ ଓ୍ବେଭର୍ସ ୭୧ ଏବଂ ଗ୍ରୁପ ‘ବି’ରୁ ଅନୁଗୋଳ ଏସର୍ସ ୭୫ ଓ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ ୭୨ ପଏଣ୍ଟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ମାଲେସିଆ ମାଷ୍ଟର୍ସ: ସେମିରେ ସାଇନା, ହାରିଲେ ଶ୍ରୀକାନ୍ତ

ମାଲେସିଆ ମାଷ୍ଟର୍ସ: ସେମିରେ ସାଇନା, ହାରିଲେ ଶ୍ରୀକାନ୍ତ

କୁଆଲାଲମ୍ପୁର, ୧୮।୧(ପି.ଟି.)- ଭାରତୀୟ ଷ୍ଟାର୍‌ ଶଟ୍‌ଲର ସାଇନା ନେହ୍ବାଲ ପୂର୍ବତନ ବିଶ୍ୱ ଚାମ୍ପିୟନ ନାଜୋମି ଓକୁହାରାଙ୍କୁ ହରାଇ ଏଠାରେ ଚାଲିଥିବା ସାଢ଼େ ୩ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି।