ଖେଳ |

ଭାରତୀୟ ହକି ଦଳର ଅଭ୍ୟାସ ଆରମ୍ଭ

ଭାରତୀୟ ହକି ଦଳର ଅଭ୍ୟାସ ଆରମ୍ଭ

ଭୁବନେଶ୍ୱର, ୨୪।୧୨(କ୍ରୀଡ଼ା ପ୍ରତିନିଧି)-
ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲ ପାଇଁ ଭାରତୀୟ ଦଳର ଅଭ୍ୟାସ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଡିସେମ୍ବର ୧ରୁ ୧୦ ପର୍ଯ୍ୟନ୍ତ ହେବାକୁଥିବା ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ବୁଧବାର ଭୁବନେଶ୍ୱରରେ ପହଞ୍ଚତ୍ଥିଲା। କୋଚ୍‌ ଜୋର୍ଡ ମାରିଜନେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରଥମ ଦିବସ ଟ୍ରେନିଂ ସେସନରେ ରନିଂ, ଶାରୀରିକ ଅଭ୍ୟାସ ଏବଂ ମ୍ୟାଚ ପ୍ରାକ୍ଟିସ ଉପରେ ଗୁରୁତ୍ୱ ଦିଆଯାଇଥିଲା। ନେଦରଲାଣ୍ଡର ୪୩ ବର୍ଷୀୟ ମାରିଜନେ ସ୍ପିଡ୍‌ ଓ ଟେକ୍ନିକାଲ ଟ୍ରେନିଂ ଉପରେ ମଧ୍ୟ ଫୋକସ କରିଥିଲେ। ଖେଳାଳିମାନେ ଭାଗ ହୋଇ ପରସ୍ପର ସହ ଖେଳିଥିଲେ। ”ଆମର ପ୍ରଥମ ଅଭ୍ୟାସ ସେସନ ଏଠାରେ ଭଲ ହୋଇଛି। କଳିଙ୍ଗ ଷ୍ଟାଡିୟମ ମୋ ପାଇଁ ନୂଆ ହୋଇଥିଲେ ହେଁ ପିଲାଙ୍କ ପାଇଁ ଘରଭଳି। କାରଣ ପ୍ରାୟ ସମସ୍ତ ଖେଳାଳି ଏଠାରେ ଅନେକ ହକି ଇଣ୍ଡିଆ ଲିଗ୍‌ ମ୍ୟାଚ ଖେଳି ସାରିଛନ୍ତି। ଏଠାକାର ପିଚ୍‌ ଫାଷ୍ଟ ଅଛି, ମୁଁ ଏଭଳି ପିଚ୍‌କୁ ପସନ୍ଦ କରେ ବୋଲି ମାରିଜନେ କହିଛନ୍ତି। ବାଙ୍ଗାଲୋରରେ ଆମେ ୧୮ ଦିନ କ୍ୟାମ୍ପରେ କଟାଇଲୁ। ଏବେ ଟୁର୍ନାମେଣ୍ଟ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଖେଳର ପ୍ରଗାଢ଼ତା ବଢ଼ାଇବା ଉପରେ ଫୋକସ ରହିବ। ପିଲାମାନଙ୍କୁ ଭାଗ କରି ଛୋଟ ମ୍ୟାଚ ଖେଳାଯାଉଛି। ଏହାଦ୍ୱାରା ମ୍ୟାଚ ମୋମେଣ୍ଟମ ରହିପାରିବ ବୋଲି ସେ କହିଛନ୍ତି।
ପ୍ରତିଯୋଗିତାରେ ବିଶ୍ୱର ଶ୍ରେଷ୍ଠ ୮ଟି ଦଳ ଅଂଶଗ୍ରହଣ କରୁଥିବାବେଳେ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ। ଡିସେମ୍ବର ୧ରେ ଇଂଲଣ୍ଡ-ଜର୍ମାନୀ ମ୍ୟାଚରୁ ଟୁର୍ନାମେଣ୍ଟ ଆରମ୍ଭ ହେବ। ଚଳିତମାସ ୨୭ ତାରିଖରେ ଅଲିମ୍ପିକ୍‌ ଚାମ୍ପିୟନ ଆର୍ଜେଣ୍ଟିନା ଓ ୨୮ରେ ଇଂଲଣ୍ଡ ସହିତ ଭାରତ ଅଭ୍ୟାସ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ମୋ ପାଇଁ ପ୍ରଦର୍ଶନ ହିଁ ସବୁକିଛି। ଦୀର୍ଘଦିନପରେ ରୂପିନ୍ଦରପାଲ ସିଂ ଓ ବୀରେନ୍ଦ୍ର ଲାକ୍ରା ଦଳକୁ ଫେରିଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ପୂର୍ବରୁ ସେମାନେ ଅଧିକରୁ ଅଧିକ ମ୍ୟାଚ ଖେଳନ୍ତୁ ବୋଲି ମୁଁ ଚାହେଁ। ଇଂଲଣ୍ଡ ଆମ ଗ୍ରୁପରେ ଥିଲେ ହେଁ ଏହା ସହିତ ଅଭ୍ୟାସ ମ୍ୟାଚ ଖେଳିବାରେ କିଛି ଅସୁବିଧା ନାହିଁ। ଏହାଦ୍ୱାରା ଉଭୟ ଦଳ ପ୍ରତିପକ୍ଷର କୌଶଳକୁ ଜାଣିପାରିବେ। ଟ୍ରେନିଂରେ ପିଲାମାନେ ଯେପରି କରିଛନ୍ତି ସେଥିରେ ମୁଁ ବହୁତ ଖୁସି ବୋଲି ମାରିଜନେ କହିଛନ୍ତି।

All Right Reserved By

ଖେଳ |

ଜାତୀୟ ଜୁନିୟର ରଗ୍‌ବୀ ସେଭେନ୍ସ , ଓଡ଼ିଶା ବାଳିକାଙ୍କୁ ରୌପ୍ୟ, ବାଳକରେ ବ୍ରୋଞ୍ଜ

ଜାତୀୟ ଜୁନିୟର ରଗ୍‌ବୀ ସେଭେନ୍ସ , ଓଡ଼ିଶା ବାଳିକାଙ୍କୁ ରୌପ୍ୟ, ବାଳକରେ ବ୍ରୋଞ୍ଜ

ଭୁବନେଶ୍ୱର, ୨୨।୭(କ୍ରୀଡ଼ା ପ୍ରତିନିଧି)- ତାମିଲନାଡ଼ୁ ରଗ୍‌ବୀ ଫୁଟବଲ ୟୁନିୟନ(ଟିଏନଆରଏଫୟୁ) ଆନୁକୂଲ୍ୟରେ ମଦୁରାଇଠାରେ ରବିବାର ଜାତୀୟ ଜୁନିୟର ରଗ୍‌ବୀ ସେଭେନ୍ସ(୧୮ ବର୍ଷରୁ କମ୍‌ ) ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଛି।

ହାମିଲଟନ ଜିତିଲେ ଜର୍ମାନ ଗ୍ରାଁ ପ୍ରି

ହାମିଲଟନ ଜିତିଲେ ଜର୍ମାନ ଗ୍ରାଁ ପ୍ରି

ହକେନହେମ, ୨୨।୭- ରବିବାର ଅନୁଷ୍ଠିତ ଜର୍ମାନ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ମର୍ସିଡିଜ୍‌ ଡ୍ରାଇଭର ଲୁଇସ ହାମିଲଟନ ଓ ଭାଲଟେରି ବୋଟ୍ଟାସ ବାଜି ମାରିଛନ୍ତି। ହାମିଲଟନ ପ୍ରଥମ ସ୍ଥାନ ଅଧିକାର କରି ରେସ୍‌ ଜିତିଥିବାବେଳେ ବୋଟ୍ଟାସ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ନାଡା ପ୍ରସଙ୍ଗ , ‘ଓ୍ବେଟ୍‌ ଆଣ୍ଡ୍‌ ଓ୍ବାଚ୍‌ ପଲିସି’ ଆପଣେଇଲା ବିସିସିଆଇ

ନୂଆଦିଲ୍ଲୀ, ୨୨ା୭ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋଡର୍ର୍ (ବିସିସିଆଇ) ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ନିୟମ ପରିସରଭୁକ୍ତ ହେବା ପ୍ରସଙ୍ଗରେ ‘ଓ୍ବେଟ୍‌ ଆଣ୍ଡ୍‌ ଓ୍ବାଚ୍‌’ ନୀତି ଆପଣେଇଛି। ଏଠାରେ ରବିବାର ଅନୁଷ୍ଠିତ ବିସିସିଆଇ ବୈଠକରେ ସ୍ଥିର କରାଯାଇଛି।

ଗୁଣତିଳକା ସସ୍‌ପେଣ୍ଡ

କଲମ୍ବୋ, ୨୨ା୭ (ଏଏଫ୍‌ପି)- ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ମଧ୍ୟରେ ଦୁର୍ବ୍ୟବହାର ଅଭିଯୋଗରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଦାନୁଷ୍କା ଗୁଣତିଳକାଙ୍କୁ ଦେଶର କ୍ରିକେଟ ବୋର୍ଡ (ଏସ୍‌ଏଲସି) ଖେଳର ସମସ୍ତ ଫର୍ମାଟରୁ ସସ୍‌ପେଣ୍ଡ କରିଛି।

ଏସିଆନ ଜୁନିୟର ରେସ୍‌ଲିଂ ଅନ୍ତିମ ଦିବସରେ ରାଠି, ଦୀପକ ଜିତିଲେ ସ୍ବର୍ଣ୍ଣ

ଏସିଆନ ଜୁନିୟର ରେସ୍‌ଲିଂ ଅନ୍ତିମ ଦିବସରେ ରାଠି, ଦୀପକ ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୨ା୭ (ପି.ଟି.)-ଏସିଆନ ଜୁନିୟର ରେସ୍‌ଲିଂ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ସଚିନ ରାଠି ଓ ଦୀପକ ପୁନିୟା ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଫ୍ରିଷ୍ଟାଇଲ ବିଭାଗରେ ଭାରତ ଦୁଇଟି ବ୍ରୋଞ୍ଜ ପଦକ ପାଇବାରେ ସଫଳ ହୋଇଛି।

ଏସିଆନ୍‌ ଗେମ୍ସ ଷ୍ଟାଡିୟମ୍‌ ଭାଙ୍ଗିଲେ ଇଣ୍ଡୋନେସିଆ ଫୁଟ୍‌ବଲ ପ୍ରଶଂସକ

ଏସିଆନ୍‌ ଗେମ୍ସ ଷ୍ଟାଡିୟମ୍‌ ଭାଙ୍ଗିଲେ ଇଣ୍ଡୋନେସିଆ ଫୁଟ୍‌ବଲ ପ୍ରଶଂସକ

ପାଲେମ୍‌ବାଙ୍ଗ(ଇଣ୍ଡୋନେସିଆ), ୨୨।୭(ଏଏଫ୍‌ପି)- ଆସନ୍ତା ମାସରେ ଏସିଆନ୍‌ ଗେମ୍ସ ଆୟୋଜନ କରିବାକୁ ଥିବା ଇଣ୍ଡୋନେସିଆର ଚାଓସସ୍ଥିତ ଗେଲୋରା ଶ୍ରୀଓ୍ବିଜା ଷ୍ଟାଡିୟମ୍‌ ପରିସରରେ କେତେକ କ୍ରୋଧାନ୍ବିତ ଫୁଟ୍‌ବଲ ପ୍ରଶଂସକ ଭଙ୍ଗାରୁଜା କରିଛନ୍ତି।

ପାକିସ୍ତାନର କ୍ଲିନ୍‌ ସୁଇପ୍‌ , ଜମାନଙ୍କ ବିଶ୍ୱ ରେକର୍ଡ

ପାକିସ୍ତାନର କ୍ଲିନ୍‌ ସୁଇପ୍‌ , ଜମାନଙ୍କ ବିଶ୍ୱ ରେକର୍ଡ

ବୁଲାଓ୍ବାୟୋ,୨୨।୭(ପି.ଟି.)- ସ୍ଥାନୀୟ କୁଇନ୍ସ ସ୍ପୋଟର୍‌ସ କ୍ଲବ୍‌ଠାରେ ରବିବାର ଅନୁଷ୍ଠିତ ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ମ୍ୟାଚ୍‌କୁ ପାକିସ୍ତାନ ଦଳ ୧୩୧ ରନ୍‌ରେ ଜିତି ନେଇଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଭ୍ରମଣକାରୀ ଦଳ ୫-୦ ବ୍ୟବଧାନରେ ଜିତି କ୍ଲିନ୍‌ ସୁଇପ୍‌ ହାସଲ କରିଛି।

ଲକ୍ଷ୍ୟଙ୍କୁ ପୁରସ୍କୃତ କରିବ ବାଇ

ଲକ୍ଷ୍ୟଙ୍କୁ ପୁରସ୍କୃତ କରିବ ବାଇ

ନୂଆଦିଲ୍ଲୀ,୨୨।୭- ଭାରତୀୟ ଯୁବ ଶଟଲର ଲକ୍ଷ୍ୟ ସେନ ୨୧-୧୬, ୨୧-୧୮ ଗେମ୍‌ରେ ଶୀର୍ଷ ସିଡ୍‌ କୁନଲାଭୁତ ଭିତିଦସରନଙ୍କୁ ହରାଇ ଏସିଆନ ଜୁନିୟର ଚାମ୍ପିୟନଶିପ ଟାଇଟଲ ହାସଲ କରିଛନ୍ତି। ସେ ୩ୟ ଭାରତୀୟ ଭାବେ ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ସଫଳତା ଲାଗି ତାଙ୍କୁ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବାଇ) ପକ୍ଷରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ମହିଳା ହକି ବିଶ୍ୱକପ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ବିଜୟୀ

ମହିଳା ହକି ବିଶ୍ୱକପ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ବିଜୟୀ

ଲଣ୍ଡନ, ୨୨।୭- ମହିଳା ହକି ବିଶ୍ୱକପର ରବିବାର ଅନୁଷ୍ଠିତ ମ୍ୟାଚରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛନ୍ତି। ଲୀ ଭାଲି ହକି ଆଣ୍ଡ ଟେନିସ ସେଣ୍ଟରରେ ଅନୁଷ୍ଠିତ ଏକ ପୁଲ‘ସି’ ମ୍ୟାଚରେ ଆର୍ଜେଣ୍ଟିନା ୬-୨ ଗୋଲରେ ସ୍ପେନକୁ ଓ ଅଷ୍ଟ୍ରେଲିଆ ୩-୨ ଗୋଲରେ ଏସୀୟ ଦଳ ଜାପାନକୁ ହରାଇ ଏହାର ଅଭିଯାନ ଆରମ୍ଭ ଦେଇଛନ୍ତି।

୧୭ ବର୍ଷରୁ କମ୍‌ ମହିଳା ବ୍ରିକ୍ସ କପ୍‌ ଫୁଟବଲ: ଚାଇନାଠାରୁ ହାରିଲା ଭାରତ

୧୭ ବର୍ଷରୁ କମ୍‌ ମହିଳା ବ୍ରିକ୍ସ କପ୍‌ ଫୁଟବଲ: ଚାଇନାଠାରୁ ହାରିଲା ଭାରତ

ନୂଆଦିଲ୍ଲୀ, ୨୨।୭(ପି.ଟି.)- ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚାଲିଥିବା ବ୍ରିକ୍ସ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଦଳ ଚାଇନାଠାରୁ ୨-୧ ଗୋଲରେ ପରାସ୍ତ ହୋଇଛି। ଭାରତର ମନୀଷା ଫ୍ରି କିକ୍‌ ମାଧ୍ୟମରେ ୨୫ତମ ମିନିଟ୍‌ରେ ଗୋଲ ଦେଇ ଅଗ୍ରଣୀ କରାଇଥିଲେ। ୪୨ତମ ମିନିଟରେ ଆଉ ଏକ ସୁଯେଗ ମିଳିଥିଲେ ମଧ୍ୟ ଭାରତ ଏହାକୁ ଗୋଲରେ ପରିଣତ କରିପାରି ନ ଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଚାଇନା ପ୍ରତ୍ୟାବର୍ତ୍ତନ କରି ଦୁଇଟି ଗୋଲ ଦେବା ସହ ଭାରତ ହାତରୁ ମ୍ୟାଚ୍‌ ଛଡାଇ ନେଇଥିଲା।

ଏସିଆନ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌:  ୫୩ ବର୍ଷ ପରେ ଲକ୍ଷ୍ୟ ଜିତିଲେ ଟାଇଟଲ

ଏସିଆନ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌: ୫୩ ବର୍ଷ ପରେ ଲକ୍ଷ୍ୟ ଜିତିଲେ ଟାଇଟଲ

ନୂଆଦିଲ୍ଳୀ,୨୨।୭(ପି.ଟି.)- ଭାରତର ଲକ୍ଷ୍ୟ ସେନ୍‌ ଇତିହାସ ସୃଷ୍ଟି କରିଛନ୍ତି। ଜାକର୍ତ୍ତାରେ ଖେଳାଯାଇଥିବା ଏସିଆନ୍‌ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ସେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସେ ଟପ୍‌ ସିଡ୍‌ ତଥା ବିଶ୍ୱର ୧ ନମ୍ବର ଖେଳାଳି ଥାଇଲାଣ୍ଡର କୁନଲାଭୁଟ୍‌ ଭିଟିଡଶରନଙ୍କୁ ୨୧-୧୯, ୨୧- ୧୮ରେ ହରାଇ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଦୀର୍ଘ ୫୩ ବର୍ଷ ପରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଲକ୍ଷ୍ୟ ଏହି ଟୁର୍ନାମେଣ୍ଟ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି।

ଏଟିପି ଓ୍ବାଲର୍‌ଡ ଟୁର ଫାଇନାଲରେ ରାମକୁମାର

ଏଟିପି ଓ୍ବାଲର୍‌ଡ ଟୁର ଫାଇନାଲରେ ରାମକୁମାର

ନୂଆଦିଲ୍ଲୀ, ୨୨।୭(ପି.ଟି.)- ଆମେରିକାର ନ୍ୟୁପୋର୍ଟଠାରେ ଚାଲିଥିବା ହଲ୍‌ ଅଫ୍‌ ଫେମ୍‌ ଓପନ୍‌ ଏଟିପି ଓ୍ବାଲର୍‌ଡ ଟୁର ଟୁର୍ନାମେଣ୍ଟରେ ଭାରତର ରାମକୁମାର ରାମନାଥନ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ଚେନ୍ନାଇର ୨୩ ବର୍ଷୀୟ ରାମକୁମାର ୬-୪, ୭-୫ ସେଟରେ ଆମେରିକାର ଟିମ୍‌ ମିଜେକଙ୍କୁ ପରାସ୍ତ କରି ପ୍ରଥମଥର ପାଇଁ ଏଟିପି ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ