ଖେଳ |

ଜାତୀୟ ଟେନିକଏଟ୍‌ ଚାମ୍ପିୟନଶିପ୍‌:ତାମିଲନାଡୁ ଚାମ୍ପିୟନ

ଜାତୀୟ ଟେନିକଏଟ୍‌ ଚାମ୍ପିୟନଶିପ୍‌:ତାମିଲନାଡୁ ଚାମ୍ପିୟନ

କଟକ ଅଫିସ, ୨୪।୧୧-ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ ଠାରେ ଓଡ଼ିଶା ଆମେଚର ଟେନିକଏଟ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୪୨ତମ ସିନିୟର ପୁରୁଷ ଓ ମହିଳା ଜାତୀୟ ଟେନିକୋଏଟ୍‌ ଚାମ୍ପିୟନଶିପ୍‌ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ତାମିଲନାଡୁ ୨୦ ପଏଣ୍ଟ ସହ ଦଳଗତ ଚାମ୍ପିୟନ ହୋଇଛି। କେରଳ ୧୭ ପଏଣ୍ଟ ପାଇ ରନର୍ସ ଅପ୍‌ ହୋଇଛି। କେବଳ ପୁରୁଷ ବିଭାଗରେ କର୍ନାଟକ ପଏଣ୍ଟ ତାଲିକାର ଆଗରେ ରହିଥିବା ବେଳେ କେରଳ ଦ୍ୱିତୀୟ ଓ ତାମିଲନାଡୁ ୩ୟ ସ୍ଥାନରେ ରହିଥିଲା। ମହିଳା ବିଭାଗରେ ତାମିଲନାଡୁ ପ୍ରଥମ, ପଣ୍ଡିଚେରୀ ଦ୍ୱିତୀୟ ଓ କେରଳ ତୃତୀୟ ସ୍ଥାନରେ ରହିଥିଲେ। ସିଙ୍ଗଲ୍ସ ପୁରୁଷ ବିଭାଗରେ ପଣ୍ଡିଚେରୀର କେ. ଗୋବିନ୍ଦ ରାଜନ ଓ ସିଙ୍ଗଲ୍ସ ମହିଳା ବିଭାଗରେ ତାମିଲନାଡୁର ଏ.ରମୟା ଚାମ୍ପିୟନ ହୋଇଛନ୍ତି। ଡବଲ୍ସ ପୁରୁଷରେ ଲକ୍ଷ୍ମଣ ଓ ରାଜଶେଖରନ୍‌ଙ୍କ ଯୋଡ଼ି, ଡବଲ୍ସ ମହିଳାରେ ଐଶ୍ୱର୍ଯ୍ୟା ମାହୁ ଓ ଟି.ଭି ଅମୃଷାଙ୍କ ଯୋଡ଼ି ଚାମ୍ପିୟନ ହୋଇଛନ୍ତି। ମିକ୍ସଡ ଡବଲ୍ସରେ କେରଳର ଅନୁ ପ୍ରକାଶ ଓ ସିନୁଙ୍କ ଯୋଡ଼ି ଚାମ୍ପିୟନ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଆସୋସିଏଶନ ସଭାପତି ଅମରପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଟକ ଜିଲାପାଳ ସୁଶାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉତ୍ସବରେ ଆସୋସିଏଶନ ସମ୍ପାଦକ ଏସ୍‌.କେ ସିହ୍ନା, ସାଙ୍ଗଠନିକ ସମ୍ପାଦକ ଗୋଲକ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ପି.କେ. ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ୨୪ଟି ରାଜ୍ୟର ୪୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା।

All Right Reserved By

ଖେଳ |

ଫାରୁକ ଅବଦୁଲାଙ୍କ ଫ୍ରଡ ମାମଲା: ଚାର୍ଜସିଟ୍‌ ଦାଖଲା କଲା ସିବିଆଇ

ଫାରୁକ ଅବଦୁଲାଙ୍କ ଫ୍ରଡ ମାମଲା: ଚାର୍ଜସିଟ୍‌ ଦାଖଲା କଲା ସିବିଆଇ

ନୂଆଦିଲ୍ଲୀ,୧୭।୭- ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏଶନ(ଜେକେସିଏ)ରୁ ୨୦୦୨ରୁ ୨୦୧୨ ମଧ୍ୟରେ ୪୩ କୋଟି ଟଙ୍କାର ଫ୍ରଡ ଘଟଣାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ଓ ଅନ୍ୟ ତିନିଜଣଙ୍କ ନାମରେ କେନ୍ଦୀୟ କ୍ରାଇମ ବ୍ରାଞ୍ଚ (ସିବିଆଇ) ଚାର୍ଜସିଟ ଦାଖଲ କରିଛି।

ଅନ୍ତିମ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ

ଲିଡ୍ସ,୧୭।୭- ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇୟାନ ମୋର୍ଗାନ ଟସ୍‌ ଜିଣି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି।

ବାର୍ସିଲୋନା କ୍ଲବର ରେକର୍ଡ ଆୟ

ବାର୍ସିଲୋନା କ୍ଲବର ରେକର୍ଡ ଆୟ

ବାର୍ସିଲୋନା,୧୭।୭- ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ କ୍ଲବ ଏଫ୍‌ସି ବାର୍ସିଲୋନା ୨୦୧୭-୧୮ ସିଜନରେ ୯୧୪ ନିୟୁତ ୟୁରୋ ଆୟ କରିଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୬,୨୫୧ କୋଟିରୁ ଊର୍ଦ୍ଧ୍ୱ।

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ: ୫ମକୁ ଉଠିଲା ଭାରତ

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ: ୫ମକୁ ଉଠିଲା ଭାରତ

ନୂଆଦିଲ୍ଲୀ,୧୭।୭(ପି.ଟି.)- ପୁରୁଷ ହକି ଓ୍ବାଲର୍‌ଡ ର଼୍ୟାଙ୍କିଙ୍ଗ୍‌ (ଏଫ୍‌ଆଇଏଚ୍‌)ରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିଛି। ଫଳରେ ସଦ୍ୟ ପ୍ରକାଶିତ ଏଫ୍‌ଆଇଏଚ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦଳ ୫ମ ସ୍ଥାନ ଅଧିକାର କରିଛି।

ଫିଫା ବିଶ୍ୱକପ୍‌ ଫାଇନାଲ:  ଗ୍ରାଉଣ୍ଡ ମଧ୍ୟରେ ପ୍ରବେଶକାରୀଙ୍କୁ ୧୫ ଦିନ ଜେଲ

ଫିଫା ବିଶ୍ୱକପ୍‌ ଫାଇନାଲ: ଗ୍ରାଉଣ୍ଡ ମଧ୍ୟରେ ପ୍ରବେଶକାରୀଙ୍କୁ ୧୫ ଦିନ ଜେଲ

ମସ୍କୋ,୧୭।୭- ରବିବାର ଫିଫା ବିଶ୍ୱକପ୍‌ ଫାଇନାଲବେଳେ ଗ୍ରାଉଣ୍ଡରେ ପ୍ରବେଶ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ୧୫ ଦିନ ଲାଗି ଜେଲ ପଠାଇଛନ୍ତି ମସ୍କୋ କୋର୍ଟ। ଉକ୍ତ ମହିଳା ନକଲି ପୋଲିସ ପୋଷାକ ପିନ୍ଧି ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ କରିଥିଲେ।

ଅଷ୍ଟ୍ରେଲିଆ ଫୁଟ୍‌ବଲର କାହିଲଙ୍କ ଅବସର

ଅଷ୍ଟ୍ରେଲିଆ ଫୁଟ୍‌ବଲର କାହିଲଙ୍କ ଅବସର

ସିଡ୍‌ନୀ,୧୭।୭(ଏଏଫ୍‌ପି)- ଅଷ୍ଟ୍ରେଲିଆ ଦଳର ସର୍ବକାଳୀନ ଗୋଲ ସ୍କୋରର ଟିମ୍‌ କାହିଲ ଅନ୍ତର୍ଜାତୀୟ ଫୁଟ୍‌ବଲରୁ ମଙ୍ଗଳବାର ଅବସର ନେଇଛନ୍ତି। ସର୍ବାଧିକ ୪ଟି ବିଶ୍ୱକପ୍‌ ଖେଳିଥିବା କାହିଲ ମୋଟ ଉପରେ ୧୦୭ ଥର ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେ ୫୦ଟି ଅନ୍ତର୍ଜାତୀୟ ଗୋଲ କରିଛନ୍ତି।

ସ୍ବଦେଶ ଫେରିଲେ ଶାମସି

ସ୍ବଦେଶ ଫେରିଲେ ଶାମସି

କଲମ୍ବୋ,୧୭।୭- ଶ୍ରୀଲଙ୍କା ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ଦଳର ସ୍ପିନର ତାବ୍ରିଜ ଶାମସି ଟେଷ୍ଟ ସିରିଜ୍‌ ମଧ୍ୟରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାରିବାରିକ କାରଣ ଦର୍ଶାଇ ସେ ଦ. ଆଫ୍ରିକା ଗସ୍ତ କରିଛନ୍ତି।

ଇଣ୍ଡିଜ୍‌ ଦିନିକିଆ ଦଳକୁ ଫେରିଲେ ରସେଲ

ଇଣ୍ଡିଜ୍‌ ଦିନିକିଆ ଦଳକୁ ଫେରିଲେ ରସେଲ

କିଙ୍ଗ୍‌ଷ୍ଟନ,୧୭।୭- ବାଂଲାଦେଶ ବିପକ୍ଷ ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଲାଗି ଇଣ୍ଡିଜ୍‌ ଦଳ ଘୋଷଣା ହୋଇଯାଇଛି। ଏହି ଦଳରେ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ସ୍ଥାନ ପାଇଛନ୍ତି। ସେ ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ଜାତୀୟ ଦିନିକିଆ ଦଳକୁ ଫେରିଛନ୍ତି।

ଇଂଲଣ୍ଡ ଦିନିକିଆ ଦଳରେ ସାମ ବିଲିଙ୍ଗ୍‌ସ

ଇଂଲଣ୍ଡ ଦିନିକିଆ ଦଳରେ ସାମ ବିଲିଙ୍ଗ୍‌ସ

ଲଣ୍ଡନ,୧୭।୭- ଇଂଲଣ୍ଡ ଓପନର ଜାସନ ରୟ ଆହତ ହେବା ପରେ ଇଂଲଣ୍ଡ ଦଳରେ ପରିିବର୍ତ୍ତନ ଦେଖାଦେଇଛି। ପ୍ରଥମେ ତାଙ୍କ ବଦଳରେ ଜେମ୍ସ ଭିନ୍ସିଙ୍କୁ ଦଳରେ ସ୍ଥାନ ମିଳିବା ପରେ ଏବେ ଅତିରିକ୍ତ ବ୍ୟାଟ୍ସମ୍ୟାନ ଭବେ ସାମ ବିଲିଙ୍ଗ୍‌ସଙ୍କୁ ସୋମବାର ଦଳରେ ସାମିଲ କରାଯାଇଛି।

ଦେଶ ପାଇଁ ଗୌରବ ଆଣିଲେ ବବୁଲୁ

ଦେଶ ପାଇଁ ଗୌରବ ଆଣିଲେ ବବୁଲୁ

ଯୋଡ଼ା,୧୭।୭(ଡି.ଏନ.ଏ.): ବ୍ରାଜିଲଠାରେ ଅନୁଷ୍ଠିତ ବିଶ୍ୱ ଉସୁ ଚାମ୍ପିୟନସିପରେ ଓଡ଼ିଆ ବାଳକ ବବୁଲୁ ମୁଣ୍ଡା ରୌପ୍ୟ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଛନ୍ତି। ବ୍ରାଜିଲର ବ୍ରାସିଲିଆଠାରେ ଜୁଲାଇ ୧୦ରୁ ୧୬ ମଧ୍ୟରେ ଅନୁଷ୍ଠିତ ବିଶ୍ୱ ଉସୁ ଚାମ୍ପିୟନସିପରେ ୪୨ ବର୍ଷ ସବ ଜୁନିୟର ବିଭାଗରେ ସେ ଉକ୍ତ ପଦକ ପାଇଛନ୍ତି।

କୁକ୍‌ଙ୍କ ଅପରାଜିତ ଶତକ

କୁକ୍‌ଙ୍କ ଅପରାଜିତ ଶତକ

ଓ୍ବସେଷ୍ଟର, ୧୭।୭(ପି.ଟି.)- ଆସନ୍ତା ମାସରୁ ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଅଭିଜ୍ଞ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଲ୍‌ଷ୍ଟର କୁକ୍‌ ଶତକ ହାସଲ କରି ଫର୍ମରେ ଥିବାର ସୂଚନା ଦେଇଛନ୍ତି।

ଜମାନଙ୍କ ଶତକ: ପାକିସ୍ତାନ ବିଜୟୀ

ଜମାନଙ୍କ ଶତକ: ପାକିସ୍ତାନ ବିଜୟୀ

ବୁଲାଓ୍ବାୟୋ, ୧୭।୭(ଏଏଫ୍‌ପି)- ଘରୋଇ ଜିମ୍ବାଓ୍ବେ ବିପକ୍ଷରେ ସୋମବାର ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌କୁ ପାକିସ୍ତାନ ୯ ଉଇକେଟ୍‌ରେ ଜିତିନେଇଛି। ପାକିସ୍ତାନ ଓପନର୍‌ ଫାଖର ଜମାନଙ୍କ ଅପରାଜିତ ଶତକ ମ୍ୟାଚ୍‌ର ଉଲ୍ଲେଖନୀୟ ଘଟଣା ରହିଥିଲା।

Model This Week

ରୂପେଶ