ଅନ୍ତର୍ଜାତୀୟ |

ଆତ୍ମଘାତୀ ବିସ୍ଫୋରଣରେ ପାକିସ୍ତାନ ପୋଲିସ ଏଆଇଜି ମୃତ

ଆତ୍ମଘାତୀ ବିସ୍ଫୋରଣରେ ପାକିସ୍ତାନ ପୋଲିସ ଏଆଇଜି ମୃତ

ପେଶାଓ୍ବର,୨୪।୧୧: ପେଶାଓ୍ବରର ହୟାତାବାଦ ଅଞ୍ଚଳରେ ଶୁକ୍ରବାର ଏକ ଆତ୍ମଘାତୀ ବିସ୍ଫୋରଣରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୬ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଅତିରିକ୍ତ ପୋଲିସ ଅଧିକାରୀ କାର୍ଯ୍ୟାଳୟରୁ ବାହାରୁ ଥିବା ସମୟରେ ମୋଟରସାଇକେଲରେ ଥିବା ଆତ୍ମଘାତୀ ବିସ୍ଫୋରଣକାରୀ ପୋଲିସ ଗାଡି ସହ ଧକା ହେବାରୁ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଗନ୍‌ମ୍ୟାନଙ୍କ ସହ ଏଆଇଜିଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସେହି ବାଟ ଦେଇ ଯାଉଥିବା ଅନ୍ୟ ଗାଡିଗୁଡିକର କାଚ ଭାଙ୍ଗି ଯିବା ସହ ନିକଟରେ ଥିବା ଗଛରେ ନିଆଁ ଲାଗି ଯାଇଥିଲା। ଏ ପର୍ଯ୍ୟନ୍ତ ଏଥିପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।

All Right Reserved By

ଅନ୍ତର୍ଜାତୀୟ |

ଆମେରିକାରେ ଓଲଟିଲା ପର୍ଯ୍ୟଟନ ବୋଟ୍‌: ୮ ମୃତ

ଆମେରିକାରେ ଓଲଟିଲା ପର୍ଯ୍ୟଟନ ବୋଟ୍‌: ୮ ମୃତ

ନ୍ୟୁୟର୍କ,୨୦।୭: ଆମେରିକାର ମିସୌରୀ ରାଜ୍ୟରେ ଏକ ପର୍ଯ୍ୟଟନ ଡଙ୍ଗା ଓଲଟି ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭିଏତନାମ୍‌ରେ ଟାଇଫୁନ୍‌ ‘ସୋନ୍‌ ତିହ୍ନ’ର ତାଣ୍ଡବ: ୨ ମୃତ

ଭିଏତନାମ୍‌ରେ ଟାଇଫୁନ୍‌ ‘ସୋନ୍‌ ତିହ୍ନ’ର ତାଣ୍ଡବ: ୨ ମୃତ

ହନୋଇ,୨୦।୭: ଭିଏତନାମ୍‌ରେ ଟାଇଫୁନ୍‌ ‘ସୋନ୍‌ ତିହ୍ନ’ ତାଣ୍ଡବ ରଚିଛି। ଶୁକ୍ରବାର ଏହା ଭିଏତନାମ୍‌ ଉପକୂଳ ଛୁଇଁବା ପରେ ଥାନ୍‌ ହୋଆ ପ୍ରଦେଶରେ ଧାରଣ କରିଛି ଉଗ୍ରରୂପ।

ପ୍ରଥମ ଥର ଲାଗି ଜେଲ୍‌ରେ କଥାହେଲେ ମରିୟମ, ନଓ୍ବାଜ

ପ୍ରଥମ ଥର ଲାଗି ଜେଲ୍‌ରେ କଥାହେଲେ ମରିୟମ, ନଓ୍ବାଜ

ଇସ୍‌ଲାମାବାଦ,୨୦।୭: ଏଓ୍ବେନଫିଲ୍ଡ ପ୍ରପର୍ଟିଜ୍‌ ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଓ ତାଙ୍କ ଝିଅ ମରିୟମ ଶୁକ୍ରବାର ପରସ୍ପର ସହ କଥା ହୋଇଥିବା ଜଣାପଡିଛି।

ଯୌନଶୋଷଣ ଏକ ମାନସିକ ରୋଗ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଯୌନଶୋଷଣ ଏକ ମାନସିକ ରୋଗ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା/ନୂଆଦିଲ୍ଲୀ,୨୦।୭: ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଯୌନଶୋଷଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଜାତିସଂଘର ଚିନ୍ତା ବଢ଼ିବାରେ ଲାଗିଛି। ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଯୌନଶୋଷଣକୁ ଏକ ମାନସିକ ରୋଗଭାବେ ସୂଚିତ କରାଯାଇଛି।

୧୧୩ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ବୋଝେଇ ହୋଇଛି ୨ ଶହ ଟନ୍‌ ସୁନା ବିସ୍କୁଟ

୧୧୩ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ବୋଝେଇ ହୋଇଛି ୨ ଶହ ଟନ୍‌ ସୁନା ବିସ୍କୁଟ

ସିଓଲ,୨୦।୭: ଦକ୍ଷିଣ କୋରିଆ ଓଲୁଂଗଡୋ ଦ୍ୱୀପଠାରେ ୧୧୩ବର୍ଷ ତଳେ ବୁଡ଼ିଥିବା ଏକ ଜାହାଜର ସନ୍ଧାନ ମିଳିଛି। ରୁଷିଆର ଏହି ଜାହାଜ ୧୯୦୫ରେ ବୁଡ଼ିଯାଇଥିଲା।

୧୫୬ ଅନୁପ୍ରବେଶକାରୀ ଉଦ୍ଧାର

୧୫୬ ଅନୁପ୍ରବେଶକାରୀ ଉଦ୍ଧାର

ତ୍ରିପୋଲି, ୨୦।୭: ଲିବିଆର ଉତ୍ତର-ପଶ୍ଚିମ ଅଞ୍ଚଳରେ ୧୫୬ ଜଣ ଅନୁପ୍ରବେଶକାରୀଙ୍କୁ ନୌସେନା ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୨୪ ଜଣ ମହିଳା ଏବଂ ୧୦ ଜଣ ଛୋଟ ପିଲା ରହିଛନ୍ତି।

ନେପାଳ ସୀମାରୁ ୩ ଭାରତୀୟ ଗିରଫ

ନେପାଳ ସୀମାରୁ ୩ ଭାରତୀୟ ଗିରଫ

କାଠମାଣ୍ଡୁ,୧୯।୭: ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୁନା ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗୁରୁବାର ୩ ଭାରତୀୟଙ୍କୁ ଗିରଫ କରାଯାଇଛି।

ଗଣମାଧ୍ୟମ ସାମ୍ନାକୁ ଆସିଲେ ଗୁମ୍ପାରୁ ବାହାରିଥିବା ଫୁଟବଲ ଖେଳାଳି

ଗଣମାଧ୍ୟମ ସାମ୍ନାକୁ ଆସିଲେ ଗୁମ୍ପାରୁ ବାହାରିଥିବା ଫୁଟବଲ ଖେଳାଳି

ବ୍ୟାଙ୍କକ୍‌,୧୯।୭: ଥାଇଲାଣ୍ଡର ଥାମ ଲୁଆଙ୍ଗ ଗୁମ୍ଫାରେ ଦୀର୍ଘ ୧୮ ଦିନ ପରେ ନୂଆ ଜୀବନ ପାଇଥିବା ୧୨ ଜଣ ଖେଳାଳି ଓ ତାଙ୍କ କୋଚ୍‌ ପ୍ରଥମ ଥର ଲାଗି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି।

ପାକିସ୍ତାନ ମାଗୁଛି ଚାନ୍ଦା

ପାକିସ୍ତାନ ମାଗୁଛି ଚାନ୍ଦା

ଇସଲାମାବାଦ,୧୯।୭: ନିଜକୁ ଏକ ଶକ୍ତିଶାଳୀ ପରମାଣୁ ଦେଶଭାବେ ପରିଚୟ ଦେଉଥିବା ପାକିସ୍ତାନର ଅସଲ ଚେହେରା ପଦାକୁ ଆସିଛି। ଡ୍ୟାମ୍‌ ନିର୍ମାଣ କରିବାକୁ ଏବେ ପାକିସ୍ତାନ ଚାନ୍ଦା ଆଦାୟ କରୁଥିବା ଜଣାପଡିଛି।

ଗୁଗୁଲ ଉପରେ ୩୪ ହଜାର କୋଟି ଜରିମାନା

ଗୁଗୁଲ ଉପରେ ୩୪ ହଜାର କୋଟି ଜରିମାନା

ବ୍ରସେଲ୍ସ,୧୯।୭: ଗୁଗୁଲ ଉପରେ ୩୪ ହଜାର କୋଟି ଟଙ୍କାର ଜରିମାନା ଲଗାଇଛି ୟୁରୋପିଆନ୍‌ ୟୁନିଅନ(ଇୟୁ)। ଆଣ୍ଡ୍ରଏଡ୍‌ ମୋବାଇଲ୍‌ ସିଷ୍ଟମରେ ସହାତାରେ ସମାଜରେ ଏକ ପ୍ରତିଦ୍ୱନ୍ଦ୍ୱୀତାମୂଳକ ପରିବେଶ ସୃଷ୍ଟି କରିବା ଅଭିଯୋଗ ଆଧାରରେ ଏପରି କରାଯାଇଛି।

ପାକିସ୍ତାନ ନିର୍ବାଚନ ରାଲିରେ ଭାଙ୍ଗିଲା ମଞ୍ଚ

ପାକିସ୍ତାନ ନିର୍ବାଚନ ରାଲିରେ ଭାଙ୍ଗିଲା ମଞ୍ଚ

ଇସ୍‌ଲାମାବାଦ,୧୯।୭: ପାକିସ୍ତାନରେ ଆସନ୍ତା ୨୫ରେ ହେବାକୁ ଥିବା ନିର୍ବାଚନକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଏବେ ସବୁ ରାଜନୈତିକ ଦଳ ନିଜ ନିଜ ପ୍ରଚାରରେ ବ୍ୟସ୍ତ ଅଛନ୍ତି।

୩୨ କିଲୋମିଟର ଚାଲି ଜିତିଲେ ବସ୍‌ଙ୍କ ହୃଦୟ

୩୨ କିଲୋମିଟର ଚାଲି ଜିତିଲେ ବସ୍‌ଙ୍କ ହୃଦୟ

ପେଲ୍‌ହାମ୍‌,୧୯।୭: ଓ୍ବାଲଟର କର୍ର ନାମକ ଅମ୍ବାଲା ପେଲ୍‌ହାମ୍‌ର ଜଣେ ଛାତ୍ର ଚାକିରିର ପ୍ରଥମ ଦିନରେ ଜିତି ନେଇଛନ୍ତି କମ୍ପାନୀ ମାଲିକଙ୍କ ହୃଦୟ। ଚାକିରିର ପ୍ରଥମ ଦିନରେ ହିଁ ମାଲିକ ତାଙ୍କୁ ଉପହାର ସ୍ବରୂପ ଏକ ଫୋର୍ଡ କାର୍‌ ଦେଇଛନ୍ତି।

Model This Week

ରୂପେଶ