ସମ୍ପାଦକୀୟ |

ବୁଲେଟ୍‌ ଟ୍ରେନ୍‌ ବନାମ ରେଳ ସୁରକ୍ଷା

ବୁଲେଟ୍‌ ଟ୍ରେନ୍‌ ବନାମ ରେଳ ସୁରକ୍ଷା
ଡ.ନିଖିଳାନନ୍ଦ ପାଣିଗ୍ରାହୀ ଆମେ ବୁଲେଟ୍‌ ଟ୍ରେନ ଚାହୁଁ ନାହୁଁ। ଆମକୁ ଏକ ସୁରକ୍ଷିତ ରେଳଯାତ୍ରା ଯୋଗାଇ ଦିଆଗଲେ ଆମେ ଉପକୃତ ହେବୁ- ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯେଉଁ ଦରଖାସ୍ତଟି ପଠାଇବାକୁ ପ୍ରସ୍ତୁତ ହୋଇଛି, ସେଥିରେ ସେପ୍ଟେମ୍ବର ୨୦୧୭ ସୁଦ୍ଧା ଅତି ଅଳ୍ପ ସମୟ ମଧ୍ୟରେ ପାଞ୍ଚ ହଜାର ବ୍ୟକ୍ତି ଦସ୍ତଖତ କରିସାରିଲେଣି। ଏହି ଉଦ୍ଧୃତିର ପୃଷ୍ଠଭୂମିରେ ରହିଛି ବମ୍ବେର ରୁଇଆ କଲେଜରେ ଅଧ୍ୟୟନରତ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଶ୍ୱେତା ଚୌହାନଙ୍କ ମର୍ମ ବେଦନାର ସାରମର୍ମ। ଶ୍ୱେତାଙ୍କ ଜଣେ ଛାତ୍ରବନ୍ଧୁ ୨୦ ସେପ୍ଟେମ୍ବରରେ ସେଠାକାର ଲୋକାଲ ଟ୍ରେନରୁ ଖସି ପ୍ରାଣ ହରାଇବା ପରେ ସେ ଏମିତି ଭାଙ୍ଗିପଡିଛନ୍ତି। ଏକ ହିସାବରୁ ଜଣାଯାଏ ଯେ, ବମ୍ବେ ଲୋକାଲ ଟ୍ରେନ୍‌ର ଯାତ୍ରୀମାନଙ୍କ ମଧ୍ୟରୁ ଦୈନିକ ୯ଜଣ ବ୍ୟକ୍ତି ଦୁର୍ଘଟଣାବଶତଃ ମୃତ୍ୟୁମୁଖରେ ପଡନ୍ତି। ରେଳଯାତ୍ରୀଙ୍କ ନିରାପତ୍ତା ନିଶ୍ଚୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। କିନ୍ତୁ ବୁଲେଟ୍‌ ଟ୍ରେନ୍‌ ବି ଅଲୋଡ଼ା ନୁହେଁ। ଦୁଃଖ ଓ ଆବେଗରେ ଉଦ୍‌ବେଳିତ ହୋଇ ଛାତ୍ରୀ ଜଣକ ଯେଉଁ ଆବେଦନ କରିଛି ତାହା ବିସ୍ମୟଜନକ ନୁହେଁ। ପୁରୁଖା ନେତା ଏବଂ ଶାସନରେ ଅଭିଜ୍ଞତାସମ୍ପନ୍ନ ଜଣେ ପୂର୍ବତନ ଅର୍ଥମନ୍ତ୍ରୀ, କଂଗ୍ରେସ ଦଳର ପି. ଚିଦାମ୍ବରମ ବମ୍ବେ ରେଲ୍‌ଓ୍ବେ ଫୁଟ୍‌ ଓଭର୍‌ବ୍ରିଜ୍‌ରେ ଦଳାଚକଟାଜନିତ ୨୩ଜଣଙ୍କ ମୃତ୍ୟୁ (୨୯ ସେପ୍ଟେମ୍ବର ୨୦୧୭) ସମ୍ପର୍କରେ କହିଛନ୍ତି, କେନ୍ଦ୍ରର ବୁଲେଟ୍‌ ଟ୍ରେନ୍‌ ଯୋଗୁ ସୁରକ୍ଷା ସମେତ ସବୁ କିଛି ନଷ୍ଟ ହୋଇଯିବ। ତତ୍‌ସହ ସେ ନୈରାଶ୍ୟଜନକ ଭବିଷ୍ୟବାଣୀ ଶୁଣାଇଥିଲେ ଯେ, ଏହି ବୁଲେଟ୍‌ ଟ୍ରେନ୍‌ର ଅବସ୍ଥା ବିମୁଦ୍ରାୟନ ପରି (ଦୁର୍ଦ୍ଦଶାଗ୍ରସ୍ତ) ହେବ। ବୁଲେଟ୍‌ ଟ୍ରେନ୍‌ ପାଇଁ ପ୍ରକଳ୍ପ ଖର୍ଚ୍ଚ ୧,୧୦,୦୦୦ କୋଟି ଟଙ୍କା ଧାର୍ଯ୍ୟ ହୋଇଛି। ଜାପାନ ମାତ୍ର ଶତକଡା ୦.୧ ସୁଧ ହାରରେ ଭାରତକୁ ଏହି ଋଣ ଦେବ ଏବଂ ୫୦ ବର୍ଷ ଅବଧିରେ ଭାରତ ଏହା ପରିଶୋଧ କରିବ। ପୁଣି ଋଣ ନେବାର ୧୫ ବର୍ଷ ପରେ ଋଣ ଅସୁଲ ପ୍ରକ୍ରିୟା ଆରମ୍ଭ ହେବ। ବମ୍ବେରୁ ଅହମଦାବାଦ ମଧ୍ୟରେ ଚଳାଚଳ କରିବାକୁ ଥିବା ଏହି ଟ୍ରେନ୍‌ ଯାତ୍ରା ବେଳେ ବାରଟି ଷ୍ଟେଶନ ଦେଇ ଯାତାୟାତ କରିବ। ଏହି ହିସାବରେ କଳନା କଲେ, ବୁଝିହୁଏ ଯେ, ଏହି ଋଣ ଶସ୍ତା, ସୁଲଭ ଓ ଲାଭଜନକ। ସେପ୍ଟେମ୍ବର ୧୪ ତାରିଖରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସ୍ବାକ୍ଷରିତ ଏହି ବମ୍ବେ-ଅହମଦାବାଦ ହାଇସ୍ପିଡ୍‌ ଟ୍ରେନ୍‌ (ଏମ୍‌ଏ ଏଚ୍‌ଏସ୍‌ ଆର) ଚୁକ୍ତି ହେଉଛି ମୋଦି ସରକାରଙ୍କର ଏକ ସ୍ବପ୍ନର ପ୍ରକଳ୍ପ। ମାତ୍ର ଅଢେଇଘଣ୍ଟାରେ ଏହା ୫୦୮ କିଲୋମିଟର ପଥ ଅତିକ୍ରମ କରିବ। କିନ୍ତୁ ନିନ୍ଦୁକମାନେ ଏହାକୁ ଋଣଂ କୃତ୍ୱା ଘୃତଂ ପିବେତ୍‌ ବୋଲି କଟୁ ସମାଲୋଚନା କରୁଛନ୍ତି। ଆମ ଦେଶ ସମ୍ପ୍ରତି କ୍ଷୁଧା, ଦାରିଦ୍ର୍ୟ, ଅପପୁଷ୍ଟି ଇତ୍ୟାଦିରେ ପୀଡିତ ଥିବାବେଳେ ରେଳପଥର ଏହି ପ୍ରକଳ୍ପ ଏକ ବିଳାସ ମାତ୍ର ଏବଂ ଏଥିରେ ସାଧାରଣ ଜନତା ଉପକୃତ ହେବେ ନାହିଁ ବୋଲି ମନ୍ତବ୍ୟ ଦିଆଯାଉଛି। ବରଂ ରେଳ ମନ୍ତ୍ରଣାଳୟ ଏ ସବୁରେ ଧ୍ୟାନ ନ ଦେଇ ରେଳ ସଂଯୋଗ ପାଇଁ ନୂତନ ଭିତ୍ତିଭୂମି ନିର୍ମାଣ ଓ ପୁରୁଣା ରେଳପଥର ଆଧୁନିକୀକରଣ ପ୍ରତି ଅଧିକ ତତ୍ପର ହେବା ଦରକାର। ଯାତ୍ରୀଙ୍କ ନିରାପତ୍ତା ସକାଶେ ଏହା ଜରୁରୀ ମଧ୍ୟ। ବିଶ୍ୱରେ ସର୍ବମୋଟ ୧୬ଟି ଦେଶରେ ବୁଲେଟ୍‌ ଟ୍ରେନ୍‌ ଚାଲୁଛି, ତନ୍ମଧ୍ୟରେ ଅଗ୍ରଣୀ ରାଷ୍ଟ୍ର ହେଉଛନ୍ତି ଚାଇନା, ଜାପାନ, ସ୍ପେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ତୁର୍କୀ ଓ ଦକ୍ଷିଣକୋରିଆ। ଏମାନଙ୍କ ବେଗ ଘଣ୍ଟା ପ୍ରତି ଯଥାକ୍ରମେ: ୩୫୦, ୩୨୦, ୩୦୦, ୩୨୦, ୩୦୦, ୩୦୦, ୨୫୦ ଓ ୩୦୦ କିମି। ବୁଲେଟ୍‌ ଟ୍ରେନ୍‌ର ଗତି ତ ବେଶ୍‌ ଅଧିକ। ତେବେ ଏହାଠାରୁ ଆହୁରି ଅଧିକ ଉନ୍ନତ ଓ ବେଗଗାମୀ ମାଗ୍‌ଲେଭ ଟ୍ରେନ୍‌ କେତେକ ଦେଶ ପ୍ରଚଳନ କଲେଣି। କୁହାଯାଏ ବେଗ ହିଁ ଉନ୍ନତିର ଲକ୍ଷଣ। ଏହି ଅମୋଘ ବାକ୍ୟଟି କେବଳ ମଣିଷଙ୍କ ପାଇଁ ନୁହେଁ, ଦେଶ ପାଇଁ ମଧ୍ୟ ପ୍ରଯୁଜ୍ୟ। ଯେଉଁମାନେ ବୁଲେଟ୍‌ ଟ୍ରେନକୁ ବିରୋଧ କରୁଛନ୍ତି, ସେମାନେ ଦେଶକୁ କେବଳ ପଛକୁ ଠେଲିଦେଉନାହାନ୍ତି, ବିଶ୍ୱ ଦରବାରରେ ଭାରତକୁ ଏକ ଅନୁନ୍ନତ ଦେଶ ତାଲିକାରେ ଅନ୍ତର୍ଭୁକ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତର ମହାକାଶ-ଗବେଷଣା କାର୍ଯ୍ୟକ୍ରମ ପ୍ରତି ଦୃଷ୍ଟି ଦିଆଯାଇପାରେ। ୧୯୬୨ରେ ପଣ୍ଡିତ ନେହେରୁ ଯେତେବେଳେ ଏଥିପ୍ରତି ମନ ବଳାଇ ପଦକ୍ଷେପ ନେଲେ, ସେତେବେଳେ ମଧ୍ୟ ସମାଲୋଚକମାନେ ଏହାକୁ ଅର୍ଥ ବରବାଦ୍‌ ବୋଲି ଆକ୍ଷେପ କଲେ। ବାସ୍ତବିକ ଏମିତି ଏକ ଗୋଷ୍ଠୀ ସବୁବେଳେ ଦେଖାଦିଅନ୍ତି। ଇନ୍‌କୋସ୍ପାରର ପ୍ରଥମ ଚେୟାରମ୍ୟାନ ବିକ୍ରମ ସରାଭାଇ ୧୯୬୯ରେ ମତ ଦେଲେ ଯେ ମହାକାଶ-ଗବେଷଣାର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ମଙ୍ଗଳ ପାଇଁ ଆଧୁନିକ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ। ୧୯୯୯ରେ ପ୍ରକାଶିତ ଏ.ପି.ଜେ. ଅବଦୁଲ କଲାମଙ୍କ ଆତ୍ମଜୀବନୀରେ ଉଲ୍ଲେଖ ହୋଇଛି, ଅନେକ ଭାରତୀୟ ଆମ ଦେଶର ମହାକାଶ-କାର୍ଯ୍ୟକ୍ରମକୁ କ୍ଷୁଧା ଓ ଅନାହାରରେ ପୀଡିତ ଭାରତ କ୍ଷେତ୍ରରେ ଏକ ଅର୍ଥଶ୍ରାଦ୍ଧ ବୋଲି ନିନ୍ଦା କରୁଛନ୍ତି। କିନ୍ତୁ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହେବାକୁ ଏହାକୁ ଜଳାଞ୍ଜଳି ଦେବା ଘୋର ଦୂରଦୃଷ୍ଟିର ଅଭାବ ହେବ। ବାସ୍ତବିକ ଇସ୍ରୋ ଚଳିତବର୍ଷ ଆରମ୍ଭରେ ୧୦୪ଟି ଉପଗ୍ରହ ସବୁଠାରୁ କମ୍‌ ଖର୍ଚ୍ଚରେ ଉତ୍‌କ୍ଷେପଣ କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଉପଗ୍ରହ ମଧ୍ୟରେ ଆମେରିକାର ୯୬ଟି ଉପଗ୍ରହ ଅନ୍ତର୍ଭୁକ୍ତ। ୨୦୧୫-୧୬ ଆର୍ଥିକ ବର୍ଷରେ ଇସ୍ରୋ ୨୩୯ କୋଟି ଟଙ୍କା ବାଣିଜି୍ୟକ ଉପଗ୍ରହ ପ୍ରେରଣରୁ ପାଇଛି। କାରଣ ହେଉଛି ଅଗ୍ରଣୀ ବିଦେଶୀ କମ୍ପାନୀ ଏଲନ ମୁସ୍କଙ୍କ ସ୍ପେସ୍‌ ଏକ୍ସ ୬୦ ମିଲିୟନ ଆମେରିକାନ ଡଲାର ଦାବି କରିବା ବେଳେ ଇସ୍ରୋ ମାତ୍ର ୩ ମିଲିୟନ ଡଲାରରେ ସଫଳ ପ୍ରେରଣ କରୁଛି। ତେଣୁ ଆନ୍ତର୍ଜାତିକ ବଜାରରେ ଭାରତର ମହାକାଶ କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ର ହୋଇପାରିଛି। ଠିକ୍‌ ସେମିତି ହୁଏତ ଭବିଷ୍ୟତ ପିଢି ବୁଲେଟ୍‌ ଟ୍ରେନ୍‌ ଉପରେ ଏବେ ବୁଲେଟ୍‌ ବର୍ଷୁଥିବା ଲୋକଙ୍କୁ କଲାମଙ୍କ ଭାଷାରେ ଅଦୂରଦର୍ଶୀ ବିବେଚନା କରିପାରେ। ବେଗ ଓ ନିରାପତ୍ତା-ଏ ଉଭୟ ଆମର ଲୋଡ଼ା। ତେଣୁ ଉଭୟ ଆମର ଧ୍ୟେୟ ହେଉ। ବଡଖେମୁଣ୍ଡି ବଙ୍ଗଳା, ବ୍ରହ୍ମପୁର, ମୋ:୯୪୩୭୦୨୬୬୫୧
All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ଅହମିକାର ଲଢ଼େଇ

ସମ୍ପାଦକୀୟ/ ଅହମିକାର ଲଢ଼େଇ

ଭାରତରେ ନିରପେକ୍ଷ ତଦନ୍ତ ପ୍ରସଙ୍ଗ ଉଠିଲେ ଲୋକେ ଟିକେ କଥାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନାମ ଉଠାଇଥାଆନ୍ତି। ଏହାର ଅର୍ଥ ହେଲା ସିବିଆଇ ଏକ ଭରସାଯୋଗ୍ୟ ସଂସ୍ଥା ବୋଲି ଧରାଯାଇଥାଏ। କିନ୍ତୁ ବିଗତ କିଛିବର୍ଷ ହେବ ଏହାର କାର୍ଯ୍ୟକଳାପ ...

ଦାୟିତ୍ୱବୋଧର ବିସର୍ଜନ

ଦାୟିତ୍ୱବୋଧର ବିସର୍ଜନ

ସହଦେବ ସାହୁ

ନିର୍ବାଚନ କ’ଣ ଦାୟିତ୍ୱବୋଧର ଜଳାଞ୍ଜଳି ପର୍ବ? ଦଳ ଲୁଟ୍‌ କରୁଥିବାବେଳେ ଦଳର ସଭ୍ୟ ହିସାବରେ ବ୍ୟକ୍ତିର ଦାୟିତ୍ୱ ବଢ଼ିଯିବା କଥା। କିନ୍ତୁ ଦଳ ତିଷ୍ଠିଲେ ସେମାନେ ଲାଭାନ୍ବିତ ହେବେ ଭାବି ଦଳର ଲୋକେ ତ ଦାୟିତ୍ୱବୋଧ ହରାନ୍ତି, ଭୋଟରମାନଙ୍କ ଦାୟିତ୍ୱବୋଧକୁ ବି ଜଳାଞ୍ଜଳି ଦିଅନ୍ତି। ସାଧାରଣ ନାଗରିକ ବୁଝୁ ନ ବୁଝୁ, ଆମେ ବୁଦ୍ଧିଜୀବୀମାନେ ଚୁପ୍‌ ରହି ଶାସକ ଦଳକୁ ଏ ଦିଗରେ ଉତ୍ସାହିତ କରୁଛୁ, ଭବିଷ୍ୟତ ପିଢିକୁ ଧ୍ୱଂସମୁହାଁ କରୁଛୁ। ଚୁପ୍‌ ରହିବା ଯେ ସମର୍ଥନ (ପିଙ୍ଗଳ ସଂହିତାର ଭାଷାରେ ‘ଆବେଟ୍‌’) କରିବା ଆମେ ତାହା ...

ସାମ୍ୟବାଦୀ ଚିନ୍ତାନାୟକ

ସାମ୍ୟବାଦୀ ଚିନ୍ତାନାୟକ


ବିଜୟ କୁମାର ପଢ଼ିହାରୀ

ଓଡ଼ିଶାର ରାଜନୈତିକ ଇତିହାସକୁ ପର୍ଯ୍ୟାଲୋଚନା କଲେ ଦୃଷ୍ଟିଗୋଚର ହୁଅନ୍ତି ତିନିଜଣ ମହାମନୀଷୀ- ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜନନେତା ଭଗବତୀ ଚରଣ ପାଣିଗ୍ରାହୀ। ପ୍ରତ୍ୟେକେ ଓଡ଼ିଶାର ଇତିହାସରେ ଜଣେ ଜଣେ ଯୁଗସ୍ରଷ୍ଟା। ଭାଷାଭିତ୍ତିକ ପ୍ରଦେଶ ନିର୍ମାଣ ପାଇଁ ସ୍ବତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ଜନନାୟକ ମଧୁବାବୁ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରି ଓଡ଼ିଆ ସ୍ବାଭିମାନ ଜାଗ୍ରତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ। ସେହିପରି ପଣ୍ଡିତ ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଜାତୀୟତାର ମହାମନ୍ତ୍ରରେ ଦୀକ୍ଷିତ କରି ସ୍ବାଧୀନତା ସଂଗ୍ରାମର ଜାତୀୟ ସ୍ରୋତରେ ସାମିଲ କରିଥିଲେ। ସେ ଥିଲେ ଜାତୀୟତାବାଦୀ ଚେତନା ଓ ଜାତୀୟତାବାଦୀ ସାହିତ୍ୟର ପ୍ରମୁଖ ଉଦ୍‌ଗାତା।...

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ବଳେବଳେ ଆସେ। କୌଣସି କାର୍ଯ୍ୟ କରିବାକୁ ହେଲେ ଆନ୍ତରିକ ନିଷ୍ଠା ଏକାନ୍ତ ଆବଶ୍ୟକ। ସମର୍ଥ ବ୍ୟକ୍ତିମାନେ ଯେଉଁ କାମ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେଭଳି କାର୍ଯ୍ୟକୁ ଭିନ୍ନକ୍ଷମ ବ୍ୟକ୍ତିମାନେ ବି ବେଳେବେଳେ ଅନାୟାସରେ କରିଥାଆନ୍ତି। ସେଭଳି ଜଣେ ତରୁଣୀ ହେଉଛନ୍ତି ହରିୟାଣାର ନିଷ୍ଠା ଡୁଡେଜା। ସଫଳତା ବାଟରେ ଅକ୍ଷମତା କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ ବୋଲି...

ଦୋଷ ଲଦାଲଦି

ଦୋଷ ଲଦାଲଦି

ଭାରତ ଏଭଳି ଏକ ଦେଶ ହୋଇଗଲାଣି, ଯେଉଁଠାରେ ଅଧିକାଂଶ ନିଜ ଦୋଷ ସ୍ବୀକାର କରିବାକୁ ରାଜି ହେଉନାହାନ୍ତି। ଦୋଷ ମୁଣ୍ଡ ଉପରେ ପଡ଼ିଲେ ତାହାକୁ ଅନ୍ୟ ଉପରକୁ କିଭଳି ଥୋଇଦେଇ ହେବ ସେ ଦିଗରେ ଲାଗିପଡ଼ନ୍ତି। 

ପାଇଖାନା ବିପଦ ଓ ତା’ର ପ୍ରତିକାର

ପାଇଖାନା ବିପଦ ଓ ତା’ର ପ୍ରତିକାର

ଆଜିକାଲି ଖବରକାଗଜ ଦେଖିଲେ ବହୁ ସମୟରେ ନଜରକୁ ଆସୁଛି ଶ୍ରମିକମାନେ ନୂଆ କିମ୍ବା ପୁରୁଣା ପାଇଖାନା କାମ କଲାବେଳେ ଅଜ୍ଞତାବଶତଃ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି।

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...