ସମ୍ପାଦକୀୟ |

ରୋଗପୋକ ପରିଚାଳନା

ରୋଗପୋକ ପରିଚାଳନା
ବିଚିତ୍ର ବିଶ୍ୱାଳ ଅସରନ୍ତି ବିପଦକୁ ମୁଣ୍ଡେଇ ଯଦି କିଏ ଜୀବନ ବଞ୍ଚୁଥାଏ, ତେବେ ସେ ହେଉଛି ଚାଷୀ। ଚାଷୀ ଭାଗ୍ୟରେ ଭୋଗିବାର ଅନ୍ତ ନାହଁି। କେତେବେଳେ ମରୁଡ଼ି ତ କେତେବେଳେ ବନ୍ୟା, କେତେବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେଲାଣି ତ କେତେବେଳେ ପୋକ ଦାଉରେ ଫସଲ ଉଜୁଡ଼ି ଗଲାଣି। ସଂପ୍ରତି ଓଡ଼ିଶାରେ ପୋକ ଆକ୍ରମଣରେ ଚାଷୀମାନଙ୍କ ଫସଲ ବିପର୍ଯ୍ୟସ୍ତ ହୋଇପଡ଼ିଛି। ହତାଶାରେ ଚାଷୀ ନିଜ ଜମିରେ ନିଆଁ ଲଗେଇଦେଉଛି। ଚକଡ଼ା ପୋକ ଆକ୍ରମଣରେ ଫସଲ ଉଜୁଡ଼ି ଯିବାରୁ ବରଗଡ଼ର ଚାଷୀ ବୃନ୍ଦାବନ ଆତ୍ମହତ୍ୟା କରିଛନ୍ତି। କେବଳ ବରଗଡ଼ ନୁହେଁ, ଓଡ଼ିଶାର ପ୍ରାୟ ୨୭ଟି ଜିଲାରେ ଚାଷୀମାନଙ୍କ ଫସଲ ପୋକ ଆକ୍ରମଣର ଶିକାର ହୋଇ ସର୍ବସ୍ବାନ୍ତ ହୋଇଯିବା ଭଳି ପରିସ୍ଥିତି ଉପୁଜିଛି। ପୋକ ଆକ୍ରମଣ ଯୋଗୁ ଫସଲ ହାନି ସମୟରେ କୃଷି ବୈଜ୍ଞାନିକଙ୍କଠୁ ବୁଦ୍ଧିଜୀବୀ ଯାଏ ସମସ୍ତେ ପୋକକୁ ଦମନ କରିବା ପାଇଁ ବ୍ୟବହାର ହେଉଥିବା କୀଟନାଶକର ଗୁଣବତ୍ତା ଓ କୀଟନାଶକ ପ୍ରୟୋଗରେ ପରିଚାଳନାଗତ ତ୍ରୁଟି ଦିଗକୁ ହଁି ଇଙ୍ଗିତ କରିଛନ୍ତି। କେହି ବି ମୂଳ କାରଣ ଆଡ଼କୁ ଧ୍ୟାନ ଦେଉନାହାନ୍ତି। ଧାନ ଫସଲରେ ପୋକଙ୍କ ପ୍ରାଦୁର୍ଭାବ ହଠାତ୍‌ ଏତେ ବଢ଼ିଲା କାହଁିକି, ସେ ବିଷୟରେ ସମସ୍ତେ ନୀରବ। ଆମ ରାଜ୍ୟରେ ଚାଷୀମାନେ ଶହ ଶହ ବର୍ଷ ଧରି ଚାଷ କରିଆସୁଛନ୍ତି। କିନ୍ତୁ ଏହି ଦଶ ବାର ବର୍ଷ ହେବ ରୋଗପୋକର ମାତ୍ରା ହଠାତ୍‌ ବଢ଼ିଲା କାହଁିକି? ଏଥିପ୍ରତି ଉଦାସୀନ ରହିଲେ, ଗୋଟିଏ ବର୍ଷ ହୁଏତ ପୋକକୁ ଯେନତେନ ଦମନ କରିହେବ, କିନ୍ତୁ ଚାଷକୁ ଆଗାମୀ ଦିନରେ ପୋକ କବଳରୁ ବଞ୍ଚେଇ ହେବନାହଁି। ପୋକ ସମସ୍ୟାର ସମାଧାନ ପାଇଁ ଯଦି କୀଟନାଶକର ପ୍ରୟୋଗକୁ ବିକଳ୍ପ ଭାବେ ବିଚାର କରିବା, ତେବେ ଏଥିରେ ଚାଷୀର କିଛି ଲାଭ ହେବ ନାହଁି। କାରଣ ଅଧିକ ପରିମାଣରେ କୀଟନାଶକ ପ୍ରୟୋଗର ଆର୍ଥିକ ବୋଝ ଚାଷୀକୁ ହଁି ବୋହିବାକୁ ପଡ଼ିବ। ଏହା ଋଣଗ୍ରସ୍ତ ଅସହାୟ ଚାଷୀ କୁଳକୁ ଅଧିକ ଅସହାୟ କରିବ। ଏହା ପୋକ ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ପୋକର ବଂଶ ବିସ୍ତାର ପ୍ରକ୍ରିୟାକୁ ଅନୁଧ୍ୟାନ କଲେ, ଆମେ ରୋଗପୋକ ପରିଚାଳନାର ଠିକ୍‌ ଉପାୟ ପାଖରେ ପହଞ୍ଚିପାରିବା। ଏଠାରେ ସୂଚନାଯୋଗ୍ୟ ଯେ, ପୋକ ତଥା କୀଟମାନେ ନିଜ ଇଚ୍ଛା ଅନୁସାରେ ବଂଶ ବିସ୍ତାର କରିଥାନ୍ତି। ପୋକମାନେ ଯେତେବେଳେ ଅଧିକ ପରିମାଣରେ ଖାଦ୍ୟ ମିଳିବାର ସମ୍ଭାବନା ଦେଖିଥାନ୍ତି ସେହି ହିସାବରେ ଅଧିକ ପରିମାଣରେ ବଂଶ ବିସ୍ତାର କରିଥାନ୍ତି। କିନ୍ତୁ ଯଦି ସେମାନେ କମ୍‌ ପରିମାଣରେ ଖାଦ୍ୟ ମିଳିବାର ସମ୍ଭାବନା ଦେଖନ୍ତି ନିଜ ବଂଶକୁ ସୀମିତ ରଖିଥାନ୍ତି। ପୂର୍ବରୁ ଗୋଟିଏ ଚକରେ (ଚାଷ ଜମି ଅଞ୍ଚଳ) ବିଭିନ୍ନ ପ୍ରକାରର ଓ ବିଭିନ୍ନ ଅବଧିର ଧାନ ଚାଷ ହେଉଥିଲା। ସେହି ଧାନ ଜମିମାନଙ୍କରେ ଭିନ୍ନ ଭିନ୍ନ ସମୟରେ ଫୁଲ ହେଉଥିଲା, ଥୋଡ଼ ବାହାରୁଥିଲା ଓ ଅମଳ ହେଉଥିଲା। ଗୋଟିଏ ସମୟରେ ସବୁ ଜମିରେ ଧାନ ଗଛର ଅବସ୍ଥା ଏକା ପ୍ରକାରର ହେଉ ନ ଥିଲା। ତେଣୁ ପୋକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟରେ ଅଧିକ ପରିମାଣରେ ଖାଦ୍ୟ ମିଳିବାର ସମ୍ଭାବନା ଦେଖାଦେଉ ନ ଥିଲା। ଫଳରେ ପୋକମାନେ ସେମାନଙ୍କ ବଂଶ ବିସ୍ତାରକୁ ସୀମିତ ରଖୁଥିଲେ। ତେଣୁ ଏକ ସମୟରେ ଗୋଟିଏ ଅଞ୍ଚଳର ସବୁ ଫସଲ ନଷ୍ଟ ହେଉ ନ ଥିଲା। ଯେହେତୁ ଭିନ୍ନ ଭିନ୍ନ କିସମର ଧାନ ଚାଷ ହେଉଥିଲା, କିଛି ଜମିରେ ପୋକ ଲାଗିଲେ ବାକିସବୁ ଜମି ନିରାପଦ ରହୁଥିଲା। ଏକାଥରେ ଫସଲ ଉଜୁଡ଼ିିଯିବା ପରି ସ୍ଥିତି ଉପୁଜୁ ନ ଥିଲା। ବର୍ତ୍ତମାନର ଚାଷନୀତିରେ ସରକାର ସବୁ ଚାଷୀଙ୍କୁ ଗୋଟିଏ ପ୍ରକାର ଧାନ ବିହନ ଚାଷ କରିବାକୁ ପ୍ରୋତ୍ସାହିତ କରୁଥିବାରୁ ସବୁ ଜମିରେ ଧାନ ଏକା ସମୟରେ ଫୁଲ ଧରୁଛି, ଏକା ସମୟରେ କେଣ୍ଡା ବାହାରୁଛି ଓ ଏକା ସମୟରେ ପାଚୁଛି। ତେଣୁ ଯେତେବେଳେ ପୋକ ଗୋଟିଏ ଜମି ପାଖକୁ ଆସୁଛନ୍ତି, ସେ ଏକା ସମୟରେ ପ୍ରଚୁର ପରିମାଣରେ ଖାଦ୍ୟ ଥିବାର ସମ୍ଭାବନା ଦେଖି ଅଧିକ ପରିମାଣରେ ବଂଶ ବିସ୍ତାର କରୁଛନ୍ତି। ପରିଣାମ ସ୍ବରୂପ, ସବୁ ଜମିରେ ପୋକ ଚରିଯାଉଛନ୍ତି ଓ ଫସଲ ଉଜୁଡ଼ି ଯାଉଛି। ଯଦି ଜମିରେ ଭିନ୍ନ ଭିନ୍ନ କିସମର ଧାନ ବିହନ ଲାଗିଥାନ୍ତା ଓ ତାହାର ପାଚିବା ସମୟ ଭିନ୍ନ ଭିନ୍ନ ହୋଇଥାନ୍ତା, ତେବେ ସମ୍ପୂର୍ଣ୍ଣ ଜମିରେ ପୋକ ଚରିଯିବା ଭଳି ପରିସ୍ଥିତି କେବେ ବି ହୋଇ ନ ଥାନ୍ତା। ତା’ ଛଡ଼ା ବର୍ତ୍ତମାନ କେବଳ ହାଇ-ୟେଲ୍‌ଡିଙ୍ଗ୍‌ ଓ ହାଇବ୍ରିଡ଼୍‌ ବିହନରେ ଚାଷ ହେଉଥିବାରୁ ଏବଂ ଏହି ବିହନ ଅଧିକ ରୋଗପୋକପ୍ରବଣ ହୋଇଥିବାରୁ ଏଥିରେ ଅଧିକ ପୋକ ଲାଗୁଛନ୍ତି। ସବୁ ଜମିରେ ଏକ ପ୍ରକାର ଓ ରୋଗପୋକପ୍ରବଣ ବିହନ ଚାଷ ହେଉଥିବାରୁ ଏହା ପୋକକୁ ନିମନ୍ତ୍ରଣହୀନ କରିବା ପରି ପରିସ୍ଥିତି ଉପୁଜାଉଛି। ଏତଦ୍‌ବ୍ୟତୀତ ରୋଗପୋକକୁ ଦମନ କରିବା ପାଇଁ ଯେଉଁ କୀଟନାଶକ ତଥା ବିଷ ପ୍ରୟୋଗ କରିବା ଲାଗି ଚାଷୀମାନଙ୍କୁ ଉତ୍ସାହିତ କରାଯାଉଛି, ବର୍ଷେ ଦି’ ବର୍ଷ ପରେ ପୋକମାନେ ସେହି ବିଷର ସହନଶକ୍ତି ବଢ଼େଇ ଦେଉଛନ୍ତି। ଫଳରେ ସେହି ସବୁ ବିଷରେ ପୋକମାନେ ଆଉ ମରୁନାହାନ୍ତି। ତେଣୁ ଚାଷଜମିରେ ବିଷ ପକାଇ ପୋକକୁ ଦମନ କରିବା ଏକ ଚତୁର ଉପାୟ ନୁହେଁ। ଲେଡ଼ା ପୋକକୁ ପରିଚାଳନା ତଥା ନିୟନ୍ତ୍ରଣ କରିବା ଭଳି ଚାଷ ବ୍ୟବସ୍ଥା କରିବା ଏବଂ ତାହା ଚାଷର ଏକ ଅଙ୍ଗ ଭାବେ ବିବେଚିତ ହେବା ଉଚିତ। ତେଣୁ ପୋକକୁ ଚାଷରୁ ଦୂରେଇ ରଖିବାକୁ ହେଲେ ଆମକୁ ଚାଷର ପ୍ରକ୍ରିୟା ବଦଳେଇବାକୁ ହେବ। ସବୁ ଜମିରେ ସମାନତାଭିତ୍ତିକ ଚାଷ ନ କରି ତଥା ଗୋଟିଏ ପ୍ରକାରର, ଗୋଟିଏ ଅବଧିର ଓ ଗୋଟିଏ କିସମର ଚାଷ ନ କରି ପୂର୍ବପରି ଚାଷରେ ବିବିଧତା ଆଣିବାକୁ ହେବ। ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ-୯୪୩୮୪୬୮୪୭୪
All Right Reserved By

ସମ୍ପାଦକୀୟ |

ଦୋଷ ଲଦାଲଦି

ଦୋଷ ଲଦାଲଦି

ଭାରତ ଏଭଳି ଏକ ଦେଶ ହୋଇଗଲାଣି, ଯେଉଁଠାରେ ଅଧିକାଂଶ ନିଜ ଦୋଷ ସ୍ବୀକାର କରିବାକୁ ରାଜି ହେଉନାହାନ୍ତି। ଦୋଷ ମୁଣ୍ଡ ଉପରେ ପଡ଼ିଲେ ତାହାକୁ ଅନ୍ୟ ଉପରକୁ କିଭଳି ଥୋଇଦେଇ ହେବ ସେ ଦିଗରେ ଲାଗିପଡ଼ନ୍ତି। 

ପାଇଖାନା ବିପଦ ଓ ତା’ର ପ୍ରତିକାର

ପାଇଖାନା ବିପଦ ଓ ତା’ର ପ୍ରତିକାର

ଆଜିକାଲି ଖବରକାଗଜ ଦେଖିଲେ ବହୁ ସମୟରେ ନଜରକୁ ଆସୁଛି ଶ୍ରମିକମାନେ ନୂଆ କିମ୍ବା ପୁରୁଣା ପାଇଖାନା କାମ କଲାବେଳେ ଅଜ୍ଞତାବଶତଃ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି।

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...