ମେଟ୍ରୋ |

କୁରାଳ ପଞ୍ଚମୀ ପୂଜା ଆରମ୍ଭ: ରୁଦ୍ରପାଳ, ରତ୍ନେଶ୍ୱରୀଙ୍କୁ ଆରାଧନା

କୁରାଳ ପଞ୍ଚମୀ ପୂଜା ଆରମ୍ଭ: ରୁଦ୍ରପାଳ, ରତ୍ନେଶ୍ୱରୀଙ୍କୁ ଆରାଧନା
ପୁରୀ ଅଫିସ, ୨୩।୧୧: ପବିତ୍ର ମାର୍ଗଶିର ଶୁକ୍ଳପକ୍ଷ ପଞ୍ଚମୀ ତିଥିରୁ କୁମ୍ଭକାରମାନଙ୍କ ପ୍ରସିଦ୍ଧ ପର୍ବ କୁରାଳ ପଞ୍ଚମୀ ଆରମ୍ଭ ହୋଇଛି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ପର୍ବକୁ ଓଢଣ ଷଷ୍ଠୀ ପର୍ବ ମଧ୍ୟ କୁହାଯାଏ। ପୁରୀ ସହରର କୁମ୍ଭାରପଡ଼ା, ନୂଆସାହି, ଜେନାପୁର ଓ ଟିକରପଡ଼ା ଅଞ୍ଚଳରେ ରହୁଥିବା କୁମ୍ଭକାରମାନେ ସେମାନଙ୍କ ଇଷ୍ଟଦେବତା ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କୁ ଆରାଧନା କରିଛନ୍ତି। ପ୍ରତି ଘରେ ହାଣ୍ଡିଗଢା ସାଜ ସରଞ୍ଜାମ (ଚକ, ପିଣ୍ଡ, ପିଟଣା, ଶଙ୍ଖ ପ୍ରଭୃତି)କୁ ପୂଜାରେ ବସାଇ କୁମ୍ଭକାରମାନେ ଚକ୍ରପୂଜା ଆରମ୍ଭ କରିଛନ୍ତି। ଏଥିସହ ୧୦ଟି ପୂଜାମଣ୍ଡପରେ ଇଷ୍ଟଦେବତା ରୁଦ୍ରପାଳ ଓ ରତ୍ନେଶ୍ୱରୀ ମଧ୍ୟ ପୂଜା ପାଉଛନ୍ତି। ଏଥିପାଇଁ କୁମ୍ଭକାର ରହୁଥିବା ସାହିଗୁଡ଼ିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ପାଞ୍ଚଦିନ ଧରି ଏହି ପୂଜା ଅନୁଷ୍ଠିତ ହୋଇ ଆସନ୍ତା ସୋମବାର ଉଦ୍‌ଯାପିତ ହେବ। ପରମ୍ପରା ଅନୁଯାୟୀ କୁମ୍ଭକାରମାନେ ଏହି ପର୍ବରେ ସେମାନଙ୍କ ଇଷ୍ଟଦେବତାଙ୍କ ନିକଟରେ ୫ ଦିନରେ ୫ ପ୍ରକାର ଭୋଗ କରିଥାନ୍ତି। ପ୍ରଥମ ଦିନରେ ଅନ୍ନ, ଦ୍ୱିତୀୟ ପିଠା, ତୃତୀୟ ଦହି ପଖାଳ, ଚତୁର୍ଥ ଖେଚୁଡ଼ି ଏବଂ ପଞ୍ଚମ ଦିବସରେ ଚକୁଳି ପିଠା ଭୋଗ କରିଥାନ୍ତି। ଏହି ପାଞ୍ଚଦିନ ହାଣ୍ଡିଗଢା କାମ ସମ୍ପୂର୍ଣ୍ଣ ବନ୍ଦ ରହେ। ଏପରି କି କଞ୍ଚାହାଣ୍ଡିକୁ ବି କୁମ୍ଭକାରମାନେ ସ୍ପର୍ଶ କରନ୍ତି ନାହିଁ। ଓଡ଼ିଶା କୁରାଳ ମହାସଂଘ ଜିଲା ଉପସଭାପତି ମହେନ୍ଦ୍ର ବିଶୋଇ କୁହନ୍ତି, ମାର୍ଗଶିର ଶୁକ୍ଳ ପଞ୍ଚମୀ ହେଉଛି କୁମ୍ଭକାରମାନଙ୍କ ଇଷ୍ଟଦେବତା ରୁଦ୍ରପାଳଙ୍କ ଜନ୍ମତିଥି। ଏହିଦିନଠାରୁ ଆରମ୍ଭ ହେଉଥିବା କୁରାଳ ପଞ୍ଚମୀ ପୂଜା ନବମୀ ପର୍ଯ୍ୟନ୍ତ ଚାଲେ। ଶେଷ ସନ୍ଧ୍ୟାରେ ମଣ୍ଡପରେ ପୂଜା ପାଉଥିବା ମୂର୍ତ୍ତିଗୁଡ଼ିକୁ ଶୋଭାଯାତ୍ରାରେ ସାହି ପରିକ୍ରମା କରାଯାଇ ଅଠରନଳାରେ ବିସର୍ଜନ କରାଯିବ। ପର୍ବ ପରେ କୁମ୍ଭକାର ନିଯୋଗ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଜ୍ୟୋତିଷଙ୍କୁ ଡକାଯାଇ ଏଥିରେ ଏକ ଶୁଭ ଅନୁକୂଳ ସମୟ ନିର୍ଦ୍ଧାରଣ କରାଯିବ। ନିର୍ଦ୍ଧାରିତ ସମୟରେ ସମସ୍ତ କୁମ୍ଭକାର ଏକକାଳୀନ ଚକ୍ର ନମସ୍କାର ପୂର୍ବକ ବର୍ଷକ ପାଇଁ ହାଣ୍ଡିଗଢା କାମ ଆରମ୍ଭ କରିବାର ବିଧି ରହିଛି।
All Right Reserved By

ମେଟ୍ରୋ |

ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତି

ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତି

ପୁରୀ ଅଫିସ,୨୫ା୪: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଗୁରୁବାର ସକାଳେ ପତ୍ନୀଙ୍କ ସହ ମିଥୁନ ସିଂହଦ୍ୱାରରେ ପହଞ୍ଚିଥିଲେ। 

ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ରାଜ୍ୟର ୯ଟି ବୁଥ୍‌ରେ ଗୁରୁବାର ସକାଳ ୭ଟାରୁ ଚାଲିଛି ସାନି ମତଦାନ।

ନୂଆ ରୂପ ନେଉଛି ରସୁଲଗଡ଼ ଛକ:  ଆବର୍ଜନା କଳାକୃତିରେ ଓଡ଼ିଶାର ଝଲକ

ନୂଆ ରୂପ ନେଉଛି ରସୁଲଗଡ଼ ଛକ: ଆବର୍ଜନା କଳାକୃତିରେ ଓଡ଼ିଶାର ଝଲକ

ଭୁବନେଶ୍ୱର,୨୫।୪(ସସ୍ମିତା ପାଇକରାୟ)- ରାଜଧାନୀ ପ୍ରବେଶ ପଥରେ ରହିଥିବା ସହରର ସର୍ବାଧିକ ଜନଗହଳିପୂର୍ଣ୍ଣ ରସୁଲଗଡ଼ ଛକ ନୂଆ ରୂପ ପାଇବ। ବାଣୀବିହାର, ଆଚାର୍ଯ୍ୟ ବିହାର ପରେ ଏହି ଛକକୁ ଆକର୍ଷଣୀୟ ଭାବେ ସଜାଯାଉଛି।

୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର

୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର

ଭୁବନେଶ୍ୱର,୨୫।୪(ବ୍ୟୁରୋ)- ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ପଞ୍ଚାୟତର ବିଲପାଟଣା ଗ୍ରାମରୁ ବୁଧବାର ୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର କରାଯାଇଛି। 

ଅଧ୍ୟାପକଙ୍କ ପେନ୍‌ସନ୍‌ ସମସ୍ୟା: ଉଚ୍ଚ ଶିକ୍ଷା ବିଭାଗକୁ ଏନ୍‌ଏଚ୍‌ଆର୍‌ସିର ରିପୋର୍ଟ ତଲବ

ଅଧ୍ୟାପକଙ୍କ ପେନ୍‌ସନ୍‌ ସମସ୍ୟା: ଉଚ୍ଚ ଶିକ୍ଷା ବିଭାଗକୁ ଏନ୍‌ଏଚ୍‌ଆର୍‌ସିର ରିପୋର୍ଟ ତଲବ

ଭୁବନେଶ୍ୱର,୨୫।୪(ବ୍ୟୁରୋ)- ଓଡ଼ିଶାରେ ସରକାରୀ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ପେନ୍‌ସନ୍‌ ପାଉ ନ ଥିବା ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। 

ସାମାଜିକ କର୍ମୀଙ୍କୁ ହେଲ୍‌ମେଟରେ ପିଟି ଖସିଗଲେ ଲୁଟେରା: ଚୋରି ବାଇକ, ଲୁଟ୍‌ ଭ୍ୟାନିଟି ପୋଲିସ ଜିମା

ସାମାଜିକ କର୍ମୀଙ୍କୁ ହେଲ୍‌ମେଟରେ ପିଟି ଖସିଗଲେ ଲୁଟେରା: ଚୋରି ବାଇକ, ଲୁଟ୍‌ ଭ୍ୟାନିଟି ପୋଲିସ ଜିମା

ଭୁବନେଶ୍ୱର, ୨୫ ।୪(ବ୍ୟୁରୋ)- ରାଜଧାନୀରେ ନିର୍ବାଚନକୁ ନେଇ ପୋଲିସ ମଙ୍ଗଳବାର ବ୍ୟସ୍ତଥିବାବେଳେ ଏପଟେ ରାସ୍ତା ଓ ବଜାରରେ ମାତିଥିଲେ ଲୁଟେରା। 

ସାଲେପୁର ବିଧାନସଭା ଆସନ: କଂଗ୍ରେସ ଭୋଟବ୍ୟାଙ୍କ୍‌ ଉପରେ ବିଜେଡି, ଭାଜପାର ନଜର

ସାଲେପୁର ବିଧାନସଭା ଆସନ: କଂଗ୍ରେସ ଭୋଟବ୍ୟାଙ୍କ୍‌ ଉପରେ ବିଜେଡି, ଭାଜପାର ନଜର

ନିର୍ମଳ ପଣ୍ଡା/ କଟକ ଅଫିସ, ୨୫ ।୪- ଏପ୍ରିଲ ୨୯ ଚତୁର୍ଥ ପର୍ଯ୍ୟାୟରେ ସାଲେପୁର ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। କଟକ ଜିଲାର ଏହି ଆସନଟି କେନ୍ଦ୍ରାପଡ଼ା ଲୋକସଭା ଅଧୀନରେ ଯାଉଛି। 

ଶୀତଲଙ୍କୁ ‘ମିସ୍‌ ଇଣ୍ଡିଆ ଓଡ଼ିଶା-୨୦୧୯’ ଟାଇଟଲ୍‌

ଶୀତଲଙ୍କୁ ‘ମିସ୍‌ ଇଣ୍ଡିଆ ଓଡ଼ିଶା-୨୦୧୯’ ଟାଇଟଲ୍‌

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ୨୦୧୯ ବର୍ଷ ପାଇଁ ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା ଟାଇଟଲ୍‌ ଜିତିଛନ୍ତି ରାୟଗଡାର ଶୀତଲ ସାହୁ। ମଙ୍ଗଳବାର କୋଲକାତାରେ ଅନୁଷ୍ଠିତ ଏଫ୍‌ବିବି କଲର୍ସ ଫେମିନା ମିସ୍‌ ଇଣ୍ଡିଆର ଇଷ୍ଟ୍‌ ଜୋନାଲ କ୍ରାଉନିଂ ପ୍ରତିଯୋଗିତାରେ ଓଡ଼ିଶାରୁ ଶ୍ରେଷ୍ଠ ବିବେଚିତ ହୋଇ ସେ ଏହି ଟାଇଟଲ୍‌ ଜିତିଛନ୍ତି।

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦ ପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦ ପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ଭୁବନେଶ୍ୱର/ପାଟକୁରା,୨୪।୪(ବ୍ୟୁରୋ/ଡି.ଏନ୍‌.ଏ.): ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ତେବେ ଦିବଙ୍ଗତ ନେତା ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି  କୁହାଯାଉଛି।

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନର ଶୁଣାଣକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଅଫିସ,୨୪।୪: ଭୁବନେଶ୍ୱର ଲୋକ ସଭା ଅଧୀନରେ ଥିବା ଖୋର୍ଦ୍ଧା ଜିଲାର  ୭ଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଅଧୀନରେ ଥିବା ଚିଲିକା ବିଧାନସଭା ଆସନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।

ଗୋଡ଼ା ଗାଁରେ ହାତୀପଲ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଧାନ

ଗୋଡ଼ା ଗାଁରେ ହାତୀପଲ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଧାନ

ଖୋର୍ଦ୍ଧା ଅଫିସ,୨୪।୪: ଖୋର୍ଦ୍ଧା ଜିଲା ଗୋଡ଼ା ଗାଁ ମଧ୍ୟକୁ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୨ଟାରେ ୩ ଜଣିଆ ହାତୀପଲ ପଶିଆସିଛି। ଏଥିରେ ୨ଟି ଦନ୍ତା ଓ ଗୋଟିଏ ମାଈହାତୀ ଥିଲା। ହାତୀପଲ ଗ୍ରାମର ଗାଣ୍ଡୁ ବେହେରାଙ୍କ ଚାଳ ଓ ଆଜବେଷ୍ଟସ ଘର ଭାଙ୍ଗି ୮ବସ୍ତା ଧାନ ଖାଇ ଦେଇଛନ୍ତି ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri