ସମ୍ପାଦକୀୟ |

ଅସୁନ୍ଦରରେ ସୁନ୍ଦର

ଅସୁନ୍ଦରରେ ସୁନ୍ଦର
ରମେଶ ଚନ୍ଦ୍ର ସାମଲ ସୁନ୍ଦର ସମସ୍ତଙ୍କୁ ଆନନ୍ଦ ଦିଏ। ଅସୁନ୍ଦରକୁ କେହି ପସନ୍ଦ କରନ୍ତିନି। ତେବେ ସୁନ୍ଦର କିଏ, ଅସୁନ୍ଦର ବା କିଏ? ପ୍ରକୃତରେ କେହି ପୂରା ସୁନ୍ଦର ବା ଅସୁନ୍ଦର ନୁହନ୍ତି। ଶୀତଳତା ଓ ଉଷ୍ମତା ପରି ଏହା ଏକ ଆପେକ୍ଷିକ ଶବ୍ଦ। ଯାହା ଜଣକୁ ସୁନ୍ଦର ଦେଖାଯାଏ ତାହା ଅନ୍ୟକୁ ଅସୁନ୍ଦର ଦେଖାଯାଇପାରେ। ପୁଣି ଅସୁନ୍ଦର ମଧ୍ୟ କାହାକୁ ସୁନ୍ଦର ଦେଖାଯାଇପାରେ। ଏପରି ମଧ୍ୟ ହୋଇପାରେ ଯାହା ଜଣକୁ ଆଜି ସୁନ୍ଦର ଦେଖାଯାଉଛି, ତାହା କାଲି ତାକୁ ସେତେ ଆକର୍ଷଣୀୟ ଦେଖା ନ ଯାଇପାରେ। ରୁଚି ସମସ୍ତଙ୍କର ଭିନ୍ନ ଭିନ୍ନ। କାହାକୁ ପ୍ରକୃତି ସୁନ୍ଦର ତ କାହାକୁ ପୁରୁଷ ସୁନ୍ଦର, କାହାକୁ ପୁଣି ପ୍ରକୃତି ପୁରୁଷର ମିଳନ ସୁନ୍ଦର ଲାଗେ। ଅନେକ ଲୋକ ଫୁଲଫଳଭରା ଗଛଲତା, ନଦନଦୀ, ସାଗର, ଝରଣାରୁ ସୌନ୍ଦର୍ଯ୍ୟ ମନଭରି ଉପଭୋଗ କରୁଥିବାବେଳେ ଅନ୍ୟ କେତେକେ ଟାଙ୍ଗରା ପାହାଡ଼ ପର୍ବତ, ଶୁଷ୍କ ମରୁଭୂମିକୁ ମଧ୍ୟ ଭଲ ପାଆନ୍ତି। ନିର୍ଜନତାର ବି ସୌନ୍ଦର୍ଯ୍ୟ ଅଛି। ମୁନିଋଷିମାନେ ନିର୍ଜନତାରୁ ଆନନ୍ଦ ପାଆନ୍ତି। କବିଙ୍କ ଭାଷାରେ- ‘ବିଜନତା କାହିଁ ତୋ ବେଶ ମୋହନ, ଯେ ବେଶେ ମୋହିଲୁ ତୁ ମୁନିନୟନ।’ କବିଟି କବିତା, ଗୀତିକାର ଗୀତ, ଔପନ୍ୟାସିକ ଉପନ୍ୟାସ, ପ୍ରବନ୍ଧକାର ପ୍ରବନ୍ଧ, କଳାକାରଟି ନିଜ କଳା ପ୍ରଦର୍ଶନ କରି ସେଥିରୁ ସୌନ୍ଦର୍ଯ୍ୟ ଓ ଆନନ୍ଦ ଅନୁଭବ କରେ। ପାଠକ, ଦର୍ଶକ କେହି ଏହାକୁ ପସନ୍ଦ ଅଥବା ଅପସନ୍ଦ କରିପାରନ୍ତି। ସାଧାରଣ ଲୋକେ କେହି ଗୁଣରେ, ପୁଣି ଅନ୍ୟ କେହି ରୂପରେ ରୁଚି ରଖନ୍ତି। କାହାକୁ କ’ଣ ସୁନ୍ଦର ଦେଖାଯିବ, ଭଲ ଲାଗିବ ଏହା ତା’ ଉପରେ ଜୋରଜବରଦସ୍ତ ଲଦାଯାଇପାରେନା। ସାଧାରଣ ଭାବେ ଦେଖାଯାଉଥିବା ଜିନିଷ କିମ୍ବା ଶୁଣାଯାଉଥିବା ଶବ୍ଦ ସବୁ ସୁନ୍ଦର ବା ଅସୁନ୍ଦର ପ୍ରତୀୟମାନ ହୁଏ। ପ୍ରକୃତିର ସୁଲଳିତ ସଙ୍ଗୀତ ମଧ୍ୟ ଭାବୁକ ହୃଦୟରେ ମଧୁର ଝଙ୍କାର ସୃଷ୍ଟିକରେ। ଏଥିପାଇଁ ସେଭଳି ଦୃଷ୍ଟି ଓ ଶ୍ରବଣ ଶକ୍ତି ଆବଶ୍ୟକ। କବିଟି ଏଥିରେ ଆତ୍ମହରା ହୋଇ ଗାଇଉଠେ- "Heard melodies are sweet, but those unheard are sweeter." ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ଏହା ଖୁବ୍‌ ମନୋଲୋଭା ହେଉଥିବା ବେଳେ ବହୁ ଲୋକଙ୍କୁ କିନ୍ତୁ ସମ୍ପତ୍ତି, କ୍ଷମତା, ପ୍ରତିପତ୍ତି, ସାମାଜିକ ପ୍ରତିଷ୍ଠା ଖୁବ୍‌ ଆକର୍ଷଣୀୟ ମନେହୁଏ। ବହୁ ପନ୍ଥା ଆପଣେଇ- କେହି କେହି ବାଣିଜ୍ୟ ବ୍ୟବସାୟ, କଳକାରଖାନା, ଚାକିରିବାକିରି ଆଉ କେହି ଚାଷବାସ କରି ଅର୍ଥ ଉପାର୍ଜନ କରିବା ସଙ୍ଗେ ସଙ୍ଗେ ନିଜକୁ ସମାଜରେ ପ୍ରତିଷ୍ଠା କରନ୍ତି। ସଂଖ୍ୟା କମ୍‌ ହେଲେ ମଧ୍ୟ କିଛି ଲୋକଙ୍କୁ ରାଜନୀତି ଖୁବ୍‌ ଭଲ ଲାଗେ। ଏଥିପାଇଁ ସେମାନେ ପ୍ରଥମେ ନିଜକୁ ବହୁ ଜନହିତକର ସମାଜ ମଙ୍ଗଳ କାମରେ ନିୟୋଜିତ କରନ୍ତି। ହାତରୁ ଖାଇ ଘୋଡା ଆଗରେ ଦୌଡନ୍ତି। ଲୋକସମ୍ପର୍କ ବଢି ପାଞ୍ଚ ଲୋକରେ ମାନ୍ୟଗଣ୍ୟ ହୋଇପାରିଲେ, ସୁବିଧା ସୁଯୋଗ ସୃଷ୍ଟି କରିପାରିଲେ ରାଜନୀତିକୁ ସେମାନେ ଓହ୍ଲେଇ ଆସନ୍ତି। ପ୍ରାଥମିକ ସ୍ତରରେ ଏହା ଖୁବ୍‌ କଷ୍ଟସାଧ୍ୟ। ଥରେ ଏଥିରେ ପ୍ରତିଷ୍ଠିତ ହୋଇପାରିଲେ ଆପଣାଛାଏ ମାନସମ୍ମାନ, ଧନଜନ, ପ୍ରତିପତ୍ତି ସବୁ କିଛି ପାଖରେ ଅଜାଡି ହୋଇପଡେ- କେତେକଙ୍କୁ ସ୍ବର୍ଗ ଚାରିଅଙ୍ଗୁଳି ଦେଖାଯାଏ। ବୈଜ୍ଞାନିକଟି କିଛି ଉଦ୍ଭାବନ କରିପାରିଲେ ନିଜର ଜୀବନ ସାର୍ଥକ ମନେକରେ। ଏହାର ଅନ୍ତର୍ନିହିତ ସୌନ୍ଦର୍ଯ୍ୟରେ ସେ ନିଜେ ଆନନ୍ଦିତ ହେବା ସଙ୍ଗେ ଦୁନିଆକୁ ମଧ୍ୟ ଆନନ୍ଦମୁଖର କରେ। ସମସ୍ତଙ୍କୁ ସୁନ୍ଦର ଲାଗେ ପୁରୁଣା ଦିନର ସ୍ମୃତି। ସଙ୍ଗୀତ ସୁନ୍ଦର କିନ୍ତୁ ସ୍ମୃତି ଏହାଠାରୁ ଅଧିକ ସୁନ୍ଦର ଓ ଚିତ୍ତାକର୍ଷକ- "Memories are sweeter than melody." ଭଗବାନଙ୍କ ସୃଷ୍ଟିରେ ସବୁ ସୁନ୍ଦର। ସୁନ୍ଦର ଅନୁଭବ କରିବା ନିଜର ମାନସିକତା ଉପରେ ନିର୍ଭର କରେ। ‘ଯାହାକୁ ଯିଏ ରସିଲା ତାକୁ କିଆଫୁଲ ପରି ବାସିଲା’- ଭଲ ମନ୍ଦ ବିଚାର କରି କେହି କାହାର ସୌନ୍ଦର୍ଯ୍ୟରେ ଆକର୍ଷିତ ହୁଅନ୍ତିନି। ଗୋଲାପର ରୂପଗନ୍ଧ ଖୁବ୍‌ ସୁନ୍ଦର। କିନ୍ତୁ ଗୋଲାପ କଣ୍ଟାର ଆଘାତ ନିରାନନ୍ଦ ସୃଷ୍ଟିକରେ। ପଦ୍ମର ସୌନ୍ଦର୍ଯ୍ୟରେ ବିମୋହିତ ଭ୍ରମରଟି ଏହାର ମୋହ ଛାଡି ନ ପାରି ରାତ୍ରିର ଆଗମନରେ ଏହାର ପାଖୁଡାରେ ବନ୍ଦୀହୋଇ ଅଣନିଃଶ୍ୱାସୀ ହୋଇ ମରିଯାଏ। ପତଙ୍ଗମାନେ ଅଗ୍ନିର ଆକର୍ଷଣରେ ଏଥିରେ ପଡି ମୃତ୍ୟୁବରଣ କରନ୍ତି। ଘିଅମହୁରେ ଭାସୁଥିବା ଲୋକ ବଗଡା ଭାତ ଓ ଶାଗଖରଡା ମଧ୍ୟ ଇଚ୍ଛା କରେ। ଖଟପଲଙ୍କ, ଡନ୍‌ଲପ୍‌ ଗଦି ଓ ଶୀତତାପ ନିୟନ୍ତ୍ରିତ ପବନରେ ଆରାମ ଭୋଗ କରୁଥିବା ଲୋକ ଡାକ୍ତରଙ୍କ ପରାମର୍ଶରେ ଏସବୁ ତ୍ୟାଗକରି ଖାଲି ଖଟ, ବିନା ତକିଆ ଓ ବିନା ଏସିରେ ଶୋଇବାକୁ ବାଧ୍ୟ ହୁଏ। ଅତି ଆଡମ୍ବର ଓ ଆରାମପୂର୍ଣ୍ଣ ଜୀବନ ନିରାନନ୍ଦର କାରଣ ହୁଏ। ପାଖରେ ଭରପୂର ସୌନ୍ଦର୍ଯ୍ୟ ଥିଲେ ମଧ୍ୟ ଏହା ମଣିଷକୁ ନିହାତି ମାମୁଲି ମନେହୁଏ। ପର ସ୍ତ୍ରୀ, ପର ଧନଦୌଲତ ନିଜଠାରୁ ନୂ୍ୟନ ହେଲେ ମଧ୍ୟ ଅଧିକ ସୁନ୍ଦର ଲାଗେ- ଆକର୍ଷଣୀୟ ମନେହୁଏ। କଥାରେ ଅଛି ‘ପରଘର ତିଅଣ ସୁନ୍ଦର’। ପାଖରେ ଯେତେବେଳେ ଯାହା ସୁନ୍ଦର ମିଳେ ଏହାର ରୂପଗୁଣ ସେତେ ଗୁରୁତ୍ୱ ବହନ କରେନି। କାରଣ ଗଁା କନିଆ ସିଙ୍ଘାଣିନାକୀ। ମଣିଷ ଜୀବନ ପାଇଁ ଖରାବର୍ଷା, ଶୀତବସନ୍ତ ସବୁର ଆବଶ୍ୟକତା ଅଛି। ଏସବୁ ସତ୍ତ୍ୱେ ଖରାଦିନର ମୁଣ୍ଡଫଟା ଖରା, ବର୍ଷାଦିନର ଝଡବର୍ଷା ଓ ଶୀତଦିନର ହାଡଭଙ୍ଗା ଶୀତ ଭଲ ଲାଗେନି। ବସନ୍ତ ଖୁବ୍‌ କ୍ଷଣସ୍ଥାୟୀ। ଏହାକୁ ଉପଭୋଗ କରୁ କରୁ କେତେବେଳେ ଏହା ଚାଲିଯାଏ ଜଣାପଡେନି। ଅର୍ଥ ସମସ୍ତଙ୍କ ପାଖରେ ମଧୁର ଓ ସୁନ୍ଦର- Money money money, brighter than sunshine, sweeter than honey। ତେବେ ଅସୁନ୍ଦର ବିନା ସୁନ୍ଦରର ସ୍ଥିତି କଳ୍ପନା କରାଯାଇପାରେନା। ଅନ୍ଧାର ନ ଥିଲେ ଆଲୋକର ମହିତ୍ତ୍ୱ ବୁଝି ହୁଅନ୍ତା କି? ତେଣୁ ମନ୍ଦରେ ଭଲ, ଦୁଃଖରେ ସୁଖ ଓ ଅସୁନ୍ଦରରେ ସୁନ୍ଦରର ଅନ୍ବେଷଣ କରିବା ଉଚିତ। ରାମିଆଗଞ୍ଜ, ମାର୍ଶାଘାଇ, କେନ୍ଦ୍ରାପଡ଼ା, ମୋ- ୯୪୩୯୮୭୯୦୨୨
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...