ଫୁରସତ |

ଚାକିରି କରିଥିଲେ ବୋଧେ ଏଇଠି ପହଞ୍ଚି ନ ଥାନ୍ତି : ବିକାଶ କୁମାର ଚମ୍ପତି(ସଫଳ ଚାଷୀ)

ଚାକିରି କରିଥିଲେ ବୋଧେ ଏଇଠି ପହଞ୍ଚି ନ ଥାନ୍ତି : ବିକାଶ କୁମାର ଚମ୍ପତି(ସଫଳ ଚାଷୀ)
କଲେଜ ପଢା ପରେ ରୋଜଗାର ଚିନ୍ତା ଘାରିଲା । ଚାକିରି ଅପେକ୍ଷା ନିଜସ୍ବ ଉଦ୍ୟମରେ ରୋଜଗାର ଲାଗି ତାଙ୍କ ମନ ବଳିଲା। ଏଥିପାଇଁ ଶେଷରେ କୁକୁଡ଼ା ଓ ଛେଳି ପାଳନ କରିବାକୁ ମନସ୍ଥ କଲେ। ଆରମ୍ଭ ହେଲା ଉଦ୍ୟମ। କିଛି ବର୍ଷ ମଧ୍ୟରେ ସେ ସ୍ବାବଲମ୍ବୀ ହେବା ସହ ଆଉ କେତେଜଣଙ୍କୁ ରୋଜଗାରର ବାଟ ଦେଖାଇବାରେ ସକ୍ଷମ ହୋଇଛନ୍ତି। ସେ ହେଲେ ବିକାଶ କୁମାର ଚମ୍ପତି (ମୋ:୯୧୭୮୩୧୫୫୨୯)। ପିତାଙ୍କ ନାମ ଉଗ୍ରସେନ ପରିଡ଼ା। ମା’ ମୀନାକ୍ଷୀ ପରିଡ଼ା। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପାପେଡ଼ି ଗ୍ରାମ ପଞ୍ଚାୟତର ବାରଙ୍ଗାଗାଡ଼ିଆ ଗାଁରେ ତାଙ୍କର ଘର। ୧୦ମ ଶ୍ରେଣୀ ପାସ କରିବା ପରେ ଗଡ଼ବାଣୀକିଲୋ କଲେଜରେ ବିଏ ଯାଏ ପଢିଲେ ବିକାଶ। ଏହି ସମୟରେ ରୋଜଗାର ଚିନ୍ତା ମୁଣ୍ଡକୁ ଢୁକିଲା। ମାତ୍ର ଚାକିରି ପ୍ରତି ମନ ବଳିଲାନି। ନିଜସ୍ବ ଚେଷ୍ଟାରେ ସ୍ବାବଲମ୍ବୀ ହେବାକୁ ସ୍ବପ୍ନ ଦେଖିଲେ। ଶେଷରେ ଘରୁ କିଛି ଟଙ୍କା ନେଇ ଏବଂ ଆଉ କିଛି କରଜକରି ପ୍ରାୟ ୩ଲକ୍ଷ ଟଙ୍କାର ବଜେଟରେ ଆରମ୍ଭ କଲେ ଏକ କୁକୁଡ଼ା ଫାର୍ମ । ଏଥିରେ ପ୍ରାୟ ଅଢେଇ ହଜାର ଚିଆଁ ପାଳନ କଲେ । ସେ ବର୍ଷ ସମସ୍ତ ଖର୍ଚ୍ଚ ଯାଇ ଲକ୍ଷାଧିକ ଟଙ୍କା ଲାଭ ମିଳିଲା। ଏହାପରେ ଆଡ଼ିଶନାଲ ଭିଏସ ଶୈଳେଶ ମହାନ୍ତିଙ୍କ ପରାମର୍ଶ କ୍ରମେ ସିଆଇଏସ ସ୍କିମ୍‌ରେ ଆପିକଲ ସହାୟତାରେ ପ୍ରାୟ ୧୫ଲକ୍ଷ ୫୮ହଜାର ଋଣ ଆଣି ୨୦୦ଛେଳି ପାଳନ କଲେ। ଅବଶ୍ୟ ଏହି ଋଣର ୫ଲକ୍ଷ ୩ହଜାର ଟଙ୍କା ସବସିଡି ବାବଦରେ ମିଳିଥିବା କଥା କୁହନ୍ତି ବିକାଶ। ଛେଳି ପାଳନ ସହିତ ଦୁଇଟି ପୋଖରୀରେ ମାଛ ଚାଷ କରିଛନ୍ତି। ବିକାଶ କୁହନ୍ତି ଏବେ ୩ହଜାର କୁକୁଡ଼ା ପାଳନ କରୁଛି। ଗୋଟିଏ କୁକୁଡା ଚିଆଁ ପାଇଁ ପ୍ରଥମେ ୧୪ଗ୍ରାମ ଖାଦ୍ୟ ଆବଶ୍ୟକ ହୋଇଥିବାବେଳେ ପରେ ଖାଦ୍ୟ ବଢିଥାଏ। ଏକମାସର ହୋଇଗଲେ ଗୋଟିଏ କୁକୁଡ଼ା ଦିନକୁ ପ୍ରାୟ ୧୪୭ଗ୍ରାମର ଦାନା ଖାଇଥାଏ। କୁକୁଡ଼ାଗୁଡ଼ିକ ୪୫ଦିନ ମଧ୍ୟରେ ପ୍ରାୟ ଅଢେଇ କିଲୋଗ୍ରାମ ହୋଇଥାନ୍ତି। ଆମ କୁକୁଡ଼ା ଫାର୍ମରେ ଗାଁର ଆଉ ଦୁଇ ଜଣ କାର୍ଯ୍ୟ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହୋଇ ପାରୁଛନ୍ତି। ଚାକିରି କରିଥିଲେ ବୋଧେ ଅନ୍ୟକୁ କର୍ମ ସଂସ୍ଥାନ ଯୋଗାଇ ପାରି ନ ଥାନ୍ତି। ପରିଶ୍ରମକୁ କେବେ ବି ଭୟ କରି ନ ଥାଏ। ତେବେ ସ୍ବାବଲମ୍ବୀ ହେବା ମୋ ପାଇଁ ଖୁସିର ବିଷୟ ବୋଲି କୁହନ୍ତି ଏହି ସଫଳ ଚାଷୀ।
All Right Reserved By

ଫୁରସତ |

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ଭୃଣର ଲିଙ୍ଗ ନିରୂପଣ କରିବା ଅପରାଧ। ତେଣୁ ଭାରତରେ ଭୃଣର ଲିଙ୍ଗ ନିରୂପଣ କରିବାରେ ଲାଗିଛି ପ୍ରତିବନ୍ଧକ। ମାତ୍ର ଝାଡଖଣ୍ଡର ଲୋହରଦଗାରେ ଥିବା ଏକ ଛୋଟିଆ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। 

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

ସାଧାରଣତଃ ୪ ହାତ ଓ ୪ ଗୋଡ଼ ଥିବା ସନ୍ତାନ ଜନ୍ମ ନେଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାଆନ୍ତି ତ ପୁଣି କିଏ ଏହାକୁ ଶୁଭ ମାନି ଥାଆନ୍ତି। ହେଲେ ଏମିତି କାହିଁକି ହୁଏ, ତାହା ହୁଏତ ଅନେକେ ଜାଣି ନ ଥିବେ। 

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସ୍ବସ୍ତିକ ଚିହ୍ନର ରହିଛି ଅନେକ ଧାର୍ମିକ ମହତ୍ତ୍ୱ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଏହି ଚିହ୍ନର ବ୍ୟବହାର କରାଯାଇଥାଏ। 

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ମନ୍ଦିର ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଗ୍ରୀକ୍‌ରେ  ରହିଛି ଏପରି ଏକ ମନ୍ଦିର। ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। 

ବଡ଼ ବନ୍ଧାକୋବି

ବଡ଼ ବନ୍ଧାକୋବି

ନ୍ୟୁୟର୍କ, ୟୋର୍କଶାୟର୍‌ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ସେ ହେଉଛି ହାରୋଗେଟ୍‌ ଅଟମ୍‌ନ ଫ୍ଲାଓ୍ବାର ଶୋ’। ଏହା ବ୍ରିଟେନ୍‌ର ଏକ ଗର୍ଡେନିଂ ଇଭେଣ୍ଟ, ଯେଉଁଥିରେ ଆଗ୍ରହୀ କୃଷକମାନେ ନିଜ ଝାଳବୁହା ପରିଶ୍ରମରେ ଉତ୍ପାଦନ କରିଥିବା ବିରାଟକାୟ ପନିପରିବାକୁ ପ୍ରଦର୍ଶିତ କରିଥାଆନ୍ତି।

ବାପାଙ୍କ ସେବାରେ କୁନି ଝିଅ

ବାପାଙ୍କ ସେବାରେ କୁନି ଝିଅ

୬ ବର୍ଷର କୁନି ଝିଅ ଜିଆ ଜିଆ। ଯେଉଁ ବୟସରେ ସେ ବାପାଙ୍କ କାନ୍ଧରେ ବସି ଦୁନିଆ ଦେଖିବା କଥା, କଣ୍ଢେଇକୁ ସଜେଇ ଖେଳ ଖେଳିବା କଥା ସେହି ବୟସରେ ସେ ସାଜିଛି ପକ୍ଷାଘାତ ଗ୍ରସ୍ତ ବାପାଙ୍କ ସାହାରା। 

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପାର୍ବଣ ଅବସରରେ ବିଭିନ୍ନ ଶୁଭକାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ଏହା ଦ୍ୱାରା କାର୍ଯ୍ୟରେ କୌଣସି ବିଘ୍ନ ସୃଷ୍ଟି ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ସମୟରେ କିଛି ବାସ୍ତୁ କାର୍ଯ୍ୟ କରିବା ଦ୍ୱାରା ଗୃହ ତଥା ବ୍ୟବସାୟ ଆଦିରେ ଶୁଭଫଳ ପ୍ରାପ୍ତି ହୋଇଥାଏ।  

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସିଂହବାହିନୀ ମା’ ଦୁର୍ଗାଙ୍କ ଆଗମନ ଲାଗି ଗାଁଠାରୁ ସହର ଏବେ ଉତ୍ସବ ମୁଖର। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ପାଇଁ ସମସ୍ତେ ପ୍ରସ୍ତୁତି ଚଳାଇଛନ୍ତି। 

ଝିଅ ନୁହେଁ ହୀରା

ଝିଅ ନୁହେଁ ହୀରା

କମୁନି କନ୍ୟାଭ୍ରୂଣ ହତ୍ୟା। ଆଜି ବି ଅଳିଆ, ଆବର୍ଜନା, ପରିତ୍ୟକ୍ତ ସ୍ଥାନରୁ ଶୁଭୁଛି କଅଁଳ ଶିଶୁକନ୍ୟାର କରୁଣ କ୍ରନ୍ଦନ। ହେଲେ ସେହି ଝିଅ ବାରବାର ପ୍ରମାଣିତ କରିଆସିଛି, ସେ ନୁହେଁ କାହାଠାରୁ କମ୍‌। ସେ ଘର ସମ୍ଭାଳି ପାରେ, ଦେଶ ବି। 

କେମିତି କଟିବ ପୂଜା

କେମିତି କଟିବ ପୂଜା

ପୂଜା ପାର୍ବଣରେ ସମସ୍ତେ ଛୁଟି ମନାନ୍ତି। ପରିବାର ସହ ସମୟ ଅତିବାହିତ କରନ୍ତି। ମାତ୍ର କଳାକାରଙ୍କର ଛୁଟି ନଥାଏ। କାରଣ ମନୋରଞ୍ଜନ କରିବା ସେମାନଙ୍କର ଧର୍ମ। ଜଲିଉଡ୍‌ର କେତେକ ଲୋକପ୍ରିୟ କଳାକାରଙ୍କ ପାର୍ବଣ ଅବସରକୁ ନେଇ ଏଇ ଆଲେଖ୍ୟ...

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ଲେଖିକା ପଙ୍କଜବାସିନୀ ଭଞ୍ଜଦେଓ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ମା’ ସିଂହାସନୀ

ମା’ ସିଂହାସନୀ

ପ୍ରାକୃତିକ ଶୋଭା ସମ୍ପଦରେ ବିମଣ୍ଡିତ ଓଡ଼ିଶାର ଗଞ୍ଜାମ ଜିଲା। ଏଠାରେ ରହିଛି ଅନେକ ଦେବୀପୀଠ। ତେବେ ପୋଲସରାଠାରୁ ପ୍ରାୟ ୨୭ କି.ମି ଦୂର ପାହାଡ଼ ଜଙ୍ଗଲଘେରା ପ୍ରାକୃତିକ ପରିବେଶରେ ଥିବା ମା’ ସିଂହାସନୀଙ୍କ ପୀଠ ଅନ୍ୟତମ।