ଜୀବନଚର୍ଯ୍ୟା |

ଫ୍ୟାଶନ୍‌, ଦୁପଟ୍ଟା ପକାଇବେ ଏମିତି

ଫ୍ୟାଶନ୍‌,  ଦୁପଟ୍ଟା ପକାଇବେ ଏମିତି

ସାଧାରଣତଃ ଆମେ ଦୁପଟ୍ଟାକୁ ସାଲ୍‌ଓ୍ବାର ସହ ପକାଇଥାଉ। ସେପୁଣି ଚିରାଚରିତ ଢଙ୍ଗରେ। ତେବେ ଯଦି କିଛି ଭିନ୍ନ ଉପାୟରେ ଏହାକୁ କ୍ୟାରି କରିବେ ମିଳିବ ଆକର୍ଷକ ସହ ଏକ ନୂଆ ଲୁକ୍‌। ଜାଣନ୍ତୁ ସେ ସମ୍ପର୍କରେ...
ସାଇଡ୍‌ ଦୁପଟ୍ଟା - ଗୋଟିଏ କାନ୍ଧରେ ଦୁପଟ୍ଟାକୁ ପିନ୍‌ଅପ୍‌ କରନ୍ତୁ। ଏହାଦ୍ୱାରା ଦୁପଟ୍ଟା ସହ ସୁଟ୍‌ର ଡିଜାଇନ୍‌ ବି ପୂରା ଜଣାପଡେ। ତା’ସହ ସିମ୍ପଲ୍‌ ଓ କ୍ଲାସି ଲୁକ୍‌ ମିଳିଥାଏ।
ସ୍କାର୍ଫ - ଯଦି ଆପଣଙ୍କୁ କେୟାର ଫ୍ରି ଲୁକ୍‌ ଆବଶ୍ୟକ ଅର୍ଥାତ୍‌ ଆପଣ ବାରମ୍ବାର ଦୁପଟ୍ଟାକୁ ସମ୍ଭାଳିବାକୁ ଚାହୁଁ ନାହାନ୍ତି ତେବେ ଏହାକୁ ସ୍କାର୍ଫ ଭାବେ ବେକରେ ବାନ୍ଧି ଦିଅନ୍ତୁ।
ପଛପଟୁ ହାତ ଉପରେ ଦୁପଟ୍ଟା - ଏଥିପାଇଁ ଆପଣ ଗୋଟିଏ କାନ୍ଧରେ ଦୁପଟ୍ଟାକୁ ପିନ୍‌ ଅପ୍‌ କରନ୍ତୁ। ଦୁପଟ୍ଟାର ପଛଭାଗକୁ ପଛପଟୁ ବୁଲାଇ ଅନ୍ୟ ହାତରେ ରଖନ୍ତୁ। ଏହା ଆପଣଙ୍କୁ ରୟାଲ୍‌ ଲୁକ୍‌ ଦେବ।
ଲେହେଙ୍ଗା ଭଳି ଦୁପଟ୍ଟା - ଆପଣ ସୁଟ୍‌ ସହ ଲେହେଙ୍ଗା ଭଳି ଦୁପଟ୍ଟା ପକାଇପାରିବେ। ଯଦି ଆପଣଙ୍କ ଦୁପଟ୍ଟା ହେଭି ଅଛି ତେବେ ବାମ କାନ୍ଧରେ ଦୁପଟ୍ଟାକୁ ସାଇଜ୍‌ରେ ପିନ୍‌ ଅପ୍‌ କରି ଅନ୍ୟପଟ କାନ୍ଧରେ ଏହାକୁ ଖୋଲିକରି ପକାଇପାରିବେ। ଏହାଦ୍ୱାରା ଆପଣଙ୍କ ହେଭି ଦୁପଟ୍ଟାର ଲୁକ୍‌ ସମ୍ପୂର୍ଣ୍ଣ ଜଣାପଡିବ।
ବେକରେ ରାଉଣ୍ଡ୍‌ ସେପ୍‌ - ଆପଣ ଚାହିଁଲେ ଦୁପଟ୍ଟାକୁ ବେକ ଚାରିପଟେ ରାଉଣ୍ଡ୍‌ ଶେପ୍‌ରେ ହାଲ୍‌କା ଲୁଜ୍‌ କରି ବାନ୍ଧି ପାରିବେ। ଏହାଦ୍ୱାରା ଆପଣଙ୍କୁ କମ୍ଫର୍ଟେବଲ୍‌ ଲାଗିବ ଏବଂ ବାରମ୍ବାର ଦୁପଟ୍ଟା ସମ୍ଭାଳିବାକୁ ପଡିବନି।

All Right Reserved By

ଜୀବନଚର୍ଯ୍ୟା |

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ କଳଦୀ

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ କଳଦୀ

ବ୍ୟସ୍ତବହୁଳ ଜୀବନଶୈଳୀ ଦିନକୁ ଦିନ ଆମ ପାଇଁ ଅନେକ ରୋଗର କାରଣ ପାଲଟିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ହାଇ ବ୍ଲଡପ୍ରେସର ବା ଉଚ୍ଚ ରକ୍ତଚାପ। ଆମେରିକାର ୟୁନିଭରସିଟି ଅଫ୍‌ ମିନେସୋଟାର ଗବେଷଣା ଅନୁଯାୟୀ, ନିୟମିତ କଦଳୀ ଖାଇଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ ବୋଲି ଜଣାପଡିଛି।

କ୍ୟାନସର ଠାରୁ ଦୂରେଇ ରହିବା ପାଇଁ...

କ୍ୟାନସର ଠାରୁ ଦୂରେଇ ରହିବା ପାଇଁ...

ପିଆଜରେ ରହିଛି ସଲଫର, ଏମିନୋ ଏସିଡ ଓ ଭିଟାମିନ୍ସ। ବିଶେଷ କରି କଞ୍ଚା ପିଆଜ ଖାଇଲେ ଏହା ଉପକାର ଅନେକ। - ନିୟମିତ ଖାଦ୍ୟରେ କଞ୍ଚା ପିଆଜ ଖାଇଲେ ଏଥିରେ ଥିବା ସଲ୍‌ଫର କ୍ୟାନସର ଭଳି ମାରାତ୍ମକ ରୋଗଠାରୁ ଆମକୁ ଦୂରେଇ ରଖିଥାଏ। କାରଣ ଶରୀରରେ ଥିବା କ୍ୟାନସର ଜୀବାଣୁକୁ ସଲଫର ବଢିବାକୁ ଦେଇ ନ ଥାଏ।

ଜଙ୍କଫୁଡ୍‌ ଅଭ୍ୟାସ ଲାଗି ଫେସବୁକ୍‌ ବି ଦାୟୀ

ଜଙ୍କଫୁଡ୍‌ ଅଭ୍ୟାସ ଲାଗି ଫେସବୁକ୍‌ ବି ଦାୟୀ

ଛୋଟପିଲା, କିଶୋରୀ, କିଶୋରଙ୍କ ପିଜ୍ଜା, ବର୍ଗର ଭଳି ଜଙ୍କଫୁଡ୍‌କୁ ବେଶ୍‌ ପସନ୍ଦ କରିଥାନ୍ତି। ସେମାନଙ୍କର ଏହି ଅଭ୍ୟାସ ଲାଗି ଫେସବୁକ୍‌ ଦାୟୀ ବୋଲି ଗବେଷକ ସୂଚିତ କରିଛନ୍ତି। ଏକ ଗବେଷଣା ଅନୁସାରେ, କିଶୋରୀ, କିଶୋରଙ୍କ ଜଙ୍କଫୁଡ୍‌ ପ୍ରେମ ପାଇଁ ସବୁଠୁ ବେଶି ସୋସିଆଲ ମିଡିଆ ୱେବସାଇଟ୍‌ ଦାୟୀ।

ସକାଳୁ ପିଅନ୍ତୁ ତେଜପତ୍ର ପାଣି

ସକାଳୁ ପିଅନ୍ତୁ ତେଜପତ୍ର ପାଣି

ସକାଳୁ ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ନିତ୍ୟକର୍ମ ପରେ ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣି ନିୟମିତ ପିଇଲେ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ କରିଥାଏ।

ରଙ୍ଗ କହିବ ଆପଣ କେତେ ରୋମାଣ୍ଟିକ

ରଙ୍ଗ କହିବ ଆପଣ କେତେ ରୋମାଣ୍ଟିକ

ଚାଲି ଚଳନ, ବେଶ ପୋଷାକରୁ ଜଣଙ୍କର ବ୍ୟକ୍ତିତ୍ୱ ବିଷୟରେ ଜଣାପଡିଥାଏ। ଆହୁରି ମଧ୍ୟ ଏହି ରଙ୍ଗରୁ ଜାଣିହୁଏ କିଏ କେତେ ରୋମାଣ୍ଟିକ୍‌।

ହରମୋନ୍‌ ସ୍ତରକୁ ସନ୍ତୁଳନ ରଖିବେ କିପରି...

ହରମୋନ୍‌ ସ୍ତରକୁ ସନ୍ତୁଳନ ରଖିବେ କିପରି...

ଶରୀର ସୁସ୍ଥ ରହିବାକୁ ହେଲେ ହରମୋନ୍‌ ସ୍ତର ସନ୍ତୁଳିତ ଅବସ୍ଥାରେ ରହିବା ଜରୁରୀ। କାରଣ ହରମୋନ୍‌ ସ୍ତରରେ ପରିବର୍ତ୍ତନ ହେଲେ ଏହାର ନକାରାତ୍ମକ ପ୍ରଭାବ ଶରୀର ଉପରେ ପଡିଥାଏ।

ମେଦ କମାଇବ ମେଥି ପାଣି

ମେଦ କମାଇବ ମେଥି ପାଣି

ମେଥି ଶରୀର ପାଇଁ ବେଶ୍‌ ଲାଭଦାୟକ। ଏହାର ସେବନରେ ଅନେକ ରୋଗ ଦୂରେଇ ଯାଇଥାଏ। ବିଶେଷ କରି ମେଥିର ପାଣି ପିଇଲେ ମେଦବୃଦ୍ଧି ହୋଇ ନ ଥାଏ। ଏଥିରେ ରହିଛି ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟୋରୀ ଗୁଣ। ଏହା ଶରୀରର ଭିତର ଅଂଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଆଜ୍‌ମାରୁ ମୁକ୍ତି ଦିଏ ଭିଟାମିନ୍‌-ଡ଼ି’

ଆଜ୍‌ମାରୁ ମୁକ୍ତି ଦିଏ ଭିଟାମିନ୍‌-ଡ଼ି’

ଭିଟାମିନ୍‌-ଡି’ ଅନେକ ରୋଗର ଚିକିତ୍ସାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ଇସ୍ରାଏଲ୍‌ର ଗବେଷକମାନେ ଜାଣିପାରିଛନ୍ତି ଯେ, ଭିଟାମିନ୍‌-ଡି’ ଆଜ୍‌ମା ରୋଗୀଙ୍କ ଲାଗି ମହୋଷଧୀ ଭଳି କାର୍ଯ୍ୟ କରିଥାଏ।

ପ୍ରତି ୧୦ ବର୍ଷରେ ମସ୍ତିଷ୍କରେ ଆସିଥାଏ ପରିବର୍ତ୍ତନ

ପ୍ରତି ୧୦ ବର୍ଷରେ ମସ୍ତିଷ୍କରେ ଆସିଥାଏ ପରିବର୍ତ୍ତନ

ମସ୍ତିଷ୍କର ସେରିବ୍ରମ୍‌ରେ ଥିବା କୁଣ୍ଡଳାକୃତି ବୌଦ୍ଧିକସ୍ତରରେ ପ୍ରତି ୧୦ ବର୍ଷରେ ପରିବର୍ତ୍ତନ ଆସିଥାଏ ବୋଲି ଗବେଷକ ପ୍ରକାଶ କରିଛନ୍ତି। ଏହି ଧାରା ଗୁଣସୂତ୍ରରେ ଥିବା କାରକ ବାହକ ଜିନ୍‌ ଦ୍ୱାରା ପିଢ଼ି ପରେ ପିଢ଼ି ସ୍ଥାନାନ୍ତରିତ ହୋଇଥାଏ।

ତ୍ୱଚା ବି ବାରିପାରେ ଗନ୍ଧ

ତ୍ୱଚା ବି ବାରିପାରେ ଗନ୍ଧ

ଗନ୍ଧ ବାରିବାର କ୍ଷମତା ତ୍ୱଚାର ରହିଛି। ତ୍ୱଚା କୋଷିକାରେ ବିଭିନ୍ନ ଗନ୍ଧ ବାରିବାର ତତ୍ତ୍ୱ ଥିବା ଗବେଷଣାରୁ ଜଣାପଡ଼ିଛି। ଯଦି ଏହି ଅଭିଗ୍ରାହକ ତତ୍ତ୍ୱ୍ବ ବା ଓଲଫ୍ୟାକ୍ଟ୍ରୀ ରିସେପ୍ଟର୍‌ ଗୁଡ଼ିକୁ ସକ୍ରିୟ କରାଯାଏ, ତେବେ କୋଷିକାଗୁଡ଼ିକର ବିଭାଜନ ଶୀଘ୍ର ହୁଏ।

ସକାଳେ କାହିଁକି ପିଇବେ ଆଖୁରସ

ସକାଳେ କାହିଁକି ପିଇବେ ଆଖୁରସ

ସକାଳୁ ଆଖୁରସ ପିଇଲେ ମିଳେ ଅନେକ ଉପକାର। ଆଖୁରସରେ ଶରୀରକୁ ସୁସ୍ଥ ରଖିବା ଭଳି ଭିଟାମିନ୍‌,କ୍ୟାଲସିୟମ୍‌, ଫସଫରସ୍‌, ଗ୍ଲୁକୋଜ୍‌ ଆଦି ତତ୍ତ୍ୱ ଭରି ରହିଛି। ଆଖୁସରରେ ଅଦାରସ, ଲେମ୍ବୁରସ ଏବଂ ବିଟ୍‌ ଲୁଣ ମିଶାଇ ପିଇଲେ ଏହା ପାଚନ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିଥାଏ।

ପ୍ରସାଧାନ ସାମଗ୍ରୀ ବ୍ୟବହାର ବେଳେ ରୁହନ୍ତୁ ସତର୍କ...

ପ୍ରସାଧାନ ସାମଗ୍ରୀ ବ୍ୟବହାର ବେଳେ ରୁହନ୍ତୁ ସତର୍କ...

ଆଜିକାଲି ବିନା କସମେଟିକ୍ସରେ ବାହାରକୁ ବାହାରିବା ଲାଗି ପ୍ରାୟ ପସନ୍ଦ କରୁନାହାଁନ୍ତି। କିନ୍ତୁ କସମେଟିକ୍ସ ଯେ ଚେହେରା ଉପରେ ଖରାପ ପ୍ରଭାବ ପକାଇଥାଏ ଏକଥା ଅନେକକୁ ମାଲୁମ ନ ଥାଏ।

Model This Week

ପ୍ରଭାତ