ସମ୍ପାଦକୀୟ |

ଏବକାର ଭାରଦାମାନେ

ଏବକାର ଭାରଦାମାନେ
ବୈକୁଣ୍ଠନାଥ ମିଶ୍ର ମହାଭାରତ ଉଦ୍‌ଯୋଗ ପର୍ବର ଏକ ରୋଚକ କାହାଣୀ। ଆସନ୍ନ ଯୁଦ୍ଧର ପରିଣାମକୁ ନେଇ ଧର୍ମରାଜ ଯୁଧିଷ୍ଠିରଙ୍କ ହୃଦୟରେ ସଂଶୟର ଶତ ଉଦ୍‌ବେଳନ। ତ୍ରିକାଳଦର୍ଶୀ ସହଦେବଙ୍କୁ ଯୁଦ୍ଧର ସମ୍ଭାବ୍ୟ ପରିଣାମ ଜିଜ୍ଞାସା କରନ୍ତେ ସେ ସବିନୟ ପ୍ରକାଶ କଲେ, ହେ ଜ୍ୟେଷ୍ଠଭ୍ରାତା! ମୋଠାରୁ ଯୁଦ୍ଧ ବୃତ୍ତାନ୍ତ ଶ୍ରବଣ କରିବା ଅପେକ୍ଷା ଯେ ଏ ସମାଚାର ଠିକ୍‌ ଦେଇପାରିବେ, ତାଙ୍କୁ ପଚାରିଲେ ଭଲ ହେବ। ଯୁଧିଷ୍ଠିର ବ୍ୟାକୁଳ ଭାବେ ପ୍ରଶ୍ନକଲେ, କିଏ ସେହି ଧର୍ମାତ୍ମା, କେଉଁଠି ତାଙ୍କ ନିବାସ, ଯେ କି ମୋ ଅନ୍ତରର ଦାବାଗ୍ନିକୁ ନିର୍ବାପିତ କରିପାରିବେ? ସହଦେବ କହିଲେ, ଏଠାରୁ ତିନି ଶହ ଯୋଜନ ଦୂରରେ ଯାଜପୁର ସନ୍ନିକଟ ପୁଣ୍ୟତୋୟା ବୈତରଣୀର ଅପରପାର୍ଶ୍ୱରେ ଧବଳୀ ପର୍ବତ ଦଣ୍ଡାୟମାନ। ପର୍ବତର ପାଦଦେଶରେ ଏକ ସୁରମ୍ୟ ଅଟ୍ଟାଳିକା, ଯେଉଁଥିରେ ସସ୍ତ୍ରୀକ ଅବସ୍ଥାନ କରୁଛନ୍ତି ଜଣେ ସୌମ୍ୟକାନ୍ତ ଯୁବକ। କେବଳ ଭ୍ରାତା ଭୀମସେନ ହିଁ ତାଙ୍କୁ ଏଠାକୁ ଆଣିପାରିବେ। ଯୁଧିଷ୍ଠିର ସେ ମହାତ୍ମାଙ୍କ ସନ୍ଧାନ ପାଇଁ ଭୀମଙ୍କୁ ଆଦେଶ କଲେ ଓ ତାଙ୍କ ଆଗମନ ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ ନ କରିବାକୁ ପ୍ରତିଜ୍ଞା କଲେ। ସହଦେବ କହିଲେ, ସେ ମହାତ୍ମା ‘ଭାରଦା’ ନାମରେ ବିଦିତ। ଭୀମସେନ ତତ୍‌କ୍ଷଣାତ୍‌ ଗମନ କଲେ ଓ ଭାରଦାଙ୍କ ବାସସ୍ଥାନରେ ପହଞ୍ଚି ଗୋପନରେ ତାଙ୍କ ଗତିବିଧି ନିରୀକ୍ଷଣ କଲେ। ଭାରଦାଙ୍କ ସ୍ତ୍ରୀ ଅନିନ୍ଦ୍ୟସୁନ୍ଦରୀ, ଅପୂର୍ବ ଲାବଣ୍ୟମୟୀ, କୋଟି ଅପ୍‌ସରା ନିନ୍ଦିତ ରୂପକାନ୍ତିରେ ଝଟକୁଛନ୍ତି। ଭାରଦା ମଧ୍ୟ ରତି ସହିତ କନ୍ଦର୍ପ ପରି ଦିବ୍ୟକାନ୍ତିଯୁକ୍ତ, ନାନାଦି ରତ୍ନ ବିଭୂଷିତ, ସୁଗଠିତ ବପୁ। ଦର୍ଶନ ମାତ୍ରକେ ଅଭିଶପ୍ତ ଦେବତାର ଭ୍ରମ ସୃଷ୍ଟି ହେଲା। ଭୀମ ନିଶ୍ଚିତ ହେଲେ ଯେ ଏ ମହାତ୍ମା ତ୍ରିକାଳଦର୍ଶୀ ଓ ସହଦେବଠାରୁ ଢେର୍‌ ଉଚ୍ଚରେ। କିନ୍ତୁ ପର ମୁହୂର୍ତ୍ତରେ ଭାରଦାଙ୍କ ପ୍ରତି ଥିବା ଭକ୍ତି ଘୃଣାରେ ରୂପାନ୍ତରିତ ହେଲା। ଭୀମ ଦେଖିଲେ ଭାରଦା ପ୍ରଭାତରେ ସ୍ତ୍ରୀଙ୍କୁ ଶଯ୍ୟାରୁ ଉଠାଇ ଶୌଚାଳୟରେ ଶୌଚ କରାଇଲେ। ତାଙ୍କ କୁନ୍ତଳକବରୀ ବିନ୍ୟାସ କରି ଶରୀରରେ ସୁଗନ୍ଧିତ ତୈଳ ମାଜଣା କଲେ ଓ ସ୍ନାନାନ୍ତେ ନୂତନ ବସ୍ତ୍ରାଭୂଷଣାଦି ପରିଧାନ କରାଇଲେ। ଭୋଜନାସନରେ ବସାଇ ସ୍ବପ୍ରସ୍ତୁତ ସୁମିଷ୍ଟ ଖାଦ୍ୟ ଭୁଞ୍ଜାଇଲେ। ଭୋଜନାନ୍ତେ ତାମ୍ବୁଳ ସେବନ କରାଇ ସୁସଜ୍ଜିତ ରତ୍ନପଲଙ୍କରେ ଶୟନ କରାଇ ତାଙ୍କ ପାଦ ମଞ୍ଚାଳିଲେ। ସ୍ତ୍ରୀ ନିଦ୍ରାଗଲା ପରେ ତାଙ୍କ ସ୍ନାନ ପୂର୍ବର ବସ୍ତ୍ର ପ୍ରକ୍ଷାଳନ କରି ତାଙ୍କ ଉଚ୍ଛିଷ୍ଟ ପାତ୍ରରେ ସ୍ବୟଂ ଭୋଜନ କଲେ ଓ ଦ୍ୱାରଦେଶରେ ଅପେକ୍ଷା କରି ରହିଲେ। ବିଟପୁରୁଷମାନଙ୍କୁ କ୍ରମାନ୍ବୟରେ ସ୍ତ୍ରୀଙ୍କ ନିକଟକୁ ପ୍ରବେଶ କରାଇ ଆଦେଶର ପ୍ରତୀକ୍ଷା କଲେ। ଏସବୁ ଥିଲା ଭୀମଙ୍କ ଦୃଷ୍ଟିରେ ଅସହ୍ୟ। ଭାରଦାଙ୍କୁ ସ୍ପର୍ଶ କରିବାକୁ ଇଚ୍ଛା ନ ଥିଲେ ମଧ୍ୟ ଜ୍ୟେଷ୍ଠଭ୍ରାତାଙ୍କର ଆଦେଶ ଥିବାରୁ ତା’ର କେଶ ଆକର୍ଷଣ ପୂର୍ବକ ଟାଣି ଟାଣି ନେଇ ଇନ୍ଦ୍ରପ୍ରସ୍ଥରେ ପହଞ୍ଚିଲେ। ଭୀମଙ୍କଠାରୁ ଯୁଧିଷ୍ଠିର ସମସ୍ତ ସମାଚାର ଶ୍ରବଣ କରି ଭାରଦାଙ୍କ ଉପରେ କ୍ରୋଧିତ ହେଲେ। କିନ୍ତୁ ସହଦେବ ବିନୟର ସହ ମାତ୍ର ଗୋଟିଏ ରାତି ଅପେକ୍ଷା କରିବାକୁ ଅନୁରୋଧ କଲେ। ଯୁଧିଷ୍ଠିରଙ୍କ ଆଦେଶରେ ଭୀମ ଭାରଦାଙ୍କୁ କୁରୁକ୍ଷେତ୍ର ସମର ପ୍ରାଙ୍ଗଣରେ ପାଣ୍ଡବ କୌରବଙ୍କ ସୀମା ନିର୍ଦ୍ଧାରଣ ପାଇଁ ପ୍ରୋତ୍ଥିତ ଖମ୍ବରେ ସୁଦୃଢ ରଜ୍ଜୁ ସାହାଯ୍ୟରେ ବନ୍ଧନ କଲେ। ଉଦ୍ଦେଶ୍ୟ ଥିଲା ନିଶାର୍ଦ୍ଧରେ ଭୂତପ୍ରେତ, ପିଶାଚ ଅବା ନରମାଂସଭୋଜୀ ଶ୍ୱାନଶୃଗାଳଙ୍କର ଆହାର ହୋଇ ପ୍ରାଣତ୍ୟାଗ କରିବ। ମାତ୍ର ମଧ୍ୟରାତ୍ରରେ ଯେତେ ଭୂତପ୍ରେତ ଅବା ଚଣ୍ଡୀଚାମଣ୍ଡା ଆସିଲେ କେହି ହେଲେ ଭାରଦା ମାଂସ ଭକ୍ଷଣ କଲେନାହିଁ। କାରଣ ସେମାନଙ୍କ ମତରେ ଭାରଦାର ସର୍ବାଙ୍ଗ ପାପମୟ। ଏହାର ସ୍ପର୍ଶଜନିତ ପାପ ମଧ୍ୟ ଭୟଙ୍କର। ଏହାପରେ ଅମ୍ବିକା ଶୃଗାଳ ସ୍ତ୍ରୀ ତାରାକ୍ଷୀ ସହ ସେଠାରେ ଉପସ୍ଥିତ ହେଲା। ତାରାକ୍ଷୀର ବୁଭୁକ୍ଷାକୁ ସମ୍ବରଣ କରିବାକୁ ଯାଇ ଶୃଗାଳ କହିଲା, ଏ ଲୋକ ଏଡ଼େ ପାପିଷ୍ଠ ଯେ ଏହାର ମାଂସ ଭକ୍ଷକର ଆତ୍ମା ଓ ଶରୀରକୁ କଳୁଷିତ କରିଦେବ। ଆଗାମୀ ଅଠରଦିନ ଏଠାରେ ଏତେ ଶବ ମିଳିବ ଯେ ଆମେ ଖାଇବାକୁ ଅସମର୍ଥ ହେବା। ଏହି ପ୍ରସଙ୍ଗରେ ଅମ୍ବିକା ଶୃଗାଳ ସ୍ତ୍ରୀକୁ ଆସନ୍ନ ମହାଭାରତ ଯୁଦ୍ଧର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କଲା। ଯୁଦ୍ଧରେ କେଉଁମାନେ କାହା ଦ୍ୱାରା ନିହତ ହେବେ, ଯୁଦ୍ଧ ଶେଷରେ ପାଣ୍ଡବମାନେ କିପରି ବିଜୟୀ ହୋଇ ହସ୍ତିନା ରାଜସିଂହାସନ ପ୍ରାପ୍ତ ହେବେ- ଶ୍ରୀକୃଷ୍ଣଙ୍କ ଭୂମିକା କ’ଣ ହେବ ଇତ୍ୟାଦି ସବିଶେଷ ବର୍ଣ୍ଣନା କଲା। ଶୃଗାଳ ପୁଣି କହିଲା, ଭାରଦା ଏସବୁ ଶ୍ରବଣ କରି କାଲି ପ୍ରଭାତରେ ଯୁଧିଷ୍ଠିରଙ୍କ ସମ୍ମୁଖରେ ଯୁଦ୍ଧର ଭବିଷ୍ୟତ ବର୍ଣ୍ଣନା କରିବ ଓ ତତ୍‌କ୍ଷଣାତ୍‌ ତାଙ୍କର ହୃଦ୍‌ଘାତଜନିତ ମୃତ୍ୟୁହେବ। ଶୃଗାଳ ମଧ୍ୟ ସ୍ତ୍ରୀକୁ ଭାରଦାର ପୂର୍ବଜନ୍ମ ବୃତ୍ତାନ୍ତ ବର୍ଣ୍ଣନା କଲା। ଭାରଦା ହେଉଛି ସ୍ବର୍ଗରାଜ ଇନ୍ଦ୍ର ଓ ଗନ୍ଧର୍ବକନ୍ୟା ଶକୁନ୍ତଳାଙ୍କ ପୁତ୍ର ଜୟସେନ। ଏକଦା ଇନ୍ଦ୍ରପୁରୀକୁ କୁବେର ଆଗମନ କରୁଥାନ୍ତି। ଗୁରୁ କୁବେରଙ୍କ ଆତିଥ୍ୟ ନିମିତ୍ତ ଇନ୍ଦ୍ର ଅପ୍‌ସରା ମେନାଙ୍କ ସଦ୍ୟ ଯୌବନପ୍ରାପ୍ତ ସୁନ୍ଦରୀ ପୁତ୍ରୀ ମଦନିକାଙ୍କୁ ନୃତ୍ୟ ପରିବେଷଣ ତଥା ମନୋରଞ୍ଜନର ଦାୟିତ୍ୱ ଦେଇଥାନ୍ତି। କିନ୍ତୁ ଇନ୍ଦ୍ରସୁତ ଜୟସେନ ମଦନିକାଙ୍କୁ ଭ୍ରମିତ କରାଇ ପାରିଜାତ ବନକୁ ନେଇ ତାଙ୍କ ସହ ସମ୍ଭୋଗ ରଚନା କଲେ। କୁବେର ଏହା ଜ୍ଞାତ ହୋଇ ଜୟସେନଙ୍କୁ ଅଭିଶାପ ଦେଲେ। ଯାଅ ମର୍ତ୍ତ୍ୟରେ ଭାରଦା ରୂପେ ଅବସ୍ଥାନ କର। ମଦନିକା ତୁମକୁ ସ୍ତ୍ରୀ ରୂପେ ପ୍ରାପ୍ତ ହେବେ। କିନ୍ତୁ ତୁମେ ତାଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅସମର୍ଥ ହେବ। କାରଣ ମଦନିକା ମୋତେ ସମର୍ପିତା ଥିଲେ। ତୁମେ ଯେପରି ପରନାରୀ ସହିତ ସଂସର୍ଗ କଲ, ତୁମ ସ୍ତ୍ରୀ ବିଟପୀ ସାଜି ବହୁ ପୁରୁଷଙ୍କ ଅଙ୍କଶାୟିନୀ ହେବେ। ତୁମେ ଏ କାର୍ଯ୍ୟରେ ତାଙ୍କୁ ସହାୟତା କରିବ। ଯୁଧିଷ୍ଠିରଙ୍କୁ ମହାଭାରତ ଯୁଦ୍ଧର ସବିଶେଷ ବିବରଣୀ ପ୍ରଦାନ କଲା ପରେ ତୁମର ବକ୍ଷ ବିଦୀର୍ଣ୍ଣ ହୋଇ ମୃତ୍ୟୁ ହେବ। ଭାରଦା ଉଭୟ ପୂର୍ବଜନ୍ମ ବୃତ୍ତାନ୍ତ ଓ ଆସନ୍ନ ଯୁଦ୍ଧର ପରିଣତି ଜ୍ଞାତ ହୋଇ ବେଶ୍‌ ପ୍ରସନ୍ନ ହେଲେ। ପ୍ରଭାତରେ ଭାରଦା ଅକ୍ଷୁଣ୍ଣ ଜୀବିତ ଥିବା ଦେଖି ଯୁଧିଷ୍ଠିର ବିସ୍ମିତ ହେଲେ। ସହଦେବଙ୍କ ନିର୍ଦ୍ଦେଶରେ ଭାରଦା ଯୁଧିଷ୍ଠିରଙ୍କୁ ଯୁଦ୍ଧର ପରିଣତି ସବିଶେଷ ବର୍ଣ୍ଣନା କଲେ ଓ ତତ୍‌କ୍ଷଣାତ୍‌ ଭାରଦାଙ୍କର ମୃତ୍ୟୁ ହେଲା। ଶୂଦ୍ରମୁନି ଶାରଳା ଦାସ ଲେଖିଛନ୍ତି- ”ଭାରଦା କହିଲେ ସର୍ବ ଶୁଣିଲେ ଯୁଧିଷ୍ଠି। ତତ୍‌ପରେ ସେ ଭାରଦାର ମୁର୍ଦ୍ଧା ଗଲା ଫାଟି॥“ ଏ ଥିଲା ପୁରାଣ ବର୍ଣ୍ଣିତ ଭାରଦା ଉପାଖ୍ୟାନ। ଆଜି ଆମେ ଆମ ଚତୁଃପାର୍ଶ୍ୱରେ ନିତ୍ୟ ଭାରଦାମାନଙ୍କୁ ପ୍ରତ୍ୟକ୍ଷ କରୁଛୁ। ଆମେ ଆମ ମାତାପିତାଙ୍କର ସେବା କରିବାରେ କୁଣ୍ଠିତ, କିନ୍ତୁ ସ୍ତ୍ରୀ ସେବାରେ ସମ୍ପୂର୍ଣ୍ଣ ସମର୍ପିତ। ଅବଶ୍ୟ ଆବଶ୍ୟକ ସମୟରେ ସ୍ତ୍ରୀ ସେବା ଦୋଷାବହ ନୁହେଁ। ମାତ୍ର ମାତାପିତାଙ୍କୁ ଅବହେଳା କରି ପତ୍ନୀନିଷ୍ଠ ହେବା କେତେ ସମୀଚୀନ ତାହା ବିଚାର୍ଯ୍ୟ। ସାମ୍ପ୍ରତିକ ସମୟରେ ଆମର ଏପରି ଚାରିତ୍ରିକ ସ୍ଖଳନ ଘଟିଛି ଯେ, ନିଜର ଦୁର୍ବଳ ଚରିତ୍ରକୁ ନେଇ ସ୍ତ୍ରୀକୁ ସାମ୍ନା କରିବାର ସତ୍‌ସାହସ ନାହିଁ। କେତେକ ସମ୍ଭ୍ରାନ୍ତ ପରିବାରରେ ସ୍ତ୍ରୀ ବଦଳ ପରି ଘୃଣ୍ୟ ଘଟଣାମାନ ଖବରକାଗଜ ପୃଷ୍ଠାରେ ପରିଦୃଷ୍ଟ ହେଲାଣି। ପୁଣି ସ୍ତ୍ରୀକୁ ପଣ୍ୟ ସଜାଇ ତାଙ୍କ ମାଧ୍ୟମରେ ହାକିମଠାରୁ ଅହେତୁକ ଅନୁକମ୍ପା ହାସଲ କରିବା ପରି ଅରୁଚିକର ଖବର ଶ୍ରୁତିଗୋଚର ହେଉଛି। ତା’ହେଲେ ଆମେ ଭାରଦା ପଦବାଚ୍ୟ ହେବା କି ନାହିଁ? ସେ ଭାରଦା ସିନା ଅଭିଶପ୍ତ ଥିଲା, କିନ୍ତୁ ଆମ ଉପରେ କାହାର ଅଭିଶାପ ପଡିଛି? ବିଚାର ଆମ ସମସ୍ତଙ୍କର। ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...