ସମ୍ପାଦକୀୟ |

ପ୍ରେମୀ ପୁରୁଷ

ପ୍ରେମୀ ପୁରୁଷ
ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଜ୍ୟେଷ୍ଠପୁତ୍ର ଶ୍ରୀଅମରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଯିଏକି ଶ୍ରୀଶ୍ରୀବଡ଼ଦା ନାମରେ ସର୍ବଜନ ସମାଦୃତ, ଥିଲେ ଜଣେ ରହସ୍ୟମୟ ବ୍ୟକ୍ତିତ୍ୱର ଅଧିକାରୀ। କଠୋର ଏବଂ କୋମଳ ଦୁଇ ବିପରୀତ ଭାବର ଅପୂର୍ବ ସମାବେଶ ଲକ୍ଷ୍ୟ କରାଯାଇଛି ତାଙ୍କଠାରେ। ଅନ୍ୟାୟ, ଅତ୍ୟାଚାର ଏବଂ ଆଦର୍ଶ ବା ଇଷ୍ଟବିରୋଧୀ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସେ ଥିଲେ ବଜ୍ର ଭଳି କଠୋର ଏବଂ ଅନମନୀୟ। କିନ୍ତୁ ଏହି କଠୋରତାର ଅନ୍ତରାଳରେ ତାଙ୍କ ହୃଦୟରେ ପ୍ରତିଟି ମଣିଷ, ଜୀବଜନ୍ତୁ ଏପରିକି ବୃକ୍ଷଲତାଙ୍କ ପାଇଁ ଏକ ଅନାବିଳ ପ୍ରେମର ଫଲ୍‌ଗୁଧାରା ନିତ୍ୟ ପ୍ରବାହିତ ଥିଲା। ସେ ଯେମିତି ‘ବଜ୍ରାଦପି କଠୋରାଣି ମୃଦୁନି କୁସୁମାଦପି’। ତାଙ୍କର ବ୍ୟକ୍ତିତ୍ୱ ଥିଲା ସାଗର ପରି ଗଭୀର ଏବଂ ଅଟଳ ମେରୁ ଭଳି ମହୀୟାନ୍‌। ସାଧାରଣତଃ ତାଙ୍କ ସମ୍ମୁଖରେ ଛିଡା ହୋଇ କଥା କହିବାର ସାହସ କାହାରି ହେଉ ନ ଥିଲା। କିନ୍ତୁ କେହି ଯେବେ ସେହି ଅଟଳ ଗାମ୍ଭୀର୍ଯ୍ୟର ଅନ୍ତରାଳରେ ଲୁଚି ରହିଥିବା ତାଙ୍କର ଦରଦୀ ହୃଦୟର ସ୍ପର୍ଶ ଟିକେ ପାଉଥିଲା, ସେ ତାଙ୍କୁ ଜୀବନରେ କେବେ ବି ଭୁଲିପାରୁ ନ ଥିଲା। ତାଙ୍କ ସମ୍ବନ୍ଧରେ ଶ୍ରୀଶ୍ରୀଠାକୁର ନିଜେ ହିଁ କହିଛନ୍ତି- ବଡପୁଅର ବାହାରର ରୂପ ଦେଖି ତା’ର ସ୍ବରୂପ ବୁଝିବା କଠିନ। ସେ ବଡ଼ ସଚ୍ଚା। ଯଦି କେହି ତା’ ଭିତରେ ପଶିପାରେ, ବୁଝିନେବ କୈସା ମାଲ୍‌। ଶ୍ରୀଶ୍ରୀଠାକୁରଙ୍କୁ ଟିକେ ସ୍ବସ୍ତି ଦେବା ପାଇଁ ଏବଂ ତାଙ୍କ ଲୋକକଲ୍ୟାଣକର ଭାବଧାରାକୁ ଜନସମାଜରେ ସଗୌରବେ ପ୍ରତିଷ୍ଠା କରିବା ପାଇଁ ସେ ଆଶୈଶବ ସାଧନା କରି ଆସିଛନ୍ତି। ତାଙ୍କର ବଳିଷ୍ଠ ନେତୃତ୍ୱରେ ସତ୍‌ସଙ୍ଗ ସମସ୍ତ ବାଧାବିଘ୍ନ ଅତିକ୍ରମ କରି ଆଜି ଏକ ବିରାଟ ଗଣଆନ୍ଦୋଳନରେ ପରିଣତ ହୋଇଛି। ଏଥିପାଇଁ ତାଙ୍କୁ ସହିବାକୁ ପଡିଛି ଅନେକ ନିନ୍ଦା, ସମାଲୋଚନା ଏବଂ ସ୍ବଜନ-ବିଦ୍ୱେଷ। କିନ୍ତୁ କୌଣସି ପରିସ୍ଥିତି ତାଙ୍କୁ କର୍ତ୍ତବ୍ୟ ପଥରୁ ଟଳାଇ ପାରିନାହିଁ। ସବୁଠାରୁ ବଡକଥା ହେଲା ଯେଉଁମାନେ ତାଙ୍କୁ ନିନ୍ଦା କରିଛନ୍ତି, ତାଙ୍କ ବିରୋଧରେ ବାରମ୍ବାର ଚକ୍ରାନ୍ତ କରିଛନ୍ତି, ସେମାନଙ୍କ ପ୍ରତି ମଧ୍ୟ ତାଙ୍କର ଭଲପାଇବାରେ ଟିକିଏ ବି ଭଟ୍ଟା ପଡିନାହିଁ। ଅନ୍ୟର ପ୍ରରୋଚନାରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜଣେ ପଣ୍ଡା ଶେଷରେ ନିଜର ଭୁଲ୍‌ ବୁଝିପାରି ଅନୁତପ୍ତ ହୋଇଥିଲେ। ପରେ ସେ ବଡ଼ଦାଙ୍କର ଜଣେ ପରମ ହିତାକାଂକ୍ଷୀ ହୋଇ ପ୍ରତିବର୍ଷ ତାଙ୍କ ଜନ୍ମତିଥିରେ ୧୦୮ ବେଲପତ୍ରରେ ବୈଦ୍ୟନାଥଙ୍କ ପୂଜା କରି ତାଙ୍କ ପାଇଁ କଲ୍ୟାଣ ଭିକ୍ଷା କରୁଥିଲେ। ଅସହାୟ, ରୋଗାକ୍ରାନ୍ତ, ଦୁର୍ବଳ ଲୋକ ବଡ଼ଦାଙ୍କ ଦୃଷ୍ଟିରେ ପଡିଲେ ସେ ସଙ୍ଗେ ସଙ୍ଗେ ଆପ୍ରାଣ ଚେଷ୍ଟା କରି ତାହାର ଦୁଃଖ ଦୂର କରୁଥିଲେ। ଅନିଲ ମୁଖାର୍ଜୀ ନାମକ ଜଣେ ଗୁରୁଭାଇଙ୍କର ଟିକେ ମୁଣ୍ଡଦୋଷ ଥିଲା। ଥରେ ଶ୍ରୀଶ୍ରୀବଡ଼ଦା ଜିପ୍‌ ଚଳାଇ ଗଲାବେଳେ ଦେଖିଲେ ସେ ରାସ୍ତାକଡରେ ଗୋଟିଏ ଆମ୍ବଗଛ ମୂଳେ ଅଚେତ ହୋଇପଡିଛି। ତାହାର ସର୍ବାଙ୍ଗରେ ଘା ହୋଇଛି ଏବଂ ବିଷ୍ଠା ଜୁଡୁବୁଡୁ ହୋଇ ସେ ପଡିରହିଛି। ବଡଦା ସେହି ଅବସ୍ଥାରେ ହିଁ ତାକୁ ତୋଳିନେଇ ଗାଡିରେ ଶୁଆଇ ନେଇ ଆସିଲେ ଏବଂ ତାଙ୍କ ସହଧର୍ମିଣୀଙ୍କ ଉପରେ ତାହାର ଶୁଶ୍ରୂଷାର ଦାୟିତ୍ୱ ଦେଇ ଗାଡି ଧୋଇ ସ୍ନାନ କରିବାକୁ ଗଲେ। ମା’ଙ୍କର ସସ୍ନେହ ପରିଚର୍ଯ୍ୟା ଏବଂ ଚିକିତ୍ସାରେ ଅନିଲଭାଇ କ୍ରମେ ସୁସ୍ଥହୋଇ ଉଠିଲେ ଏବଂ ବଡ଼ଦାଙ୍କ ପରିବାରର ଜଣେ ସଦସ୍ୟ ବନିଗଲେ। କ’ଣ କଲେ ମଣିଷ ଭଲ ହେବ, ଭଲରେ ରହିବ, ସେମାନଙ୍କର ଜୀବନ ସହଜ ଓ ଆନନ୍ଦମୁଖର ହେବ- ଏହା ହିଁ ଥିଲା ତାଙ୍କର ସବୁଦିନର ଲକ୍ଷ୍ୟ। କେତେ ପାଗଳଙ୍କୁ ସେ ଭଲ କରିଛନ୍ତି, କେତେ ଚୋରଙ୍କୁ ସ୍ବାଭାବିକ କରିଛନ୍ତି ତାହାର ଇୟତ୍ତା ନାହିଁ। ପ୍ରତିଟି ମଣିଷର ଭୁଲତ୍ରୁଟିଗୁଡିକୁ ସୁଧାରି, ଜୀବନ ଉନ୍ନତିର କଳାକୌଶଳମାନ ଶିକ୍ଷାଦେଇ ତାକୁ ଉନ୍ନତ, ସମୃଦ୍ଧ କରି ତୋଳିବା ଥିଲା ତାଙ୍କର ନିତ୍ୟଦିନର ସାଧନା। କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କ ପ୍ରତି ମଧ୍ୟ ଥିଲା ତାଙ୍କର ଅସୀମ ଭଲପାଇବା। ଆଶ୍ରମରେ ଗୋଟିଏ ଛୋଟ ଚିଡିଆଖାନା କରି ଅନେକ ପଶୁପକ୍ଷୀ ରଖିଥିଲେ। ସେହି ପଶୁପକ୍ଷୀମାନେ ତାଙ୍କୁ ଏତେ ଭଲପାଉଥିଲେ ଯେ ସେ ସେହି ରାସ୍ତାରେ ଗଲାବେଳେ ସେମାନେ ତାଙ୍କ ନିକଟକୁ ଆସିବାକୁ ଉଚ୍ଛନ୍ନ ହେଉଥିଲେ। ତାଙ୍କର ସୁପୁତ୍ର ଏବଂ ସମ୍ପ୍ରତି ଆମର ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦା (ଶ୍ରୀଅଶୋକ ଚକ୍ରବର୍ତ୍ତୀ) ତାଙ୍କର ପିଲାଦିନର ଅଭିଜ୍ଞତା ବର୍ଣ୍ଣନା କରି କହିଛନ୍ତି- ୧୯୫୩ ମସିହାରେ ଆମ ଘର ଷୋଡ଼ଶୀଭବନ ସାମ୍ନାରେ ଜଣେ ସାପୁଆକେଳା ଏବଂ ତା’ର ଚେଲା ସାପଖେଳ ଦେଖାଇଲେ। ଆମେ ସମସ୍ତେ ବାପାଙ୍କ ଘର ସାମ୍ନା ଫାଙ୍କା ଜାଗାରେ ସାପଖେଳ ଦେଖିବାକୁ ଆସିଲୁ। ବାପା ମଧ୍ୟ ଆସି ଛିଡାହେଲେ। କେଳା ତାହାର ତିନିଚାରିଟା ପେଡିରୁ ବିଷଧର ସାପ ବାହାର କରି ଖେଳ ଦେଖାଇଲା। ସେତେବେଳେ ବାପା ଆଉ ଗୋଟିଏ ପେଡି ଦେଖାଇ କହିଲେ ସେଥିରେ କ’ଣ ଅଛି ଦେଖାଅ। ସେ କହିଲା ସେଥିରେ ଏକ ସଦ୍ୟ ଧରାହୋଇଥିବା ବିଷଦାନ୍ତ ଥିବା ଭୟଙ୍କର ଗୋଖର ସାପ ଅଛି। ବାପା ସେଇଟା ଦେଖିବାକୁ ଚାହିଁବାରୁ କେଳା ସମସ୍ତଙ୍କୁ ଦୂରକୁ ଘୁଞ୍ଚିଯିବାକୁ କହି ପେଡିଟା ଖୋଲିଲା। ଖୋଲିବା ମାତ୍ରେ ଗୋଟିଏ ବିରାଟ ଗୋଖର ସାପ ଅତ୍ୟନ୍ତ କ୍ରୁଦ୍ଧ ହୋଇ କେଳା ଆଡକୁ ମାଡିଗଲା। ବାପା ଆଗେଇଯାଇ ସାପଟାକୁ ଧରି ନିଜ ଗଳାରେ ଗୁଡାଇଦେଲେ। ସଙ୍ଗେ ସଙ୍ଗେ ସାପଟା ଶାନ୍ତ ହୋଇଗଲା। ବୃକ୍ଷଲତା ପ୍ରତି ଥିଲା ତାଙ୍କର ଅପରିସୀମ ମମତା। ଶ୍ରୀଶ୍ରୀଦାଦା ଲେଖିଛନ୍ତି- ଫିଲାନଥ୍ରପି ଅଫିସ ସାମ୍ନାରେ ଦୁଇଟା କୃଷ୍ଣଚୂଡାଗଛ ଥିଲା। ଦକ୍ଷିଣ ଦିଗ ଗଛଟାର ସ୍ବାସ୍ଥ୍ୟ ଖୁବ୍‌ ଭଲ ଥିଲା। ଉତ୍ତରଦିଗର ଗଛଟା ଶୁଖି ବିବର୍ଣ୍ଣ ଅବସ୍ଥା। ଦିନେ ଜିତେନ୍‌ ଦେବବର୍ମଣଦା ଲୋକ ଲଗାଇ ସେହି ଗଛଟା କାଟିବାକୁ ବସିଥାନ୍ତି। ବାପା ଦେଖି କାଟିବାକୁ ମନାକଲେ- କହିଲେ, ସେଟା ହୁଏତ ବଞ୍ଚିଯାଇପାରେ। ସେ ଗଛଟା ଦେହରେ ହାତ ବୁଲାଇଦେଇ ଚାଲିଗଲେ। କିଛିଦିନ ପରେ ସ୍ବାଭାବିକ ସ୍ବାସ୍ଥ୍ୟ ଫେରିପାଇ ଗଛଟା ବଢିବାକୁ ଆରମ୍ଭ କଲା।(ଆତ୍ମଜନେର କଥା)। (ଶ୍ରୀଶ୍ରୀବଡ଼ଦାଙ୍କ ଜନ୍ମଦିବସ ଉପଲକ୍ଷେ) ୫୦୬, ନୟାପଲ୍ଲୀ, ଭୁବନେଶ୍ୱର, ମୋ-୯୪୩୭୨୮୭୯୬୪
All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ଅହମିକାର ଲଢ଼େଇ

ସମ୍ପାଦକୀୟ/ ଅହମିକାର ଲଢ଼େଇ

ଭାରତରେ ନିରପେକ୍ଷ ତଦନ୍ତ ପ୍ରସଙ୍ଗ ଉଠିଲେ ଲୋକେ ଟିକେ କଥାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନାମ ଉଠାଇଥାଆନ୍ତି। ଏହାର ଅର୍ଥ ହେଲା ସିବିଆଇ ଏକ ଭରସାଯୋଗ୍ୟ ସଂସ୍ଥା ବୋଲି ଧରାଯାଇଥାଏ। କିନ୍ତୁ ବିଗତ କିଛିବର୍ଷ ହେବ ଏହାର କାର୍ଯ୍ୟକଳାପ ...

ଦାୟିତ୍ୱବୋଧର ବିସର୍ଜନ

ଦାୟିତ୍ୱବୋଧର ବିସର୍ଜନ

ସହଦେବ ସାହୁ

ନିର୍ବାଚନ କ’ଣ ଦାୟିତ୍ୱବୋଧର ଜଳାଞ୍ଜଳି ପର୍ବ? ଦଳ ଲୁଟ୍‌ କରୁଥିବାବେଳେ ଦଳର ସଭ୍ୟ ହିସାବରେ ବ୍ୟକ୍ତିର ଦାୟିତ୍ୱ ବଢ଼ିଯିବା କଥା। କିନ୍ତୁ ଦଳ ତିଷ୍ଠିଲେ ସେମାନେ ଲାଭାନ୍ବିତ ହେବେ ଭାବି ଦଳର ଲୋକେ ତ ଦାୟିତ୍ୱବୋଧ ହରାନ୍ତି, ଭୋଟରମାନଙ୍କ ଦାୟିତ୍ୱବୋଧକୁ ବି ଜଳାଞ୍ଜଳି ଦିଅନ୍ତି। ସାଧାରଣ ନାଗରିକ ବୁଝୁ ନ ବୁଝୁ, ଆମେ ବୁଦ୍ଧିଜୀବୀମାନେ ଚୁପ୍‌ ରହି ଶାସକ ଦଳକୁ ଏ ଦିଗରେ ଉତ୍ସାହିତ କରୁଛୁ, ଭବିଷ୍ୟତ ପିଢିକୁ ଧ୍ୱଂସମୁହାଁ କରୁଛୁ। ଚୁପ୍‌ ରହିବା ଯେ ସମର୍ଥନ (ପିଙ୍ଗଳ ସଂହିତାର ଭାଷାରେ ‘ଆବେଟ୍‌’) କରିବା ଆମେ ତାହା ...

ସାମ୍ୟବାଦୀ ଚିନ୍ତାନାୟକ

ସାମ୍ୟବାଦୀ ଚିନ୍ତାନାୟକ


ବିଜୟ କୁମାର ପଢ଼ିହାରୀ

ଓଡ଼ିଶାର ରାଜନୈତିକ ଇତିହାସକୁ ପର୍ଯ୍ୟାଲୋଚନା କଲେ ଦୃଷ୍ଟିଗୋଚର ହୁଅନ୍ତି ତିନିଜଣ ମହାମନୀଷୀ- ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜନନେତା ଭଗବତୀ ଚରଣ ପାଣିଗ୍ରାହୀ। ପ୍ରତ୍ୟେକେ ଓଡ଼ିଶାର ଇତିହାସରେ ଜଣେ ଜଣେ ଯୁଗସ୍ରଷ୍ଟା। ଭାଷାଭିତ୍ତିକ ପ୍ରଦେଶ ନିର୍ମାଣ ପାଇଁ ସ୍ବତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ଜନନାୟକ ମଧୁବାବୁ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରି ଓଡ଼ିଆ ସ୍ବାଭିମାନ ଜାଗ୍ରତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ। ସେହିପରି ପଣ୍ଡିତ ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଜାତୀୟତାର ମହାମନ୍ତ୍ରରେ ଦୀକ୍ଷିତ କରି ସ୍ବାଧୀନତା ସଂଗ୍ରାମର ଜାତୀୟ ସ୍ରୋତରେ ସାମିଲ କରିଥିଲେ। ସେ ଥିଲେ ଜାତୀୟତାବାଦୀ ଚେତନା ଓ ଜାତୀୟତାବାଦୀ ସାହିତ୍ୟର ପ୍ରମୁଖ ଉଦ୍‌ଗାତା।...

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ବଳେବଳେ ଆସେ। କୌଣସି କାର୍ଯ୍ୟ କରିବାକୁ ହେଲେ ଆନ୍ତରିକ ନିଷ୍ଠା ଏକାନ୍ତ ଆବଶ୍ୟକ। ସମର୍ଥ ବ୍ୟକ୍ତିମାନେ ଯେଉଁ କାମ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେଭଳି କାର୍ଯ୍ୟକୁ ଭିନ୍ନକ୍ଷମ ବ୍ୟକ୍ତିମାନେ ବି ବେଳେବେଳେ ଅନାୟାସରେ କରିଥାଆନ୍ତି। ସେଭଳି ଜଣେ ତରୁଣୀ ହେଉଛନ୍ତି ହରିୟାଣାର ନିଷ୍ଠା ଡୁଡେଜା। ସଫଳତା ବାଟରେ ଅକ୍ଷମତା କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ ବୋଲି...

ଦୋଷ ଲଦାଲଦି

ଦୋଷ ଲଦାଲଦି

ଭାରତ ଏଭଳି ଏକ ଦେଶ ହୋଇଗଲାଣି, ଯେଉଁଠାରେ ଅଧିକାଂଶ ନିଜ ଦୋଷ ସ୍ବୀକାର କରିବାକୁ ରାଜି ହେଉନାହାନ୍ତି। ଦୋଷ ମୁଣ୍ଡ ଉପରେ ପଡ଼ିଲେ ତାହାକୁ ଅନ୍ୟ ଉପରକୁ କିଭଳି ଥୋଇଦେଇ ହେବ ସେ ଦିଗରେ ଲାଗିପଡ଼ନ୍ତି। 

ପାଇଖାନା ବିପଦ ଓ ତା’ର ପ୍ରତିକାର

ପାଇଖାନା ବିପଦ ଓ ତା’ର ପ୍ରତିକାର

ଆଜିକାଲି ଖବରକାଗଜ ଦେଖିଲେ ବହୁ ସମୟରେ ନଜରକୁ ଆସୁଛି ଶ୍ରମିକମାନେ ନୂଆ କିମ୍ବା ପୁରୁଣା ପାଇଖାନା କାମ କଲାବେଳେ ଅଜ୍ଞତାବଶତଃ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି।

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...