ଜୀବନଚର୍ଯ୍ୟା |

ମୋବାଇଲ ସୃଷ୍ଟି କରିପାରେ ଚର୍ମ ସମସ୍ୟା

ମୋବାଇଲ ସୃଷ୍ଟି କରିପାରେ ଚର୍ମ ସମସ୍ୟା
ବର୍ତ୍ତମାନ ହାଇଟେକ୍‌ ଯୁଗ। ମୋବାଇଲ ବ୍ୟବହାର ଏବେ ଏକ ସାଧାରଣ କଥା ପାଲଟିଗଲାଣି। ଏହା ଦ୍ୱାରା କଥାବାର୍ତ୍ତା ନୁହେଁ, ଇଣ୍ଟରନେଟ୍‌ ବ୍ୟବହାର କରି ଅନେକ କଥା ଜାଣିହେଉଛି। କିନ୍ତୁ ଆବଶ୍ୟକତାଠାରୁ ଅଧିକ ପରିମାଣରେ ମୋବାଇଲ ବ୍ୟବହାର ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଏଭଳି ସତର୍କ ସୂଚନାଦେଇଛନ୍ତି ଜାପାନର ବିଶେଷଜ୍ଞମାନେ। ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ନିକଟରେ ‘ମୋବାଇଲ୍‌ ଏବଂ ଚର୍ମ ସମସ୍ୟା’ ଶୀର୍ଷକ ବିଷୟକୁ ନେଇ ଏକ ଗବେଷଣାରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଜାଣିପାରିଛନ୍ତି। ଅଧିକାଂଶ ସମୟ ମୋବାଇଲ ବ୍ୟବହାର କଲେ ତାହା ଚର୍ମଜନିତ ରୋଗ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି। ମୋବାଇଲେ କଥା ହେବା ସମୟରେ ସେଥିରୁ ନିର୍ଗତ ରେଡିଏସନ ଚର୍ମ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଚର୍ମର ରଙ୍ଗ କଳା ପଡିଯାଇଥାଏ ଏବଂ ଟ୍ୟାନିଂ ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏପରି କି ଅଧିକାଂଶ ସମୟ ମୋବାଇଲ ବ୍ୟବହାର ଦ୍ୱାରା ଚର୍ମ ସଂକ୍ରମଣ ଆଶଙ୍କା ମଧ୍ୟ ରହିଛି। ତେଣୁ ଯଦି ମୋବାଇଲ୍‌ରେ ଅଧିକ ସମୟ କଥା ହେବାର ଅଛି ତେବେ ଇୟରଫୋନ୍‌ କିମ୍ବା ବ୍ଲୁ ଟୁଥ୍‌ ବ୍ୟବହାର କରିବାକୁ ଜାପାନର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
All Right Reserved By

ଜୀବନଚର୍ଯ୍ୟା |

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ ଖାଦ୍ୟଭ୍ୟାସ ଉପରେ ପଡ଼ିଥାଏ। ଫଳରେ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। 

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ଯଦି ଆପଣ ପର୍ଯ୍ୟାପ୍ତ ପରିମାଣରେ ଶୋଇବେ ତେବେ ଫ୍ରେଶ ଲାଗିିବେ । ଏମିତି କିଛି ଟିପ୍ସ ରହିଛି ଯାହା ଆପଣଙ୍କୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିବ...

ଶୀତଦିନେ ଫ୍ୟାଶନ

ଶୀତଦିନେ ଫ୍ୟାଶନ

ଶୀତଦିନ ଆସିଗଲାଣି । ଶୀତଦିନେ ସମସ୍ତେ ସ୍ମାର୍ଟ  ଏବଂ ଆକର୍ଷକ ଦେଖାଯିବାକୁ ଚାହାନ୍ତି । ଏଥିପାଇଁ  ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି..

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ  ରହିବେ ଦୂରେଇ

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ ରହିବେ ଦୂରେଇ

ସକାଳ ଚା’ ଦେହରେ ଫୁର୍ତ୍ତି ଆଣିଥାଏ। ଫଳରେ ମର୍ଣ୍ଣିଂୱାକ୍‌ କରିବାକୁ ଭଲ ଲାଗିଥାଏ। ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। 

ମାଂସପେଶୀ ବଢ଼ାଇବ  ଷ୍ଟେମ୍‌ ସେଲ୍‌

ମାଂସପେଶୀ ବଢ଼ାଇବ ଷ୍ଟେମ୍‌ ସେଲ୍‌

ଆଜିକାଲି ବିଭିନ୍ନ କ୍ଷେତ୍ରରେ ଷ୍ଟେମ୍‌ ସେଲ୍‌ର ବ୍ୟବହାର କରାଯାଉଛି। ଫଳତଃ କେତେକ ଚିକିତ୍ସା ପ୍ରଣାଳୀ ଆହୁରି ସହଜ ହୋଇପାରିଛି। ଏହି ତାଲିକାରେ ନିକଟରେ ଆଉ ଏକ ଜିନିଷ ଯୋଡା ଯାଇଛି। 

କଫ ସମସ୍ୟାର ଘରୋଇ ଉପଚାର

କଫ ସମସ୍ୟାର ଘରୋଇ ଉପଚାର

ଅଧା କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଭଲ ଭାବରେ ମିଶାଇ ଦିଅନ୍ତୁ। ତା’ପରେ ଏଥିରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଉଷୁମ କରି ପିଅନ୍ତୁ। ନିୟମିତ କିଛିଦିନ ଏହାକୁ ପିଇଲେ କଫ ସମସ୍ୟା ଦୂର ହୋଇଥାଏ।

ପାଚନକ୍ରିୟାକୁ ସକ୍ରିୟ  କରାଇବାର ସହଜ ଉପାୟ

ପାଚନକ୍ରିୟାକୁ ସକ୍ରିୟ କରାଇବାର ସହଜ ଉପାୟ

ଯଦି ଆମର ପାଚନ କ୍ରିୟା ଠିକ୍‌ ରହିଲା ତେବେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିଥାଉ। ଏହା ଅସନ୍ତୁଳିତ ରହିଲେ ପେଟଜନିତ ସମସ୍ୟା ଦେଖାଦେଇଥାଏ। ତେବେ ପାଚନ କ୍ରିୟାକୁ ଆହୁରି ଦୃଢ଼ କରିବାର ଏକ ସହଜ ଉପାୟ ରହିଛି। 

ଆକ୍ୟୁପେସନାଲ ଥେରାପି

ଆକ୍ୟୁପେସନାଲ ଥେରାପି

ବର୍ତ୍ତମାନର ଆଧୁନିକ ଚିକିସତ୍ା ବିଜ୍ଞାନର ଅବିଭକ୍ତ ତଥା ଅତ୍ୟାବଶ୍ୟକ ପଦ୍ଧତି ହେଉଛି ଅକ୍ୟୁପେସନାଲ୍‌ ଥେରାପି । ସ୍ବଧ୍ୟାୟ, ଆବଶ୍ୟକ କାର୍ଯ୍ୟ ତଥା କ୍ରୀଡ଼ା ସାହାଯ୍ୟରେ ଶାରୀରିକ ତଥା ମାନସିକ ସ୍ତରରେ ପ୍ରୋସତ୍ାହନ ତଥା ଉନ୍ନତି, ଅସାମର୍ଥ୍ୟତା ଦୂରୀକରଣ, ସ୍ବୟଂ ଚଳପ୍ରଚଳତାର କ୍ଷମତା ହାସଲ, ଅକ୍ୟୁପେସନାଲ୍‌ ଥେରାପିର ମୁଖ୍ୟ ଲକ୍ଷ୍ୟ ।

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ପରିବର୍ତ୍ତିତ ଜୀବନଶୈଳୀରେ ଅନେକଙ୍କୁ ମେଦବହୁଳତା ହୋଇଥାଏ। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ।

ଘରେ ଦରଜା ଏବଂ କବାଟ ଲଗାଉଥିଲେ...

ଘରେ ଦରଜା ଏବଂ କବାଟ ଲଗାଉଥିଲେ...

ଘରେ ଦରଜା ଏବଂ କବାଟ ଲଗାଇବା ବେଳେ ଏହାର ବାସ୍ତୁ ଦିଗ ପ୍ରତି ମଧ୍ୟ ବିଶେଷ ଧ୍ୟାନଦେବା ଜରୁରୀ।

ଆଜିକାଲି ଯୁବପିଢ଼ି  ଫ୍ୟାଶନ: ଟ୍ରେଞ୍ଚ କୋଟ୍‌

ଆଜିକାଲି ଯୁବପିଢ଼ି ଫ୍ୟାଶନ: ଟ୍ରେଞ୍ଚ କୋଟ୍‌

ଆଜିକାଲି ଯୁବପିଢ଼ି  ଫ୍ୟାଶନ ଏକ୍ସପେରିମେଣ୍ଟକୁ ନେଇ ପୂରା ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି। ମାର୍କେଟ୍‌କୁ ଯାହା ବି ଲାଟେଷ୍ଟ ମଡେଲ ଆସିଲା, ତାକୁ ନିଜ ଓ୍ବାର୍ଡରୋବ୍‌ରେ ସାମିଲ କରିବାକୁ ସେମାନେ ତତ୍ପରତା ଦେଖାଇଥାନ୍ତି। ବର୍ତ୍ତମାନ ଶୀତଦିନ ପାଇଁ ଟ୍ରେଞ୍ଚ କୋଟ୍‌ର ଫ୍ୟାଶନ ଖୁବ୍‌ ଚାଲିଛି। ଏହାକୁ ଟ୍ରାଏ କଲେ ସ୍ମାର୍ଟ ଲୁକ୍‌ ମିଳିବା ସହ ଶୀତରୁ ବି ରକ୍ଷା ପାଇହୁଏ। ତେବେ ଏହି ଟ୍ରେଞ୍ଚ କୋଟ୍‌ କ’ଣ ଓ ଏହାକୁ କେମିତି ବ୍ୟବହାର କଲେ ଲୁକ୍‌ ଅଧିକ ଆକର୍ଷଣୀୟ ଲାଗିବ ଜାଣନ୍ତୁ ସେ ସମ୍ପର୍କରେ...

ଅଜବ ବାଥ୍‌ଟବ୍‌

ଅଜବ ବାଥ୍‌ଟବ୍‌

ଆଜିକାଲିର ମଡର୍ନ ବାଥ୍‌ରୁମ୍‌ରେ ବାଥ୍‌ଟବ୍‌ର ସ୍ଥାନ ସ୍ବତନ୍ତ୍ର। ତା’ମଧ୍ୟରେ ସ୍ନାନ କଲେ ଦିନତମାମ ତାଜା ଲାଗେ। ଆଉ କାମ କରି ଥକି ଆସିଥିବା ବ୍ୟକ୍ତି ଏହାମଧ୍ୟରେ ପାଏ ବେଶ୍‌ ଆରାମ। ତେବେ ସାଧାରଣ ବାଥ୍‌ଟବ୍‌ଠୁ କିଛି ଭିନ୍ନ ଓ ଅଜବ ବାଥ୍‌ଟବ୍‌ ବି ରହିଛି, ଯାହାକୁ ନିଜ ବାଥ୍‌ରୁମ୍‌ରେ ରଖିପାରିଲେ ଆରାମ ପାଇବା ସହ ଆପଣଙ୍କ ବାଥ୍‌ରୁମ୍‌ ହୋଇଯିବ କିଛି ଖାସ୍‌...