ଜୀବନଚର୍ଯ୍ୟା |

ଉଷୁମ ପାଣିରେ ଗାଧୋଉଥିଲେ...

ଉଷୁମ ପାଣିରେ ଗାଧୋଉଥିଲେ...

ସାଧାରଣତଃ ଶୀତ ଋତୁରେ କିମ୍ବା ବର୍ଷା ଋତୁରେ କେତେକେ ଗାଧୋଇବା ପାଇଁ ଉଷୁମ ପାଣି ବ୍ୟବହାର କରିଥାଆନ୍ତି। ଏହି ପାଣିରେ ସିନା ଗାଧୋଇବାକୁ ମଜା ଲାଗେ, ହେଲେ ଏହାର ଖରାପ ପ୍ରଭାବ ମଧ୍ୟ ଶରୀର ଉପରେ ପଡିଥାଏ। ଥଣ୍ଡା ସମୟରେ ଉଷୁମ ପାଣିରେ ଗାଧୋଇଲେ ଶରୀରର ମଶ୍ଚରାଇଜର ନଷ୍ଟ ହୋଇଯାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାଦ୍ୱାରା ତ୍ୱଚାରେ ରୁକ୍ଷତା ପରିଲକ୍ଷିତ ହୋଇଥାଏ। କେବଳ ସେତିକି ନୁହେଁ, ବୟସ ଅନୁପାତରେ ଚର୍ମ ଲୋଚାକୋଚା ହୋଇଯାଇଥାଏ। ପାଣିରେ ଯଦି ଉଷୁମ ପରିମାଣ ଅଧିକ ରହିଲା ତେବେ କେଶରେ ରୁପି ହେବା ସହ କେଶ ଝଡିବାର ଆଶଙ୍କା ଅଧିକ ଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଷୁମ ପାଣିରେ ନିୟମିତ ଗାଧୋଇଲେ ସ୍କିନ୍‌ ଇନ୍‌ଫେକଶନ ଏବଂ ଆଲର୍ଜି ସମ୍ଭାବନା ରହିଛି। ଏହାର ଖରାପ ପ୍ରଭାବ ମଧ୍ୟ ଆଖି ଉପରେ ପଡିଥାଏ। ଆଖି ଲାଲ ପଡେ, କୁଣ୍ଡାଇ ହୁଏ ଏବଂ ବେଳେବେଳେ ଆଖିରୁ ପାଣି ବାହାରିଥାଏ। ତା’ ସହ ନଖ ଦୁର୍ବଳ ହୋଇଯାଏ। ତେଣୁ ଯଦି ଉଷୁମ ପାଣିରେ ଗାଧୋଉଛନ୍ତି ତେବେ ଯେତେ ଶୀଘ୍ର ଗାଧୋଇବା କାମ ଶେଷ କରିବେ ସେତେ ଭଲ। ଏହି ସମୟରେ ଶରୀର ଘଷିବାକୁ ଡ୍ରାଏ ବ୍ରଶ ବ୍ୟବହାର କରନ୍ତୁ ନାହିଁ। ମଶ୍ଚରାଇଜରଯୁକ୍ତ ଫେସଓ୍ବାଶ କିମ୍ବା ସାବୁନ୍‌ ବ୍ୟବହାର କରନ୍ତୁ। ଖାସ୍‌ କଥା ହେଲା, ଉଷୁମ ପାଣିରେ ଗାଧୋଇବା ପୂର୍ବରୁ ଭଲ ଭାବରେ କେବଳ ନଡିଆତେଲ ହିଁ ଲଗାନ୍ତୁ।

All Right Reserved By

ଜୀବନଚର୍ଯ୍ୟା |

ଏସବୁର ସୁରକ୍ଷା ଲାଗି ପିନ୍ଧାଯାଏ ମଙ୍ଗଳସୂତ୍ର

ଏସବୁର ସୁରକ୍ଷା ଲାଗି ପିନ୍ଧାଯାଏ ମଙ୍ଗଳସୂତ୍ର

ବିବାହ ସମୟରେ ନବବଧୂଙ୍କ ଗଳାରେ ମଙ୍ଗଳସୂତ୍ର ପିନ୍ଧାଯିବା ପରମ୍ପରା ଭାରତରେ ରହିଛି। ବିବାହ ସମୟରେ ବର, କନ୍ୟାକୁ ମଙ୍ଗଳସୂତ୍ର ପିନ୍ଧାଇଥାଏ । ଏହା ନ ପିନ୍ଧିବା ଯାଏ ବିବାହ ପୂର୍ଣ୍ଣ ହୁଏ ନାହିଁ ।

ଯନ୍ତ୍ରଣାକୁ ଲାଘବ କରେ ଆଲିଙ୍ଗନ

ଯନ୍ତ୍ରଣାକୁ ଲାଘବ କରେ ଆଲିଙ୍ଗନ

ଆଲିଙ୍ଗନ କଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାଦ୍ୱାରା ମାନସିକ ଚାପ ହ୍ରାସ ପାଇବା ସହିତ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ନିକଟରେ ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।

ରାତିରେ ମହିଳାଙ୍କୁ ମୁଣ୍ଡ କୁଣ୍ଡାଇବାକୁ ମନା କରାଯାଏ କାହିଁକି

ରାତିରେ ମହିଳାଙ୍କୁ ମୁଣ୍ଡ କୁଣ୍ଡାଇବାକୁ ମନା କରାଯାଏ କାହିଁକି

ଭାରତୀୟ ପରମ୍ପରାରେ ରାତିରେ ମହିଳାମାନଙ୍କୁ ମୁଣ୍ଡ କୁଣ୍ଡାଇବାକୁ ବାରଣ କରାଯାଇଥାଏ। ଏହାଦ୍ୱାରା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ ବୋଲି କେତେକଙ୍କର ରହିଛି ବିଶ୍ୱାସ। ଏହା ସହିତ ରାତିରେ ମୁଣ୍ଡ କୁଣ୍ଡାଇଲେ ପ୍ରେତାତ୍ମା ଶରୀରରେ ପ୍ରବେଶ କରିଥାନ୍ତି। ଲମ୍ବା କେଶ ପ୍ରତି ପ୍ରେତାତ୍ମାର ଲୋଭ ରହିଥାଏ।

ଆସିଗଲା ବର୍ଷାଦିନ, ହୋଇଯାନ୍ତୁ ସାବଧାନ

ଆସିଗଲା ବର୍ଷାଦିନ, ହୋଇଯାନ୍ତୁ ସାବଧାନ

ପଣମାନେ ଖରା ଆଉ ଗୁଳୁଗୁଳିରେ ବଡ଼ ସନ୍ତୁଳି ହେଉଥିଲେ। ମୌସୁମୀ ଆସିଯିବାରୁ ଅସ୍ବସ୍ତିରୁ ମୁକ୍ତି ମିଳିଗଲା। ମୌସୁମୀ ସିନା ଆଶ୍ୱସ୍ତି ଆଣିଦେଲା, ହେଲେ ସେ ଏକା ଆସିନି। ସେ ସାଥିରେ ଧରି ଆସିଛି ଅନେକ ବେପାର। ତେଣୁ ଯଥେଷ୍ଟ ସାବଧାନ ନ ହେଲେ ବର୍ଷାଋତୁକାଳୀନ ବେମାରଗୁଡ଼ିକର ଶିକାର ହୋଇପଡ଼ିବା କିଛି ଅସମ୍ଭବ ନୁହେଁ।

କେଉଁ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଧିକ

କେଉଁ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଧିକ

ବ୍ଲଡ୍‌ ଗ୍ରୁପ୍‌ରୁ ଜଣକୁ କେଉଁ ପ୍ରକାର ରୋଗ ହେବ ତାହା ସହଜରେ ଜାଣିହେବ। ଏନେଇ ନିକଟରେ ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ଲଡ୍‌ ଗ୍ରୁପ୍‌ ‘ଏ’ର ବ୍ୟକ୍ତିଙ୍କଠାରେ ବିଶେଷ କରି ଆଲର୍ଜି ଜନିତ ସମସ୍ୟା ଅଧିକ ଦେଖାଯାଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ଓ ଅତ୍ୟଧିକ ଔଷଧ ସେବନ

ରୋଗ ପ୍ରତିରୋଧକ ଶକ୍ତି ଓ ଅତ୍ୟଧିକ ଔଷଧ ସେବନ

ଆମକୁ ରୋଗ ହେଲେ ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାଉ। ଆବଶ୍ୟକତାଠାରୁ ଅଧିକ ଦିନ ଔଷଧ ଖାଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ବିଶେଷଭାବରେ ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥାଏ ବୋଲି ସିଡନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

ସକାରାତ୍ମକ ମାନସିକତା ପାଇଁ...

ସକାରାତ୍ମକ ମାନସିକତା ପାଇଁ...

କାମ ବୋଝରୁ ହେଉ ଅବା କେତେକ କାରଣରୁ ଆମେ ଅବସାଦଗ୍ରସ୍ତ ହୋଇଥାଉ। ବେଳେବେଳେ ଏହାକୁ ନେଇ ଟେନସନ୍‌ରେ ମଧ୍ୟ ରହିଥାଉ। ଏହାର ପ୍ରଭାବ ଆମର ମାନସିକତା ଉପରେ ପଡିଥାଏ, ଯାହାଦ୍ୱାରା କେବଳ ଜୀବନଶୈଳୀ ନୁହେଁ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୁଏ। ତେଣୁ ନିଜର ମାନସିକତାକୁ ସକାରାତ୍ମକ ରଖିବା ଦରକାର।

ମେଦ ବୃଦ୍ଧି କରେ ଆଇସ୍‌କ୍ରିମ୍‌

ମେଦ ବୃଦ୍ଧି କରେ ଆଇସ୍‌କ୍ରିମ୍‌

ଆଇସକ୍ରିମଟିଏ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରିଥାଆନ୍ତି। ପାଟିକୁ ସିନା ଏହା ସ୍ବାଦଯୁକ୍ତ। ହେଲେ ଶରୀର ପାଇଁ ଅନେକ କ୍ଷେତ୍ରରେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ବିଶେଷତଃ ସବୁବେଳେ ଆଇସକ୍ରିମ ଖାଇଲେ ତାହା ଥଣ୍ଡାଜନିତ ରୋଗ ବଢ଼ାଇଥାଏ।

ଜନ୍ମ ପରେ  କାହିଁକି ବନ୍ଧାଯାଏ ନାଭି ନାଡ଼ି

ଜନ୍ମ ପରେ କାହିଁକି ବନ୍ଧାଯାଏ ନାଭି ନାଡ଼ି

ଶିଶୁ ମାତୃ ଗର୍ଭରେ ଥିବାବେଳେ ପ୍ଲାସେଣ୍ଟା ମାଧ୍ୟମରେ ପୋଷକ ତତ୍ତ୍ୱ ମା’ ଠାରୁ ଗ୍ରହଣ କରିଥାଏ। ପ୍ଲାସେଣ୍ଟା ଗର୍ଭାଶୟ ପୃଷ୍ଠ ସହ ଲାଗି ରହିଥିବା ଏକ ଅସ୍ଥାୟୀ ଅଙ୍ଗ। ଏହା ଏକ ନଳୀ ଦ୍ୱାରା ଭ୍ରୂଣ ସହ ସଂଯୁକ୍ତ ହୋଇଥାଏ ।

ପିଇନ୍ତୁ ଏହି  ଜୁସ୍‌ ବହୁରୋଗରୁ ରକ୍ଷା ପାଇବେ

ପିଇନ୍ତୁ ଏହି ଜୁସ୍‌ ବହୁରୋଗରୁ ରକ୍ଷା ପାଇବେ

ସକାଳେ ବନ୍ଧାକୋବି ଜୁସ୍‌ ପିଇଲେ ମିଳିଥାଏ ଅନେକ ଉପକାର । ଏହାଯୋଗୁ ହୃଦ୍‌ଘାତ ସମେତ ମଧୁମେହ, ମେଦବହୁଳତା, କର୍କଟ ଆଦି ରୋଗରୁ ମୁକ୍ତି ମିଳିଥାଏ ।

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ଓ୍ବାଶିଂଟନ: ଆମେରିକା କାଲିଫର୍ନିଆର ଏକ ପାହାଡ ତଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବତୀ ୭ ଦିନ ପର୍ଯ୍ୟନ୍ତ ରେଡିଏଟର ପାଣି ପିଇ ଜୀବନ ବଞ୍ଚାଇଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୋର୍ଟଲାଣ୍ଡ ନିବାସି ଏଞ୍ଜେଲା ଏର୍ନାଡେଜ(୨୩) ଏକ ଦୁର୍ଘଟଣାର ଶିକାର ହେବା ପରେ ପ୍ରାୟ ୨ଶହ ଫୁଟ ଉଚ୍ଚରୁ ତଳକୁ ପଡିଯାଇଥିଲେ।

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ହିନ୍ଦୁ ଧର୍ମ ଅନୁଯାୟୀ ସ୍ବାମୀଙ୍କ ନାଁ ଧରିବା ଅଶୁଭ ବୋଲି କୁହାଯାଏ। ସ୍ବାମୀଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଉଥିବା ବେଳେ ସ୍ତ୍ରୀ ନାଁ ଧରି ଡାକିଲେ ଏହାର ଅପମାନ ହୋଇଥାଏ ବୋଲି କୁହାଯାଏ।

Model This Week

ରୂପେଶ