ସମ୍ପାଦକୀୟ |

ସାଧାରଣରେ ନିଲାମ

ସାଧାରଣରେ ନିଲାମ

ଚଳିତ ନଭେମ୍ବର ଶେଷ ଆଡ଼କୁ ସୁପ୍ରିମକୋର୍ଟ ଆଧାର ସମ୍ପର୍କିତ ଶୁଣାଣି ଆରମ୍ଭ କରିବେ ବୋଲି ପୂର୍ବରୁ କହିସାରିଛନ୍ତି। ଏହାସତ୍ତ୍ୱେ ସରକାର କହୁଛନ୍ତି ଯେ ଯେଉଁମାନେ ଏହି କାର୍ଡ କରି ନାହାନ୍ତି ତୁରନ୍ତ ଏହାର ସୁବିଧା ନିଅନ୍ତୁ। ଏଥିରୁ ବୁଝିବାକୁ ହେବ ଯେ ସରକାର ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ଅପେକ୍ଷା ନ କରି ନିଜ ଜିଦ୍‌ରେ ଅଟଳ ଅଛନ୍ତି। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ କହିଛନ୍ତି ଯେ ଶହେ କୋଟି ଆଧାରକୁ ଶହେ କୋଟି ବ୍ୟାଙ୍କ ଆକାଉଣ୍ଟ ଓ ଶହେ କୋଟି ମୋବାଇଲ ସହ ଯୋଡ଼ାଯିବା ହେଉଛି ତାଙ୍କ ସରକାରଙ୍କ ବୃହତ୍‌ ଲକ୍ଷ୍ୟ। ଏହା ହେଲେ ଅର୍ଥନୀତି ଅଧିକ ସୁଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଅର୍ଥନୀତିକୁ କ୍ରେଡିଟ୍‌ ରେଟିଂ ଏଜେନ୍ସି ‘ମୁଡିସ୍‌’ ପ୍ରଶଂସା କରି ଭଲ ରେଟିଂ ଦେବା ପରେ ମୋଦି ଉତ୍ସାହିତ ହୋଇ ଏଭଳି ମିଶନ କଥା ଚିନ୍ତା କରିଛନ୍ତି। ତେବେ ନଭେମ୍ବର ୧୯ରେ ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ର କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଜୟ ଭୂଷଣ ପାଣ୍ଡେ ବ୍ୟାଙ୍କଗୁଡ଼ିକ ଏଣିକି ଆଧାର ପଞ୍ଜୀକରଣ କରୁଥିବା ମେଶିନ୍‌ ଓ ଘରୋଇ ଡାଟା ଏଣ୍ଟ୍ରି ଅପରେଟର ଭଡ଼ାରେ ଆଣିପାରିବେ ବୋଲି ଅନୁମତି ଦେଇଛନ୍ତି। ସୂଚନା ଦିଆଯାଇପାରେ ଯେ ଆଧାର କାର୍ଡ ପ୍ରସ୍ତୁତ ପାଇଁ ବ୍ୟାଙ୍କଗୁଡ଼ିକ ନିଜସ୍ବ ମେଶିନ ଓ କର୍ମଚାରୀଙ୍କୁ ବ୍ୟବହାର କରିଆସୁଥିଲେ। ଏବେ ୟୁଆଇଡିଏଆଇ ସିଇଓ ବ୍ୟାଙ୍କଗୁଡ଼ିକରେ ଅସ୍ଥାୟୀ କର୍ମଚାରୀଙ୍କ ଦ୍ୱାରା ଡାଟା ଏଣ୍ଟ୍ରି ଅନୁମତି ଦେବାର ଅର୍ଥ ହେଲା ବ୍ୟାଙ୍କ ଖାତା ସହିତ ସଂଲଗ୍ନ କରାଯାଇଥିବା ଆଧାର ସମ୍ପୂର୍ଣ୍ଣ ଭାବେ ‘ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା’ ଭଳି ହୋଇଯିବ। ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ୟୁଆଇଡିଏଆଇ କୋହଳ ମନୋଭାବ ପ୍ରଦର୍ଶନ କଲେ ମଧ୍ୟ ଏହି ଅବାଞ୍ଛିତ କାର୍ଯ୍ୟ କରିବାର ବୋଝ ବ୍ୟାଙ୍କଗୁଡ଼ିକ ଉପରେ ରହିବା ସ୍ବାଭାବିକ। ବର୍ତ୍ତମାନ ପରିସ୍ଥିତିରେ କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନାଦେୟ ଋଣ (ଏନ୍‌ପିଏ) ପରିମାଣ ଦେଖିଲେ ୮ ଲକ୍ଷ କୋଟି ଟଙ୍କା ଟପିବାକୁ ବସିଛି। ଫଳରେ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି। ଏପରି ସ୍ଥଳେ ଆଧାରକୁ ଆଗେଇ ନେବା ପାଇଁ ବ୍ୟାଙ୍କଗୁଡ଼ିକୁ ବାଧ୍ୟ କରାଯାଉଥିବାରୁ ସାଧାରଣ ଗ୍ରାହକ ବ୍ୟାଙ୍କିଙ୍ଗ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରୀ ସ୍କୁଲରେ ଭଲ ପାଠ ପଢ଼ାଯାଉ ନାହିଁ ବୋଲି ଅଭିଯୋଗ ହେଲେ ଶିକ୍ଷକମାନେ ଉତ୍ତର ଦେଉଛନ୍ତି ସେମାନେ ଅନେକ ଅଣ-ଶିକ୍ଷା କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ପଢ଼େଇବାକୁ ସମୟ ପାଉ ନାହାନ୍ତି। ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଆଜି ସମାନ ଅବସ୍ଥା ଦେଖାଦେଇଛି।
ଆଧାର କାର୍ଡ ଜାତୀୟ ପରିଚୟ ସୃଷ୍ଟି କରିବ ବୋଲି ସରକାର କହୁଛନ୍ତି। ଏମିତି ଆଶ୍ୱାସନା ଭୋଟର ପରିଚୟପତ୍ର ପ୍ରସ୍ତୁତି ବେଳେ ଦିଆଯାଇଥିଲା। ପରେ ଭୋଟର ପରିଚୟପତ୍ରରେ ଅନେକ ତ୍ରୁଟି ରହିଥିବା ଦେଖିବାକୁ ମିଳିଥିଲା। ଅଦ୍ୟାବଧି କେତେକଙ୍କ ନାମ, ପିତାଙ୍କ ନାମ, ଜନ୍ମ ତାରିଖ ଓ ବାସସ୍ଥାନ ଭୋଟର ପରିଚୟପତ୍ରରେ ଅଲଗା ରହିଥିବାରୁ ସେମାନେ ଭୋଟ ଦେବାରୁ ବଞ୍ଚିତ ହେଉଛନ୍ତି। ଯେତେବେଳେ ଭୋଟର ପରିଚୟପତ୍ର ସହ ଗଣତାନ୍ତ୍ରିକ ପ୍ରକ୍ରିୟା ଜଡ଼ିତ ରହିଛି ଓ ସେହି କାର୍ଯ୍ୟ ଠିକ୍‌ ଭାବେ ତୁଲାଯାଇପାରୁ ନାହିଁ, ସେତେବେଳେ ଆଧାର ଭଳି ଏକ ଭିନ୍ନ କାର୍ଡକୁ ଜୋରଜବରଦସ୍ତ ଜନସାଧାରଣଙ୍କ ଉପରେ ଲଦି ଦେବା ପଛରେ ବଡ଼ ବ୍ୟବସାୟର ଚାପ ରହିଥିବା ଭଳି ମନେହେଉଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ଆଧାର ତଥ୍ୟ ହେଉଛି ନୂତନ (ଇନ୍ଧନ) ତୈଳ। ମନ୍ତ୍ରୀଙ୍କ ଏହି ଉତ୍ତର ପୂର୍ବରୁ ରିଲାଏନ୍ସ କମ୍ପାନୀ ମାଲିକ ମୁକେଶ ଅମ୍ବାନୀ ମଧ୍ୟ ସେହିଭଳି ମତ ଗଣମାଧ୍ୟମକୁ ଦେଇଥିଲେ। ଏଭଳି ପରିସ୍ଥିତିର ପ୍ରଚ୍ଛଦପଟରେ ସୂଚନା ଅଧିକାର (ଆର୍‌ଟିଆଇ) ବଳରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ୟୁଆଇଡିଏଆଇ ମାନିଛି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୨୧୦ ଓ୍ବେବସାଇଟରେ ଥିବା ହିତାଧିକାରୀଙ୍କ ଅନ୍ତରଙ୍ଗ ତଥ୍ୟ ପ୍ରଘଟ ହୋଇଥିଲା। ଏବେ ସେଗୁଡ଼ିକୁ ଓ୍ବେବସାଇଟରୁ ହଟେଇ ଦିଆଯାଇଛି। ସୂଚନା ଦିଆଯାଇପାରେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୨୧୦ ବିଭାଗ ଓ୍ବେବସାଇଟ୍‌ରେ ହିତାଧିକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଓ ଆଧାର ନମ୍ବର ପ୍ରଦର୍ଶିତ ହେଉଥିବା ବିଷୟ ୨୦୧୭ ଜୁଲାଇ ୧୯ରେ ତତ୍କାଳୀନ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌ ଆଇଟି ରାଷ୍ଟ୍ରମନ୍ତ୍ରୀ ପି. ପି. ଚୌଧୁରୀ ଲୋକ ସଭାରେ ଉଲ୍ଲେଖ କରିଥିଲେ। ତେଣୁ ୟୁଆଇଡିଏଆଇ ଏବେ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ବାୟୋମେଟ୍ରିକ୍‌ ତଥ୍ୟ ସମ୍ବଳିତ ସୂଚନା ଅସୁରକ୍ଷିତ ବୋଲି ନିଜେ ଅନୁଭବ କଲାଣି, ଏଥିରୁ ସରକାର ଶିକ୍ଷା ଗ୍ରହଣ କରି ତୁରନ୍ତ ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱର ସହ ସମୀକ୍ଷା କରିବା ଦରକାର। ତାହା ନ ହେଲେ ଭାରତୀୟ ଙ୍କ ପ୍ରିଭେସି ବା ଅନ୍ତରଙ୍ଗ ତଥ୍ୟ ସାଧାରଣରେ ନିଲାମ ହୋଇଚାଲିବ। ମନେରଖିବାକୁ ହେବ ଯେ ଆଜିର ଦୁନିଆରେ ଏହିଭଳି ତଥ୍ୟ ମାଧ୍ୟମରେ ନିର୍ବାଚନ ଫଳାଫଳକୁ ବଦଳାଇବାଠାରୁ ଆରମ୍ଭ କରି ଅର୍ଥନୈତିକ ବିପର୍ଯ୍ୟୟ ସୃଷ୍ଟି କଲା ଭଳି ପରିସ୍ଥିତି ଜନ୍ମ ନେବାର ଆଶଙ୍କା ରହିଛି।

All Right Reserved By

Model This Week

ନିକିତା

ସମ୍ପାଦକୀୟ |

ସମ୍ପାଦକୀୟ/ରକ୍ତ ଶୋଷଣ, ପରେ ଦାନ

ସମ୍ପାଦକୀୟ/ରକ୍ତ ଶୋଷଣ, ପରେ ଦାନ

ଦେଶର ପ୍ରଗତିରେ ପରିବହନ ବ୍ୟବସ୍ଥା ସୁଗମ ହେବା ନିତାନ୍ତ ଦରକାର। ଏଥିପାଇଁ ପ୍ରମୁଖ ଉପାଦାନ ହେଉଛି ଇନ୍ଧନ। ଆଜିର ସମୟରେ ପେଟ୍ରୋଲ ଓ ଡିଜେଲ ଦର ଅର୍ଥନୈତିକ ବ୍ୟବସ୍ଥାକୁ ଗତିଶୀଳ କରାଉଛି। ଲୋକମାନଙ୍କ ଯାତାୟାତଠାରୁ ଆରମ୍ଭ କରି ସାମଗ୍ରୀର ଦର ଉପରେ ତୈଳ ଦରର ସିଧାସଳଖ ପ୍ରଭାବ ରହିଛି। ତେଣୁ ପ୍ରତ୍ୟେକ ସରକାର ତେଲ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିଥାଆନ୍ତି। ହେଲେ ନରେନ୍ଦ୍ର ଦାମୋଦରଦାସ ମୋଦି ୨୦୧୪ରେ କ୍ଷମତାକୁ ଆସିବା ପରେ ତୈଳ ଦର ଉପରେ ଥିବା ନିୟନ୍ତ୍ରଣକୁ ହଟାଦେଲେ। ଏ ଦିଗରେ ଦିଆଯାଉଥିବା ରିହାତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଦିଆଗଲା। ଫଳରେ ତେଲ ଦର ବଜାର ବ୍ୟବସ୍ଥା ଅନୁଯାୟୀ ସ୍ଥିରୀକୃତ ହେଉଥିବା କୁହାଯାଉଛି। ଭୁବନେଶ୍ୱରରେ ଏବେ ପେଟ୍ରୋଲ ୭୪ ଟଙ୍କା ନିକଟତର ହୋଇ ...

 ଚାଷୀ ମୃତ୍ୟୁ ଓ ଦଣ୍ଡମୁକ୍ତ କର୍ମଚାରୀ

ଚାଷୀ ମୃତ୍ୟୁ ଓ ଦଣ୍ଡମୁକ୍ତ କର୍ମଚାରୀ

ସହଦେବ ସାହୁ ଆମ ଦେଶର କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ ତା’ର ୨୦୧୬ର ଏଡିଏସ୍‌ଆଇ (ଆକ୍ସିଡେଣ୍ଟାଲ୍‌ ଡେଥ୍‌ ଆଣ୍ଡ୍‌ ସୁଇସାଇଡ୍ସ ଇନ୍‌ ଇଣ୍ଡିଆ)ର ଅଗ୍ରିମ (ପ୍ରୋଭିଜନାଲ୍‌) ରିପୋର୍ଟରେ ପ୍ରକାଶ କରିଛି ଯେ ସାରା ଦେଶରେ ୨୦୧୫ରେ ଚାଷୀ ଆତ୍ମହତ୍ୟା ୧୨,୬୦୨ ଥିବାବେଳେ ୨୦୧୬ରେ ୧୧,୩୭୦କୁ କମିଛି। ଓଡିଶାରେ ସେହି ଢାଞ୍ଚା। ୨୦୧୪ ରିପୋର୍ଟରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ୫ ଥିଲା, ୨୦୧୫ ଓ ୧୬ରେ ସରକାରୀ ରିପୋର୍ଟରେ ଶୂନ ଥିବାବେଳେ ୨୦୧୭ରେ ୨୦୧୪ ସଂଖ୍ୟାର ଦୁଇଗୁଣ ବଢିଯାଇଛି। ...

ସ୍ତ୍ରୀର ଦରମା

ସ୍ତ୍ରୀର ଦରମା

ରୁଦ୍ର ପ୍ରସନ୍ନ ରଥ ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ନାରୀ ଶିକ୍ଷାର ବ୍ୟାପକ ପ୍ରଚାର ଏବଂ ପ୍ରସାର ଘଟିବା ସହ ନିଯୁକ୍ତି କ୍ଷେତ୍ରରେ ଏମାନଙ୍କ ପାଇଁ ବିଶେଷ ସୁଯୋଗ ସୃଷ୍ଟି ହୋଇଛି। ତଥାପି ଦେଶର ପ୍ରଗତିକୁ ଏହା ନୂଆ ଦିଶା ଦେବାରେ ସକ୍ଷମ ନୁହେଁ। କାରଣ ସାମାଜିକ, ରାଜନୈତିକ ଏବଂ ଲିଙ୍ଗଗତ ଭେଦଭାବ ଯୋଗୁ ନାରୀଟିଏ ଅନେକ କ୍ଷେତ୍ରରେ ନିଜ ପାଇଁ ମନପସନ୍ଦର ଚାକିରି ଏବଂ ଦରମା ପାଇବାରେ ସକ୍ଷମ ହୋଇପାରୁ ନାହିଁ।

ଏଇ ଭାରତରେ

ଏଇ ଭାରତରେ

ଲୋକଙ୍କ ମଧ୍ୟରେ ବେଳେବେଳେ ଏଭଳି ମାନସିକତା ସୃଷ୍ଟି ହୁଏ, ଯାହାକି ସହଜରେ ବିଶ୍ୱାସ ହୁଏନାହିଁ। ମୋବାଇଲ ଓ ଇଣ୍ଟର୍‌ନେଟ ବ୍ୟବହାର ଯୁଗରେ ମଧ୍ୟ କେତେକଙ୍କ ମଧ୍ୟରେ ରକ୍ଷଣଶୀଳ ଚିନ୍ତାଧାରା ଦେଖାଯାଉଛି। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ। ବାଙ୍ଗାଲୋରର ଜଣେ ଯୁବତୀଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ବିରୋଧ କରି ଲକ୍ଷ୍ନୌର ଅଭିଷେକ ନାମକ ଜଣେ ଯୁବକ ମୁସଲମାନ ଡ୍ରାଇଭର ଚଳାଉଥିବା ଏକ ଘରୋଇ କାର୍‌ ପରିବହନ ସଂସ୍ଥାରେ ଯିବାକୁ ମନା କରିଦେଇଛନ୍ତି। ଏହାକୁ ଟୁଇଟ କରି ସେ କହିଛନ୍ତି ଯେ, ଯଦି ଜଣେ ଯୁବତୀ ରୁଦ୍ର ହନୁମାନ ପୋଷ୍ଟର ଲଗାଯାଇଥିବା କାର୍‌ରେ ...

ଶିଶୁ ବଳାତ୍କାର: ଦଣ୍ଡ କାହିଁ

ଶିଶୁ ବଳାତ୍କାର: ଦଣ୍ଡ କାହିଁ

୨୦୧୨ ନିର୍ଭୟା ଗଣବଳାତ୍କାର ଘଟଣା ପରେ ଭାରତରେ ମହିଳା ନିର୍ଯାତନା ନିରୋଧୀ ସ୍ବର ଯେଭଳି ସର୍ବୋଚ୍ଚରେ ପହଞ୍ଚତ୍ଥିଲା, ଏବେ ସେଭଳି ପରିସ୍ଥିତିର ପୁନରାବୃତ୍ତି ଘଟିଛି। ନିର୍ଭୟାଙ୍କ ବୟସ ୨୩ ହୋଇଥିବା ବେଳେ ଏବେ ଶିଶୁକନ୍ୟାଙ୍କ ଉପରେ ପାଶବିକ ଅତ୍ୟାଚାର ଯେପରି ଭାବେ ବଢ଼ିଚାଲିଛି ତାକୁ ଦେଖିଲେ ବ୍ୟସ୍ତ ଲାଗୁଛି। ଜମ୍ମୁ-କଶ୍ମୀର କଠୁଆର ୮ ବର୍ଷୀୟା କନ୍ୟା, ଗୁଜରାଟ ସୁରଟର ୧୧ ବର୍ଷୀୟା ଝିଅ, ଓଡ଼ିଶା ନୀଳଗିରିର ୪ ବର୍ଷୀୟା ଶିଶୁକନ୍ୟା, ନିଶ୍ଚିନ୍ତକୋଇଲିର ୬ ବର୍ଷୀୟା ଝିଅଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ ଇନ୍ଦୋରର ୪ ମାସର ଶିଶୁକନ୍ୟାଙ୍କୁ ବଳାତ୍କାର ଓ ହତ୍ୟା ପର୍ଯ୍ୟନ୍ତ ଅସଂଖ୍ୟ ଘଟଣା ଘଟିଗଲାଣି। ସବୁଠାରୁ ଅତ୍ୟନ୍ତ ସମ୍ବେଦନଶୀଳ ଇନ୍ଦୋର ଘଟଣାକୁ ଦେଖିଲେ ଯେ କେହି ବିବ୍ରତ ହେବା ସ୍ବାଭାବିକ। ଇନ୍ଦୋର ଶିଶୁକୁ ବଳାତ୍କାର କରିଥିବା ବ୍ୟକ୍ତି ହେଉଛନ୍ତି ସମ୍ପର୍କୀୟ ମାମୁ। ଦେଖିବାକୁ ଗଲେ ୪ ମାସ ଶିଶୁର ବେକ ଟାଣ ହୋଇ ନ ଥାଏ। ଯିଏ ତା’ ସହ ଏପରି ଜଘନ୍ୟ କାଣ୍ଡ ଘଟାଇଥାଆନ୍ତି ତାଙ୍କ ମାନସିକତା ବୁଝିବା ଅସମ୍ଭବ। ଏଠାରେ ସାମାଜିକ ବିଶ୍ଳେଷଣର ପ୍ରୟୋଜନ ଉଠିଲାଣି। ମନେହେଉଛି, ଯେପରି ଏହା କେବଳ ଘୋର ଯୌନ ଲାଳସାର ପରିଣତି ନୁହେଁ। ସହଜ ଭାଷାରେ କହିବାକୁ ଗଲେ ଏହା ଅତ୍ୟନ୍ତ ଜଘନ୍ୟ ଆପରାଧିକ ମାନସିକତାର ପ୍ରତିଫଳନ।

ରେଭେନ୍‌ସା ଯୁଗର ଅବସାନ

ରେଭେନ୍‌ସା ଯୁଗର ଅବସାନ

ଶରତ ଚନ୍ଦ୍ର ମିଶ୍ର/ରେଭେନ୍‌ସା କଲେଜ ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ। ଦେଢ଼ଶହ ବର୍ଷ (୧୮୬୮) ପୂର୍ବେ ନଅଙ୍କ ଦୁର୍ଭିକ୍ଷର ଦୁଇବର୍ଷ ପରେ ଏ କଲେଜ ସ୍ଥାପିତ ହୋଇଥିଲା। କଟକ କଲେକ୍ଟୋରେଟ୍‌ ପାଖରେ ଏହି ଅନୁଷ୍ଠାନଟି ପଚାଶ ବର୍ଷ ରହିବା ପରେ ଚାଉଳିଆଗଞ୍ଜର ରେସ୍‌କୋର୍ସ ପଡିଆକୁ ଉଠିଆସିଲା ଓ ଗତ ଶହେବର୍ଷ ଧରି ସେହିଠାରେ ଗର୍ବୋନ୍ନତ ଶିର ଉତ୍ତୋଳନ କରି ବିଦ୍ୟମାନ।

ଲୁଣା ଜଙ୍ଗଲ ଓ ଉପକୂଳ ସୁରକ୍ଷା

ଲୁଣା ଜଙ୍ଗଲ ଓ ଉପକୂଳ ସୁରକ୍ଷା

ହିମାଂଶୁ ଶେଖର ଫତେସିଂହ/ପୃଥିବୀର ନିରକ୍ଷୀୟ ଓ ଉପନିରକ୍ଷୀୟ ଅଞ୍ଚଳ ଅନ୍ତର୍ଗତ ୨୪ଂ ଉ.ଅକ୍ଷାଂଶରୁ ୩୮ଂ ଦ.ଅକ୍ଷାଂଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ତଟବର୍ତ୍ତୀ ଜୁଆରିଆ ଆର୍ଦ୍ର, ବାଲିଆ ଭୂମିରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଉଦ୍ଭିଦ ଦେଖାଯାଆନ୍ତି। ଏହି ଅଞ୍ଚଳରେ ୨୬ଂରୁ ୩୫ଂ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ଉଚ୍ଚ ବାୟୁମଣ୍ଡଳୀୟ ତାପମାତ୍ରା, ୧୦୦୦ ମିମିରୁ ୩୦୦୦ ମିମି ବୃଷ୍ଟିପାତ, ଉଚ୍ଚ ଲବଣତା, ଜୁଆରିଆ ଜଳ ପ୍ଳାବନ ସତ୍ତ୍ୱେ ଏହି ଉଦ୍ଭିଦଗୁଡ଼ିକ ଜୀବନ ଧାରଣ କରି ବଂଶବୃଦ୍ଧି କରିଥାନ୍ତି।

ଏଇ ଭାରତରେ

ଏଇ ଭାରତରେ

ଲୋକଙ୍କଠାରୁ ମାନବିକତା କ୍ରମେ ହଜିଯାଉଛି। ଅର୍ଥ ଓ ବସ୍ତୁବାଦୀ ହୋଇପଡୁଥିବା ମଣିଷ ଅନ୍ୟ ପ୍ରତି ସହାନୁଭୂତି, ଦୟା ଆଦି ଗୁଣକୁ ହରାଇବସୁଛି। ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସୁଯୋଗର କିଭଳି ଫାଇଦା ଉଠାଇହେବ ସେଥିପ୍ରତି ଆଗ୍ରହ ଦେଖାଉଛି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ନିକଟବର୍ତ୍ତୀ ଗାଜିଆବାଦରେ ଘଟିଥିବା ଏକ ଘଟଣା ସମ୍ପର୍କରେ ଶୁଣିଲେ ମଣିଷ ନିକଟରୁ ମାନବିକତାର ଗୁଣ କିପରି ହଜିଯାଉଛି ତାହା ସ୍ପଷ୍ଟ ହୁଏ।

ସଂଖ୍ୟାଗୁରୁ ମାନସିକତା

ସଂଖ୍ୟାଗୁରୁ ମାନସିକତା

ଆକାର ପଟେଲ ଭାରତୀୟ ଉପମହାଦେଶର ଉପନିବେଶୀୟ ପର ପରମ୍ପରା ମୁଖ୍ୟତଃ ଧାର୍ମିକ ରହିଆସିଛି ଏବଂ ସଂଖ୍ୟାଗୁରୁ ଧାର୍ମିକ ଗୋଷ୍ଠୀ ସଂଖ୍ୟାଲଘୁମାନଙ୍କ ବିରୋଧୀ ସାଜିଛନ୍ତି। ଶ୍ରୀଲଙ୍କାରେ ସଂଖ୍ୟାଗୁରୁ ବୌଦ୍ଧ ସିଂହଳୀମାନେ ଧର୍ମ ଓ ଭାଷାକୁ ନେଇ ତାମିଲମାନଙ୍କ ବିରୋଧରେ ଲଢ଼େଇ କରିଛନ୍ତି। ଭାରତରେ ବୌଦ୍ଧ ଓ ହିନ୍ଦୁମାନଙ୍କ ଭିତରେ ଘୃଣା ଭାବ ରହିଛି, ଯାହା ସଂଖ୍ୟାଗୁରୁତ୍ୱର ସ୍ବଭାବ। ଶ୍ରୀଲଙ୍କାର ଗୃହଯୁଦ୍ଧ ପ୍ରାୟ ୨୫ ବର୍ଷ ଧରି ଲାଗିରହିଥିଲା, ଯାହା ଫଳରେ ଶ୍ରୀଲଙ୍କାର ଅନେକ ନେତା ଓ ଭାରତର ରାଜୀବ ଗାନ୍ଧୀଙ୍କ ସମେତ ଲକ୍ଷାଧିକ ଲୋକ ମଲେ। ବାଂଲାଦେଶରେ ପ୍ରାଥମିକ ଜାତୀୟତାବାଦ ଭାଷା ଭିତ୍ତିରେ ଗଢ଼ିଉଠିଥିଲା ଏବଂ ଏହା ବଙ୍ଗାଳୀ ମୁସଲମାନ ଓ ହିନ୍ଦୁମାନଙ୍କୁ ପଶ୍ଚିମ ପାକିସ୍ତାନୀଙ୍କ ଦ୍ୱାରା ସେମାନଙ୍କ ଉପରେ ଜୋରଜବରଦସ୍ତ ଉର୍ଦ୍ଦୁଭାଷାକୁ ଲଦିଦିଆଯିବା ବିରୋଧରେ ଏକତ୍ରିତ କରିଥିଲା। ଆଶ୍ଚର୍ଯ୍ୟର କଥା ମହମ୍ମଦ ଅଲି ଜିନ୍ନା ଜଣେ ...

ବୋହୂଯୋଗ୍ୟା କନ୍ୟା

ବୋହୂଯୋଗ୍ୟା କନ୍ୟା

ପ୍ରକାଶ ତ୍ରିପାଠୀ ଗତ ରବିବାର ସାରେ ଆମେ କିଛି ବନ୍ଧୁ ପୁରୀ ବେଳାଭୂମିରେ ବସିଥିଲୁ। କର୍ମମୟ ଜୀବନରୁ କିଛି ମୁହୂର୍ତ୍ତ ବାହାର କରି ବନ୍ଧୁମାନଙ୍କ ସହ ଦୁଃଖସୁଖ ହେବା କେବଳ ଏହି ଛୁଟିଦିନମାନଙ୍କରେ ହିଁ ସମ୍ଭବ ହୋଇଥାଏ। ତାହା ପୁଣି ଅନିୟମିତ। ସେ ଯାହାହେଉ, ମଝିରେ ମଝିରେ ଏପରି ବନ୍ଧୁମିଳନ ମନରେ ପ୍ରସନ୍ନତା ଭରିଦିଏ ଓ ଆଳାପ ଆଲୋଚନା ଦ୍ୱାରା ମନ ବି ହାଲ୍‌କା ହୋଇଯାଏ। ସେଦିନ କଥାପ୍ରସଙ୍ଗରେ ଜଣେ ବନ୍ଧୁ କହିଲେ ଯେ, ଆଜି ତାଙ୍କ ଘରେ ଝିଅ ଓ ତା’ ମାଆ ମଧ୍ୟରେ ଝଗଡା ହୋଇଯାଇଛି। ଆମେ ଜାଣୁ ଯେ ବନ୍ଧୁଙ୍କ ପତ୍ନୀ ଅତି ସରଳ ଓ ଶାନ୍ତ ସ୍ବଭାବର। ...

 ‘ଲେସ୍‌’ର ଲେଖକ

‘ଲେସ୍‌’ର ଲେଖକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ଜର୍ନାଲିଜିମ୍‌, ସାହିତ୍ୟ ଓ ସଙ୍ଗୀତ ସଂଯୋଜନା କ୍ଷେତ୍ରରେ ‘ପୁଲିଜର ପୁରସ୍କାର’ ମର୍ଯ୍ୟାଦାଜନକ ସମ୍ମାନ ଭାବେ ପରିଚିତ। ହଙ୍ଗେରିଜନ୍ମିତ ଆମେରିକୀୟ ଖବରକାଗଜ ପ୍ରକାଶକ ତଥା ସାମ୍ବାଦିକ ଯୋଶେଫ୍‌ ପୁଲିଜରଙ୍କ ନାମାନୁଯାୟୀ ୧୯୧୭ ମସିହାରୁ ଏହି ସମ୍ମାନ ପ୍ରତିବର୍ଷ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଆସୁଛି। ୨୧ଟି କ୍ଷେତ୍ରରେ ଏହି ପୁରସ୍କାର ଦିଆଯାଉଥିବା ବେଳେ ୨୦୧୮ ପାଇଁ କାଳ୍ପନିକ ଲେଖା ସକାଶେ ଆଣ୍ଡ୍ର୍ୟୁ ସିଏନ ଗ୍ରୀର୍‌ ଯୋଗ୍ୟ ବିବେଚିତ ହୋଇଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ପୋଲିସ ପାଖକୁ ଗଲେ ପଇସା ନ ଦେଲେ କୌଣସି କାମ ହୁଏନାହିଁ। ଏହା ବାରମ୍ବାର ପ୍ରମାଣିତ ହୋଇଆସୁଛି। ଖାକି ବର୍ଦ୍ଦି ପିନ୍ଧିଥିବା ଅଧିକାଂଶ ବାବୁ ଅଭିଯୋଗକାରୀଙ୍କ ଆର୍ଥିକ କ୍ଷମତାକୁ ନ ଦେଖି ଅର୍ଥ ଦାବି କରନ୍ତି, ଯାହା ପୈଠ କରିବା କାଠିକର ପାଠ ହୋଇଯାଏ। ନିକଟରେ ବିହାର ବୈଶାଳୀ ଜିଲାର ଜଣେ ଅନାଥ ବାଳକ ଥାନାବାବୁଙ୍କ ଚାହିଦା ପୂରଣ ପାଇଁ ଭିକ୍ଷା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବୈଶାଳୀ ଜିଲା କଟହରାର ଚେହରାକଳା ଗ୍ରାମର ଜଣେ ଅନାଥ ବାଳକ ବିବେକଙ୍କଠାରୁ ସମ୍ପୃକ୍ତ ଅଞ୍ଚଳର ଜଣେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଜୋର୍‌ କରି ଜମି ନେଇଯାଇଥିଲେ। ବିବେକ ଏ ସମ୍ପର୍କରେ ପୋଲିସରେ ଅଭିଯୋଗ କରିବାକୁ ଥାନାକୁ ଗଲେ। ମାତ୍ର ଥାନାବାବୁ ତାଙ୍କୁ ଏଥିପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ। ...