Dharitri News
ଜୀବନଚର୍ଯ୍ୟା |

ଅଦିନିଆ ମେଘ...

ଅଦିନିଆ ମେଘ... ବର୍ତ୍ତମାନ ଚାଲିଥିବା ଅଦିନିଆ ମେଘରେ ନା କେବଳ ଶୀତ ବୃଦ୍ଧି ହୋଇଛି ଅବା ପାଣି କାଦୁଅରେ ବାହାରକୁ ବାହାରିବାରେ ଅସୁବିଧା ସୃଷ୍ଟି କରୁଛି ବରଂ ଥଣ୍ଡା ସାଙ୍ଗକୁ ବର୍ଷାପାଣିର କମ୍ବିନେଶନ ଅଧିକାଂଶଙ୍କଠାରେ ସ୍ବାସ୍ଥ୍ୟ ସମସ୍ୟା ବି ବଢାଉଛି... ଭଳିକି ଭଳି ସୌଖୀନ ଶୀତବସ୍ତ୍ର ପିନ୍ଧି ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇବା ସାଙ୍ଗକୁ ସାଙ୍ଗସାଥୀଙ୍କ ସହ ପିକ୍‌ନିକ୍‌ ଏବଂ ବୁଲାବୁଲିର ମଜା ନେବା ଲାଗି ଯୁବପିଢି ଚାହିଁ ରହିଛନ୍ତି ଶୀତଦିନକୁ। ଆଉ ଏମିତିରେ ଶୀତ ଆରମ୍ଭରୁ ହଠାତ୍‌ ଲଘୁଚାପଜନିତ ବର୍ଷା ନା କେବଳ ବାହାରକୁ ବାହାରିବା ମୁସ୍କିଲ କରି ସେମାନଙ୍କ ଏସବୁ ପ୍ଲାନ୍‌ରେ ବାଧକ ସାଜୁଛି ବରଂ ଶୀତ ସାଙ୍ଗକୁ ବର୍ଷାପାଣି ସେମାନଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ବି ସୃଷ୍ଟି କରୁଛି। ଯାହାକୁ ଏଡାଇବା ଲାଗି ସତର୍କତା ଅବଲମ୍ବନ କରିବା ଆବଶ୍ୟକ.... - ସାଧାରଣତଃ ଶୀତ ଆସିଲେ ପାଣିପାଗ ବଦଳିବା ଯୋଗୁ ଅଧିକାଂଶଙ୍କଠାରେ ଶରୀର ଶୁଷ୍କ ହୋଇଯିବା, ଶିରା ପ୍ରଶିରା ସଂକୁଚିତ ହୋଇଯିବା ସହ ରୋଗ ପ୍ରତିରୋଧକ ଶକ୍ତି କମିବା ଫଳରେ ଥଣ୍ଡା, ଜ୍ୱର ଭଳି ରୋଗ ଦେଖାଦେଇଥାଏ। ଆଉ ଏମିତିରେ ଅଦିନିଆ ବର୍ଷା ନିଆଁରେ ଘିଅ ଢାଳିବା ସଦୃଶ କାର୍ଯ୍ୟ କରିଥାଏ। ଅର୍ଥାତ୍‌ ଏଥିପାଇଁ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇଥାଏ। ତେଣୁ ଏହାକୁ ଏଡେଇବା ଲାଗି ସର୍ବପ୍ରଥମେ ଯଥା ସମ୍ଭବ ବର୍ଷାପାଣି ସଂସ୍ପର୍ଶରେ ଆସିବାଠାରୁ ନିଜକୁ ବଞ୍ଚାନ୍ତୁ। ବାହାରକୁ ବାହାରିବା ସମୟରେ ଉଭୟ ବର୍ଷା ପାଣି ଏବଂ ଶୀତରୁ ରକ୍ଷା ପାଇବା ଲାଗି ମୁଣ୍ଡ ଏବଂ ଦେହକୁ ଭଲଭାବେ ଘୋଡାଇ ରଖନ୍ତୁ। - ଶୀତଦିନେ ଅନେକଙ୍କଠାରେ ଜଳୀୟାଂଶ କମିଯାଇ ଶରୀର ଅଧିକ ଶୁଷ୍କ ହେବା, ଚର୍ମ ପାଉଁଶିଆ ଦେଖାଯିବା, ଗୋଡ, ହାତ, ଓଠ ଆଦି ଫାଟିବା, କୁଣ୍ଡାଇହେବା ଭଳି ସମସ୍ୟା ଦେଖାଯାଏ। ହେଲେ ଏହିଦିନେ ବର୍ଷାରେ ଏହି ସମସ୍ୟା ଅଧିକ ବଢିଯାଏ। ଏହାର ମୁଖ୍ୟ କାରଣ ହେଉଛି ବାୟୁମଣ୍ଡଳ ଅଧିକ ଶୁଷ୍କ ଥିବାରୁ ଧୂଳିକଣା ଆକାରରେ ଥିବା କାର୍ବନ ଡାଇଅକ୍ସାଇଡ୍‌, କାର୍ବନ ମନୋକ୍ସାଇଡ୍‌, ସଲ୍‌ଫର ମ୍ୟାଗ୍ନେଟିଆଜିମ୍‌, ଭାଇରସ୍‌, ବ୍ୟାକ୍ଟେରିଆ ଭଳି ବିଷାକ୍ତ ପଦାର୍ଥ ରହିଥାଏ, ଯାହାକି ବର୍ଷା ଆକାରରେ ତ୍ୱଚା ସଂସ୍ପର୍ଶରେ ଆସିବା ଦ୍ୱାରା କୁଣ୍ଡାଇହେବା, ଫଳିଯିବା, ସ୍କିନ୍‌୍‌ ଆଲର୍ଜି, ଫଙ୍ଗାଲ୍‌ ଇନ୍‌ଫେକ୍ସନ ଭଳି ଚର୍ମରୋଗ କରାଇଥାଏ। ତେଣୁ ବର୍ଷା ପାଣି ଏବଂ ଶୀତୁଆ ଥଣ୍ଡା ପବନ ସଂସ୍ପର୍ଶରେ ନ ଆସିବା ଲାଗି ଚେଷ୍ଟା କରନ୍ତୁ। ତା’ଛଡା ଏଭଳି ହଠାତ୍‌ ପାଣିପାଗ ପରିବର୍ତ୍ତନ ଯୋଗୁ ବର୍ଷାରେ ଭାରି ପୋଷାକ, ଫୁଲ୍‌ ଜୋତା ସାଙ୍ଗକୁ ଶୀତ ବସ୍ତ୍ର ବ୍ୟବହାର କରିବା କଷ୍ଟ ହେଉଥିବାରୁ ଥଣ୍ଡା ପବନ ବାଜି ଥଣ୍ଡା, ଜ୍ୱର, କାଶ ଆଦି ସମସ୍ୟା ବଢିଥାଏ। ଏଣେ ପାଣି ଲାଗି ପୋଷାକ ସହଜରେ ନ ଶୁଖିବା କାରଣରୁ ଚର୍ମ ରୋଗ ବିଶେଷ କରି ଫଙ୍ଗାଲ ଇନ୍‌ଫେକ୍ସନ ଦେଖାଦେଇଥାଏ। ତେଣୁ ଏଭଳି ସମସ୍ୟା ଦୂର କରିବା ଲାଗି ଏସବୁ ବ୍ୟବହାର କରିବା ସହିତ ପ୍ରତିଦିନ ରାତିରେ ଉଷୁମ ଶୋରିଷ ତେଲ ପାଦରେ ମସାଜ କରୁନ୍ତୁ। ଆଙ୍ଗୁଠି ଫାଙ୍କଗୁଡିକରେ ଭେସ୍‌ଲିନ୍‌ ଲଗାନ୍ତୁ। ଗାଧୋଇବା ବେଳେ ତେଲ କିମ୍ବା ବଡି ଲୋଶନ ଲଗାନ୍ତୁ। - ଏମିତିରେ ଶୀତଦିନେ ଅଧିକାଂଶ ଯୁବତୀ ଯୁବକଙ୍କ ଲାଗି କେଶ ଶୁଷ୍କ ହେବା, ରୁପି ହେବା ଏକ ବଡ ସମସ୍ୟା ପାଲଟେ। ଆଉ ଏ ସମୟରେ ଅଦିନିଆ ବର୍ଷା ହେବା ଯୋଗୁ ମୁଣ୍ଡରେ ପାଣି ପଡିବା ଦ୍ୱାରା ରୁପି ସହ ବିଭିନ୍ନ ଫଙ୍ଗାଲ ଇନ୍‌ଫେକ୍ସନ ହୋଇ କେଶ ଝଡିବା ଆଶଙ୍କା ବୃଦ୍ଧି ପାଇଥାଏ। ଯାହାକୁ ଦୂର କରିବା ଲାଗି କେଶ ଓଦା ହେବାକୁ ଦିଅନ୍ତୁ ନାହିଁ ଏବଂ ଯଦି ଓଦା ହେଇଯାଏ ତେବେ ସଙ୍ଗେ ସଙ୍ଗେ ପୋଛିଦିଅନ୍ତୁ। ଏହା ବ୍ୟତୀତ କେଶମୂଳେ ନିୟମିତ ସମୟ ଅନ୍ତରାଳରେ ତେଲ ମସାଜ କରନ୍ତୁ। ଭିଟାମିନ୍‌ ବି6, ଏ, ସି, ଇ ସହିତ ଜିଙ୍କ, ପୋଟାସିଅମ୍‌ ଏବଂ ଆଇରନ୍‌ ଭଳି ମିନେରାଲ୍ସ ଥିବା ଖାଦ୍ୟ ବିଶେଷ କରି କଦଳୀ, ସେଓ, ଅମୃତଭଣ୍ଡା ଭଳି ଫଳ ଖାଆନ୍ତୁ। - ହଠାତ୍‌ ପାଣିପାଗ ପରିବର୍ତ୍ତନ ଯୋଗୁ ହେଉଥିବା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ବା ସିଜନାଲ୍‌ ଇଫେକ୍ଟିଭ୍‌ ଡିସ୍‌ଅର୍ଡରଠାରୁ ନିଜକୁ ଦୂରେଇ ରଖିବା ଲାଗି ଖାଦ୍ୟପେୟ ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ। ବିଶେଷ କରି ପ୍ରଚୁର ପରିମାଣରେ ଭିଟାମିନ୍‌ ଡି’ର ତତ୍ତ୍ବ ଏବଂ ଓମେଗା-3 ଫ୍ୟାଟି ଏସିଡ୍‌ ଏଦିନେ ଶରୀର ପାଇଁ ବେଶ୍‌ ଜରୁରୀ। ଏଥିପାଇଁ ମାଛ ଖାଆନ୍ତୁ। ତେଲ ମସଲା ଯୁକ୍ତ ଖାଦ୍ୟ କିମ୍ବା ବଜାରରେ ମିଳୁଥିବା ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ପରିବର୍ତ୍ତେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ସୁଷମ ଆହାର ଗ୍ରହଣ କରନ୍ତୁ। ବିଶେଷକରି ପ୍ରୋଟିନ୍‌, ଆଇରନ୍‌, ଜିଙ୍କ୍‌, ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ସହିତ ଋତୁଭିତ୍ତିକ ସବୁଜ ପନିପରିବା, ଫଳ ଓ ଶାଗ ଭଳି ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଖାଦ୍ୟ ତାଲିକାରେ ଗାଈଘିଅକୁ ସାମିଲ କରନ୍ତୁ। ଯଦି କାଶ ହୁଏ ତେବେ ସକାଳୁ ଖାଲିପେଟରେ ଅଦାରସ, ମହୁ କିମ୍ବା ତୁଳସୀ ରସ, ମହୁ ଖାଆନ୍ତୁ ା ଉଷୁମ କ୍ଷୀର ପିଇବା ଦ୍ୱାରା ମଧ୍ୟ ଆପଣ ଉପକୃତ ହେବେ। ରସୁଣ ମଧ୍ୟ ଖାଇବା ଏଦିନେ ବେଶ୍‌ ଉପକାରୀ। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। କ’ଣ କରନ୍ତି ଏମାନେ... ଶୁଭଶ୍ରୀ ମହାରଣା(ଫ୍ୟାଶନ୍‌ ଡିଜାଇନିଂ ଛାତ୍ରୀ, ଭୁବନେଶ୍ୱର)- ବର୍ତ୍ତମାନ ଅଦିନିଆ ସୃଷ୍ଟି ହୋଇଥିବା ଲଘୁଚାପଜନିତ ବର୍ଷା ସମସ୍ତଙ୍କ ଲାଗି ଅସୁବିଧାର କାରଣ ସାଜିଛି। ଶୀତ ସମୟରେ ଏଭଳି ବର୍ଷା ଯୋଗୁ ଆମ ଭଳି ଛାତ୍ରୀଛାତ୍ରଙ୍କ ଲାଗି ବେଶି ଅସୁବିଧା ହେଉଛି। ତା’ଛଡା ସ୍ବାସ୍ଥ୍ୟ ସମସ୍ୟା ବି ଦେଖାଦେଉଛି। ଏଥିରୁ ନିଜକୁ ଦୂରେଇ ରଖିବା ଲାଗି ବିଭିନ୍ନ ସତର୍କତା ଅବଲମ୍ବନ କରୁଛି। ଜ୍ଞାନରଞ୍ଜନ ସେଠ(ମାଟିଆପୋଖରୀ, ଖୋର୍ଦ୍ଧା)- ଶୀତଦିନେ ଅଦିନିଆ ବର୍ଷା ହେବା ଦ୍ୱାରା ହଠାତ୍‌ ପାଣିପାଗ ପରିବର୍ତ୍ତନ ଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏଭଳି ପରିସ୍ଥିତି ଆସିଲେ ସ୍ବାସ୍ଥ୍ୟ ସମସ୍ୟା ନ ଉପୁଜିବା ଲାଗି ପୋଷାକଠୁ ଆରମ୍ଭ କରି ଖାଦ୍ୟପେୟ ପର୍ଯ୍ୟନ୍ତ ବିଶେଷ ଧ୍ୟାନ ଦେଇଥାଏ।

ଜୀବନଚର୍ଯ୍ୟା |

ସୁସ୍ଥ ରହିବା ପାଇଁ ବଦଳାନ୍ତୁ ଜୀବନଶୈଳୀ

ସୁସ୍ଥ ରହିବା ପାଇଁ ବଦଳାନ୍ତୁ ଜୀବନଶୈଳୀ

ସନ୍ତୁଳିତ ଜୀବନଶୈଳୀ ସୁସ୍ଥ ଓ ନୀରୋଗ ଜୀବନର ଆଧାର। ଏହାଦ୍ୱାରା ଆପଣ ବିଭିନ୍ନ ପ୍ରକାର ରୋଗ ଦାଉରୁ ରକ୍ଷାପାଇପାରିବେ। ଏଥିପାଇଁ ଠିକ୍‌ ସମୟରେ ଖାଦ୍ୟପେୟ କରିବା, ଶୋଇବା ନିତାନ୍ତ ଆବଶ୍ୟକ। ଆସନ୍ତୁ ଜାଣିବା ସୁସ୍ଥ ରହିବାର କିଛି ଉପାୟ ସମ୍ପର୍କରେ:

ଏକାଗ୍ରତା ବଢ଼ାଏ ଚନ୍ଦନ

ଏକାଗ୍ରତା ବଢ଼ାଏ ଚନ୍ଦନ

ଭାରତୀୟ ପରମ୍ପରା ଅନୁଯାୟୀ ଚନ୍ଦନକୁ ଔଷଧୀୟ ଏବଂ ଧାର୍ମିକ ଭାବନା ସହ ଯୋଡାଯାଇଥାଏ। ଏଥିପାଇଁ ପ୍ରାଚୀନ କାଳରୁ ମଥାରେ ଚନ୍ଦନ ଲଗାଇବା ପରମ୍ପରା ରହିଆସିଛି। ଏହାଦ୍ୱାରା ଏକାଗ୍ରତା ବଢ଼ିବା ସହ ମସ୍କିଷ୍କ ଥଣ୍ଡା ରହିଥାଏ ବୋଲି କୁହାଯାଏ। ଏତଦ୍‌ବ୍ୟତୀତ ଚନ୍ଦନ ଲଗାଇବା ଦ୍ୱାରା ଅନେକ ଉପକାର ମିଳିଥାଏ।

ଫୋନ୍‌ରେ ହେବ ମଧୁମେହ ନିୟନ୍ତ୍ରଣ

ଫୋନ୍‌ରେ ହେବ ମଧୁମେହ ନିୟନ୍ତ୍ରଣ

ଓ୍ବାଶିଂଟନ: ଆଗାମୀ ଦିନରେ ମଧୁମେହ ରୋଗ ଫୋନ୍‌ ଦ୍ୱାରା ନିୟନ୍ତ୍ରିତ ହୋଇପାରିବ। ଏନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଫୋନ୍‌ ପାନ୍‌କ୍ରିଜ୍‌କୁ ରକ୍ତରେ ଶର୍କରାସ୍ତରକୁ ସାଧାରଣ କରିବାକୁ ନିର୍ଦ୍ଦେଶ ଦେବ।

ଲବଙ୍ଗ ତେଲର ଉପକାରିତା

ଲବଙ୍ଗ ତେଲର ଉପକାରିତା

ଭାରତରେ ପ୍ରଚୁର ପରିମାଣରେ ଲବଙ୍ଗ ଉତ୍ପାଦନ ହୋଇଥାଏ। ଏହାକୁ ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲ ଔଷଧୀୟ ଗୁଣରେ ଭରପୂର। ଏହା ବ୍ରଣ ଦୂର କରିବା, କାଶ, ଆସ୍ତମା ଆଦିର ଉପଚାରରେ ବିଶେଷକରି ବ୍ୟବହୃତ ହୋଇଥାଏ। ଏହି ତେଲରେ ଅନେକ ପ୍ରକାରର ଖଣିଜ ପଦାର୍ଥ ସହ କ୍ୟାଲସିୟମ୍‌, ଆଇରନ୍‌, ସୋଡିୟମ୍‌, ପୋଟାସିୟମ୍‌, ଭିଟାମିନ୍‌ ଏ ଏବଂ ଭିଟାମିନ ସି ଆଦି ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ।

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ବିପଦ ଜନକ

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ବିପଦ ଜନକ

ଓ୍ବାଶିଂଟନ: ମଧୁମେହ ରୋଗରେ ଖାଦ୍ୟରେ ଶର୍କରା ଉପରେ ନିୟନ୍ତ୍ରଣ ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ସମ୍ପ୍ରତି କିଛି ଗବେଷକ ଅଧ୍ୟୟନ କରି ଜାଣିପାରିଛନ୍ତି ଯେ, ଅତ୍ୟଧିକ ଶର୍କରା ନିୟନ୍ତ୍ରଣ କଲେ ବିପଦ ଜନକ ସ୍ଥିତି ସୃଷ୍ଟି ହୋଇଥାଏ।

ପିଲାଙ୍କୁ ଅଧିକ ପ୍ରଶଂସା କରିବା ଅନୁଚିତ

ପିଲାଙ୍କୁ ଅଧିକ ପ୍ରଶଂସା କରିବା ଅନୁଚିତ

ଓ୍ବାଶିଂଟନ: ଛୋଟ ପିଲାଙ୍କର କାର୍ଯ୍ୟକୁ ପ୍ରଶଂସା କଲେ ସେମାନଙ୍କର ଉତ୍ସାହ ବୃଦ୍ଧି ହୋଇଥାଏ ବୋଲି ଅନେକ ବିଶ୍ୱାସ କରିଥାନ୍ତି। ମାତ୍ର ଏବେ ଗବେଷକ ଜାଣିପାରିଛନ୍ତି ଯେ, ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଠକାମି ପ୍ରବୃତ୍ତି ଜାଗ୍ରତ ହୋଇଥାଏ।

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ଚାଷୀମାନେ ନିଜ ଫସଲ ରକ୍ଷା କରିବା ପାଇଁ କୀଟନାଶକ ପ୍ରୟୋଗ କରିଥାନ୍ତି। ଏହାର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ। ଏହାକୁ ଆମେ ବଜାରରୁ କିଣିଥାଉ। ଏପରିସ୍ଥଳେ ଯଦି ପରିବା ଅଥବା ଫଳକୁ ଭଲ ଭାବେ ନ ଧୋଇ ଖିଆଯାଏ, ତେବେ ଏହା ସ୍ବାସ୍ଥ୍ୟ ପ୍ରତି ବେଶ୍‌ ହାନିକାରକ। ଏହାଦ୍ୱାରା ଫଳରେ ଥିବା କୀଟନାଶକ ଆମ ପେଟକୁ ଯାଇ ପାଚନକ୍ରିୟା ଏବଂ ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଠିକ୍‌ ଭାବେ ଧୋଇବା ବେଶ୍‌ ଜରୁରୀ। ଯେପରିକି:

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ

ଲଣ୍ଡନ: ଶରୀରର ଓଜନ ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଓଜନରେ ସମନ୍ବୟ ରଖୁଥିବା ବ୍ୟକ୍ତିଙ୍କ ମନ ଚାପମୁକ୍ତ ରହିଥାଏ। ସାଧାରଣତଃ କଲେଜ ଶିକ୍ଷାର୍ଥୀ ଶରୀରକୁ ଫିଟ୍‌ ଓ ସନ୍ତୁଳିତ ରଖିବାର ପ୍ରୟାସ କରିଥାନ୍ତି।

ସ୍ବାସ୍ଥ୍ୟପାଇଁ ହିତକର ବ୍ରୋକଲି

ସ୍ବାସ୍ଥ୍ୟପାଇଁ ହିତକର ବ୍ରୋକଲି

ସ୍ବାଦ ଓ ସ୍ବାସ୍ଥ୍ୟ ଉପରେ ବ୍ରୋକଲିର ରହିଛି ଅନେକ ପ୍ରଭାବ। ଏବେ ଏହା ବଜାରରେ ପ୍ରଚୁର ପରିମାଣରେ ମିଳୁଛି। ଖାଦ୍ୟରେ ସାମିଲ କଲେ ଏହା ଆମକୁ ସୁସ୍ଥ ରଖିବାରେ ସହାୟକ ହେବ।

ସ୍ତନ୍ୟପାନ ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ କରେ

ସ୍ତନ୍ୟପାନ ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ କରେ

ଟରୋଣ୍ଟୋ: ସ୍ତନ୍ୟପାନ କରୁଥିବା ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଅଧିକ ଦିନ ଧରି ସ୍ତନ୍ୟପାନ କରିଥିବା ଶିଶୁ ମା’ଠାରୁ ଦୂରେଇ ରହିପାରେ ନାହିଁ।

 ନାକ ମାଧ୍ୟମରେ ଆବେଗ ପ୍ରକାଶିତ ହୁଏ

ନାକ ମାଧ୍ୟମରେ ଆବେଗ ପ୍ରକାଶିତ ହୁଏ

ଓ୍ବାଶିଂଟନ: ଆଘ୍ରାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ନାକ ଆବେଗ ପ୍ରକାଶରେ ସହାୟତା କରିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ମସ୍ତିଷ୍କରେ ଭାବାବେଗ ପ୍ରକାଶ ପାଇଲେ ନାକରେ ସ୍ପନ୍ଦନ ସୃଷ୍ଟି ହୋଇଥାଏ ବୋଲି ସ୍ନାୟୁବିଜ୍ଞାନୀ ମାରିଲେନା ଏଇଲୋ କହିଛନ୍ତି।

 ମେରୁଦଣ୍ଡ ଚିକିତ୍ସା ସିଲ୍କ ଦ୍ୱାରା ସମ୍ଭବ

ମେରୁଦଣ୍ଡ ଚିକିତ୍ସା ସିଲ୍କ ଦ୍ୱାରା ସମ୍ଭବ

ଲଣ୍ଡନ: ବିଶୋଧକ ସିଲ୍କ ଦ୍ୱାରା କ୍ଷତିଗ୍ରସ୍ତ ମେରୁଦଣ୍ଡର ଚିକିତ୍ସା ସମ୍ଭବ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହାକୁ ମସ୍ତିଷ୍କ ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଇ ପାରିବ।