ଜୀବନଚର୍ଯ୍ୟା |

ହୁଡି ଫ୍ୟାଶନ୍‌

ହୁଡି ଫ୍ୟାଶନ୍‌
ଶୀତଋତୁ ବହୁ ପ୍ରତୀକ୍ଷିତ ଯୁବପିଢିଙ୍କ ପାଇଁ । ଯାହାର ମୁଖ୍ୟ କାରଣ ହେଉଛି ଭଳିକି ଭଳି ଓ୍ବିଣ୍ଟରଓ୍ବେର ପିନ୍ଧି ଷ୍ଟାଇଲିଶ୍‌ ଲାଗିବା। ତେବେ ଏମିତିରେ ବିଭିନ୍ନ ସ୍ବେଟର୍‌, ଜ୍ୟାକେଟ୍‌, କାର୍ଡିଗାନ୍‌ ଆଦି ବ୍ୟତୀତ ବର୍ତ୍ତମାନ ଫ୍ୟାଶନେବଲ୍‌ ହୁଡିଜ୍‌ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ... - ଜିପ୍‌ ଅପ୍‌ସ୍‌ ହୁଡି ସାଧାରଣତଃ ସବୁପ୍ରକାର କଜୁଆଲ୍‌ ଗେଟ୍‌ଅପ୍‌କୁ ପର୍‌ଫେକ୍ଟ ସୁଟ୍‌ କରିଥାଏ। ଏହାକୁ ଆପଣ ନିଜ ପସନ୍ଦ ଅନୁଯାୟୀ ଜିପ୍‌ ଓପନ୍‌ କରି ଜ୍ୟାକେଟ୍‌ ଭଳି ହେଉ କିମ୍ବା ଜିପ୍‌ ବନ୍ଦ କରି ବ୍ୟବହାର କଲେ ଷ୍ଟାଇଲିସ୍‌ ଲାଗିବେ। ତେବେ ହୁଡି ସାଧାରଣତଃ ସିଙ୍ଗ୍‌ଲ କଲର କିମ୍ବା କଣ୍ଟ୍ରାଷ୍ଟ ବର୍ଡର ଆଉଟ୍‌ଲାଇନlଅଧିକ ଆକର୍ଷଣୀୟ ଲାଗିଥାଏ। - ଆପଣ ଚାହିଁଲେ ପୁଲ୍‌ ଓଭର ହୁଡି ବି ଟ୍ରାଏ କରିପାରିବେ। ଏହାକୁ ମୁଣ୍ଡ ଗଳାଇ ପିନ୍ଧିବାକୁ ହୋଇଥାଏ। ଯଦିଓ ଏହା ବର୍ତ୍ତମାନ ଲାଟେଷ୍ଟ ଫ୍ୟାଶନ୍‌ ଟ୍ରେଣ୍ଡରେ ରହିଛି ହେଲେ ବାସ୍ତବରେ ଏହାର ବ୍ୟବହାର ବହୁ ପୁରୁଣା ଦିନରୁ ହୋଇ ଆସୁଛି। କେବଳ ସମୟ ସହିତ ତାଳ ଦେଇ ଏହାର ଡିଜାଇନ୍‌ରେ ଅନେକ ପରିବର୍ତ୍ତନ ଘଟିଛି। ବର୍ତ୍ତମାନ ଉଭୟ ପ୍ଲେନ୍‌ ଏବଂ ପ୍ରିଣ୍ଟେଡ୍‌ ପୁଲ ଓଭର ହୁଡିର ଡିମାଣ୍ଡ ବଢୁଛି। - ମନେ ରଖନ୍ତୁ ଯଦି ଆପଣଙ୍କ ହାଇଟ୍‌ କମ୍‌ ତେବେ ଓଭର ସାଇଜ୍‌ ହୁଡି ଆଦୌ ପିନ୍ଧନ୍ତୁ ନାହିଁ। ଏଥିରେ ଆପଣଙ୍କ ଉଚ୍ଚତା ଆହୁରି କମ୍‌ ଲାଗିବ। ତେଣୁ ଆପଣ ଅଣ୍ଟା ବା ବେଲ୍ଟ ପର୍ଯ୍ୟନ୍ତ ଲମ୍ବ ଥିବା ହୁଡି ପିନ୍ଧନ୍ତୁ। ଠିକ୍‌ ସେହିପରି ଧ୍ୟାନରେ ରଖନ୍ତୁ ଯେପରି ହାତର ଲମ୍ବ ପାପୁଲି ପର୍ଯ୍ୟନ୍ତ ରହୁଥିବ। ଏହାକୁ ପିନ୍ଧିବା ଦ୍ୱାରା ଆପଣ ସ୍ଲିମ୍‌ ଫିଟ୍‌ ଏବଂ ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇପାରିବେ। - ଉଚ୍ଚତା ଅଧିକ ଥିଲେ ଆପଣ ସାମାନ୍ୟ ଓଭର ସାଇଜ୍‌ ବା ଲଙ୍ଗ ହୁଡି ବାଛନ୍ତୁ। ତେବେ ହୁଡିର କପଡା ଭଲ ଭାବେ ଚେକ୍‌ କରିନିଅନ୍ତୁ ଯେପରି ପରବର୍ତ୍ତୀ ସମୟରେ ଏହାକୁ ଧୋଇବା ଦ୍ୱାରା କପଡା ଜାକି ହୋଇ ଛୋଟ ନ ଲାଗେ। - ସ୍ଲିମ୍‌ ଫିଗର ହୋଇଥିଲେ ଜିପଲେସ୍‌ କିମ୍ବା ପୁଲ୍‌ ଓଭର ହୁଡି ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ। ଏହା ଆପଣଙ୍କ ଫିଗରକୁ ହାଇଲାଇଟ୍‌ କରିବା ସହ ଫ୍ୟାଶନେବଲ୍‌ ଲାଗିଥାଏ। - ସେହିପରି ଯଦି ଆପଣ ମୋଟା ତେବେ ଏଭଳି ହୁଡି, ବିଶେଷ କରି ହେଭି ପରିବର୍ତ୍ତେ ଲାଇଟ୍‌ ମ୍ୟାଟେରିଆଲ୍‌ ହୁଡି ବାଛନ୍ତୁ ଯାହାକି ଆପଣଙ୍କ ଫିଗରକୁ ଅଧିକ ମୋଟା ନ ଲାଗିବ। ସେହିପରି ଅଧିକ ଢିଲା ହୁଡି ମଧ୍ୟ ବାଛନ୍ତୁ ନାହିଁ ଯେଉଁଥିରେ ପେଟ ବାହାରିବା ଭଳି ଲାଗିବ।
All Right Reserved By

ଜୀବନଚର୍ଯ୍ୟା |

କଞ୍ଚା ପନିର୍‌ ବି ଦୂରକରେ ଡାଇବେଟିସ୍‌...

କଞ୍ଚା ପନିର୍‌ ବି ଦୂରକରେ ଡାଇବେଟିସ୍‌...

କଞ୍ଚା ପନିର୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ।  ପ୍ରତିଦିନ କଞ୍ଚା ପନିର ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଡାଇବେଟିସରୁ ଦୂରେଇ ରଖେ। 

ତ୍ୱଚାର ଘରୋଇ ଉପଚାର

ତ୍ୱଚାର ଘରୋଇ ଉପଚାର

ବିଶେଷତଃ ମହିଳାମାନେ ନିଜର ସୌନ୍ଦର୍ଯ୍ୟକୁ ନେଇ ବେଶ ସଚେତନ। ଏପରିକି ଅନେକ କୃତ୍ରିମ ଉପାୟ ଅବଲମ୍ବନ ମଧ୍ୟ କରିଥାନ୍ତି। ତେବେ ରାସାୟନିକ ପଦାର୍ଥ ମିଶ୍ରଣରେ ଉତ୍ପାଦ ଗୁଡ଼ିକ ନିର୍ମିତ ହୋଇଥିବାରୁ ଏହା ତ୍ୱଚା ପାଇଁ କ୍ଷତିକାରକ ସାବ୍ୟସ୍ତ ହେବା ସହ ପ୍ରତିକ୍ରିୟା କରିଥାଏ। 

ମେଦବହୁଳତା ଦୂରେଇବାର ସହଜ ଉପାୟ...

ମେଦବହୁଳତା ଦୂରେଇବାର ସହଜ ଉପାୟ...

ପରିବର୍ତ୍ତିତ ଜୀବନଶୈଳୀଯୋଗୁ ଖାଦ୍ୟପେୟରେ ଅନିୟମିତତା ଯୋଗୁ ମେଦବହୁଳତା ସୃଷ୍ଟି ହୋଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପଚାର ସମ୍ପର୍କରେ ଉଲ୍ଲେଖ ରହିଛି। 

ଟ୍ରାଡିଶନାଲ ଲୁକ୍‌

ଟ୍ରାଡିଶନାଲ ଲୁକ୍‌

ଏଥର ପୂଜାରେ ଟ୍ରାଡିଶନାଲ ସହ mଟ୍ରେଣ୍ଡି ଲୁକ୍‌ ପାଇବାକୁ ଚାହୁଁଥିଲେ ଆପଣାଇ ପାରିବେ ନିମ୍ନୋକ୍ତ ଟିପ୍ସ...

ସକାଳେ ଗ୍ଲାସେ ଉଷୁମ ପାଣି...

ସକାଳେ ଗ୍ଲାସେ ଉଷୁମ ପାଣି...

ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ପ୍ରକାର ରୋଗ ଦୂର ହୋଇଥାଏ। ସକାଳେ ନଖ ଉଷୁମ ପାଣି ଗ୍ଲାସେ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ଜାଣନ୍ତୁ ମଧୁମେହ ରୋଗୀ  ସାଗୁ ଖାଇବା କେତେଦୂର ଠିକ୍‌

ଜାଣନ୍ତୁ ମଧୁମେହ ରୋଗୀ ସାଗୁ ଖାଇବା କେତେଦୂର ଠିକ୍‌

ମଧୁମେହ ଏକ ଗମ୍ଭୀର ରୋଗ। ଯେଉଁ ରୋଗରେ ଖାଦ୍ୟପେୟ ଜନିତ   ଅନେକ କଟକଣା କରାଯାଇଥାଏ। କାରଣ ଏହି ରୋଗୀଙ୍କ ଖାଦ୍ୟପେୟରେ ହେଉଥିବା ଛୋଟ ପରିବର୍ତ୍ତନ ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। 
ତେବେ ଆପଣ ଯଦି ମଧୁମେହ ରୋଗୀ ହୋଇଥାନ୍ତି ଏକ୍ସରସାଇଜ କରିବା ସହ ମେଡିଶିନ ଖାଇ ବ୍ଲଡ୍‌ ସୁଗାର ମାତ୍ରା କମାଇପାରିବେ।

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁ ସାଧାରଣତଃ ବର୍ଷାଦିନେ ହୋଇଥାଏ। ଅନ୍ୟପକ୍ଷରେ ଅପରିଷ୍କାର ସ୍ଥାନରେ ଡେଙ୍ଗୁର ବାହକ ଏଡିସ୍‌ ମଶା ବଂଶ ବିସ୍ତାର କରିଥାଏ। ତେଣୁ ନିଜ ଘର ଚତୁଃପାର୍ଶ୍ୱ ଯେପରି ପରିଷ୍କାର ପରିଚ୍ଛନ୍ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘର ଚାରିପଟେ ଅଳିଆ ଆବର୍ଜନା ଜମା ହେବାକୁ ଦିଅନ୍ତୁ ନାହିଁ। 

ଅଲ୍‌ରାଉଣ୍ଡର ରୋବୋ

ଅଲ୍‌ରାଉଣ୍ଡର ରୋବୋ

ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ଉପଯୋଗ ଚିକିତ୍ସା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କର ଖାଇବା ଶୈଳୀରୁ ଜଣାପଡିବ-ଏଭଳି ଏକ ମଜାଦାର ତଥ୍ୟ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ବିଷୟବସ୍ତୁକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ।

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ବେଳେବେଳେ କେତେକ କଥା ଆମ ହାତ ପାଆନ୍ତାରେ ଥାଏ, ହେଲେ ଆମେ ତାକୁ ସହଜରେ ଜାଣି ପାରି ନ ଥାଉ। କୌଣସି ସୂତ୍ରରୁ ସୂଚନା ପାଇବା ମାତ୍ରେ ତାକୁ ଉପଯୋଗ କରି ତାହାର ସୁଫଳ ପାଉ।

ଲେଜର ବିଜ୍ଞାନର ଅବଦାନ

ଲେଜର ବିଜ୍ଞାନର ଅବଦାନ

”ଲେଜର ହେଉଛି ତୀବ୍ର ଉଚ୍ଚ ସଂହତିଯୁକ୍ତ ଏକବର୍ଣ୍ଣୀ  ଆଲୋକ ଉତ୍ସ। ଏହା ୧୯୬୦ ମସିହାରେ ଉଦ୍ଭାବିତ ହେବା ପରେ ପରେ ବୈଜ୍ଞାନିକମାନେ ଏହାର ସଫଳ ପ୍ରୟୋଗ ଉପରେ ଗବେଷଣା କଲେ। ମାନବୋପଯୋଗୀ ଏହାର ଦୁଇଟି ପ୍ରୟୋଗ ସମ୍ବନ୍ଧୀୟ ଉଦ୍ଭାବନ କରିଥିବାରୁ ଏହି ବର୍ଷ ତିନିଜଣ ବୈଜ୍ଞାନିକ-ଯୁକ୍ତରାଷ୍ଟ୍ର ଆମେରିକାର ଆର୍ଥର ଆସ୍କିନ୍‌, ଫ୍ରାନ୍‌ସର  ଜୋରାର୍ଡ ମୋରୁ ଓ କାନାଡ଼ାର ଡୋନା ଷ୍ଟ୍ରିକ୍‌ଲାଣ୍ଡଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରିବା  ପାଇଁ ରୟାଲ୍‌ ସୁଇଡେନ୍‌ ବିଜ୍ଞାନ ଏକାଡେମୀ  ଘୋଷଣା କରିଛନ୍ତି।“

୧୦୩  ପ୍ରକାର ରୋଗ ଦୂର କରେ ପାଟିର ଲାଳ

୧୦୩ ପ୍ରକାର ରୋଗ ଦୂର କରେ ପାଟିର ଲାଳ

ମୁଖ ଭିତରେ ଏକ ଲକ୍ଷରୁ ଅଧିକ ସ୍ବେଦଗ୍ରନ୍ଥି ଲାଳ ତିଆରି କରିଥାନ୍ତି। ଏଥିରେ ଶରୀରର ୧୦୩ ପ୍ରକାର ରୋଗ ଦୂର ହୋଇଥାଏ। ଏହାକୁ ସକାଳେ ଉଠି ପୁରାତନ ଘାରେ ଲାଗାଇଲେ କିଛି ଦିନ ମଧ୍ୟରେ ଘା ଭଲ ହୋଇଥାଏ।