ସମ୍ପାଦକୀୟ |

ଆଶାର କିମିଆ

ଆଶାର କିମିଆ
ଡ. ପଦାରବିନ୍ଦ ରଥ ଗୋଟିଏ ଗାଁରେ ଗୋଟେ ପିଲା ଥିଲା। ଭଲ ପାଠ ପଢିବା ସହିତ ସ୍କୁଲରେ ହେଉଥିବା ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ମଧ୍ୟ ଖୁବ୍‌ ଭଲ କରୁଥିଲା। ସ୍କୁଲ୍‌ ପାଠ ସାରି କଲେଜକୁ ଯିବା ପରେ ତାକୁ ଜଣାପଡିଗଲା, ଏଠି ପ୍ରତିଯୋଗିତାରେ ସଫଳ ହେବା ଏତେ ସହଜ ନୁହେଁ। ସ୍କୁଲର ଚାରିକାନ୍ଥ ଭିତରୁ ବାହାରି କଲେଜର ବିରାଟ ପରିସର ଭିତରେ ନିଜ ପରିଚୟ ଖୋଜିବା ନିହାତି କଷ୍ଟକର। କଲେଜର ପ୍ରଥମ ପ୍ରତିଯୋଗିତାରେ ଯେଉଁଦିନ ସେ ଭାଗ ନେଲା ସେଦିନ ପାଖାପାଖି ଚାଳିଶ ଜଣ ପ୍ରତିଯୋଗୀ ଥିଲେ। ପିଲାଟି ଅସଫଳ ହେଲା। ଉଦାସ ମନରେ ଘରକୁ ଫେରିଲା। ଘରେ ଜେଜେମାଆ ପଚାରିଲେ, କ’ଣ ହେଲାରେ ପୁଅ, କାହିଁକି ମନ ଦୁଃଖ କରିଛୁ? ପିଲାଟି ଜେଜେମାଆ ଆଗରେ ସବୁକଥା କହିଲା। ସବୁ ଶୁଣିସାରି ଜେଜେମାଆ କହିଲେ, ଏଇ କଥା! ଆଛା କହିଲୁ, ତୋ କଲେଜରେ ସର୍ବମୋଟ କେତେ ପିଲା? ପିଲାଟି କହିଲା, ପାଖାପାଖି ଚାରି ହଜାର। ଜେଜେମାଆ କହିଲେ, ଚାରି ହଜାର ପିଲା ଭିତରୁ କେବଳ ଚାଳିଶ ଜଣ ପ୍ରତିଯୋଗିତାରେ ଭାଗ ନେଇଥିଲେ? ପିଲାଟି ହଁ ମାରିଲା। ଜେଜେମାଆ ପୁଣି କହିଲେ, ତା’ ହେଲେ ତୋର ତ ଖୁସି ହେବା କଥା। କଲେଜକୁ ଯିବାର ପ୍ରଥମ ଦିନରେ ହିଁ ତୁ ଶହେ ଜଣରେ ଜଣେ ହୋଇ ସାରିଲୁଣି। ଯେଉଁଠି ତିନି ହଜାର ନଅ ଶହ ଷାଠିଏ ପିଲା ଭାଗ ନେବାକୁ ସାହସ କଲେ ନାହିଁ ସେଠି ତୁ ପ୍ରତିଯୋଗିତାରେ ଭାଗ ନେଇପାରିଲୁ। ଏମିତି ଚେଷ୍ଟା କରି ଚାଲ୍‌, ଦେଖିବୁ, ଦିନେ ତୁ ନିଶ୍ଚୟ ସଫଳ ହେବୁ। ପିଲାଟି ମନରେ ପୁଣି ଥରେ ସାହସ ଆସିଲା। ସବୁ ପ୍ରତିଯୋଗିତାରେ ଭାଗ ନେବାକୁ ମନେ ମନେ ସ୍ଥିର କଲା। କିନ୍ତୁ, ପ୍ରଥମ ବର୍ଷ ଭିତରେ ତିରିଶରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇଥିଲେ ମଧ୍ୟ ସେ କେଉଁ ଗୋଟିକରେ ବି ସଫଳ ହୋଇପାରିଲା ନାହିଁ। ହେଲେ ସେ ଜେଜେମାଆଙ୍କ କଥା ଭଲଭାବରେ ମନେ ରଖିଥାଏ। ପରବର୍ତ୍ତୀ ବର୍ଷ ସେମିତି ସବୁ ପ୍ରତିଯୋଗିତାରେ ଭାଗ ନେଲା। ତିନୋଟିରେ ସଫଳ ହେଲା। ତା’ ପରେ ତା’ର ବିଜୟଯାତ୍ରା ଆଉ କୋଉଠି ଅଟକିନି। କଲେଜର ଶେଷ ଦୁଇ ବର୍ଷରେ ସେ ଚାମ୍ପିୟନ୍‌ ହେଲା। ଆଶାବାଦୀ ଦୃଷ୍ଟିକୋଣ, ଦୃଢ ଆମତ୍ବିଶ୍ୱାସ ଏବଂ ଅବିରତ ଚେଷ୍ଟା ଦ୍ୱାରା ସଫଳତା ମିଳିବାର ଏହା ଗୋଟିଏ ଛୋଟ ଉଦାହରଣ ମାତ୍ର। ଅନେକ ସମୟରେ ଆମର ଦୃଷ୍ଟିକୋଣ ଆମ ସମସ୍ୟାମାନଙ୍କର କଠୋରତା ସ୍ଥିର କରେ। ଗୋଟିଏ ଗ୍ଲାସ୍‌ରେ ଅଧା ପାଣି ଥିଲେ ଆମେ ତାକୁ ଅଧା ଖାଲି କିମ୍ବା ଅଧା ଭର୍ତ୍ତି କହି ପାରିବା। କିନ୍ତୁ, ଅଧା ଭର୍ତ୍ତି କହିଲେ ଆଶାବାଦକୁ ସୂଚାଇବ ଏବଂ ଅଧା ଖାଲି କହିଲେ ନିରାଶାର ପରିଚାୟକ ହେବ। ଏପରି ପରିସ୍ଥିତିରେ ଆଶାବାଦକୁ ଆପଣାଇବା ଶ୍ରେୟସ୍କର। ଆଉ ଗୋଟିଏ ଉଦାହରଣ ଦେଖାଯାଉ। ଥରେ ଗୋଟିଏ ଜୋତା କମ୍ପାନୀରେ ସେଲ୍‌ସମ୍ୟାନ୍‌ ପାଇଁ ଇଣ୍ଟରଭ୍ୟୁ ହେଉଥାଏ। ଦୁଇଜଣ ସାଙ୍ଗ ଇଣ୍ଟରଭ୍ୟୁ ଦେବାକୁ ଯାଇଥାନ୍ତି। ସେମାନଙ୍କ ଭିତରୁ ଜଣେ କୃତକାର୍ଯ୍ୟ ହେଲା। ଦୁଇଜଣଙ୍କୁ ଗୋଟିଏ ହିଁ ଚଳଚ୍ଚିତ୍ର ଦେଖାଯାଇଥିଲା, ଯେଉଁଥିରେ ସୁଦୂର କେଉଁ ଏକ ଅନୁନ୍ନତ ଗାଁର ଲୋକମାନଙ୍କର ଫୁଙ୍ଗୁଳା ପାଦକୁ ଦେଖା ଯାଇଥିଲା ଏବଂ ଉଭୟଙ୍କୁ ପୃଥକ୍‌ ପୃଥକ୍‌ ଭାବରେ ସେଇ ଗାଁରେ ଜୋତାର ଚାହିଦା ଆକଳନ କରିବାକୁ କୁହାଯାଇଥିଲା। ଅକୃତକାର୍ଯ୍ୟ ହୋଇଥିବା ବନ୍ଧୁ ଜଣକ ସ୍ବାଭାବିକ ଭାବରେ କହିଥିଲେ ଯେ ସେ ଗାଁରେ ଜୋତାର କୌଣସି ଚାହିଦା ନାହିଁ। କାରଣ ଯେଉଁଠି ଲୋକ ଏତେ ଅନୁନ୍ନତ, ସେଠି ଜୋତା କିଏ ପିନ୍ଧିବ? କିନ୍ତୁ ସେହି ପ୍ରଶ୍ନର କୃତକାର୍ଯ୍ୟ ହୋଇଥିବା ବନ୍ଧୁ ଜଣକ ଭିନ୍ନଭାବରେ ଉତ୍ତର ଦେଲେ। ତାଙ୍କ ଅନୁସାରେ, ଯେଉଁଠି ଲୋକ ଏତେ ଅନୁନ୍ନତ, ସେଠି ସେମାନଙ୍କୁ ଉନ୍ନତ କରିବାର ସମ୍ଭାବନା ସେତିକି ଅଧିକ। ତେଣୁ ସେଠି ଜୋତା ବିକ୍ରିର ସମ୍ଭାବନା ମଧ୍ୟ ଅଧିକ। ଅନେକ ସମୟରେ ଦେଖାଯାଇଛି, ବାରମ୍ବାର ବିଫଳ ହେଲାପରେ ଆମତ୍ବିଶ୍ୱାସ ଦୋହଲିଯାଏ। ସେଇ ଦୁର୍ବଳ ମୁହୂର୍ତ୍ତରେ ନିରାଶାର ବାଦଲ ପୁନର୍ବାର ଚେଷ୍ଟା କରିବାର ଉସତ୍ାହକୁ ଢାଙ୍କି ପକାଏ। କିନ୍ତୁ ସେଇଠି ଆମକୁ ମନେ ରଖିବାକୁ ହେବ, ରାତ୍ରିର ଶେଷ ପର୍ଯ୍ୟାୟରେ ଅନ୍ଧାରର ଘନତ୍ୱ ସର୍ବାଧିକ ଥାଏ। ମହାବାତ୍ୟାର ବିଭୀଷିକା ପରେ ଆକାଶରେ ସୂର୍ଯ୍ୟ ନିଶ୍ଚୟ ଦେଖାଦିଏ। କିଏ ଜାଣେ, ହୁଏ ତ ଆମ ସଫଳତା ଆମଠାରୁ ଶେଷ ପ୍ରଚେଷ୍ଟାର ପ୍ରତୀକ୍ଷାରେ ଥାଇପାରେ! ଏଇଠି ଗୋଟିଏ ଅତି ଶିକ୍ଷଣୀୟ କାହାଣୀ ମନେପଡେ। ଗୋଟିଏ କାଠୁରିଆ ଜଙ୍ଗଲରୁ କାଠ ଆଣି ଘରକୁ ଫେରୁଥାଏ। ଥରେ ସେ ବାଟରେ ପଡୁଥିବା ଗୋଟିଏ ଶିବ ମନ୍ଦିରରେ ଲେଖା ହୋଇଥିବା ଦେଖିଲା- ପାଖ ନଦୀରୁ ଯିଏ ଶହେ ଆଠ କଳସ ପାଣିରେ ଶିବଙ୍କ ଅଭିଷେକ କରିବ, ସେ ରାଜାଧିରାଜ ହେବ। କାଠୁରିଆ ମୁଣ୍ଡରୁ କାଠକୁ ତଳେ ଥୋଇ ପାଖରେ ଥିବା କଳସ ନେଇ ନଦୀମୁହାଁ ହେଲା। ଏକ, ଦୁଇ, ଏମିତି କରି ଶହେ ସାତ କଳସ ପାଣି ଆଣି ଶିବଙ୍କ ଉପରେ ଢାଳିଲା। ଶେଷ କଳସ ପାଣି ଆଣି ଆସିଲା ବେଳକୁ ଭାବିଲା, କାଇଁ, ରାଜା ହେବାର କୌଣସି ଲକ୍ଷଣ ତ ଦିଶୁନି ! କେହି ମଜାରେ ଏମିତି ଲେଖି ଦେଇଥିବ। ମୋର ଅଯଥାରେ ଏତେ ସମୟ ଓ ପରିଶ୍ରମ ଯାହା ବୃଥା ଗଲା। ଏହା ଭାବି ପାଣି ସହିତ କଳସକୁ ଶିବଲିଙ୍ଗ ଉପରେ ଫୋପାଡି ଦେଲା। ହଠାତ୍‌ ଭଗବାନ ଶିବ ଆବିର୍ଭୂତ ହେଲେ ଏବଂ କହିଲେ- ରେ ମୂଢ, ଯଦି ବିଶ୍ୱାସ ନ ଥିଲା ତେବେ ଆରମ୍ଭ କରୁଥିଲୁ କାହିଁକି? ଯଦି ଆରମ୍ଭ କଲୁ, ତେବେ ଶେଷ ପର୍ଯ୍ୟାୟରେ ନ ପହଞ୍ଚତ୍ ପରିତ୍ୟାଗ କଲୁ କାହଁକି? କାଠୁରିଆ ନିଜ ଭୁଲ ବୁଝିପାରିଲା। ସେ ପରିଶ୍ରମ କଲା, କିନ୍ତୁ ଆଶାବାଦ ଏବଂ ଆମତ୍ବିଶ୍ୱାସକୁ ଶେଷ ପର୍ଯ୍ୟନ୍ତ ବଳବତ୍ତର ରଖିପାରିଲା ନାହିଁ। ଅନେକ ସମୟରେ ଆମେ ନିଜକୁ ଆମଠାରୁ ଭଲରେ ଥିବା ଲୋକମାନଙ୍କ ସହିତ ତୁଳନା କରୁ। ଯାହା ଆମ ପାଖରେ ନାହିଁ, ତାହା ଯଦି ଅନ୍ୟ କାହା ପାଖରେ ଥାଏ, ତେବେ ଆମେ ବ୍ୟତିବ୍ୟସ୍ତ ହୋଇପଡୁ। ନିଜ ଆବଶ୍ୟକତା ମୁତାବକ ସାଧନ ଆମ ପାଖରେ ନ ଥିଲେ ଆମେ ଦୁଃଖୀ ହୋଇପଡୁ, ଯାହାକି ଆମ ସଫଳତାର ପରିପନ୍ଥୀ ହୁଏ ଏବଂ ତତ୍‌ ସହିତ ସ୍ବାସ୍ଥ୍ୟହାନିର କାରଣ ବି ହୁଏ। କିନ୍ତୁ ସେତେବେଳେ ଆମେ ନିଜଠାରୁ ପ୍ରତିକୂଳ ଅବସ୍ଥାରେ ଥିବା ଅସଂଖ୍ୟ ଲୋକଙ୍କ ବିଷୟରେ ଭାବିବାକୁ ହୁଏତ ଅସମର୍ଥ ହୋଇପଡୁ। ଅନ୍ୟ କାହାର ପାଦରେ ଦାମିକା ଜୋତା ଦେଖିଲେ ଆମେ ନିଜର ପୁରୁଣା ଏବଂ କମ୍‌ ଦାମ୍‌ର ଜୋତାକୁ ଦେଖି ନିଜକୁ ନୂ୍ୟନ ଭାବୁ। କିନ୍ତୁ ଏକଥା ଆମେ ଭୁଲିଯାଉ ଯେ ଏ ଦୁନିଆରେ ଏମିତି କେତେ ଲୋକ ଅଛନ୍ତି ଯାହା ପାଖରେ ଏଇ କମ୍‌ ଦାମ୍‌ର ଜୋତା ବି ନାହିଁ। ଆହୁରି ଅନେକ ଲୋକ ବି ଅଛନ୍ତି ଯାହା ପାଖରେ ଜୋତା ପିନ୍ଧିବାକୁ ପାଦ ହିଁ ନାହିଁ। ସେମାନଙ୍କ ତୁଳନାରେ ଆମେ ଭାଗ୍ୟଶାଳୀ ନୋହୁଁ କି? ତେଣୁ ମଣିଷ ପ୍ରତ୍ୟେକ ପରିସ୍ଥିତିରେ ଆଶାବାଦୀ ହେବା ସହିତ ଯାହା ବି ଆମ ପାଖରେ ଅଛି ତାକୁ ନେଇ ଖୁସି ହେବା ପ୍ରୟୋଜନ। ମୋ-୮୮୦୦୬୩୬୫୭୬, rath2005@gmail.com
All Right Reserved By

ସମ୍ପାଦକୀୟ |

ଦୋଷ ଲଦାଲଦି

ଦୋଷ ଲଦାଲଦି

ଭାରତ ଏଭଳି ଏକ ଦେଶ ହୋଇଗଲାଣି, ଯେଉଁଠାରେ ଅଧିକାଂଶ ନିଜ ଦୋଷ ସ୍ବୀକାର କରିବାକୁ ରାଜି ହେଉନାହାନ୍ତି। ଦୋଷ ମୁଣ୍ଡ ଉପରେ ପଡ଼ିଲେ ତାହାକୁ ଅନ୍ୟ ଉପରକୁ କିଭଳି ଥୋଇଦେଇ ହେବ ସେ ଦିଗରେ ଲାଗିପଡ଼ନ୍ତି। 

ପାଇଖାନା ବିପଦ ଓ ତା’ର ପ୍ରତିକାର

ପାଇଖାନା ବିପଦ ଓ ତା’ର ପ୍ରତିକାର

ଆଜିକାଲି ଖବରକାଗଜ ଦେଖିଲେ ବହୁ ସମୟରେ ନଜରକୁ ଆସୁଛି ଶ୍ରମିକମାନେ ନୂଆ କିମ୍ବା ପୁରୁଣା ପାଇଖାନା କାମ କଲାବେଳେ ଅଜ୍ଞତାବଶତଃ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି।

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...