Dharitri News
ସମ୍ପାଦକୀୟ |

ଯୌନ ଶୋଷଣ

ଯୌନ ଶୋଷଣ ଆକାର ପଟେଲ ଅକ୍ଟୋବର ୫ ତାରିଖରେ ହଲିଉଡ୍‌ ପ୍ରଯୋଜକ ହାର୍ଭେ ଓ୍ବାଇନ୍‌ଷ୍ଟାଇନ୍‌ଙ୍କର ଏକ ଯୌନ କେଳେଙ୍କାରୀ ବିଷୟରେ ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଥିଲା। ଉକ୍ତ ରିପୋର୍ଟ ଅନୁସାରେ ‘କିଙ୍ଗ୍‌ସ ସ୍ପିଚ୍‌’ ଭଳି ଓସ୍କାର-ବିଜୟୀ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିବା ଓ୍ବାଇନ୍‌ଷ୍ଟାଇନ୍‌ ହଲିଉଡ୍‌ ଫିଲ୍ମଶିଳ୍ପରେ ସବୁଠୁ କ୍ଷମତାଶାଳୀ ବ୍ୟକ୍ତିତ୍ୱ। କିନ୍ତୁ ସେ ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ କରୁଥିବା ନେଇ ବହୁ ଅଭିନେତ୍ରୀ ଅଭିଯୋଗ କରିଛନ୍ତି। ରିପୋର୍ଟ ପ୍ରକାଶ ପାଇବା ପରେ ଆହୁରି ଅନେକ ଅଭିନେତ୍ରୀ ସେମାନଙ୍କ ପ୍ରତି ମଧ୍ୟ ଓ୍ବାଇନ୍‌ଷ୍ଟାଇନ୍‌ ଅନୁରୂପ ଦୁର୍ବ୍ୟବହାର କରିଥିବା ଦାବି କରିଥିଲେ। ଅକ୍ଟୋବର ଶେଷ ସୁଦ୍ଧା ଅଭିଯୋଗକାରୀ ଅଭିନେତ୍ରୀଙ୍କ ସଂଖ୍ୟା ୮୦ ଟପିଗଲା। ଏହାର ଦୁଇଦିନ ପରେ ଓ୍ବାଇନ୍‌ଷ୍ଟାଇନ୍‌ ତାଙ୍କ ନିଜ କମ୍ପାନୀରୁ ନିର୍ଦ୍ଦେଶକମଣ୍ଡଳୀ ଦ୍ୱାରା ବହିଷ୍କୃତ ହେଲେ। ମାସବ୍ୟାପୀ ଆହୁରି ଅଧିକ ମହିଳା, ଯେଉଁମାନଙ୍କ ମଧ୍ୟରୁ ଅନେକେ ପ୍ରତିଷ୍ଠିତ, ଖୋଲାଖୋଲି ଭାବେ ନିଜ ଯୌନ ଶୋଷଣର କାହାଣୀ ପ୍ରକାଶ କରିବାର ଦେଖାଗଲା। ଏବେ ଫିଲ୍ମ ଶିଳ୍ପର ଅନ୍ୟ କ୍ଷମତାଶାଳୀ ଲୋକମାନଙ୍କ ନାମରେ ଅନୁରୂପ ଅଭିଯୋଗ ଉଠିଛି। ସେମାନଙ୍କ ମଧ୍ୟରେ ଅଛନ୍ତି, ନିର୍ଦ୍ଦେଶକ ଜେମ୍‌ସ ଟବାକ୍‌ (ଯାହାଙ୍କ ନାମରେ ୨୩୮ ଜଣ ମହିଳା ଯୌନ ଶୋଷଣର ଅଭିଯୋଗ କରିଛନ୍ତି), ଅଭିନେତା ଡଷ୍ଟନ୍‌ ହଫ୍‌ମ୍ୟାନ୍‌, କେଭିନ୍‌ ସ୍ପେସୀ, ଷ୍ଟିଭେନ୍‌ ସୀଗଲ, ବେନ୍‌ ଆଫ୍ଲେକ୍‌, ହାସ୍ୟ ଅଭିନେତା ଲୁଇସ୍‌ ସିକେ, ରାଜନୈତିକ ବିଶ୍ଳେଷକ ମାର୍କ ହାଲ୍‌ପେରିନ୍‌ ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ୍‌। ଅନୁରୂପ ଅଭିଯୋଗ ଉଠିଛି ସିନେଟ୍‌ ପାଇଁ ପ୍ରଚାର କରୁଥିବା ଲୋକପ୍ରିୟ ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ପୂର୍ବତନ ବିଚାରପତି ରୟ ମୂରେ ଏବଂ ଡେମୋକ୍ରାଟିକ୍‌ ସିନେଟର ଅଲ୍‌ ଫ୍ରାଙ୍କେନ୍‌ଙ୍କ ବିରୋଧରେ। ରାଷ୍ଟ୍ରପତି ବୁଶ୍‌ଙ୍କ ସମେତ ଏମାନଙ୍କ ମଧ୍ୟରୁ ଅନେକେ ନିଜ ନିଜର ଆଚରଣ ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ମହିଳାମାନେ ଯୌନ ଶୋଷଣର ଶିକାର ହୋଇଥିଲେ ମଧ୍ୟ ପାଟି ଖୋଲୁ ନ ଥିଲେ ଏବଂ ରିପୋର୍ଟ ପ୍ରକାଶ ପାଇବା ପରେ ସେମାନଙ୍କ ମନରେ ଅଭିଯୋଗ ବାଢ଼ିବା ପାଇଁ ସାହସ ସଞ୍ଚାର ହୋଇଛି। ଆମେରିକାରେ ଏବେ କିଛିଟା ପରିବର୍ତ୍ତନ ଆସିଛି, ଯଦିଚ କୌଣସି ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗୁମର ପଦାରେ ପଡ଼ିବା ଏହା ନୂଆ ନୁହେଁ। ୨୦୧୪ରେ ଆମେରିକାର ପ୍ରସିଦ୍ଧ ହାସ୍ୟ ଅଭିନେତା ବିଲ୍‌ କସ୍‌ବି ମହିଳାମାନଙ୍କୁ ନିଶାସେବନ କରାଇ ଅସଦାଚରଣ କରିଥିବା ନେଇ ଅନେକ ମହିଳା ଅଭିଯୋଗ କରିଥିଲେ। ବିଭିନ୍ନ ରାଜ୍ୟର ଆଇନ ଅନୁସାରେ ନିର୍ଦ୍ଦିଷ୍ଟ ଅବଧି ଭିତରେ ଅଭିଯୋଗ କରାଯାଇ ନ ଥିବାରୁ ଅଭିଯୁକ୍ତମାନଙ୍କୁ ବିଚାରର କାଠଗଡ଼ାକୁ ଅଣାଯାଇ ପାରିନାହିଁ। ତେବେ କସ୍‌ବିଙ୍କ ବିରୋଧରେ ମାମଲା ବିଚାରାଧୀନ ରହିଛି, ଯାହା ଆସନ୍ତା ବର୍ଷ ସୁଦ୍ଧା ମୀମାଂସା ହେବାର ସମ୍ଭାବନା ଅଛି। ବର୍ତ୍ତମାନ ପ୍ରାୟ ପ୍ରତିଦିନ କୌଣସି ନା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ କେଳେଙ୍କାରୀ ପଦାରେ ପଡ଼ୁଛି। ଏମିତି ଯୌନ ଶୋଷଣ ପ୍ରାୟ ସବୁଠି ଚାଲିଛି। ଭାରତରେ ଛାତ୍ରୀମାନଙ୍କୁ ଯୌନ ଶୋଷଣ କରିଥିବା ଅନେକ ପ୍ରଫେସର ଓ ଶିକ୍ଷକଙ୍କ ଏକ ତାଲିକା ପ୍ରକାଶ ପାଇଛି। ଅଭିଯୋଗକାରୀମାନଙ୍କ ନାମ ପ୍ରକାଶ ପାଇ ନ ଥିଲେ ମଧ୍ୟ ଯିଏ ଏ ତାଲିକା ପ୍ରକାଶ କରିଛନ୍ତି, ସେ ସମ୍ଭବତଃ ସେମାନଙ୍କ ନାମ ଜାଣିଛନ୍ତି। ସେ ହେଉଛନ୍ତି ଆମେରିକାର ଜଣେ ଛାତ୍ର ରାୟ ସରକାର। ତାଲିକାରେ ଥିବା ଜଣେ ଅଭିଯୁକ୍ତ ମାଡ୍ରାସ୍‌ ସଙ୍ଗୀତ ଏକାଡେମୀର ନିର୍ଦ୍ଦେଶକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସରକାରୀ ତଥ୍ୟ ଅନୁସାରେ ଭାରତରେ ଯୌନ ହିଂସାର ଶିକାର ହେଉଥିବା ୯୯% ମହିଳା ପୋଲିସରେ ଅଭିଯୋଗ କରନ୍ତି ନାହିଁ। ଏପରି କି ଆମେରିକାରେ ମଧ୍ୟ ମାତ୍ର ଏକତୃତୀୟାଂଶ ମହିଳା ଅଭିଯୋଗ କରନ୍ତି କାରଣ ନିଜ ପ୍ରତି କ’ଣ କ’ଣ ସବୁ ହୋଇଛି ତାହା ବର୍ଣ୍ଣନା କରିବା ସହଜ ହୋଇ ନ ଥାଏ। ଭାରତରେ ଘଟଣା ପ୍ରକାଶ ନ କରିବାର ଆହୁରି ଅନେକ କାରଣ ଅଛି। ଏଠାରେ କୌଣସି ମହିଳା ଯୌନ ହିଂସାର ଶିକାର ହୋଇଥିଲେ ସେଥିପାଇଁ ତାଙ୍କୁ ହିଁ ଦୋଷ ଦିଆଯାଏ। ପୁଣି ଆମ ସମାଜରେ ଜଣେ କ୍ଷମତାଶାଳୀ ଲୋକ ଯାହା ଭୁଲ୍‌ କଲେ ମଧ୍ୟ ତାଙ୍କୁ କେବେହେଲେ ଦଣ୍ଡ ମିଳେ ନାହିଁ। ବଲିଉଡ୍‌ରେ ଅଳ୍ପ କେତେଜଣ ପୁରୁଷଙ୍କ ପାଖରେ ସବୁ କ୍ଷମତା ରହିଛି, ସେ ଅଭିନେତା ହୋଇପାରନ୍ତି, ପ୍ରଯୋଜକ ବା ନିର୍ଦ୍ଦେଶକ ହୋଇପାରନ୍ତି। ଯଦି କୌଣସି ମହିଳା ତାଙ୍କ ବିରୋଧରେ କିଛି ଅଭିଯୋଗ କରେ, ତେବେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭବିଷ୍ୟତରେ କାମ କରିବା କଥା ଭୁଲିଯିବାକୁ ହୁଏ। ତାଙ୍କୁ ନାନା ପ୍ରକାର ହଇରାଣ କରାଯାଏ କିନ୍ତୁ ସମ୍ପୃକ୍ତ ପୁରୁଷଙ୍କର କିଛି ହୁଏ ନାହିଁ। ରାଜନୀତି କ୍ଷେତ୍ରରେ ପରିସ୍ଥିତି ଆହୁରି ଖରାପ। କ୍ଷମତାଶାଳୀ ରାଜନେତାଙ୍କ ବିରୋଧରେ ଅଭିଯୋଗ ଆଣି କେହି ବି ନ୍ୟାୟ ପାଇପାରନ୍ତି ନାହିଁ। ଯଦି କୌଣସି ମହିଳା କାହା ପ୍ରେମରେ ପଡ଼ନ୍ତି, ତେବେ ତାଙ୍କ ଦୁର୍ବାସନାର ଶିକାର ହୋଇଯାନ୍ତି। ଗୋପନୀୟ ଭାବେ ରେକର୍ଡ କରାଯାଇଥିବା ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଟେପ୍‌ ପ୍ରକାଶ ପାଇଯାଏ ବା ଏହାକୁ ନେଇ ତାଙ୍କୁ ବ୍ଲାକ୍‌ମେଲ କରାଯାଏ। କିନ୍ତୁ ସାହସ ସଞ୍ଚୟ କରି ସେହି ମହିଳାମାନେ ଯଦି ଅଭିଯୋଗ ବାଢ଼ିବାକୁ ଆଗେଇ ଆସନ୍ତେ, ଯେମିତି ଏବେ ଆମେରିକାରେ ଘଟିଛି, ତେବେ ଏ ଧରଣର ଅପରାଧ ହ୍ରାସ ପାଆନ୍ତା। ତେବେ ଏ ଧରଣର ଅପରାଧ ହ୍ରାସ କରିବାର ସବୁଠାରୁ ଭଲ ଉପାୟ ହେଉଛି ଆମ ଆଇନ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା। ଏ ଧରଣର ଅଭିଯୋଗ ଆସିବା ମାତ୍ରେ ତୁରନ୍ତ ତାହାର ବିଚାର ଶେଷ କରି ଦୋଷୀମାନଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ପୀଡ଼ିତାମାନଙ୍କ ପ୍ରତି ଆମ ସାମାଜିକ ମନୋଭାବରେ ମଧ୍ୟ ପରିବର୍ତ୍ତନ ଆସିବା ଦରକାର। Email: aakar.patel@gmail.com

ସମ୍ପାଦକୀୟ |

ଆତ୍ମହତ୍ୟା

ଆତ୍ମହତ୍ୟା

ସମ୍ପାଦକୀୟ-ତଥାଗତ ସତପଥୀ/ ୨୨ ଜାନୁୟାରୀ ୨୦୧୮ ଓଡ଼ିଶା ପୋଲିସ ପାଇଁ ଏକ କଳଙ୍କିତ ଦିବସ ଭାବେ ମନେରହିବ। ଗଣବଳାତ୍କାରର ଶିକାର ହୋଇଥିବା କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ରାଜ୍ୟର ଚିନ୍ତାଶୀଳ ସମାଜକୁ ବ୍ୟସ୍ତ କରିବା କଥା। ଆଜିର ପୃଥିବୀରେ ”#ମିଟୂ“ ଏକ ସାମାଜିକ ବିପ୍ଳବରେ ପରିଣତ ହେଲାଣି। ଏହି କ୍ରାନ୍ତିକାରୀ ଚିନ୍ତା ମାଧ୍ୟମରେ ମହିଳାମାନଙ୍କୁ ନିର୍ଯାତନା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସମାଜରେ ଉତ୍ସାହିତ କରାଯାଉଛି। ଦେହକୁ ନ ଛୁଇଁ ଯଦି ଭାଷାରେ ପୁରୁଷଙ୍କ ତରଫରୁ ଇଙ୍ଗିତ କରାଯାଉଛି, ତାହାକୁ ମଧ୍ୟ ପଦାରେ ପକାଇବା ପାଇଁ ମହିଳାମାନଙ୍କୁ ଶକ୍ତି ଦିଆଯାଉଛି। ଏଭଳି ଏକ ଚିନ୍ତାଧାରାରେ ସମଗ୍ର ପୃଥିବୀ ପ୍ରଭାବିତ ହେବା ସମୟରେ, ଓଡ଼ିଶାର କୋରାପୁଟ ଜିଲା କୁନ୍ଦୁଲି ନିକଟସ୍ଥ ମୂୂଷାଗୁଡ଼ା ଗ୍ରାମର ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିବା ସମଗ୍ର ଓଡ଼ିଆ ଜାତିକୁ ଲଜ୍ଜିତ କରିବା କଥା। ଏହି ଛାତ୍ରୀଙ୍କ କହିବା ଅନୁଯାୟୀ ତାଙ୍କୁ ଗଣବଳାତ୍କାର କରିଥିବା ୪ଜଣ ବ୍ୟକ୍ତି ପୋଲିସ ପୋଷାକଧାରୀ ଥିଲେ। ଏହି ଗଣବଳାତ୍କାରୀଙ୍କୁ ଲୁଚାଇବା ପାଇଁ ସମଗ୍ର ବ୍ୟବସ୍ଥା ମିଶିଯିବା ଅତ୍ୟନ୍ତ କ୍ଷୋଭର ବିଷୟ। ଆଜିର ଆତ୍ମହତ୍ୟା ପ୍ରମାଣ କରୁଛି ଯେ ଉଭୟ ଓଡ଼ିଶା ପୋଲିସର ଦାବି ଏବଂ ଡାକ୍ତରୀ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା। ଛାତ୍ରୀ ଜଣକ ବଞ୍ଚିଥିବା ବେଳେ ବାରମ୍ବାର ଦୋହରାଇଥିଲେ ଯେ ଗଣବଳାତ୍କାରୀମାନେ ପୋଲିସ କର୍ମଚାରୀ। କେତେକ ଗଣମାଧ୍ୟମରେ କୁହାଯାଉଥିଲା ଏମାନେ କେନ୍ଦ୍ରୀୟ ସୁରକ୍ଷା କର୍ମଚାରୀ ହୋଇଥାଇପାରନ୍ତି।...

ଆଗକୁ ଆଠମାସିଆ ଗ୍ରୀଷ୍ମ

ଆଗକୁ ଆଠମାସିଆ ଗ୍ରୀଷ୍ମ

ସହଦେବ ସାହୁ/ ଯଦି ଆଜି ଭଳି ଜାଗତିକ ଉଷ୍ଣତା (ଗ୍ଲୋବାଲ୍‌ ୱାର୍ମିଂ) ଜାରି ରହେ, ତେବେ ଆଜି ଜନ୍ମ ହେଉଥିବା ପିଲାକୁ ୫୦ ବର୍ଷ ହେଲା ବେଳକୁ ଅର୍ଥାତ୍‌ ୨୦୭୦ରେ ସେ ଆଠମାସିଆ ଖରା ଋତୁ ଦେଖିବ, ତା’ ଜୀବନ ଡହଳବିକଳ ହେବ। ପରିବେଶବିତ୍‌ମାନେ ଏଭଳି ଚେତାବନୀ ତେବେ କାହିଁକି ଦେଉଛନ୍ତି? ଧ୍ୱଂସାଭିମୁଖୀ ପୃଥିବୀକୁ ଉଦ୍ଧାର କରିବା ଦିଗରେ ବିଭିନ୍ନ ରାଷ୍ଟ୍ରର ନେତାମାନେ କିଭଳି ସେମାନଙ୍କ ରାଜନୈତିକ ଦାୟିତ୍ୱ ତୁଲାଉନାହାନ୍ତି ତା’ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଏହାର ଉଦ୍ଦେଶ୍ୟ। ଏ ବିଷୟରେ ସାଧାରଣ ନାଗରିକର ସାଧାରଣ ଜ୍ଞାନ ନ ବଢିଲେ ସେ ଭୋଟଦାତା ଭାବେ ନେତାମାନଙ୍କ ବେକରେ ଗାମୁଛା ପକାଇବାର ସାହସ ପାଇବ ନାହିଁ। ସୂର୍ଯ୍ୟର ପ୍ରଖର ବିକିରଣକୁ ନରମ କରିବାର ପରିବେଶ ପୃଥିବୀର ଅଛି, କିନ୍ତୁ ମଣିଷର ଅମଣିଷିଆ କାମ ପରିବେଶକୁ ବିଗାଡ଼ୁଛି। ସୂର୍ଯ୍ୟର ବିକିରଣ କେବଳ ଦୃଶ୍ୟ ଆଲୋକ ଜରିଆରେ ଘଟୁନାହିଁ, ଅଦୃଶ୍ୟ ଅଲ୍‌ଟ୍ରାଭାଓଲେଟ୍‌ ଓ ଇନ୍‌ଫ୍ରାରେଡ୍‌ ମଧ୍ୟ ବିକିରଣ ଜରିଆରେ ସମ୍ଭବ ହେଉଛି। ଏ ସବୁର ମାତ୍ର ୩୦ ଶତାଂଶ ବାଦଲ, ତୁଷାରାବୃତ୍ତ ତଥା ଅନ୍ୟ ପ୍ରତିଫଳନକାରୀ ପୃଷ୍ଠ ଦ୍ୱାରା ମହାକାଶକୁ ଫେରେ। ବାକି ୭୦ ଶତାଂଶ ସମୁଦ୍ର, ଭୂଇଁ ଓ ବାୟୁମଣ୍ଡଳ ଶୋଷି ନେଇ ଉଷ୍ଣ ହୋଇଯାଏ। ତାତିଥିବା ସମୁଦ୍ର, ଭୂଇଁ ଓ ବାୟୁମଣ୍ଡଳରୁ ତାପ ବି ବାୟୁମଣ୍ଡଳ ଦେଇ ମହାକାଶକୁ ଚାଲିଯାଏ, ଏ ପ୍ରକାର ପ୍ରତିଫଳିତ ବିକିରଣକୁ ଇନ୍‌ଫ୍ରାରେଡ୍‌ ଥର୍ମାଲ୍‌ (ଅବଲୋହିତ ଉଷ୍ଣ) କୁହାଯାଏ। ଆସିବାରୁ ଫେରିବା କଟିଗଲା ପରେ ବାକି ବିକିରଣ ପୃଥିବୀପୃଷ୍ଠର ହାରାହାରି ତାପକୁ ୧୫ ଡିଗ୍ରୀ ସେଲ୍‌ସିୟସ୍‌ (୫୯୦ ଫାରେନ୍‌ହାଇଟ୍‌)ରେ ରଖେ ବୋଲି ଆମେରିକାର ‘ନାସା’ ହିସାବ କରିଛି। ଏଥିରୁ ମନେହେବ ଜାଗତିକ ଉଷ୍ଣତା ଏକ ସ୍ବାଭାବିକ ପ୍ରକ୍ରିୟା। କାଚ ଘର ଭିତରେ ଚାଷ (ଗ୍ରୀନ୍‌ ହାଉସ୍‌) କଲେ ସେ ଘରେ ପଶୁଥିବା ଓ ତହିଁରୁ ବାହାରିଯାଉଥିବା ବିକିରଣ ଭିତରେ ବଦଳାବଦଳି ଏହିପରି ଘଟିଥାଏ ବୋଲି ଏ କାରବାରକୁ ଗ୍ରୀନ୍‌ ହାଉସ୍‌ ବା ଗ୍ଲାସ୍‌ ହାଉସ୍‌ ଇଫେକ୍ଟ (ପ୍ରଭାବ) କୁହାଯାଏ ଏବଂ ଯେଉଁ ବାଷ୍ପଗୁଡିକ ବିକିରଣକୁ ଶୋଷିରଖନ୍ତି ସେଗୁଡିକୁ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ କୁହାଯାଏ। ...

ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ

ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ

ଡ. ଜନ୍ମେଜୟ ଚୌଧୁରୀ/ ଯେଉଁ ଦେଶବତ୍ସଳ ବୀରମାନଙ୍କ ଶୁଭ ଆବିର୍ଭାବ ଦେଶର ଭାଗ୍ୟରେ ନୂତନ ଜାଗରଣର ଏକ ନବ ଯୁଗ ଆଣିଥିଲା, ସେମାନଙ୍କ ମଧ୍ୟରେ ବୀର ସୁରେନ୍ଦ୍ର ସାଏ ଅନ୍ୟତମ। ସମ୍ବଲପୁରଠାରୁ ୨୧ ମାଇଲ ଦୂର ଖିଣ୍ଡା ଗ୍ରାମରେ ୧୮୦୯ ଜାନୁୟାରୀ ୨୩ ତାରିଖରେ ଚୌହାନ ବଂଶରେ (ରାଜବଂଶୀ କ୍ଷତ୍ରିୟ) ବିପ୍ଳବୀ ସୁରେନ୍ଦ୍ର ସାଏଙ୍କର ଜନ୍ମ ହୋଇଥିଲା। ୧୮୨୭ ମସିହାରେ ସମ୍ବଲପୁର ରାଜା ଅପୁତ୍ରକ ଥାଇ ଦେହତ୍ୟାଗ କରିଥିଲେ। ସୁରେନ୍ଦ୍ର ସାଏ ସେହି ରାଜବଂଶର ଉପଯୁକ୍ତ ଦାୟାଦ ଭାବରେ ରାଜଗାଦି ଦାବି କଲେ। କିନ୍ତୁ ଇଂରେଜ ସରକାର ତାଙ୍କ ଦାବିକୁ ଉପେକ୍ଷା କରି ତାରପାଲିର ଜମିଦାର ନାରାୟଣ ସିଂହଙ୍କୁ ସେହି ସିଂହାସନ ପ୍ରଦାନ କଲେ। ଏହାଦ୍ୱାରା ସମଗ୍ର ସମ୍ବଲପୁର ଅଞ୍ଚଳରେ ବିଶୃଙ୍ଖଳା ବ୍ୟାପିଗଲା। ସମ୍ବଲପୁରର ଗଣ୍ଡ ଓ ବିଞ୍ଚାଲ୍‌ ଜମିଦାର ଗୋଷ୍ଠୀ ସୁରେନ୍ଦ୍ର ସାଏଙ୍କୁ ସିଂହାସନର ଉପଯୁକ୍ତ ଉତ୍ତରାଧିକାରୀ ଭାବେ ସମର୍ଥନ କରି ଆନ୍ଦୋଳନ କଲେ। ପରିଶେଷରେ ୧୮୪୦ ମସିହାରେ ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଇଂରେଜ ସରକାର ୧୮ବର୍ଷ ଜେଲ୍‌ଦଣ୍ଡ ଦେଲେ।...

ମାରିନେବେ ମହାପାତ୍ରେ

ମାରିନେବେ ମହାପାତ୍ରେ

ପ୍ରକାଶ କୁମାର ସିଂହ/ ‘ମାରିନେଲେ ମହାପାତ୍ରେ, ଚାହିଁଥାରେ ଜଳକା’ ବୋଲି ଲୋକୋକ୍ତି ଅଛି ନା ସାଧୁଜନେ? ଏଇ କଥାଟି ଆମ ଚଳଣିରେ, ଆମ ଜୀବନରେ ବେଳେବେଳେ ହାଡ଼େହାଡ଼େ ସତ ହୋଇଯାଏ। ବିଶ୍ୱାସ ହେଉନି ଆପଣଙ୍କର? ହେଲେ ଟିକିଏ ଭାବିଲେ ଆମ ରସଗୋଲାର ଜିଆଇ ମାନ୍ୟତା କଥା। କେଡ଼େବଡ଼ କଥାଟେ ନ ହେଲା ସତେ! ଆମକୁ ଭକୁଆ ବନେଇ ପଡୋଶୀ ରାଜ୍ୟ କଲିକତା ରସଗୋଲା ନାମରେ ଜିଆଇ ମାନ୍ୟତା ହାସଲ କରିନେଲା। କିହୋ- ସିଏ ନେଲା କ’ଣ, ଆମର ‘ହାତ ଅଳସେ ନିଶ ବଙ୍କା’ ନୀତି ଯୋଗୁ ମାରିନେଲା ଚାନ୍ସ। ବଙ୍ଗାଳୀ ବାଡିରେ ଓଡିଆ ପୂଜାରୀ କେଡେ ସୁଆଦିଆ ଖାଦ୍ୟଦ୍ରବ୍ୟ ପରଷନି ସତେ। ଓଡିଆ ରାନ୍ଧୁଣିଆର ରୋଷେଇ ଖାଇଲେ ନା ଖାଦ୍ୟ ସାଙ୍ଗରେ ଆଙ୍ଗୁଠିକୁ ଚାଟି ଚାଟି ସରେଇଦେବ। ଏଇ ଇଲାକାର ପୂଜାରୀ ସେମିତି ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଚଳିତ ରସଗୋଲା ହେଉ, ହେଉ ସାଲେପୁରର ଅବା ପାହାଳର, ସ୍ବାଦ ଚଖେଇଥିବ ନିଶ୍ଚୟ। ପଡୋଶୀ ରାଜ୍ୟର ଲୋକେ ଆମ ଓଡ଼ିଆ ରସଗୋଲାର ସ୍ବାଦ ପାଇଲା ପରେ ସେଦିନୁ ଲାଳ ଗଡୁଥିଲା ବୋଧେ- ଆଉ ଶେଷରେ ବାଜି ମାରିନେଲେ। ଆମେ ଜଳକା ହୋଇ ଚାହିଁ ରହିଛୁ। ...

ଏଇ ଭାରତରେ

ପର୍ଯ୍ୟଟକମାନଙ୍କର ଉପସ୍ଥିତ ବୁଦ୍ଧି ଓ ସାହସିକତା ଦୁଇ ବନ କର୍ମଚାରୀଙ୍କ ଜୀବନ ବଞ୍ଚାଇଦେଲା। ନଚେତ୍‌ ସେମାନେ ବାଘ ପାଟିରେ ଜୀବନ ହାରିଥାଆନ୍ତେ। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାସ୍ଥିତ ତାଡୋବା ଅନ୍ଧେରୀ ବ୍ୟାଘ୍ର ଅଭୟାରଣ୍ୟରେ। ରବିବାର ଛୁଟି କଟାଇବା ସକାଶେ ଏହି ଅଭୟାରଣ୍ୟକୁ ଆସିଥାଆନ୍ତି କେତେକ ପର୍ଯ୍ୟଟକ। ଅଭୟାରଣ୍ୟର ନିୟମ ମୁତାବକ ବିଧିବଦ୍ଧ ଭାବେ ଅନୁମତି ନେଇ ପର୍ଯ୍ୟଟକମାନେ ନିଜସ୍ବ ଗାଡିରେ କୋର ଏରିଆ ମଧ୍ୟକୁ ପ୍ରବେଶ କରିଥାଆନ୍ତି। ଜଙ୍ଗଲ ଭିତର କଚ୍ଚା ରାସ୍ତାରେ ବୁଲୁବୁଲୁ ସେମାନେ ଏଭଳି ଏକ ସ୍ଥାନରେ ପହଞ୍ଚିଲେ ଯେଉଁଠି ରାସ୍ତା ଉପରେ ବସିରହିଥିଲା ଏକ ମହାବଳ ବାଘ। ହଠାତ୍‌ ରାସ୍ତା ଉପରେ ବାଘକୁ ଦେଖି ପର୍ଯ୍ୟଟକଙ୍କ ହୃଦ୍‌କମ୍ପ ବଢିଯାଇଥିଲା। ....

ମାଙ୍କଡ଼ ନୁହେଁ, ଗାଈ

ମାଙ୍କଡ଼ ନୁହେଁ, ଗାଈ

ତଥାଗତ ସତପଥୀ/ ପ୍ରଖ୍ୟାତ ବୈଜ୍ଞାନିକ ଚାର୍ଲସ ଡାରଓ୍ବିନ୍‌ ‘ଦି ଡିସେଣ୍ଟ ଅଫ୍‌ ମ୍ୟାନ୍‌’ ପୁସ୍ତକରେ ଦେଇଥିବା ତତ୍ତ୍ୱ ବୈଜ୍ଞାନିକ ଦୃଷ୍ଟିକୋଣରୁ ଭୁଲ ଥିଲା ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ। ସ୍କୁଲ ଓ କଲେଜରେ ଏ ସଂକ୍ରାନ୍ତ ଥିବା ପାଠ୍ୟକ୍ରମରେ ପରିବର୍ତ୍ତନ ହେବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ନିକଟରେ ସର୍ବ ଭାରତୀୟ ବୈଦିକ ସମ୍ମେଳନ ପୃଷ୍ଠଭୂମିରେ ସେ ଦେଇଥିବା ଏପରି ମତକୁ ନେଇ ସମାଜର ବିଭିନ୍ନ ବର୍ଗ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

ମିଶନ୍‌ ନିର୍ବାଚନ

ମିଶନ୍‌ ନିର୍ବାଚନ

ସବ୍ୟସାଚୀ ଅମିତାଭ/ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଛି। ପୁରୀରେ ଆୟୋଜିତ ଭବ୍ୟ ସମାରୋହରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ସୁପ୍ରିମୋ। ଯେତେବେଳେ କର୍ମୀ ଓ ଦଳୀୟ ନେତାଙ୍କୁ ଉଦ୍‌ବୋଧନ ଦେବାକୁ ନବୀନ ପୋଡିୟମ୍‌ ଉପରକୁ ଗଲେ, ସମସ୍ତେ ଆଶା କରୁଥିଲେ ମହାନଦୀ, ପୋଲାଭରମ୍‌ ଅବା ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ନବୀନ କେନ୍ଦ୍ରକୁ ଟାର୍ଗେଟ୍‌ କରିବେ।

ମାଟି ମାଆର ଭାଷା

ମାଟି ମାଆର ଭାଷା

ଦ୍ୱିତୀ ଚନ୍ଦ୍ର ସାହୁ/ସମୟ ସହ ବିକାଶର ଧାରାରେ ବହୁ ପଛରେ ପଡିଥିବା ଆନ୍ଧ୍ର-ଓଡିଶା ସୀମାନ୍ତର ଏକ ନର୍ଦ୍ଦିଷ୍ଟ ସଂପ୍ରଦାୟର ଆଦିବାସୀ ଇଲାକାର ବିକାଶ ଲାଗି ଜଣେ ସରକାରୀ ଅଧିକାରୀ ଚିନ୍ତା କଲେ। ବାରମ୍ବାର ସେଇ ଇଲାକାକୁ ଗସ୍ତ କଲେ। ନୂଆ ନୂଆ ଯୋଜନା କଲେ। ଶିକ୍ଷାର ବିକାଶ ସହ ସଚେତନ କରା ନ ଗଲେ ସମସ୍ତ ପଦକ୍ଷେପର ମୂଲ୍ୟ କୁହୁଡିପହଁରା ଭଳି ହେବ, ଏ କଥାକୁ ଅଧିକାରୀ ଜଣକ ହୃଦ୍‌ବୋଧ କରିଥିଲେ।

ଏଇ ଭାରତରେ

ଏଇ ଭାରତରେ

ଆଜି ମଧ୍ୟ ସେହି ପୁରୁଣାକାଳିଆ ପ୍ରଥାକୁ ଧରିବସିଛନ୍ତି ତାମିଲନାଡୁ ରାଜ୍ୟ ମୁସିରୀ ଅଞ୍ଚଳର ବାସିନ୍ଦା। ‘ବର ଚାଳିଶା, କନିଆ ଦଶା’- ପୂର୍ବରୁ ଏମିତି ପ୍ରଥା ପ୍ରଚଳିତ ଥିଲା। ମା’ବାପା ଝିଅକୁ ୧୦ବର୍ଷ ବୟସ ପୂର୍ବରୁ ଜଣେ ବୟସ୍କ (ପ୍ରାୟ ୪୦ ବର୍ଷର ପୁରୁଷ) ବ୍ୟକ୍ତି ସହ ବାହା କରାଇଦେଉଥିଲେ। ଅବଶ୍ୟ ବାହାଘର ସରିବା ସଙ୍ଗେ ସଙ୍ଗେ କନ୍ୟାକୁ ଶାଶୁଘରକୁ ପଠାଇ ଦିଆଯାଉ ନ ଥିଲା।

ସଂସ୍କାର ଆଣିବାର ଚେଷ୍ଟା

ସଂସ୍କାର ଆଣିବାର ଚେଷ୍ଟା

ଆକାର ପଟେଲ/ ‘ଆପଣ ଜଣେ କ୍ରାନ୍ତିକାରୀ ନେତା ଏବଂ ଆପଣ ଭାରତରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି। ଆପଣ ଭବିଷ୍ୟତ ପାଇଁ ଦେଶକୁ ଗଢ଼ୁଛନ୍ତି।’- ଏ କଥା ଚଳିତ ସପ୍ତାହରେ କହିଛନ୍ତି ଇସ୍ରାଏଲର ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ତେବେ ନେତାନ୍ୟାହୁଙ୍କ କଥାର ଅର୍ଥ କ’ଣ? ମୋ ଅଭିଧାନ ଅନୁସାରେ ଯିଏ ଦେଶର ପ୍ରଚଳିତ ବ୍ୟବସ୍ଥାରେ ବ୍ୟାପକ ଗଠନମୂଳକ ପରିବର୍ତ୍ତନ ଆଣନ୍ତି, ସେ ହିଁ କ୍ରାନ୍ତିକାରୀ। କିନ୍ତୁ ମୋଦି ଏପରି କିଛି ପରିବର୍ତ୍ତନ ଆଣିବାର ଦେଖାଯାଉ ନାହିଁ। ତେଣୁ ନେତାନ୍ୟାହୁଙ୍କ କଥାର ତାତ୍ପର୍ଯ୍ୟ କ’ଣ? ପ୍ରକୃତରେ ସେ ଏଠାକୁ ଆସିଥିଲେ ଏପରି ଜଣେ ଗ୍ରାହକଙ୍କୁ ଅସ୍ତ୍ରଶସ୍ତ୍ର ବିକିବା ପାଇଁ, ଯେ କି ଆତ୍ମପ୍ରଶଂସାପ୍ରିୟ। ...

ମାତୃତ୍ୱର ମହକ

ମାତୃତ୍ୱର ମହକ

ଚିତ୍ର ଚରିତ୍ର-ନିରଞ୍ଜନ ପାଢ଼ୀ/ ଜଣେ ସନ୍ଥ ଥରେ କହିଥିଲେ- ଈଶ୍ୱରଙ୍କ ସନ୍ଧାନରେ ମୋ ଜୀବନକାଳର ସମଗ୍ର ସାଧନା ବିନିଯୋଗ କରି ତଥାପି ଅପ୍ରାପ୍ତିର ହତାଶା ମଧ୍ୟରେ ବଞ୍ଚୁଥିବାବେଳେ ଅଚାନକ ଆଖି ପଡିଲା େ ମାତେ ଜନ୍ମ ଦେଇଥିବା ମା’ ଉପରେ। ଗଭୀର ଅନ୍ତର୍ଦୃଷ୍ଟି ନେଇ ତାକୁ ଭଲକରି ନିରେଖିଲା ପରେ ଆଉ ଈଶ୍ୱରଙ୍କୁ ଖୋଜିବାର ଆବଶ୍ୟକତା ମୁଁ କେବେ ଉପଲବ୍ଧି କରିନାହିଁ। ପ୍ରକୃତରେ ବାଘ ଦେଖି ନ ଥିବା ଲୋକକୁ ବିଲେଇଟିଏ ଦେଖାଇ ବାଘ କିପରି ବୁଝାଇଲା ଭଳି ଈଶ୍ୱରଙ୍କୁ ଅନୁଭବିପାରୁ ନ ଥିବା ଲୋକକୁ ମା’ର ମାତୃତ୍ୱ ଦେଖାଇ ଈଶ୍ୱରଙ୍କୁ ଚିହ୍ନାଇଦେବା ଅତି ସହଜ। ଯିଏ କୌଣସି ପ୍ରାପ୍ତିର ଆଶା ନ ରଖି କେବଳ ଦେବାରେ ଆନନ୍ଦ ଅନୁଭବ କରନ୍ତି ଓ ସକଳ ଅବଜ୍ଞା, ଅପମାନକୁ ମନରେ ନ ଘେନି ଯିଏ ସନ୍ତାନର ମଙ୍ଗଳ କାମନା କରନ୍ତି, ସେ ହେଉଛନ୍ତି ମା’ ଅବା ଈଶ୍ୱର। ଅଦୃଶ୍ୟ ଈଶ୍ୱରଙ୍କ ପରି ଦୟା ଓ କରୁଣାର ମୂର୍ତ୍ତିମନ୍ତ ଦୃଶ୍ୟମାନ ବିଗ୍ରହ ହେଉଛି ମା’। ମା’ ଓ ଈଶ୍ୱର ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ରାବଣକୁ ବଧ କରି ଲଙ୍କାପୁରରୁ ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ରାଜସିଂହାସନରେ ଅଭିଷିକ୍ତ ହେଲା ପରେ ରାଜମାତା କୌଶଲ୍ୟାଙ୍କ ଏକ ବିଚିତ୍ର ପ୍ରଶ୍ନର ସାମ୍ନା କରି ବିଚଳିତ ହୋଇପଡିଥିଲେ ରାଜା ରାମଚନ୍ଦ୍ର। ଅଚାନକ ଦିନେ ନିଭୃତରେ ମାତା କୌଶଲ୍ୟା ତାଙ୍କୁ ପଚାରି ବସିଲେ, ତୁ ପ୍ରକୃତରେ କିଏ? ତୋର ଅସଲ ପରିଚୟ କ’ଣ? ନିଜ ମା’ଠାରୁ ଏମିତି ପ୍ରଶ୍ନଟିଏ ଯେ କୌଣସି ପୁଅକୁ କେଇ ମୁହୂର୍ତ୍ତ ପାଇଁ ନିର୍ବାକ୍‌ କରିଦେବା ଲାଗି ଯଥେଷ୍ଟ। ମତିଭ୍ରମରେ ତ ଆଉ ଆକ୍ରାନ୍ତ ହୋଇନାହାନ୍ତି ମୋର ଜନ୍ମଦାତ୍ରୀ ଜନନୀ! ତଟସ୍ଥ ରାମଚନ୍ଦ୍ରଙ୍କୁ ନିରୁତ୍ତର ରହିବାର ଦେଖି ପୁଣି ତାଙ୍କ ଜିଜ୍ଞାସା ଦୋହରାଇଲେ। ନୀରବତା ଭାଙ୍ଗି ସରଳ ଉତ୍ତରଟିଏ ଦେଲେ ରାଜା ରାମ। କହିଲେ, ମୁଁ ତୁମର ପୁଅ। ତୁମ ପାଇଁ ମୋର ଆଉ କିଛି ପରିଚୟ ନାହିଁ। କୌଶଲ୍ୟା ସନ୍ତୁଷ୍ଟ ହେଲେନାହିଁ ଏମିତି ଏକ ସରଳ ଉତ୍ତରରେ। ତାଙ୍କୁ ଉଦ୍‌ବେଳିତ କରୁଥିଲା ବଡ଼ ଏକ ଜଟିଳ ଜିଜ୍ଞାସା। ସେ କହିଲେ, ମୋ ବ୍ୟତୀତ ଅବଶିଷ୍ଟ ଦୁନିଆ ତୋତେ ବିଷ୍ଣୁଙ୍କ ଅବତାର ବୋଲି କହୁଛି। ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ଚିହ୍ନୁଛି। ତୁ ଯଦି ପ୍ରକୃତରେ ଜଗତ୍‌କର୍ତ୍ତା ବିଷ୍ଣୁଙ୍କ ଅବତାର, ତେବେ ଏକ ଦିବ୍ୟପୁଲକରେ ଧନ୍ୟ ହେବ ମୋର ମାତୃତ୍ୱ। ଯଦି ପ୍ରକୃତରେ ତୁ ତାହା ନୁହଁ, କେବଳ ଜଣେ ସାଧାରଣ ମଣିଷ, ତଥାପି ସାରା ଜଗତ ତୋତେ ଅସାଧାରଣ ବୋଲି ମାନ୍ୟ କରୁଥିବାରୁ ଏକ ଅନିର୍ବଚନୀୟ ମୁଗ୍ଧ ଅନୁଭବରେ ଜଡ଼ସଡ଼ ହୋଇଉଠିବ ମୋର ମା’ପଣ। ରାଜା ରାମଚନ୍ଦ୍ରଙ୍କ ପାଇଁ ତାହା ଥିଲା ଏକ ବିଷମ ମୁହୂର୍ତ୍ତ। କେମିତି କେଉଁ ଭାଷାରେ ସେ ଦେବେ ମା’ଙ୍କ ଜଟିଳ ଜିଜ୍ଞାସାର ସରଳ ସମୁଚିତ ଉତ୍ତର। ତାଙ୍କ ନୀରବତା ମା’ଙ୍କୁ ଅଧିକ ବ୍ୟଗ୍ର, ବିଚଳିତ କରୁଛି ଜାଣି ସେ ମୃଦୁ ହସି କେବଳ ଏତିକି କହିଲେ, ”ମା’! ମୁଁ ଭଗବାନ କି ନୁହେଁ, ଏ କଥା ଜାଣେନାହିଁ। କିନ୍ତୁ ଏତିକି ନିଶ୍ଚୟ ଜାଣିଛି ଯେ ମା’ର ଆଶୀର୍ବାଦ ମିଳିଲେ ଯେକୌଣସି ସାଧାରଣ ମଣିଷ ବି ଈଶ୍ୱରରେ ରୂପାନ୍ତରିତ ହୋଇପାରିବ। ଉତ୍ତରରାମାୟଣରେ ବର୍ଣ୍ଣିତ ଜୀବନଦର୍ଶନ ଓ ମାନବୀୟ ଉତ୍ତରଣର ଏହି ଗହନ କଥା ଅନୁଯାୟୀ ମା’ଙ୍କ ଆଶୀର୍ବାଦ ଲାଭ କରିଥିବା ସବୁ ସନ୍ତାନ କିନ୍ତୁ ଈଶ୍ୱର ପାଲଟି ପାରନ୍ତି ନାହିଁ। ଏମିତି ତ କୌଣସି ମା’ କେବେ ବି ତା’ ସନ୍ତାନକୁ ଅଭିଶାପ ଦେଇପାରେନା। ନ ମାଗିଲେ ବି ସେ ତା’ ସନ୍ତାନ ଉପରେ କେବଳ ଆଶୀର୍ବାଦ ହିଁ ଅଜାଡି ପକାଏ। ଧନପତିର ଐଶ୍ୱର୍ଯ୍ୟ ହେଉ କି କାଙ୍ଗାଳର ଅଭାବ, ମା’ର ମହନୀୟ ମାତୃତ୍ୱର ମହକ ଆଗରେ ଫିକା ପଡିଯାଏ ଅସୁମାରି ଧନରତ୍ନର ଔଜ୍ଜ୍ୱଲ୍ୟ ତ ପୁଣି ଦୂରକୁ ଘୁଞ୍ଚିଯାଏ ଦାରିଦ୍ର୍ୟର ଅନ୍ଧାର। ମା’ ପାଇଁ କେବଳ ତା’ ସନ୍ତାନ ହିଁ ହେଉଛି ସଂସାରର ସର୍ବଶ୍ରେଷ୍ଠ ସମ୍ପଦ। ଅଥଚ ବିଡ଼ମ୍ବନାର ବିଷୟ, ସନ୍ତାନ ପାଇଁ ତା’ ମା’ କିନ୍ତୁ ସମ୍ପଦ ନ ହୋଇ ବିପଦ ହୋଇ ଉଭାହୁଏ। ମା’ର ଆଶୀର୍ବାଦ ଲାଭ କରି ଈଶ୍ୱର ହେବା ବଦଳରେ ଅସୁର ହୋଇ ସନ୍ତାନଟି ନିର୍ଦ୍ଦୟ ଭାବେ ମା’କୁ ହତ୍ୟା କରିପାରେ। ...

ବୀରବାଳା

ବୀରବାଳା

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ଜୀବନରେ ନିଷ୍ଠାର ସହ କାର୍ଯ୍ୟ କଲେ ଜଣେ ବ୍ୟକ୍ତି ଆକାଂକ୍ଷିତ ସ୍ତରରେ ପହଞ୍ଚିପାରିଥାନ୍ତି। ପିଲାଟି ବେଳୁ ସାହସିକତା ଦେଖାଇ ପ୍ରତି କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଆସିଥିବାରୁ ଆନନ୍ଦିବେନ୍‌ ପଟେଲ ଆଜି ଚର୍ଚ୍ଚାର ବଳୟକୁ ଆସିଛନ୍ତି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍‌ଙ୍କୁ ୨୦୧୮ ଜାନୁୟାରୀ ୧୯ରେ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବା ପରେ ଏବେ ତାଙ୍କ ବ୍ୟକ୍ତିତ୍ୱରୁ ପ୍ରେରଣା ପାଇବା ପାଇଁ ଯୁବପିଢ଼ି ଆଗ୍ରହ ରଖିବା ସ୍ବାଭାବିକ। ଆନନ୍ଦିବେନ୍‌ ୧୯୪୧ ନଭେମ୍ବର ୨୨ରେ ଗୁଜରାଟ ମେହସାନା ଜିଲାର ଖାରୋଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା ଜେଠାଭାଇ ଥିଲେ ଶିକ୍ଷକ। ଏକ ଶୃଙ୍ଖଳିତ ପରିବେଶରେ ବଢ଼ିଥିବା ଆନନ୍ଦିବେନ୍‌ଙ୍କ ପ୍ରାଥମିକ ଶିକ୍ଷା ଏନ୍‌. ଏମ୍‌. ହାଇସ୍କୁଲରୁ ହୋଇଥିଲା। ସେତେବେଳେ ମାତ୍ର ୩ ଜଣ ବାଳିକା ସେଠାରେ ଶିକ୍ଷା ଗ୍ରହଣ କରୁଥିଲେ। କେବଳ ପାଠରେ ନୁହେଁ, ଖେଳକୁଦରେ ସେ ଅନ୍ୟମାନଙ୍କଠାରୁ ଆଗରେ ଥିଲେ। ଜିଲାସ୍ତରରେ କ୍ରମାଗତ ତୃତୀୟ ଥର ପାଇଁ ସେ ଚାମ୍ପିୟନ ହୋଇ ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲେ। ସେ ପିଲ୍‌ଭାଇସ୍ଥିତ ଏମ୍‌. ଜି. ପଞ୍ଚଲ ବିଜ୍ଞାନ କଲେଜରେ ନାମ ଲେଖାଇଥିଲେ। ୧୯୬୨ରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। କଲେଜ ବେଳେ ପଢ଼ାରେ ଉତ୍କର୍ଷ ପ୍ରତିପାଦନ କରିବା ସହିତ କ୍ରୀଡ଼ାରେ ପାରଙ୍ଗମତା ଦେଖାଇବାରୁ ତାଙ୍କୁ ‘ବୀରବାଳା’ ପୁରସ୍କାର ମିଳିପାରିଥିଲା। ୧୯୬୨ରେ ସେ ମଫତ୍‌ଭାଇ ପଟେଲଙ୍କୁ ବିବାହ କରିଥିଲେ। ଏହା ପରେ ମହିଳାମାନଙ୍କ ଉତ୍ଥାନ ପାଇଁ ଥିବା ମହିଳା ବିକାଶ ଗୃହରେ ଚାକିରି କରିବାର ସୁଯୋଗ ପାଇଥିଲେ। ସେଠାରେ ସେ ୫୦ ବିଧବାଙ୍କୁ ଧନ୍ଦାମୂଳକ ଶିକ୍ଷା ଦେଇଥିଲେ। ବିବାହ ଓ ଚାକିରି ଭିତରେ ସୀମିତ ରହିବାକୁ ନ ଚାହିଁ ଉଚ୍ଚଶିକ୍ଷା ପାଇଁ ମନ ବଳାଇଥିଲେ। ୧୯୬୫ରେ ସ୍ବାମୀଙ୍କ ସହ ସେ ଅହମ୍ମଦାବାଦ ଚାଲିଯାଇଥିଲେ। ଏହା ପରେ ଶିକ୍ଷାରେ କ୍ୟାରିୟର କରିବା ଲକ୍ଷ୍ୟ ନେଇ ବ୍ୟାଚେଲର ଅଫ୍‌ ଏଜୁକେଶନ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଏପରିକି ମାଷ୍ଟର ଅଫ୍‌ ଏଜୁକେଶନରେ ସ୍ବର୍ଣ୍ଣପଦକ ପାଇଥିଲେ। ଅହମଦାବାଦସ୍ଥିତ ମୋହିନୀବା କନ୍ୟା ବିଦ୍ୟାଳୟରେ ସେ ବିଧିବଦ୍ଧ ଭାବେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ୧୯୬୭ରୁ ୧୯୭୦ ଯାଏ ସେ ସେଠାରେ ଉଚ୍ଚ ମାଧ୍ୟମିକ ସ୍ତରର ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ଓ ଗଣିତ ପାଠ ପଢ଼ାଇଥିଲେ। ପରବର୍ତ୍ତୀ ସମୟରେ ସେହି ସ୍କୁଲର ଅଧ୍ୟକ୍ଷା ହୋଇଥିଲେ। ହେଲେ ୧୯୮୭ରେ ତାଙ୍କ ଶିକ୍ଷକତା ଜୀବନରେ ନୂଆ ମୋଡ଼ ଆସିଥିଲା। ସ୍କୁଲ ପିଲାଙ୍କୁ ବଣଭୋଜିରେ ନେଇଥିବା ବେଳେ ହଠାତ୍‌ ଦୁଇଜଣ ବାଳିକା ସର୍ଦ୍ଦାର ସରୋବର ଜଳଭଣ୍ଡାରରେ ବୁଡ଼ିଯାଉଥିବା ଲକ୍ଷ୍ୟ କରିଥିଲେ। କାଳବିଳମ୍ବ ନ କରି ସେ ତତ୍‌କ୍ଷଣାତ୍‌ ଜଳଭଣ୍ଡାରକୁ ଲମ୍ଫ ପ୍ରଦାନ କରି ସେମାନଙ୍କୁ ଉଦ୍ଧାର କରି୍‌ଥିଲେ। ଅଦମ୍ୟ ସାହସ ଦେଖାଇ ସେ ଦୁଇଟି ଜୀବନ ବଞ୍ଚାଇପାରିଥିବା ଖବର ପ୍ରଚାରିତ ହେବା ପରେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଥିଲା। ...