ସମ୍ପାଦକୀୟ |

ଏଇ ଭାରତରେ

ଏଇ ଭାରତରେ

ପିଲାମାନଙ୍କ କାର୍ଯ୍ୟାକଳାପରେ ଅତିଷ୍ଠ ହେଲେ ମା’ବାପାମାନେ ସେମାନଙ୍କୁ ଶାସନ କରିଥାନ୍ତି। ମାତ୍ର ଏବେ ଯଦି ପିଲାମାନେ ପରିବାରର ଇଚ୍ଛା ବିରୋଧରେ କିଛି କରୁଛନ୍ତି ତେବେ ପରିବାରର ସମ୍ମାନ କଥା କହି ସେମାନଙ୍କୁ ଜୀବନରେ ମାରି ଦେବାର ଦେଖାଯାଉଛି। ଏଭଳି ଏକ ଘଟଣା ଘଟିଛି ନୋଏଡା ଅଞ୍ଚଳରେ। ସେକ୍ଟର-୩୯ର ଚାଲେରା ଅଞ୍ଚଳରେ ରହୁଥିବା ବିଜେନ୍ଦ୍ରଙ୍କ ଝିଅ ଅନେକ ସମୟରେ ଫୋନ୍‌ରେ କଥା ହେଉଥିବା ଦେଖି ବାପା ବିଜେନ୍ଦ୍ର ତାଙ୍କୁ ବାରଣ କରିଥିଲେ। ମାତ୍ର ଝିଅ ନ ମାନି ପାଠପଢ଼ା ଛାଡ଼ି ଦୀର୍ଘ ସମୟ ଧରି ଫୋନ୍‌ରେ କଥା ହେଉଥିଲେ। ଏହା ଦେଖି ଝିଅର ଅନ୍ୟ କାହା ସହିତ ପ୍ରେମ ସମ୍ପର୍କ ରହିଥିବା ନେଇ ବାପାଙ୍କର ସନ୍ଦେହ ହୋଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଝିଅ ଫୋନ୍‌ରେ କଥା ହେଉଥିବା ଦେଖି ବିଜେନ୍ଦ୍ର ନିଜ ଉପରୁ ନିୟନ୍ତ୍ରଣ ହରାଇ ଝିଅର ତଣ୍ଟି ଚିପି ହତ୍ୟା କରିଥିଲେ। ଏହି ଖବର ଜଣାପଡ଼ିବା ପରେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି।

All Right Reserved By

ସମ୍ପାଦକୀୟ |

ଅସହଯୋଗର ଦୁଃଖ

ଅସହଯୋଗର ଦୁଃଖ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦେଶର ସର୍ବୋଚ୍ଚ ଖାଉଟି ସମବାୟ ସଂସ୍ଥା ବୋର୍ଡ ଅଫ୍‌ ନ୍ୟାଶ୍‌ନାଲ କୋଅପରେଟିଭ୍ସ କଞ୍ଜ୍ୟୁମର୍ସ ଫେଡ଼େରେଶନ୍‌ (ଏନ୍‌ସିସିଏଫ୍‌ ବୋର୍ଡ)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ ନିଯୁକ୍ତି ଦେବା କାହାର ଅଧିକାରଭୁକ୍ତ ଏ ନେଇ ଉକ୍ତ ସଂସ୍ଥା ଏବଂ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି। ମନ୍ତ୍ରଣାଳୟ ଜଣେ ଯୁଗ୍ମ ସଚିବ ଅନିଲ ବହୁଗୁଣାଙ୍କୁ ଏମ୍‌ଡି ଭାବେ ନିଯୁକ୍ତି ଦେବାବେଳେ ଏହି ମତଭେଦ ପଦାକୁ ଆସିଛି। ବିଶିଷ୍ଟ ସମବାୟ ନେତା ତଥା ପୂର୍ବତନ ବିଧାୟକ ବିଜେନ୍ଦର ...

ଗୁଜବର ବ୍ୟାପକତା

ଗୁଜବର ବ୍ୟାପକତା

ଶିବରାମ ଶତପଥୀ ପ୍ରାୟ ଷାଠିଏ ବର୍ଷ ପୂର୍ବର କଥା। ଲୋକେ ପଦବ୍ରଜରେ ଯିବା ଆସିବା କରୁଥିଲେ। ଦିନେ ମୁଁ ପଦିଆ ମାମୁଙ୍କୁ ପଚାରିଲି- ତୁମେ ପରା ଆଜି ଅମୁକ ଗାଁକୁ ଯିବାର ଥିଲା, ଯାଉନ। ସେ କହିଲେ ଖଙ୍ଗାର ମାତିଛି ପରା, ଏକୁଟିଆ କେମିତି ଯିବି? ପିଲାଙ୍କୁ ତାଗିଦ କରାଯାଉଥିଲା, ଏକା ଏକା ଦେଖିଲେ ପିଲାଙ୍କୁ ଖଙ୍ଗାର ବସ୍ତାରେ ପୂରାଇ ନେଇଯିବ। ଅମୁକଠାରେ ପୋଲ ତିଆରି ହେଉଛି ତ, ତା ନିଅଁରେ ପକାଇବା ପାଇଁ ପିଲାଙ୍କୁ ଧରି ନିଆଯାଉଛି। ପୋଲର ସ୍ଥାୟିତ୍ୱ ପାଇଁ ନରବଳି ଆବଶ୍ୟକ। ଏହା ଅବଶ୍ୟ ଏକ ଅନ୍ଧବିଶ୍ୱାସ।...

ଭକ୍ତ ଓ ଭଗବାନଙ୍କ ମହାମିଳନ

ଭକ୍ତ ଓ ଭଗବାନଙ୍କ ମହାମିଳନ

ବିମଳ ପ୍ରସନ୍ନ ଦାସ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗେ ଯୁଗେ ଅନୁପମ ଓ ଅଲୌକିକ। ସେଥିପାଇଁ ଦାସିଆ ବାଉରିଙ୍କ ଅଧିକାର ଓ ଅଭିମାନ ଯୁଗ ଯୁଗକୁ ଅତୁଟ ରହିଛି ଓ ରହିଥିବ। କାରଣ ଲୀଳାମୟ, କାଳିଆ ସାଆନ୍ତ, ମହାବାହୁ ରାଜାଧିରାଜ ମଣିଷର ଠାକୁର। ଭକ୍ତର ଭାବରେ ବନ୍ଧା। ତା’ର ଜୀବନ ଧନ-ଅନ୍ଧ ଲଉଡି। କେତେ ବିଶ୍ୱାସ ଓ ନିର୍ଭରତା ଭକ୍ତର। ସାମାନ୍ୟ ଭରତିଆ ପକ୍ଷୀଟିର ଉଦାହରଣ ଯଥେଷ୍ଟ। କୁରୁକ୍ଷେତ୍ର ଯୁଦ୍ଧ ପ୍ରାରମ୍ଭରେ ପକ୍ଷୀଟି ବ୍ୟାକୁଳ ପ୍ରାର୍ଥନା କରିଛି ତା’ର ଅଣ୍ଡା ଦୁଇଟିକୁ ରକ୍ଷା କରିବାକୁ। ଭକ୍ତ ବଳରାମଙ୍କ କାଳଜ...

ଏଇ ଭାରତରେ

ଏଇ ଭାରତରେ

ନୀଚକୁଳରେ ଜନ୍ମ ହୋଇଥିବାରୁ ଜଣେ ମହିଳାଙ୍କ ହାତରନ୍ଧା ଖାଇବାକୁ କେତେକେ ନାକ ଟେକିଛନ୍ତି। ପରିଣାମ ସ୍ବରୂପ ଉକ୍ତ ମହିଳାଙ୍କୁ ସ୍କୁଲ୍‌ରୁ ହଟାଇ ଦେବାପାଇଁ ଉଚ୍ଚଜାତିର ଲୋକମାନେ ଦାବି ଉଠାଇଥିଲେ। ତାମିଲନାଡୁର ଏକ ସ୍କୁଲ୍‌ରେ ମଧ୍ୟାହ୍ନଭୋଜନ ରୋଷେଇ କରିବାରୁ ଉକ୍ତ ଦଳିତ ମହିଳାଙ୍କୁ ବଞ୍ଚତ୍ତ କରାଯାଇଛି। ତିରୁପୁର ଜିଲାର ଓକାମ୍‌ପଲାୟମ୍‌ ଗାଅଁାରେ ପି. ପାପଲ୍‌ ନାମ୍ନୀ ଏହି ମହିଳା ଗତ ୨ବର୍ଷ ହେଲା ମଧ୍ୟାହ୍ନଭୋଜନ ପାଚିକା ଭାବରେ ନିଯୁକ୍ତି ପାଇଥିଲେ। ସପ୍ତାହକ ତଳେ ନିଜ ଅନୁରୋଧ କ୍ରମେ ...

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଗତମାସରେ ବୀମା ନିୟାମକ ଓ ଉନ୍ନୟନ କର୍ତ୍ତୃପକ୍ଷ (ଆଇଆର୍‌ଡିଏ)ଠାରୁ ଅନୁମତି ପାଇବା ପରେ ଜୀବନବୀମା ନିଗମ (ଏଲ୍‌ଆଇସି) ବୋର୍ଡ କ୍ଷତିରେ ଚାଲୁଥିବା ଆଇଡିବିଆଇ ବ୍ୟାଙ୍କରେ ନିଜର ଅଂଶଧନ ୫୧ ପ୍ରତିଶତକୁ ବୃଦ୍ଧି କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଛି। ଆଉ କେତେଟା ପ୍ରକ୍ରିୟା ଶେଷହେବା ପରେ ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଲ୍‌ଆଇସିର ଅଧୀନ ହୋଇଯିବ। ଆଇଡିବିଆଇ ବ୍ୟାଙ୍କରେ ଜୀବନବୀମା ନିଗମର ବର୍ତ୍ତମାନ ୭.୯୮ ପ୍ରତିଶତ ଅଂଶଧନ ରହିଛି, ଯାହା ମାର୍ଚ୍ଚ ୨୦୧୮ ସୁଦ୍ଧା ୧୦.୮୨ ପ୍ରତିଶତ ଥିଲା। ରୁଗ୍ଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସୁସ୍ଥ କରିତୋଳିବା ଦୀର୍ଘଦିନ ହେଲା ସରକାରଙ୍କର ଏକ ନୀତି ...

 ସଙ୍କଟରେ ଭବିଷ୍ୟତ

ସଙ୍କଟରେ ଭବିଷ୍ୟତ

ଉପେନ୍ଦ୍ର ବିଶ୍ୱାଳ ପାଗଳପ୍ରାୟ ଘୂରି ବୁଲୁଥାନ୍ତି ମହାମାନ୍ୟ ମଦନମୋହନ ମାଲବ୍ୟ। ନିଶା ଘାରିଥାଏ ବନାରସରେ ବିଶ୍ୱସ୍ତରୀୟ ହିନ୍ଦୁ ବିଶ୍ୱବିଦ୍ୟାଳୟଟିଏ ପ୍ରତିଷ୍ଠା କରିବାକୁ। ହାତ ପତଉଥାନ୍ତି ସମସ୍ତଙ୍କୁ। ଏପରିକି ମୃତଦେହ ଶୋଭାଯାତ୍ରାରେ ଫିଙ୍ଗାଯାଉଥିବା ପଇସା କଉଡ଼ିକୁ ମଧ୍ୟ ସାଉଁଟି ରଖୁଥାନ୍ତି। ବଡ଼ ଆଶା ନେଇ ପହଞ୍ଚତ୍ଲେ ଦିନେ ଘନଶ୍ୟାମ ଦାସ ବିର୍ଲାଙ୍କ ବାସଭବନରେ। ବୈଠକଖାନାରେ ଟିକିଏ ବସିବାକୁ କହି ଠାକୁର ପୂଜା ପାଇଁ ଗଲେ ସେ। ଦୀପଟି ଜଳାଇଲାବେଳେ ପ୍ରଥମ ପରେ ଦ୍ୱିତୀୟ ଦିଆସିଲିକାଠିଟି ଲିଭିଗଲା। ତୃତୀୟ କାଠିଟି ବି ଲିଭିଗଲା ସାମାନ୍ୟ ଅସାବଧାନତାବଶତଃ। ଗର୍ଜିଉଠି ବର୍ଷିଗଲେ ପୂଜକ ଉପରେ। ଆଚମ୍ବିତ ହେଲେ ...

ପ୍ରାଣବନ୍ତ, ପ୍ରଣବସ୍ବରୂପ

ପ୍ରାଣବନ୍ତ, ପ୍ରଣବସ୍ବରୂପ

ଡା. ଅଂଶୁମାନ୍‌ କର ଗତ ସ୍ନାନପୂର୍ଣ୍ଣିମା ଦିନ ଗଜପତି ମହାରାଜ ପ୍ରଭୁ ଜଗନ୍ନାଥଙ୍କ ଆଳତି କରିବା ସମୟରେ ପ୍ରଭୁଙ୍କ ଶିରରୁ ଫୁଲମାଳ ଖସିବାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଆଜିର ସୋସିଆଲ ମିଡିଆ ଯୁଗରେ ଏହି ଘଟଣାର ଭୂରି ଭୂରି ପ୍ରଚାର ଓ ପ୍ରସାର ଚାଲିଛି। ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିରର ପ୍ରାଣବନ୍ତ ଅସ୍ତିତ୍ୱର ଏହା ଏକ ଦିବ୍ୟ ପ୍ରମାଣ ବୋଲି ଅନେକେ ମତ ବ୍ୟକ୍ତ କରୁଛନ୍ତି। କେତେଜଣ କହୁଛନ୍ତି, ଏହାଦ୍ୱାରା ପ୍ରଭୁ ନିଜ ପ୍ରତ୍ୟକ୍ଷ ଉପସ୍ଥିତିର ପ୍ରମାଣ ଦେଉଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ଜଣେ ନବଜାତ ଶିଶୁ କ୍ଷୀର ପାନ କରିବା ପରେ କୋମା ଅବସ୍ଥାରେ ଥିବା ତା’ ମା’ଙ୍କର ଚେତା ଫେରିଆସିଛି। ଏପରି ଏକ ଘଟଣା କେରଳରେ ଘଟିଛି। ବେଟିନା ନାମ୍ନୀ ଜଣେ ମହିଳା ଶିଶୁପୁତ୍ରର କାନ୍ଦ ଶୁଣି ଧୀରେ ଧୀରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜୁନ୍‌ ୧୪ରେ ଶିଶୁଟି ଜନ୍ମଗ୍ରହଣ କରିଥିଲା। ଶିଶୁଟି ସ୍ତନ୍ୟପାନ କରିବା ପରେ ମହିଳାଙ୍କର ସ୍ନାୟୁଗତ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିଥିଲା ବୋଲି ହସ୍ପିଟାଲ୍‌ର ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ର ମୁଖ୍ୟ ଡକ୍ଟର ଆର. ବିବେକ ପ୍ରକାଶ କରିଛନ୍ତି। ...

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ବରୁ ଏହି ସ୍ତମ୍ଭରେ ଶସ୍ୟକ୍ଷେତ୍ରରେ ପଞ୍ଚଗବ୍ୟର ବ୍ୟବହାର ଉପରେ ଏକ ନିବନ୍ଧ ଲେଖିଥିଲି। ବହୁବର୍ଷର ଗବେଷଣା ପରେ ଉକ୍ତ ପୁସ୍ତକ ଲେଖିଥିବା ଡ. କେ. ନଟରାଜନ୍‌ ଏଥିରେ ପ୍ରାଣୀମାନଙ୍କ ଉପରେ ପଞ୍ଚଗବ୍ୟର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଏକ ଅଧ୍ୟାୟ ଲେଖିଛନ୍ତି। ଗଛଲତା ଉପରେ ଅଧ୍ୟୟନ ପରେ ତାଙ୍କ ଗବେଷକ ଦଳ ପ୍ରାଣୀ ଓ ମନୁଷ୍ୟ ଉପରେ ଅଧ୍ୟୟନ ଆରମ୍ଭ କରିଦେଇଥିଲେ। ପୂର୍ବ ନିବନ୍ଧଟି ଯେଉଁମାନେ ପଢ଼ି ନ ଥିବେ ସେମାନଙ୍କ ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଆଉ ଥରେ ଲେଖୁଛି।...

ଅଭାବର ଚିତ୍ରପଟ

ଅଭାବର ଚିତ୍ରପଟ

ଡ. ସୁବାସ ଚନ୍ଦ୍ର ପାତ୍ର ଦାରିଦ୍ର୍ୟର ମାତ୍ରା ତଥା କିସମ ଅଛି। ବିଭିନ୍ନ ପ୍ରକାର ଦାରିଦ୍ର୍ୟରେ ମଣିଷ ହନ୍ତସନ୍ତ କିନ୍ତୁ ଅର୍ଥନୈତିକ ଦାରିଦ୍ର୍ୟ ମଣିଷକୁ ବେଶି ନିପୀଡ଼ିତ କରେ କାରଣ ତା’ର ପ୍ରଭାବ ଦୃଶ୍ୟମାନ। ସବୁ ଦରିଦ୍ରତା ପଛରେ ଥାଏ ଏକ ଅଭାବବୋଧ ଏବଂ ଏହି ଅଭାବ ଯେତେବେଳେ ସର୍ବବ୍ୟାପୀ ଓ ସର୍ବଗ୍ରାସୀ ହୋଇଯାଏ ସେଇଠି ଦାରିଦ୍ର୍ୟ ହୋଇପଡ଼େ ଦୁର୍ବିଷହ।...

ପତିତପାବନ ଯାତ୍ରା

ପତିତପାବନ ଯାତ୍ରା

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୁରୁଷୋତ୍ତମ ଜଗନ୍ନାଥ ଦିବ୍ୟ ନୀଳାଚଳରେ ଅନାଦିକାଳରୁ ଦାରବୀ ଲୀଳା ସଂରଚନା କରିଛନ୍ତି। ତାଙ୍କ ଦିବ୍ୟ ଲୀଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି- ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ସ୍ବରୂପରେ ଐଶ୍ୱର୍ଯ୍ୟଲୀଳା ଏବଂ ରଥଯାତ୍ରାରେ ଅଗଣିତ ଭକ୍ତଙ୍କ ସହିତ ମାଧୁର୍ଯ୍ୟଲୀଳା। ତାଙ୍କର ଏହି ମାଧୁର୍ଯ୍ୟଲୀଳା ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱମାନସକୁ ଉଦ୍‌ବୁଦ୍ଧ କରିଆସିଛି। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆଗମନ କରିଥାନ୍ତି। ଏହି ଯାତ୍ରାରେ ପ୍ରଭୁ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଦିନେ ନା ଦିନେ ସଫଳତା ଆଣି ଦେଇଥାଏ। ଯାହାକି ପୂର୍ବ ବାଙ୍ଗାଲୋରର ଲିଙ୍ଗରାଜପୁରମ୍‌ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସ୍ବାମୀଙ୍କ କ୍ଷଣିକ ରାଗର ଶିକାର ହୋଇ ନିଜର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ହରାଇଥିବା ଅନୀଥା ପାର୍କର ମେରୀ ନାମ୍ନୀ ଜଣେ ମହିଳା ଦୀର୍ଘ ୧୮ବର୍ଷ ଧରି ସଂଘର୍ଷ କରିବା ପରେ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ଅନୀଥା ଏକ ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ର କରି ୧୮ବର୍ଷ ତଳେ ଅନୀଥାଙ୍କ ସ୍ବାମୀ ଏକ ଜଳନ୍ତା ଲଣ୍ଠନକୁ ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏଥିରେ ଅନୀଥାଙ୍କ ମୁହଁ ଓ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସିତ...

Model This Week

ରୂପେଶ