ଫୁରସତ |

ଚିଲିକାକୂଳିଆଙ୍କ ଚିନ୍ତା

 ଚିଲିକାକୂଳିଆଙ୍କ ଚିନ୍ତା

ପ୍ରାକୃତିକ ପର୍ଯ୍ୟଟନ ଓ ମତ୍ସ୍ୟସମ୍ପଦ ପାଇଁ ଚିଲିକା ବିଶ୍ୱଦରବାରରେ ସୁପରିଚିତ। ଏହାର ବିନିଯୋଗ ଓ ଉପଯୋଗ କରି ଶହଶହ ଲୋକ ବର୍ଷବର୍ଷ ଧରି ନିଜନିଜର ଜୀବିକା ନିର୍ବାହ କରି ଆସୁଥିଲେ। ଚିଲିକା ଯେମିତି ଥିଲା ସେମାନଙ୍କ ଅର୍ଥନୈତିକ ମେରୁଦଣ୍ଡ। ମାତ୍ର ସମୟକ୍ରମେ ଚିଲିକା ଶ୍ରୀହୀନ ହେଉଛି। ଚିଲିକାର ସମ୍ପଦ ଦିନକୁଦିନ ହ୍ରାସ ପାଉଛି। ଫଳରେ ଚିଲିକାରେ ଜୀବିକା ନିର୍ବାହ କରି ପରିବାର ପ୍ରତିପୋଷଣ କରୁଥିବା ଭିତିରି ଚିଲିକା ଓ ଉପକୂଳବର୍ତ୍ତୀ ଗାଁର ଅନେକ ଲୋକଙ୍କ ରୋଜଗାର ପନ୍ଥା ଏବେ କମିକମି ଯାଉଛି। ଏଥିପାଇଁ ବହୁ ମତ୍ସ୍ୟଜୀବୀ ଚିଲିକାରୁ ଦୂରେଇ ଯାଉଛନ୍ତି।
ଚିଲିକାର ପରିସ୍ଥିତି ବିଗୁଡୁଛି:
ଦିନକୁ ଦିନ ଚିଲିକାର ପରିସ୍ଥିତି ବିପନ୍ନ ହେଉଛି। ଆଗର ମତ୍ସ୍ୟସମ୍ପଦ ଏବେ କମି କମି ଯାଉଛି। ଏହା ଉପରେ ନିର୍ଭରଶୀଳ ଅନେକ ଲୋକ ଦୂରେଇ ଯାଉଥିବା ବେଳେ ରୋଜଗାର ପାଇଁ ରାଜ୍ୟ ଓ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଏପରି କି ଚିଲିକା କୂଳିଆ ଗାଁର ମତ୍ସ୍ୟଜୀବୀଙ୍କ ଦୁଃଖ କହିଲେ ନସରେ। ଦୈତାରି ବେହେରା କୁହନ୍ତି, ରାସାୟିନକ ତୈଳର ଆସ୍ତରଣ ଚିଲିକା ପାଣିକୁ ଦୂଷିତ କରିସାରିଛି। ଉପକୂଳବର୍ତ୍ତୀ ଚାଷଜମିରୁ କୀଟନାଶକ ମିଶ୍ରିତ ଜଳ ଚିଲିକାରେ ମିଶୁଛି। ବହୁଳମାତ୍ରାରେ ସିପାଳ, ନଳଗଛ ବଢୁଥିବା ବେଳେ ଚିଲିକା ତଟବର୍ତ୍ତୀ ପ୍ରାକୃତିକ ବୃକ୍ଷରାଜି କମିକମି ଯାଉଛି। ଚିଲିକାରେ ପଡ଼ିଥିବା ନଈନାଳ ଦ୍ୱାରା ପଟୁମାଟି ଚିଲିକାକୁ ପଶୁଛି। ମୁହାଣ ପୋତିହେବା ଓ ନୂତନ ମୁହାଣ ଖୋଲିଯିବା ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଜୀବିକା ସୁରକ୍ଷା ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଚିଲିକା ମଧ୍ୟରେ ଅନେକ ନୂତନ କୁଦ ସ୍‌ଷ୍ଟି ହୋଇ ଏହାର ପରିସର ସଙ୍କୋଚିତ ହେଉଛି। ଜୈବ ରାସାୟନିକ ପ୍ରଦୂଷଣ ଯୋଗୁ ଏହାର ଜଳ ଅତ୍ୟଧିକ ଲବଣାକ୍ତ ହେଉଛି। ଅନ୍ୟପକ୍ଷେ ଜିରୋନେଟ୍‌ ଜାଲ ଓ ବିଶେଷକରି ମାସମାସ ଧରି ଘେରିବନ୍ଧ ଜାଲ ଯୋଗୁ ଚିଲିକା ଭାଗଭାଗ ହୋଇ ଏକ କୃତ୍ରିମ ପୋଖରୀପରି ଦୃଶ୍ୟମାନ ହେଉଛି। ମୁକ୍ତରେ ବାହାଣି ଡଙ୍ଗା ଚଳପ୍ରଚଳ କରିବା ଅସାଧ୍ୟ ହୋଇପଡ଼ୁଛି। ଚିଲିକାର ପ୍ରଦୂଷଣକୁ ନିୟନ୍ତ୍ରଣ କରା ନ ଗଲେ ଚିଲିକା ଜଳପ୍ରତି ବିପଦ ଦେଖା ଦେବା ସହିତ ଏହାର ସମସ୍ୟା ଦିନକୁ ଦିନ ବଢି ଚାଲିବ।
ଚିଲିକା କିଛି କଥା:
ଚିଲିକା ଉପକୂଳବର୍ତ୍ତୀ ଶତାଧିକ ଗ୍ରାମର ବାସିନ୍ଦା ଏହା ଉପରେ ନିର୍ଭରକରି ଚଳୁଥିତ୍ଲେ, ତାହା ସମୟକ୍ରମେ କମିବାରେ ଲାଗିଛି। ଦାରିଦ୍ର୍ୟର ତାଡ଼ନାରେ ଶଢୁଥିବା ମତ୍ସ୍ୟଜୀବୀମାନେ ନିଜର ଭିଟାମାଟି ଛାଡ଼ି ଚିଲିକା ଠାରୁ ଦୂରେଇ ଏବେ ରାଜ୍ୟ ଓ ବାହର ରାଜ୍ୟକୁ ନିଜର ରୋଜଗାର ପାଇଁ ପଳାଉଛନ୍ତି। ୧୯୩୦ମସିହାଠାରୁ ଚିଲିକାରେ ମାଛଧରା ବ୍ୟବସାୟ ୧୯୪୨ ମସିହା ବେଳକୁ ବି ବଢିଥିଲା। ପୂର୍ବେ ଚିଲିକାରେ ୫ପ୍ରକାରର ସଇରାତ ପ୍ରଚଳନ ଥିଲ। ମତ୍ସ୍ୟଜୀବୀମାନେ ନିଜନିଜ ମଧ୍ୟରେ ସୁସମ୍ପର୍କ ରକ୍ଷାକରି ଚଳୁଥିଲେ। ସମୟକ୍ରମେ ବିଭିନ୍ନ ସମସ୍ୟା ଚିଲିକାର ଶାନ୍ତ ପରିବେଶରେ ଅଶାନ୍ତ ପରିସ୍ଥିତି ସୃଷ୍ଟିକଲା। ଚିଲିକାରେ ଜୀବିକା ନିବାର୍ର୍ହ କରୁଥିବା ଲୋକଙ୍କ ପ୍ରତି ବିପଦ ଆଶଙ୍କା ରହିଲା। ମତ୍ସ୍ୟଜୀବୀଙ୍କ ଆର୍ଥିକ ଉନ୍ନତି ପାଇଁ ମତ୍ସ୍ୟସମବାୟ ସମିତି ଲିଃ ମାନ ଗଠନ ହେଲା। ମାଛବିକ୍ରି ଓ ଋଣ କାରବାର ହୋଇଥିଲା।
ଏବେ ଚିଲିକାକୁ ନା:
ବାଉରୀବନ୍ଧୁ ବେହେରା କୁହନ୍ତି, ଚିଲିକାରେ ପୁରୁଷ ପୁରୁଷଧରି ମାଛମାରି ବାହାଣିକରି କୌଳିକ ବୃତ୍ତିକୁ ବଞ୍ଚେଇ ରଖିଥିଲୁ। ଆମ ବେଳେ ଯେଉଁ ମାଛ ଚିଲିକାରେ ଦେଖିବାକୁ ମିଳୁଥିତ୍ଲା ଏବେ ସେ ସବୁ ମିଳୁନି। ଜଳଦସ୍ୟୁଙ୍କ ଦୌରାତ୍ମ୍ୟ ବିପଦ ସାଜୁଛି। ଚିଲିକା ପାଇଁ ସରକାରୀ ଯୋଜନା ନୂଆ କଥା ନୁହେଁ, ହେଲେ ଯୋଜନା ନାଁରେ କେବଳ ଯୋଜନା ଚାଲିଛି। ଏବେ ନୂଆ ମାଛଧରା ନୀତିରେ ନୂଆଜାଲ ବ୍ୟବହାର ପାଇଁ ସରକାରଙ୍କ ନିର୍ଦ୍ଦେଶ ଅଛି। ଗାଁଗାଁ ବୁଲି ଚିଲିକା ମାଛ ବିକୁଥିବା ରଙ୍ଗବତୀ ଦେଈ କୁହନ୍ତି, ଏବେ ଚିଲିକା ମାଛକୁ ଆଉ ଚଢା ଦରରେ କିଣି ହେଉନି କି ଆଗପରି ବିଶେଷ ଚୂନାମାଛ ମିଳୁନି। ସେଥିପାଇଁ ବେପାର ଛାଡ଼ି ଏବେ ରୋଜଗାର ପାଇଁ ଭୁବନେଶ୍ୱରକୁ ଯାଇ ବାଲିସିମେଣ୍ଟ କାମକରି ପେଟ ପୋଷୁଛି। ସୁନ୍ଦରଗଡ଼ ଗାଁର ଯୁଗଳ ବେହେରା କୁହନ୍ତି, ସରକାର ଚିଲିକାର ବିକାଶ କଥା ଚିନ୍ତା କରିଛନ୍ତି ହେଲେ ଚିଲିକାରେ ମାଛ କମିଥିବାରୁ ମତ୍ସ୍ୟଜୀବୀମାନେ ରାଜ୍ୟ ବାହାରକୁ ପଳାଉଛନ୍ତି। ବାହାଣିଆଙ୍କ ଭିଡ଼ ଭାଙ୍ଗୁଛି। କାହାକୁ କହିବୁ। ସୋରଣ ବେହେରା ସାହିର ଗୋବିନ୍ଦ ବେହେରା କୁହନ୍ତି, ଚିଲିକାକୁ ଏକ ଗ୍ରହ ଗ୍ରାସିଛି। ଆମ ଗାଁରୁ ଝିଅ, ମହିଳାମାନେ ବିଭିନ୍ନ କାମଧନ୍ଦା ପାଇଁ ଗାଁ ବାହାରକୁ ପଳାଉଛନ୍ତି। ଚାଖଣ୍ଡି ବେହେରା କୁହନ୍ତି, ଏବେ ଗାଁଟା ପ୍ରାୟ ଖାଁ ଖାଁ ଲାଗୁଛି। ଆଗଭଳି ଗାଁରେ ସେମିତି କେହି ରହୁନାହାନ୍ତି। ଅନ୍ୟକାମରେ ପଳାଉଛନ୍ତି, କୁଳବେଉସା ବୁଡ଼ୁଛି।
ଚିଲିକା ନୁହେଁ; ଏବେ ଟ୍ରେନ୍‌କୁ ଅପେକ୍ଷା:
ଆଗରୁ ଗାଁରୁ କେହି ମହିଳା ବାହାରକୁ କାମପାଇଁ ଯାଉ ନ ଥିଲେ। ଏବେ ପେଟ ବିକଳରେ ବଞ୍ଚିବା ପାଇଁ ଦୂର ରାଜ୍ୟକୁ ଯାଇ ବାଲି ସିମେଣ୍ଟ କାମ କରୁଛନ୍ତି। ଏମିତି ଦୁଃଖରେ କୁହନ୍ତି ବରଡ଼ିଗାଁର ଶଶୀ ଦେଈ। ସୁବନି ଦେଈ କୁହନ୍ତି, ମୋ ଘର ବଉଳା ବନ୍ଧଗାଁରେ। ରାତି ପ୍ରାୟ ୪ଟାରୁ ନିଦଭାଙ୍ଗେ। ତା’ ପରେ ନିତ୍ୟକର୍ମ ସାରି ରୋଷେଇ କରି ଖାଦ୍ୟ ଟିଫିନ ଧରି ସକାଳୁ ଟ୍ରେନରେ ଯିବାକୁ ପ୍ରସ୍ତୁତ ହେଉ। ନିଜ ଗାଁଠାରୁ ପ୍ରାୟ ୪କିମି ଦୂର ଗଙ୍ଗାଧରପୁର ରେଳଷ୍ଟେଶନକୁ ଆସିଥାଉ। ଏମିତି କି ଜଣେ ଦୁଇଜଣ ନୁହେଁ ମୋ ପରି ଅନେକ ମହିଳା ଆସିଥାନ୍ତି। କେହିକେହି ଖୋର୍ଦ୍ଧାରୋଡ ତ କେହିକେହି ଲିଙ୍ଗରାଜ, ଭୁବନେଶ୍ୱର, ପଟିଆ ଆଦି ଷ୍ଟେଶନରେ ଓହ୍ଲାଇ ବିଭନ୍ନ କାମ କରିଥାନ୍ତି। ଆଗପରି ଚିଲିକାରେ ସେମିିତି ମାଛ ମିଳୁନାହିଁ ଏଥିପାଇଁ ଆମପରି ମତ୍ସ୍ୟଜୀବୀମାନେ ଚିଲିକାଠାରୁ ଦୂରେଇ ଯାଉଛନ୍ତି।
-ବନବିହାରୀ ବେହେରା

All Right Reserved By

Model This Week

ନିକିତା

ଫୁରସତ |

କେଟ୍‌-ଓ୍ବିଲିୟମ୍‌ଙ୍କ କୋଳରେ ୩ୟ ସନ୍ତାନ

କେଟ୍‌-ଓ୍ବିଲିୟମ୍‌ଙ୍କ କୋଳରେ ୩ୟ ସନ୍ତାନ

ଲଣ୍ଡନ: ବ୍ରିଟେନ ରାଜ ପରିବାରରେ ଖୁସିର ଲହରି। ପ୍ରିନ୍ସ ଓ୍ବିଲିୟମ୍‌ ଏବଂ ତାଙ୍କ ଅର୍ଦ୍ଧାଙ୍ଗିନୀ କେଟ୍‌ ମିଡିଲ୍‌ଟନ୍‌ ପୁଣି ପୁତ୍ର ସନ୍ତାନ ଲାଭ କରିଛନ୍ତି। ସୋମବାର ଡଚେସ୍‌ ଅଫ୍‌ କ୍ୟାମ୍ବ୍ରିଜ୍‌ ତୃତୀୟ ସନ୍ତାନକୁ ଜନ୍ମ ଦେଇଥିବା କେନ୍‌ସିଙ୍ଗ୍‌ଟନ୍‌ ପ୍ୟାଲେସ୍‌ ପକ୍ଷରୁ କୁହାଯାଇଛି। ନୂଆ ପ୍ରିନ୍ସଙ୍କ ଓଜନ ୩.୮୨ କେଜି। ଶିଶୁପୁତ୍ରର ଜନ୍ମବେଳେ ୩୫ ବର୍ଷୀୟ ଓ୍ବିଲିୟମ୍‌ ସେଠାରେ ଉପସ୍ଥିତ ଥିଲେ।

ବିଷ ବଳୟ ଆମ ରୋଷେଇଘର

ବିଷ ବଳୟ ଆମ ରୋଷେଇଘର

ରୋଷେଇଘର ଆମ ପାଇଁ ଏକ ଅତି ପବିତ୍ର ସ୍ଥାନ। ଧନଦାତ୍ରୀ ଦେବୀ ଲକ୍ଷ୍ମୀ ଏଥିମଧ୍ୟରେ ଅବସ୍ଥାନ କରନ୍ତି ବୋଲି ଆମର ବିଶ୍ୱାସ। ତେଣୁ ଆମେ ଏହାକୁ ଯଥାସମ୍ଭବ ସଫାସୁତରା ରଖୁ। ଭିନ୍ନ ଦୃଷ୍ଟିରେ ଦେଖିଲେ ସେଠାରେ ଆମ ଖାଦ୍ୟ ପ୍ରସ୍ତୁତ କରାଯାଉଥିବାରୁ ଏହା ଏକାନ୍ତ ଆବଶ୍ୟକ। କିନ୍ତୁ ଏହି ଘର ଭିତରର ଆବଦ୍ଧ ବାୟୁ ଅତ୍ୟନ୍ତ ଦୂଷିତ। କାରଣ ଏବେ ବି ଆମ ଦେଶର ଅଧିକାଂଶ ରୋଷେଇରେ ବ୍ୟବହୃତ ହେଉଛି କାଠ, କୋଇଲା ଓ ଘଷି ଭଳି ଇନ୍ଧନ, ଯହିଁରୁ ନିର୍ଗତ ହୁଏ ବହୁ ବିଷାକ୍ତ ବାଷ୍ପ, ଧୂଆଁ ଓ ଧୂଳି ।

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ଲଣ୍ଡନ, ୨୩।୪ : ଭୂମିକମ୍ପ କିମ୍ବା କୌଣସି ଦୁର୍ଘଟଣାରେ ମାଟିତଳେ ପୋତି ହୋଇ ରହିଥିବା ଲୋକଙ୍କ ସମ୍ପର୍କରେ ଏବେ ସହଜରେ ସୂଚନା ମିଳିପାରିବ। ଗବେଷକ ଏକ ସ୍ବତନ୍ତ୍ର ଧରଣର ସେନସର୍‌ ବାହାର କରିଛନ୍ତି। ଏହା ସହଜରେ ମାଟି ତଳେ ଥିବା ଜୀବଜନ୍ତୁ ଅଥବା ମଣିଷଙ୍କ ନିକଟକୁ ଏକ ପ୍ରକାର ତରଙ୍ଗ ପ୍ରେରଣ କରିବ। ସେମାନଙ୍କ ଶରୀରରେ ବାଜି ଏହି ତରଙ୍ଗ ସେନସରକୁ ଫେରିବ।

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ନୂଆଦିଲ୍ଲୀ,୨୩।୪: ବୟସର ଅପରାହ୍ନରେ ଲୋକମାନେ ପିଲାଙ୍କ ପାଇଁ ବୋଝ ପାଲଟିଯାଆନ୍ତି ବୋଲି ସାଧାରଣରେ କୁହାଯାଏ। ଆୟ ନ ଥିବାରୁ ଅନେକ ବୟସ୍କ ବ୍ୟକ୍ତି ଯନ୍ତ୍ରଣାରେ ଦିନ କାଟନ୍ତି। କିନ୍ତୁ ସଦ୍ୟ ଏକ ରିପୋର୍ଟ ଏହି ଧାରଣାକୁ ଭୁଲ୍‌ ପ୍ରମାଣ କରିଦେଇଛି। ଭାରତରେ ବରିଷ୍ଠ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଧୁରିବାରେ ଲାଗିଛି। ଏମାନେ ଆୟ କରିବା ସହ ଦେଶର ପ୍ରମୁଖ ଗ୍ରାହକ ଗୋଷ୍ଠୀରେ ସାମିଲ ହୋଇଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେବେ ବୃଦ୍ଧାବସ୍ଥାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବାରୁ ଏହି ବାବଦକୁ ଅଧିକ ଖର୍ଚ୍ଚ କରୁଛନ୍ତି।

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ନୂଆଦିଲ୍ଲୀ, ୨୩।୪ : ଅଗ୍ରା ଏତ୍ମାଦୌଲା ଥାନା ଅଞ୍ଚଳରେ ଏକ ସାମୁହିକ ବିବାହ ଉତ୍ସବରେ ଜଣେ ଯୁବତୀ ବର ବେଶରେ ତାଙ୍କ ବାନ୍ଧବୀଙ୍କୁ ବିବାହ କରିଛନ୍ତି। ପରେ ଏସମ୍ପର୍କରେ ପରିବାର ଲୋକ ଜାଣିବାରୁ ପୋଲିସର ସହାୟତା ଲୋଡିଛନ୍ତି। ଦୁଇ ବାନ୍ଧବୀଙ୍କ ଦୀର୍ଘଦିନ ଧରି ସମଲିଙ୍ଗୀ ସମ୍ପର୍କ ରହିଥିଲା। ତେବେ ଏହାକୁ କିପରି ବିବାହରେ ପରିଣତ କରିବେ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ।

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ଲଣ୍ଡନ,୨୩ା୪: ଭୂକମ୍ପର କିଛି ସମୟ ପୂର୍ବରୁ କୁକୁର, ବିରାଡି ଏପରି କି ଗୋରୁ ଗାଈ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରନ୍ତି ବୋଲି ଦୀର୍ଘଦିନରୁ ବିଶ୍ୱାସ କରାଯାଇ ଆସୁଛି। କିନ୍ତୁ ଏହା ପ୍ରମାଣସିଦ୍ଧ ନୁହେଁ ବୋଲି ସଦ୍ୟ କରାଯାଇଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଏହି ଅଧ୍ୟୟନ ‘ବୁଲେଟିନ୍‌ ଅଫ୍‌ ଦି ସିସ୍‌ମୋଲୋଜିକାଲ୍‌ ସୋସାଇଟି ଅଫ୍‌ ଆମେରିକା’ ଜର୍ନାଲ୍‌ରେ ପ୍ରକାଶ ପାଇଛି।

ଉଦ୍ଭିଦରୁ ଇନ୍ଧନ

ଉଦ୍ଭିଦରୁ ଇନ୍ଧନ

ପ୍ରତିଦିନ ପୃଥିବୀରେ ୯,୫୦,୦୦,୦୦୦ ବ୍ୟାରେଲ(ଏକ ବ୍ୟାରେଲ ୨୦୦ ଲିଟର) ପେଟ୍ରୋଲିୟମ ତୈଳ ଇନ୍ଧନ ହିସାବରେ ବ୍ୟବହୃତ ହେଉଅଛି। ଦୈନିକ ହାରାହାରି ମୁଣ୍ଡପିଛା ତିନିଲିଟର। ପେଟ୍ରୋଲିୟମ ଲାଟିନ ଶବ୍ଦ ପେଟ୍ରା (ପଥର) ଏବଂ ଓଲିୟମ (ତେଲ)ରୁ ଆସିଅଛି।

ମାର୍ଟିନା ମୁନ୍‌ ମିଶନ

ମାର୍ଟିନା ମୁନ୍‌ ମିଶନ

ମହାକାଶବିଜ୍ଞାନ କ୍ଷେତ୍ରରେ ନୂଆ ତଥ୍ୟ ଜାଣିବାକୁ ବିଭିନ୍ନ ଦେଶର ମହାକାଶବିଜ୍ଞାନୀମାନେ ଚେଷ୍ଟା ଚଳାଇଛନ୍ତି। ବିଶେଷଭାବରେ ମଙ୍ଗଳ ଗ୍ରହ ସମ୍ପର୍କରେ ରୋଚକ ତଥ୍ୟ ଜାଣିବାକୁ ଅନେକ ଦେଶ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଏଠାରେ ଜୀବସତ୍ତା ଥିଲା କି ନାହିଁ ତାହା ଜାଣିବାକୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଜାପାନର ମହାକାଶବିଜ୍ଞାନୀମାନେ ଆରମ୍ଭ କରିବାକୁ ଯାଉଛନ୍ତି ‘ମାର୍ଟିନା ମୁନ୍‌ ମିଶନ’।

ଫର୍ନିଚର ଡିଜାଇନର ରୋବୋ

ଫର୍ନିଚର ଡିଜାଇନର ରୋବୋ

ରୋବୋର କାର୍ଯ୍ୟ ତାଲିକାରେ ଆଉ ଏକ କଥାକୁ ନିକଟରେ ସାମିଲ କରାଯାଇଛି। ବେଶ୍‌ କିଛି ବର୍ଷ ପ୍ରୟାସ କରିବା ପରେ ଏଥିରେ ସଫଳ ହୋଇଛନ୍ତି ସିଙ୍ଗାପୁରର ବୈଜ୍ଞାନିକମାନେ। ସିଙ୍ଗାପୁରସ୍ଥିତ କଣ୍ଟ୍ରୋଲ ରୋବୋଟିକ୍‌ ଇଣ୍ଟେଲିଜେନ୍ସ ଗ୍ରୁପ୍‌ (ସିଆରଆଇଜି)ର ବୈଜ୍ଞାନିକମାନେ ଏଭଳି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା କେତେକ ଫର୍ନିଚର୍‌ର ଡିଜାଇନ କରିପାରିବ।

ମହାକାଶରେ ବିଳାସମୟ ହୋଟେଲ

ମହାକାଶରେ ବିଳାସମୟ ହୋଟେଲ

ମହାକାଶରେ ଏକ ବିଳାସମୟ ହୋଟେଲ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ପ୍ରଶ୍ନ ଉଠେ ଯେ ମହାକାଶରେ କାହିଁକି ହୋଟେଲ ନିର୍ମାଣ ହେବ ଏବଂ ସେଠାରେ କିଏ ରହିବେ?

ମୃତ୍ୟୁର ୫ ଘଣ୍ଟା ପରେ ଫେରିଲା ଜୀବନ

ମୃତ୍ୟୁର ୫ ଘଣ୍ଟା ପରେ ଫେରିଲା ଜୀବନ

ଅଲ୍ଲୀଗଡ଼, ୨୩।୪ : ଆଜିକାର ଆଧୁନିକ ଯୁଗରେ ମଧ୍ୟ ଅନେକ ସମୟରେ ବିଭିନ୍ନ ବିଚିତ୍ର ତଥା ଅଲୌକିକ ଘଟଣା ଘଟିଥାଏ, ଯାହାର ଉତ୍ତର ଦେବାକୁ ବିଜ୍ଞାନଶାସ୍ତ୍ର ସମର୍ଥ ହୋଇ ନ ଥାଏ। ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ଅଲ୍ଲୀଗଡ଼ ଅତରୌଲିସ୍ଥିତ କିରଥଲ ଗାଁରେ ଘଟିଛି।

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଟୋକିଓ, ୨୨।୪ : ଦକ୍ଷିଣ ଜାପାନର କିକାଇ ସହରରେ ବାସ କରୁଥିବା ପୃଥିବୀର ବୟସ୍କା ମହିଳା ନାବି ତାଜିମାଙ୍କର ୧୧୭ ବର୍ଷ ବୟସ ପରଲୋକ ହୋଇଛି। ଗତ ଜାନୁୟାରୀଠାରୁ ସେ ହସ୍ପିଟାଲ ଭର୍ତ୍ତି ହୋଇଥିଲେ। ସେ ୧୯୦୦ ମସିହା ଅଗଷ୍ଟମାସରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କ ପରିବାରରେ ୧୬୦ ଜଣ ସଦସ୍ୟ ଅଛନ୍ତି।