ବାଣିଜ୍ୟ |

ଅାୟକର ରିଟର୍ନ ଦାଖଲ ଅବଧି ବୃଦ୍ଧି

ଅାୟକର ରିଟର୍ନ ଦାଖଲ ଅବଧି ବୃଦ୍ଧି

ନୂଅାଦିଲ୍ଲୀ,୧ା୮(ପି.ଟି.): ଯେଉଁ ଟିକସଦାତାମାନେ ଏ ପଯର୍ୟନ୍ତ ୨୦୧୬-୧୭ ଅାର୍ଥିକ ବର୍ଷ ପାଇଁ ଅାୟକର ରିଟର୍ନ (ଅାଇଟିଅାର୍) ଦାଖଲ କରି ନାହାନ୍ତି ସେମାନଙ୍କୁ ଅାୟକର ବିଭାଗ ଅାଉ ଏକ ସୁଯୋଗ ଦେଇଛି ପୂର୍ବରୁ ଜୁଲାଇ ୩୧କୁ ଏଥିପାଇଁ ଅନ୍ତିମ ଦିବସ ଧାଯର୍ୟ କରାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ଅଗଷ୍ଟ ୫ ପଯର୍ୟନ୍ତ ବୃଦ୍ଧି କରାଯାଇଛି ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତ ଟିକସଦାତାଙ୍କ ବିଭିନ୍ନ ସମସ୍ୟାକୁ ବିଚାର କରି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ବିଭାଗର ଅଫିସିଅାଲ ଟୁଇଟର ଅାକାଉଣ୍ଟରେ କୁହାଯାଇଛି ସୋମବାର ରାଜସ୍ବ ବିଭାଗ ଓ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)ର ଏକ ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଅାଯାଇଛି

All Right Reserved By

Model This Week

ନିକିତା

ବାଣିଜ୍ୟ |

ସଂସ୍କାର ପ୍ରକ୍ରିୟାରୁ ମିଳୁଛି ଲାଭ, ଭାରତରେ ଜରୁରୀ  ଅଧିକ ପଦକ୍ଷେପ : ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି

ସଂସ୍କାର ପ୍ରକ୍ରିୟାରୁ ମିଳୁଛି ଲାଭ, ଭାରତରେ ଜରୁରୀ ଅଧିକ ପଦକ୍ଷେପ : ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି

ନୂଆଦିଲ୍ଲୀ, ୨୦-୪ ଘରୋଇ ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଉପରେ ବର୍ତ୍ତମାନ ଗୁରୁତ୍ୱାରୋପ କରିଛନ୍ତି। ବଜାରର ଅଭିବୃଦ୍ଧିରେ ଉନ୍ନତି ଆଣିବା ଲାଗି ସରକାର ବିଭିନ୍ନ ପ୍ରକାରର ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଭଳି ବିଭିନ୍ନ ପ୍ରକାର ପଦକ୍ଷେପ ଯୋଗୁ ଏହାର ଲାଭ ମିଳୁଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପ୍ରକାଶ କରିଛି।

ଏଟିଏମ୍‌ ସଙ୍କଟ: ସରକାରଙ୍କ ଉପରେ ବର୍ଷିଲେ ୟଶଓ୍ବନ୍ତ ସିହ୍ନା

ଏଟିଏମ୍‌ ସଙ୍କଟ: ସରକାରଙ୍କ ଉପରେ ବର୍ଷିଲେ ୟଶଓ୍ବନ୍ତ ସିହ୍ନା

ନୂଆଦିଲ୍ଲୀ, ୨୦-୪ ଦେଶରେ ବିଭିନ୍ନ ପ୍ରାନ୍ତରେ ଥିବା ଏଟିଏମ୍‌ଗୁଡିକରେ ନଗଦର ଅଭାବ ଦେଖାଦେଇଥିବା ବେଳେ ଏହାକୁ ନେଇ ଲୋକମାନେ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧି ଦଳଗୁଡିକ ମଧ୍ୟ ସରକାରଙ୍କୁ ଏ ନେଇ ବିଭିନ୍ନ ସମାଲୋଚନା କରିଛନ୍ତି। ନୋଟ ସଙ୍କଟ ବେଶି ଦିନ ରହିବ ନାହିଁ ବୋଲି ସରକାର ଲୋକଙ୍କୁ ଆଶ୍ୱସନା ଦେଇଥିବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ୟଶଓ୍ବନ୍ତ ସିହ୍ନା କିନ୍ତୁ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ନୋଟ ସଙ୍କଟ ଲାଗି ସରକାର ଏବଂ ଆର୍‌ବିଆଇ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ସେ କହିଛନ୍ତି।

ଲଣ୍ଡନ, ସିଙ୍ଗାପୁରରେ କାର୍ଯ୍ୟାଳୟ ଖୋଲିବ ୟେସ୍‌ ବ୍ୟାଙ୍କ,ମିଳିଲା ଆରବିଆଇ ମଞ୍ଜୁରୀ

ଲଣ୍ଡନ, ସିଙ୍ଗାପୁରରେ କାର୍ଯ୍ୟାଳୟ ଖୋଲିବ ୟେସ୍‌ ବ୍ୟାଙ୍କ,ମିଳିଲା ଆରବିଆଇ ମଞ୍ଜୁରୀ

ବମ୍ବେ, ୨୦-୪ ଘରୋଇ କ୍ଷେତ୍ରରେ ମଧ୍ୟମ ବର୍ଗର ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ଲଣ୍ଡନ ଏବଂ ସିଙ୍ଗାପୁର ଭଳି ବଡବଡ ସହରଗୁଡିକରେ ଏହାର କାର୍ଯ୍ୟାଳୟ ଖୋଲିବ। ଏଥି ଲାଗି ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଅନୁମତି ଲାଭ କରିଛି। ଏହା ଦ୍ୱାରା ଉକ୍ତ ସ୍ଥାନଗୁଡିକରେ ରହୁଥିବା ଭାରତୀୟ ଲୋକମାନଙ୍କୁ ଉତ୍ତମ ସେବା ଯୋଗାଣ ତଥା ନିଜର ବ୍ୟବସାୟ ବୃଦ୍ଧି ଉପରେ ବ୍ୟାଙ୍କ ଧ୍ୟାନ କେନ୍ଦ୍ରିତ କରିଛି।

ସ୍କିଲ୍‌ଡ ଇନ୍‌ ଓଡିଶା ଲୋଗୋ ଉନ୍ମୋଚିତ

ସ୍କିଲ୍‌ଡ ଇନ୍‌ ଓଡିଶା ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର, ୨୦-୪ ରାଜ୍ୟ ସରକାରଙ୍କ ସ୍କିଲ୍‌ ଇନିସିଏଟିଭ୍‌ ଅନ୍ତର୍ଗତ ‘ସ୍କିଲ୍ଡ୍‌-ଇନ୍‌-ଓଡ଼ିଶା’ ଅଭିଯାନର ବ୍ରାଣ୍ଡ୍‌ ଆଇଡେଣ୍ଟିଟି ଲୋଗୋ ଗୁରୁବାର ଉନ୍ମୋଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରି କହିଛନ୍ତି, ଦକ୍ଷତା ବିକାଶ ପାଇଁ ରାଜ୍ୟ ଚଳାଇଥିବା ଏହି ଅଭିଯାନ ବିଶ୍ୱସ୍ତରରେ ପରିଚୟ ହାସଲ କରିବ।

ଜୁନ୍‌ ପହିଲାରୁ ଓଡିଶାରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌

ଜୁନ୍‌ ପହିଲାରୁ ଓଡିଶାରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌

କଟକ,୨୦-୪ ଚଳିତବର୍ଷ ଜୁନ୍‌ ପହିଲାରୁ ସାରା ରାଜ୍ୟରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌ କାର୍ଯ୍ୟକାରୀ ହେବ। ଏହି ନିୟମକୁ ଯେଉଁ ରପ୍ତାନିକାରୀ ଅବମାନନା କରିବେ ସେମାନଙ୍କ ଉପରେ ଆଇନ୍‌ ଅନୁଯାୟୀ ଦଣ୍ଡବିଧାନ କରାଯିବ। ଅର୍ଥାତ୍‌ ରାଜ୍ୟ ମଧ୍ୟରେ ଯେଉଁ ରପ୍ତାନିକାରୀ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଲ ପରିବହନ କରିବେ ସେମାନଙ୍କୁ ଇ-ଓ୍ବେବିଲ୍‌ ହାସଲ କରିବାକୁ ପଡିବ। ଓଡିଶା ଆସେମ୍ବ୍ଲି ଅଫ୍‌ ସ୍ମଲ ଆଣ୍ଡ୍‌ ମିଡିୟମ ଏଣ୍ଟରପ୍ରାଇଜେସ୍‌(ଓଏଏସଏମ୍‌ଇ)ପକ୍ଷରୁ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ବାଣିଜ୍ୟ କର କମିଶନର ଶାଶ୍ୱତ ମିଶ୍ର ଏହା କହିଛନ୍ତି।

ନରେନ୍ଦ୍ର ମୋଦି ମହିଳାଙ୍କ ସୁରକ୍ଷାକୁ ଧ୍ୟାନ ଦିଅନ୍ତୁ: ଆଇଏମ୍‌ଏଫ୍‌ ମୁଖ୍ୟ

ନରେନ୍ଦ୍ର ମୋଦି ମହିଳାଙ୍କ ସୁରକ୍ଷାକୁ ଧ୍ୟାନ ଦିଅନ୍ତୁ: ଆଇଏମ୍‌ଏଫ୍‌ ମୁଖ୍ୟ

ନୂଆଦିଲ୍ଲୀ, ୨୦-୪:ନିଜ ଦେଶର ମହିଳାମାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଖ୍ରିଷ୍ଟିଆନେ ଲାଗାର୍ଡ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ନିକଟରେ ଜମ୍ମୁ କଶ୍ମୀରର କଠୁଆ ଏବଂ ଉତ୍ତରପ୍ରଦେଶର ଉନ୍ନାଓଠାରେ ଘଟିଯାଇଥିବା ଲୋମହର୍ଷଣକାରୀ ବଳାତ୍କାର ଘଟଣାରେ ଦୁଃଖ ପ୍ରକାଶ କରି ଲାଗାର୍ଡ ଏହା କହିଛନ୍ତି। ସେ କହିଛନ୍ତି, ଭାରତରେ ଯାହା ଘଟିଯାଇଛି ତାହା ଘୃଣ୍ୟ। ଭାରତ ସରକାର ଏବଂ ଖୋଦ ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କ ସୁରକ୍ଷା ପାଇଁ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି।

ସରକାରୀ ଯୋଜନା ପାଇଁ ଆଧାରର ସର୍ବୋତ୍ତମ ପ୍ରସଙ୍ଗକୁ ନେଇ ଅନିଶ୍ଚିତ: ସୁପ୍ରିମକୋର୍ଟ

ସରକାରୀ ଯୋଜନା ପାଇଁ ଆଧାରର ସର୍ବୋତ୍ତମ ପ୍ରସଙ୍ଗକୁ ନେଇ ଅନିଶ୍ଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦-୪(ପି.ଟି):ସରକାରୀ ଯୋଜନାର ଫାଇଦା ନେବା ଲାଗି ଆଧାର ସର୍ବୋତ୍ତମ ମଡେଲ ବୋଲି ସରକାର କହୁଛନ୍ତି। ଏହାର ବୈଧତା ଉପରେ ବର୍ତ୍ତମାନ ସୁପ୍ରିମକୋର୍ଟରେ ଶୁଣାଣି ଚାଲୁଥିବା ବେଳେ ଆଧାର ମଡେଲ ସର୍ବୋତ୍ତମ କି ନୁହେଁ ଅନିଶ୍ଚିତ ବୋଲି ଗୁରୁବାର ନ୍ୟାୟାଳୟ କହିଛନ୍ତି। ଆଧାର ପାଇଁ ଯଦି କୌଣସି ବ୍ୟକ୍ତି ଯୋଜନାର ଲାଭରୁ ବଞ୍ଚିତ ହେଉଛନ୍ତି ତେବେ ତାକୁ ନେଇ ସେ କର୍ତ୍ତୃପକ୍ଷଙ୍କ ସହ ହାତାହାତି ହେଉଥିବା ସର୍ବୋଚ୍ଚ ନ୍ୟାୟାଳୟ ଉପଲବ୍ଧି କରିଛନ୍ତି।

ହ୍ୟୁଣ୍ଡାଇର ଡିଜିଟାଲ୍‌ ମାର୍କେଟିଂ କ୍ୟାମ୍ପେନ୍‌ ‘ହାଏବାଏ’: ଏକ୍ସେଣ୍ଟ ମଡେଲ ପାଇଁ ଅନ୍‌ଲାଇନ୍‌ କ୍ରୟ ସୁବିଧା

ହ୍ୟୁଣ୍ଡାଇର ଡିଜିଟାଲ୍‌ ମାର୍କେଟିଂ କ୍ୟାମ୍ପେନ୍‌ ‘ହାଏବାଏ’: ଏକ୍ସେଣ୍ଟ ମଡେଲ ପାଇଁ ଅନ୍‌ଲାଇନ୍‌ କ୍ରୟ ସୁବିଧା

ନୂଆଦିଲ୍ଲୀ, ୨୦-୪:ଦେଶର ପ୍ରମୁଖ ଯାନ ନିର୍ମାତା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଆଇଏଲ୍‌) ଆରମ୍ଭ କରିଛି ଏହାର ତୃତୀୟ ପର୍ଯ୍ୟାୟ ଡିଜିଟାଲ୍‌ ମାର୍କେଟିଂ କ୍ୟାମ୍ପେନ୍‌ ‘ହାଏବାଏ’ । ଏହି କ୍ୟାମ୍ପେନ୍‌ ‘ହ୍ୟୁଣ୍ଡାଇ ଏକ୍ସେଣ୍ଟ’ ପାଇଁ ଏପ୍ରିଲ ୧୦ରୁ ଆରମ୍ଭ ହୋଇଥିବା ବେଳେ ମେ’ ୧୦ ପର୍ଯ୍ୟନ୍ତ ଚାଲିବ। ଏ ସମ୍ପର୍କରେ ସୂଚନା ଦେଇ କମ୍ପାନୀର ବରିଷ୍ଠ ମହାପ୍ରବନ୍ଧକ ପୁନିତ ଆନନ୍ଦ କହିଛନ୍ତି, ଏହା ଗ୍ରାହକମାନଙ୍କୁ ସୋସିଆଲ୍‌ ମିଡିଆରେ ଯାନ କ୍ରୟ କରିବାର ଏକ ସୁଯୋଗ ଦେଉଛି।

୪ଜିକୁ ଅପ୍‌ଗ୍ରେଡ୍‌ ହେଲେ ମାଗଣା ଡାଟା ଦେବ ଏୟାରଟେଲ

୪ଜିକୁ ଅପ୍‌ଗ୍ରେଡ୍‌ ହେଲେ ମାଗଣା ଡାଟା ଦେବ ଏୟାରଟେଲ

ଭୁବନେଶ୍ୱର,୨୦-୪:ଦେଶର ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ ଏହାର ଗ୍ରାହକମାନଙ୍କ ପାଇଁ ନୂତନ ସୁବିଧା ଘୋଷଣା କରିଛି। ଏହି ସୁବିଧା ଅନ୍ତର୍ଗତ ଯେଉଁ ଗ୍ରାହକମାନେ ୨ଜି ବା ୩ଜି ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି ସେମାନେ ୪ଜି ସ୍ମାର୍ଟଫୋନ୍‌କୁ ଉନ୍ନୀତ ହେଲେ ମାଗଣା ୩୦ ଜିବି ଡାଟା ଲାଭ କରିବେ। ପ୍ରିପେଡ୍‌ ଗ୍ରାହକମାନେ ଦୈନିକ ଏକ ଜିବି ଲେଖାଏ ଡାଟା ୩୦ ଦିନ ପର୍ଯ୍ୟନ୍ତ ଲାଭ କରିବେ। ସେହିପରି ପୋଷ୍ଟପେଡ୍‌ ଗ୍ରାହକମାନେ ସେମାନଙ୍କର ପ୍ରଥମ ବିଲ୍‌ରେ ମାଗଣା ୩୦ ଜିବି ଡାଟା ପାଇପାରିବେ। ଏହି ଅବସରରେ କମ୍ପାନୀର ସିଏମ୍‌ଓ ବାଣି ଭେଙ୍କଟେଶ୍‌ କହିଛନ୍ତି, ବର୍ତ୍ତମାନ ଗ୍ରାହକମାନେ ଫିଚରଫୋନ୍‌ ଏବଂ ୩ଜି ଫୋନରୁ ଅପ୍‌ଗ୍ରେଡ ହେଉଥିବାବେଳେ ଏୟାରଟେଲ୍‌ର ଏହି ପଦକ୍ଷେପ ଗ୍ରାହକଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ଏଥିପାଇଁ କମ୍ପାନୀ ଦେଶର ପ୍ରମୁଖ ସ୍ମାର୍ଟଫୋନ୍‌ କମ୍ପାନୀଗୁଡିକ ସହିତ ସହବନ୍ଧିତା କରିଛି।

ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୯ ଏକ ନମ୍ବର ସ୍ମାର୍ଟଫୋନ୍‌

ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୯ ଏକ ନମ୍ବର ସ୍ମାର୍ଟଫୋନ୍‌

ଭୁବନେଶ୍ୱର,୨୦-୪:ପ୍ରମୁଖ ସ୍ମାର୍ଟଫୋନ୍‌ ନିର୍ମାତା ସାମ୍‌ସଙ୍ଗ୍‌ ସଦ୍ୟ ବଜାର ପ୍ରବେଶ କରାଇଥିବା ଗାଲାକ୍ସି ଏସ୍‌୯ ଏବଂ ଏସ୍‌୯+ ମଡେଲ୍‌ ବେଶ୍‌ ଲୋକାଦୃତ ହୋଇଛି। ଉତ୍ତମ ପ୍ରଦର୍ଶନ, ଅଡିଓ ଭିଜୁଆଲ୍‌ କ୍ୱାଲିଟି ଏବଂ ଆକର୍ଷଣୀୟ ଫିଚର ପାଇଁ ଗାଲାକ୍ସି ଏସ୍‌୯ ଏକ ନମ୍ବର ମାନ୍ୟତା ପାଇଛି ବୋଲି କଞ୍ଜ୍ୟୁମର ରିପୋଟର୍‌ସ ଡ୍ୟୁରେବିଲିଟି ଟେଷ୍ଟ୍‌ ପକ୍ଷରୁ ପ୍ରକାଶ। ଏହି ରିପୋର୍ଟ ଅନୁସାରେ ଏସ୍‌୯ ଏବଂ ଏସ୍‌୯+ର ସୁରକ୍ଷା ବୈଶିଷ୍ଟ୍ୟ, ସୁପର ସ୍ଲୋ ମୋଶନ ଭିଡିଓ ଏବଂ ଏହାର କ୍ୟାମେରା ପ୍ରତିଯୋଗୀଙ୍କଠାରୁ ଉତ୍ତମ ପ୍ରଦର୍ଶନ କରୁଛି। ସୂଚନା ଅନୁସାରେ ଗାଲାକ୍ସି ଏସ୍‌୮, ଏସ୍‌୮ ଆକ୍ଚିଭ୍‌ ଏବଂ ଏସ୍‌୮+ ମଡେଲଗୁଡ଼ିକ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି।

ମହଙ୍ଗା ହେବ ଏଟିଏମ୍‌ରୁ ଟଙ୍କା ଉଠାଣ

ମହଙ୍ଗା ହେବ ଏଟିଏମ୍‌ରୁ ଟଙ୍କା ଉଠାଣ

ନୂଆଦିଲ୍ଲୀ, ୨୦-୪:ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଏଟିଏମ୍‌ଗୁଡିକରେ ବର୍ତ୍ତମାନ ସମସ୍ୟା ଲାଗି ରହିଛି। କେଉଁଠି ଟଙ୍କା ଅଭାବ ତ ଆଉ କେଉଁଠି ମେଶିନ୍‌ ଖରାପ କାରଣରୁ ଲୋକେ ଟଙ୍କା ଉଠାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ସ୍ଥଳେ ଅନ୍ୟ ବ୍ୟାଙ୍କରୁ ଟଙ୍କା ଉଠାଇଲେ ଏବେ ଗ୍ରାହକଙ୍କୁ ଅଧିକ ଦେୟ ବହନ କରିବାକୁ ପଡିପାରେ ବୋଲି କୁହାଯାଉଛି। ଏଟିଏମ୍‌ ଶିଳ୍ପ ମହାସଂଘ(ସିଏଟିଏମ୍‌ଆଇ) ପକ୍ଷରୁ ଦେୟ ବୃଦ୍ଧି ପାଇଁ ଦାବି କରାଯାଇଛି।

ଡଷ୍ଟର ରେଞ୍ଜର ଦର କମାଇଲା ରେନୋ

ଡଷ୍ଟର ରେଞ୍ଜର ଦର କମାଇଲା ରେନୋ

ଭୁବନେଶ୍ୱର,୨୦-୪:ୟୁରୋପିଆନ୍‌ ଅଟୋମୋଟିଭ୍‌ ବ୍ରାଣ୍ଡ୍‌ ରେନୋ ଏହାର ଡଷ୍ଟର ରେଞ୍ଜର ଦର ହ୍ରାସ କରିଛି। ‘ମାଇଁ ୧୮ ଡଷ୍ଟର ରେଞ୍ଜ୍‌’ ନାମରେ କମ୍ପାନୀ ଏହି ନୂତନ ପଦକ୍ଷେପ ଗ୍ରହଣ କରିଛି। ଏହି ଯାନକୁ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହା ଏକ ନୂତନ କୌଶଳ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ। ଡଷ୍ଟରର ପେଟ୍ରୋଲ୍‌ ଭାରିଆଣ୍ଟ୍‌ ଏବେ ୭ ଲକ୍ଷ ୯୫ ହଜାର ଟଙ୍କା ଏବଂ ଡିଜେଲ୍‌ ଭାରିଆଣ୍ଟ୍‌ ୮ ଲକ୍ଷ ୯୫ ହଜାର ଟଙ୍କାରେ ଉପଲବ୍ଧ ବୋଲି କମ୍ପାନୀ ଘୋଷଣା କରିଛି। ଏହି ସୁବିଧା ଗ୍ରାହକମାନଙ୍କ ପାଇଁ ୨୦୧୮ ମାର୍ଚ୍ଚ ପହିଲାରୁ ଉପଲବ୍ଧ ହେଉଛି। ଏ ସମ୍ପର୍କରେ ରେନୋ ଇଣ୍ଡିଆର ସିଇଓ ତଥା ଏମ୍‌ଡି ସୁମିତ ସାହାଣୀ କହିଛନ୍ତି, ବର୍ତ୍ତମାନ ଡଷ୍ଟର ରେଞ୍ଜର ଦର ହ୍ରାସ କରି ଆମେ ଏହାର ସୁବିଧା ଗ୍ରାହକଙ୍କୁ ପ୍ରଦାନ କରିବାକୁ ଚାହୁଁଛୁ।