ସମ୍ପାଦକୀୟ |

ସଚ୍ଚୋଟତା ସୂଚକାଙ୍କ

ସଚ୍ଚୋଟତା ସୂଚକାଙ୍କ
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେନ୍ଦ୍ର ସରକାରୀ ଅନୁଷ୍ଠାନଗୁଡ଼ିକ କିଭଳି ଭାବେ ଦୁର୍ନୀତିବିରୋଧୀ ପଦକ୍ଷେପ ଗ୍ରହଣ କରୁଛନ୍ତି, କେତେଦୂର ଦୁର୍ନୀତିକୁ ନିୟନ୍ତ୍ରଣ କରିବାରେ ସଫଳ ହେଉଛନ୍ତି, ସେହି ଅନୁସାରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ (ସିଭିସି) ସେମାନଙ୍କର ଏକ ସୂଚକାଙ୍କ ବା ର଼୍ୟାଙ୍କିଙ୍ଗ୍‌ ପ୍ରସ୍ତୁତ କରିବ। ପ୍ରତିବର୍ଷ ଏହି ତାଲିକା ପ୍ରସ୍ତୁତ ହେବ ଏବଂ ଅଧିକ ବା କମ୍‌ ଦୁର୍ନୀତି ଭିତ୍ତିରେ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ, ସରକାରୀ ବିଭାଗ ଓ ମନ୍ତ୍ରଣାଳୟ ଇତ୍ୟାଦିକୁ ବର୍ଗୀକରଣ କରାଯିବ। ଏଥିରୁ ସେମାନଙ୍କର ଦୀର୍ଘକାଳୀନ ଦକ୍ଷତା, ଲାଭକାରିତା ଓ ସ୍ଥିରତା ଇତ୍ୟାଦି ନିରୂପିତ ହୋଇପାରିବ। ସିଭିସି କେ.ଭି. ଚୌଧ୍‌ରୀଙ୍କ କହିବା ଅନୁସାରେ ଆଇଆଇଏମ୍‌-ଅହମଦାବାଦକୁ ଏପରି ଇଣ୍ଟିଗ୍ରିଟି ଇଣ୍ଡେକ୍ସ (ସଚ୍ଚୋଟତା ସୂଚକାଙ୍କ)ର ବିକାଶ କରିବା କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହି ଇଣ୍ଡେକ୍ସର ବିକାଶ କରିବା ପାଇଁ ପ୍ରଥମେ ୨୫ଟି ସଂସ୍ଥାକୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ତୈଳ ନିଗମ, ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ, ଏନ୍‌ଟିପିସି, ଇଷ୍ଟର୍ନ କୋଲ୍‌ଫିଲ୍‌ଡସ, ଓ୍ବେଷ୍ଟର୍ନ କୋଲ୍‌ଫିଲ୍‌ଡସ, ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ, ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ, ସିଣ୍ଡିକେଟ୍‌ ବ୍ୟାଙ୍କ, ଜାତୀୟ ରାଜପଥ ପ୍ରାଧିକରଣ ଓ ରେଳ ମନ୍ତ୍ରଣାଳୟ ପ୍ରଭୃତି। ଏହାପରେ କ୍ରମଶଃ ଅନ୍ୟ ସମସ୍ତ ସରକାରୀ ଅନୁଷ୍ଠାନକୁ ସୂଚକାଙ୍କର ଅନ୍ତର୍ଭୁକ୍ତ କରାଯିବ। ସରକାରୀ ସଂସ୍ଥାଗୁଡ଼ିକରେ ସଚ୍ଚୋଟତାକୁ ସୁନିଶ୍ଚିତ କରିବାରେ ଏହା ଅନେକାଂଶରେ ସାହାଯ୍ୟ କରିବ ବୋଲି ଆଶା କରାଯାଏ। ରୋଲିଂ ଷ୍ଟୋନ୍‌ ହରିୟାଣା ଆଇଏଏସ୍‌ ଅଫିସର ତଥା ହ୍ବିଶିଲ୍‌-ବ୍ଲୋୟର୍‌ ଅଶୋକ ଖେମ୍‌କା ଇଂଲିଶ ଋଢ଼ି rolling stone (ଗୋଟିଏ ସ୍ଥାନରେ ସ୍ଥାୟୀ ଭାବେ ରହିପାରୁ ନ ଥିବା ବ୍ୟକ୍ତି)ର ଏକ ଉତ୍ତମ ଉଦାହରଣ। ସମ୍ଭବତଃ ସେ ହେଉଛନ୍ତି ପ୍ରଶାସନିକ ସେବା ଇତିହାସରେ ସବୁଠାରୁ ଅଧିକ ଥର ବଦଳି ହୋଇଥିବା ଆଇଏଏସ୍‌ ଅଫିସର। ଉତ୍ତମ ଟ୍ରାକ୍‌ ରେକର୍ଡ ଥିବା ସତ୍ତ୍ୱେ ୨୦ ବର୍ଷ ଭିତରେ ତାଙ୍କୁ ୪୬ରୁ ଅଧିକ ଥର ବଦଳି କରାଯାଇଛି। ସରକାରୀ ଚାକିରିରେ ଗୋଟିଏ ସ୍ଥାନରେ ନିର୍ଦ୍ଦିଷ୍ଟ ଅବଧି ପୂରା ହେବା ପରେ ସାଧାରଣତଃ ବଦଳି କରାଯାଇଥାଏ। ପୁଣି ଯେଉଁ ବାବୁ ରାଜନେତାମାନଙ୍କର ବିରୋଧୀ ହୋଇଥାନ୍ତି ତାଙ୍କୁ ଅବଧି ନ ପୂରିଲେ ବି ବଦଳି କରାଯାଇଥାଏ। ଖେମ୍‌କା ହେଉଛନ୍ତି ଏହି ଦ୍ୱିତୀୟ ଶ୍ରେଣୀର ବାବୁ। ଉକ୍ତ ଆଇଏଏସ୍‌ ଅଫିସରଙ୍କୁ ଏଇ ନିକଟରେ ପୁଣିଥରେ ବଦଳି କରାଯାଇଛି। ବାବୁ କୁଆଡ଼େ ଜଣେ ହରିୟାଣା ମନ୍ତ୍ରୀଙ୍କୁ କହିଲେ ଯେ, ସେ ବ୍ୟବହାର କରୁଥିବା ସରକାରୀ ଗାଡ଼ିଟି ଫେରାଇ ଦିଅନ୍ତୁ। ତାଙ୍କର ରାଜନୈତିକ ମୁନିବଙ୍କୁ ପ୍ରଶ୍ନ କରିବାର ଧୃଷ୍ଟତା ସହ୍ୟ ହେଲାନି, ଯାହା ତାଙ୍କ ବଦଳିର କାରଣ ହେଲା। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତିର ମାତ୍ର ତିନିମାସ ନ ପୂରୁଣୁ ତାଙ୍କୁ ଏଠାରୁ ବଦଳି କରାଯାଇ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କିନ୍ତୁ ଏ ନୂଆ ପଦରେ ସେ କେତେଦିନ ରହିପାରିବେ? ବାବୁଙ୍କ ଜିଲା ଗସ୍ତ ମଧ୍ୟପ୍ରଦେଶ ସରକାର କୃଷକଙ୍କ ପାଇଁ କରିଛନ୍ତି ଭାଓ୍ବନ୍ତର ଭୁଗ୍‌ତାନ ଯୋଜନା (ବିବିଓ୍ବାଇ)। ଏହି ଯୋଜନା ଅନୁସାରେ ଯେତେବେଳେ ସର୍ବାଧିକ ବିକ୍ରି ମୂଲ୍ୟରୁ ବଜାର ଦର ତଳକୁ ଖସିଯିବ, ସେତେବେଳେ କୃଷକମାନଙ୍କୁ ତା’ର କ୍ଷତିପୂରଣ ଦିଆଯିବ। ଚାଷୀମାନେ ଏହାକୁ ନେଇ ଖୁସି ଥିବା ଜଣାପଡ଼ିଛି। ତେଣୁ ୨୫ ଜଣ ଆଇଏଏସ୍‌ ଅଫିସରଙ୍କୁ ବିଭିନ୍ନ ମଣ୍ଡି ବୁଲି ସରକାରଙ୍କ ଯୋଜନା ଠିକ୍‌ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ସପ୍ତାହକ ଭିତରେ ତା’ର ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ଉକ୍ତ ଅଫିସରମାନଙ୍କ ଭିତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ପ୍ରମୁଖ ସଚିବ ପର୍ଯ୍ୟନ୍ତ ତଥା ତଳପାହ୍ୟାର ଅଧିକାରୀ ଅଛନ୍ତି। ଅଫିସରମାନଙ୍କ କାମ ହେଲା ବିବିଓ୍ବାଇ ଅଧୀନରେ ଚାଷୀମାନଙ୍କଠାରୁ ସଂଗ୍ରହ କରାଯାଉଥିବା ଉତ୍ପାଦ ନିୟମତଃ ପଞ୍ଜୀକୃତ ହୋଇଛି କି ନା, ଯୋଜନା ବିଷୟରେ ଚାଷୀମାନଙ୍କ ଅବଗତି ନିମନ୍ତେ ମଣ୍ଡିଗୁଡ଼ିକରେ ବଡ଼ ବଡ଼ ହୋର୍ଡିଂ ଓ ବ୍ୟାନର ଲାଗିଛି କି ନା ଏବଂ ବିବିଓ୍ବାଇ ପୋର୍ଟାଲରେ ଥିବା ଫସଲ ସଂକ୍ରାନ୍ତ ପରିସଂଖ୍ୟାନର କ୍ରସ୍‌-ଚେକିଂ ଜିଲା ପ୍ରଶାସନ ଦ୍ୱାରା କରାଯାଇଛି କି ନା ଇତ୍ୟାଦି ତଦାରଖ କରିବା। ସବୁକିଛି ତଦାରଖ ସାରି ଫେରିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରତ୍ୟେକ ଅଫିସରଙ୍କ ସହ ଜଣ ଜଣ କରି ଆଲୋଚନା କରିବେ। ଦୁଇବର୍ଷ ତଳେ ଯେତେବେଳେ ମଧ୍ୟପ୍ରଦେଶରେ ମରୁଡ଼ି ପଡ଼ିଥିଲା, ସେତେବେଳେ ରାଜ୍ୟ ସରକାର ଏହିପରି ପ୍ରତି ଜିଲାକୁ କ୍ଷେତ୍ରୀୟ ବାସ୍ତବତା ବୁଝିବା ଓ ସରକାରଙ୍କୁ ଆବଶ୍ୟକ ପ୍ରତିକାରାତ୍ମକ ପରାମର୍ଶ ଦେବା ନିମନ୍ତେ ଅଫିସରମାନଙ୍କୁ ପଠାଇଥିଲେ। Email: dilipcherian@gmail.com
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...