ସମ୍ପାଦକୀୟ |

ଉଞ୍ଚ ପିଣ୍ଡାରେ ବସିବ

ଉଞ୍ଚ ପିଣ୍ଡାରେ ବସିବ
ଶିବରାମ ଶତପଥୀ କଥାରେ ଅଛି- ଉଞ୍ଚ ପିଣ୍ଡାରେ ବସିବ, କୋକିଳ ପରି ଭାଷିବ। ଘର ତିଆରି କଲାବେଳେ କେବଳ ପିଣ୍ଡା ନୁହେଁ, ପୂରା ଘରଟା ଉଚ୍ଚ ଜାଗାରେ ତିଆରି କରାଯାଏ, ଯେପରି ବର୍ଷାଜଳ ଘରେ ପଶିପାରିବ ନାହିଁ। ସେପରି ବୃଷ୍ଟିଜଳ ଗାଁରୁ ସହଜରେ ନିଷ୍କାସନ ହେବା ଲକ୍ଷ୍ୟ ରଖି ଗ୍ରାମ ଉଚ୍ଚ ଜାଗାରେ ସ୍ଥାପନ କରାଯାଉଥିଲା, ଯେହେତୁ ଆବଦ୍ଧ ଜଳ ନିକଟରେ ରହିଲେ ସଂକ୍ରାମକ ରୋଗବାହକ ମଶା, ମାଛିର ପ୍ରାଦୁର୍ଭାବ ବୃଦ୍ଧି ପାଏ। ଅବଶ୍ୟ ଗ୍ରାମ, ସହର ଓ ସଭ୍ୟତା ନଦୀ ତୀରରେ ହିଁ ଗଢିଉଠିଥିଲା। ପୁଣି ଉଚ୍ଚ ଜାଗାରେ ମୁକ୍ତ ପବନ ପ୍ରବାହ ବାଧାପ୍ରାପ୍ତ ହୁଏ ନାହିଁ। ସେପରି ଆଲୋକ, ଖୋଲା ଜାଗା (ଆକାଶ) ଓ ମୃତ୍ତିକା (ବାଡି ବଗିଚା କରିବା ପାଇଁ) ଯେଉଁଠି ଉପଲବ୍ଧ ସେଠାରେ ଲୋକେ ବସବାସ କରିବା ସ୍ବାଭାବିକ। ପଞ୍ଚ ମହାଭୂତର ସମସ୍ତ ତତ୍ତ୍ୱ ଯେଉଁ ଉଚ୍ଚସ୍ଥାନରେ ଅନାୟାସ ଲବ୍ଧ, ସେଠାରେ ଜନପଦ ପ୍ରତିଷ୍ଠା କରିବା ଯେପରି ଏକ ପ୍ରଥା ଥିଲା। କାଳକ୍ରମେ ସୈନ୍ଧବ, ଗାଙ୍ଗେୟ, ଟାଇଗ୍ରିସ୍‌, ୟୁଫ୍ରେଟିସ୍‌, ନୀଳନଦୀର ସଭ୍ୟତା ଆଦି ଗଢିଉଠିଥିଲା। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ତ୍ରିକୋଣଭୂମିର ଅନ୍ତର୍ଗତ ଥିବାରୁ ପ୍ରାୟତଃ ସମତଳ। ଏ ସବୁ ଅଞ୍ଚଳରେ ମଧ୍ୟ ଅପେକ୍ଷାକୃତ ଉଚ୍ଚସ୍ଥାନରେ ଲୋକେ ଗାଁଗଣ୍ଡା ବସାଉଥିଲେ। ପାହାଡ଼ ପର୍ବତରେ ଜୀବନ କଷ୍ଟସାଧ୍ୟ। ପ୍ରଥମତଃ ଘର ତିଆରି କରିବା ପାଇଁ ସମତଳ ସ୍ଥାନଟିଏ ପାଇବା କାଠିକର ପାଠ। ଢାଲୁ ଅଞ୍ଚଳରେ କାଠର ଖୁଣ୍ଟି ପୋତି ମଞ୍ଚା ତିଆରି କରି ତା’ ଉପରେ କାଠପଟାର ଫର୍ଶ ତିଆରି କରାଯାଏ। ଏପରି ଘର ଭୁଟାନ, ସିକିମ, ହିମାଚଳ ପ୍ରଦେଶ ଭଳି ଉତ୍ତରାଞ୍ଚଳ, କଶ୍ମୀର ଓ ଉତ୍ତରପୂର୍ବ ରାଜ୍ୟଗୁଡିକରେ ପରିଦୃଷ୍ଟ ହୁଏ। କେଉଁଠି ଘର ପାଖରେ ପାର୍ବତ୍ୟ ଝରଣା ଥିଲେ ତ ଭଲ, ନଚେତ୍‌ ଦୈନନ୍ଦିନ ବ୍ୟବହାର ପାଇଁ ଜଳ ଆହରଣ କରିବା ସକାଶେ ଏମାନଙ୍କୁ ପାହାଡିଆ ରାସ୍ତାରେ ଅନେକ ଦୂର ଚାଲିଚାଲି ଯିବାକୁ ପଡେ। ଏହା କଷ୍ଟସାଧ୍ୟ। ଏଥିପାଇଁ ପାର୍ବତ୍ୟ ଅଧିବାସୀମାନେ ବଳିଷ୍ଠ, କର୍ମଠ ଓ କଷ୍ଟସହିଷ୍ଣୁ। ଏସବୁ ଅଞ୍ଚଳରେ ସ୍ତରଚ୍ୟୁତିର ଭୟ ଥିଲେ ମଧ୍ୟ କେଉଁଠି ଆବଦ୍ଧ ଜଳ ରହି ପରିବେଶ ପ୍ରଦୂଷଣର ଆଶଙ୍କା ନ ଥାଏ। ବିଦେଶୀ ଐତିହାସିକମାନେ ଦେଶରେ ବିଭେଦ ସୃଷ୍ଟି କରିବାର ବିକୃତ ତଥ୍ୟ ଦେଶବାସୀଙ୍କ ମୁଣ୍ଡରେ ପୂରାଇଲେ ଯେ ଭାରତବର୍ଷରେ ଦ୍ରାବିଡ଼ ସଭ୍ୟତା ମୁଣ୍ଡ ଟେକିଥିଲା। ଦ୍ରାବିଡ଼ମାନେ ଏ ଦେଶର ଆଦିମ ଅଧିବାସୀଙ୍କୁ ବଣଜଙ୍ଗଲକୁ ତଡିଦେଇ ଉର୍ବର ସମତଳ ଅଞ୍ଚଳରେ କୃଷି, ବାଣିଜ୍ୟ ଓ ଗୋପାଳନ କରି ସମୁନ୍ନତ ଜୀବନଯାପନ କରୁଥିଲେ। ଆର୍ଯ୍ୟମାନେ କାସ୍ପିୟାନ ସାଗରକୂଳରୁ ଆସି ଉତ୍ତରପଶ୍ଚିମ ଦିଗସ୍ଥ ହିନ୍ଦୁକୁଶ ପର୍ବତମାଳା ଭିତରେ ଥିବା ଗିରିପଥ ଦେଇ ସୈନ୍ଧବ ଗାଙ୍ଗେୟ ସମତଳ ପ୍ରଦେଶରେ ପ୍ରବେଶ କରି ଦ୍ରାବିଡମାନଙ୍କୁ ଯୁଦ୍ଧରେ ପରାସ୍ତ କରି ଦାକ୍ଷିଣାତ୍ୟର ଅପେକ୍ଷାକୃତ ଅନୁର୍ବର ଅଞ୍ଚଳକୁ ତଡିଦେଇଥିଲେ। ଏତଦ୍ଦ୍ବାରା ସେମାନେ ପ୍ରମାଣ କରିବାକୁ ଚେଷ୍ଟା କଲେ ଯେ ଆର୍ଯ୍ୟମାନେ ଏ ଦେଶର ବାସିନ୍ଦା ନୁହନ୍ତି। ବିଦେଶୀ ଔପନିବେଶିକମାନେ ଯେପରି ଇଂଲଣ୍ଡରୁ ଆସି ଏ ଦେଶରେ ଆଧିପତ୍ୟ ଜମାଇଛନ୍ତି, ଆର୍ଯ୍ୟମାନେ ମଧ୍ୟ ସେପରି। ପୁନଶ୍ଚ ‘ବିଭାଜନ କରି ଶାସନ କର’ର କୂଟନୀତି ପ୍ରୟୋଗ କରି ସେମାନେ ଆର୍ଯ୍ୟ ଓ ଅନାର୍ଯ୍ୟ ଭାବଧାରାର ବୀଜ ଭାରତୀୟଙ୍କ ଭିତରେ ବପନ କରିବାରେ କ୍ଷମ ହୋଇପାରିଲେ। ଆଦିମ ଅଧିବାସୀ (ଗିରିଜନ), ଦ୍ରାବିଡ ଓ ଆର୍ଯ୍ୟ ଏପରି ଭାରତୀୟଙ୍କୁ ତିନିଭାଗରେ ବିଭକ୍ତ କରି ପରସ୍ପର ଭିତରେ ବିଦ୍ୱେଷର ଅଙ୍କୁରୋଦଗ୍‌ମ କରାଇବାରେ ଏ ମନଗଢ଼ା ତଥ୍ୟ ସହାୟତା କଲା। ଯା’ହେଉ ସ୍ବାଧୀନତା ପରବର୍ତ୍ତୀ କାଳରେ ବୁଦ୍ଧିଜୀବୀମାନେ ଏ କୂଟନୀତି ବୁଝିପାରି ଏ ବିକୃତ ତଥ୍ୟର ବିଲୋପ ସାଧନରେ ସଚେଷ୍ଟ ଅଛନ୍ତି। ବ୍ରାହ୍ମଣୋଽସ୍ୟ ମୁଖମାସୀଦ୍‌ ବାହୁଃ ରାଜନ୍ୟକଃ କୃତଃ। ଊରୋସ୍ତଦସ୍ୟ ଯଦ୍‌ବିଶଃ ପଦ୍ଭ୍ୟାଂ ଶୂଦ୍ରୋଽଜାୟତ।ା (ଋଗ୍‌ବେଦ) ଅର୍ଥାତ୍‌ ବିରାଟ ପୁରୁଷଙ୍କ ମୁଖରୁ ବ୍ରାହ୍ମଣ, ବାହୁରୁ କ୍ଷତ୍ରିୟ, ଊରୁରୁ ବୈଶ୍ୟ ଓ ପାଦରୁ ଶୂଦ୍ର ଉତ୍ପନ୍ନ ହୋଇ ବଂଶପରମ୍ପରାକ୍ରମେ କୌଳିକ ବୃତ୍ତିରେ ପାରଦର୍ଶିତା ଲାଭ କଲେ। ”ସ୍ବେ ସ୍ବେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ।“ (ଭଗବଦ୍‌ଗୀତା) ତେବେ ଉଚ୍ଚନୀଚ ଭେଦଭାବ ଆସିଲା କେଉଁଠୁ? ଏସବୁ ମନୁଷ୍ୟକୃତ ବୈଷମ୍ୟ ମାତ୍ର। କିଛି ଲୋକଙ୍କ ଆସ୍ପର୍ଦ୍ଧା, ଆମେ ଅଧିକ ବୁଦ୍ଧିମାନ, ଅଧିକ ଶିକ୍ଷିତ ଓ ଶିଷ୍ଟ ବୋଲି ଦେଖାଇବାର ଅପଚେଷ୍ଟା କେବଳ। ଏଥିପାଇଁ ଅନ୍ୟକୁ ନୂ୍ୟନ ପ୍ରତିପାଦନ କରିବା ଅସାମାଜିକ ପ୍ରବୃତ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଣେ ଉଚ୍ଚସ୍ଥାନରେ ଅଧିଷ୍ଠିତ ହେଲେ ଅନ୍ୟମାନେ ନିମ୍ନସ୍ଥାନ ପାଇବେ, ଏହା ସ୍ବାଭାବିକ। ଅତଏବ ଉଚ୍ଚପିଣ୍ଡାରେ ବସିବାର ଅଦମ୍ୟ ଆକାଙ୍‌କ୍ଷା ସମସ୍ତଙ୍କ ହୃଦୟରେ ଥିଲେ ମଧ୍ୟ ଯେଉଁମାନଙ୍କର ମାନସିକ ଶକ୍ତି ଓ ବାହୁବଳ ଅଧିକ, ସେମାନେ ସିଂହାସନାରୂଢ଼ ହେଲେ ଓ ଅନ୍ୟମାନେ ହେଲେ ବୋଲକରା। ଅନୁରୂପ ଭାବେ ଅଢ଼େଇଶହ ବର୍ଷ ପୂର୍ବେ ଉତ୍ତରଆମେରିକାରେ କ୍ରୀତଦାସମାନେ ବିଲବାଡିରେ ଓ ସୁନାଖଣିରେ କଠିନ ପରିଶ୍ରମ କରୁଥିଲେ, ଅଥଚ ଉତ୍ପନ୍ନ କୃଷିଜାତ ଦ୍ରବ୍ୟ ଓ ଖଣିଜ ସମ୍ପଦରେ ଅଧିକାର ସାବ୍ୟସ୍ତ କଲେ ଶ୍ୱେତାଙ୍ଗମାନେ। ଶିଙ୍ଗ ଧରିବ ଜଣେ କ୍ଷୀର ପିଇବ ଆଉ ଜଣେ। ଶୋଷନ ଗୋଷ୍ଠୀର ଆଦିମ ଅଧିବାସିନୀ ସାକାଜାଓ୍ବା ଦୁଇମାସର ଶିଶୁକୁ କୋଳରେ ଧରି ପଶ୍ଚିମ ଉପକୂଳବର୍ତ୍ତୀ କାଲିଫର୍ଣ୍ଣିଆ ଯାଏ ୟୁରୋପୀୟ ଔପନିବେଶିକ ମେରିଓ୍ବେଦେର ଲୁଇସ୍‌ ଓ ଓ୍ବିଲିୟମ୍‌ କ୍ଲାର୍କଙ୍କୁ ବାଟ କଢାଇନେଲେ। ଲୋହିତ ଭାରତୀୟଙ୍କ ସହିତ ସୁସମ୍ପର୍କ ରକ୍ଷା ପାଇଁ ଅନୁବାଦକର କାମ କଲେ। ଅଥଚ ଯେଉଁ ମୁହୂର୍ତ୍ତରେ ଏ ବିଶ୍ୱାସୀ ଯୁବତୀଙ୍କ ଆବଶ୍ୟକତାର ପରିସମାପ୍ତି ହେଲା ତାଙ୍କୁ ଦୁଧରୁ ମାଛି ବାହାର କରି ଫିଙ୍ଗିବା ପରି ଉପେକ୍ଷା କରାଗଲା। ତା’ପରେ ଆଉ ତାଙ୍କର ଦେଖାମିଳିଲା ନାହିଁ। ଉଚ୍ଚସ୍ଥାନ ଅଧିକାର କରିବାର ଉତ୍ସାହ ଥିବା ସତ୍ତ୍ୱେ ସଭ୍ୟତା ଗଢିଉଠିଲା ସମତଳ ଅଞ୍ଚଳରେ। ବ୍ରହ୍ମପୁତ୍ର ଉପତ୍ୟକା ଅବା ସେଥିରୁ କିପରି ବାଦ୍‌ ପଡନ୍ତା। ଗୁଆହାଟୀ ମହାନଗରୀର ମଝି ମଝିରେ ଅଛି କିଛି ପାହାଡ଼, ଯେପରି ପୂବସରଣିଆ, କାମାକ୍ଷା ମନ୍ଦିର, ଝାଲୁକ୍‌ବାଡି ଓ ଗୁଆହାଟୀ ବିଶ୍ୱବିଦ୍ୟାଳୟର ମଧ୍ୟବର୍ତ୍ତୀ ସ୍ଥାନ, ସାତମାଇଲ, ସୀମା ସଡ଼କ ସଂସ୍ଥାର ଗେଷ୍ଟହାଉସ୍‌ ଇତ୍ୟାଦି। ୧୯୬୨ ଭାରତ-ଚାଇନା ଯୁଦ୍ଧ ସମୟର କଥା। ବିଜୁଳି ବେଗରେ ଗୁଜବ ଖେଳିଗଲା, ଚାଇନା ସୈନ୍ୟ ତେଜପୁରଯାଏ ମାଡିଆସିଲେଣି, ଗୁଆହାଟୀ ଆଉ କେତେ ଦୂର? ଭୀତତ୍ରସ୍ତ ଜନତା ଭାରତୀୟ ସେନାର ଶରଣାପନ୍ନ ହେଲା। ସେନା ଏଇ ସୁଯୋଗକୁ ଅପେକ୍ଷା କରିଥିଲା। ଲୁହା ଗରମ ଥିଲାବେଳେ ହାତୁଡିରେ ପିଟି ଆକାର ଦିଆଯାଏ। ଆଗରୁ ସୂଚ୍ୟଗ୍ର ଭୂମି ଦେବାକୁ ସ୍ବୀକାର କରୁ ନ ଥିବା ରାଜ୍ୟ ସରକାର ବୋରଜାର ରାସ୍ତା କଡରେ ଥିବା ପାହାଡଟି ଆର୍ମିକୁ ୨୯ ବର୍ଷ ପାଇଁ ଲିଜ୍‌ ସୂତ୍ରରେ ହସ୍ତାନ୍ତର କଲା। ଆର୍ମି ପକ୍କା ଗୃହମାନ ନିର୍ମାଣ କରି କିଛି ବର୍ଷ ରହିବା ପରେ ଉତ୍ତମ ଚାରଣ ଭୂମି ଅନ୍ବେଷଣ କରି ଚାଲିଗଲା। ଏନ୍‌ସିସି କ୍ୟାମ୍ପ ପାଇଁ କିଛିଦିନ ବ୍ୟବହୃତ ହେବା ପରେ ୧୯୯୧ରେ ରାଜ୍ୟ ସରକାର (ଲିଜ୍‌ ଶେଷ ହୋଇଯିବାରୁ) ପାହାଡ଼କୁ ନିଜ ଅଧିକାରକୁ ଆଣିବାକୁ ଚାହିଁଲେ। ଗୁଆହାଟୀର ବ୍ରହ୍ମପୁତ୍ର ନଦୀ ତୀରବର୍ତ୍ତୀ ଅଞ୍ଚଳ ବର୍ଷା ଋତୁରେ ମୁହୁର୍ମୁହୁଃ ବନ୍ୟା ପ୍ରପୀଡିତ ହେବାରୁ ରାଜ୍ୟ ସରକାର ଉଚ୍ଚସ୍ଥାନର ମହତ୍ତ୍ୱ ଅନୁଭବ କଲେ। ନଚେତ୍‌ ପାହାଡ ପର୍ବତକୁ ପଚାରେ କିଏ? ଆମ ରାଜ୍ୟ ସରକାର କୌଣସି କର୍ମଚାରୀକୁ ଦଣ୍ଡ ବିଧାନ କରିବାକୁ ଥିଲେ ଅବିଭକ୍ତ କୋରାପୁଟ, କନ୍ଧମାଳ, କଳାହାଣ୍ଡି ବା ବୌଦ୍ଧ ଜିଲାକୁ ବଦଳି କରନ୍ତି। କିନ୍ତୁ ସେଠାରେ ସେମାନେ ଯେ ବନ୍ୟା, ବାତ୍ୟା ଓ ବଡବଡିଆଙ୍କ ବାକ୍ୟବାଣରୁ ବହୁ ଦୂରରେ। ଯା’ ହେଉ ସୀମା ସଡ଼କ ସଂସ୍ଥା ପାହାଡ଼ଟି ଅଧିକାର କରି ପକ୍କାଘରଗୁଡିକ ସାମାନ୍ୟ ମରାମତି କରି ଅଫିସ, ଷ୍ଟୋର, ଅଫିସର୍ସ ମେସ୍‌, ଲଙ୍ଗର, ସୈନିକ ଓ ଅଫିସରଙ୍କ ପାଇଁ ଆବାସ ସ୍ଥାପନ କଲେ। ଜେନେରାଲ ରିଜର୍ଭ ଇଞ୍ଜିନିୟର ଫୋର୍ସ (ଗ୍ରେଫ୍‌)କୁ ସେଠାରୁ ଉଠାଇବା ଆସାମ ରାଜ୍ୟ ସରକାରଙ୍କ ପକ୍ଷେ ସହଜସାଧ୍ୟ ନ ଥିଲା। ୨୦୦, ଲୁଇସ୍‌ ଷ୍ଟ୍ରିଟ, ନ୍ୟୁଜର୍ସି, ୟୁଏସ୍‌ଏ, ମୋ-୦୯୪୩୭୦୧୭୨୦୨
All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ଅହମିକାର ଲଢ଼େଇ

ସମ୍ପାଦକୀୟ/ ଅହମିକାର ଲଢ଼େଇ

ଭାରତରେ ନିରପେକ୍ଷ ତଦନ୍ତ ପ୍ରସଙ୍ଗ ଉଠିଲେ ଲୋକେ ଟିକେ କଥାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନାମ ଉଠାଇଥାଆନ୍ତି। ଏହାର ଅର୍ଥ ହେଲା ସିବିଆଇ ଏକ ଭରସାଯୋଗ୍ୟ ସଂସ୍ଥା ବୋଲି ଧରାଯାଇଥାଏ। କିନ୍ତୁ ବିଗତ କିଛିବର୍ଷ ହେବ ଏହାର କାର୍ଯ୍ୟକଳାପ ...

ଦାୟିତ୍ୱବୋଧର ବିସର୍ଜନ

ଦାୟିତ୍ୱବୋଧର ବିସର୍ଜନ

ସହଦେବ ସାହୁ

ନିର୍ବାଚନ କ’ଣ ଦାୟିତ୍ୱବୋଧର ଜଳାଞ୍ଜଳି ପର୍ବ? ଦଳ ଲୁଟ୍‌ କରୁଥିବାବେଳେ ଦଳର ସଭ୍ୟ ହିସାବରେ ବ୍ୟକ୍ତିର ଦାୟିତ୍ୱ ବଢ଼ିଯିବା କଥା। କିନ୍ତୁ ଦଳ ତିଷ୍ଠିଲେ ସେମାନେ ଲାଭାନ୍ବିତ ହେବେ ଭାବି ଦଳର ଲୋକେ ତ ଦାୟିତ୍ୱବୋଧ ହରାନ୍ତି, ଭୋଟରମାନଙ୍କ ଦାୟିତ୍ୱବୋଧକୁ ବି ଜଳାଞ୍ଜଳି ଦିଅନ୍ତି। ସାଧାରଣ ନାଗରିକ ବୁଝୁ ନ ବୁଝୁ, ଆମେ ବୁଦ୍ଧିଜୀବୀମାନେ ଚୁପ୍‌ ରହି ଶାସକ ଦଳକୁ ଏ ଦିଗରେ ଉତ୍ସାହିତ କରୁଛୁ, ଭବିଷ୍ୟତ ପିଢିକୁ ଧ୍ୱଂସମୁହାଁ କରୁଛୁ। ଚୁପ୍‌ ରହିବା ଯେ ସମର୍ଥନ (ପିଙ୍ଗଳ ସଂହିତାର ଭାଷାରେ ‘ଆବେଟ୍‌’) କରିବା ଆମେ ତାହା ...

ସାମ୍ୟବାଦୀ ଚିନ୍ତାନାୟକ

ସାମ୍ୟବାଦୀ ଚିନ୍ତାନାୟକ


ବିଜୟ କୁମାର ପଢ଼ିହାରୀ

ଓଡ଼ିଶାର ରାଜନୈତିକ ଇତିହାସକୁ ପର୍ଯ୍ୟାଲୋଚନା କଲେ ଦୃଷ୍ଟିଗୋଚର ହୁଅନ୍ତି ତିନିଜଣ ମହାମନୀଷୀ- ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜନନେତା ଭଗବତୀ ଚରଣ ପାଣିଗ୍ରାହୀ। ପ୍ରତ୍ୟେକେ ଓଡ଼ିଶାର ଇତିହାସରେ ଜଣେ ଜଣେ ଯୁଗସ୍ରଷ୍ଟା। ଭାଷାଭିତ୍ତିକ ପ୍ରଦେଶ ନିର୍ମାଣ ପାଇଁ ସ୍ବତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ଜନନାୟକ ମଧୁବାବୁ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରି ଓଡ଼ିଆ ସ୍ବାଭିମାନ ଜାଗ୍ରତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ। ସେହିପରି ପଣ୍ଡିତ ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଜାତୀୟତାର ମହାମନ୍ତ୍ରରେ ଦୀକ୍ଷିତ କରି ସ୍ବାଧୀନତା ସଂଗ୍ରାମର ଜାତୀୟ ସ୍ରୋତରେ ସାମିଲ କରିଥିଲେ। ସେ ଥିଲେ ଜାତୀୟତାବାଦୀ ଚେତନା ଓ ଜାତୀୟତାବାଦୀ ସାହିତ୍ୟର ପ୍ରମୁଖ ଉଦ୍‌ଗାତା।...

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ବଳେବଳେ ଆସେ। କୌଣସି କାର୍ଯ୍ୟ କରିବାକୁ ହେଲେ ଆନ୍ତରିକ ନିଷ୍ଠା ଏକାନ୍ତ ଆବଶ୍ୟକ। ସମର୍ଥ ବ୍ୟକ୍ତିମାନେ ଯେଉଁ କାମ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେଭଳି କାର୍ଯ୍ୟକୁ ଭିନ୍ନକ୍ଷମ ବ୍ୟକ୍ତିମାନେ ବି ବେଳେବେଳେ ଅନାୟାସରେ କରିଥାଆନ୍ତି। ସେଭଳି ଜଣେ ତରୁଣୀ ହେଉଛନ୍ତି ହରିୟାଣାର ନିଷ୍ଠା ଡୁଡେଜା। ସଫଳତା ବାଟରେ ଅକ୍ଷମତା କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ ବୋଲି...

ଦୋଷ ଲଦାଲଦି

ଦୋଷ ଲଦାଲଦି

ଭାରତ ଏଭଳି ଏକ ଦେଶ ହୋଇଗଲାଣି, ଯେଉଁଠାରେ ଅଧିକାଂଶ ନିଜ ଦୋଷ ସ୍ବୀକାର କରିବାକୁ ରାଜି ହେଉନାହାନ୍ତି। ଦୋଷ ମୁଣ୍ଡ ଉପରେ ପଡ଼ିଲେ ତାହାକୁ ଅନ୍ୟ ଉପରକୁ କିଭଳି ଥୋଇଦେଇ ହେବ ସେ ଦିଗରେ ଲାଗିପଡ଼ନ୍ତି। 

ପାଇଖାନା ବିପଦ ଓ ତା’ର ପ୍ରତିକାର

ପାଇଖାନା ବିପଦ ଓ ତା’ର ପ୍ରତିକାର

ଆଜିକାଲି ଖବରକାଗଜ ଦେଖିଲେ ବହୁ ସମୟରେ ନଜରକୁ ଆସୁଛି ଶ୍ରମିକମାନେ ନୂଆ କିମ୍ବା ପୁରୁଣା ପାଇଖାନା କାମ କଲାବେଳେ ଅଜ୍ଞତାବଶତଃ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି।

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...