ସମ୍ପାଦକୀୟ |

ଶୌଚାଳୟ ଓ ସ୍ବଚ୍ଛ ଭାରତ ଅଭିଯାନ

ଶୌଚାଳୟ ଓ ସ୍ବଚ୍ଛ ଭାରତ ଅଭିଯାନ

ଡ. ପ୍ରଫୁଲ୍ଲ କୁମାର ସାହୁ
କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ। ସୁସ୍ଥ ଜୀବନ ଓ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ପରିଷ୍କାର ପରିଚ୍ଛନ୍ନତାର ସମ୍ପର୍କ ଅତ୍ୟନ୍ତ ନିବିଡ଼। ପରିମଳ ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଶୌଚାଳୟ। ଆମର ଏଣେତେଣେ ମଳତ୍ୟାଗ କରିବାର ଅଭ୍ୟାସ ହିଁ ଅନେକ ରୋଗର କାରଣ। ଗାଁ ହେଉ କି ସହର ସବୁଠି ଏବେ ବିପର୍ଯ୍ୟସ୍ତ ଆମ ପରିମଳ ବ୍ୟବସ୍ଥା। ଆର୍ଥିକ ଦୃଷ୍ଟିକୋଣରୁ ଗ୍ରାମାଞ୍ଚଳରେ ସୁଧୁରିଲାଣି ଲୋକଙ୍କ ସ୍ଥିତି। ପୂର୍ବାପେକ୍ଷା ସେମାନେ ଭଲ ଖାଇଲେଣି, ଭଲ ପିନ୍ଧିଲେଣି ଏବଂ ରହିବା ପାଇଁ ନିର୍ମାଣ କଲେଣି ଭଲ ଘର। ଗାଁର ଘରେ ଘରେ ଏବେ ଉପଲବ୍ଧ ହେଲାଣି ଟେଲିଭିଜନ୍‌ ଓ ମୋବାଇଲ୍‌ ଫୋନ୍‌। ସବୁ ଥିବା ଭିତରେ କିନ୍ତୁ ମିଳୁନି ଶୌଚାଳୟ ସୁବିଧା। ଲୋକଙ୍କ ଚଳଣି ବଦଳିଛି ସତ କିନ୍ତୁ ବଦଳିପାରୁନି ମୁକ୍ତ ଆକାଶ ତଳେ ମଳମୂତ୍ର ତ୍ୟାଗ କରିବାର ମାନସିକତା। ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ତିଆରି ହେଉଛି ଘର, ମାତ୍ର ସ୍ଥଳବିଶେଷରେ ଘରେ ପାଇଖାନା ନିର୍ମାଣକୁ ବିରୋଧ କରୁଛନ୍ତି ପରିବାରର ବୟସ୍କ ସଦସ୍ୟ। ସେମାନଙ୍କ ଦୃଷ୍ଟିରେ ବୋହୂ ମଥାରୁ ଟିକେ ଓଢ଼ଣା ଖସିଗଲେ ତଳେ ପଡ଼ିଯାଏ ଘରର ଇଜ୍ଜତ୍‌, ଅଥଚ ଖୋଲା ପଡ଼ିଆରେ କିମ୍ବା ରାସ୍ତା କଡ଼ରେ ବୋହୂ ଝାଡ଼ା ବସିଲେ ଆଦୌ ଊଣା ହୁଏନି ପରିବାରର ସମ୍ମାନ। ପୁରୁଷ ଲୋକଟିଏ ଦିନ ଦ୍ୱିପ୍ରହରରେ ଖୋଲା ଜାଗାରେ ମଳତ୍ୟାଗ କରି ନଈ ପୋଖରୀରେ ଶୌଚକ୍ରିୟା ସାରିଦେଇ ପାରେ ନିଧଡ଼କ ଭାବରେ, ମାତ୍ର ସମାନ ସ୍ଥିତିରେ ଜଣେ ମହିଳା ପାଇଁ ଥାଏ ସମ୍ମାନ ଓ ନିରାପତ୍ତାର ପ୍ରଶ୍ନ। ତେଣୁ ଅଧିକାଂଶ ସ୍ଥଳେ ଏହି ପ୍ରାକୃତିକ କ୍ରିୟା ସମ୍ପାଦନ କରିବା ପାଇଁ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼େ ରାତି ଆସିବା ପର୍ଯ୍ୟନ୍ତ। ଆମ ରାଜ୍ୟର ଗ୍ରାମାଞ୍ଚଳରେ ୮୬ ପ୍ରତିଶତ ପରିବାର ପାଖରେ ପାଇଖାନା ସୁବିଧା ନାହିଁ। ଯେଉଁ ୧୪ ପ୍ରତିଶତ ପରିବାର ପାଖରେ ଅଛି, ସେଗୁଡ଼ିକ ମଧ୍ୟରୁ କେଉଁଠି ପାଣିର ସୁବିଧା ନାହିଁ ତ କିଏ ପଡ଼ି ରହିଛି ଅଚଳ ଅବସ୍ଥାରେ। ଘରେ ପାଇଖାନା ଥାଇ ବି କିଛି ଲୋକ ବାହାରକୁ ଯିବା ପାଇଁ ପସନ୍ଦ କରୁଛନ୍ତି ଅଭ୍ୟାସବଶତଃ। ରାଜ୍ୟର ଏକ ଚତୁର୍ଥାଂଶ ଅଙ୍ଗନଓ୍ବାଡ଼ି ଓ ସାତ ପ୍ରତିଶତ ସରକାରୀ ବିଦ୍ୟାଳୟରେ ଶୌଚାଳୟ ନାହିଁ। ଏବେ ଦେଖିବା ଦ୍ରୁତ ବିକାଶ ପଥରେ ଧାଉଁଥିବା ସହରାଞ୍ଚଳର ପରିମଳ ଚିତ୍ର। ସହର କହିଲେ ତ ସବୁଆଡ଼େ ଖାଲି ନିର୍ମାଣ ଇ ନିର୍ମାଣ। ସେଠାରେ ମୁକ୍ତାକାଶ ତଳେ ମଳମୂତ୍ର ତ୍ୟାଗ ପାଇଁ ନ ଥାଏ ବିସ୍ତୃତ ଖୋଲାପଡ଼ିଆ। ନଈ, ନାଳ ଓ ରାସ୍ତା କଡ଼ରେ ମଳମୂତ୍ର ତ୍ୟାଗ କରିବାକୁ ବାଧ୍ୟ ହୁଅନ୍ତି ଘରେ ପାଇଖାନା ନ ଥିବା ହଜାର ହଜାର ଲୋକ। ଜନସଂଖ୍ୟା ଦୃଷ୍ଟିରୁ ସହର ଭିତରେ ଥିବା ସର୍ବସାଧାରଣ ଶୌଚାଳୟଗୁଡ଼ିକର ସଂଖ୍ୟା ଅତି ନଗଣ୍ୟ। ପୁଣି ବସଷ୍ଟାଣ୍ଡ ଭଳି ଜନାକୀର୍ଣ୍ଣ ସ୍ଥାନରେ ରହିଥିବା ପରିସ୍ରାଗାରଗୁଡ଼ିକର ଅବସ୍ଥା ଏତେ ଶୋଚନୀୟ ଯେ ସେସବୁ ବ୍ୟବହାର କରିବା ଅର୍ଥ ଜୀବାଣୁ ସଂକ୍ରମଣକୁ ଆମନ୍ତ୍ରଣ କରିବା। ତେଣୁ ଲୋକେ ଅନନ୍ୟୋପାୟ ହୋଇ ପରିସ୍ରା କରିପକାନ୍ତି କେଉଁ କ୍ୟାବିନ୍‌ ପଛରେ ବା କାହା ପାଚେରି କଡ଼ରେ। ଏଭଳି ସ୍ଥିତିରେ ମହିଳା ଯାତ୍ରୀମାନେ ଭୋଗୁଥିବା ଯନ୍ତ୍ରଣା କଥା ନ କହିବା ଭଲ। ଦେଶବାସୀଙ୍କୁ ଉନ୍ନତ ପରିମଳ ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ ୧୯୮୬ ମସିହାରେ କାର୍ଯ୍ୟକାରୀ ହେଲା କେନ୍ଦ୍ର ପରିମଳ ବ୍ୟବସ୍ଥା। ଏହି କ୍ରମରେ ସମ୍ପୂର୍ଣ୍ଣ ପରିମଳ ବ୍ୟବସ୍ଥା (୧୯୯୯), ନିର୍ମଳ ଭାରତ ଅଭିଯାନ (୨୦୧୨) ଏବଂ ୨୦୧୪ରେ ଆରମ୍ଭ ହେଲା ସ୍ବଚ୍ଛଭାରତ ଅଭିଯାନ। ମାତ୍ର ଯେତେଯାହା ଯୋଜନା ହେଲେ ବି ଆଖିଦୃଶିଆ ଭାବେ ବଦଳୁ ନାହିଁ ପରିଚ୍ଛନ୍ନତାର ଚିତ୍ର। ଏବେ ବି ଦେଶର ପ୍ରାୟ ୫୦କୋଟି ଲୋକ ମଳତ୍ୟାଗ କରନ୍ତି ନଦୀ ଆଡ଼ି, ପୋଖରୀ ହୁଡ଼ା କିମ୍ବା ବୁଦା ଉହାଡ଼ରେ। ଖୋଲା ସ୍ଥାନରେ ମଳତ୍ୟାଗ କରିବା କ୍ଷେତ୍ରରେ ଭାରତର ସ୍ଥାନ ହେଉଛି ପୃଥିବୀରେ ପ୍ରଥମ ଏବଂ ଆମ ଦେଶ ତଳକୁ ରହିଛି ଯଥାକ୍ରମେ ଇଣ୍ଡୋନେସିଆ, ପାକିସ୍ତାନ ଓ ନାଇଜେରିଆ। ଭାରତରେ ଏଭଳି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ କୁହାଯାଉଛି ଜାତୀୟ ଲଜ୍ଜା। ଏହି ବିଫଳତାକୁ ନେଇ ଜାତୀୟ ସ୍ତରରେ ଓଡ଼ିଶାର ସ୍ଥିତି ଆହୁରି ଲଜ୍ଜାଜନକ। ଜାତୀୟ ସାମ୍ପଲ ସର୍ଭେ ରିପୋର୍ଟ ଅନୁସାରେ ସ୍ବଚ୍ଛତା ତାଲିକାରେ ୨୬ଟି ପ୍ରମୁଖ ରାଜ୍ୟ ମଧ୍ୟରୁ ଓଡ଼ିଶାର ସ୍ଥାନ ତଳଆଡ଼ୁ ତୃତୀୟ। ଓଡ଼ିଶା ତଳକୁ ଅଛି ଝାଡ଼ଖଣ୍ଡ ଓ ଛତିଶଗଡ଼। ୨୦୧୪ ଅକ୍ଟୋବର ୨ ତାରିଖରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ ହେବାର ୮ମାସ ପରେ ସହରଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ପରଖିବା ପାଇଁ ୪୭୬ଟି ସହରକୁ ନେଇ ଦେଶରେ ଆରମ୍ଭ ହୋଇଥିଲା ଏକ ବିଶ୍ଳେଷଣାମତ୍କ ସର୍ଭେ କାର୍ଯ୍ୟକ୍ରମ। ଏଥିରେ ସାମିଲ ହୋଇଥିଲା ଆମ ରାଜ୍ୟର ରାଜଧାନୀ ସମେତ ୧୦ଟି ସହର। ସର୍ବେକ୍ଷଣ ତଥ୍ୟ ଅନୁସାରେ କଟକ, ପୁରୀ ଓ ଭୁବନେଶ୍ୱର ଯଥାକ୍ରମେ ୨୯୬, ୨୯୮ ଓ ୩୩୧ ସ୍ଥାନରେ ଥିବାବେଳେ ସମ୍ବଲପୁରକୁ ମିଳିଛି ୪୬୭ତମ ସ୍ଥାନ। ଅନ୍ୟ ୬ଟି ସହରର ସ୍ଥିତି ମଧ୍ୟ ଲଜ୍ଜାଜନକ। ରାଜ୍ୟ ନଗର ଊନ୍ନୟନ ବିଭାଗ ପକ୍ଷରୁ ୫୦ଟି ପୌରାଞ୍ଚଳକୁ ନେଇ କରାଯାଇଥିବା ସର୍ବେକ୍ଷଣରୁ ଜଣାଯାଏ, ଦେଶରେ ୧ ନମ୍ବର ସ୍ମାର୍ଟ ସିଟି ଭାବେ ମାନ୍ୟତା ପାଇଥିବା ଭୁବନେଶ୍ୱର ପୌରାଞ୍ଚଳରେ ମାତ୍ର ୮୧ ପ୍ରତିଶତ ପରିବାର ପାଖରେ ଅଛି ନିଜସ୍ବ ପାଇଖାନା। ଅନ୍ୟତମ ସ୍ମାର୍ଟ ସିଟି ଇସ୍ପାତ ନଗରୀରେ ନିଜସ୍ବ ପାଇଖାନା ବ୍ୟବହାର କରନ୍ତି ୮୪ ପ୍ରତିଶତ ପରିବାର। ପୁରୀରେ ଏହି ହାର ୭୭ ହୋଇଥିବା ବେଳେ ହଜାର ବର୍ଷର ସହର କଟକରେ ତାହା ୬୫ ପ୍ରତିଶତରେ ସୀମିତ। ଏ ବିଷୟରେ ବ୍ୟାପକ ପ୍ରଚାର ହେଲେ ଲୋକେ ବୁଝିବେ ଶୌଚାଳୟ ସହିତ ସ୍ବାସ୍ଥ୍ୟରକ୍ଷାର ସମ୍ପର୍କ।
ମୋ- ୯୪୩୮୮୫୫୦୮୮

All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ପଦକ୍ଷେପ ଯଥେଷ୍ଟ ନୁହେଁ

ଆଜିର ଅର୍ଥନୀତି/ପଦକ୍ଷେପ ଯଥେଷ୍ଟ ନୁହେଁ

ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ସିଇଓ ଏବଂ ଏମ୍‌ଡି (ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ) ଚନ୍ଦା କୋଛରଙ୍କ ବିରୋଧରେ ଶେଷରେ ଯେଉଁ ପଦକ୍ଷେପ ନେଲେ, ତାହା ସେ ବହୁ ଆଗରୁ ନେବାର ଥିଲା। ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଶେଷହେବା ପୂର୍ବରୁ ତାଙ୍କୁ ବାଧ୍ୟତାମୂଳକ ଭାବେ ଛୁଟି ଦିଆଯାଇଛି। କୋଛର ହେଉଛନ୍ତି ଭାରତୀୟ ବ୍ୟାଙ୍କିଙ୍ଗ୍‌ ଶିଳ୍ପର ଜଣେ ପୁରୁଣା ଖେଳାଳି। କର୍ପୋରେଟ୍‌ ଗଭର୍ନାନ୍ସର ନିୟମ ଉଲ୍ଲଂଘନ କରି ଋଣ ପ୍ରଦାନରେ ଅନୁଚିତ ଅନୁକମ୍ପା ଦେଖାଇଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି। କୋଛର ପ୍ରସଙ୍ଗକୁ ପରିଚାଳନା କରିବାରେ ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡର ଭୂମିକା ...

ସେମାନେ ଦେଖିଥିବା ଭାରତ

ସେମାନେ ଦେଖିଥିବା ଭାରତ

ଡ. ବାଞ୍ଛାନିଧି ପଣ୍ଡା ନିଜ ଦେଶର ଅତୀତର ଏକ ଉଜ୍ଜ୍ୱଳ ଚିତ୍ରର କୌଣସି ବିବରଣୀ ଆମେ ଯେତେବେଳେ ପଢିବାକୁ ପାଉ ଦେଶ ବିଷୟରେ ଗର୍ବ ଓ ଗୌରବର ଭାବନା ଆମ ମନରେ ସ୍ବତଃ ସୃଷ୍ଟି ହୁଏ। ଚାରିଜଣ ପରିବ୍ରାଜକଙ୍କ ଲେଖାରୁ ଆମେ ଭାରତବର୍ଷର ଅତୀତର ଏପରି ଏକ ଚିତ୍ର ଦେଖିବାକୁ ପାଉ। ସେମାନେ ହେଲେ ମେଘାସ୍ଥିନିସ, ଫାହିୟାନ, ହୁଏନ୍‌ସାଂ ଓ ଆଲବାରୁଣି। ମେଘାସ୍ଥିନିସ ଓ ଆଲବାରୁଣି ଉଭୟେ ବିଦ୍ୱାନ ସଭାସଦ୍‌ ଥିଲେ। ତେଣୁ ସେମାନେ ତାଙ୍କ ରଚନାରେ ଭାରତର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱାରୋପ କରିଛନ୍ତି। ମାତ୍ର ଫାହିୟାନ ଓ ହୁଏନ୍‌ସାଂ ସନ୍ନ୍ୟାସୀ ପରିବ୍ରାଜକ ହୋଇଥିବାରୁ ସେମାନେ ଧର୍ମ ବିଷୟକ ବିବରଣୀକୁ ...

ଷ୍ଟାର୍‌ ଷ୍ଟାଟସ୍‌

ଷ୍ଟାର୍‌ ଷ୍ଟାଟସ୍‌

ପ୍ରକାଶ କୁମାର ସିଂହ ଷ୍ଟାର୍‌ମାନେ ଖାଲି ଆକାଶରେ ରହନ୍ତିନି, ଏଇ ମାଟିରେ ବି ଲୀଳାଖେଳା କରନ୍ତି ଆଉ ଅନେକଙ୍କର ହୃଦୟ ଜିଣନ୍ତି ଆଜ୍ଞା। ଷ୍ଟାରମାନେ ହେଲେ ଆମର ଆଦର୍ଶ। କିଏ କ୍ରୀଡ଼ା ଜଗତର ଷ୍ଟାର୍‌, କିଏ ଫିଲ୍ମ ଜଗତର ଷ୍ଟାର୍‌, କିଏ ସଙ୍ଗୀତ ଜଗତର ତ କିଏ ବିଜ୍ଞାନ ଦୁନିଆର ଷ୍ଟାର୍‌। ଷ୍ଟାର୍‌- ଯାହାକୁ ଆମେ ତାରକା କହୁ। ସେମାନେ ଆମ ଭଳି ସାଧାରଣ ମଣିଷ କିନ୍ତୁ ଅସାଧାରଣ ସେମାନଙ୍କର ପ୍ରତିଭା, ସେବା ମନୋଭାବ, ଧୈର୍ଯ୍ୟ, ସାହସ ଅବା କୃତିତ୍ୱ। କେଉଁ ଫିଲ୍ମରେ ବସ୍ତିର ପିଲା ଭୂମିକା କରି କିଏ ଷ୍ଟାର୍‌ ଷ୍ଟାଟସ୍‌ ପାଇଛି ତ କିଏ ବାଳକ ବୁଦ୍ଧିଆ ପରି ମାରାଥନ ଦୌଡି ଷ୍ଟାର୍‌ ପାଲଟିଛି। ତିଆରି ହୋଇଛି ଫିଲ୍ମ ବୁଦ୍ଧିଆ ବର୍ନ ଟୁ ରନ୍‌...। କିଏ ଡକାୟତକୁ ଘର ...

ଏଇ ଭାରତରେ

ଏଇ ଭାରତରେ

ଖେଳ ଶାରୀରିକ ବ୍ୟାୟାମ ତଥା ମନୋରଞ୍ଜନର ଏକ ଉତ୍ସ। ଏହା ଶିଶୁ, କିଶୋର ଓ ଯୁବକମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ଏଥିପାଇଁ ଖେଳୁଆଡ଼ ମନୋବୃତ୍ତି ରହିବା ଦରକାର। ତା’ ନ ହେଲେ ଖେଳରୁ ବିବାଦ ସୃଷ୍ଟି ହୋଇ ଗଣ୍ଡଗୋଳ, ମାଡ଼ପିଟ ଓ ବେଳେବେଳେ ମୃତ୍ୟୁର କାରଣ ହୋଇପାରେ। ଦୁଇପକ୍ଷ ମଧ୍ୟରେ ବିଭେଦ ସୃଷ୍ଟିହୋଇ ଗଣ୍ଡଗୋଳ ହୋଇଥାଏ। କ୍ରିକେଟ୍‌ ଖେଳକୁ ନେଇ ଖଣ୍ଡଯୁଦ୍ଧ। ଏଥିରେ ଜଣେ ୧୫ବର୍ଷର ବାଳକ ବଳିପଡିଛନ୍ତି। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବାଲିଆଠାରେ। ମାସକ ତଳେ ଏକ କ୍ରିକେଟ୍‌ ମ୍ୟାଚ୍‌କୁ କେନ୍ଦ୍ରକରି ଭିକପୁର ଏବଂ ଶ୍ରୀପୁର ଗଁାର ଯୁବକଙ୍କ ମଧ୍ୟରେ ମାଡପିଟ ହୋଇଥିଲା। ଦୁଇ ଗଁାର ଭଦ୍ରଲୋକ ମଧ୍ୟସ୍ଥ ସାଜି ଗଣ୍ଡଗୋଳର ସମାଧାନ କରିଥିଲେ। ପରିସ୍ଥିତି କିଛିଦିନ ପାଇଁ ଶାନ୍ତ ପଡ଼ିଯାଇଥିଲା। କିନ୍ତୁ ବୁଧବାର ...

ପ୍ରାଣୀଙ୍କ ଜୀବନ ସହ ଖେଳ

ପ୍ରାଣୀଙ୍କ ଜୀବନ ସହ ଖେଳ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରତିବର୍ଷ ବିଜ୍ଞାନାଗାରରେ କୋଟି କୋଟି ପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗ କଟାଯାଉଛି। ଯେଉଁମାନେ ସରକାରରେ ଅଛନ୍ତି, ସେମାନେ ଭାବୁଛନ୍ତି ମଣିଷଙ୍କ ହିତ ପାଇଁ ଏହା ନିହାତି ଦରକାର। ସେମାନଙ୍କ ଧାରଣା ଯେକୌଣସି ଜିନିଷ ମଣିଷ ପାଖରେ ପହଞ୍ଚିବା ପୂର୍ବରୁ ପ୍ରାଣୀଠାରେ ପରୀକ୍ଷା ହୋଇଥିବା ଜରୁରୀ। ତେବେ ପ୍ରଶ୍ନ ଉଠୁଛି, ଏହା କ’ଣ ସତରେ ମଣିଷକୁ ନିରାପଦ କରୁଛି? ଚିନ୍ତା କରନ୍ତୁ, ପକ୍ଷୀ ପାଇଁ ଉଦ୍ଭାବିତ କୌଣସି ନୂଆ ଔଷଧକୁ କେବଳ ପକ୍ଷୀଠାରେ ହିଁ ପରୀକ୍ଷା କରାଯାଉଛି। ଏହାକୁ କ’ଣ କୁକୁରଠାରେ ପରୀକ୍ଷା କରାଯାଇପାରିବ? ତେଣୁ କାହିଁକି ମୂଷାଠାରେ ପରୀକ୍ଷିତ ଔଷଧ ମଣିଷକୁ ଦିଆଯିବ? ...

 ପରୀକ୍ଷା କେନ୍ଦ୍ରରେ ସିସି ଟିଭି

ପରୀକ୍ଷା କେନ୍ଦ୍ରରେ ସିସି ଟିଭି

ଡ. ସୁବାସ ଚନ୍ଦ୍ର ପାତ୍ର ଏବେ ଯୁକ୍ତ ୨ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସି ଟିଭି ଲାଗିବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେ ତାହା ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟ ସ୍ତରୀୟ ପରୀକ୍ଷା କେନ୍ଦ୍ରରେ ଲଗାଇବାକୁ ମନସ୍ଥ କରାଯାଇଛି। ତେବେ ଏହି ସିସି ଟିଭି ଲାଗିବା ନେଇ ମିଶ୍ର ପ୍ରତିକ୍ରିୟା ଶୁଣିବାକୁ ମିଳୁଛି। କେତେକେ କହୁଛନ୍ତି, କିଛି ନ ହେଲେ ବି ପରୀକ୍ଷାର୍ଥୀ, ପରୀକ୍ଷା ନିୟନ୍ତ୍ରକ, କେନ୍ଦ୍ର ଅଧୀକ୍ଷକ ଓ ଅଭିଭାବକମାନଙ୍କ ମନରେ ଭୟ ଟିକେ ରହିବ। ସେମାନେ ଅସତ୍‌ ଉପାୟ ଅବଲମ୍ବନ ବା ସେ ପାଇଁ ପୃଷ୍ଠପୋଷକତା କରିବା ପୂର୍ବରୁ ଦୁଇଥର ଭାବିବେ। ଅନ୍ୟ ଏକ ଗୋଷ୍ଠୀ ଏହାକୁ ପ୍ରଭାବୀ ବୋଲି ଭାବୁନାହାନ୍ତି। ...

ପ୍ରଜ୍ଞା, ମେଧା ଓ ଯୋଗ

ପ୍ରଜ୍ଞା, ମେଧା ଓ ଯୋଗ

ବ୍ରହ୍ମାନନ୍ଦ ପଣ୍ଡା ଶରୀର ଏକ ରଥ, ଯହିଁରେ ଜୀବ ହେଉଛି ରଥୀ ବା ଆରୋହୀ। ଏ ରଥରେ ବୁଦ୍ଧି ସାରଥି, ମନ ଲଗାମ, ଇନ୍ଦ୍ରିୟମାନେ ହେଉଛନ୍ତି ଅଶ୍ୱ ଏବଂ ବିଷୟ ହେଉଛି ଗନ୍ତବ୍ୟ ମାର୍ଗ। ବିକ୍ଷିପ୍ତ ଆଲୋକରଶ୍ମିକୁ ଯବ କାଚରେ କେନ୍ଦ୍ରୀଭୂତ କରି ଯେପରି ଅଗ୍ନି, ତାପ ଓ ଆଲୋକ ସୃଷ୍ଟି କରାଯାଇପାରେ ଠିକ୍‌ ସେପରି ଯୋଗସାଧନା ଦ୍ୱାରା ଶରୀର, ମନ, ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରି ସୁସ୍ଥ, ସବଳ ଓ ଦୀର୍ଘାୟୁ ଜୀବନ ଲାଭ କରାଯାଇପାରେ। ଯୋଗସାଧନା ଦ୍ୱାରା ଅନ୍ତଃକରଣକୁ ଶୁଦ୍ଧ କରି ପ୍ରାରବ୍ଧ ବା ଭାଗ୍ୟଫଳର ସଦୁପଯୋଗ ...

ଏଇ ଭାରତରେ

ଏଇ ଭାରତରେ

ଲେସ୍‌ବିଆନ୍‌, ଗେ, ବାଇସେକ୍ସୁଆଲ ଆଣ୍ଡ୍‌ ଟ୍ରାନ୍ସଜେଣ୍ଡର (ଏଲ୍‌ଜିବିଟି) ବର୍ଗ ଜୁନ୍‌କୁ ‘ପ୍ରାଇଡ୍‌ ମନ୍‌ଥ’ ବା ଗର୍ବର ମାସ ଭାବେ ପାଳନ କରୁଥିବା ବେଳେ କଲିକତାରେ ଜଣେ କିନ୍ନର ଚାକିରି ପାଇଁ ସାକ୍ଷାତ୍‌କାର ଦେବା ବେଳେ ଅଶ୍ଳୀଳତାର ସମ୍ମୁଖୀନ ହୋଇଥିବା ବିଷୟ ପଦାକୁ ଆସିଛି। ଇଂଲିଶ ଓ ଭୂଗୋଳରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିବା ହରିନ୍ମୟୀ ଦେ ଯୌନ ଅସ୍ତ୍ରୋପଚାର ପରେ ସୁଚିତ୍ରା ଦେ ଭାବେ ପରିଚିତ ହୋଇଥିଲେ। ଘରେ ବୃଦ୍ଧା ମା’ ଥିବାରୁ ସଂସାର ଚଳାଇବା ପାଇଁ ତାଙ୍କୁ ଚାକିରି ଖୋଜିବାକୁ ପଡ଼ିଲା। ...

ସମ୍ପାଦକୀୟ/ ସମୟ ଆଜି

ସମ୍ପାଦକୀୟ/ ସମୟ ଆଜି

୧୭ ଜୁନ୍‌, ୨୦୧୮ରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ୪ର୍ଥ ଗଭର୍ନିଂ କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନ ଥିବାରୁ କେନ୍ଦ୍ରରୁ ରାଜ୍ୟଯାଏ ରାଜନୈତିକ ବାତାବରଣ ସରଗରମ ରହିଛି। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଆକାଂକ୍ଷିତ ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା (ଏନ୍‌ଏଚ୍‌ପିଏସ୍‌) ବା ‘ଆୟୁଷ୍ମାନ୍‌ ଭାରତ’ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ସମ୍ଭବତଃ ଏହି ଯୋଜନାରେ ଓଡ଼ିଶା ସାମିଲ ହେବ ନାହିଁ ବୋଲି ପୂର୍ବରୁ କହି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେଲେ ନାହିଁ ବୋଲି ଆଲୋଚନା ହେଉଛି। ତେବେ ବୈଠକର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ଚିଠିକୁ ତର୍ଜମା କଲେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଅସନ୍ତୋଷ ଜଣାପଡ଼ିଯାଉଛି। ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ବ୍ୟାପାରରେ କେନ୍ଦ୍ରର ଅତ୍ୟଧିକ ହସ୍ତକ୍ଷେପ ମୁଖ୍ୟମନ୍ତ୍ରୀଙ୍କୁ ବୈଠକରୁ ଦୂରେଇ ରଖିଥିବା ବୁଝାପଡ଼ୁଛି। କେବଳ ଓଡ଼ିଶା ନୁହେଁ। ଦିଲ୍ଲୀରେ ମଧ୍ୟ ସଂଘୀୟ ବ୍ୟବସ୍ଥାର ଯେଉଁଭଳି ଉଲ୍ଲଂଘନ କରାଯାଉଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସେହିଭଳି ପଶ୍ଚିମବଙ୍ଗ, ପଞ୍ଜାବ ଭଳି କେତେକ ରାଜ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସହ ଏକମତ ହୋଇପାରି ନ ଥିବା ଦେଖିବାକୁ ମିଳିଛି। ...

 ପାଠକ ଶୂନ, ଲେଖକ ବେଶି

ପାଠକ ଶୂନ, ଲେଖକ ବେଶି

ଡ. ଶରତ ଚନ୍ଦ୍ର ରଥ ତାହା ସାହିତ୍ୟ ପଦବାଚ୍ୟ, ଯାହା ପାଠକ ମନକୁ ସୁନାସୂତାରେ ବାନ୍ଧିରଖେ। ତାହା ସଫଳ ଗଳ୍ପ, ଯାହା ପାଠକ ମନକୁ ଚହଲାଇଦିଏ, କିଛି କିଛି ଭଲ ବାଟ ବତାଏ, ଦରକାର ପଡିଲେ ଚାଲି ଶିଖାଏ। ତାହା ସଫଳ କବିତା, ଯାହା ପାଠକ ମନରେ ଭାବାନ୍ତର ସୃଷ୍ଟି କରେ, ବାସ୍ତବତା ସହିତ କଳ୍ପନାର ସମନ୍ବୟ କରିପାରେ। କବିତା କମ୍‌ ଶବ୍ଦରେ ଅଧିକ କଥା କହେ। ଗଳ୍ପ ସରିଗଲେ ନ ସରିଲା ପରି ଲାଗେ, କବିତା ସରିଗଲେ ଆଉ କିଛି କଥା ବୁଝିବା ପାଇଁ ବାକି ରହିଗଲା ପରି ଲାଗେ। ତାହା ସଫଳ ଉପନ୍ୟାସ, ଯାହା ଆଉ ଏକ ଦୁନିଆକୁ ନେଇଯାଏ, ଯେଉଁଠି ସ୍ନାୟୁରେ ଶିରାରେ ସଞ୍ଚରିତ ହୋଇଯାଏ ଅନେକ ହସଲୁହ, ସୁଖଦୁଃଖ, ଶାନ୍ତି ...

ରାମରାଜ୍ୟ ଓ ଗଣତନ୍ତ୍ର

ରାମରାଜ୍ୟ ଓ ଗଣତନ୍ତ୍ର

ଅରୁଣ ଦାସ ବାଲ୍ମିକୀଙ୍କ ରାମାୟଣ ପଢିଲା ପରେ ସମସ୍ତେ ରାମରାଜ୍ୟ କ’ଣ ଜାଣିଲେ। ମର୍ଯ୍ୟାଦାପୁରୁଷ ରାମ ଜଣେ ପ୍ରଜାବତ୍ସଳ ଓ ଆଦର୍ଶ ରାଜା ଥିଲେ। ଏପରି କି ପ୍ରଜାମାନଙ୍କ ମତକୁ ସମ୍ମାନ ଦେଇ ସେ ନିଜ ପ୍ରିୟତମା ପତ୍ନୀଙ୍କୁ ମଧ୍ୟ ବିତାଡ଼ିତ କରିଥିଲେ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ରାଜତନ୍ତ୍ରରେ ମଧ୍ୟ ଜନତାଙ୍କ କଥାକୁ ସମ୍ମାନ ଦେବାକୁ ଯାଇ ସ୍ବୟଂ ରାଜା ନିଜ ବ୍ୟକ୍ତିଗତ ଜୀବନରେ କଠୋର ନିଷ୍ପତ୍ତି ନେଇପାରନ୍ତି। ସେହିପରି ଖ୍ରୀଷ୍ଟପୂର୍ବ ୩୮୦ରେ ଗ୍ରୀସ୍‌ ଦାର୍ଶନିକ ପ୍ଲାଟୋ ଯେଉଁ ଦି ରିପବ୍ଲିକ ରଚନା କରିଥିଲେ, ସେଥିରେ ମଧ୍ୟ ଆଇଡ଼ିଆଲ ଷ୍ଟେଟ, ବା ଆଦର୍ଶ ରାଜ୍ୟ ଓ ଫିଲୋସଫର କିଙ୍ଗ୍‌ ବା ଦାର୍ଶନିକ ରାଜାର କଥା ଉପସ୍ଥାପନ କରିଛନ୍ତି। ପ୍ରାଚୀନ ...

ଏଇ ଭାରତରେ

ଏଇ ଭାରତରେ

ସମାଜରେ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ଯେ ମଣିଷକୁ କେତେ ତଳକୁ ନେଇଯାଏ, ତା’ର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିହାର ରାଜ୍ୟର ପୁର୍ନିଆ ଜିଲା ଅନ୍ତର୍ଗତ ଆମନା ବଂଶ ବିଟା ଗାଆଁରେ। ୪୦ବର୍ଷ ବୟସ୍କା ଜନୈକା ମହିଳାଙ୍କୁ ଗୁଣିଗାରେଡି ସନ୍ଦେହରେ ତାଙ୍କ ପରିବାର ସଦସ୍ୟମାନେ ପିଟିପିଟି ମାରିଦେଇଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ପାର୍ବତୀ ମୁର୍ମୁ। ମୃତ ମହିଳାଙ୍କ ଝିଅର ବୟାନ ଅନୁଯାୟୀ, ତାଙ୍କର ଦାଦା ଦୀର୍ଘ ଦେଢ଼ବର୍ଷ ହେଲା ରୋଗରେ ପଡ଼ିଥିଲେ। ଯେତେ ଚିକିତ୍ସା କରାଗଲେ ମଧ୍ୟ ସେ ଭଲ ନ ହେବାରୁ ସୋମବାର ମୃତ୍ୟୁବରଣ କଲେ। ଦାଦାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ...

Model This Week

ପ୍ରଭାତ