ଜୀବନଚର୍ଯ୍ୟା |

ବିକଶିତ ହେବ ଦୀର୍ଘଜୀବୀ ଔଷଧ

ବିକଶିତ ହେବ ଦୀର୍ଘଜୀବୀ ଔଷଧ
ଓ୍ବାଶିଂଟନ୍‌ ବୈଜ୍ଞାନିକମାନେ ଆୟୁଷ ବୃଦ୍ଧିକାରୀ ଜିନ୍‌ ଚିହ୍ନଟ କରିପାରିଛନ୍ତି। ଏହାଦ୍ୱାରା ମଣିଷର ଆୟୁଷ ଅଧିକ ୧୦ବର୍ଷ ବୃଦ୍ଧି ପାଇପାରେ। ବର୍ତ୍ତମାନ ଏହା ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି। ଏହାକୁ ଭିତ୍ତିକରି ‘ଦୀର୍ଘଜୀବୀ’ ଔଷଧ ବିକାଶ ହୋଇପାରେ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି। ଆମେରିକାର ନର୍ଥଓ୍ବେଷ୍ଟର୍ନ ୟୁନିଭର୍ସିଟି ଗବେଷକଙ୍କ ଦ୍ୱାରା ଏଭଳି ପରିବର୍ତ୍ତିତ ଜିନ୍‌ ଆବିଷ୍କାର କରାଯାଇଛି। ତାହା ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ଆମିଶ୍‌ଙ୍କଠାରେ। ତାଙ୍କ ପରିବାର ବର୍ତ୍ତମାନ ବର୍ନ୍‌ର ସମୀପବର୍ତ୍ତୀ ଅଞ୍ଚଳରେ ବାସ କରୁଛନ୍ତି। ମଣିଷର ସ୍ବାଭାବିକ ବୟସ ବୃଦ୍ଧିକୁ ଏହା ରୋକିପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି। ଆମିଶ୍‌ଙ୍କର ଏହି ବିରଳ ଜିନ୍‌ ଥିବାରୁ ସେ ଆଉ ଅଧିକ ୧୦ବର୍ଷ ବଞ୍ଚତ୍ବା ସମ୍ଭାବନା ରହିଛି। ଆମିଶଙ୍କ ଭଳି ବ୍ୟକ୍ତିମାନଙ୍କର ଅତି ନିମ୍ନମାତ୍ରାର ପିଏଆଇ-୧(ପ୍ଲାଜ୍‌ମିନୋଜେନ୍‌ ଆକ୍ଟିଭେଟର ଇନ୍‌ହାବିଟର) ରହିଛି। ଏପରି ଏକ ପ୍ରୋଟିନ୍‌ ଯାହା ‘ମଲିକ୍ୟୁଲାର ଫିଙ୍ଗର ପ୍ରିଣ୍ଟ’ର ଅଂଶବିଶେଷ। କୋଷିକାର ବୟସ ବୃଦ୍ଧି ସହିତ ଏହି ଫିଙ୍ଗରପ୍ରିଣ୍ଟ ଜଡ଼ିତ। ପୂର୍ବରୁ ଜଣାଥିଲା ଯେ, ପ୍ରାଣୀଙ୍କ ବୟସ ବୃଦ୍ଧି ସହ ପିଏଆଇ-୧ର ସମ୍ପର୍କ ରହିଛି। କିନ୍ତୁ ମଣିଷର ବୟସ ବୃଦ୍ଧିକୁ ଏହା କେତେଦୂର ପ୍ରଭାବିତ କରେ ତାହା ଅସ୍ପଷ୍ଟ ଥିଲା। ଏ ସମ୍ପର୍କରେ ନର୍ଥଓ୍ବେଷ୍ଟର୍ନ ୟୁନିଭର୍ସିଟି ଗବେଷକ ଡାଗ୍‌ଲାସ୍‌ ଭହାନ୍‌ କହନ୍ତି, ଏହି ଅଧ୍ୟୟନର ଫଳାଫଳ ଆମକୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଶରୀରର ବିଭିନ୍ନ ପ୍ରକ୍ରିୟାରେ ବୟସ ନିରୋଧୀ ଉପକାରିତା ଦେଖିବାକୁ ମିଳୁଛି। ପ୍ରଥମ ଥର ପାଇଁ ବୟସ ବୃଦ୍ଧିର ଏକ ମଲିକ୍ୟୁଲାର ସଙ୍କେତ(ଟେଲୋମିରି ଦୀର୍ଘତା), ବୟସ ବୃଦ୍ଧିର ମେଟାବୋଲିକ୍‌ ସଂକେତ(ଖାଦ୍ୟ ନ ଥିବା ସମୟରେ ଇନ୍‌ସୁଲିନ୍‌ ମାତ୍ରା) ଏବଂ ହୃତ୍‌ପିଣ୍ଡର ବୟସ ବୃଦ୍ଧି (ରକ୍ତନଳୀ ସଂକୁଚିତ ହେବା) ଆଦି ଲକ୍ଷଣମାନ ଦେଖାଯାଉନାହିଁ। ବୟସବୃଦ୍ଧିଜନିତ ପରିବର୍ତ୍ତନରୁ ଏଗୁଡ଼ିକ ମୁକ୍ତ ରହୁଛନ୍ତି। ଏଥିପାଇଁ ଜଣେ ଦୀର୍ଘଜୀବୀ ଓ ସୁସ୍ଥ ହୋଇପାରେ ବୋଲି ଭହାନ୍‌ ପ୍ରକାଶ କରିଛନ୍ତି।
All Right Reserved By

ଜୀବନଚର୍ଯ୍ୟା |

ସକାଳେ ପିଅନ୍ତୁ ଡାଳଚିନି ମିଶା କ୍ଷୀର; ମିଳିବ ଏସବୁ  ଫାଇଦା...

ସକାଳେ ପିଅନ୍ତୁ ଡାଳଚିନି ମିଶା କ୍ଷୀର; ମିଳିବ ଏସବୁ ଫାଇଦା...

କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ କଲେ ଅନେକ ଫାଇଦା ମିଳିଥାଏ। ଏହାଦ୍ୱାରା କୋଲେଷ୍ଟରଲସ୍ତର ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି।

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ ଖାଦ୍ୟଭ୍ୟାସ ଉପରେ ପଡ଼ିଥାଏ। ଫଳରେ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। 

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ଯଦି ଆପଣ ପର୍ଯ୍ୟାପ୍ତ ପରିମାଣରେ ଶୋଇବେ ତେବେ ଫ୍ରେଶ ଲାଗିିବେ । ଏମିତି କିଛି ଟିପ୍ସ ରହିଛି ଯାହା ଆପଣଙ୍କୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିବ...

ଶୀତଦିନେ ଫ୍ୟାଶନ

ଶୀତଦିନେ ଫ୍ୟାଶନ

ଶୀତଦିନ ଆସିଗଲାଣି । ଶୀତଦିନେ ସମସ୍ତେ ସ୍ମାର୍ଟ  ଏବଂ ଆକର୍ଷକ ଦେଖାଯିବାକୁ ଚାହାନ୍ତି । ଏଥିପାଇଁ  ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି..

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ  ରହିବେ ଦୂରେଇ

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ ରହିବେ ଦୂରେଇ

ସକାଳ ଚା’ ଦେହରେ ଫୁର୍ତ୍ତି ଆଣିଥାଏ। ଫଳରେ ମର୍ଣ୍ଣିଂୱାକ୍‌ କରିବାକୁ ଭଲ ଲାଗିଥାଏ। ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। 

ମାଂସପେଶୀ ବଢ଼ାଇବ  ଷ୍ଟେମ୍‌ ସେଲ୍‌

ମାଂସପେଶୀ ବଢ଼ାଇବ ଷ୍ଟେମ୍‌ ସେଲ୍‌

ଆଜିକାଲି ବିଭିନ୍ନ କ୍ଷେତ୍ରରେ ଷ୍ଟେମ୍‌ ସେଲ୍‌ର ବ୍ୟବହାର କରାଯାଉଛି। ଫଳତଃ କେତେକ ଚିକିତ୍ସା ପ୍ରଣାଳୀ ଆହୁରି ସହଜ ହୋଇପାରିଛି। ଏହି ତାଲିକାରେ ନିକଟରେ ଆଉ ଏକ ଜିନିଷ ଯୋଡା ଯାଇଛି। 

କଫ ସମସ୍ୟାର ଘରୋଇ ଉପଚାର

କଫ ସମସ୍ୟାର ଘରୋଇ ଉପଚାର

ଅଧା କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଭଲ ଭାବରେ ମିଶାଇ ଦିଅନ୍ତୁ। ତା’ପରେ ଏଥିରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଉଷୁମ କରି ପିଅନ୍ତୁ। ନିୟମିତ କିଛିଦିନ ଏହାକୁ ପିଇଲେ କଫ ସମସ୍ୟା ଦୂର ହୋଇଥାଏ।

ପାଚନକ୍ରିୟାକୁ ସକ୍ରିୟ  କରାଇବାର ସହଜ ଉପାୟ

ପାଚନକ୍ରିୟାକୁ ସକ୍ରିୟ କରାଇବାର ସହଜ ଉପାୟ

ଯଦି ଆମର ପାଚନ କ୍ରିୟା ଠିକ୍‌ ରହିଲା ତେବେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିଥାଉ। ଏହା ଅସନ୍ତୁଳିତ ରହିଲେ ପେଟଜନିତ ସମସ୍ୟା ଦେଖାଦେଇଥାଏ। ତେବେ ପାଚନ କ୍ରିୟାକୁ ଆହୁରି ଦୃଢ଼ କରିବାର ଏକ ସହଜ ଉପାୟ ରହିଛି। 

ଆକ୍ୟୁପେସନାଲ ଥେରାପି

ଆକ୍ୟୁପେସନାଲ ଥେରାପି

ବର୍ତ୍ତମାନର ଆଧୁନିକ ଚିକିସତ୍ା ବିଜ୍ଞାନର ଅବିଭକ୍ତ ତଥା ଅତ୍ୟାବଶ୍ୟକ ପଦ୍ଧତି ହେଉଛି ଅକ୍ୟୁପେସନାଲ୍‌ ଥେରାପି । ସ୍ବଧ୍ୟାୟ, ଆବଶ୍ୟକ କାର୍ଯ୍ୟ ତଥା କ୍ରୀଡ଼ା ସାହାଯ୍ୟରେ ଶାରୀରିକ ତଥା ମାନସିକ ସ୍ତରରେ ପ୍ରୋସତ୍ାହନ ତଥା ଉନ୍ନତି, ଅସାମର୍ଥ୍ୟତା ଦୂରୀକରଣ, ସ୍ବୟଂ ଚଳପ୍ରଚଳତାର କ୍ଷମତା ହାସଲ, ଅକ୍ୟୁପେସନାଲ୍‌ ଥେରାପିର ମୁଖ୍ୟ ଲକ୍ଷ୍ୟ ।

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ପରିବର୍ତ୍ତିତ ଜୀବନଶୈଳୀରେ ଅନେକଙ୍କୁ ମେଦବହୁଳତା ହୋଇଥାଏ। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ।

ଘରେ ଦରଜା ଏବଂ କବାଟ ଲଗାଉଥିଲେ...

ଘରେ ଦରଜା ଏବଂ କବାଟ ଲଗାଉଥିଲେ...

ଘରେ ଦରଜା ଏବଂ କବାଟ ଲଗାଇବା ବେଳେ ଏହାର ବାସ୍ତୁ ଦିଗ ପ୍ରତି ମଧ୍ୟ ବିଶେଷ ଧ୍ୟାନଦେବା ଜରୁରୀ।

ଆଜିକାଲି ଯୁବପିଢ଼ି  ଫ୍ୟାଶନ: ଟ୍ରେଞ୍ଚ କୋଟ୍‌

ଆଜିକାଲି ଯୁବପିଢ଼ି ଫ୍ୟାଶନ: ଟ୍ରେଞ୍ଚ କୋଟ୍‌

ଆଜିକାଲି ଯୁବପିଢ଼ି  ଫ୍ୟାଶନ ଏକ୍ସପେରିମେଣ୍ଟକୁ ନେଇ ପୂରା ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି। ମାର୍କେଟ୍‌କୁ ଯାହା ବି ଲାଟେଷ୍ଟ ମଡେଲ ଆସିଲା, ତାକୁ ନିଜ ଓ୍ବାର୍ଡରୋବ୍‌ରେ ସାମିଲ କରିବାକୁ ସେମାନେ ତତ୍ପରତା ଦେଖାଇଥାନ୍ତି। ବର୍ତ୍ତମାନ ଶୀତଦିନ ପାଇଁ ଟ୍ରେଞ୍ଚ କୋଟ୍‌ର ଫ୍ୟାଶନ ଖୁବ୍‌ ଚାଲିଛି। ଏହାକୁ ଟ୍ରାଏ କଲେ ସ୍ମାର୍ଟ ଲୁକ୍‌ ମିଳିବା ସହ ଶୀତରୁ ବି ରକ୍ଷା ପାଇହୁଏ। ତେବେ ଏହି ଟ୍ରେଞ୍ଚ କୋଟ୍‌ କ’ଣ ଓ ଏହାକୁ କେମିତି ବ୍ୟବହାର କଲେ ଲୁକ୍‌ ଅଧିକ ଆକର୍ଷଣୀୟ ଲାଗିବ ଜାଣନ୍ତୁ ସେ ସମ୍ପର୍କରେ...