Dharitri News
ସମ୍ପାଦକୀୟ |

ମାଙ୍କଡ଼ ହାତରେ ଶାଳଗ୍ରାମ

 ମାଙ୍କଡ଼ ହାତରେ ଶାଳଗ୍ରାମ ଉପେନ୍ଦ୍ର ବିଶ୍ୱାଳ ସତେଜ ମନରେ ସକାଳର ଖବରକାଗଜଟି ଦେଖୁଦେଖୁ ଶିହରି ଉଠିଲେ ଆଲ୍‌ଫ୍ରେଡ୍‌ ନୋବେଲ। ‘ମୃତ୍ୟୁର ସୌଦାଗରଙ୍କ ଅକାଳ ମୃତ୍ୟୁ’ ଶୀର୍ଷକ ଖବରଟି ଦୋହଲାଇଦେଲା ତାଙ୍କୁ। ଲୋକଙ୍କୁ କାଳର କରାଳ ଗହ୍ବରକୁ ଠେଲିଦେଇ, ମୃତ୍ୟୁ ବିନିମୟରେ ଅମାପ ଅର୍ଥ ଉପାର୍ଜନ କରି ବାଦଶାହ ବନିଥିବା, ବିଧ୍ୱଂସକାରୀ ବିସ୍ଫୋରକ ଡିନାମାଇଟ୍‌ର ଉଦ୍ଭାବକ ମତଲବ୍‌ଖୋର ମଣିଷ ଆଲ୍‌ଫ୍ରେଡ୍‌ ନୋବେଲ ଶେଷରେ ନିଜେ ମୃତ୍ୟୁ ଯନ୍ତାରେ। ଏହିପରି ବିସ୍ତୃତ ଖବରଟି ବିଚଳିତ କରିଦେଲା ଆଲଫ୍ରେଡ୍‌ ନୋବେଲଙ୍କୁ। ଫ୍ରାନ୍‌ସର ଏକ ପ୍ରତିଷ୍ଠିତ ଖବରକାଗଜ ତାଙ୍କ ଭାଇଙ୍କ ଅକାଳବିୟୋଗ ଘଟଣାକୁ ଭୁଲ୍‌ବଶତଃ ଆଲ୍‌ଫ୍ରେଡ୍‌ ନୋବେଲଙ୍କ ମୃତ୍ୟୁ ହୋଇଥିବା ମନେକରି ଦୁଃସମ୍ବାଦଟି ଛାପିଦେଇଥିଲା। ଏହି ଖବରଟି ହିଁ ଦାରୁଣ ଦୁଃଖରେ ବିଦୀର୍ଣ୍ଣ କରିଥିଲା, ବିଗଳିତ କରିଥିଲା ତାଙ୍କ ଦରଦୀ ହୃଦୟକୁ। ବିଜ୍ଞାନୀଟିଏ ସମାଜର ସଦା ହିତଚିନ୍ତକ, ମଙ୍ଗଳମନସ୍କ। ଲୋକକଲ୍ୟାଣ ହିଁ ତା’ର ସାଧନାର ସାର। ପ୍ରଗତି ହିଁ ତା’ର ପ୍ରାର୍ଥନା, ପୁଣ୍ୟର ପୟୋଧି, ଅମୃତ ଅଭିଳାଷ। ଦୁନିଆର ଧ୍ୱଂସ ବା ବିଭୀଷିକା ସୃଷ୍ଟି ପାଇଁ ବିଜ୍ଞାନର ଗବେଷଣା କେବେ ଅଭିପ୍ରେତ ନୁହେଁ। ସେଥିରୁ ଆଲ୍‌ଫ୍ରେଡ୍‌ ନୋବେଲ ବ୍ୟତିକ୍ରମ ହେବେ କିପରି? ଅନୁସନ୍ଧିତ୍ସୁ ମନରେ ଲୋକଙ୍କ କଲ୍ୟାଣ ପାଇଁ ସେ ଅବଶ୍ୟ ଉଦ୍ଭାବନ କରିଥିଲେ ଡିନାମାଇଟ୍‌। ମାତ୍ର ତାହାର ଦୁରୁପଯୋଗ ଘଟି ଧ୍ୱଂସର କାରଣ ସାଜିବ, ତାହା ଥିଲା ତାଙ୍କ ଚିନ୍ତାର ବାହାରେ। କିନ୍ତୁ ଏହା କ’ଣ ତାଙ୍କ ସାଧନାର ଶାସ୍ତି? ବିଜ୍ଞାନକୁ ଏମିତି ବାଟବଣା କରିବାଟା ଖୁବ୍‌ ବ୍ୟଥିତ, ବିବ୍ରତ କରିଥିଲା ତାଙ୍କୁ। ଦିନରାତି ଏହିପରି ଗଭୀର ଚିନ୍ତାରେ ବୁଡ଼ି ରହିଲେ ଆଲ୍‌ଫ୍ରେଡ୍‌। ଲୋକଙ୍କ ମନରେ ତାଙ୍କ ପ୍ରତି ଥିବା ନକାରାମତ୍କ ଓ ଘୃଣା ଭାବ କିପରି ଦୂର ହୋଇପାରିବ? ଚିରଦିନ ପାଇଁ କିପରି ଲୋକଙ୍କ ହୃଦୟକୁ ସେ ଜୟ କରିପାରିବେ? ଏହିପରି ଚିନ୍ତା କରି ଶେଷରେ ଅର୍ଜିତ ସମସ୍ତ ସମ୍ପତ୍ତିକୁ ଏକ ଟ୍ରଷ୍ଟ ନାମରେ ଉତ୍ସର୍ଗ କରିଦେଲେ ସେ। ଶେଷ ଇଚ୍ଛାପତ୍ର ଅନୁଯାୟୀ ତାଙ୍କ ପ୍ରଦତ୍ତ ଅର୍ଥରାଶିରୁ ହିଁ ଆଜିର ନୋବେଲ ପୁରସ୍କାରର ବ୍ୟବସ୍ଥା। ବିଜ୍ଞାନର ବରଦାନକୁ ଭୁଲ୍‌ ବାଟରେ ବିନିଯୋଗ କରି ଅଭିଶାପକୁ ଆମନ୍ତ୍ରିତ କରୁଛି ଆଜିର ମଣିଷ। ଏ ପ୍ରସଂଗରେ ଆଇନ୍‌ଷ୍ଟାଇନ୍‌ଙ୍କ ଉକ୍ତିଟିଏ ମନେପଡ଼େ- ”ମୁଁ ଆଶଙ୍କା କରୁଛି ବୈଷୟିକ ଜ୍ଞାନକୌଶଳ ଦିନେ ମଣିଷର ମାନବିକତାକୁ ତା’ଠାରୁ ଛଡ଼ାଇନେବ ଏବଂ ସେଦିନ କିଛି ମୂର୍ଖଙ୍କ ଦ୍ୱାରା ଭାରାକ୍ରାନ୍ତ ହୋଇଉଠିବ ଦୁନିଆ।“ ଆଇନଷ୍ଟାଇନ୍‌ଙ୍କର ସେଦିନର ସେ ଆଶଙ୍କା ଆଜି ଅନେକାଂଶରେ ସତ୍ୟ ସାବ୍ୟସ୍ତ ହୋଇଚାଲିଛି। ଦୁଇଟି ଦୃଷ୍ଟାନ୍ତ ହିଁ ଯଥେଷ୍ଟ ଆମ ମୂର୍ଖାମିକୁ ମାପିବାକୁ। ଶିଶୁଟିଏ କାଖରେ ଧରି ମହିଳାଜଣକ ଆସି ପହଞ୍ଚତ୍ଲେ ଷ୍ଟେସନ୍‌ର ପ୍ଲାଟ୍‌ଫର୍ମରେ। ଗାଡ଼ି ଆସିବାକୁ ସମ୍ଭବତଃ ଡେରି ଥାଏ। ନିଛାଟିଆ ଜାଗାଟିଏ ଚିହ୍ନଟ କରି ନଥ୍‌ କରି ବସିଗଲେ ମହିଳାଜଣକ ପ୍ଲାଟ୍‌ଫର୍ମସ୍ଥ ଏକ ଚେୟାରରେ। କୋଳରେ ଥିବା ଶିଶୁଟିକୁ ପ୍ଲାଟ୍‌ଫର୍ମର ଚଟାଣରେ ଶୁଆଇଦେଇ ମାତିଗଲେ ଚାଟିଂରେ। କଅଁଳ ଦେହକୁ ଅସ୍ବସ୍ତିିବୋଧ ହେବାରୁ ଶିଶୁଟି କଇଁ କଇଁ ହୋଇ କାନ୍ଦିଉଠିଛି। ମାଆ ଜଣକ କିନ୍ତୁ ବେଶ୍‌ ମଜ୍ଜି ଯାଇଥିଲେ ମୋବାଇଲରେ। ଶିଶୁଟିର କ୍ରନ୍ଦନ କିନ୍ତୁ ତରଳାଇ ଦେଇଥିଲା ପାଖରେ ଥିବା କିଛି ମଣିଷଙ୍କୁ। ବ୍ୟତିବ୍ୟସ୍ତ କରିଥିଲା ତାଙ୍କ ହୃଦୟକୁ। ମୋବାଇଲରେ ମୋହାବିଷ୍ଟ ମହିଳାଙ୍କର ବାଧ୍ୟହୋଇ ଦୃଷ୍ଟି ଆକର୍ଷଣ କରିଥିଲେ, ବିରକ୍ତି ଭାବ ସହିତ। ମାଆର କୋଳ ହେଉଛି ଶିଶୁଟିର ସ୍ବର୍ଗ। ମାତ୍ର ଆଜିର ବୈଷୟିକ ଜ୍ଞାନ ଯୁଗରେ ଉଚ୍ଚଶିକ୍ଷିତା ମାଆ ଶିଶୁଟିକୁ ସେଥିରୁ ବଞ୍ଚିତ କରି ଶୁଆଇ ଦିଅନ୍ତି ପ୍ଲାଟଫର୍ମରେ। ଶିଶୁଟି ସହିତ ଗେଲ ହେବା ଅପେକ୍ଷା ମୋବାଇଲ ସହିତ ଗେଲ ହେବାଟା ତାଙ୍କ ପାଇଁ ଅଧିକ ମହତ୍ତ୍ୱ ରଖେ। ସେମିତି ଅନ୍ୟ ଏକ ସ୍ପର୍ଶକାତର, ସମ୍ବେଦନଶୀଳ ଘଟଣା। ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ଜଣକ ପିଲାମାନଙ୍କ ସହିତ ଖୁସି-ଗପ ହେଉ ହେଉ ପଚାରି ବସିଲେ ”ପିଲେ କହିଲ, ତୁମ ଜୀବନର ସ୍ବପ୍ନ କ’ଣ ? ତୁମେ ଭବିଷ୍ୟତରେ କ’ଣ ହେବାକୁ ଚାହଁ?“ ସେଇଠୁ ପିଲାମାନେ ଜଣେ ପରେ ଜଣେ କହି ଚାଲିଲେ। କିଏ ଡାକ୍ତର ହେବ ତ ଆଉ କିଏ ଇଂଜିନିୟର। ପୁଣି କିଏ ଶିକ୍ଷକ ଅବା ହାକିମ। ମାତ୍ର ୭ବର୍ଷର କୁନି ଝିଅଟିଏ କହି ଉଠିଲା- ମୁଁ ଗୋଟିଏ ସୁନ୍ଦର ମୋବାଇଲ ହେବାକୁ ଚାହେଁ। ଠୋ ଠୋ ହୋଇ ହସି ଉଠିଲେ ସବୁ ପିଲା। କିନ୍ତୁ ଦିଦି ଜଣକ ସ୍ନେହଭରା କଣ୍ଠରେ ପିଲାଟିକୁ ପଚାରିଲେ- ମୋବାଇଲଟିଏ ହେବାକୁ କାହିଁକି ତୁମର ଏତେ ଇଚ୍ଛା? ସେଇଠୁ ଝିଅଟି କୋହପୂର୍ଣ୍ଣ କଣ୍ଠରେ ଧୀରେ ଧୀରେ କହିଉଠିଲା- ମୁଁ ଭାବୁଛି ମୋବାଇଲଟି ମୋଠାରୁ ଖୁବ୍‌ ମୂଲ୍ୟବାନ। କାରଣ ମୋ ମାଆ ମୋ ଅପେକ୍ଷା ତାକୁ ଅଧିକ ଆଦର କରନ୍ତି। ସବୁବେଳେ ମୋବାଇଲରେ ବ୍ୟସ୍ତ ରହନ୍ତି। ମୋ ସହିତ ଟିକେ ଖେଳିବାକୁ, ଖାଇବାକୁ, ମୋତେ ପାଠ କହିବାକୁ ଅବା ଟିକେ ଗେଲ ହେବାକୁ ତାଙ୍କର ସମୟ ନ ଥାଏ। କାନ୍ଦି କି ଜିଦି କଲେ ବି କିଛି ଫଳ ମିଳେନା। ବରଂ ମୁଁ ଗାଳିଖାଏ, ମାଡ଼ ବି ଖାଏ। ଭାବେ ମୋବାଇଲଟିଏ ହୋଇଥିଲେ ମାଆ ମୋତେ ନିଶ୍ଚିତ ଭଲ ପାଉଥାନ୍ତେ, ଆଦର କରୁଥାନ୍ତେ...। ଏହା ହେଉଛି ବିଜ୍ଞାନ ଓ ବୈଷୟିକ ଜ୍ଞାନ ବଳରେ ବଳୀୟାନ ବନିଥିବା ଆଜିର ଦୁନିଆର ଏକ ଏକ ଦୁଃଖଦ ଦୃଶ୍ୟପଟ୍ଟ। ବାସ୍ତବରେ ଆଜିର ଦୁନିଆରେ ମୋବାଇଲ ହେଉଛି ବିଜ୍ଞାନର ଆଶ୍ଚର୍ଯ୍ୟ ବରଦାନ। ଦିନକୁ ଦିନ ବୈଷୟିକ ଜ୍ଞାନକୌଶଳ ବୃଦ୍ଧି ପାଉଥିବା ଯୋଗୁଁ ମୋବାଇଲର ସିଷ୍ଟମ ମଧ୍ୟ ପରିବର୍ତ୍ତିତ ହୋଇଚାଲିଛି। ଅଧିକରୁ ଅଧିକ ସୁବିଧା, ସୁଯୋଗ, ସଉକ ଖଞ୍ଜି ଦେଉଛି ଆମ ପାଇଁ। ମାତ୍ର ଅନେକାଂଶରେ ତାହା ଆଜି ବୁମେରାଂ ସାବ୍ୟସ୍ତ ହେଉଛି। ଶିଉଳି ଲାଗିଥିବା ପାଦଚଲା ରାସ୍ତା ଅତ୍ୟନ୍ତ ଖସଡ଼ା ଓ ବିପଦଯୁକ୍ତ। ସନ୍ତର୍ପଣରେ ପାଦଥାପି ବାଟ ନ ଚାଲିଲେ ତଳେ ପଡ଼ିଯିବାର ଭୟ ଥାଏ। ଠିକ୍‌ ସେମିତି କୈଶୋର ତଥା ଆଦ୍ୟ ଯୌବନ ହେଉଛି ଜୀବନର ଅତ୍ୟନ୍ତ ସ୍ପର୍ଶକାତର ସମୟ। ଏହି ସମୟରେ ଦାମିକା ମୋବାଇଲମାନ ଆମ ପିଲାମାନଙ୍କୁ କେତେ ବାଟବଣା କରୁଛି, କେତେ ବଢ଼ିଲା ଝିଅଙ୍କ ଜୀବନକୁ ବିପଦଗ୍ରସ୍ତ କରୁଛି ତାହା ଆମେ ଜାଣିପାରୁଥିବା ଚତୁଃପାର୍ଶ୍ୱରେ ଘଟୁଥିବା ଘଟଣା ଓ ଦୁର୍ଘଟଣାଗୁଡ଼ିକରୁ। ସେହିପରି କମ୍ୟୁନିଷ୍ଟ ଶାସିତ ଉଦ୍ଧତ ଉତ୍ତରକୋରିଆ ଆଜି ଉଭା ହୋଇଛି ଆଉ ଏକ ବିଶ୍ୱଯୁଦ୍ଧ ବା ଧ୍ୱଂସର ସମ୍ଭାବନା ସାଜି। ଏହା ପଛରେ ମଧ୍ୟ ବିଜ୍ଞାନକୁ ବାଟବଣା କରୁଥିବା ଆମେ ମୂର୍ଖ, ଅହଂକାରୀମାନେ ଦାୟୀ। ଅଣୁଠୁ ପରମାଣୁ, ହାଇଡ୍ରୋଜେନଠୁ ନାଇଟ୍ରୋଜେନ୍‌ ପର୍ଯ୍ୟନ୍ତ ବିଜ୍ଞାନର ଉଦ୍ଭାବନ ସବୁ ଜଗତର ହିତ ପାଇଁ। ଉଦ୍‌ଜାନ ପରମାଣୁକୁ ଉପଯୋଗ କଲୁ ବୋମା ତିଆରିରେ। ସଂପ୍ରତି ସେହି ‘ଉଦ୍‌ଜାନ ବୋମା’ ନିକ୍ଷେପର ଧମକ ଦେଇ ଦୁନିଆକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି ଉତ୍ତରକୋରିଆ। ଅନ୍ଧ ପାଇଁ ବାଡ଼ିଟିଏ ବରଦାନ ସାବ୍ୟସ୍ତ ହୋଇଥାଏ, ଯଦି ତାହାର ଯଥାର୍ଥ ଉପଯୋଗ ସେ କରେ। ମାତ୍ର ସାହାରା ସାଜିଥିବା ବାଡ଼ିଟି ପାଇ ଯଦି ସେ ଭାବି ବସେ ଯେ ସେ ହେଉଛି ଦୁନିଆର ସବୁଠୁ ବଳଶାଳୀ ବ୍ୟକ୍ତି ଏବଂ ବଜାରର ଭିଡ଼ ଭିତରେ ବାଡ଼ିକୁ ଖୁବ୍‌ ବଳ ଲଗାଇ ଚାରିଦିଗକୁ ଘୂରାଇ ଚାଲେ...? ଠିକ୍‌ ସେମିତି ଆଜିର ଅନ୍ଧ ଦୁନିଆର ସାହାରା ସାଜି ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ଅନେକ ଅନେକ ସୁବିଧା ସୁଯୋଗ ଖଞ୍ଜି ଆମକୁ ଆଶୀର୍ବାଦ ଦେଇ ଚାଲିଥିଲା ବେଳେ ଆମ ପରି ମୂର୍ଖମାନେ ତା’ର ଦୁରୁପଯୋଗ କରି ତାକୁ ଭୁଲ ଦିଗରେ ବାଟ କଢ଼ାଇ ନେଇ ସମାଜକୁ ସଂକଟଗ୍ରସ୍ତ କରିଚାଲିଛୁ। ବିଜ୍ଞାନର ବରଦାନ ସବୁ ଆମପରି ଭସ୍ମାସୁରଙ୍କ ହାତରେ ପଡ଼ି ବାଟବଣା ହୋଇଚାଲିଛି, ବିନାଶର ପଥକୁ ପ୍ରଶସ୍ତ କରି ଚାଲିଛି। ଏହା ଯେମିତି ମାଙ୍କଡ଼ ହାତରେ ଶାଳଗ୍ରାମ! ମୋ-୯୪୩୭୪୩୬୦୭୩, ଇ-ମେଲ : unbiswal05@gmail.com

ସମ୍ପାଦକୀୟ |

ମାଂସାହାର ଓ ଜଳସଂକଟ

ମାଂସାହାର ଓ ଜଳସଂକଟ

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ଡଗ୍‌ଲାସ ଆଡାମ୍ସଙ୍କ ଦ୍ୱାରା ଲିଖିତ ହିଚିକର୍ସ ଗାଇଡ୍‌ ଟୁ ଦ ଗ୍ୟାଲାକ୍ସି ପୁସ୍ତକରେ ବ୍ରହ୍ମାଣ୍ଡ ନିଷ୍ପତ୍ତି ନେଇଛି ଗୋଲାକାର ପୃଥିବୀକୁ ତା’ ସ୍ଥାନରୁ ହଟେଇ ଭାଙ୍ଗି ଚଟକା କରି ରାଜପଥ ନିର୍ମାଣ କରିବା ପାଇଁ। ତେବେ ବ୍ରହ୍ମାଣ୍ଡ କେବେ ଏମିତି କରିବ ଓ ଆମକୁ ମାରିବ, ଆମେ ତାକୁ ଅପେକ୍ଷା କରୁନାହୁଁ। ଆମେ ପ୍ରତିଦିନ ପୃଥିବୀକୁ ଧ୍ୱଂସ କରି ନିଜକୁ ମାରିବା କାର୍ଯ୍ୟରେ ଲାଗିପଡ଼ିଛୁ। ମାଂସଶିଳ୍ପ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏ ପୃଥିବୀର ଏକତୃତୀୟାଂଶ ସ୍ବଚ୍ଛ ମଧୁର ଜଳ ବ୍ୟବହାର କରୁଛି। ବିଶ୍ୱରେ ମାଂସ ଉତ୍ପାଦନ ୨୦୦୦ ମସିହାରେ ୨୨୯ ନିୟୁତ ମେଟ୍ରିକ୍‌ ଟନ୍‌ ହୋଇଥିବାବେଳେ ଏବେ ତାହା ଦୁଇଗୁଣ ବୃଦ୍ଧି ପାଇଛି ଏବଂ ୨୦୫୦ ସୁଦ୍ଧା ତାହା ୪୬୫ ନିୟୁତ ମେଟ୍ରିକ୍‌ ଟନ୍‌କୁ ଟପିବ ବୋଲି ଆକଳନ କରାଯାଇଛି। ଏ ପୃଥିବୀର ଜଳ ଉତ୍ସ ଏବେ ବି ବିପନ୍ନ ଅବସ୍ଥାରେ ରହିଛି। ପରିସ୍ଥିତିର ଗମ୍ଭୀରତାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଦେଉଛି- ଯଦି ଆମେରିକା ପରି ପୃଥିବୀର ସବୁ ଦେଶ ଅଧିକ ମାଂସାହାର କରିବାକୁ ପସନ୍ଦ କରିଥାନ୍ତେ, ତେବେ ୨୦୦୦ ମସିହାରୁ ଏ ପୃଥିବୀରେ ସ୍ବଚ୍ଛ ଜଳ ଦୁର୍ଲ୍ଲଭ ହୋଇପଡ଼ିଥାନ୍ତା। ତେବେ ଭାରତ ଓ ଚାଇନାରେ ଯେଭଳି ଭାବେ ମାଂସାହାର ବଢ଼ି ବଢ଼ି ଚାଲିଛି, ଆଉ ମାତ୍ର ୨୫ ବର୍ଷ ପରେ ଆମକୁ ପିଇବା ଓ ଗାଧୋଇବା ପାଇଁ ପାଣି ମିଳିବ ନାହିଁ। ଆପଣମାନଙ୍କ ମଧ୍ୟରୁ ଅନେକେ ବଞ୍ଚିଥିବେ ଏ ସତ୍ୟତାକୁ ଅନୁଭବ କରିବା ଲାଗି। ...

ଚାଷୀଙ୍କି ବଜେଟ ଭେଳିକି

ଚାଷୀଙ୍କି ବଜେଟ ଭେଳିକି

ବିଚିତ୍ର ବିଶ୍ୱାଳ/ ଗଣମାଧ୍ୟମଗୁଡ଼ିକ ନିର୍ବାଚନ ସମୟରେ ବାରମ୍ବାର ଯେପରି ମୋଦି ମ୍ୟାଜିକ୍‌ ବିଷୟରେ ଆଲୋଚନା କରନ୍ତି, ଏଥର ବଜେଟରେ ଠିକ୍‌ ସେହିପରି ସାଧାରଣ ଲୋକଙ୍କୁ ଯାଦୁ କରିବାକୁ ଚେଷ୍ଟା କରାଯାଇଛି। ପ୍ରକାରାନ୍ତରେ ଏହାଦ୍ୱାରା ସାଧାରଣ ଜନତା ଓ ଚାଷୀଙ୍କୁ ଭୁଆଁ ବୁଲେଇବାକୁ ଚେଷ୍ଟା କରାଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ବଜେଟ ଭାଷଣର ପ୍ରାରମ୍ଭିକ ଭାଗକୁ ଚାଷୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ବା ବଜେଟକୁ ଚାଷୀଙ୍କ ବଜେଟ କହିବା ବ୍ୟତୀତ ବାସ୍ତବରେ ଚାଷୀଙ୍କୁ ଉପକୃତ କଲା ଭଳି କିଛି ନାହଁି ଏଥିରେ। ଅଛି କେବଳ ପ୍ରତିଶ୍ରୁତି। ତିନି ବର୍ଷ ତଳେ ମୋଦି ସରକାର ଯେପରି ଚାଷୀଙ୍କ ଆୟକୁ ଦୁଇଗୁଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ଏଥର ବଜେଟରେ ବି ସେହିପରି କେବଳ ପ୍ରତିଶ୍ରୁତି ଦିଆଯାଇଛି। ପୂରା ବଜେଟକୁ ଦେଖିଲେ ଏହା ୨୦୧୯ ନିର୍ବାଚନକୁ ଆଖିରେ ରଖି ଲୋକଙ୍କ ଭୋଟ୍‌କୁ ନିଜଆଡ଼କୁ ଟାଣିବା ପାଇଁ ହିଁି ପ୍ରସ୍ତୁତ କରାଯାଇଛି ବୋଲି ସ୍ପଷ୍ଟ ବୁଝିହେଉଛି। ଚାଷୀଙ୍କ ଆୟକୁ ଦୁଇଗୁଣ କରିବାର ପ୍ରତିଶ୍ରୁତି ଯେପରି ଏବେ ବି ପାଣିର ଗାର ହୋଇ ରହିଛି, ସେହିପରି ଏଥର ବଜେଟ ଚାଷୀଙ୍କ ପାଇଁ ଆକାଶ କୁସୁମ ସଦୃଶ ହୋଇଛି। ଭିନ୍ନ ଭିନ୍ନ ଚାଷୀ ସଙ୍ଗଠନ ଦୀର୍ଘଦିନ ହେବ ଉପତ୍ାଦନର ସର୍ବନିମ୍ନ ସହାୟକ ମୂଲ୍ୟ ଉପତ୍ାଦନ ଖର୍ଚ୍ଚର ୫୦% ଅଧିକ ଦେବାକୁ ଦାବି କରିଆସୁଥିଲେ ମଧ୍ୟ ମୋଦି ସରକାର ଏହାକୁ ବାରମ୍ବାର ଏଡ଼ାଇ ଆସୁଛନ୍ତି। ହେଲେ ଏଥର ବଜେଟରେ ଘୋଷଣା କରାଯାଇଛି ଯେ, ଚାଷୀମାନଙ୍କୁ ଉପତ୍ାଦନ ଖର୍ଚ୍ଚ ଉପରେ ୫୦% ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ। କିନ୍ତୁ ଏଥିରେ ଯେଉଁ ମସ୍ତବଡ଼ ଚାଲାକି କରାଯାଇଛି, ତାହା ହେଉଛି ଉପତ୍ାଦନ ଖର୍ଚ୍ଚକୁ ସରକାର ନିଜ ହିସାବରେ ଘୋଷଣା କରିବେ। ଯେଉଁ ଯେଉଁ କ୍ଷେତ୍ରକୁ ବିଚାରକୁ ନେଇ ଉପତ୍ାଦନ ମୂଲ୍ୟ ଘୋଷଣା କରିବା କଥା, ସେଥିରୁ ଗୋଟିଏ ଦୁଇଟି କ୍ଷେତ୍ରକୁ ବାଦ୍‌ ଦେଇଦେଲେ ଉପତ୍ାଦନ ଖର୍ଚ୍ଚ କମ୍‌ ଦେଖାଯିବ। ସେହି ଉପତ୍ାଦନ ଖର୍ଚ୍ଚ ଉପରେ ସରକାର ୫୦% ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ଦେବେ। ପରିଣାମ ସ୍ବରୂପ, ଚାଷୀ ଯେପରି ଉପତ୍ାଦନର କମ୍‌ ମୂଲ୍ୟ ପାଉଥିଲା, ସେହିପରି କମ୍‌ ହଁି ପାଇବ। ଏହା ଯାଦୁ ନୁହେଁ ତ ଆଉ କ’ଣ! ଗୋଟିଏ ଶବ୍ଦରେ କହିଲେ ସରକାର ଯେକୌଣସି ପ୍ରକାରେ ଗୋଲ୍‌ କରିବା ପାଇଁ ଗୋଲ୍‌ପୋଷ୍ଟ ପର୍ଯ୍ୟନ୍ତ ବଲ୍‌ ନ ପଠାଇ ଗୋଲ୍‌ପୋଷ୍ଟକୁ ଘୁଞ୍ଚାଇ ପାଖକୁ ନେଇଆସୁଛନ୍ତି। ଚାଷୀମାନଙ୍କୁ ଅଧିକ ମୂଲ୍ୟ ନ ଦେଇ ଉପତ୍ାଦନ ଖର୍ଚ୍ଚକୁ କମ୍‌ ଦେଖାଇ ତା’ ଉପରେ ଅଧିକ ମୂଲ୍ୟ ଦେବାର ଏକ ସୁନ୍ଦର ନାଟକ ରଚନା କରାଯାଇଛି। ଏହା ଚାଷୀମାନଙ୍କୁ ଭୁଆଁ ବୁଲାଇବାର ଏକ ସୁଚିନ୍ତିତ ଯୋଜନା। ...

କୃଷକ ଓ କୃଷିଜ୍ଞାନ

କୃଷକ ଓ କୃଷିଜ୍ଞାନ

ପ୍ର. ପ୍ରଭାତ କୁମାର ରାଉଳ/ ଗବେଷଣାଲବ୍ଧ ଜ୍ଞାନକୌଶଳକୁ କୃଷକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜିକାଲି କୃଷି, ଉଦ୍ୟାନ କୃଷି, ଗୋପାଳନ, କୁକୁଡ଼ାପାଳନ, ମାଛଚାଷ, ଛତୁଚାଷ, ମହୁମାଛି ପାଳନ, ଜିଆଖତ ପ୍ରସ୍ତୁତି ଆଦି ଦିଗରେ ଅନେକ ନୂତନ ଜ୍ଞାନକୌଶଳର ବିକାଶ ହୋଇଛି। ଏସବୁ ଜ୍ଞାନକୁ ଚାଷୀମାନେ ଉପଯୁକ୍ତ ଭାବେ ବ୍ୟବହାର କରିପାରିଲେ କୃଷିକ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇପାରିବ। କୃଷି ତଥା ଆନୁଷଙ୍ଗିକ ଜ୍ଞାନର ସମ୍ପ୍ରସାରଣ ନିମନ୍ତେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିବା ୩୧ଟି କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଜିଲାରେ କୃଷି ସମ୍ପ୍ରସାରଣ କାର୍ଯ୍ୟକ୍ରମ କରାଯାଉଛି। ଏଥିସହିତ ଦୂରଶିକ୍ଷା କାର୍ଯ୍ୟକ୍ରମ, ବ୍ଲକ୍‌ ସମ୍ପ୍ରସାରଣ ଯୋଜନା, ପତ୍ରପତ୍ରିକା ପ୍ରକାଶନ, କୃଷି ବୈଷୟିକ ସୂଚନା କେନ୍ଦ୍ର, ଭିଡିଓ ପ୍ରକଳ୍ପ ଓ ସୂଚନା ବିଭାଗ ଦ୍ୱାରା ବିଭିନ୍ନ ଜ୍ଞାନକୌଶଳକୁ କୃଷକମାନଙ୍କ ନିକଟରେ ପହଞ୍ଚାଯାଉଛି। ସମୟର ଆବଶ୍ୟକତାକୁ ନଜରରେ ରଖି କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡାଲି ଓ ତୈଳବୀଜ ଫସଲର ଅମଳ ବୃଦ୍ଧି ନିମନ୍ତେ ସ୍ବତନ୍ତ୍ର ପ୍ରଦର୍ଶନୀ କ୍ଷେତ୍ରମାନ ଆୟୋଜିତ ହେଉଛି। କୃଷକମାନଙ୍କ ଜମିରେ କରାଯାଇଥିବା ଏହି କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଉନ୍ନତ ବିହନର ବ୍ୟବହାର, ଜୀବାଣୁ ସାର ପ୍ରୟୋଗ, ସମନ୍ବିତ ପଦ୍ଧତିରେ ଖାଦ୍ୟସାର ପରିଚାଳନା, ରୋଗପୋକ ନ ହେବା ପାଇଁ ପ୍ରତିକାର ବ୍ୟବସ୍ଥା ତଥା ଅମଳ ଓ ଅମଳ ପରବର୍ତ୍ତୀ ଯନତ୍ ବିଷୟରେ ଜ୍ଞାନକୌଶଳ ଚାଷୀମାନଙ୍କ କ୍ଷେତ୍ରରେ ପ୍ରଦର୍ଶନ କରାଯାଉଛି।...

ଏଇ ଭାରତରେ

ଭାରତୀୟ ଚରିତ୍ରକୁ ଦେଖନ୍ତୁ। ରାସ୍ତାରେ ବେପରୁଆ ବାଇକ୍‌ ଚଳାଇ କେତେକ ଯୁବକ ପଥଚାରୀ ଓ ଟ୍ରାଫିକ୍‌କୁ କେବଳ ହଇରାଣରେ ପକାଉ ନାହାନ୍ତି, ବିଦେଶାଗତ ଭିଭିଆଇପିମାନଙ୍କ ସମ୍ମୁଖରେ ମଧ୍ୟ ନିଜର କୁତ୍ସିତ ଚେହେରାକୁ ପଦାରେ ପକାଉଛନ୍ତି। ଭାରତ ଗସ୍ତରେ ଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କ କାରକେଡ୍‌ ସମ୍ମୁଖରେ ବେପରୁଆ ବାଇକ୍‌ ଚଳାଇ ଏବଂ ଷ୍ଟଣ୍ଟ୍‌ କରି ଧରାପଡ଼ିଛନ୍ତି ଦୁଇ ଯୁବକ। ସୋମବାର ଏହି ଘଟଣା ଘଟିଛି ବମ୍ବେର ବାନ୍ଦ୍ରା-ଓ୍ବର୍ଲି ସି-ଲିଙ୍କ୍‌ ରାସ୍ତାରେ। ଟ୍ରୁଡେୟୁଙ୍କ କାରକେଡ୍‌ ବିମାନ ବନ୍ଦରରୁ ତାଜ୍‌ ହୋଟେଲ ଆଡ଼କୁ ଯାଉଥିବା ବେଳେ ଦେଖିବାକୁ ମିଳିଥିଲା ଏହି ଅଭାବନୀୟ କାଣ୍ଡ। ଭିଭିଆଇପିଙ୍କ କାର ଅତିକ୍ରମ କରୁଥିବା ବେଳେ ଏଭଳି ଆଚରଣ ପ୍ରଦର୍ଶନ କରୁଥିବା ଦୁଇ ଯୁବକଙ୍କୁ ପୋଲିସ ଧରିଛି। ସେମାନେ ହେଲେ ଫକରୁଦ୍ଦିନ୍‌ ମହମ୍ମଦ୍‌ ହନିଫ ଅନସାରୀ ଏବଂ ମହମ୍ମଦ୍‌ ଅନ୍‌ସାରୀ। ଟ୍ରୁଡେୟୁଙ୍କ ଗସ୍ତ ପାଇଁ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥାଏ ନିରାପତ୍ତା ବ୍ୟବସ୍ଥା। ରାସ୍ତାର ଉଭୟ ଦିଗରୁ ଗାଡ଼ି ମୋଟର ଅଟକାଇ ଦିଆଯାଇଥାଏ। ସେତିକିବେଳେ ଏହି ଦୁଇ ଯୁବକ ଫାଙ୍କା ରାସ୍ତା ଦେଖି ବାଇକ୍‌ ଧରି ପଶି ଆସିଥିଲେ। ଆରମ୍ଭ କରି ଦେଇଥିଲେ ବାଇକ୍‌ ଷଣ୍ଟ୍‌। ଏହା ଦେଖି ରାସ୍ତା ଜଗିଥିବା ପୋଲିସ ଅବାକ୍‌। ସେମାନଙ୍କୁ ସି-ଲିଙ୍କ୍‌ଠାରେ ଅଟକାଇବାରେ ପୋଲିସ ସମର୍ଥ ହେଲା। ଏହାପରେ ଏହି ଦୁଇ ଯୁବକଙ୍କୁ ବାନ୍ଦ୍ରା ଥାନାକୁ ନିଆଯାଇ ଏଭଳି ବଦମାସି କରିବାର କାରଣ କ’ଣ ବୋଲି ପଚରା ଯାଇଥିଲା। ମାତ୍ର ସନ୍ତୋଷଜନକ ଉତ୍ତର ନ ପାଇ ସେମାନଙ୍କୁ ଗିରଫ କରାଯାଇଛି। ଜଣେ ଭିଭିଆଇପିଙ୍କ ଗସ୍ତ ବେଳେ ଏଭଳି କାଣ୍ଡ ଘଟାଇ ଏହି ଯୁବକଦ୍ୱୟ ନିଜେ ତ ଦଣ୍ଡ ପାଇଲେ ଦେଶକୁ ନିନ୍ଦିତ କରିଛନ୍ତି।

ସମ୍ପାଦକୀୟ/ ଓବିଓଆର୍‌ ବିକଳ୍ପ

ସମ୍ପାଦକୀୟ/ ଓବିଓଆର୍‌ ବିକଳ୍ପ

ଓ୍ବାନ୍‌ ବେଲ୍‌ଟ ଓ୍ବାନ୍‌ ରୋଡ୍‌ (ଓବିଓଆର୍‌) ପ୍ରକଳ୍ପ ଜରିଆରେ ଏସୀୟ ଏବଂ ୟୁରୋପୀୟ ଦେଶଗୁଡିକରେ ପ୍ରଭାବ ବିସ୍ତାର ପାଇଁ ଚାଇନା ଚେଷ୍ଟା ଚଳାଇଛି। ଏହାର ବିକଳ୍ପ ଭାବେ ଅଷ୍ଟ୍ରେଲିଆ, ଆମେରିକା, ଭାରତ ଏବଂ ଜାପାନ ଅନ୍ୟ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଅଷ୍ଟ୍ରେଲିଆର ଅର୍ଥନୈତିକ ରିପୋର୍ଟରେ ଏଭଳି ଏକ ଯୋଜନା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଯଦିଓ ଏ ନେଇ ଏହି ଚାରି ରାଷ୍ଟ୍ର ପକ୍ଷରୁ କୌଣସି ବିଧିବଦ୍ଧ ଆଭାସ ମିଳିନାହିଁ, ତେବେ ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାଲ୍‌କମ୍‌ ଟର୍ନବୁଲ ଆମେରିକା ଗସ୍ତ କାଳରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳୁଛି। ଜାଣିବାକୁ ମିଳିଛି ଯେ, ପରସ୍ପର ସହ ତାଳମେଳ ରଖି ଏହି ଚାରି ରାଷ୍ଟ୍ର ଅର୍ଥନୈତିକ ଭିତ୍ତିଭୂମି ପ୍ରତିଷ୍ଠା କରିବେ। ଚାଇନାର ବଡଭାଇପଣିଆକୁ ରୋକିବା ସକାଶେ ଏହି ଯୋଜନା ପ୍ରସ୍ତୁତ ହେଉଛି ବୋଲି କୁହାଯାଉଛି। ଚାଇନାର ଓବିଓଆର୍‌ ପ୍ରକଳ୍ପ ସମ୍ପର୍କରେ ୨୦୧୩ରୁ ସୂଚନା ମିଳିଥିଲା। ସେତେବେଳେ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ କାଜାଖସ୍ତାନ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଆଞ୍ଚଳିକ ଭିତ୍ତିଭୂମି ବିକାଶର କଥା ଉଠାଇ ଉକ୍ତ ପ୍ରକଳ୍ପ ସମ୍ପର୍କରେ ପ୍ରକାଶ କରିଥିଲେ। ୬୦ରୁ ଅଧିକ ଦେଶ ସହ ପରିବହନ ଏବଂ ବାଣିଜି୍ୟକ ସମ୍ପର୍କ ସୁଦୃଢ଼ କରି ଅନ୍ତର୍ଜାତୀୟ ସ୍ତରରେ ଏସୀୟ ଦେଶଗୁଡିକର ଭୂମିକାକୁ ମଜଭୁତ କରିବା ସକାଶେ ଚାଇନା ଓବିଓଆର ଯୋଜନା ପ୍ରସ୍ତୁତ କରିବାକୁ ଯାଉଛି ବୋଲି ଜିନ୍‌ପିଙ୍ଗ ସୂଚନା ଦେଇଥିଲେ। ଗତବର୍ଷ ମେ’ରେ ଚାଇନା ଉକ୍ତ ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବକୁ ବିଭିନ୍ନ ରାଷ୍ଟ୍ରର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିଥିଲା। ଏହି ପ୍ରକଳ୍ପ ସକାଶେ ୧୨,୪୦୦ କୋଟି ଡଲାର ଅର୍ଥ ଚାଇନା ଖର୍ଚ୍ଚ କରିବ ବୋଲି ଉକ୍ତ ଉତ୍ସବରେ ଘୋଷଣା କରାଯାଇଥିଲା। କେବଳ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ନୁହେଁ ଓବିଓଆର୍‌ ଚାଇନାର ଶକ୍ତି ପ୍ରଦର୍ଶନ ଦିଗରେ ଏକ ବଡ ପଦକ୍ଷେପ। ଦେଖିବାକୁ ଗଲେ ଭାରତ ସମେତ ବିଭିନ୍ନ ଦେଶରେ ଚାଇନା ତା’ର ଉତ୍ପାଦିତ ଦ୍ରବ୍ୟକୁ ଲଦି ସାରିଲାଣି। ଏପଟେ ଦକ୍ଷିଣ ଚାଇନା ସମୁଦ୍ରରେ ଆଧିପତ୍ୟ ଜାହିର କରିବା ସହ ପଡୋଶୀ ଦେଶଗୁଡିକ ସୀମାନ୍ତରେ ବେଳକୁ ବେଳ ହସ୍ତକ୍ଷେପ କରି ଚାଇନା ତା’ର ଜୋର ଦେଖାଇ ଆସୁଛି । ଓବିଓଆର ପ୍ରକଳ୍ପରେ ଏକାଧିକ ଦେଶକୁ ସାମିଲ କରୁଥିବାରୁ ଚାଇନାର ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ରହିବ ନାହିଁ ବୋଲି ଅନୁମାନ କରାଯାଉଛି। ଏଭଳି ପରିସ୍ଥିତିରେ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଭାରତ ଭଳି ରାଷ୍ଟ୍ର ଏହି ବଡ ଶକ୍ତିକୁ ସାମ୍ନା କରିବା ପାଇଁ ହାତ ମିଳାଇଛନ୍ତି। ଚାଇନା ଯାହା ୫ବର୍ଷ ପୂର୍ବରୁ ଯୋଜନା କରିଥିଲା ତାହା ଏବେ ଅଷ୍ଟ୍ରେଲିଆ, ଜାପାନ, ଭାରତ, ଓ ଆମେରିକା ଚିନ୍ତା କରୁଛନ୍ତି। ଏହା ଚୂଡ଼ାନ୍ତ ରୂପ ନେବାକୁ ଆହୁରି କେତେବର୍ଷ ଲାଗିବ ତାହା କହିବା ମୁସ୍କିଲ। ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ଯେ, ଏହି ଯୋଜନା ଓବିଓଆର୍‌ର ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ବିକଳ୍ପ ମାତ୍ର। ମୂଳକଥା ହେଲା ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଭଳି ରାଷ୍ଟ୍ର ବଡଧରଣର ଅନ୍ତର୍ଜାତୀୟ ପ୍ରକଳ୍ପରେ ଅର୍ଥ ଲଗାଇବା ପାଇଁ ସମର୍ଥ। ଏହି ଦେଶଗୁଡିକ ବୈଷୟିକ ଦୃଷ୍ଟିରୁ ସୁଦୃଢ ହେବା ସହ ଆର୍ଥିକ ପରିସ୍ଥିତି ମଧ୍ୟ ଭାରତ ଭଳି ଦେଶଠାରୁ କାହିଁ କେତେଗୁଣ ଆଗରେ। ଭାରତରେ ଏବେ ଘୋର ଅର୍ଥନୈତିକ ସମସ୍ୟା ଦେଖାଦେଲାଣି। ବିମୁଦ୍ରୀକରଣ ଏବଂ ତରବରିଆ ଭାବେ ଜିଏସ୍‌ଟି ଲାଗୁ ହେବା ପରେ ଦେଶର ଅର୍ଥନୈତିକ ମେରୁଦଣ୍ଡ ଦୋହଲି ଯାଇଛି। ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଭାରତ ବହୁ ପଛରେ। କୃଷିକ୍ଷେତ୍ରରେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ । ଏପରିସ୍ଥଳେ ଏତେ ବୃହତ୍‌ ଯୋଜନାରେ କେଉଁ ଆକାରରେ ଭାରତ କରଦାତାଙ୍କ ଅର୍ଥ ଲଗାଇବ ତାହା ଏବେ ପ୍ରଶ୍ନବାଚୀ ହୋଇ ଛିଡା ହେଲାଣି। ଚାଇନା କଥା ଦେଖିଲେ ଏହି ରାଷ୍ଟ୍ର ପ୍ରଥମେ ତା’ର ଆଭ୍ୟନ୍ତରୀଣ ଅର୍ଥନୈତିକ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ସୁଦୃଢ କରିବାରେ ଲାଗି ରହିଲା। ପରବର୍ତ୍ତୀ ସମୟରେ ଦମ୍ଭର ସହ ଏହି ଦେଶ ଅନ୍ତର୍ଜାତୀୟ ସ୍ତରରେ ମୁଣ୍ଡ ଖେଳାଉଛି। ଭାରତରେ ବିପରୀତ ପରିସ୍ଥିତି। ଦେଶ ଭୁଶୁଡି ପଡୁଥିବାବେଳେ ଦୁନିଆର କଥା ଚିନ୍ତା କରାଯାଉଛି। ଭାରତର କୂଟନୈତିକ ପାରଦର୍ଶିତାକୁ ଦେଖିଲେ ଅଷ୍ଟ୍ରେଲିଆ ପ୍ରାୟୋଜିତ ନୂଆ ଯୋଜନାରେ ଆମର କେତେ ବଳ ରହିବ ଏବଂ ଦେଶକୁ କେତେ ଲାଭ ମିଳିବ ତାହା ଏବେଠାରୁ କହିବା କଷ୍ଟକର।

ଚାକିରି ଜବାବ ପକୋଡ଼ାରେ

ଚାକିରି ଜବାବ ପକୋଡ଼ାରେ

ଭାଲଚନ୍ଦ୍ର ଷଡ଼ଙ୍ଗୀ/ ଆଜିକାଲି ଦେଶରେ ‘ପକୋଡ଼ା ବିକିବା’ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଦିନ ତଳେ ଏକ ଗଣମାଧ୍ୟମର ପ୍ରତିନିଧିଙ୍କୁ ସାକ୍ଷାତ୍‌କାର ଦେବା ସମୟରେ ଯେଉଁ ଠେଲାବାଲା ପକୋଡ଼ା ବିକି ଦିନକୁ ୨୦୦ ଟଙ୍କା ଆୟ କରୁଛି ତାହା କ’ଣ ରୋଜଗାର ନୁହେଁ କି ବୋଲି କହିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ରାସ୍ତାକଡ଼ର ପାନ ଦୋକାନଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି ଏ ନେଇ ଚର୍ଚ୍ଚା ହେବା ସହ ପକୋଡ଼ା ଏବେ ରୋଜଗାରର ନୂଆ ପ୍ରତୀକ ହୋଇଯାଇଛି। ନିକଟରେ ବାଙ୍ଗାଲୋରରେ ମୋଦିଙ୍କ ଏକ ସମାବେଶ ଚାଲିଥିବା ବେଳେ କିଛି ଏମ୍‌ବିଏ, ଏମ୍‌ସିଏ ପାସ୍‌ କରିିଥିବା ଯୁବକ ଷ୍ଟଲ୍‌ ପକାଇ ପକୋଡ଼ା ବିକି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ପ୍ରତିବାଦ କରିଛନ୍ତି। ମୋଦିଙ୍କ ବକ୍ତବ୍ୟକୁ ନାପସନ୍ଦ କରି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ମଧ୍ୟ ‘ଯଦି ପକୋଡ଼ା ବିକିବାକୁ ଚାକିରି କୁହାଯିବ ତା’ହେଲେ ଭିକ ମାଗିବାକୁ ବି କାହିଁକି ଚାକିରି କୁହାଯିବନି ?’ ବୋଲି ପ୍ରଶ୍ନ କରିଛନ୍ତି। ତେବେ ମୋଦିଙ୍କ ପକୋଡ଼ା ତତ୍ତ୍ୱ ସପକ୍ଷରେ ଜୋରଦାର ଯୁକ୍ତି ବାଢ଼ିବାକୁ ଆଉ ପାଦେ ଆଗେଇ ଯାଇ ଖୋଦ୍‌ ଭାଜପା ସଭାପତି ଅମିତ ଶାହ ‘ବେକାର ରହିବା ଅପେକ୍ଷା ପକୋଡ଼ା ବିକିବା ଭଲ’ ବୋଲି ଯୁକ୍ତି କରିଛନ୍ତି। ଏଠାରେ କହି ରଖିବା ଉଚିତ ହେବ ଯେ ପକୋଡ଼ା ବିକିବା ଖରାପ କଥା କିମ୍ବା ତୁଚ୍ଛ ପେସା ନୁହଁ। ଯେଉଁମାନେ ରାସ୍ତାକଡ଼ରେ ଠେଲାଗାଡ଼ିରେ ପକୋଡ଼ା ବିକି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି ସେମାନେ ନିଶ୍ଚିତ ରୂପେ ସମ୍ମାନର ସହ ରୋଜଗାର କରୁଛନ୍ତି। କିନ୍ତୁ ତାହା ଆଦୌ ଚାକିରି ପଦବାଚ୍ୟ ହୋଇ ନ ପାରେ। ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନର ସଂଜ୍ଞା ଅନୁଯାୟୀ ଯେଉଁ ପେସାରେ ଏକ ନିର୍ଦ୍ଦିଷ୍ଟ ସ୍ଥିରତା ରହିଥିବ, ଦରମାର ନିୟମିତତା ରହିଥିବ ଏବଂ ରୋଜଗାରର ସ୍ଥାୟିତ୍ୱ ରହିଥିବ ତାକୁ ହିଁ ଚାକିରି କୁହାଯିବ। କୌଣସି ବି ଶିକ୍ଷିତ ଯୁବକ ଖୁସିରେ କିମ୍ବା ସ୍ବଇଚ୍ଛାରେ ଫୁଟ୍‌ପାଥ୍‌ରେ ପକୋଡ଼ା ବକି ନ ଥାଏ। କେବଳ ଚାକିରି ନ ପାଇ ମଜ୍‌ବୁରୀରେ କୌଣସି ମତେ ଚଳିଯିବାର ଆଶା ନେଇ ଜଣେ ପକୋଡ଼ା ବିକିଥାଏ। ଏଥିରେ ସନ୍ଦେହ ନାହିଁ ଯେ ପ୍ରଧାନମନ୍ତ୍ରୀ ଦେଶରେ ବେରୋଜଗାରୀ ଦୂର କରିବାରେ ନିଜ ସରକାରର ଅପାରଗତାକୁ ଘୋଡ଼େଇବାକୁ ଯାଇ ପକୋଡ଼ା ଉପାଖ୍ୟାନର ଅବତାରଣା କରିଛନ୍ତି। ବର୍ଷକୁ ଦୁଇ କୋଟି ଯୁବତୀଯୁବକଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ତାକୁ ପୂରଣ କରିବାରେ ବିଫଳ ହୋଇଥିବା ମୋଦି ସରକାର, ନିଜର ଏହି ବିଫଳତାକୁ ନମ୍ରତାର ସହିତ ସ୍ବୀକାର କରିବା ପରିବର୍ତ୍ତେ ପକୋଡ଼ା ବିକ୍ର୍ରିକୁ ଚାକିରି ବୋଲି କହି ଦେଶର ବେରୋଜଗାରୀଙ୍କୁ କ୍ରୂର ପରିହାସ କରିଛନ୍ତି। ନିର୍ବାଚନ ପୂର୍ବରୁ ତାଙ୍କ ଦଳ ବାର୍ଷିକ ଦୁଇ କୋଟି ଲୋକଙ୍କୁ ଚାକିରି ଦେବାର ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପକୋଡ଼ା ବିକିବା ବା ରାସ୍ତାକଡ଼ରେ ଠେଲାଧରି ଚା ବିକ୍ରି କରିବା ପରି ସ୍ବରୋଜଗାର ନ ଥିଲା। ବାସ୍ତବତା ହେଲା ମୋଦି ସରକାରର ଗତ ସାଢ଼େ ତିନି ବର୍ଷର ଶାସନ କାଳରେ ଦେଶରେ ବେରୋଜଗାରୀ ଭୟାନକ ଭାବେ ବଢ଼ିଛି। ଖୋଦ୍‌ ସରକାରଙ୍କ ଶ୍ରମ ବ୍ୟୁରୋର ରିପୋର୍ଟ ମୁତାବକ ଭାରତ ଆଜି ବିଶ୍ୱର ସବୁଠାରୁ ବେଶି ବେରୋଜଗାରୀଙ୍କ ଦେଶରେ ପରିଣତ ହୋଇଯାଇଛି ଏବଂ ୨୦୧୯ ସୁଦ୍ଧା ବିଶ୍ୱର ମୋଟ ବେରୋଜଗାରୀଙ୍କ ୧୦% କେବଳ ଭାରତରେ ଥିବେ ବୋଲି ଅନୁମାନ କରାଯାଇଛି। ସିଏମ୍‌ଆଇଇ ସଂସ୍ଥାର ହିସାବ ଅନୁଯାୟୀ ପ୍ରତିବର୍ଷ ହାରାହାରି ୨.୫ କୋଟି ଲୋକ କାମ କରିବାର ବୟସ (୧୫ରୁ ୪୯ବର୍ଷ ବୟସ)ରେ ପହଞ୍ଚୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୪୪% ବା ୧.୧ କୋଟି ଲୋକ ସକ୍ରିୟ ଭାବେ ଚାକିରି ଅନୁସନ୍ଧାନରେ ଅଛନ୍ତି। ଦେଶର ପ୍ରତି ଦଶ ଜଣ ସ୍ନାତକଙ୍କ ମଧ୍ୟରୁ ୬ ଜଣଙ୍କୁ ସେମାନଙ୍କ ଯୋଗ୍ୟତା ଅନୁରୂପ ଚାକିରି ବଜାରରେ ନ ଥିବା ଜଣାପଡ଼ିଛି। କିନ୍ତୁ ସାଢ଼େ ତିନି ବର୍ଷର ଶାସନ ପରେ ବି ଶ୍ରମ ବ୍ୟୁରୋର ତଥ୍ୟ ଅନୁଯାୟୀ ମାତ୍ର ପାଞ୍ଚଲକ୍ଷ ନୂଆ ଚାକିରି ସୃଷ୍ଟି ହୋଇପାରିଛି। ୨୦୧୨ରେ ଭାରତରେ ବେରୋଜଗାରୀ ହାର ୩.୮% ଥିବା ବେଳେ ତାହା ବୃଦ୍ଧି ପାଇ ୨୦୧୬-୧୭ରେ ୫%ରେ ପହଞ୍ଚତ୍ଛି। ...

ମହାର୍ଘ ଦିନଲିପି

ମହାର୍ଘ ଦିନଲିପି

ସୁଧିରାଜ ରାଉତ/ ଝଞ୍ଜା ପରି ପୃଥିବୀ ବକ୍ଷକୁ ଓହ୍ଲାଇ ଆସିଛନ୍ତି ବୀଭତ୍ସ ଶକ୍ତିମାନେ- ସେମାନେ ଅଜ୍ଞ, ଉଗ୍ର, ବଳବାନ, ଅନ୍ଧ (୮ା୮ା୧୯୧୪ )। ଏଇ ଦୁଃସ୍ଥ ପୃଥିବୀ ଉପରେ ଅନ୍ଧକାର ଘନେଇ ଆସିଛି, ବର୍ତ୍ତମାନ କ’ଣ ଏଇ ଅନାସୃଷ୍ଟି ଉପରେ ତୁ ଆସି ଉଦୟ ହେବୁନି, କହିବୁନି ଆଲୋକିତ ହେଉ (୧୧ା୮ା୧୯୧୪)? ସମଗ୍ର ବିଶ୍ୱ ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧର ଦାନବ ବାଦ୍ୟରେ ନୃତ୍ୟରତ, ରକ୍ତର ଛିଟାରେ ପୃଥିବୀ ଓ ଆକାଶ ଲାଲ ହୋଇଉଠିଛି, ଯୁଦ୍ଧାସୁର ଅକ୍ଟୋପସ ଭଳି ଗୋଟିଏ ପରେ ଗୋଟିଏ ଦେଶ, ମହାଦେଶକୁ ଗ୍ରାସ କରି ଏ ପୃଥିବୀରୁ ସଭ୍ୟତାକୁ ନିଶ୍ଚିହ୍ନ କରିଦେବାକୁ ତତ୍ପର, ଜଣେ ମହୀୟସୀ ନାରୀ ଯିଏ ବିଶ୍ୱ ପାଇଁ ଅଜ୍ଞ ଓ ଅପରିଚିତ ସେ ବିଶ୍ୱରକ୍ଷାର ଭାର ବହନ କରି ଠିଆ ହୋଇଛନ୍ତି। ଯୁଦ୍ଧର କରାଳ ଅନ୍ଧାର ମଧ୍ୟରେ, ଏହି ଦେବୀଙ୍କ ପ୍ରତିଟି ମୁହୂର୍ତ୍ତ, ତାଙ୍କ ଦିନଲିପିର ପ୍ରତିଟି ଶବ୍ଦ ପ୍ରାର୍ଥନାର ମହାଆଲୋକ ହୋଇ ଅନ୍ଧକାର ବିରୁଦ୍ଧରେ ଯୁଦ୍ଧରତ। ତାଙ୍କ ଦିନଲିପିର ପ୍ରତିଟି ଶବ୍ଦ ଏହା ପ୍ରକାଶ କରୁଛି- ରକ୍ତ ମଦିରାରେ ମତ୍ତ ସେ ଦାନବଠାରୁ ମଣିଷକୁ, ପୃଥିବୀକୁ ରକ୍ଷାକରିବାକୁ ସଂକଳ୍ପବଦ୍ଧ। ଯୁଦ୍ଧ ସମୟରେ ଶ୍ରୀମାଙ୍କ ଦିନଲିପି ଯଦି ପୃଷ୍ଠା ପରେ ପୃଷ୍ଠା ପଢିଚାଲିବା, ତେବେ ଭେଟିବା ଏକ ବିଶାଳ ପ୍ରାର୍ଥନା, ବିଶ୍ୱଠାରୁ ଆହୁରି ବିରାଟ ଆସ୍ପୃହାର ଅଗ୍ନି, ସମର୍ପଣର ମହିମାରେ ମଣ୍ଡିତ ମହାମାୟା ପୃଥିବୀକୁ କୋଳାଗ୍ରତ କରି ଉଠି ଚାଲିଛନ୍ତି ଊର୍ଦ୍ଧ୍ୱରୁ ଊର୍ଦ୍ଧ୍ୱକୁ। ସେହି ପରମଙ୍କ ସମୀପରେ ଠିଆ ହୋଇ କହୁଛନ୍ତି, ଆସ ପ୍ରକାଶ ହୁଅ! ଶ୍ରୀମା ତାଙ୍କ ଆଗାମୀ ଆତ୍ମଲିପିରେ ଲେଖୁଛନ୍ତି- ସେହି ଅଜ୍ଞେୟ, ଅତଳ ଗଭୀରତା ମଧ୍ୟରୁ ଏକ ସମୁଦାତ୍ତ ଓ ଦୁର୍ନିବାର ପ୍ରତ୍ୟୁତ୍ତର ଶୁଣିବାକୁ ପାଇଲୁ ଏବଂ ବୁଝିପାରିଲୁ ପୃଥିବୀ ରକ୍ଷା ପାଇଲା(୧ା୯ା୧୯୧୪)। ତାଙ୍କ ଦିନଲିପିରୁ ଏହା ସ୍ପଷ୍ଟ ହେଉଛି ଯୁଦ୍ଧ-ଦାନବ କବଳରୁ ପୃଥିବୀ ରକ୍ଷା ପାଇବାର ନିଶ୍ଚିତତା ଦେବୀ ଅନୁଭବ କରିଛନ୍ତି, ପ୍ରତ୍ୟକ୍ଷ ଦର୍ଶନ କରିଛନ୍ତି। ଏହି ଦିନଲିପି ସବୁର ଅତି କ୍ଷୁଦ୍ର ଅଂଶ ହିଁ ଏହି ଯୁଦ୍ଧ ଘଟଣା। ଏହି ଦିନଲିପିର ପ୍ରତିଟି ଶବ୍ଦରେ, ପ୍ରତିଟି ବାକ୍ୟରେ ଭରିରହିଛି ଜୀବନ ବଞ୍ଚିବାର ନୂତନ ବିଜ୍ଞାନ। ଏହା ପଢିବସିଲେ ମନେହେବ ଆପଣ ସ୍ବର୍ଗକୁ ଛୁଉଁଛନ୍ତି, ମନେହେବ ଉପନିଷଦର ସେହି ମହାନ୍‌ ସତ୍ୟଗୁଡ଼ିକ ଆପଣଙ୍କ ଜୀବନରେ ଅଭିବ୍ୟକ୍ତି ପାଇଁ ଆମନ୍ତ୍ରଣ ଦେଉଛନ୍ତି। ମନେହେବ ଆପଣ ଏକା ନୁହନ୍ତି, ଏ ବିଶ୍ୱ ଏବଂ ବିଶ୍ୱ ନିୟନ୍ତା ପ୍ରତିଟି ଛନ୍ଦରେ ତୁମ ସହ ଅଛନ୍ତି, ତୁମେ ହିଁ ସିଏ। ଏହି ଡାଏରୀର ପ୍ରଥମ ପୃଷ୍ଠାରେ ଲେଖାଅଛି- ଶେଷରେ ଏପରି ଏକ ଦିନ ଆସିବ, ମୁଁ ତୋ ସଙ୍ଗେ ସମ୍ପୂର୍ଣ୍ଣ ଏକ ହୋଇଯିବି, ସେତେବେଳେ ମୋର ତୋତେ କିଛି କହିବାର ନ ଥିବ, କାରଣ ‘ମୁଁ ’ ହୋଇଯିବି ‘ତୁ’... (୨ା୧୧ା୧୯୧୨)। ଏହିସବୁ ଲେଖାର ପ୍ରତିଟି ବାକ୍ୟ, ବାକ୍ୟ ମଧ୍ୟରେ ନିହିତ ଶକ୍ତି ଆମକୁ ନେଇଯିବ ସେଇ ଅଜ୍ଞେୟ ପରମଙ୍କ ହୃଦୟସ୍ପନ୍ଦନ ମଧ୍ୟକୁ, ମନେହେବ ଆମେ ବିଶ୍ୱ ନିୟନ୍ତାଙ୍କ ହୃଦୟ ମଧ୍ୟରେ ସୁରକ୍ଷିତ।...

ଏଇ ଭାରତରେ

ଗୁରୁ-ଶିଷ୍ୟ ପରମ୍ପରା ଅତି ପବିତ୍ର। କେଉଁ ପ୍ରାଚୀନ ଯୁଗରୁ ଏ ପରମ୍ପରା ଚାଲିଆସିଛି। ହେଲେ କେତେକ ଶିକ୍ଷକ ଏହି ସମ୍ପର୍କକୁ ଅପବିତ୍ର କରିଦେଉଥିବାରୁ ସମଗ୍ର ଗୁରୁକୁଳ ନିନ୍ଦିତ ହୋଇଯାଉଛନ୍ତି। ଏଭଳି ରାଶି ରଶି ଉଦାହରଣ ବାରମ୍ବାର ଶୁଣିବାକୁ ମିଳୁଛି। ନିକଟରେ ତାମିଲନାଡୁର ଏକ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକ ଭାଲେଣ୍ଟାଇନ୍ସ ଡେ’ରେ ଛାତ୍ରୀଙ୍କୁ ଯେଭଳି ଭାବେ ପ୍ରେମ ନିବେଦନ କରିବାକୁ ଯାଇ ଗୋଲାପ ଫୁଲ ଦେଇ ଗିରଫ ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ଭେଲୁପୁରମ୍‌ ନିକଟସ୍ଥ ଚିନ୍ନା ସାଲେମଠାରେ ଥିବା ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଶ୍ରେଣୀ କକ୍ଷରେ ୪୩ ବର୍ଷୀୟ ଶିକ୍ଷକ ଗୋଲାପ ଫୁଲ ଯାଚିଥିଲେ। ସାର୍‌ଙ୍କ ପ୍ରସ୍ତାବରେ ରାଜି ହେବା ସକାଶେ ସ୍କୁଲର ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) ମଧ୍ୟ ଛାତ୍ରୀ ଜଣଙ୍କୁ ବାଧ୍ୟ କରିଥିଲେ। ହେଲେ ଛାତ୍ରୀ ଜଣକ ତାହାକୁ ଗ୍ରହଣ କରି ନ ଥିଲେ। ପରେ ସେ ଦିନତମାମ ସ୍କୁଲରେ ମନଦୁଃଖରେ ରହିଥିଲେ। ଘରକୁ ଗଲା ପରେ ସେ କାନ୍ଦିବାରୁ ମାତାପିତା କାରଣ ପଚାରି ବୁଝିଥିଲେ। ଝିଅ ସବୁ ଘଟଣା ଜଣାଇବା ପରେ ମାତାପିତା ଓ ସମ୍ପର୍କୀୟ ସ୍କୁଲ ସାମ୍ନାରେ ପ୍ରତିବାଦ କରିଥିଲେ। ଏହି ଖବର ଜିଲା ଶିକ୍ଷା ଅଧିକାରୀଙ୍କ ପାଖରେ ପହଞ୍ଚିଥିଲା। ଶିକ୍ଷାଧିକାରୀ ଗୋଲାପ ଫୁଲ ଯାଚିଥିବା ଶିକ୍ଷକ ନିର୍ମଳ ଓ ପିଇଟି ଲରେନ୍ସଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସମ୍ପୃକ୍ତା ଛାତ୍ରୀଙ୍କ ମାତାପିତାଙ୍କ ଅଭିଯୋଗ କ୍ରମେ ପୋଲିସ ସେମାନଙ୍କୁ ଗିରଫ କରିଛି। ଶୁଣିବାକୁ ମିଳିଛି ଯେ ସମ୍ପୃକ୍ତା ଛାତ୍ରୀ ଶିକ୍ଷକଙ୍କ ଝିଅ ବୟସର। ଉଭୟ ଶିକ୍ଷକ ବିବାହିତ ଓ ସେମାନଙ୍କର ପିଲାଛୁଆ ଅଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ଏଭଳି ନିନ୍ଦନୀୟ କାର୍ଯ୍ୟ ସମ୍ପୂର୍ଣ୍ଣ ଶିକ୍ଷକ ସମାଜକୁ ନିନ୍ଦିତ କରିବା ସହ ଗୁରୁ-ଶିଷ୍ୟ ପରମ୍ପରାକୁ କଳଙ୍କିତ କରୁଛି।

ସମ୍ପାଦକୀୟ/ ଅନିୟନ୍ତ୍ରିତ ଜନସଂଖ୍ୟା

ସମ୍ପାଦକୀୟ/ ଅନିୟନ୍ତ୍ରିତ ଜନସଂଖ୍ୟା

ଏକ ଆକଳନରୁ ଜଣାପଡ଼ିଛି ଯେ ୨୦୨୨ ସୁଦ୍ଧା ଭାରତର ଜନସଂଖ୍ୟା ୧୫୦ କୋଟିକୁ ଟପିଯିବ। ଦେଶରେ ୨ ସନ୍ତାନ ନୀତି ଠିକ୍‌ ଭାବେ ଅନୁସରଣ କରାଯାଇପାରୁ ନ ଥିବାରୁ ଲୋକସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବାରୁ ସୁପ୍ରିମକୋର୍ଟରେ ୩ଟି ପୃଥକ୍‌ ଆବେଦନ କରାଯାଇଛି। ଦେଶରେ ୨ ସନ୍ତାନ ନୀତି ସୁନିଶ୍ଚିତ କରିବା ସକାଶେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଉକ୍ତ ଆବେଦନଗୁଡ଼ିକରେ ଦର୍ଶାଯାଇଛି। ଏହି ନୀତିକୁ ପାଳନ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରିବା ବା ମାନୁ ନ ଥିବା ନାଗରିକଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା ସୃଷ୍ଟି କରାଗଲେ ଜନସଂଖ୍ୟା ବିସ୍ଫୋରଣ ରୋକାଯାଇପାରିବ ବୋଲି ଆବେଦନକାରୀ ଆଶା ପ୍ରକାଶ କରିଛନ୍ତି। ଆସନ୍ତା ସପ୍ତାହରେ ଏ ସଂକ୍ରାନ୍ତରେ ଶୁଣାଣି ହେବାକୁ ଥିବାରୁ ଜନସଂଖ୍ୟା ବୃଦ୍ଧି ପ୍ରସଙ୍ଗ ପୁଣି ଆଲୋଚନାର ବିଷୟ ପାଲଟିଛି। ଦେଶର ଆୟତନ ସମାନ ରହିଥିବା ବେଳେ ଲୋକସଂଖ୍ୟା ବୃଦ୍ଧି ପାଇଚାଲିଛି। ଫଳରେ ରହିବା ପାଇଁ ସ୍ଥାନାଭାବ ଦେଖାଦେଲାଣି। ସେହିପରି ଜମି, ଜଳ ଓ ଖାଦ୍ୟ ଭଳି ସମ୍ପଦ ସୀମିତ ଥିବାରୁ ଢେର ଲୋକ ଚାହିଦା ମେଣ୍ଟାଇବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ସ୍ତରକୁ ଆସିଗଲେଣି। ଅନୁରୂପ ଭାବେ ଜନସଂଖ୍ୟା ବୃଦ୍ଧି ସହ ତାଳଦେଇ ବେକାରି, ଅଶିକ୍ଷା, ଦୁର୍ବଳ ସ୍ବାସ୍ଥ୍ୟ, ଦାରିଦ୍ର୍ୟ, ପ୍ରଦୂଷଣ ଏବଂ ବିଶ୍ୱତାପନ ଭଳି ସମସ୍ୟା ପ୍ରବଳମାତ୍ରାରେ ବଢ଼ି ଚାଲିଛି। ୧୯୫୧ ମସିହାରେ ଦେଶର ଜନସଂଖ୍ୟା ୩୬ କୋଟି ଏକ ଲକ୍ଷ ଥିବା ବେଳେ ୨୦୧୧ ଜନଗଣନା ଅନୁଯାୟୀ ଏହା ୧୨୧ କୋଟିରୁ ଅଧିକ ହୋଇଥିଲା। ତେବେ ବେସରକାରୀ ଆକଳନ ଅନୁଯାୟୀ ବର୍ତ୍ତମାନ ପରିସ୍ଥିତିରେ ଦେଶର ଲୋକସଂଖ୍ୟା ୧୩୦ କୋଟି ଟପିଗଲାଣି। ୨୦୧୮ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ମିଳିଥିବା ଏକ ତଥ୍ୟ ଅନୁଯାୟୀ ଲୋକେ ପୁତ୍ର ସନ୍ତାନଟିଏ ପାଇବା ଆଶାରେ ଝିଅ ଜନ୍ମ କରିଚାଲିଛନ୍ତି। ଫଳରେ ୨ କୋଟି ୧ ଲକ୍ଷ ଅଲୋଡ଼ା କନ୍ୟା ସନ୍ତାନ ଜନ୍ମ ନେଇଛନ୍ତି। ଇରାନ୍‌ ଭଳି ମୁସଲିମ୍‌ ରାଷ୍ଟ୍ର ୧୯୯୦ରୁ ଦୁଇ ସନ୍ତାନ ନୀତି ଆପଣାଇ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଉଦାହରଣ ସୃଷ୍ଟି କଲାଣି। ଲୋକସଂଖ୍ୟା ଦୃଷ୍ଟିରୁ ବିଶ୍ୱର ପ୍ରଥମ ସ୍ଥାନରେ ଥିବା ଚାଇନା ଏକ ସନ୍ତାନ ନୀତି ହଟାଇବା ପରେ ୨୦୧୬ ତୁଳନାରେ ୨୦୧୭ରେ ସେଠାରେ ୬ ଲକ୍ଷ ୩୦ ହଜାର ଶିଶୁ କମ୍‌ ଜନ୍ମ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜନସଂଖ୍ୟା ହ୍ରାସ ପାଇଁ ଚାଇନା ୧୯୭୯ରେ ଏକ ସନ୍ତାନ ନୀତି କଠୋର ଭାବେ କାର୍ଯ୍ୟକାରୀ କରିଥିଲା। ତେବେ ଇତିହାସ ଦେଖିଲେ ଭାରତ ହେଉଛି ବିଶ୍ୱର ପ୍ରଥମ ରାଷ୍ଟ୍ର ଯିଏ ୧୯୫୨ରେ ପରିବାର ନିୟୋଜନ ଲାଗି ଏକ ଜାତୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲା। କିନ୍ତୁ ଦେଶର ଜନସଂଖ୍ୟା ଯେଭଳି ବୃଦ୍ଧି ପାଇବାରେ ଲାଗିଛି ତାହା ୨୦୨୮ ସୁଦ୍ଧା ଚାଇନାକୁ ଟପିଯିବାର ସବୁ ଲକ୍ଷଣ ଦେଖାଦେଲାଣି। ,...

ଭାଷା ପ୍ରଦୂଷଣ ଓ ମଦ୍ୟ

ଭାଷା ପ୍ରଦୂଷଣ ଓ ମଦ୍ୟ

ବୈକୁଣ୍ଠନାଥ ମିଶ୍ର/ ଆଜିର ସମାଜ ଏକ ବିସ୍ମୟକର ପରିସ୍ଥିତି ଦେଇ ଗତି କରୁଛି। ନା ଅଛି ଶୃଙ୍ଖଳା ନା ଅଛି ଗୁରୁଗୁରୁଜନଙ୍କ ପ୍ରତି ସମ୍ମାନବୋଧ। ଏକ ଅରୁଚିକର ଓ ଅପାଂକ୍ତେୟ ଜୀବନଚର୍ଯ୍ୟାରେ ସର୍ବେ ନିମଜ୍ଜିତ। ହୃଦୟରେ ଭକ୍ତି ନାହିଁ, ମନରେ ଶାନ୍ତି ନାହିଁ, ବ୍ୟବହାରରେ ଶାଳୀନତା ନାହିଁ କିମ୍ବା ଭାଷାରେ ସଂଯମ ନାହିଁ। ତୁଣ୍ଡ ଖୋଲିଲେ ଅମାର୍ଜିତ ଭାଷା ଯେଉଁଥିରେ ମାତା, ଭଗିନୀଙ୍କ ମର୍ଯ୍ୟାଦାକୁ କାଳିମାମୟ କରିବାର ପ୍ରୟାସ। ପଲ୍ଲୀରୁ ସହର ପର୍ଯ୍ୟନ୍ତ ସବୁଠାରେ ଅଶ୍ରାବ୍ୟ ଭାଷା କଥନ ଏକ ଦୈନନ୍ଦିନ ଅଭ୍ୟାସରେ ପରିଣତ ହେଲାଣି। ବୟସ୍କଙ୍କୁ ସମ୍ମାନ, ତାଙ୍କ ପ୍ରତି ବିନୟଭାବ ଆଜି ଦୁଷ୍ପ୍ରାପ୍ୟ। ମହିଳାମାନେ ରାସ୍ତାରେ ଯିବାବେଳେ ତାଙ୍କ ପ୍ରତି କୁତ୍ସିତ ଇଙ୍ଗିତ ତଥା କୁଭାଷା ପ୍ରୟୋଗ ତାଙ୍କୁ ଅଣନିଃଶ୍ୱାସୀ କରିଦେଲାଣି। ଭାଷାକୁ ଅସଭ୍ୟତାର ରୂପ ଦେବା ଆଜିର ଯୁବଗୋଷ୍ଠୀର ଏକ ଆଧୁନିକ ରୁଚି। କେବଳ ଯୁବଗୋଷ୍ଠୀ କାହିଁକି ସମଗ୍ର ସମାଜ ଆଜି କୁଭାଷାର କରାଳ କବଳରେ କବଳିତ। ଭାଷାକୁ ସରସ୍ବତୀଙ୍କର ପ୍ରତିକୃତି କୁହାଯାଏ। ସରସ୍ବତୀଙ୍କ ଅନ୍ୟ ନାମ ହେଉଛି ‘ଭାଷା’ (ବ୍ରାହ୍ମୀ ତୁ ଭାରତୀ ଭାଷା ଗୀର୍ବାଗ୍‌ବାଣୀ ସରସ୍ବତୀ- ଅମରକୋଷ)। ମୂର୍ଖଟିଏ ବାଣୀ ଆରାଧନା କରି ପାଣ୍ଡିତ୍ୟଲାଭ କରିବା ଉତ୍କଳର ଅନ୍ୟତମ ବିଶେଷତ୍ୱ। ଚଷାପୁଅ ସିଦ୍ଧେଶ୍ୱରଙ୍କର ଶିକ୍ଷାଗତ ଯୋଗ୍ୟତା ନ ଥାଇ ମଧ୍ୟ ବାଣୀରୂପୀ ଶାରଳାଙ୍କ କୃପାରୁ ହେଲେ ମହାଜ୍ଞାନୀ ଶୂଦ୍ରମୁନି ଶାରଳାଦାସ, ଯାହାଙ୍କ ଲେଖନୀରୁ ନିଃସୃତ ହେଲା ଓଡିଆ ମହାଭାରତ ସମେତ ବହୁ ମୂଲ୍ୟବାନ ଗ୍ରନ୍ଥ। ତାଙ୍କ ରଚିତ ମହାଭାରତରେ ଅନେକ ସ୍ଥାନରେ ସେ ସ୍ବୀକାର କରି କହିଛନ୍ତି- ”ଜନ୍ମରୁ ମୂରୁଖ ମୁହିଁ ନାହିଁ ଶାସ୍ତ୍ରଜ୍ଞାନ, ତୁ ଯାହା କହୁ ମୁଁ ତା’ କରଇ ଲିଖନ।“ ଆଜି ଆମେ ଶିକ୍ଷିତ ହୋଇଛୁ। ଜ୍ଞାନୀ ବୋଲି ଗର୍ବ କରୁଛୁ। କିନ୍ତୁ ଭାଷାକୁ କୁରୁଚିପୂର୍ଣ୍ଣ କରିବାରେ ଆମେ ବେଶ୍‌ ପାରଙ୍ଗମ। ଏକଦା ଭାଷା ସାହିତ୍ୟରେ ସମୃଦ୍ଧ ଉତ୍କଳଜନନୀ ଆଜି ତା’ ସନ୍ତାନ ପ୍ରତି ବିମୁଖ। ଜଳ, ବାୟୁ ଓ ଶବ୍ଦ ପରି ଭାଷା ଆଜି ପ୍ରଦୂଷିତ। ପରିବେଶ ପ୍ରଦୂଷଣକୁ ନେଇ ଆମେ ଯେତେ ଚିନ୍ତିତ, ଭାଷା ପ୍ରଦୂଷଣ ପ୍ରତି ଆମର ସାମାନ୍ୟତମ ଶୋଚନା ନାହିଁ। ଭାଷାରେ ମାତୃ ଅପମାନ ମା’ ପାଇଁ ଅସହ୍ୟ। ଲକ୍ଷ୍ମୀଙ୍କର ଅନେକ ନାମ ଭିତରୁ ଗୋଟିଏ ହେଉଛି ମା (ଲକ୍ଷ୍ମୀଃ ପଦ୍ମାଳୟା ପଦ୍ମା କମଳା ଶ୍ରୀର୍ହରିପ୍ରିୟା। ଇନ୍ଦିରା ଲୋକମାତା ମା କ୍ଷୀରାବ୍ଧିତନୟା ରମା। ଭାର୍ଗବୀ ଲୋକଜନନୀ କ୍ଷୀରସାଗରକନ୍ୟକା।ା- ଅମରକୋଷ)। କଳଙ୍କିତ ଭାଷା, ସେଥିରେ ପୁଣି ମା’ର ଅପମାନ ଉତ୍କଳ ପାଇଁ ଘୋର ଦୁର୍ଦ୍ଦିନକୁ ଆମନ୍ତ୍ରଣ କରିଛି। ଫଳରେ ଉଭୟ ସରସ୍ବତୀ ଓ ଲକ୍ଷ୍ମୀଙ୍କର କରୁଣାରେ ଭଟ୍ଟା ପଡିଛି। ଉତ୍କଳରେ ଆଜି ସରସ୍ବତୀଙ୍କର ବୀଣା ଝଙ୍କୃତ ହେଉନାହିଁ କିମ୍ବା ଲକ୍ଷ୍ମୀଙ୍କର ଶତଦଳ ପ୍ରସ୍ଫୁଟିତ ହେଉନାହିଁ। ଉଭୟତଃ ଆମେ ଦରିଦ୍ର। ଭାଷା ପ୍ରଦୂଷଣର ମୂଳଉତ୍ସ ମଦ୍ୟପାନ। ମଦ ଢୋକେ ଉଦରସ୍ଥ କରିଦେଲେ ପ୍ରଦୂଷିତ ଭାଷାଗୁଡିକ ଆପେ ଆପେ ବହିର୍ନିର୍ଗତ ହୁଅନ୍ତି। ନିଶା ସେବନ ଓ ପ୍ରଦୂଷିତ ଭାଷା କଥନ ସତେଯେପରି ଆମ ପୌରୁଷର ସ୍ବାକ୍ଷର ବହନ କରନ୍ତି। ମଦକୁ ମଣିଷ ପିଏନାହିଁ, ବରଂ ମଣିଷକୁ ମଦ ପିଇଥାଏ। ଏକଥା ଜାଣି ମଧ୍ୟ ମଦ୍ୟପଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଏକ ସର୍ବେକ୍ଷଣ ଅନୁସାରେ ୨୦୧୦-୧୧ ସୁଦ୍ଧା ମଦ୍ୟପାନ କରୁଥିବା ବ୍ୟକ୍ତିର ସର୍ବନିମ୍ନ ବୟସ ୧୬ ଥିବାବେଳେ ୨୦୧୬-୧୭ରେ ଏହି ବୟସ ସୀମା ୧୨କୁ ଖସିଆସିଛି। ସରକାର ମଧ୍ୟ ମଦ ବିକ୍ରିକୁ ପରୋକ୍ଷ ପ୍ରୋତ୍ସାହନ ଦେଇଆସୁଛନ୍ତି। ଏହା ରାଜସ୍ବ ଆୟର ସର୍ବୋତ୍କୃଷ୍ଟ ମାଧ୍ୟମ ବୋଲି ବିବେଚନା କରାଯାଉଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଆମ ରାଜ୍ୟରେ ୨୦୦୦-୨୦୦୧ରେ ମଦ ବିକ୍ରିଜନିତ ରାଜସ୍ବ ଆୟ ୧୧୪.୮୨ କୋଟି ଟଙ୍କା ଥିବାବେଳେ ୨୦୦୪-୦୫ରେ ଏହା ୩୦୬.୨୧ କୋଟି, ୨୦୦୯-୧୦ରେ ଏହା ୮୪୮.୯୭ କୋଟି, ୨୦୧୩-୧୪ ବେଳକୁ ଏହା ବୃଦ୍ଧି ପାଇ ୧୭୮୦.୨୯ କୋଟି ଏବଂ ୨୦୧୫-୧୬ରେ ଏହା ୨୫୦୦ କୋଟି ଟଙ୍କାକୁ ଟପିଗଲା। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୩ ହଜାର କୋଟି ଟପିବ ବୋଲି ଆକଳନ କରାଯାଇଛି। ମଦ ଦୋକାନ ସଂଖ୍ୟା ୨୦୦୪-୦୫ରେ ୬୫୬ ଥିବାବେଳେ ୨୦୦୯-୧୦ରେ ଏହା ୧୧୦୦ ଓ ୨୦୧୩-୧୪ରେ ଏହି ସଂଖ୍ୟା ୧୧୬୩ରେ ପହଞ୍ଚିଛି। ପୂର୍ବେ ସହରାଞ୍ଚଳରେ ଅଧିକ ଲୋକ ମଦ୍ୟପାନ କରୁଥିବା ବେଳେ ବର୍ତ୍ତମାନ ଗ୍ରାମାଞ୍ଚଳକୁ ଏହା ଦ୍ରୁତ ସମ୍ପ୍ରସାରିତ ହେବାରେ ଲାଗିଛି। ଆଉ ଏକ ସର୍ଭେ ଅନୁସାରେ ବିଶ୍ୱରେ ହାରାହାରି ବାର୍ଷିକ ମୁଣ୍ଡପିଛା ମଦ୍ୟପାନର ପରିମାଣ ୧୦ ଲିଟର ଥିବାବେଳେ ଭାରତରେ ଏହି ପରିମାଣ ୨୮.୭ ଲିଟର। ଓଡିଶାରେ ଏହା ୨୦ ଲିଟରରୁ ଅଧିକ। ...

ବଦଳୁଛି ଆଭିମୁଖ୍ୟ

ବଦଳୁଛି ଆଭିମୁଖ୍ୟ

ଅଲେଖ ଚନ୍ଦ୍ର ମିଶ୍ର/ ପିଲାଟିଏ ସ୍କଲରୁ ଫେରି ଘରେ ତାଲା ପଡିଥିବା ଦେଖିଲେ ତା’ର ମାନସିକ ଅବସ୍ଥା ଯାହାହୁଏ ତା’ସହିତ ତାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ମା’ର ସୁମଧୁର ସମ୍ଭାଷଣକୁ ତୁଳନା କଲେ ଉଭୟ ମଧ୍ୟରେ ଯେଉଁ ଭାବଗତ ତାରତମ୍ୟ ପରିଲକ୍ଷିତ ହୁଏ ତାହା କେବଳ ଅଙ୍ଗେନିଭା କଥା। ସେହିପରି ଅଫିସରୁ ଅଥବା ହାଟ ବଜାରରୁ ଫେରିବା ବେଳକୁ ଶୂନ୍ୟ ଗୃହର ଅବସ୍ଥା ସହିତ ଅପେକ୍ଷାରତା ମହିଳାଟିଏର ହସ ହସ ମୁହଁକୁ ତଉଲିଲେ ମନ ଉପରେ ଯେଉଁ ପ୍ରଭାବ ପଡେ ତାହା ଅନୁଭବର କଥା। ପରସ୍ପର ବିରୋଧାଭାସର ପ୍ରତୀକ ଏହି ଉଭୟ ପ୍ରକାରର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏ ଦୁଇଟି ମଧ୍ୟରେ ଯିଏ ଏକମାତ୍ର ଯୋଗସୂତ୍ରକାରୀ ସେ ହେଉଛନ୍ତି ଗୃହିଣୀ। ଗୃହକର୍ମ ଏପରି ଏକ କର୍ମ, ଯାହାର ପରିସୀମା ଅପରିମିତ। ଏହା ଏକ ପେସା ନୁହେଁ କର୍ତ୍ତବ୍ୟ। ତେଣୁ ଏହାର କିଛି ଆର୍ଥିକ ମୂଲ୍ୟବୋଧ ନ ଥାଏ। କିନ୍ତୁ ଏହାର ପରୋକ୍ଷ ଏବଂ ଆପେକ୍ଷିକ ମୂଲ୍ୟ ଏହାକୁ ଏକ ଅମୂଲ୍ୟ ସମ୍ପଦ କରି ଗଢିତୋଳିଥାଏ। ସେଥିପାଇଁ ଅନେକ କ୍ଷେତ୍ରରେ ଗୃହିଣୀମାନଙ୍କୁ ଗୃହଲକ୍ଷ୍ମୀର ମାନ୍ୟତା ଦିଆଯାଇଥାଏ। ଯେତେ ଓଷା, ବ୍ରତ, ଉପାସନାର ବ୍ୟବସ୍ଥା କରାଯାଇଛି ସେ ସବୁର ମୁଖ୍ୟ ପାଳନକର୍ତ୍ତ୍ରୀ ନାରୀ। ସେ ରଜ ହେଉ ଅଥବା ସାବିତ୍ରୀ ବ୍ରତ, ଦୁର୍ଗାଷ୍ଟମୀ ହେଉ ଅବା ମାଣବସା ସବୁ ନାରୀକୈନ୍ଦ୍ରିକ। ଘରେ ସର୍ବଦା ଜଣେ ନାରୀର ଉପସ୍ଥିତି ହିଁ ଯଥେଷ୍ଟ। ମହିଳାଶୂନ୍ୟ ଗୃହ ଶ୍ମଶାନତୁଲ୍ୟ। ତେଣୁ କୁହାଯାଇଥାଏ ‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ।’ ...

ଏଇ ଭାରତରେ

ଜମିବାଡିର ଲୋଭ ଏତେ ଯେ, ଏଥିପାଇଁ ଭାଇ-ଭାଇ ମଧ୍ୟରେ ମାରପିଟ ଓ ହଣାକଟା ହୋଇଯାଉଛି। ଚାଖଣ୍ଡେ ଜମି ପାଇଁ ବିବାଦ କୋର୍ଟ କଚେରି ପର୍ଯ୍ୟନ୍ତ ଯାଉଛି। କିନ୍ତୁ ସମାଜରେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କଠାରେ ଏ ନେଇ କୌଣସି ଲୋଭ ନାହିଁ। ବରଂ ସେମାନେ ସମାଜର କଲ୍ୟାଣ ପାଇଁ ନିଜର ଜମିକୁ ଦାନ କରିଦେଉଛନ୍ତି। ସେମିତି ଜଣେ ଉଦାରଚେତା ମହିଳା ହେଉଛନ୍ତି କେ. ପୋନମନି ଦେବୀ। ତାମିଲନାଡୁ ରାଜ୍ୟ ଇରୋଡ ଜିଲାର ଏହି ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ୮୦ ବର୍ଷ ହେଲାଣି। ସ୍ବାମୀଙ୍କ ପରଲୋକ ପରେ ସେ ତାଙ୍କର ଏକମାତ୍ର ପୁଅଙ୍କ ନିକଟରେ ରହିଆସୁଥିଲେ। କିନ୍ତୁ ତାଙ୍କର ଦୁର୍ଦ୍ଦିନର ଅନ୍ତ ଘଟିଲା ନାହିଁ। ବିଦ୍ୟୁତ୍‌ ଆଘାତରେ ଆରପାରିକୁ ଚାଲିଗଲେ ପୋନମନି ଦେବୀଙ୍କ ଏକମାତ୍ର ପୁତ୍ର। ଅସହାୟ ହୋଇପଡିଥିବା ଏହି ମହିଳାଙ୍କୁ ସାହାରା ଦେଲେ ତାଙ୍କର ଭଉଣୀ। ଶିକ୍ଷକତା ସମୟରୁ ସମାଜକଲ୍ୟାଣ ଚିନ୍ତା କରିଆସୁଥିବା ପୋନମନି ଦେବୀ ୨୦୦୬ରୁ ବଦାନ୍ୟତାର ଉଦାହରଣ ସୃଷ୍ଟି କରିଆସିଛନ୍ତି। ସେ ପ୍ରଥମେ ଛାତ୍ରୀଛାତ୍ରଙ୍କ ସକାଶେ ଏକ ହଷ୍ଟେଲ ନିର୍ମାଣ ପାଇଁ ଅନୁନ୍ନତ ଶ୍ରେଣୀ କଲ୍ୟାଣ ବିଭାଗକୁ ଦାନ କରିଦେଇଥିଲେ ୨୫ ସେଣ୍ଟ୍‌ ଜମି। ଏହାର ୯ ବର୍ଷ ପରେ ସେ ଚିତୋଡର ସରକାରୀ ମହିଳା ହାଇସ୍କୁଲର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏବେ ସେହି ସ୍କୁଲରେ ଦ୍ୱାଦଶ ଶ୍ରେଣୀ ଖୋଲିବା ସକାଶେ ଘର କରିବାକୁ ଜମିର ଅଭାବ ଅଛି ବୋଲି ଜାଣିବାରେ ପୋନମନି ଦେବୀ ଏକ ଏକର ଜମି ଦାନ କରିଛନ୍ତି। ଏହି ଜମି ଉପରେ ଘର ତିଆରି କରାଯାଇ ଆଗାମୀ ଶିକ୍ଷାବର୍ଷଠାରୁ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହେବ। ପୋନମନି ଦେବୀଙ୍କ ଏହି ଦାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲା ପ୍ରଶାସନ ତାଙ୍କୁ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନେଇଛି।