ସମ୍ପାଦକୀୟ |

ଯେପରି ଅନ୍ନ, ସେପରି ମନ

ଯେପରି ଅନ୍ନ, ସେପରି ମନ

ଅଭିମନ୍ୟୁ ଧଳ
ଖାଦ୍ୟକୁ ସାତ୍ତ୍ୱିକ, ରାଜସିକ ଓ ତାମସିକ ତିନିଭାଗରେ ବିଭକ୍ତ କରାଯାଇଛି। ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି ଶାନ୍ତ, ସରଳ ହୋଇଥାଏ ପରନ୍ତୁ ରାଜସିକ ଖାଦ୍ୟ ମନରେ ହିଂସା, କ୍ରୋଧ ଜାଗ୍ରତ କରିଥାଏ। ତାମସିକ ଖାଦ୍ୟ ଆଳସ୍ୟ, ଅବସାଦ ସୃଷ୍ଟି କରିଥାଏ ଓ ମନ ଉପରେ ନକାରାତ୍ମକ ପ୍ରଭାବ ପକାଏ। ସର୍ବଦା ଅସନ୍ତୋଷ ତଥା ବିରକ୍ତି ଭାବ ପ୍ରଦର୍ଶନ କରୁଥିବା ବ୍ୟକ୍ତିର ରନ୍ଧାଖାଦ୍ୟ ଖାଇଲେ ମନ ଅଶାନ୍ତ ହୁଏ। ନିରାମିଷ ଆହାର ଶରୀର ଓ ମନକୁ ସୁସ୍ଥ ରଖେ। ପ୍ରାକୃତିକ ଖାଦ୍ୟ ଖାଉଥିବା ବ୍ୟକ୍ତି ନୀରୋଗ ଓ ଦୀର୍ଘାୟୁ ହୋଇଥାନ୍ତି। ଅନ୍ନ ଯଦି ପାପ ଅନ୍ନ ହୋଇଥାଏ, ଏହା ଗଭୀର ଭାବେ ଶରୀର ଓ ମନ ଉପରେ କୁ-ପ୍ରଭାବ ପକାଇଥାଏ। ମହାଭାରତରୁ କଥାଟିଏ। ଶରଶଯ୍ୟାରେ ଥିବା ପିତାମହ ଭୀଷ୍ମଙ୍କ ନିକଟକୁ ପଞ୍ଚପାଣ୍ଡବଙ୍କ ସହିତ ଦ୍ରୌପଦୀ ଯାଇଥିଲେ। ଉଦ୍ଦେଶ୍ୟ କିଛି ଉପଦେଶ ଶୁଣିବା। ଏହି ସମୟରେ ଯାଜ୍ଞସେନୀ ହସିଦେବାରୁ ପିତାମହ କାରଣ ପଚାରିଲେ। ସେ କହିଲେ, ଆପଣ ଏବେ ଧର୍ମ ବିଷୟରେ ଉପଦେଶ ଦେଉଛନ୍ତି, କିନ୍ତୁ ଦୁଃଶାସନ ମୋତେ କୁରୁସଭା ତଳେ ବିବସନା କଲାବେଳେ ମୁଁ କେତେ କାକୁତିମିନତି ହୋଇ ଡାକିଥିଲି। ସେତେବେଳେ ଆପଣଙ୍କର ଧର୍ମଜ୍ଞାନ କେଉଁଠି ଥିଲା? ପିତାମହ ଉତ୍ତରଦେଲେ, ସେ ସମୟରେ ବି ମୋର ଧର୍ମଜ୍ଞାନ ଥିଲା। କିନ୍ତୁ ଦୁର୍ଯ୍ୟୋଧନର ପାପାନ୍ନ ଗ୍ରହଣ କରି ମୋର ବୁଦ୍ଧି, ବିବେକ ଲୀନ ହୋଇଯାଇଥିଲା। ମୋର ପୌରୁଷ ଅଥର୍ବ ହୋଇଯାଇଥିଲା। ସେଥିପାଇଁ ମୁଁ ଠିକ୍‌ ନିର୍ଣ୍ଣୟ ନେଇପାରିଲି ନାହିଁ। ଅର୍ଜୁନଙ୍କ ଶରାଘାତରେ ମୋ ଶରୀରର ସବୁତକ ଦୂଷିତ ରକ୍ତ ନିଗିଡିଯିବା ପରେ ମୋ ବିବେକ ଉଦୟ ହୋଇଛି। ଧର୍ମ, ଅଧର୍ମ, କର୍ତ୍ତବ୍ୟ, ଅକର୍ତ୍ତବ୍ୟ ବୁଝିପାରୁଛି। ପାପାଚାରୀର ଅନ୍ନଭକ୍ଷଣ ଜଣେ ବିବେକୀ ମଣିଷକୁ ଅବିବେକୀ କରିଦିଏ। ଦସ୍ୟୁ ରତ୍ନାକରକୁ ପରିବର୍ତ୍ତନ କରିବାକୁ ଯାଇ ନାରଦମହର୍ଷି କହିଲେ, ତୁମେ ଲୁଣ୍ଠନ କରି ଯେଉଁ ପାପ ଅର୍ଜନ କରିଛ ଏଥିରେ ତୁମ ପରିବାରର ସଦସ୍ୟ ସହଭାଗୀ ହେବେ କି? ରତ୍ନାକରର ପାପରେ ଭାଗୀଦାର ହେବାକୁ ପରିବାରର କୌଣସି ସଦସ୍ୟ ରାଜି ହେଲେନି କାହିଁକି ନା, ପାପାନ୍ନ ଭକ୍ଷଣ କରି ସେମାନଙ୍କ ମନ କଳୁଷିତ ହୋଇଯାଇଥିଲା, ସେମାନେ ବେଇମାନୀ ହୋଇଯାଇଥିଲେ। ଶ୍ରୀକୃଷ୍ଣ ଅହଙ୍କାରୀ ଦୁର୍ଯ୍ୟୋଧନର ରାଜକୀୟ ଭୋଜନ ପରିତ୍ୟାଗ କରି ବିଦୁର ଘରେ ଶାଗ, ଭାତ ଖାଇବାର ଉଦାହରଣ ଆମ ପୁରାଣରେ ରହିଛି। ରାକ୍ଷସ ରାଜା ରାବଣ, କଂସ ଆଦିଙ୍କ ପାପାନ୍ନ ଖାଇ ସେମାନଙ୍କ ସୈନ୍ୟସାମନ୍ତ କଳୁଷିତ ହୋଇଯାଇଥିଲେ, ଧର୍ମ ଅଧର୍ମ ବିଚାରଶକ୍ତି ହରାଇ ବସିଥିଲେ। ସହରର ଦୁଇ ଧନିକଙ୍କ ଦୁଇପୁତ୍ର ଗୋଟିଏ ବିଦ୍ୟାଳୟ ଓ ଗୋଟିଏ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଦୁଇ ବିଦ୍ୟାର୍ଥୀ କେବଳ ଭଲ ପଢୁ ନ ଥିଲେ ପରନ୍ତୁ ଦୁଇଜଣ ପରସ୍ପର ବନ୍ଧୁ ଥିଲେ। ଦିନେ ଦୁହେଁ ବିଦ୍ୟାଳୟକୁ ଯିବା ବାଟରେ ଦୁର୍ଘଟଣାଗ୍ରସ୍ତ ଜଣେ ବ୍ୟକ୍ତି ରାସ୍ତା ଉପରେ ଯନ୍ତ୍ରଣାରେ ଛଟପଟ ହେବାର ଦେଖି ଅଟକିଗଲେ। ଲୋକମାନେ ଦେଖି ଚାଲିଯାଉଥାନ୍ତି। ଦୁଇବନ୍ଧୁଙ୍କ ମଧ୍ୟରୁ ଜଣେ ତାକୁ ରିକ୍ସାରେ ବସାଇ ଡାକ୍ତରଖାନାକୁ ନେବାବେଳେ ଅନ୍ୟ ବନ୍ଧୁଟି ପାଠପଢାରେ ବିଳମ୍ବ ହେବା ଭୟରେ ସ୍ଥାନ ପରିତ୍ୟାଗ କରି ବିଦ୍ୟାଳୟକୁ ଚାଲିଗଲା। ଦିନତମାମ ପିଲାଟି ଡାକ୍ତରଖାନାରେ ରୋଗୀର ଭଲମନ୍ଦ ବୁଝିଲା ଓ ରୋଗୀର ବେଳେ ପରିବାର ଲୋକେ ଆସିବା ପରେ ଘରକୁ ଫେରିଲା। ଦୁହେଁ ଘରେ ପହଞ୍ଚି ସମସ୍ତ କଥା କହିବାରୁ ବିଦ୍ୟାଳୟକୁ ଯାଇଥିବା ପିଲାର ପିତା ତାକୁ ସାବାସି ଦେଇ କହିଲେ, ନିଜ କଥା ନିଜେ ଚିନ୍ତାକଲେ ଜୀବନରେ ସଫଳ ହେବୁ। ଦୁନିଆରେ କୋଟି କୋଟି ଅସହାୟ ଅଛନ୍ତି, ଆମେ କେତେଜଣଙ୍କର ସେବା କରିପାରିବା? ଡାକ୍ତରଖାନା ଯାଇଥିବା ପୁଅର ମୁଣ୍ଡକୁ ଆଉଁଶିଦେଇ ତା’ ବାପା କହିଲେ, ‘ମାନବସେବା ହିଁ ମାଧବ ସେବା।’ ବିଦ୍ୟାଳୟର ପାଠ ଘରେ ପଢିହେବ, କିନ୍ତୁ ଅସହାୟ ଲୋକକୁ ସାହାଯ୍ୟ କରି ନ ଥିଲେ ସେ ମୃତ୍ୟୁମୁଖରେ ପଡିଥାନ୍ତା। କହିବା ବାହୁଲ୍ୟ ‘ଆପେ ବଞ୍ଚିଲେ ବାପାର ନାଁ’ ଚିନ୍ତାଧାରା ଥିବା ଧନିକ ଅସତ୍‌ ଉପାୟରେ ଧନ ଅର୍ଜନ କରିଥିବାରୁ ପୁଅକୁ ନ କହିଲେ ମଧ୍ୟ ସେ ପିତାଙ୍କ ପଥ ଅନୁସରଣ କଲା। ସେମିତି ସତ୍‌ ଉପାୟରେ ଧନୀ ହୋଇଥିବା ବ୍ୟକ୍ତିର ପୁଅ ପରୋକ୍ଷରେ ଦୟାଳୁ ହୋଇଯାଇଥିଲା। ଏହିପରି ଅନେକ ଘଟଣା ଆମ ଚାରିପଟେ ଘଟିଚାଲିଛି। ବାପା, ମା’ଙ୍କର ସମସ୍ତ କୁକାର୍ଯ୍ୟ ଲୁକ୍କାୟିତ ହେଲେ ମଧ୍ୟ ପିଲାଙ୍କ ଉପରେ ଏହା ଗଭୀର ପ୍ରଭାବ ପକାଇଥାଏ। ଦୁର୍ନୀତି, ଅନୀତି ଉପାୟରେ ଅର୍ଜିତ ଧନ ଦାୟାଦମାନଙ୍କ ଉପକାରରେ ବିନିଯୋଗ ହୋଇପାରେ ନାହିଁ। ସେମାନେ ଜ୍ଞାନୀ, ଗୁଣୀ ହୋଇପାରନ୍ତି। ମୁଠା ମୁଠା ଅର୍ଥ ରୋଜଗାର କରିପାରନ୍ତି, କିନ୍ତୁ ଭଲମଣିଷ ହୋଇପାରିବେନି। ସତ୍‌ପଥରେ ଅନୁଧାବନ କରୁଥିବା ବାପା, ମା’ଙ୍କର ସୁକର୍ମ ତଥା ସଂସ୍କାରୀ ଜୀବନ ଦାୟାଦମାନଙ୍କୁ ଉତ୍ତମ ଭାବେ ଗଢିତୋଳିବା ସହିତ ଦେଶ ଓ ଜାତିକୁ ଯୋଗ୍ୟ ନାଗରିକ ପ୍ରଦାନ କରିଥାନ୍ତି। ଅସାମାଜିକ ଲୋକଙ୍କ ଅନ୍ନ ଖାଇ ତାଙ୍କର ଆଜ୍ଞାବହମାନେ ଅସାମାଜିକ ହୋଇଯାଆନ୍ତି ଅର୍ଥାତ୍‌ ସେମାନଙ୍କର ଏକ ସାମ୍ରାଜ୍ୟ ଗଢିଉଠେ। ଭକ୍ତ ସୁଦାମଙ୍କ ଚାଉଳଭଜା, ଶବରୀର ଅଇଁଠା ଫଳ ଓ ଦାସିଆର ନଡ଼ିଆକୁ ଭଗବାନ୍‌ ଗ୍ରହଣ କରନ୍ତି। କିନ୍ତୁ ଅସତ୍‌ ଉପାୟରେ ଧନ ଅର୍ଜନ କରିଥିବା ପାପାଚାରୀଙ୍କ ଅର୍ଘ୍ୟ ଗ୍ରହଣ କରନ୍ତି ନାହିଁ। ରାମକୃଷ୍ଣ ପରମହଂସଙ୍କୁ ଜଣେ ପଚାରିଲେ- ମନ ଉପରେ କ’ଣ ଖାଦ୍ୟର କିଛି ପ୍ରଭାବ ଅଛି? ରାମକୃଷ୍ଣ ଉତ୍ତର ଦେଲେ- ଆରେ ପାଗଳା! ଭାଙ୍ଗ ଖାଇଲେ ନିଶା ହୁଏ କି ନାହିଁ? ତେଣୁ ଆମେ ଯେପରି ଅନ୍ନ ଗ୍ରହଣ କରୁ ଆମର ଶରୀର ଓ ମନ ସେପରି ହୋଇଥାଏ। ”ଅନ୍ନେ ମନ ବୟ, ଅନ୍ନ ମାଫିକ୍‌ ଇ ଶରୀର ହୟ।“ (ଅନୁଶ୍ରୁତି) ଯେପରି ମନ ସେପରି ଉପଲବ୍ଧି। ଯେପରି ଉପଲବ୍ଧି ସେପରି କ୍ରିୟା। କ୍ରିୟା ବା କର୍ମ ଅନୁସାରେ ଫଳ। ମନ ଯେବେ ଶାନ୍ତ, ସ୍ଥିର ଓ ସଜାଗ ଥାଏ ଏବଂ ପ୍ରତ୍ୟେକ କର୍ମ ବିବେକାନୁମୋଦିତ ହୋଇଥାଏ। ଏଣୁ ସତ୍‌ ଉପାୟରେ ଅର୍ଜିତ ସାତ୍ତ୍ୱିକ ଭୋଜନକୁ ଆମ୍ଭେମାନେ ଆପଣାଇନେବା ଉଚିତ।
ମୋ-୯୮୬୧୦୪୮୦୫୨

All Right Reserved By

ସମ୍ପାଦକୀୟ |

 କାହିଁକି ପାରୁନାହୁଁ

କାହିଁକି ପାରୁନାହୁଁ

ଆକାର ପଟେଲ ଶନିବାର ରୁଷିଆରେ ଆଇସ୍‌ଲାଣ୍ଡ ସହ ଆର୍ଜେଣ୍ଟିନା ଫିଫା ବିଶ୍ୱ କପ୍‌ ଖେଳିଛି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୫ମ ଓ ୧୨ଶ ସ୍ଥାନରେ ଥିବା ଦୁଇଦଳ ମଧ୍ୟରେ ଏହି ଖେଳ ବଡ଼ ଚମକଦାର ଥିଲା। ତେବେ ଶେଷରେ ଖେଳ ଡ୍ର ରହିଲା। ସବୁଠାରୁ ମଜାର କଥା ହେଲା ମାତ୍ର ୩ ଲକ୍ଷ ଲୋକସଂଖ୍ୟା ଥିବା ଆଇସ୍‌ଲାଣ୍ଡ ମାତ୍ର ପ୍ରାୟ ୨ ବର୍ଷ ତଳେ ର଼୍ୟାଙ୍କିଙ୍ଗ୍‌ରେ ଭାରତଠାରୁ ତଳେ ୧୩୩ତମ ସ୍ଥାନରେ ଥିଲା। ଏହା ନିଜସ୍ବ ଶୈଳୀରେ ଇଂଲଣ୍ଡକୁ ହରାଇ ବିଶ୍ୱ କପ୍‌ ଖେଳିବାର ସୁଯୋଗ ପାଇଲା। ଭାରତ ୯୭ତମ ସ୍ଥାନରେ ଥାଇ ବି ବିଶ୍ୱ କପ୍‌ ଖେଳିବାରୁ ବଞ୍ଚିତ ହୋଇଛି। ..

 ତଳକୁ ଟିକେ ଚାହଁ

ତଳକୁ ଟିକେ ଚାହଁ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଜଣେ ଜିଜ୍ଞାସୁର ପ୍ରଶ୍ନ ଥିଲା ସ୍ବାମୀ ବିବେକାନନ୍ଦଙ୍କୁ- ”ମୁଁ ଏକା କାହିଁକି ଦୁଃଖରେ ରହିବି? ମୋ ଆଖପାଖର ସମସ୍ତେ ସୁଖରେ ରହୁଥିଲାବେଳେ, ମାନସମ୍ମାନ, ପ୍ରାଚୁର୍ଯ୍ୟ ପ୍ରତିଷ୍ଠା କାହିଁରେ ବି ଊଣା ନ ଥାଇ ହସଖୁସିରେ ଦିନ କାଟୁଥିଲାବେଳେ ସବୁଥିରୁ ବଞ୍ଚିତ ହୋଇ ମୁଁ କାହିଁକି ଦୁଃଖରେ ବଞ୍ଚତ୍ବି ? ଈଶ୍ୱର ପରା ସମସ୍ତଙ୍କ ପାଇଁ ସମାନ। ଅନ୍ୟ ସଭିଙ୍କୁ ସବୁପ୍ରକାରେ ପରିପୂର୍ଣ୍ଣ କରି ରଖିଥିବାବେଳେ ମୋ ପାଇଁ ଅପ୍ରାପ୍ତି ଅସନ୍ତୋଷଭରା ଶୂନ୍ୟ ଜୀବନଟିଏ କାହିଁକି?“ ସ୍ବାମିଜୀଙ୍କ ଉଦ୍ଦେଶ୍ୟରେ ଅସହାୟ ଯୁବକର ...

ଅନୁଭବୀ ଅଧିକାରୀ

ଅନୁଭବୀ ଅଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ସରକାରୀ କ୍ଷେତ୍ରରେ ଦୁର୍ନୀତି ରୋକିବା ପାଇଁ ୧୯୬୪ରେ ପ୍ରତିଷ୍ଠା କରାଯାଇଥିଲା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)। ୨୦୦୩ରେ ଏହି ଭ୍ରଷ୍ଟାଚାର ନିରୋଧୀ ସଂସ୍ଥାକୁ ବୈଧାନିକ ମାନ୍ୟତା ମିଳିଥିଲା। ଏହା ଏକ ସ୍ବୟଂଚାଳିତ ସଂସ୍ଥା, ଯାହା ଉପରେ କୌଣସି କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷଙ୍କ କର୍ତ୍ତୃତ୍ୱ ନ ଥାଏ। କିନ୍ତୁ ସିଭିସି ପାର୍ଲାମେଣ୍ଟକୁ ଉତ୍ତରଦାୟୀ। କେ. ଭି. ଚୌଧ୍‌ରୀ ଏହାର ମୁଖ୍ୟ ଥିବା ବେଳେ ଡକ୍ଟର ତେଜେନ୍ଦ୍ର ମୋହନ ଭାସିନ୍‌ଙ୍କୁ ଭିଜିଲାନ୍ସ କମିଶନର ପଦରେ ଅବସ୍ଥାପିତ କରାଯାଇଛି। ଖାଲି ପଡ଼ିଥିବା ଅନ୍ୟତମ ଭିଜିଲାନ୍ସ କମିଶନର ପଦବୀରେ ୨୦୧୮ ଜୁନ୍‌ ୧୦ରେ ବରିଷ୍ଠ ଆଇପିଏସ୍‌ ଶରଦ କୁମାରଙ୍କୁ ନିଯୁକ୍ତି ମିଳିଛି। ଫଳରେ...

ଏଇ ଭାରତରେ

ଏଇ ଭାରତରେ

ଆମେ ଜାଣୁ ଦ୍ୱାପର ଯୁଗରେ ମାମୁ କଂସ ଭଉଣୀ ଦେବକୀଙ୍କ ସନ୍ତାନମାନଙ୍କୁ ହତ୍ୟା କରିଥିଲେ। ହତ୍ୟା ପଛରେ ଭଣଜାମାନଙ୍କ ପକ୍ଷରୁ ପ୍ରାଣନାଶର ଆଶଙ୍କା ଥିଲା। କିନ୍ତୁ କଳିଯୁଗରେ କେତେକ ବ୍ୟକ୍ତି ବିନା ଦୋଷରେ ଭଣଜାଭାଣିଜୀଙ୍କୁ ହତ୍ୟାକରିବାକୁ ପଛାନ୍ତି ନାହିଁ। ମାନସିକ ସ୍ତରରେ ଦୁର୍ବଳ ଦୁଇ ଯମଜ ଭଣଜା (୧୨)ଙ୍କୁ ଜଣେ ବ୍ୟକ୍ତି ନୃଶଂସଭାବେ ହତ୍ୟା କରିଛନ୍ତି। ଏପରି ଏକ ଘଟଣା ଘଟିଛି ତେଲେଙ୍ଗାନାର ନାଲ୍‌ଗୋଣ୍ଡା ଅଞ୍ଚଳରେ। ନାଲ୍‌ଗୋଣ୍ଡା ନିକଟବର୍ତ୍ତୀ ମିରିଆଲ୍‌ଗୁଡାଠାରେ ଭଡାଘରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କର ଦୁଇଭଣଜାଙ୍କୁ ଘରକୁ ବୁଲାଇ ଆଣିଥିଲେ। ଶୁକ୍ରବାର ରାତିରେ ଏହି ବ୍ୟକ୍ତି ଜଣକ ସେମାନଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ଅଭିଯୁକ୍ତ ମୃତଦେହ ଦୁଇଟିକୁ କାର୍‌ ଯୋଗେ ନେବାକୁ ଉଦ୍ୟମ କରୁଥିବା ବେଳେ ଘର ମାଲିକ ଏହା ଦେଖିବାକୁ ପାଇଥିଲେ। ...

କର୍ନାଟକରେ ସମ୍ଭାବ୍ୟ ବଦଳି

କର୍ନାଟକରେ ସମ୍ଭାବ୍ୟ ବଦଳି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ସରକାର ପରିବର୍ତ୍ତନ ହେବା ପରେ କର୍ନାଟକର ବାବୁମାନେ ଆଉ ଏକ ବଡ଼ଧରଣର ଅଦଳବଦଳ ଆଶା କରୁଛନ୍ତି। ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ହେବା ପରେ ସେ ନିଜ ପସନ୍ଦର ବାବୁମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନିଯୁକ୍ତ କରିପାରନ୍ତି ବୋଲି ପର୍ଯ୍ୟପେକ୍ଷକମାନେ ଅନୁମାନ କରୁଛନ୍ତି। ଅନ୍ତତଃ ପାଞ୍ଚମାସ ପାଇଁ କର୍ନାଟକର ବାବୁମାନେ ଏଭଳି ଆଶଙ୍କାରେ ରହିବେ। କଂଗ୍ରେସ ଅମଳରେ ଅବହେଳାର ଶିକାର ହୋଇଥିବା ଜେଡିଏସ୍‌ର ଅନୁଗତ ଅନେକ ବାବୁ ପୁଣି ତାଙ୍କର ପୁରୁଣା ତଥା ଗୁରୁତ୍ୱପୂର୍ଣ୍ଣ ପଦକୁ ଫେରିପାରନ୍ତି। ଆଗରୁ କଂଗ୍ରେସ ଅମଳରେ ଓକାଲିଗା ସମ୍ପ୍ରଦାୟର ଅଫିସରମାନଙ୍କୁ ଅଣଦେଖା ...

ଆମ ସମାଜର ଗତି କୁଆଡ଼େ

ଆମ ସମାଜର ଗତି କୁଆଡ଼େ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ସମ୍ପ୍ରତି ଖବରକାଗଜଗୁଡ଼ିକରେ ପ୍ରତ୍ୟହ ବଳାତ୍କାର ଏବଂ ବଳାତ୍କାର ପରେ ହତ୍ୟାର ଖବରଗୁଡିକ ଦାୟିତ୍ୱଶୀଳ ନାଗରିକଙ୍କ ଚିନ୍ତାର କାରଣ ହୋଇଛି। ସମଗ୍ର ଦେଶରେ ଏ ଧରଣର କ୍ରମବର୍ଦ୍ଧିଷ୍ଣୁ ଯୌନ ଅପରାଧ ଯୋଗୁ ସରକାର ମଧ୍ୟ ବିବ୍ରତ ହୋଇପଡିଛନ୍ତି। ପୂର୍ବାପେକ୍ଷା ଅଧିକ କଠୋର ଆଇନଗତ ବ୍ୟବସ୍ଥା, ଦଣ୍ଡବିଧାନ ଏବଂ ସଶକ୍ତୀକରଣ ଭଳି ନାନା ପଦକ୍ଷେପ ଗ୍ରହଣ ସତ୍ତ୍ୱେ ଅପରାଧ ବଢ଼ୁଥିବା ଦେଖାଯାଉଛି। ଆଧୁନିକ ଭାରତୀୟ ସମାଜ ମୁଖ୍ୟତଃ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ କରି ଆଗେଇଚାଲିଛି। ଏହି ...

ଇସ୍‌ଲାମରେ ଜକାତ୍‌ ଓ ଫିତରା

ଇସ୍‌ଲାମରେ ଜକାତ୍‌ ଓ ଫିତରା

ଡ. ଅବ୍‌ଦୁଲ ଓସିଦ୍‌ ଖାଁ ଇସ୍‌ଲାମୀ ବିଶ୍ୱରେ ଆବାଳବୃଦ୍ଧବନିତାଙ୍କ ପାଇଁ ଅଭିପ୍ରେତ ପାଞ୍ଚୋଟି ବିଧାନ ମଧ୍ୟରୁ ଜକାତ୍‌ (ଦାନ) ଅନ୍ୟତମ। କଲମା, ନମାଜ, ରୋଜା, ହଜ୍‌ ଓ ଜକାତ୍‌ ରୂପକ ପାଞ୍ଚ ସ୍ତମ୍ଭ ଉପରେ ତିଷ୍ଠି ରହିଛି ଇସ୍‌ଲାମ। ଇସ୍‌ଲାମ ଏକ ପବିତ୍ର ଜୀବନଧାରା, ଏକ ସାଧନା, ଏକ ଜୀବନାଚାର। ଇସ୍‌ଲାମର ସାଧନା ଦ୍ୱିବିଧ- ଅନ୍ତର୍ମୁଖୀ ଓ ବହିର୍ମୁଖୀ। କଲମା, ରୋଜା ଓ ନମାଜ ଅନ୍ତରାତ୍ମାକୁ ଶୋଧନ କଲାବେଳେ ହଜ ଓ ଜକାତ୍‌ ବାହ୍ୟ ଜୀବନକୁ ଶୋଧନ କରିଥାଏ। ଜକାତ୍‌ ଉଭୟ ବ୍ୟକ୍ତି ଓ ସମାଜର ହିତ ସାଧନ କରେ। ଏହା ହୃଦୟ ବିଶୋଧନ କରିବା ସହିତ ସମାଜର ଆର୍ଥିକ ଅଭିବୃଦ୍ଧି ଓ ସମାନତା ଆଣିବାରେ ସାହାଯ୍ୟ କରେ।...

ଏଇ ଭାରତରେ

ଏଇ ଭାରତରେ

ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହୋଇଥିଲା। ଜଳ ପାଇଁ ଦୁଇ ପରିବାର ମଧ୍ୟରେ ବିବାଦ ହେବାରୁ ଏହା ଏପରି ରୂପ ନେଇଥିଲା ଯେ, ଶେଷରେ ଜଣଙ୍କୁ ଜୀବନ ଦେବାକୁ ପଡ଼ିଲା। ଦକ୍ଷିଣ ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଦୁଇ ପରିବାର ମଧ୍ୟରେ ଜଳ ପାଇଁ ପୂର୍ବରୁ ବିବାଦ ଲାଗି ରହିଥିଲା। କଳିଝଗଡା ହେବାରୁ ଗୋଟିଏ ପରିବାରର ବବ୍‌ଲି ଓ ତାଙ୍କର ସହଯୋଗୀମାନେ ଅପର ପକ୍ଷର କ୍ରିଷନ୍‌ ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ଉପରକୁ ଇଟା ଫୋପାଡ଼ି ଆକ୍ରମଣ କରିଥିଲେ। ଏଥିରେ ମନ ଶାନ୍ତ ହୋଇ ନ ଥିଲା। ସେମାନେ ଉକ୍ତ ପରିବାର ସଦସ୍ୟଙ୍କ ଉପରକୁ ବନ୍ଧୁକରୁ ଗୁଳି ଫୁଟାଇଥିଲେ। ଏଥିରେ କ୍ରିଷନ୍‌ ...

 ଆଜିର ଅର୍ଥନୀତି/ରୋଗର ମୂଳକୁ ଚିହ୍ନ

ଆଜିର ଅର୍ଥନୀତି/ରୋଗର ମୂଳକୁ ଚିହ୍ନ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ଉର୍ଜିତ ପଟେଲ ମଙ୍ଗଳବାର ଏକ ସଂସଦୀୟ କମିଟି ଆଗରେ କହିଲେ ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ (ପିଏସ୍‌ବି)ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ହାତରେ ଯଥେଷ୍ଟ କ୍ଷମତା ନାହିଁ। ପଟେଲ କିଛି ଭୁଲ୍‌ କହିନାହାନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ଉଦ୍‌ବେଗଜନକଭାବେ ଅଚଳ ପରିସମ୍ପତ୍ତି (ଏନ୍‌ପିଏ) ବୃଦ୍ଧିପାଇ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି। ଏହି ପରିପ୍ରେକ୍ଷୀରେ ସଂସଦୀୟ କମିଟି ସହ ପଟେଲଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ଅର୍ଥ ସମ୍ପର୍କିତ ସ୍ଥାୟୀ କମିଟି ପଟେଲଙ୍କ ସହ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଅଚଳ ପରିସମ୍ପତ୍ତିର ସ୍ତର, ବୃଦ୍ଧି ପାଉଥିବା ବ୍ୟାଙ୍କ ଠକେଇ ଏବଂ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ସ୍ଥିତି ବିଷୟରେ ଆଲୋଚନା କରିଥିଲେ।...

ଅନ୍ଧାର ମାଡ଼ି ଆସିବା ଆଗରୁ

ଅନ୍ଧାର ମାଡ଼ି ଆସିବା ଆଗରୁ

ଉପେନ୍ଦ୍ର ବିଶ୍ୱାଳ ସହରର ରାସ୍ତା ପାର୍ଶ୍ୱସ୍ଥ ଏକ ବାର୍‌। ପ୍ରେକ୍ଷାଳୟର ପ୍ରଲମ୍ବିତ ପାହାଚରୁ ପ୍ରଫୁଲ୍ଲ ମନରେ ଓହ୍ଲାଇଲେ ନୂଆକରି ନିଶ ଗଜୁରୁଥିବା ଦୁଇଜଣ ପିଲା। ବିକଟାଳ ହର୍ନ ବଜାଇ ଦ୍ରୁତ ବେଗରେ ଅତିକ୍ରମ କରିଯାଉଥାଆନ୍ତି ବାଇକ୍‌ ଚଢ଼ି। କିଛକ୍ଷଣ ପରେ ଖବର ମିଳିଲା ଦୁଇଜଣ କଲେଜ ଛାତ୍ରଙ୍କର ଭୟଙ୍କର ଦୁର୍ଘଟଣାକୁ ନେଇ ରାସ୍ତା ବନ୍ଦ ଓ ଗଣ୍ଡଗୋଳ। ଅନ୍ୟ ଏକ ଘଟଣା। ଗ୍ୟାଙ୍ଗ୍‌ୱାର ଚାଲିଥାଏ ଜିଲାର ଦୁଇ କୁଖ୍ୟାତ ଗୋଷ୍ଠୀଙ୍କ ଭିତରେ। ଆକ୍ରମଣ-ପ୍ରତି ଆକ୍ରମଣ, ପ୍ରତିଶୋଧର ପରିଣାମରେ ହତ୍ୟାର ଶିକାର ହୁଅନ୍ତି ଦୁଇପକ୍ଷର ପ୍ରମୁଖ ବ୍ୟକ୍ତି। ଚାଲିଲା ପୋଲିସର ଧରପଗଡ଼। ବନ୍ଧା ହୋଇଥିବା ବ୍ୟକ୍ତିଙ୍କ ଭିତରେ ଥିଲେ କିଛି କଲେଜପଢ଼ୁଆ ଛାତ୍ର। ...

ରଜ ଦୋଳି କଟମଟ

ରଜ ଦୋଳି କଟମଟ

ଭାଗ୍ୟଲିପି ମଲ୍ଲ ଜ୍ୟେଷ୍ଠ ଶେଷ, ଆଷାଢ଼ ଆରମ୍ଭର ବେଳ। ଭୂମି ସହ ଭୂମାର ଏ ମିଳନ ବେଳା। ତୃଷାର୍ତ୍ତ ମାଟି ଚାହେଁ ଆଷାଢ଼ର ଆଶ୍ଳେଷ। ନିଜକୁ ପୁଷ୍ପବତୀ, ଫଳବତୀ କରିବାର ଦୁର୍ବାର ଆକାଂକ୍ଷା ଜାଗେ ଧରିତ୍ରୀ ମାଟିରେ। ମିଳନ ହୁଏ ମାଟି ଆଉ ମେଘର। ଏହି ମହାମିଳନର ଅନ୍ୟ ନାଁ ରଜ। କୃଷି-ସଂସ୍କୃତି ଓ ପ୍ରଜନନର ପର୍ବ। ନିଜ ଭିତରେ ପ୍ରକୃତି ଏବଂ ପ୍ରକୃତି ଭିତରେ ନିଜକୁ ଅନୁଭବ କରିବାର ଏକ ମହାନ୍‌ ପର୍ବ। ଏ ସମୟରେ ନାରୀ ଓ ମାଟି ଉଭୟ ସମାନ। ଉଭୟ ଈଶ୍ୱରଙ୍କ ଅନୁପମ ସୃଷ୍ଟି। ନାରୀ ତା’ର ଉତ୍ତରାଧିକାରୀକୁ ...

ଏଇ ଭାରତରେ

ଏଇ ଭାରତରେ

ଭାରତର ସୀମାନ୍ତ ଉତ୍ତର ଦିଗରେ କଶ୍ମୀରଠାରୁ ଆରମ୍ଭ କରି ଦକ୍ଷିଣରେ କନ୍ୟାକୁମାରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଇଣ୍ଡିଆନ୍‌ ନାଭାଲ୍‌ ଏକାଡେମୀ (ଆଇଏନ୍‌ଏ)ର ଲ୍ୟୁଟ୍‌ନାଣ୍ଟ୍‌ କମାଣ୍ଡର ମନୋଜ ଗୁପ୍ତା କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକାକି ସାଇକେଲ୍‌ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ‘ସଶସ୍ତ୍ର ବାହିନୀର ପତାକା ଦିବସ’ ଉପରେ ସଚେତନତା ସୃଷ୍ଟି କରିବା। ଜୁନ୍‌ ୬ରେ ଜମ୍ମୁ-କଶ୍ମୀର୍‌ର ଖାର୍ଦ୍ଦୁଙ୍ଗ-ଲାଠାରୁ ସାଇକେଲ୍‌ ଅଭିଯାନ ଆରମ୍ଭ ହୋଇଛି। ଏହା ଜୁଲାଇ ୧୬ରେ କନ୍ୟାକୁମାରୀଠାରେ ସମ୍ପୂର୍ଣ୍ଣ ହେବ। ଲେହସ୍ଥିତ ଲଦାଖ ସ୍କାଉଟ୍‌ସ ରେଜିମେଣ୍ଟାଲ୍‌ ଟ୍ରେନିଂ ସେଣ୍ଟରର କମାଣ୍ଟାଣ୍ଟ୍‌ କଲୋନେଲ୍‌ ସତୀଶ ଶର୍ମା ସାଇକେଲ୍‌ ଅଭିଯାନକୁ ପତାକା ହଲାଇ ଉଦ୍‌ଘାଟନ କରିଥିଲେ। ଲ୍ୟୁଟ୍‌ନାଣ୍ଟ୍‌ କମାଣ୍ଡର ତାଙ୍କ ଯାତ୍ରା ପଥରେ ୪୦ଟି ମୁଖ୍ୟସ୍ଥାନ ଦେଇ ଭ୍ରମଣ ...

Model This Week

ପ୍ରଭାତ