ଅନ୍ତର୍ଜାତୀୟ |

ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ରାଷ୍ଟ୍ର ସୂଚୀରେ ସାମିଲ୍‌ ହେବ ଉତ୍ତରକୋରିଆ

ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ରାଷ୍ଟ୍ର ସୂଚୀରେ ସାମିଲ୍‌ ହେବ ଉତ୍ତରକୋରିଆ

ଓ୍ବାଶିଂଟନ, ୧୭।୧୧: ଉତ୍ତରକୋରିଆ ଏହାର ଆଣବିକ ପରୀକ୍ଷଣ ଜାରି ରଖିବା ସହିତ ଆମେରିକା ସମେତ ଏହାର ମିତ୍ର ରାଷ୍ଟ୍ରଙ୍କୁ ଧମକ ଦେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରକୋରିଆକୁ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା ରାଷ୍ଟ୍ର ସୂଚୀରେ ସାମିଲ୍‌ କରିବା ପାଇଁ ଆମେରିକା ଯୋଜନା କରୁଛି। ଏସମ୍ପର୍କରେ ଆମେରିକା ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର ସାରା ସୈଣ୍ଡ୍ରସ୍‌ ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏନେଇ ନିଷ୍ପତ୍ତି ଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ସେ ସୂଚିତ କରିଛନ୍ତି।

All Right Reserved By

ଅନ୍ତର୍ଜାତୀୟ |

ପାକିସ୍ତାନ ନିର୍ବାଚନ ରାଲିରେ ଭାଙ୍ଗିଲା ମଞ୍ଚ

ପାକିସ୍ତାନ ନିର୍ବାଚନ ରାଲିରେ ଭାଙ୍ଗିଲା ମଞ୍ଚ

ଇସ୍‌ଲାମାବାଦ,୧୯।୭: ପାକିସ୍ତାନରେ ଆସନ୍ତା ୨୫ରେ ହେବାକୁ ଥିବା ନିର୍ବାଚନକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଏବେ ସବୁ ରାଜନୈତିକ ଦଳ ନିଜ ନିଜ ପ୍ରଚାରରେ ବ୍ୟସ୍ତ ଅଛନ୍ତି।

୩୨ କିଲୋମିଟର ଚାଲି ଜିତିଲେ ବସ୍‌ଙ୍କ ହୃଦୟ

୩୨ କିଲୋମିଟର ଚାଲି ଜିତିଲେ ବସ୍‌ଙ୍କ ହୃଦୟ

ପେଲ୍‌ହାମ୍‌,୧୯।୭: ଓ୍ବାଲଟର କର୍ର ନାମକ ଅମ୍ବାଲା ପେଲ୍‌ହାମ୍‌ର ଜଣେ ଛାତ୍ର ଚାକିରିର ପ୍ରଥମ ଦିନରେ ଜିତି ନେଇଛନ୍ତି କମ୍ପାନୀ ମାଲିକଙ୍କ ହୃଦୟ। ଚାକିରିର ପ୍ରଥମ ଦିନରେ ହିଁ ମାଲିକ ତାଙ୍କୁ ଉପହାର ସ୍ବରୂପ ଏକ ଫୋର୍ଡ କାର୍‌ ଦେଇଛନ୍ତି।

ସ୍ବଦେଶରେ ବିଦେଶୀ ସାଜିଛନ୍ତି ୧ କୋଟିରୁ ଅଧିକ ଲୋକ

ସ୍ବଦେଶରେ ବିଦେଶୀ ସାଜିଛନ୍ତି ୧ କୋଟିରୁ ଅଧିକ ଲୋକ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୭: ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ୧ କୋଟିରୁ ଅଧିକ ଲୋକ ସ୍ବଦେଶରେ ସାଜିଛନ୍ତି ବିଦେଶୀ। ସେମାନଙ୍କ ପାଖରେ ନାହିଁ କୌଣସି ଦେଶର ନାଗରିକତା।

ର଼୍ୟାମ୍ପ୍‌ରେ ସ୍ତନ୍ୟପାନ କରାଇ ଅଡୁଆରେ ମଡେଲ

ର଼୍ୟାମ୍ପ୍‌ରେ ସ୍ତନ୍ୟପାନ କରାଇ ଅଡୁଆରେ ମଡେଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୭: ଏକ ର଼୍ୟାମ୍ପ୍‌ ଶୋ’ରେ ଜଣେ ମଡ଼େଲ୍‌ ସ୍ତନ୍ୟପାନ କରାଇ ଅଡୁଆରେ ପଡ଼ିଛନ୍ତି। ସେ ହେଉଛନ୍ତି ମାର୍ଟ ମାର୍ଟିନ୍‌। ମିଆମିଠାରେ ସେ ସୁଇମିଂ ସୁଟ୍‌ରେ ଏପରି କରିଛନ୍ତି।

ହାତର ମେହେନ୍ଦୀ  ପଡ଼ିଲା ଫିକା: ଭିଜା ନ ମିଳିବାରୁ ବାହାଘର ବନ୍ଦ

ହାତର ମେହେନ୍ଦୀ ପଡ଼ିଲା ଫିକା: ଭିଜା ନ ମିଳିବାରୁ ବାହାଘର ବନ୍ଦ

ପାଟନା/କରାଚି,୧୮।୭: ବିହାର ବାଙ୍କା ଜିଲାରେ ବାସ କରୁଥିବା ମେହଦତ୍‌ଙ୍କ ହାତର ମେହେନ୍ଦୀ ଫିକା ପଡ଼ିଛି। ଭିଜା ନ ମିଳିବାରୁ ତାଙ୍କର ବାହାଘର ହୋଇ ପାରିନାହିଁ। ପାକିସ୍ତାନରେ ରହୁଥିବା ଅସହର ହୁସେନଙ୍କ ସହିତ ତାଙ୍କର ବାହାଘର ହେବାର ଥିଲା।

ଦାମୀ ସେଲିବ୍ରିଟି ତାଲିକାରୁ ବାଦ୍‌ ପଡିଲେ ଶାହାରୁଖ୍‌

ଦାମୀ ସେଲିବ୍ରିଟି ତାଲିକାରୁ ବାଦ୍‌ ପଡିଲେ ଶାହାରୁଖ୍‌

ମୁମ୍ବାଇ/ନ୍ୟୁୟର୍କ,୧୭।୭: ଫୋର୍ବସ୍‌ ପ୍ରକାଶ କରିଛି ବିଶ୍ୱର ଶହେ ଦାମୀ ସିଲିବ୍ରିଟିଙ୍କ ତାଲିକା। ଏଥିରେ ଅକ୍ଷୟ କୁମାର ଓ ସଲମାନ ଖାଁ ସ୍ଥାନ ପାଇଛନ୍ତି। ଅକ୍ଷୟ ୭୬ତମ ସ୍ଥାନରେ ଥିବା ବେଳେ ସଲମାନ ରହିଛନ୍ତି ୮୨ ତମ ସ୍ଥାନରେ। ହେଲେ କିଙ୍ଗ ଖାଁ ଶାହାରୁଖଙ୍କ ନାଁ ଏହି ତାଲିକାରୁ ବାଦ୍‌ ପଡିଛି, ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

ପେରୁରେ ୬୦ ଦିନିଆ ଜରୁରୀକାଳୀନ ପରିସ୍ଥିତି ଜାରି

ପେରୁରେ ୬୦ ଦିନିଆ ଜରୁରୀକାଳୀନ ପରିସ୍ଥିତି ଜାରି

ଲିମା,୧୭।୭: ବେଆଇନ ନିଶା ଦ୍ରବ୍ୟ ଚାଲାଣ ଯୋଗୁ ପେରୁରେ ୬୦ ଦିନିଆ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। କଲମ୍ବିଆ ବାସିନ୍ଦା ସୀମା ଡେଇଁ ପେରୁରେ ନିଶା ଦ୍ରବ୍ୟ କାରବାର ଚଳାଇଛନ୍ତି।

ମୋଦିଙ୍କ ନାମରେ ଭୋଟ୍‌ ମାଗୁଛନ୍ତି ପାକିସ୍ତାନ ନେତା

ମୋଦିଙ୍କ ନାମରେ ଭୋଟ୍‌ ମାଗୁଛନ୍ତି ପାକିସ୍ତାନ ନେତା

ନୂଆଦିଲ୍ଲୀ/ଇସ୍‌ଲାମାମବାଦ,୧୭।୭: ଆସନ୍ତା ୨୫ରେ ପାକିସ୍ତାନରେ ହେବାକୁଥିବା ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ୍‌ ସର୍‌ଗରମ୍‌ ହୋଇ ଉଠିଛି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଚାର ସମୟରେ ବିଜୁଳି, ପାଣି, ସଡ଼କ, ଦାରିଦ୍ର୍ୟତା, ଆତଙ୍କବାଦ ଆଦିକୁ ଯେତିକି ଯୋର୍‌ ଦିଆ ନ ଯାଉଛି ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ।

୬ ମାସରେ ୬ଶହ ମହିଳା ବଳାତ୍କାରର ଶିକାର

୬ ମାସରେ ୬ଶହ ମହିଳା ବଳାତ୍କାରର ଶିକାର

ଢାକା,୧୭।୭: ବାଂଲାଦେଶ ମହିଳା ପରିଷଦ(ବିଏମ୍‌ପି)ର ରିପୋର୍ଟ ଅନୁଯାୟୀ, ଗତ ୬ମାସ ମଧ୍ୟରେ ବାଂଲାଦେଶରେ ପାଖାପାଖି ୫୯୨ ବଳାତ୍କାର ମାମଲା ସାମ୍ନାକୁ ଆସିଛି।

ମାଟି ତଳେ ରହିଛି ଅଜସ୍ର ହୀରା

ମାଟି ତଳେ ରହିଛି ଅଜସ୍ର ହୀରା

ବୋଷ୍ଟନ,୧୭।୭: ମାଟି ତଳେ ପଡ଼ି ରହିଛି ଅଜସ୍ର ହୀରା। ପୃଥିବୀ ପୃଷ୍ଠର ଶହେ ମାଇଲ୍‌ ଗଭୀରତା ମଧ୍ୟରେ ଏହା ରହିଛି।

ବ୍ରିଟିଶ୍‌ ସେନାର ଗୋର୍ଖା ରେଜିମେଣ୍ଟ୍‌ରେ ସାମିଲ୍‌ ହେବେ ମହିଳା

ବ୍ରିଟିଶ୍‌ ସେନାର ଗୋର୍ଖା ରେଜିମେଣ୍ଟ୍‌ରେ ସାମିଲ୍‌ ହେବେ ମହିଳା

ଲଣ୍ଡନ,୧୭।୭: ଏଣିକି ବ୍ରିଟିଶ୍‌ ସେନାର ଗୋର୍ଖା ରେଜିମେଣ୍ଟ୍‌ରେ ମହିଳାଙ୍କୁ ସାମିଲ୍‌ କରାଯିବ। ୨୦୨୦ଠାରୁ ଏହା ସମ୍ପନ୍ନ ହେବ। ଆସନ୍ତା ବର୍ଷ କେନ୍ଦ୍ରୀୟ ନେପାଳର ପୋଖରାଠାରେ ଏନେଇ ତାଲିମ୍‌ ଆରମ୍ଭ କରାଯିବ।

ରାଗରେ ହାଣିଲେ ୨୯୨ କୁମ୍ଭୀର

ରାଗରେ ହାଣିଲେ ୨୯୨ କୁମ୍ଭୀର

ସୋରୋଙ୍ଗ୍‌,୧୭।୭(ପି.ଟି.): ଜନ ଆକ୍ରୋଶର ଶିକାର ହେଲେ ପାଖାପାଖି ୩୦୦ କୁମ୍ଭୀର। ଇଣ୍ଡୋନେସିଆର ପାପୁଆ ପ୍ରଦେଶର ସୋରୋଙ୍ଗ୍‌ ଜିଲାରେ ଉତ୍ତ୍ୟକ୍ତ ଲୋକେ ୨୯୨ କୁମ୍ଭୀରଙ୍କୁ ହତ୍ୟା କରିଛନ୍ତି। ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଖାଇଯିବା ପରେ ଲୋକେ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

Model This Week

ରୂପେଶ