ସମ୍ପାଦକୀୟ |

କୁକୁର ବୋର୍ଡିଂ ହାଉସ୍‌

କୁକୁର ବୋର୍ଡିଂ ହାଉସ୍‌

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଗୋଟିଏ ଝିଅର ଦୁଇଟି କୁକୁର ଥିଲା ଏବଂ ହଠାତ୍‌ ତା’ର ନିଜ ଗଁାକୁ ଯିବା ଦରକାର ପଡ଼ିଲା। ଏକ କୁକୁର ବୋର୍ଡିଂ ହାଉସ୍‌ ଚଳାଉଥିବା ଆଉ ଗୋଟିଏ ଝିଅକୁ ସେ ନିଜ କୁକୁର ଦୁହିଙ୍କ ଯତ୍ନ ନେବାକୁ ଦେଲା ଏବଂ ଏଥିପାଇଁ ଦୈନିକ ୧୫୦ ଟଙ୍କା ହିସାବରେ ୧୨୦୦ ଟଙ୍କା ମଧ୍ୟ ଅଗ୍ରିମ ଦେଲା। ଦୁଇଦିନ ପରେ ସେ ଏକ ଇମେଲ ବାର୍ତ୍ତା ପାଇଲା ଯେ ଗୋଟିଏ କୁକୁର କୁଆଡ଼େ ପଳାଇଛି ଏବଂ ଏଥିପାଇଁ ସେ ଦାୟୀ ନୁହନ୍ତି କାରଣ କୁକୁରଟା ପକ୍କା ବଦ୍‌ମାସ ଅଛି। ଉକ୍ତ କୁକୁରଙ୍କ ବୋର୍ଡିଂ ହାଉସ୍‌ଟି ହେଉଛି ଫରିଦାବାଦର ଏକ ରାସାୟନିକ କାରଖାନା ଏବଂ ଉକ୍ତ କାରଖାନା ମାଲିକଙ୍କ ଝିଅ ଏହାକୁ ଚଳାନ୍ତି। ସେ କେବଳ ଅଳ୍ପ କେତୋଟି ଘରେ କୁକୁରମାନଙ୍କୁ ତାଲା ପକାଇ ରଖନ୍ତି। ତାଙ୍କର ଜଣେ ସାହାଯ୍ୟକାରୀ ଅଛି। ତା’ଛଡ଼ା କୌଣସି ଡାକ୍ତର, ଉପଯୁକ୍ତ ଖାଦ୍ୟ ବ୍ୟବସ୍ଥା, କୌଣସି ବିଛଣା, ଗାଧୋଇବାର ବ୍ୟବସ୍ଥା, ଟିଙ୍କ ଝାଡ଼ିବାର ବ୍ୟବସ୍ଥା ଏବଂ କୁକୁରଙ୍କ ଆରାମ ପ୍ରତି ସାମାନ୍ୟ ଧ୍ୟାନ ଦେବା ବି ସେଠାରେ ଦେଖିବାକୁ ମିଳେ ନାହିଁ। ଆଉ ଜଣେ ଲୋକ ଦୂରଯାତ୍ରାରେ ଯିବା ପୂର୍ବରୁ ନୋଏଡ଼ାସ୍ଥିତ ଏକ ବୋର୍ଡିଂ ହାଉସ୍‌ରେ ନିଜ କୁକୁରକୁ ସପ୍ତାହକ ପାଇଁ ରଖିଲେ। ରାତିରେ କୁକୁରର ବାନ୍ତି ହେଲା। ଡାକ୍ତର ତାକୁ ଚିକିତ୍ସା କରିବାକୁ ମନା କରିଦେଲେ କାରଣ ତା’ର କୌଣସି ମେଡିକାଲ ହିଷ୍ଟ୍ରି ନ ଥିଲା। ରାତିରେ କୁକୁର ମାଲିକଙ୍କ ଫୋନ୍‌ ଲାଗିଲା ନାହିଁ। ତେଣୁ ପରଦିନ ସକାଳେ ତାଙ୍କୁ ଖବର ଦିଆଗଲା। ସେଦିନ ଡାକ୍ତର ଛୁଟିରେ ଥିଲେ। କୁକୁରର ମାଲିକ ସଙ୍ଗେ ସଙ୍ଗେ ବିମାନ ଯୋଗେ ଫେରିଆସିଲେ। କିନ୍ତୁ ସେତେବେଳକୁ କୁକୁରଟି ମରିଯାଇଥିଲା। ଆଉ ଗୋଟିଏ ଘଟଣା। ଗୋଟିଏ ଜାତିଆ କୁକୁରକୁ କଲିକତାର ଏକ କୁକୁରଶାଳାକୁ ଦୁଇ ସପ୍ତାହ ଲାଗି ପ୍ରଜନନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଭଡ଼ାରେ ଦିଆଯାଇଥିଲା। ମାଲିକ ଫେରିଲା ବେଳକୁ କୁକୁରଟି ଅତ୍ୟନ୍ତ ଦୁର୍ବଳ ଓ ମାନସିକ ଚାପଗ୍ରସ୍ତ ହୋଇପଡ଼ିଥିଲା। ବୋର୍ଡିଂ ହାଉସ୍‌ରେ କିଛି ଦିନ ପାଇଁ ନିଜ କୁକୁରକୁ ଛାଡ଼ିଥିବା ଲୋକମାନଙ୍କଠାରୁ ଗତ ଦୁଇବର୍ଷ ଭିତରେ ମୁଁ ବହୁ ଅଭିଯୋଗ ପାଇଛି। କେଉଁଠି ବୋର୍ଡିଂ ହାଉସ୍‌ରୁ ଫେରିବା ବେଳେ କୁକୁରଟି ରୋଗଗ୍ରସ୍ତ ହୋଇପଡ଼ିଛି ବା ତା’ ଦେହରେ ଟିଙ୍କ ହୋଇଛି ତ କେଉଁଠି ସେ ଅନ୍ୟ କୁକୁରଙ୍କ ସହ ଲଢ଼େଇ କରି ଖଣ୍ଡିଆଖାବରା ହୋଇଛି। ପୁଣି କେଉଁଠି ମାଲିକକୁ ଖବର ମିଳେ ଯେ ତାଙ୍କ କୁକୁରଟି କୁଆଡ଼େ ପଳାଇଯାଇଛି ବା ମରିଯାଇଛି। ‘ପଳାଇଯାଇଛି’ ମାନେ କୁକୁରଟି ଖୁବ୍‌ ଜାତିଆ ଏବଂ ବୋର୍ଡିଂ ହାଉସ୍‌ର ମାଲିକ ତାକୁ କେଉଁ କୁକୁର ପ୍ରଜନନ କେନ୍ଦ୍ରକୁ ବିକ୍ରି କରିଦେଇଛନ୍ତିି। ଆପଣ ପାଖରେ ଥାନ୍ତୁ କି ନ ଥାନ୍ତୁ କୁକୁର ସବୁବେଳେ ଆପଣଙ୍କ ସେବାଯତ୍ନ ଉପରେ ନିର୍ଭର କରେ। ଯଦି ଆପଣ କୌଣସି ବୋର୍ଡିଂ ହାଉସ୍‌ରେ କିଛିଦିନ ପାଇଁ କୁକୁରକୁ ଛାଡ଼ି ବାହାରକୁ ଯିବାକୁ ଚାହୁଁଥାନ୍ତି, ତେବେ ପ୍ରଥମେ ନିଶ୍ଚିତ ହୁଅନ୍ତୁ ଯେ ସେହି ବୋର୍ଡିଂ ହାଉସ୍‌ଟି ଉପରବର୍ଣ୍ଣିତ ପରି ନୁହେଁ। ଗୋଟିଏ ଛୋଟ ପିଲାକୁ ତା’ର ଅଜଣା ଜାଗାରେ ଓ ଅଚିହ୍ନା ଲୋକଙ୍କ ପାଖରେ ଛାଡ଼ି ଯିବା ଯାହା ଗୋଟିଏ କୁକୁରକୁ ତା’ ପାଇଁ ଅପରିଚିତ ବୋର୍ଡିଂ ହାଉସ୍‌ରେ ଛାଡ଼ି ଯିବା ସେଇଆ। ପିଲାଟି ଅଚିହ୍ନା ଜାଗାରେ ମାନସିକ ଚାପଗ୍ରସ୍ତ ହୋଇପାରେ। ଠିକ୍‌ ସେମିତି ଘଟିପାରେ କୁକୁରଙ୍କ କ୍ଷେତ୍ରରେ। କୁକୁରଙ୍କ ମାନସିକ ଚାପର ଲକ୍ଷଣ ନାନାଭାବରେ ପ୍ରକାଶ ପାଇଥାଏ- ଅତ୍ୟଧିକ ଭୁକିବା, କୁଁ କୁଁ ଶବ୍ଦ କରି କାନ୍ଦିବା, କିଛି ନ ଖାଇବା ଇତ୍ୟାଦି। ଅଭ୍ୟସ୍ତ ଖାଦ୍ୟ ନ ଦେଇ ଅଲଗା ଖାଦ୍ୟ ଦେଲେ ତାଙ୍କର ବାନ୍ତି ହୋଇପାରେ, ପତଳା ଝାଡ଼ା ହୋଇପାରେ। ତେଣୁ ଆପଣ ନିଜ କୁକୁରକୁ କୌଣସି ବୋର୍ଡିଂ ହାଉସ୍‌ରେ ଛାଡ଼ିବା ପୂର୍ବରୁ ନିମ୍ନଲେଖ୍ୟ ଜିନିଷଗୁଡ଼ିକୁ ତନଖି କରନ୍ତୁ: ୧. ଆପଣଙ୍କ କୁକୁର ସାଧାରଣ ନିର୍ଦ୍ଦେଶାବଳି ବୁଝିପାରୁଥିବା ଏବଂ ଅନ୍ୟ ମଣିଷ ଓ ପ୍ରାଣୀଙ୍କ ସହ ସହଜରେ ମିଶିପାରୁଥିବା ଦରକାର। ୨. ପ୍ରଥମେ ଆପଣଙ୍କ କୁକୁରକୁ ସପ୍ତାହାନ୍ତରେ ଗୋଟିଏ ଦିନ ବୋର୍ଡିଂ ହାଉସ୍‌ରେ ରଖି ସେଠାରେ ଭବିଷ୍ୟତରେ ଅଧିକ ଦିନ ରହିବା ପାଇଁ ଅଭ୍ୟସ୍ତ କରାନ୍ତୁ। ୩. କୁକୁରକୁ ରାବିଜ୍‌ ପ୍ରଭୃତି ସମସ୍ତ ଆବଶ୍ୟକ ରୋଗପ୍ରତିଷେଧକ ଟିକା ଦିଆଯାଇଥିବା ଦରକାର। ନୀଳମାଛି ଓ ଟିଙ୍କ ପ୍ରତିଷେଧକର ବି ବ୍ୟବସ୍ଥା କରାଯାଇଥିବା ଦରକାର। ୫. ଆପଣଙ୍କ କୁକୁର ପାଇଁ କି କି ଔଷଧ ଦରକାର ପଡ଼ିପାରେ ଓ ସେ କ’ଣ ଖାଇବ, ତା’ର ବ୍ୟବସ୍ଥା କରିଯାନ୍ତୁ। ବୋର୍ଡିଂ ହାଉସ୍‌ ମାଲିକଙ୍କୁ ଖାଦ୍ୟ ଓ ଔଷଧର ତାଲିକା ସହ ଆପଣଙ୍କ ପ୍ରାଣୀ ଚିକିତ୍ସକଙ୍କ ଫୋନ୍‌ ନମ୍ବର ବି ଦେଇଯାନ୍ତୁ। ୬. ଆପଣଙ୍କ କୁକୁରର ଯଦି କିଛି ସ୍ବାସ୍ଥ୍ୟଗତ ବା ବ୍ୟବହାରଗତ ସମସ୍ୟା ଥାଏ, ତାହା ବୋର୍ଡିଂ କର୍ମଚାରୀଙ୍କୁ ଜଣାନ୍ତୁ। ବୋର୍ଡିଂ ହାଉସ୍‌ ଚୟନ: ୧. ଏ ବିଷୟରେ ଆପଣଙ୍କ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। କାରଣ ସେମାନଙ୍କର ଅଭିଜ୍ଞତା ଅଧିକ। ତା’ଛଡ଼ା ଅନ୍ୟ ପଶୁପ୍ରେମୀଙ୍କୁ ପଚାରିପାରନ୍ତି ଏବଂ ନେଟ୍‌ରେ ଅନୁସନ୍ଧାନ କରିପାରନ୍ତି। ଶେଷରେ ବାଛିଥିବା କୁକୁରଶାଳାଗୁଡ଼ିକ ମଧ୍ୟରୁ କେଉଁଠି ଆପଣଙ୍କ କୁକୁରକୁ କିଛିଦିନ ରଖିବା ପାଇଁ ଜାଗା ଅଛି ଏବଂ ସେମାନେ ଆପଣଙ୍କ କୁକୁରର ବିଶେଷ ଆବଶ୍ୟକତା ପୂରଣ ପାଇଁ ରାଜି ଅଛନ୍ତି କି ନା ବୁଝନ୍ତୁ। ୨. ସବୁବେଳେ କୁକୁରଶାଳା ସମ୍ପୂର୍ଣ୍ଣ ବୁଲି ଦେଖିବା ପାଇଁ ଅନୁରୋଧ କରନ୍ତୁ। ଯଦି ସେମାନେ ମନା କରନ୍ତି, ତେବେ ବୁଝିନିଅନ୍ତୁ ଯେ ସମ୍ଭବତଃ ଦୁର୍ବଳ ଭିତ୍ତିଭୂମିକୁ ଲୁଚାଇବା ପାଇଁ ସେମାନେ ଉଦ୍ୟମ କରୁଛନ୍ତି। ୩. ଏକ ଭଲ କୁକୁରଶାଳାରେ ପବନ ଓ ଆଲୋକ ଚଳାଚଳ ଏବଂ ଉତ୍ତାପ ନିୟନ୍ତ୍ରଣର ବ୍ୟବସ୍ଥା ଥାଏ। ଯେଉଁଠି କୁକୁରମାନେ ଚଳପ୍ରଚଳ ଓ ଖେଳାବୁଲା କରିବେ ସେ ସ୍ଥାନଟି ଦୁର୍ଗନ୍ଧ ଓ ଆବର୍ଜନାମୁକ୍ତ ହୋଇଥିବା ଦରକାର। ଚଟାଣ ମଧ୍ୟ ଗଡ଼ାଣିଆ ହୋଇଥିବ, ଯେଉଁଠି ପାଣି ବା କୌଣସି ପ୍ରକାର ତରଳ ପଦାର୍ଥ ଅବଶୋଷିତ ହେଉ ନ ଥିବ। ୪. ଶେଷକୁ କ’ଣ କାଗଜପତ୍ର କାମ ହେବା ଦରକାର? ସଂସ୍ଥା ଆପଣଙ୍କଠାରୁ କୁକୁରର ଖାଦ୍ୟ, ଔଷଧ, ଅଭ୍ୟାସ, ଟିକାକରଣ ଆଦି ବିଷୟରେ ପଚାରି ତାକୁ ନଥିଭୁକ୍ତ କରୁଛି କି? ଯଦି ତାହା ନ କରେ ଆପଣ ସେ ସ୍ଥାନ ତୁରନ୍ତ ଛାଡ଼ି ଚାଲିଯାଆନ୍ତୁ। ୪. ଆପଣ କୁକୁରଶାଳାର ଚାରିଆଡ଼େ ବୁଲିବା ସମୟରେ ସେଠାକାର କର୍ମଚାରୀମାନେ ଅନ୍ୟ କୁକୁରମାନଙ୍କ ସହ କିପରି ବ୍ୟବହାର କରୁଛନ୍ତି ତାହା ଲକ୍ଷ୍ୟ କରନ୍ତୁ। କୁକୁର ଯଦି କର୍ମଚାରୀକୁ ଦେଖି ଲାଞ୍ଜ ହଲାଉଥାଏ, ତେବେ କର୍ମଚାରୀର ତା’ ସହ ଭଲ ସମ୍ପର୍କ ଅଛି। ସେମାନଙ୍କର କୁକୁରଶାଳା ପରିଚାଳନାର ଅଭିଜ୍ଞତା ଅଛି କି ନାହିଁ ଓ ସେମାନେ ଏ ବିଷୟରେ ତାଲିମ ନେଇଛନ୍ତି କି ନାହିଁ ବୁଝନ୍ତୁ। ୫. କୁକୁରମାନଙ୍କ ଖେଳକୁଦ ଓ ବ୍ୟାୟାମର କି ବ୍ୟବସ୍ଥା ଅଛି ଦେଖନ୍ତୁ। ୬. କୁକୁରଙ୍କ ପାଇଁ ବେଡିଂ ବ୍ୟବସ୍ଥା ଅଛି କି? ଯଦି ଅଛି ତେବେ ତାକୁ ନିୟମିତ ସଫା କରାଯାଉଛି କି ନା ବୁଝନ୍ତୁ। ୭. କୁକୁରଙ୍କଠାରୁ ବିରାଡ଼ିମାନଙ୍କୁ ଦୂରରେ ଅଲଗା ଜାଗାରେ ରଖାଯାଉଛି ତ? ୮. ବିରାଡ଼ିଙ୍କ ପାଇଁ ବି ଚଲାବୁଲାର ସୁବିଧା ଅଛି ତ? ୯. ପ୍ରାଣୀମାନଙ୍କୁ କ’ଣ ଓ କେତେ ଥର ଖାଇବାକୁ ଦିଆଯାଉଛି? ୧୧. କୁକୁରଶାଳାର ମାଲିକ ପ୍ରୟୋଜନ ବେଳେ ଆପଣଙ୍କ କୁକୁର ପାଇଁ ସ୍ବତନ୍ତ୍ର ଖାଦ୍ୟ ମଗାଇପାରିବେ କି? ୧୨. ସେଠାରେ ପ୍ରାଣୀଙ୍କ ପାଇଁ ଡାକ୍ତରୀ ସୁବିଧା କ’ଣ ଅଛି? ୧୩. ସେଠାରେ କୁକୁରଙ୍କୁ ଫିଟ୍‌ଫାଟ୍‌ କରି ସଜାଇବା (grooming), ତାଲିମ ଦେବା ବା ଗାଧୋଇଦେବାର ବ୍ୟବସ୍ଥା ଅଛି କି? ୧୪. କେହି ସେଠାରେ ସବୁ ସମୟରେ ରହନ୍ତି କି ନାହିଁ, ରାତିରେ କୌଣସି କର୍ମଚାରୀ କୁକୁରମାନଙ୍କର ଭଲମନ୍ଦ ବୁଝନ୍ତି କି ନାହିଁ। ୧୫. ରୋଷେଇଘର ସଫାସୁତୁରା ଅଛି କି ନାହିଁ ଏବଂ ସେଠାରେ ଥିବା ଫ୍ରିଜ୍‌ଟି ସଫା ଅଛି କି ନାହିଁ। ସେ ଫ୍ରିଜ୍‌ରେ କି କି ଖାଦ୍ୟ ଅଛି ତାହା ଦେଖନ୍ତୁ। ୧୬. ସବୁ ସମୟରେ ସେଠାରେ ପାଣି ମିଳୁଛି ତ? ୧୭. ସେଠାରେ ନିଅଁାଲିଭା ଯନ୍ତ୍ରର ବ୍ୟବସ୍ଥା ଅଛି କି ନାହିଁ। ୧୮. ପ୍ରାଣୀମାନଙ୍କ ମଳମୂତ୍ରକୁ କ’ଣ କରାଯାଉଛି, ତାହା ବି ଦେଖନ୍ତୁ। ଏ ସବୁ ଜିନିଷ ଭଲଭାବେ ବୁଝିବା ପରେ ନିଜ ପୋଷା କୁକୁରକୁ କିଛିଦିନ ପାଇଁ କୁକୁର ବୋର୍ଡିଂ ହାଉସ୍‌ରେ ବା କୁକୁରଶାଳାରେ ରଖିବାରେ କୌଣସି ଅସୁବିଧା ନାହିଁ।
Email: gandhim@nic.in

All Right Reserved By

Model This Week

Model This Week

ସମ୍ପାଦକୀୟ |

ଆଜିର ଅର୍ଥନୀତି/ ଖୋଲା ଲୁଣ୍ଠନ

ଆଜିର ଅର୍ଥନୀତି/ ଖୋଲା ଲୁଣ୍ଠନ

ଆଗାମୀ ଦିନରେ ସ୍ବଳ୍ପରୁ ମଧ୍ୟମ ଅବଧି ଭିତରେ ତୈଳ ମୂଲ୍ୟବୃଦ୍ଧିରେ ବିରତି ଲାଗିବାର ସମ୍ଭାବନା ନାହିଁ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ସିଧା ସିଧା ମନା କରିଦେଇଛି, ଯେଉଁଥିପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ତଥା ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା। ସେମାନଙ୍କ ଦାବି ବି ଯୁକ୍ତିଯୁକ୍ତ ଥିଲା। କିନ୍ତୁ ମନ୍ତ୍ରଣାଳୟ ତାହା ମାନିବାକୁ ରାଜି ନୁହେଁ। ପେଟ୍ରୋଲ ଓ ଡିଜେଲ ଦର ଏବେ ରେକର୍ଡ ସ୍ତରକୁ ବୃଦ୍ଧିପାଇଛି ଏବଂ ବୃଦ୍ଧି ପାଇଚାଲିଛି। ତାହା ହ୍ରାସ ପାଇବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ମଙ୍ଗଳବାର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାରକୁ ଟପିଛି, ଯାହା ନଭେମ୍ବର ୨୦୧୪ଠାରୁ ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ। ଓପିଇସି (ପେଟ୍ରୋଲିୟମ୍‌ ରପ୍ତାନିକାରୀ ଦେଶସମୂହର ସଂଗଠନ) ତୈଳ ଉତ୍ପାଦନ ହ୍ରାସ କରିବା, ବିଶ୍ୱ ବଜାରରେ ଚାହିଦା ବୃଦ୍ଧି ପାଇବା ଏବଂ ଇରାନ ପ୍ରତି ଆମେରିକାର ପ୍ରତିବନ୍ଧ ବୃଦ୍ଧି ପାଇବାର ସମ୍ଭାବନା ଆଦି ଏଥିପାଇଁ ଦାୟୀ। ଦେଶର ଅଧିକାଂଶ ସ୍ଥାନରେ ଡିଜେଲ ଦର ପେଟ୍ରୋଲ ପାଖାପାଖି ହୋଇଯାଇଛି। ଫଳରେ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବା ସହ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିବା ଏକପ୍ରକାର ନିଶ୍ଚିତ।...

କାଠ ବଦଳରେ ସିଏନ୍‌ଜି

କାଠ ବଦଳରେ ସିଏନ୍‌ଜି

ଡ. ରମେଶ ଚନ୍ଦ୍ର ପରିଡ଼ା ଧନ ଅର୍ଜନ ପାଇଁ ଜୀବନବ୍ୟାପୀ ଅଣନିଃଶ୍ୱାସୀ ହୋଇ ଧାଇଁଥିବା ଏବଂ ସେଥିପାଇଁ ଭଲମନ୍ଦ ବିଚାର ନ କରି ଯେକୌଣସି ଅପକର୍ମ କରିବାକୁ ପଶ୍ଚାତ୍‌ପଦ ହୋଇ ନ ଥିବା ଅପରିଣାମଦର୍ଶୀ ମଣିଷର ଅନ୍ତିମ ଆବଶ୍ୟକତା କେବଳ ମାତ୍ର ଛ’ଖଣ୍ଡି କାଠ ବୋଲି ଚେତାଇ ଦେଇଥାଏ ମନବୋଧ ଚଉତିଶା। କାରଣ ତା’ର ଶବ ମଶାଣିକୁ ନେବା ନିମିତ୍ତ କୋକେଇ ପ୍ରସ୍ତୁତି ପାଇଁ ଏତିକି ହିଁ ଲୋଡ଼ା ହୋଇଥାଏ। ଅତଏବ ସେ ଅର୍ଜନ କରିଥିବା ଅନ୍ୟ ସମସ୍ତ ପଦାର୍ଥ ଅର୍ଥହୀନ- କେବଳ ଜୀବନରେ କରିଥିବା ସତ୍‌କର୍ମ ବ୍ୟତୀତ। ତେବେ ମୃତ୍ୟୁ ପରେ ମଧ୍ୟ ଏହି ସତ୍‌କର୍ମରେ କିଛି ଯୋଗ କରିବାର ଅବକାଶ ରହିଛି ବୋଲି କହୁଛନ୍ତି ବୈଜ୍ଞାନିକମାନେ। ତନ୍ମଧ୍ୟରୁ ...

ନାରୀ ବିଦ୍ୱେଷ

ନାରୀ ବିଦ୍ୱେଷ

ଦେବଦତ୍ତ ପଟ୍ଟନାୟକ ହିନ୍ଦୁଧର୍ମରେ ନାରୀ ପ୍ରତି ବିଦ୍ୱେଷ ଭାବ କିପରି ରହିଛି, ସେ ବିଷୟରେ ବର୍ଣ୍ଣନା କରିବା ପାଇଁ କେତେକ ନାରୀବାଦୀ ମୋତେ ଅନୁରୋଧ କରିଛନ୍ତି। ମନୁସ୍ମୃତିରେ ଅଛି: ସ୍ବଭାବ ଏଷ ନାରୀଣାଂ ନରାଣାମିହ ଦୂଷଣମ୍‌। ଅତୋଽର୍ଥାନ୍ନ ପ୍ରମାଦ୍ୟନ୍ତି ପ୍ରମଦାସୁ ବିପଶ୍ଚିତଃ।ା (ମନୁ ୨ା୨୧୩) ଅର୍ଥାତ୍‌ ନାରୀମାନଙ୍କ ସ୍ବଭାବ ହେଲା ପୁରୁଷମାନଙ୍କୁ ଦୂଷିତ ବା ପ୍ରଲୁବ୍ଧ କରିବା। କାରଣ ନାରୀମାନଙ୍କ ସଂସ୍ପର୍ଶରେ ଆସିଲେ ପୁରୁଷମାନେ ଆକର୍ଷିତ ହୋଇପଡ଼ନ୍ତି। ସେଥିପାଇଁ ବିଜ୍ଞ ଲୋକମାନେ ନାରୀମାନଙ୍କୁ କଦାପି ସ୍ପର୍ଶ କରିବା ଉଚିତ ନୁହେଁ, ଅର୍ଥାତ୍‌ ସେମାନଙ୍କଠାରୁ ସମ୍ମାନଯୋଗ୍ୟ ଦୂରତା ରକ୍ଷାକରିବା ଆବଶ୍ୟକ। ପୁଣି ଅନ୍ୟ ଏକ ଶ୍ଳୋକରେ ଅଛି: ...

ଏଇ ଭାରତରେ

ଏଇ ଭାରତରେ

ଆଜିକାଲି କେତେକ ତଥାକଥିତ ମାତା ଓ ବାବାଙ୍କ କାରନାମା ଯୋଗୁ ସମଗ୍ର ସନ୍ନ୍ୟାସୀକୁଳ ନିନ୍ଦିତ ହେଉଛନ୍ତି। ଏହା ସତ୍ତ୍ୱେ ଯେଉଁମାନେ ବାସ୍ତବରେ ପାର୍ଥିବ ସୁଖରୁ ଦୂରେଇଯାଇ ନିଜକୁ ସାନ୍ନ୍ୟାସୀ ସ୍ତରକୁ ନେଇଯାଇପାରୁଛନ୍ତି ସେମାନେ ସମ୍ମାନିତ ହେଉଛନ୍ତି। ଏବେ ଶିକ୍ଷିତ ଯୁବତୀ ଓ ଯୁବକମାନେ ଦୀକ୍ଷା ଗ୍ରହଣ କରି ନୂଆ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ବୈଷୟିକ ପାଠ ପଢ଼ିଥିବା ଜଣେ ୨୯ ବର୍ଷୀୟା ଯୁବତୀ ଦୀକ୍ଷା ଗ୍ରହଣ କରି ସନ୍ନ୍ୟାସିନୀ ହୋଇଯିବା ବିଷୟ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ମଧ୍ୟପ୍ରଦେଶର ସାନାଓ୍ବାଦଠାରେ ଏପ୍ରିଲ ୨୫ରେ କୁମାରୀ ସିଦ୍ଧାୟିନୀ ସଂସାରର ସବୁ ମାୟା ଛାଡ଼ି ଚାରୁକୀର୍ତ୍ତି ଭଟ୍ଟାରକା ସ୍ବାମିଜୀଙ୍କ ଉପସ୍ଥିତିରେ ଦୀକ୍ଷା ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରକାର ପୂଜାପାଠ ପରେ ହଜାର ହଜାର ଭକ୍ତ ଓ ଶହଶହ ସନ୍ନ୍ୟାସୀଙ୍କ ଉପସ୍ଥିତିରେ ସିଦ୍ଧାୟିନୀଙ୍କୁ ମାତାଜୀ ଦୀକ୍ଷାରେ ଦୀକ୍ଷିତ କରାଯାଇଥିଲା। ଏହାପରେ ସେ ଆରିକା ମହାୟଶୋମତୀ ମାତାଜୀ ନାମରେ ନାମିତ ହୋଇଛନ୍ତି। ଏମ୍‌ଟେକ୍‌ ଡିଗ୍ରୀ ...

ନିରର୍ଥକ ପରୀକ୍ଷା

ନିରର୍ଥକ ପରୀକ୍ଷା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ କମ୍ପାନୀ ପ୍ରାଣୀଙ୍କ ଉପରେ ପରୀକ୍ଷା ନିରୀକ୍ଷା କରୁଛନ୍ତି। ଏପରି କି ଅନେକ ଅନାବଶ୍ୟକ ପରୀକ୍ଷା ବି ସେମାନେ କରୁଛନ୍ତି। ଉଦାହରଣସ୍ବରୂପ ପର୍‌ଫ୍ୟୁମ୍‌ (ବାସ୍ନା) କମ୍ପାନୀମାନେ ପର୍‌ଫ୍ୟୁମ୍‌ ତିଆରି ପାଇଁ ସବୁ ଜିନିଷ ଅଲଗା ଅଲଗା ରଖିଥାନ୍ତି। ତାକୁ କେବଳ ମିଶେଇବା କଥା। କିନ୍ତୁ ସେମାନେ ସେହି ପର୍‌ଫ୍ୟୁମ୍‌କୁ ଠେକୁଆଙ୍କ ଆଖିରେ ସ୍ପ୍ରେ କରୁଛନ୍ତି। ତାଙ୍କ ଚମକୁ ଚିରି ସେଥିରେ ଘଷୁଛନ୍ତି। ଆହୁରି ଅନେକ ଭୟଙ୍କର ପରୀକ୍ଷା କରୁଛନ୍ତି। ଏମାନେ ହେଲେ ଆରାମିଜ୍‌, ବାଲେନ୍ସିଆଗା, ବଲଗାରି, କାଚାରେଲ, ଡୋନ୍ନା କରନ, ଡନ୍‌ହିଲ ଫ୍ରାଗ୍ରାନ୍ସେସ୍‌, ଏଲିଜାବେଥ୍‌ ଆର୍ଡେନ୍‌, ଗୁସି ଫ୍ରାଗ୍ରାନ୍ସେସ୍‌, ହୁଗୋ ବସ୍‌, ଜୋ ମାଲୋନ୍‌, ଲାକୋଷ୍ଟ ଫ୍ରାଗ୍ରାନ୍ସେସ୍‌, ମାର୍କ ଜାକୋବ୍ସ ଫ୍ରାଗ୍ରାନ୍ସେସ୍‌, ମାଇକେଲ କୋର୍ସ, ମିସୋନି, ରାଲ୍‌ଫ ଲରେନ୍‌ ଫ୍ରାଗ୍ରାନ୍ସେସ୍‌, ଟମି ହିଲ୍‌ଫିଗର ଓ କେଞ୍ଜୋ ପ୍ରଭୃତି। ...

 ଲୋଡ଼ା ପ୍ରାକୃତିକ ଜଙ୍ଗଲ

ଲୋଡ଼ା ପ୍ରାକୃତିକ ଜଙ୍ଗଲ

ବିଚିତ୍ର ବିଶ୍ୱାଳ ପ୍ରକୃତି, ପରିବେଶ ଓ ସର୍ବୋପରି ମାନବ ସମାଜକୁ ବଞ୍ଚେଇ ରଖିବାରେ ଜଙ୍ଗଲର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲ ଏମିତି ଏକ ଜୈବ ସମାଜ, ଯେଉଁଥିରେ ଅନେକ ପ୍ରକାର ବୃକ୍ଷଲତା, ଜୀବଜନ୍ତୁ, କୀଟପତଙ୍ଗ ଓ କୋଟି କୋଟି ପ୍ରଜାତିର ଅଣୁଜୀବ ପରସ୍ପର ସହିତ ସଂଶ୍ଳିଷ୍ଟ ହୋଇ ସହାବସ୍ଥାନ କରିଥାନ୍ତି। ଏସବୁକୁ ନେଇ ଜଙ୍ଗଲର ପରିଭାଷା। ମାନବ ସମାଜର ଏକ ବଡ଼ ଭାଗ ଜଙ୍ଗଲ ଭିତରେ ବା ଜଙ୍ଗଲ ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ହୋଇ ବସବାସ କରିଥାନ୍ତି। ଠିକ୍‌ ସମୟରେ ବର୍ଷା ହେବାରେ, ବାୟୁମଣ୍ଡଳର ତାପମାତ୍ରାକୁ ସନ୍ତୁଳିତ ରଖିବାରେ, ଅଙ୍ଗାରକାମ୍ଳ ଗ୍ୟାସ୍‌କୁ ନିୟନ୍ତ୍ରଣରେ ରଖି ଅମ୍ଳଜାନ ପ୍ରଦାନ କରିବାରେ, ବିଭିନ୍ନ ପ୍ରକାର କାଷ୍ଠ ଓ ଅଣକାଷ୍ଠ ଦ୍ରବ୍ୟ ଯୋଗାଇବାରେ, ଔଷଧୀୟ ଉପାଦାନ ଆଦି ଯୋଗାଇ ମାନବ ସମାଜକୁ ତିଷ୍ଠି ରହିବାରେ ଜଙ୍ଗଲ ବହୁଳ ଭାବେ ସାହାଯ୍ୟ କରିଥାଏ। ୧୮୯୪ ଓ ୧୯୫୨ ମସିହାରେ ପ୍ରଣୀତ ଜଙ୍ଗଲ ନୀତିରେ ମୁଖ୍ୟତଃ ଉପତ୍ାଦନ ତଥା ଜଙ୍ଗଲରୁ ଆର୍ଥିକ ରୋଜଗାର ଉପରେ ହଁି ମୁଖ୍ୟ ଗୁରୁତ୍ୱ ଦିଆଯାଇଥିଲା। ତା’ପରେ ୧୯୮୮ ମସିହାର ଜଙ୍ଗଲ ନୀତିରେ ମାନବ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କର ଜୀବନ ଧାରଣ ପାଇଁ ପରିବେଶ ଓ ପ୍ରକୃତିର ସନ୍ତୁଳନକୁ ବଜାୟ ରଖିବାରେ ଜଙ୍ଗଲର ଭୂମିକାକୁ ମୁଖ୍ୟ ଗୁରୁତ୍ୱ ଦିଆଯାଇଥିଲା। ...

କୃଷି ଅନୁରାଗୀ ଗଜପତି

କୃଷି ଅନୁରାଗୀ ଗଜପତି

ବିନୋଦ ଚନ୍ଦ୍ର ଜେନା ସମ୍ପ୍ରତି ଆମ ରାଜ୍ୟ ତଥା ଦେଶରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି ା କୃଷକ ଆତ୍ମହତ୍ୟା କରୁଛି ା କୃଷିକୁ ନେଇ ରାଜନୀତି ଚାଲିଛି। କିନ୍ତୁ ଉତ୍କଳ ପ୍ରଦେଶ ଗଠନ ପରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି (୨୬ା୦୪ା୧୮୯୨-୨୫ା୦୫ା୧୯୭୪)ଙ୍କ ଦୂରଦୃଷ୍ଟି ସୁଦୂରପ୍ରସାରୀ ଥିଲା ା ଇଂରେଜ ସରକାର ପାରଳା ରାଜ୍ୟକୁ ଏକ ଜମିଦାରି ରୂପେ ଗ୍ରହଣ କରିଥିଲେ ସୁଦ୍ଧା ଖେମୁଣ୍ଡି ରାଜ୍ୟର ବାସିନ୍ଦାମାନଙ୍କ ହୃଦୟର ବାସ୍ତବିକ୍‌ ସମ୍ରାଟ ଥିଲେ ...

ଏଇ ଭାରତରେ

ଏଇ ଭାରତରେ

ଭାରତର ମହାନ୍‌ ସଂସ୍କୃତି କହେ, ପିତାଙ୍କୁ ପୂଜାକଲେ ସମସ୍ତ ଦେବଦେବୀ ସନ୍ତୁଷ୍ଟ ହୁଅନ୍ତି। ମାତ୍ର ବସ୍ତୁବାଦୀ ସମାଜରେ ପିତାମାନେ ବାର୍ଦ୍ଧକ୍ୟରେ ଅଲୋଡ଼ା ହୋଇଯାଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କୁ ଜରାନିବାସରେ ଜୀବନ କଟାଇବାକୁ ପଡ଼ୁଛି, ନଚେତ୍‌ ରାସ୍ତାକଡ଼, ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ ପାଲଟିଯାଉଛି ଆଶ୍ରୟସ୍ଥଳ। ପିଲାମାନେ ନିଜ ପରିବାର ସହ ରହୁଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ସେଠି ବୃଦ୍ଧ ମାତାପିତାଙ୍କୁ ସ୍ଥାନ ମିଳୁନି। ଯଦି କୌଣସି ସମୟରେ ବୃଦ୍ଧ ପିତା ଘରେ ରହିବାକୁ ଅଡ଼ିବସୁଛନ୍ତି ତାଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି। ନିକଟରେ ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ଦେଖିବାକୁ ମିଳିଛି ଏଭଳି ଏକ ଅମାନବୀୟ ଘଟଣା। ବୃଦ୍ଧ ପିତା ଘରେ ରହିବାକୁ ଜିଦି କରିବାରୁ ବଡ଼ପୁଅ ତାଙ୍କୁ ଏକ ଗଛରେ ବାନ୍ଧି ପିଟିବାକୁ ପଛାଇଲେ ନାହିଁ। ନିକଟରେ ସାନଭାଇ ଛିଡ଼ାହୋଇ ସବୁ ଦେଖୁଥିଲେ ମଧ୍ୟ କିଛି କହୁ ନ ଥିଲେ। ଏହି ବୃଦ୍ଧ ପିତା ଜଣକ ହେଉଛନ୍ତି ନୁରୁଲ ଇସ୍‌ଲାମ୍‌ ଓରଫ ହାଥୁ। ବାର୍ଦ୍ଧକ୍ୟରେ ତାଙ୍କର ମୁଣ୍ଡ ଠିକ୍‌ ରହୁ ...

 ସମ୍ପାଦକୀୟ/ବଂଶବାଦ ଏକ ମାଧ୍ୟମ

ସମ୍ପାଦକୀୟ/ବଂଶବାଦ ଏକ ମାଧ୍ୟମ

ଚଳିତବର୍ଷ ମେ ୧୨ରେ କର୍ନାଟକ ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜନୈତିକ ପରିସ୍ଥିତି ଉଷ୍ମ ଥିବାବେଳେ କର୍ନାଟକ ‘ପୁତ୍ର ଉଦୟ’ ବା ‘son rise’ ରାଜ୍ୟରେ ପରିଣତ ହୋଇଛି ବୋଲି ଆଲୋଚନା ଆରମ୍ଭ ହୋଇ ଗଲାଣି। ଏହି ରାଜ୍ୟରୁ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ରହି ଆସିଥିବା ନେତାମାନଙ୍କର ପ୍ରାୟ ୮ଜଣ ପୁତ୍ର ଏଥର ନିର୍ବାଚନ ଲଢୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଆର୍‌. ବୋମାଇଙ୍କ ପୁତ୍ର ବାସବରାଜଙ୍କ ଠାରୁ ଆରମ୍ଭ କରି ଏସ୍‌. ବାଙ୍ଗରାପ୍ପାଙ୍କ ପୁତ୍ର ମହିମା, ଧରମ ସିଂଙ୍କ ପୁତ୍ର ଅଜୟ, ଏଚ୍‌ଡି ଦେବେଗୌଡାଙ୍କ ପୁତ୍ର କୁମାର ସ୍ବାମୀ ଓ ରେବାନ୍ନା ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ପୁତ୍ର ଯତୀନ୍ଦ୍ର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେକାର ମୁଖ୍ୟ ଭାଜପା ନେତା ବି.ଏସ୍‌. ୟେଦୁରାପ୍ପା ତାଙ୍କର ପୁତ୍ର ବି. ଓ୍ବାଇ. ବିଜୟେନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଏଥିରୁ ଓହରି ଯାଇଛନ୍ତି, ଯାହାକୁ ନେଇ ନାମାଙ୍କନପତ୍ର ଦାଖଲ...

ନଦୀର ସ୍ବାସ୍ଥ୍ୟ

ନଦୀର ସ୍ବାସ୍ଥ୍ୟ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ନିକଟ ଅତୀତରେ ହୋଇଥିବା ବିଭିନ୍ନ ଘୋଷଣାରୁ ଲାଗୁଛି ଯେ ନଦୀ ବଞ୍ଚାଇବା ପାଇଁ ସରକାରୀ ଅଭିଯାନ ଆରମ୍ଭ ହୋଇଯାଇଛି ବା ହେବାକୁ ଯାଉଛି ଓଡ଼ିଶାରେ। ରାଜ୍ୟ ସରକାର ‘ସବୁଜ ମହାନଦୀ ଅଭିଯାନ’ କଥା କହିଛନ୍ତି। ସିଆଡ଼େ ସମ୍ବଲପୁର ଜିଲା ପ୍ରଶାସନ ସବୁଜ, ସ୍ବଚ୍ଛ ଓ ସୁନ୍ଦର ମହାନଦୀର ଆହ୍ବାନ ଦେଇ ବିଭିନ୍ନ ଆୟୋଜନ ଆରମ୍ଭ କରିଦେଇଛନ୍ତି। ନଦୀଜଳର ଭାଗବଣ୍ଟାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଖୁବ୍‌ ଜମିଥିବା ବେଳେ ନଦୀର ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ ପାଇବା ଖୁସିର କଥା। ନଦୀ ହେଉଛି ସଭ୍ୟତାର ଆଧାର, ନଦୀ ଯୋଗୁ ସଭ୍ୟତାର ପ୍ରବାହ ହୋଇଥାଏ। ନଦୀର ସ୍ଥିତିରୁ ସଭ୍ୟତା କେତେ ସୁସ୍ଥ ଓ ସଭ୍ୟ ତାହା ଜଣାପଡ଼ିଥାଏ। ଶ୍ରୀମଦ୍‌ଭାଗବତର ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟର ୩୨-୩୩ ଶ୍ଳୋକରେ ଉଲ୍ଲେଖ ଅଛି: ବୃକ୍ଷରାଜି ହେଉଛି ପ୍ରଭୁଙ୍କ ଶରୀରର ଲୋମ, ବାୟୁ ହେଉଛି ପ୍ରଭୁଙ୍କର ...

ମ୍ୟାଲେରିଆ ନିରାକରଣ

ମ୍ୟାଲେରିଆ ନିରାକରଣ

ଡା. ରାମଚନ୍ଦ୍ର ରାଉତ ଏପ୍ରିଲ ୨୫କୁ ‘ବିଶ୍ୱ ମ୍ୟାଲେରିଆ’ ଦିବସ ରୂପେ ପାଳନ କରାଯାଏ। ମ୍ୟାଲେରିଆ ଏକ ପ୍ରମୁଖ ସଂକ୍ରାମକ ରୋଗ ରୂପେ ଆବହମାନ କାଳରୁ ରହି ଆସିଛି ଏବଂ ଏହା ବିଶ୍ୱର ଅଧିକାଂଶ ମୃତ୍ୟୁ ଓ ଦାରିଦ୍ର୍ୟର ଏକ ପ୍ରମୁଖ କାରଣ। ପ୍ରତି ୨ ମିନିଟ୍‌ରେ ଗୋଟିଏ ଶିଶୁ କେଉଁଠି ନା କେଉଁଠି ମ୍ୟାଲେରିଆ ସଂକ୍ରମଣ ଦ୍ୱାରା ମୃତ୍ୟୁମୁଖରେ ପଡିଥାଏ। ୨୦୧୫ରେ ସାରା ବିଶ୍ୱରେ ୨୧କୋଟି ୨୦ଲକ୍ଷ ଲୋକ ମ୍ୟାଲେରିଆରେ ପୀଡିତ ହୋଇଥିବା ବେଳେ ତହିଁରୁ ୪ ଲକ୍ଷ ୨୯ ହଜାର ମୃତ୍ୟୁମୁଖରେ ପଡିଥିଲେ। ମାତ୍ର ୨୦୧୬ରେ ଏହା କମିବା ପରିବର୍ତ୍ତେ ଆହୁରି ୫୦ ଲକ୍ଷ ଲୋକ ଏହାଦ୍ୱାରା ଆକ୍ରାନ୍ତ ହୋଇଥିଲେ।...

ଏଇ ଭାରତରେ

ଏଇ ଭାରତରେ

ଝିଅର ବିବାହ ବୟସ ହେଲେ ମାତାପିତାଙ୍କର ଚିନ୍ତା ବଢ଼େ। ସବୁଠୁ ଚିନ୍ତା ଅଧିକ ଘାରେ ଯୌତୁକକୁ ନେଇ। ମଧ୍ୟପ୍ରଦେଶର ଟିକମଗଡ ଜିଲା ପୃଥ୍ବୀପୁରରେ ଏମିତି ଏକ ବାହାଘର ହେଲା ଯାହା ସମସ୍ତଙ୍କ ଆଖି ଖୋଲିଦେଇଛି। ବିବାହରେ ପୁଅଘର ଲୋକେ ଯୌତୁକ ଭାବେ ଝିଅଘରୁ କେବଳ ଗୋଟିଏ ଗଛର ଚାରା ନେଇଛନ୍ତି। ଝିଅ ଘରକୁ ମଧ୍ୟ ବଦଳରେ ଏକ ଚାରା ଦେଇଛନ୍ତି। ବାହାଘରକୁ ଯେଉଁ ବରଯାତ୍ରୀ ଯିବେ ସମସ୍ତଙ୍କୁ ଗୋଟିଏ କରି ଚାରା ଉପହାର ଦେବାକୁ ବରଘର ଝିଅଘରକୁ ଅନୁରୋଧ କରିଥିଲେ। ତାହା ହିଁ ହୋଇଛି। ଉପହାର ଭାବେ ଦିଆଯାଉଥିବା ଚାରାଟିକୁ ସଯତ୍ନରେ ଲଗାଇ ବଢାଇବାକୁ ସମସ୍ତଙ୍କୁ ସଂକଳ୍ପ କରାଯାଇଥିଲା। ଏଭଳି ଅନନ୍ୟ ବିବାହ କରିଥିବା ଯୁବକ ଜଣକ ହେଉଛନ୍ତି ଅମିତ ଦୁବେ। ଉକ୍ତ ଅଞ୍ଚଳରେ ପ୍ରତିବର୍ଷ ...