ସମ୍ପାଦକୀୟ |

ସଙ୍କଟରେ ସାମ୍ବାଦିକତା

ସଙ୍କଟରେ ସାମ୍ବାଦିକତା
ଡ. ସୁବାସ ଚନ୍ଦ୍ର ପାତ୍ର କେତେ ବର୍ଷ ତଳେ ପ୍ର୍ରଖ୍ୟାତ ସାମ୍ବାଦିକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସୌରୀ ଓଡ଼ିଶାର ଗଣମାଧ୍ୟମ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗନେଇ ଏକ ମନ୍ତବ୍ୟ ରଖିଥିଲେ, ଯାହା ଗୁରୁତ୍ୱପୂର୍ଣ୍ଣ ହେଲେ ବି ଶୁଣିବାକୁ କଷ୍ଟ। ସେ କହିଥିଲେ, ”ଆମେ ସାମ୍ବାଦିକମାନେ ସମାଜ ଓ ରାଷ୍ଟ୍ରର ସ୍ବାର୍ଥ ସୁରକ୍ଷା ପାଇଁ ନିୟୋଜିତ ଜଣେ ଜଣେ ଡାହାଳ କୁକୁର। ଯଦି ବୃହତ୍ତର ସ୍ବାର୍ଥ ପାଇଁ ଗୋଟିଏ ବିଶ୍ୱସ୍ତ ଓ ନିଷ୍ଠାପର କୁକୁରର ଭୂମିକା ଆମେ ନିର୍ବାହ କରିବାକୁ ଚାହୁଁ, ତା’ହେଲେ ଆମକୁ ହାଡ଼ ଚୋବାଇବାରୁ ବିରତ ରହିବାକୁ ପଡ଼ିବ, କାରଣ ହାଡ଼ ଚୋବାଉଥିବା କୁକୁର ଭୁକିପାରେ ନାହଁି।“ ୧୬ ନଭେମ୍ବର ୧୯୬୬ରୁ କାମ କରି ଆସୁଥିବା ଜାତୀୟ ପ୍ରେସ୍‌ କାଉନସିଲ ମଧ୍ୟ ସୌରୀଙ୍କ କଥାର ପ୍ରତିଧ୍ୱନି ତୋଳି ସାମ୍ବାଦିକତାର ମାନ ବଜାୟ ରଖିବା ଓ ତାକୁ ପ୍ରଭାବମୁକ୍ତ କରିବା ପାଇଁ ଏକ ‘ମୋରାଲ୍‌ ୱାଚ୍‌ଡଗ୍‌’ ବା ନୈତିକତାର ଏକ ଜାଗ୍ରତ ପ୍ରହରୀ ହିସାବରେ କାମ କରିବା ପାଇଁ ଉତ୍ସର୍ଗୀକୃତ ବୋଲି ଦାବିକରି ଆସିଛି। ସେହି ନ୍ୟାୟରେ ପ୍ରତିବର୍ଷ ୧୬ ନଭେମ୍ବର ଜାତୀୟ ପ୍ରେସ୍‌ ଦିବସ ରୂପେ ପାଳିତ ହୁଏ, ଅନ୍ତତଃ ଏହି କଥାଟିର ସମୀକ୍ଷା ପାଇଁ। ଏହି ଦିବସ ସାମୂହିକ ଏବଂ ସାମଗ୍ରିକ ଭାବରେ ଏକ ସମୀକ୍ଷାର ବେଳ ହୋଇଥିଲା ବେଳେ ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ଖବରଦାତାଙ୍କ ପାଇଁ ଏହା ଆତ୍ମ ନିରୀକ୍ଷା ଓ ଆତ୍ମ ଅନୁଧ୍ୟାନର ମୁହୂର୍ତ୍ତ। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଏହି ସମୀକ୍ଷାର ଗୁରୁତ୍ୱ ବେଶି, କାରଣ ଗଣତନ୍ତ୍ର ବାକ୍‌ସ୍ବାଧୀନତାର ସୁଯୋଗ ଦେଇ ପ୍ରକାରାନ୍ତରେ ଆମକୁ ପରୀକ୍ଷା କରେ ଆମେ ସେ ସ୍ବାଧୀନତାକୁ କେତେଦୂର ସୁରକ୍ଷିତ ରଖିପାରିଲୁ ଏବଂ କେତେ ଅପପ୍ରୟୋଗ କଲୁ। ଏକ ପ୍ରଭାବମୁକ୍ତ ପ୍ରେସ୍‌ ହିଁ ଗଣତନ୍ତ୍ରକୁ ସୁରକ୍ଷିତ ରଖିପାରିବ କାରଣ ‘ଇଟରନାଲ ଭିଜିଲାନ୍‌ସ ଇଜ୍‌ ଦ ପ୍ରାଇସ୍‌ ଅଫ୍‌ ଡେମୋକ୍ରାସି’ ଅର୍ଥାତ୍‌ ଚିରନ୍ତନ ଜାଗ୍ରତଭାବ ଗଣତନ୍ତ୍ରର ବିଶେଷତ୍ୱ ଏବଂ ଏହି ଜାଗ୍ରତବାହିନୀ ହେଲେ ଆମ ପ୍ରେସ୍‌ ଏବଂ ଖବରଦାତାଗଣ। ତେବେ ଯେଉଁ ପ୍ରେସ୍‌ ନିଜେ ଜାଗି ଅନ୍ୟକୁ ଜଗାଏ ତା’ର ବର୍ତ୍ତମାନର ସ୍ଥିତି କ’ଣ? ଅରୁଣ ସୌରୀଙ୍କ ଉପରୋକ୍ତ ମନ୍ତବ୍ୟର ସଙ୍କେତ ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରି ଜଣେ ଖବରଦାତା ଯେ ନିଷ୍ଠାପର ଭାବରେ କାମ କରିପାରିବ ତା’ର କୌଣସି ଗ୍ୟାରେଣ୍ଟି ନାହଁି। ଆପାତତଃ ପ୍ରଖ୍ୟାତ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ଏହାର ପ୍ରମାଣ। ବର୍ତ୍ତମାନ ଗଣମାଧ୍ୟମ ବିଚିତ୍ର ସ୍ଥିତି ଦେଇ ଗତି କରୁଛି। ରାଷ୍ଟ୍ରୀୟ ପ୍ରଶାସନର ଚତୁର୍ଥ ସ୍ତମ୍ଭ ହିସାବରେ କିଛି ବ୍ୟକ୍ତି ଓ ଅନୁଷ୍ଠାନ ସମର୍ପିତ ହୋଇ ନିଜ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଆଉ କିଛି ଅନୁଷ୍ଠାନ, ବିଶେଷତଃ ବୈଦ୍ୟୁତିକ ଗଣମାଧ୍ୟମ ବେଶ୍‌ ଖୋଲାଖୋଲି ଭାବରେ ପକ୍ଷଭୁକ୍ତ ହୋଇଯାଉଛନ୍ତି। ଓଡି଼ଶାର ତଥା ଜାତୀୟସ୍ତରର କିଛି ଘରୋଇ ଚ୍ୟାନେଲର ଖବର ପ୍ରସାରଣ ଦେଖିଲେ ଏହା ସହଜରେ ବୁଝିିହେବ। କୁହାଯାଏ ବିଜ୍ଞାପନର ଲୋଭ ଓ ସେଥିରୁ ମିଳୁଥିବା ଲାଭ ସାମ୍ବାଦିକତା କ୍ଷେତ୍ରର ନିରପେକ୍ଷତା ଅପହରଣ କରିନେଇଛି। ବିଭିନ୍ନ ପ୍ରକାର ବିଜ୍ଞାପନ ଦେଖିବାକୁ ମିଳୁଛି। ସରକାର ବା କମ୍ପାନୀ ପ୍ରଦତ୍ତ ଖୋଲା ବିଜ୍ଞାପନ ଏବଂ କିଛି ସଙ୍ଗଠନ ଦ୍ୱାରା ଦିଆଯାଉଥିବା ଛଦ୍ମ ବିଜ୍ଞାପନ। ଅନେକ ସମୟରେ ଖବରର ଢାଞ୍ଚାରେ ବିଜ୍ଞାପନ ଛପା ଯାଇଥାଏ ଏବଂ ଶେଷରେ ଅତି ସୂକ୍ଷ୍ମ ଭାବରେ ଲେଖାଯାଇଥାଏ ‘advt.’। ଲୋକେ ଏହାକୁ ଖବର ଭାବନ୍ତି। ସହଜରେ ଗ୍ରହଣ କରି ଅନୁଷ୍ଠାନର ପୃଷ୍ଠପୋଷକତା କରନ୍ତି। ଏହା ସହିତ ଦେଖାଯାଉଛି ଅନ୍ୟ ଏକ ମାରାତ୍ମକ ବିଜ୍ଞାପନର ତରିକା। ‘ସ୍ବନକ୍ଷତ୍ର ଦିବସର ଶୁଭେଚ୍ଛା’ କ୍ରମରେ ସରକାରୀ ଅଫିସରମାନଙ୍କଠୁ ସଂଗୃହୀତ ଶୁଭେଚ୍ଛା-ବିଜ୍ଞାପନ, ବିଶେଷତଃ ସେହି ଅନୁଷ୍ଠାନ ସହ ସମ୍ପୃକ୍ତ ଅଫିସର, ଯେଉଁଠି ଦୁର୍ନୀତି ବେଶ୍‌ ଦୃଶ୍ୟମାନ। ସେ କ୍ଷେତ୍ରରେ ଏ ‘ଭଦ୍ରଲୋକି ଶୁଭେଚ୍ଛା’ ଦ୍ୱାରା ନିଜକୁ ସୁରକ୍ଷିତ ରଖାଯାଉନି ତ? ଏତଦ୍‌ବ୍ୟତୀତ ରହିଛି କିଛି ଅନୁଷ୍ଠାନ, ଦଳ, ବ୍ୟକ୍ତି ପ୍ରାୟୋଜିତ ‘କିଣାଖବର’ (ପେଡ୍‌ ନ୍ୟୁଜ୍‌)। ଅନ୍ତତଃ ଜାତୀୟ ପ୍ରେସ୍‌ କାଉନସିଲ ଏହିସବୁ ଛଦ୍ମ ବିଜ୍ଞାପନକୁ ରୋକି ଗଣମାଧ୍ୟମର ନିରପେକ୍ଷତା ବଜାୟ ରଖିବା ପାଇଁ କିଛି ନିୟନ୍ତ୍ରଣକାରୀ ପଦକ୍ଷେପ ନେବା ଉଚିତ। ନିରପେକ୍ଷ, ନିଷ୍ଠାପର ଓ ସାମାଜିକ ତଥା ଜାତୀୟ ସ୍ବାର୍ଥସାଧନ ପାଇଁ ଉଦ୍ଦିଷ୍ଟ ସାମ୍ବାଦିକତା କ୍ଷେତ୍ରରେ ସବୁଠୁ ବଡ଼ ପ୍ରତିବନ୍ଧକ ରାଜନେତା, ରାଜ୍ୟ ବା ରାଷ୍ଟ୍ରମୁଖ୍ୟମାନଙ୍କ ଅସହିଷ୍ଣୁତା। ଏହାର ମୂଳକାରଣ ଅହଂକାର ଓ ବୌଦ୍ଧିକ ଦାରିଦ୍ର୍ୟ। କୌଣସି ଖବର ବା ବ୍ୟଙ୍ଗଚିତ୍ର ନିଜ ବିରୋଧରେ ଗଲେ ବା ନିଜ ପସନ୍ଦ ମୁତାବକ ନ ହେଲେ ସେ ସାମ୍ବାଦିକଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମକଦ୍ଦମା ଦାୟର କରିବା ବା ତାଙ୍କୁ ସାମାଜିକ ସଂହତି ବ୍ୟାହତ କରୁଥିବା ବା ସାମ୍ପ୍ରଦାୟିକ ହିଂସାକୁ ଉସ୍‌କାଇବା ଅଭିଯୋଗ ଆଣି ଗିରଫ କରିବା ଆଜିକାଲି ଏକ ସାଧାରଣ ଘଟଣା। ‘ୱୟାର’ ଇ-ସମ୍ବାଦପତ୍ରର ସାମ୍ବାଦିକା, ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଅମ୍ବିକେଶ ମହାପାତ୍ର ଓ ତାମିଲନାଡୁର ପ୍ରଖ୍ୟାତ କାର୍ଟୁନିଷ୍ଟ ବାଲାଙ୍କ ଦୁର୍ଦ୍ଦଶା ଏବେବି ସମୁଜ୍ଜ୍ୱଳ। ବ୍ୟଙ୍ଗଚିତ୍ର ପଛରେ ଥିବା ସଙ୍କେତ ହିଁ କାହାକୁ ନା କାହାକୁ ସୁଧାରିବାକୁ ଉଦ୍ଦିଷ୍ଟ। ଏକ ସମୟରେ ରାଷ୍ଟ୍ରନେତାମାନେ ନିଜ ବ୍ୟଙ୍ଗଚିତ୍ରକୁ ଉପଭୋଗ କରୁଥିଲେ। ଜବାହରଲାଲ ନେହେରୁ ଯେତେବେଳେ ଶଙ୍କର ଚିତ୍ରିତ ନିଜ କାର୍ଟୁନ ଦେଖିବାକୁ ପାଉ ନ ଥିଲେ, ତାଙ୍କୁ ଫୋନ କରି ପଚାରୁଥିଲେ, ”ଆପଣ କ’ଣ ମୋତେ ଭୁଲିଗଲେ କି?“ ପ୍ରେସ୍‌ ରାଷ୍ଟ୍ରୀୟ ଗଣତନ୍ତ୍ରର ସୁରକ୍ଷା ଏବଂ ଏକ ସୁସ୍ଥ ସମାଜ ପ୍ରତିଷ୍ଠା ପାଇଁ। ତା’ର କଣ୍ଠରୋଧ କରି, ତାକୁ ପକ୍ଷଭୁକ୍ତ କରି ଆମେ ହୁଏତ ଆମ ଅଜାଣତରେ ଏକ ଆତ୍ମଘାତୀ କାର୍ଯ୍ୟ ମାଧ୍ୟମରେ ତାକୁ ଏକ ସ୍ବେଚ୍ଛାଚାରୀ ଶାସକ ହାତରେ ତୋଳି ଦେବାକୁ ଚେଷ୍ଟା କରୁଛୁ। (ଜାତୀୟ ପ୍ରେସ୍‌ ଦିବସ ଉପଲକ୍ଷେ) ମୋ- ୯୪୩୭୩୭୬୨୧୯
All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ଅହମିକାର ଲଢ଼େଇ

ସମ୍ପାଦକୀୟ/ ଅହମିକାର ଲଢ଼େଇ

ଭାରତରେ ନିରପେକ୍ଷ ତଦନ୍ତ ପ୍ରସଙ୍ଗ ଉଠିଲେ ଲୋକେ ଟିକେ କଥାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନାମ ଉଠାଇଥାଆନ୍ତି। ଏହାର ଅର୍ଥ ହେଲା ସିବିଆଇ ଏକ ଭରସାଯୋଗ୍ୟ ସଂସ୍ଥା ବୋଲି ଧରାଯାଇଥାଏ। କିନ୍ତୁ ବିଗତ କିଛିବର୍ଷ ହେବ ଏହାର କାର୍ଯ୍ୟକଳାପ ...

ଦାୟିତ୍ୱବୋଧର ବିସର୍ଜନ

ଦାୟିତ୍ୱବୋଧର ବିସର୍ଜନ

ସହଦେବ ସାହୁ

ନିର୍ବାଚନ କ’ଣ ଦାୟିତ୍ୱବୋଧର ଜଳାଞ୍ଜଳି ପର୍ବ? ଦଳ ଲୁଟ୍‌ କରୁଥିବାବେଳେ ଦଳର ସଭ୍ୟ ହିସାବରେ ବ୍ୟକ୍ତିର ଦାୟିତ୍ୱ ବଢ଼ିଯିବା କଥା। କିନ୍ତୁ ଦଳ ତିଷ୍ଠିଲେ ସେମାନେ ଲାଭାନ୍ବିତ ହେବେ ଭାବି ଦଳର ଲୋକେ ତ ଦାୟିତ୍ୱବୋଧ ହରାନ୍ତି, ଭୋଟରମାନଙ୍କ ଦାୟିତ୍ୱବୋଧକୁ ବି ଜଳାଞ୍ଜଳି ଦିଅନ୍ତି। ସାଧାରଣ ନାଗରିକ ବୁଝୁ ନ ବୁଝୁ, ଆମେ ବୁଦ୍ଧିଜୀବୀମାନେ ଚୁପ୍‌ ରହି ଶାସକ ଦଳକୁ ଏ ଦିଗରେ ଉତ୍ସାହିତ କରୁଛୁ, ଭବିଷ୍ୟତ ପିଢିକୁ ଧ୍ୱଂସମୁହାଁ କରୁଛୁ। ଚୁପ୍‌ ରହିବା ଯେ ସମର୍ଥନ (ପିଙ୍ଗଳ ସଂହିତାର ଭାଷାରେ ‘ଆବେଟ୍‌’) କରିବା ଆମେ ତାହା ...

ସାମ୍ୟବାଦୀ ଚିନ୍ତାନାୟକ

ସାମ୍ୟବାଦୀ ଚିନ୍ତାନାୟକ


ବିଜୟ କୁମାର ପଢ଼ିହାରୀ

ଓଡ଼ିଶାର ରାଜନୈତିକ ଇତିହାସକୁ ପର୍ଯ୍ୟାଲୋଚନା କଲେ ଦୃଷ୍ଟିଗୋଚର ହୁଅନ୍ତି ତିନିଜଣ ମହାମନୀଷୀ- ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜନନେତା ଭଗବତୀ ଚରଣ ପାଣିଗ୍ରାହୀ। ପ୍ରତ୍ୟେକେ ଓଡ଼ିଶାର ଇତିହାସରେ ଜଣେ ଜଣେ ଯୁଗସ୍ରଷ୍ଟା। ଭାଷାଭିତ୍ତିକ ପ୍ରଦେଶ ନିର୍ମାଣ ପାଇଁ ସ୍ବତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ଜନନାୟକ ମଧୁବାବୁ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରି ଓଡ଼ିଆ ସ୍ବାଭିମାନ ଜାଗ୍ରତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ। ସେହିପରି ପଣ୍ଡିତ ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଜାତୀୟତାର ମହାମନ୍ତ୍ରରେ ଦୀକ୍ଷିତ କରି ସ୍ବାଧୀନତା ସଂଗ୍ରାମର ଜାତୀୟ ସ୍ରୋତରେ ସାମିଲ କରିଥିଲେ। ସେ ଥିଲେ ଜାତୀୟତାବାଦୀ ଚେତନା ଓ ଜାତୀୟତାବାଦୀ ସାହିତ୍ୟର ପ୍ରମୁଖ ଉଦ୍‌ଗାତା।...

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ବଳେବଳେ ଆସେ। କୌଣସି କାର୍ଯ୍ୟ କରିବାକୁ ହେଲେ ଆନ୍ତରିକ ନିଷ୍ଠା ଏକାନ୍ତ ଆବଶ୍ୟକ। ସମର୍ଥ ବ୍ୟକ୍ତିମାନେ ଯେଉଁ କାମ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେଭଳି କାର୍ଯ୍ୟକୁ ଭିନ୍ନକ୍ଷମ ବ୍ୟକ୍ତିମାନେ ବି ବେଳେବେଳେ ଅନାୟାସରେ କରିଥାଆନ୍ତି। ସେଭଳି ଜଣେ ତରୁଣୀ ହେଉଛନ୍ତି ହରିୟାଣାର ନିଷ୍ଠା ଡୁଡେଜା। ସଫଳତା ବାଟରେ ଅକ୍ଷମତା କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ ବୋଲି...

ଦୋଷ ଲଦାଲଦି

ଦୋଷ ଲଦାଲଦି

ଭାରତ ଏଭଳି ଏକ ଦେଶ ହୋଇଗଲାଣି, ଯେଉଁଠାରେ ଅଧିକାଂଶ ନିଜ ଦୋଷ ସ୍ବୀକାର କରିବାକୁ ରାଜି ହେଉନାହାନ୍ତି। ଦୋଷ ମୁଣ୍ଡ ଉପରେ ପଡ଼ିଲେ ତାହାକୁ ଅନ୍ୟ ଉପରକୁ କିଭଳି ଥୋଇଦେଇ ହେବ ସେ ଦିଗରେ ଲାଗିପଡ଼ନ୍ତି। 

ପାଇଖାନା ବିପଦ ଓ ତା’ର ପ୍ରତିକାର

ପାଇଖାନା ବିପଦ ଓ ତା’ର ପ୍ରତିକାର

ଆଜିକାଲି ଖବରକାଗଜ ଦେଖିଲେ ବହୁ ସମୟରେ ନଜରକୁ ଆସୁଛି ଶ୍ରମିକମାନେ ନୂଆ କିମ୍ବା ପୁରୁଣା ପାଇଖାନା କାମ କଲାବେଳେ ଅଜ୍ଞତାବଶତଃ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି।

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...