ସମ୍ପାଦକୀୟ |

ଆସ ଖାଇବା ‘ରସଗୋଲା’

ଆସ ଖାଇବା ‘ରସଗୋଲା’

ଅରବିନ୍ଦ ଦାସ
ଓଡ଼ିଆ ସିନେ ନିର୍ଦ୍ଦେଶକ ତଥା ବନ୍ଧୁ ବିଜୟର ପ୍ରସ୍ତାବ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ମୋ ଆଗାମୀ ଫିଲ୍ମର ନାଁ ହେଉଛି ‘ରସଗୋଲା’ ଓ ତୁ ଏହାର ହିରୋ ହେବୁ। ହିରୋ ! ମୁଁ? ପୁଣି ଏମିତିକା ନାଁର ସିନେମାରେ! ମୋ ମୁହଁକୁ ବିସ୍ମୟରେ ଚାହିଁ କହିଲା, କାହିଁକି ନୁହେଁ? ତୁ ତ ଟିଭି ସିରିଏଲ ଓ ମଞ୍ଚରେ ଅଭିନୟ କରୁଛୁ। ସିନେମାରେ ବ୍ରେକ୍‌ ଦେବା ପାଇଁ କେବେଠୁ କହୁଥିଲୁ। ରସଗୋଲା ବର୍ତ୍ତମାନ ଏକଦମ ହଟ୍‌ ଟପିକ୍‌। ‘ବାଂଲା ରସଗୋଲା’ ପଶ୍ଚିମବଙ୍ଗର ବୋଲି ଜିଆଇ ଟ୍ୟାଗ୍‌ ମିଳିବାରୁ ଓଡ଼ିଶାର ନିଦ ଭାଙ୍ଗିଛି। ଆନ୍ଦୋଳନ ହୁଏତ ହେବ। ମାସେ ଭିତରେ ସିନେମା କରି ବଡ଼ଦିନ/ନୂଆବର୍ଷ ସମୟରେ ରିଲିଜ୍‌ କରିଦେବା। ଏକଦମ୍‌ ସୁପର ଡୁପର ହିଟ୍‌ ହେବ। ଦି’ଟା ଗୀତ ବି କାଲି ରେକର୍ଡିଙ୍ଗ୍‌ କରିଦେଇଛୁ ସଙ୍ଗୀତକାର ସତ୍ୟଜିତ୍‌ ମଜୁମଦାରଙ୍କ ସହ। ଜବରଦସ୍ତ ଲିରିକ୍‌- ‘ବାରି କବାଟ ମୋର ଠିଆ ମେଲା, ଚାଲିଆ ଗୋରୀ ଖାଇବୁ ରସଗୋଲା।’ ଆଉ ଗୋଟେ ଗୀତ ହେଲା- ‘ବୋପା ତୋର କ’ଣ କଲା, ନେଇଗଲା ଆମ ରସଗୋଲା।’ ଗୋଟାଏ ରାତି ଭିତରେ ଗୀତ ବି ସରିଲାଣି? ମୋ ମୁହଁରେ ଚିନ୍ତାର ରେଖା ସବୁ ଦେଖି ସହକାରୀ ନିର୍ଦ୍ଦେଶକ କାର୍ତ୍ତିକ ସାହୁ କହିଲେ, କିଛିଦିନ ତଳେ ଜଣେ ବାବା ଉପରେ ଓ ଜଣେ ସିନେ କଳାକାର ଜୀବନ ଉପରେ ମାସେ ଭିତରେ ସିନେମା କରି ରିଲିଜ୍‌ କରିଥିଲୁ। ଏବେ ତିନିଟା ଚ୍ୟାନେଲରେ ଆପଣଙ୍କ ସିରିଏଲ ହିଟ୍‌ ହୋଇଛି ବୋଲି ଆପଣଙ୍କୁ ହିରୋ କରାଯାଉଛି। ଏ ସୁଯୋଗ ହାତଛଡା କରନ୍ତୁନି। ବଡ଼ ବଡ଼ କଳାକାର ଅନେଇ ବସିଛନ୍ତି। ହେଲେ ସାର୍‌ ଚାହାନ୍ତି ଏକ ନୂଆ ମୁହଁ। ଛେପ ଢୋକି କହିଲି, ”କିଛି ଫ୍ୟାମିଲି କିମ୍ବା ଆକ୍ସନ୍‌ ଫିଲ୍ମ ହୋଇଥିଲେ ଭଲ ହୋଇଥାନ୍ତା। ଡେବ୍ୟୁ ସିନେମା ମୋର।“ ଷ୍ଟୋରିଟା ଶୁଣ। ହିରୋଇନ୍‌ ବଙ୍ଗାଳି ଝିଅ। ଆକ୍ସନ୍‌, ଡ୍ରାମା, ପୁନର୍ଜନ୍ମ, ରିଭେଞ୍ଜ ସବୁ ଅଛି। ଓଡ଼ିଆ ପୁଅ ରସିକ(ରସ) ଓ ବଙ୍ଗାଳି ଝିଅ ଗୋଲାପ(ଗୋଲା)ଙ୍କ ପ୍ରେମକାହାଣୀ ଉପରେ ସିନେମା। ପୁଅ ବାପା ଓ ଝିଅ ବାପା ଉଭୟେ ରସଗୋଲା ଦୋକାନୀ। ପୁରୀରେ ଉଭୟଙ୍କ ଦେଖା ଓ ପ୍ରେମ। ରସଗୋଲା ପାଇଁ ଦୁଇ ରାଜ୍ୟ ଭିତରେ ଲଢେଇ ହେଉଛି। ସେଇ ଦୋକାନୀ ହିଁ ବାଦ କରୁଛନ୍ତି ଜିଆଇ ଟ୍ୟାଗ୍‌ ପାଇଁ। ଦୁଇ ପ୍ରେମୀ ଅଲଗା। ଆନ୍ଦୋଳନ ସମୟରେ ହିରୋ, ହିରୋଇନ ମରିଯାଇଛନ୍ତି। ଉଭୟ ରାଜ୍ୟ ସୀମାରେ ମିଠା ସପ୍ଲାଇ ବନ୍ଦ ହୋଇଛି। ହିରୋ ମରିଯିବ? ମୋ ରୋଲ ଏତିକି? ଏକ ରହସ୍ୟମୟ ହସ ହସି ବିଜୟ କହିଲା, ଏଇଠି ହିଁ କାହାଣୀର ମୋଡ଼। ହିରୋ, ହିରୋଇନ୍‌ଙ୍କ ଡବଲ ରୋଲ। ପୁନର୍ଜନ୍ମ। ଟିକିଏ ଦମ୍‌ ନେଇ ବିଜୟ ପୁଣି କହିଲା, ଆମେ ଦେଖାଇବା ରସଗୋଲା ଓଡ଼ିଶାର, ଭାଣ୍ଡ ବେଙ୍ଗଲର। ଏବେ ବସିଥାନ୍ତୁ ଭାଣ୍ଡ ଧରି, ଏଠୁ ଗଲେସିନା ଭାଣ୍ଡ ପୂରିବ। ଛେନାପୋଡ଼, ରସାବଳୀ, ତାଡ଼ିଆ, ମୋହନଭୋଗ ଆମର ହଜାରେ ପ୍ରକାର ଛେନା ମିଠା ଆହୁରି ଅଛି। ତେବେ ଆମ ହିରୋ କି ଛାଡିବ? କ୍ଲାଇମାକ୍ସରେ ଆମ ହିରୋ, ମାନେ ତୁ, ପାହାଳ ଓ ସାଲେପୁର ରସଗୋଲା ମାରି ମାରି ସବୁ ଗଣ୍ଡଗୋଳ ଭିଆଇଥିବା ଗୁଣ୍ଡାଙ୍କୁ ନିପାତ କରିଦେବୁ। ହିରୋଇନ୍‌ର ଦେହ ହଠାତ୍‌ ବହୁତ ଖରାପ ହୋଇଯାଇଛି। ବଞ୍ଚିବାର ଚାନ୍‌ସ ନାହିଁ ଡାକ୍ତର କହିଛି। ହିରୋ ତାକୁ ପୁରୀ ନେଇଆସିଛି। ରଥଯାତ୍ରା ପରେ ନୀଳାଦ୍ରିବିଜୟ ଦିନ ଜଗନ୍ନାଥ ମନ୍ଦିର ସାମ୍ନାରେ ହିରୋ ହିରୋଇନକୁ ଆମ ରସଗୋଲା ଖୋଇଦେଇଛି। ହିରୋଇନ ସୁସ୍ଥ ହେଉଛି। ଓଡ଼ିଆ ରସଗୋଲା ମାଳ ପିନ୍ଧାଇ ବଡ଼ଦାଣ୍ଡରେ ହିରୋ ହିରୋଇନକୁ ବାହା ହେଉଛି ଓ ସେ ହିରୋ କଲିକତା ମିଠା ଦୋକାନ ମାଲିକ ବି ହୋଇଛି। ବାସ୍‌ ଶେଷରେ ଭାଇଚାରାର ମେସେଜ୍‌। ବିଜୟ ମୋ ପାଟିରେ ଗୋଟେ ରସଗୋଲା ଭର୍ତ୍ତି କରି କହିଲା- ଏଇଟା ତୋର ସାଇନିଙ୍ଗ ଆମାଉଣ୍ଟ। ମୋ ପାଟିରୁ କଥା ବାହାରୁ ନ ଥିଲା। ଭାବୁଥିଲି ଏମିତି କ’ଣ ସମ୍ଭବ ? ମୋ ଭାବନାର ଅନ୍ତ କରି କାର୍ତ୍ତିକ ବାବୁ ବିଜୟକୁ ପଚାରିଲା, ସାର୍‌, ସିନେମାଟାକୁ ବଙ୍ଗଳାରେ ଡବିଙ୍ଗ କରି ଦ୍ୱିଭାଷୀ ରିଲିଜ୍‌ କଲେ ? ବଢିଆ କଂଟ୍ରୋଭର୍ସି ହୁଅନ୍ତା। ଜୋର୍‌ରେ କାଶ ହେଲା ମୋର, ରସଗୋଲାଟା ତଣ୍ଟିରେ ଅଟକିଗଲା ବୋଧହୁଏ।
ବିଶାଖାପାଟଣା, ମୋ- ୦୯୧୭୭୬୦୫୧୦୫

All Right Reserved By

Model This Week

ନିକିତା

ସମ୍ପାଦକୀୟ |

ସଂଖ୍ୟାଗୁରୁ ମାନସିକତା

ସଂଖ୍ୟାଗୁରୁ ମାନସିକତା

ଆକାର ପଟେଲ ଭାରତୀୟ ଉପମହାଦେଶର ଉପନିବେଶୀୟ ପର ପରମ୍ପରା ମୁଖ୍ୟତଃ ଧାର୍ମିକ ରହିଆସିଛି ଏବଂ ସଂଖ୍ୟାଗୁରୁ ଧାର୍ମିକ ଗୋଷ୍ଠୀ ସଂଖ୍ୟାଲଘୁମାନଙ୍କ ବିରୋଧୀ ସାଜିଛନ୍ତି। ଶ୍ରୀଲଙ୍କାରେ ସଂଖ୍ୟାଗୁରୁ ବୌଦ୍ଧ ସିଂହଳୀମାନେ ଧର୍ମ ଓ ଭାଷାକୁ ନେଇ ତାମିଲମାନଙ୍କ ବିରୋଧରେ ଲଢ଼େଇ କରିଛନ୍ତି। ଭାରତରେ ବୌଦ୍ଧ ଓ ହିନ୍ଦୁମାନଙ୍କ ଭିତରେ ଘୃଣା ଭାବ ରହିଛି, ଯାହା ସଂଖ୍ୟାଗୁରୁତ୍ୱର ସ୍ବଭାବ। ଶ୍ରୀଲଙ୍କାର ଗୃହଯୁଦ୍ଧ ପ୍ରାୟ ୨୫ ବର୍ଷ ଧରି ଲାଗିରହିଥିଲା, ଯାହା ଫଳରେ ଶ୍ରୀଲଙ୍କାର ଅନେକ ନେତା ଓ ଭାରତର ରାଜୀବ ଗାନ୍ଧୀଙ୍କ ସମେତ ଲକ୍ଷାଧିକ ଲୋକ ମଲେ। ବାଂଲାଦେଶରେ ପ୍ରାଥମିକ ଜାତୀୟତାବାଦ ଭାଷା ଭିତ୍ତିରେ ଗଢ଼ିଉଠିଥିଲା ଏବଂ ଏହା ବଙ୍ଗାଳୀ ମୁସଲମାନ ଓ ହିନ୍ଦୁମାନଙ୍କୁ ପଶ୍ଚିମ ପାକିସ୍ତାନୀଙ୍କ ଦ୍ୱାରା ସେମାନଙ୍କ ଉପରେ ଜୋରଜବରଦସ୍ତ ଉର୍ଦ୍ଦୁଭାଷାକୁ ଲଦିଦିଆଯିବା ବିରୋଧରେ ଏକତ୍ରିତ କରିଥିଲା। ଆଶ୍ଚର୍ଯ୍ୟର କଥା ମହମ୍ମଦ ଅଲି ଜିନ୍ନା ଜଣେ ...

ବୋହୂଯୋଗ୍ୟା କନ୍ୟା

ବୋହୂଯୋଗ୍ୟା କନ୍ୟା

ପ୍ରକାଶ ତ୍ରିପାଠୀ ଗତ ରବିବାର ସାରେ ଆମେ କିଛି ବନ୍ଧୁ ପୁରୀ ବେଳାଭୂମିରେ ବସିଥିଲୁ। କର୍ମମୟ ଜୀବନରୁ କିଛି ମୁହୂର୍ତ୍ତ ବାହାର କରି ବନ୍ଧୁମାନଙ୍କ ସହ ଦୁଃଖସୁଖ ହେବା କେବଳ ଏହି ଛୁଟିଦିନମାନଙ୍କରେ ହିଁ ସମ୍ଭବ ହୋଇଥାଏ। ତାହା ପୁଣି ଅନିୟମିତ। ସେ ଯାହାହେଉ, ମଝିରେ ମଝିରେ ଏପରି ବନ୍ଧୁମିଳନ ମନରେ ପ୍ରସନ୍ନତା ଭରିଦିଏ ଓ ଆଳାପ ଆଲୋଚନା ଦ୍ୱାରା ମନ ବି ହାଲ୍‌କା ହୋଇଯାଏ। ସେଦିନ କଥାପ୍ରସଙ୍ଗରେ ଜଣେ ବନ୍ଧୁ କହିଲେ ଯେ, ଆଜି ତାଙ୍କ ଘରେ ଝିଅ ଓ ତା’ ମାଆ ମଧ୍ୟରେ ଝଗଡା ହୋଇଯାଇଛି। ଆମେ ଜାଣୁ ଯେ ବନ୍ଧୁଙ୍କ ପତ୍ନୀ ଅତି ସରଳ ଓ ଶାନ୍ତ ସ୍ବଭାବର। ...

 ‘ଲେସ୍‌’ର ଲେଖକ

‘ଲେସ୍‌’ର ଲେଖକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ଜର୍ନାଲିଜିମ୍‌, ସାହିତ୍ୟ ଓ ସଙ୍ଗୀତ ସଂଯୋଜନା କ୍ଷେତ୍ରରେ ‘ପୁଲିଜର ପୁରସ୍କାର’ ମର୍ଯ୍ୟାଦାଜନକ ସମ୍ମାନ ଭାବେ ପରିଚିତ। ହଙ୍ଗେରିଜନ୍ମିତ ଆମେରିକୀୟ ଖବରକାଗଜ ପ୍ରକାଶକ ତଥା ସାମ୍ବାଦିକ ଯୋଶେଫ୍‌ ପୁଲିଜରଙ୍କ ନାମାନୁଯାୟୀ ୧୯୧୭ ମସିହାରୁ ଏହି ସମ୍ମାନ ପ୍ରତିବର୍ଷ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଆସୁଛି। ୨୧ଟି କ୍ଷେତ୍ରରେ ଏହି ପୁରସ୍କାର ଦିଆଯାଉଥିବା ବେଳେ ୨୦୧୮ ପାଇଁ କାଳ୍ପନିକ ଲେଖା ସକାଶେ ଆଣ୍ଡ୍ର୍ୟୁ ସିଏନ ଗ୍ରୀର୍‌ ଯୋଗ୍ୟ ବିବେଚିତ ହୋଇଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ପୋଲିସ ପାଖକୁ ଗଲେ ପଇସା ନ ଦେଲେ କୌଣସି କାମ ହୁଏନାହିଁ। ଏହା ବାରମ୍ବାର ପ୍ରମାଣିତ ହୋଇଆସୁଛି। ଖାକି ବର୍ଦ୍ଦି ପିନ୍ଧିଥିବା ଅଧିକାଂଶ ବାବୁ ଅଭିଯୋଗକାରୀଙ୍କ ଆର୍ଥିକ କ୍ଷମତାକୁ ନ ଦେଖି ଅର୍ଥ ଦାବି କରନ୍ତି, ଯାହା ପୈଠ କରିବା କାଠିକର ପାଠ ହୋଇଯାଏ। ନିକଟରେ ବିହାର ବୈଶାଳୀ ଜିଲାର ଜଣେ ଅନାଥ ବାଳକ ଥାନାବାବୁଙ୍କ ଚାହିଦା ପୂରଣ ପାଇଁ ଭିକ୍ଷା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବୈଶାଳୀ ଜିଲା କଟହରାର ଚେହରାକଳା ଗ୍ରାମର ଜଣେ ଅନାଥ ବାଳକ ବିବେକଙ୍କଠାରୁ ସମ୍ପୃକ୍ତ ଅଞ୍ଚଳର ଜଣେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଜୋର୍‌ କରି ଜମି ନେଇଯାଇଥିଲେ। ବିବେକ ଏ ସମ୍ପର୍କରେ ପୋଲିସରେ ଅଭିଯୋଗ କରିବାକୁ ଥାନାକୁ ଗଲେ। ମାତ୍ର ଥାନାବାବୁ ତାଙ୍କୁ ଏଥିପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ। ...

 ଭବିଷ୍ୟତ ଗତିବିଧି

ଭବିଷ୍ୟତ ଗତିବିଧି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରିଷଦ (ସିବିଡିଟି)ର ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରଙ୍କ ଭବିଷ୍ୟତକୁ ନେଇ ଦିଲ୍ଲୀରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଆସନ୍ତା ମେ ଶେଷ ସୁଦ୍ଧା ଚନ୍ଦ୍ର ଅବସର ନେବାକୁ ଥିବାବେଳେ ସରକାର ତାଙ୍କ କାର୍ଯ୍ୟକାଳ ପୁଣିଥରେ ବୃଦ୍ଧି କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଏଠାରେ ସ୍ମରଣଯୋଗ୍ୟ ଯେ, ଗତବର୍ଷ ମେ ମାସରେ ଚନ୍ଦ୍ର ଅବସର ନେବାର ଥିଲା। କିନ୍ତୁ ତାଙ୍କ ଅବସରର କିଛିଦିନ ପୂର୍ବରୁ ମୋଦି ସରକାର ତାଙ୍କୁ ସିବିଡିଟିର ଅଧ୍ୟକ୍ଷ ଭାବେ ପୁନର୍ନିଯୁକ୍ତ କରିଥିଲେ। ସମ୍ପ୍ରତି ସରକାର ସିବିଡିଟିର ଦୁଇଟି ସଦସ୍ୟ ପଦ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଚନ୍ଦ୍ରଙ୍କ ଅବସର ପରେ ଖାଲି ହେବାକୁ ଥିବା ଅଧ୍ୟକ୍ଷ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରି ନ ଥିବାରୁ ଏପରି କଳ୍ପନାଜଳ୍ପନାକୁ ଖୋରାକ ମିଳିଯାଇଛି। ତେବେ ଆଉ କିଛି ଲୋକଙ୍କ ଅନୁମାନ ଅନୁସାରେ ଚନ୍ଦ୍ରଙ୍କୁ ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର କର୍ନଲ ସିଂଙ୍କ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ମୁଖ୍ୟ କରାଯାଇପାରେ।...

ବିଶ୍ୱାସ ନିକିତିରେ ଦେଶର ତଉଲ

ବିଶ୍ୱାସ ନିକିତିରେ ଦେଶର ତଉଲ

ସରଳ କୁମାର ଦାସ ଯେ କୌଣସି ସମାଜର ଉନ୍ନତି ଓ ପ୍ରଗତି ପାଇଁ ଦୃଢ଼ ଭାବେ ସଂସ୍ଥାପିତ, ବିଶ୍ୱସନୀୟ, ଉତ୍ତରଦାୟୀ, ପ୍ରଭାବୀ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ। ଅନୁଷ୍ଠାନଗୁଡ଼ିକ ସମାଜକୁ ତିଆରି କରୁଥିବା ଇଟାଖଣ୍ଡ ସଦୃଶ। ଜନସାଧାରଣଙ୍କର ସଂସ୍ଥା ଓ ବ୍ୟବସ୍ଥା ପ୍ରତି ଆସ୍ଥା ନ ରହିଲେ ଅରାଜକତା ଦେଖାଦେଇ ତାହା ସମାଜ ଓ ଦେଶର ସଂହତି ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ଥାଏ। ଲୋକଙ୍କ ଆସ୍ଥା ବିନା ଗୋଟିଏ ଦେଶ ତିଷ୍ଠି ରହିବା ଅସମ୍ଭବ ବୋଲି ବହୁ ଶତାବ୍ଦୀ ପୂର୍ବରୁ ଚୀନ ଦାର୍ଶନିକ କନ୍‌ଫୁସିଅସ୍‌ କହିଥିଲେ।...

ସାହିତ୍ୟ କାହିଁକି

ସାହିତ୍ୟ କାହିଁକି

ଶିବରାମ ଶତପଥୀ ସହିତ ଶବ୍ଦରେ ୟ ପ୍ରତ୍ୟୟ ଯୋଗ କରି ସାହିତ୍ୟ ଶବ୍ଦ ସୃଷ୍ଟ। ପଣ୍ଡିତମାନେ ବ୍ୟାଖ୍ୟା କରି କହିଛନ୍ତି ଯାହା ଜୀବାତ୍ମାକୁ ପରମାତ୍ମାଙ୍କ ସହିତ ମିଶାଏ ତାହା ସାହିତ୍ୟ। ତେବେ ଯୁଗେ ଯୁଗେ ସାହିତ୍ୟ ସୃଷ୍ଟି କରନ୍ତି ଅଳ୍ପକିଛି ସ୍ଥିତଧୀ ବ୍ୟକ୍ତି ଓ ସେଥିରେ ଆପ୍ୟାୟିତ ହୁଅନ୍ତି ଅସଂଖ୍ୟ ପାଠକଳ୍‌। ଯେପରି ଜଣେ ଭଗୀରଥ ଗଙ୍ଗାଙ୍କୁ ସ୍ବର୍ଗରୁ ଅବତରଣ କରାଇଥିଲେ। କେବଳ ଷାଠିଏ ସହସ୍ର ସଗର ପୁତ୍ର ନୁହନ୍ତି କୋଟି କୋଟି ବ୍ୟକ୍ତି ସେ ଜଳରେ ଅବଗାହନ ଓ ପାନ କରି ଉପକୃତ ହେଉଛନ୍ତି। ସାହିତ୍ୟ ସୃଷ୍ଟି ସେପରି ଶାଶ୍ୱତ ଓ ସାର୍ବଜନୀନ ହେବା ଆବଶ୍ୟକ।...

ଏଇ ଭାରତରେ

ଏଇ ଭାରତରେ

ବିବାହ ପୂର୍ବରୁ କନ୍ୟା ତା’ର ପ୍ରେମିକ ସହ ଫେରାର ହୋଇଯିବା ଫଳରେ ବରକୁ ଶିଶୁପାଳ ହୋଇ ଫେରିବାର ଉଦାହରଣ ଅନେକ ରହିଛି। କିନ୍ତୁ ବର ମଦ୍ୟପାନ କରି ବାହା ହେବାକୁ ଆସିଥିବାରୁ କନ୍ୟା ବିନା ଘରକୁ ଫେରିବା ଘଟଣା ଖୁବ୍‌ କମ୍‌ ଦେଖିବାକୁ ମିଳେ। ଏମିତି ଏକ ଘଟଣା ଗତ ମଙ୍ଗଳବାର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଶେଖପୁର ସରୌୟା ଗ୍ରାମରେ। କନ୍ୟା କୁମ୍‌କୁମ୍‌ ଖୁବ୍‌ ସାହସ ଦେଖାଇ ମଦ୍ୟପ ବରକୁ ଫେରାଇ ଦେଇଛନ୍ତି। କୁମ୍‌କୁମ୍‌ଙ୍କ ପରିବାର ରୁହନ୍ତି ଶେଖପୁର ସରୌୟା ଗ୍ରାମରେ। ତାଙ୍କର ବିବାହ ସ୍ଥିର ହୋଇଥିଲା ସେହି ଜିଲାର ଯଶଓ୍ବନ୍ତନଗର କସ୍‌ବେ ଗ୍ରାମର ଗୁଲ୍‌ଶନ୍‌ ଯାଦବଙ୍କ ସହ। କୁମ୍‌କୁମ୍‌ ଗୋଟିଏ ସର୍ତ୍ତ ରଖିଥିଲେ ଯେ, ବାହାଘରକୁ କେହି ମଦ ପିଇ ଆସିବେ ନାହିଁ। ବରଯାତ୍ରୀମାନଙ୍କୁ ଏଥିସକାଶେ ବାରଣ ମଧ୍ୟ କରାଯାଇଥିଲା। ...

ଆଜିର ଅର୍ଥନୀତି/ଏଟିଏମ୍‌ ସଂକଟ

ଆଜିର ଅର୍ଥନୀତି/ଏଟିଏମ୍‌ ସଂକଟ

ଅଟୋମେଟଡ୍‌ ଟେଲର ମେଶିନ୍‌ (ଏଟିଏମ୍‌)ଗୁଡ଼ିକରେ ପୁଣି ଟଙ୍କାର ଅଭାବ ଦେଖାଦେଇଛି। ଟଙ୍କା ଉଠାଇବା ପାଇଁ ଏ ବୈଶାଖ ମାସର ମୁଣ୍ଡଫଟା ଖରାରେ ଲୋକମାନେ ଗୋଟିଏ ଏଟିଏମ୍‌ରୁ ଆଉ ଗୋଟିଏ ଏଟିଏମ୍‌କୁ ଦୌଡ଼ୁଥିବାର ଦେଖାଯାଉଛି। ଏହି ନଗଦ ଟଙ୍କାର ସଂକଟ ବୁଧବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୁନା କିଣିବା ପାଇଁ ଚାହୁଁଥିବା ଲୋକଙ୍କ ଉତ୍ସାହରେ ପାଣି ପକେଇଦେଇଛି। ଛଅଟି ରାଜ୍ୟରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବାର ରିପୋର୍ଟ ମିଳିଥିବା ବେଳେ ଏହି ସମସ୍ୟା ଅସ୍ଥାୟୀ ଓ ତିନିଦିନ ଭିତରେ ଦୂର ହୋଇଯିବ ବୋଲି ଲୋକଙ୍କୁ ବୁଝାଇବାକୁ ଯାଇ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ନାକେଦମ୍‌ ହୋଇଯାଇଛନ୍ତି। ସେ ମଧ୍ୟ ଆଶ୍ୱାସନା ଦେଇ କହିଛନ୍ତି ଯେ, ନୋଟ୍‌ର ଅଭାବ ନାହିଁ ଏବଂ ବିମୁଦ୍ରୀକରଣ ପୂର୍ବରୁ ଯେତିକି ସଂଖ୍ୟକ ନୋଟ୍‌ ପ୍ରଚଳିତ ଥିଲା, ଏବେ ସେତିକି ପ୍ରଚଳିତ ଅଛି। ଯଦିଚ ଛଅଟି ରାଜ୍ୟରେ ଏଭଳି ସଂକଟ ଦେଖାଦେଇଥିବାର ରିପୋର୍ଟ ପ୍ରକାଶ ପାଇଛି, ସେ ସଂଖ୍ୟା ପ୍ରକୃତରେ ଆହୁରି ଅଧିକ ହୋଇପାରେ। ଓଡ଼ିଶାର ଅନେକ ଏଟିଏମ୍‌ରେ ଟଙ୍କା ନ ଥିବାର ଦେଖାଯାଉଛି ଏବଂ ଆଗରୁ ବି ଏପରି ସଂକଟ ଦେଖାଦେଇଥିବାର ରିପୋର୍ଟ ପ୍ରକାଶ ପାଇଛି। ...

ଘର ନୁହେଁ, ଭଲ ଜେଲ୍‌

ଘର ନୁହେଁ, ଭଲ ଜେଲ୍‌

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଦେଖାଯାଏ ଯେ, ଜାପାନର ଜେଲରେ ବହୁସଂଖ୍ୟକ ବୁଢୀ ବନ୍ଦୀ ଭାବେ ଅଛନ୍ତି। ସେମାନଙ୍କ ସଂଖ୍ୟା ଜଣକୁ ନିଶ୍ଚୟ ବିସ୍ମିତ କରିବ, ଦୁଃଖିତ କରିବ ମଧ୍ୟ। କେତେକ ବିଜ୍ଞ ବ୍ୟକ୍ତି ଏହା ଏକ ସମସ୍ୟା ବୋଲି ସନ୍ଦେହ କରି ଏହାର କାରଣ ଜାଣିବାକୁ କୌତୂହଳୀ ହେଲେ। ଅନୁଧ୍ୟାନରୁ ସ୍ପଷ୍ଟ ହେଲା ଯେ, ସେମାନଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତେ ଛୋଟ ଛୋଟ ଅପରାଧରେ ଜଡ଼ିତ। ପୁଣି ଜଣେ ଜଣେ ବନ୍ଦିନୀ ବହୁବାର ଏମିତି ଦୋଷ କରିଥିବାରୁ ଜେଲକୁ ଆସୁଛନ୍ତି। ଅଧିକାଂଶ ବୃଦ୍ଧା ଦୋକାନରୁ ଛୋଟ ଜିନିଷ ଚୋରି କରିବା ପରି ସାମାନ୍ୟ ଭୁଲ କାର୍ଯ୍ୟ କରିଥାନ୍ତି। ସେମାନଙ୍କ ମନକଥା ଜାଣିବାକୁ ଚେଷ୍ଟା କରାଯିବା ପରେ ଯାହା ପଦାକୁ ଆସିଲା ତାହା ଥିଲା ମର୍ମସ୍ପର୍ଶୀ। ସେମାନେ ଖୋଲାଖୋଲି ଭାବେ ସ୍ବୀକାର କଲେ ଯେ ସେମାନଙ୍କ ଘର ଦ୍ୱାର ଅଛି। ...

ଦିଶାହୀନ ଶିକ୍ଷା, ଦିଗହରା ଶିକ୍ଷକ

ଦିଶାହୀନ ଶିକ୍ଷା, ଦିଗହରା ଶିକ୍ଷକ

ଅଞ୍ଜନ ଚାନ୍ଦ ବିଦ୍ୟାଳୟ ଏକ କାର୍ଯ୍ୟାଳୟ ନୁହେଁ, ଏକ ମନ୍ଦିର। ଶିକ୍ଷାଦାନ କେବଳ ବୃତ୍ତି ନୁହେଁ, ଗୋଟିଏ ପୂଜା। ଶିକ୍ଷକ ବେତନଭୋଗୀ କର୍ମଚାରୀ ନୁହନ୍ତି, ଏକ ଆଦର୍ଶ। ଛାତ୍ରମାନେ ତାଙ୍କୁ ଅନୁସରଣ କରନ୍ତି। ତାଙ୍କ ପ୍ରଭାବରେ ପ୍ରଭାବିତ ହୁଅନ୍ତି। ଦେଶର ଭବିଷ୍ୟତ ନାଗରିକଙ୍କ ମୂଳଦୁଆ ଶିକ୍ଷକଙ୍କ ଦ୍ୱାରା ହିଁ ଗଠିତ ହୁଏ। ସୁତରାଂ ଶିକ୍ଷକମାନଙ୍କୁ ନିଜର କର୍ତ୍ତବ୍ୟ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିବାକୁ ହୁଏ। ସେଥିରେ ବ୍ୟତିକ୍ରମ ହେଲେ ଛାତ୍ରମାନେ କ୍ରମଶଃ ନଷ୍ଟପଥକୁ ଚାଲିଯାଆନ୍ତି। ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଏ। ଛାତ୍ରମାନେ ଅଣାୟତ୍ତ ଓ ଦୁଷ୍ଟ ହୋଇଯାଆନ୍ତି। ସାମ୍ପ୍ରତିକ ସମୟରେ ଯାହା ଅଧିକରୁ ଅଧିକ ଦେଖାଯାଉଛି ଓ ବିଦ୍ୟାଳୟର ପବିତ୍ର ପରିବେଶ କ୍ରମଶଃ ନଷ୍ଟ ହେଉଛି। ...

ଏଇ ଭାରତରେ

ଏଇ ଭାରତରେ

ସାରା ଦେଶରେ ପୋଲିସ ଚରିତ୍ରକୁ ନେଇ ଏକ ଅପବାଦ ରହିଛି। କୁହାଯାଏ ଏମାନଙ୍କ ମଧ୍ୟରୁ ଅଧିକାଂଶ ଲାଞ୍ଚୁଆ। ଏହିଭଳି ଲାଞ୍ଚୁଆ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସକାଶେ ସାରା ବିଭାଗ ବଦ୍‌ନାମ। ସେମାନେ କେବଳ ଲାଞ୍ଚୁଆ ନୁହନ୍ତି, ଖାଦ୍ୟଲୋଭୀ ମଧ୍ୟ। ନିକଟରେ ଉତ୍ତରପ୍ରଦେଶର ଜଣେ ଦାରୋଗା ଏବଂ କନଷ୍ଟେବଳଙ୍କ ବିରୋଧରେ ଏ ପ୍ରକାର ଅଭିଯୋଗ ଆସିଛି। ଏତଲା କପି ଦେବା ସକାଶେ ସେମାନେ ଅଭିଯୋଗକାରୀଙ୍କୁ ଖାଦ୍ୟର ଲମ୍ବା ତାଲିକା ଧରାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ଘଟିଛି ହସନଗଞ୍ଜ ଥାନାରେ। ଜଣେ ଯୁବକ ନିଜକୁ ଆଇପିଏସ୍‌ ଅଧିକାରୀଙ୍କ ପୁଅ ବୋଲି ପରିଚୟ ଦେଇ ସ୍ଥାନୀୟ ଏକ ରେଷ୍ଟୁରାଣ୍ଟର ମାଲିକ ରୋହିତ ବେରୀଙ୍କୁ ଠକିଥିଲେ। ଚଞ୍ଚକତା କରି ପ୍ରାୟ ୨୦ ହଜାର ଟଙ୍କାର ଖାଦ୍ୟ ବିଲ୍‌ ଦେଇ ନ ଥିଲେ। ଏ ସମ୍ପର୍କରେ ରୋହିତ ଏତଲା ପାଇଁ ପହଞ୍ଚିଲେ ହସନଗଞ୍ଜ ଥାନାରେ। ଥାନାବାବୁ କିନ୍ତୁ ଏତଲା ରଖିଲେ ନାହିଁ।...