ଖେଳ |

ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ବୋଲର

ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ବୋଲର

ନୂଆଦିଲ୍ଲୀ, ୧୬।୪: ୨୦୧୯ ଆଇପିଏଲରେ ଅନେକ ରେକର୍ଡ ତିଆରି ହେବା ସହ ଅନେକ ରେକର୍ଡ ଭାଙ୍ଗିବାକୁ ଯାଉଛି। ଆଇପିଏଲ ଇତିହାସରେ ଏମିତି କିଛି ଖେଳାଳି ଅଛନ୍ତି, ଯାହାଙ୍କ ରେକର୍ଡ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ବୋଲର ବିଷୟରେ ଜାଣନ୍ତୁ..


ବାସିଲ ଥମ୍ପି

ସନରାଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ବାସିଲ ଥମ୍ପି ଆଇପିଏଲର ସବୁଠୁ ମହଙ୍ଗା ବୋଲର। ସେ ୨୦୧୮ ମେ ୧୭ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ୪ ଓଭରରେ ୭୦ରନ ଦେଇ କୌଣସି ଓ୍ବିକେଟ ନେଇ ନ ଥିଲେ।


ଇଶାନ୍ତ ଶର୍ମା

ଆଇପିଏଲର ସବୁଠୁ ମହଙ୍ଗା ବୋଲର ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଇଶାନ୍ତ ଶର୍ମା। ୨୦୧୩ ମେ ୮ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳି ୪ ଓଭରରେ କୌଣସି ଓ୍ବିକେଟ ନ ନେଇ ୬୬ ରନ ଦେଇଥିଲେ।


ଉମେଶ ଯାଦବ

ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଆଇପିଏଲ ଖେଳୁଥିବା ଉମେଶ ଯାଦବ ୨୦୧୩ରେ ଦିଲ୍ଲୀ ଡେୟାର ଡେଭିଲ୍ସ(ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) ପକ୍ଷରୁ ଆଇପିଏଲ ଖେଳୁଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ଏକ ମ୍ୟାଚରେ ଉମେଶ ୪ ଓଭର ବୋଲିଂ କରି ବିନା ଓ୍ବିକେଟରେ ୬୫ ରନ କରିଥିଲେ।


ସନ୍ଦିପ ଶର୍ମା

ଆଇପିଏଲର ସବୁଠୁ ମହଙ୍ଗା ବୋଲର ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ସନ୍ଦିପ ଶର୍ମା। ୨୦୧୪, ମେ ୧୪ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳୁଥିବା ସନ୍ଦିପ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪ ଓଭରରେ ଗୋଟିଏ ଓ୍ବିକେଟ ନେଇ ୬୫ ରନ ଦେଇଥିଲେ।


ଅଶୋକ ଡିଣ୍ଡା

୨୦୧୩ ପୁଣେ ଓ୍ବାରିୟର୍ସ ପକ୍ଷରୁ ଖେଳି ଅଶୋକ ଡିଣ୍ଡା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୪ ଓଭରରେ ବିନା ଓ୍ବିକେଟ ନେଇ ୬୩ ରନ ଦେଇଥିଲେ।


All Right Reserved By

ଖେଳ |

ଆଇପିଏଲ୍‌-୧୨:  ରାଜସ୍ଥାନକୁ ଭେଟିବ ମୁମ୍ବାଇ

ଆଇପିଏଲ୍‌-୧୨: ରାଜସ୍ଥାନକୁ ଭେଟିବ ମୁମ୍ବାଇ

ଜୟପୁର,୧୯।୪(ପି.ଟି.)-  ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୬ତମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ଘରୋଇ ରାଜସ୍ଥାନ ରୟାଲ୍ସ ଶନିବାର ମୁହଁାମୁହିଁ ହେବେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ରାଜସ୍ଥାନ ପାଇଁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ବହନ କରୁଛି। ଏପର୍ଯ୍ୟନ୍ତ ରାଜସ୍ଥାନ ଲିଗ୍‌ରେ ୮ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ୬ଟି ପରାଜୟ ସହ ୪ ପଏଣ୍ଟ ସହ ତାଲିକାର ସପ୍ତମ ଅର୍ଥାତ ଶେଷଆଡୁ ଦ୍ୱିତୀୟ ସ୍ଥାନରେ ରହିଛି। 

ଦିଲ୍ଳୀ- ପଞ୍ଜାବ ଫାଇଟ୍‌

ଦିଲ୍ଳୀ- ପଞ୍ଜାବ ଫାଇଟ୍‌

ନୂଆଦିଲ୍ଲୀ,୧୯।୪(ପି.ଟି.)- ଆଇପିଏଲର ୩୭ତମ ମ୍ୟାଚରେ ଘରୋଇ ଦିଲ୍ଲୀ ଡେୟାର ଡେଭିଲ୍ସ ଓ କିଙ୍ଗସ ଇଲେଭେନ୍‌ ପଞ୍ଜାବ ମୁହଁାମୁହିଁ ହେବେ। ସ୍ଥାନୀୟ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଦିଲ୍ଲୀ ପଏଣ୍ଟ ତାଳିକାରେ ଉନ୍ନତି କରିବା ଲକ୍ଷ୍ୟରେ ରହିଛି। ତେବେ ଦିଲ୍ଲୀ ପାଇଁ ଏକାଧିକ ସମସ୍ୟା ରହିଛି। 

   ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତି :    ୭ ଭାରତୀୟ ଖେଳିବେ କାଉଣ୍ଟି କ୍ରିକେଟ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତି : ୭ ଭାରତୀୟ ଖେଳିବେ କାଉଣ୍ଟି କ୍ରିକେଟ

ନୂଆଦିଲ୍ଲୀ, ୧୯ା୪ (ପି.ଟି.)-ଉଦ୍‌ଘାଟନୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସିରିଜ ଜୁଲାଇ ଓ ଅଗଷ୍ଟରେ ଖେଳାଯିବ। ଏଥିଲାଗି ପ୍ରସ୍ତୁତି ପାଇଁ ଭାରତର ୭ ଟେଷ୍ଟ ସ୍ପେଶାଲିଷ୍ଟ  ବିଭିନ୍ନ ଇଂଲିଶ କାଉଣ୍ଟି ଦଳ ସହିତ କେତୋଟି ଗେମ୍‌ ଖେଳିପାରନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନଜରରେ ଥିବା ଏହି ଖେଲାଳିମାନେ ହେଲେ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ପୃଥ୍ବୀ ଶ’, ହନୁମା ବିହାରୀ, ମୟଙ୍କ ଅଗ୍ରଓ୍ବାଲ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଈଶାନ୍ତ ଶର୍ମା। ବିସିସିଆଇର ଜଣେ ସିନିୟର ଅଫିସିଆଲଙ୍କ କହିବା ଅନୁସାରେ ପୂଜାରାଙ୍କ ୟର୍କଶାୟାର ଦଳ ସହିତ ୩ବର୍ଷିଆ ଚୁକ୍ତି ହୋଇ ସାରିଛି। ତେଣୁ ସେ ୟର୍କଶାୟାର ଦଳରୁ ଖେଳିବେ।

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରଙ୍କ ସମଲିଙ୍ଗୀ ବିବାହ

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରଙ୍କ ସମଲିଙ୍ଗୀ ବିବାହ

ମେଲବୋର୍ନ, ୧୯।୪- ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇଜଣ ମହିଳା କ୍ରିକେଟର। ଏହି ୨ଜଣ କ୍ରିକେଟର ହେଲେ ନ୍ୟୁଜିଲାଣ୍ଡ ଜାତୀୟ ମହିଳା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ହେଲୀ ଜେନସେନ ଓ ଅଷ୍ଟ୍ରେଲିଆର ନିକୋଲାସ ହାନକକ୍‌। ନିକୋଲାସ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁ ନ ଥିଲେ ମଧ୍ୟ ଘରୋଇ ପ୍ରତିଯୋଗିତା ମହିଳା ବିଗ୍‌ ବାସ୍‌ ଲିଗ୍‌ରେ ମେଲବୋର୍ନ ଷ୍ଟାରସ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। 

ଏସିଆନ ଚାମ୍ପିୟନଶିପ୍‌ ପ୍ରି-କ୍ୱାର୍ଟରରେ ୨ ଭାରତୀୟ ବକ୍ସର

ଏସିଆନ ଚାମ୍ପିୟନଶିପ୍‌ ପ୍ରି-କ୍ୱାର୍ଟରରେ ୨ ଭାରତୀୟ ବକ୍ସର

ବ୍ୟାଙ୍କକ୍‌, ୧୯।୪(ପି.ଟି.)- ଏସିଆନ ଚାମ୍ପିୟନଶିପ୍‌ରେ ଦୁଇ ଭାରତୀୟ ବକ୍ସର ଦୀପକ ଓ ରୋହିତ୍‌ ଟୋକସ ଭଲ ଆରମ୍ଭ କରି ପ୍ରି-କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି।

ସନ୍ତୋଷ ଟ୍ରଫି ଫାଇନାଲରେ ପଞ୍ଜାବ

ସନ୍ତୋଷ ଟ୍ରଫି ଫାଇନାଲରେ ପଞ୍ଜାବ

ଲୁଧିଆନା, ୧୯।୪(ପି.ଟି.)- ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲରେ ପଞ୍ଜାବ ପ୍ରବେଶ କରିଛି। ଶୁକ୍ରବାର ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଘରୋଇ ପଞ୍ଜାବ ୨-୧ ଗୋଲରେ ଚିରପ୍ରତିଦ୍ୱନ୍ଦ୍ୱୀ ଗୋଆକୁ ପରାସ୍ତ କରିଛି।

ସ୍କଟ୍‌ଲାଣ୍ଡ୍‌ କ୍ରିକେଟର ଲାଙ୍ଗ୍‌ଙ୍କ ଅକାଳ ବିୟୋଗ

ସ୍କଟ୍‌ଲାଣ୍ଡ୍‌ କ୍ରିକେଟର ଲାଙ୍ଗ୍‌ଙ୍କ ଅକାଳ ବିୟୋଗ

ଏଡିନବର୍ଗ, ୧୯।୪- ସ୍କଟ୍‌ଲାଣ୍ଡ କ୍ରିକେଟ ଦଳର ଅଲ୍‌ରାଉଣ୍ଡର କନ୍‌ ଡେ ଲାଙ୍ଗ୍‌ଙ୍କ ଗୁରୁବାର ଅକାଳ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଏକବର୍ଷ ହେବ ବ୍ରେନ ଟ୍ୟୁମରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ନୂଆ  ଇତିହାସର  ପୁରୁଣା  ପୃଷ୍ଠା

ନୂଆ ଇତିହାସର ପୁରୁଣା ପୃଷ୍ଠା

ଜଣେ ବହୁମୁୀ ପ୍ରତିଭାର ଅଧିକାରୀ ତଥା କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ଜେ.ଏମ. ଜୋଆରଦାରଙ୍କ ପ୍ରୟାସରୁ ଆରମ୍ଭ ହୋଇଥିଲା ଓଡ଼ିଶା ଚେସ୍‌ର ପୁରୁଣା ପୃଷ୍ଠା ।

ଗୁଡ୍‌ଲକ୍‌ ଟିମ୍‌ ଇଣ୍ଡିଆ

ଗୁଡ୍‌ଲକ୍‌ ଟିମ୍‌ ଇଣ୍ଡିଆ

୨୦୧୯ ଆଇସିସି ବିଶ୍ୱକପ୍‌ ପାଇଁ ବିରାଟ କୋହଲିଙ୍କ ନେତୃତ୍ୱରେ ଏକ ୧୫ଜଣିଆ ଭାରତୀୟ ଦଳ ନିକଟରେ ଘୋଷିତ ହୋଇଛି। ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। 

ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ମହିଳା କ୍ରିକେଟର

ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ମହିଳା କ୍ରିକେଟର

ସିଡନୀ, ୧୯।୪:  ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା କ୍ରିକେଟର। ନ୍ୟୁଜିଲ୍ୟାଣ୍ଡର ମହିଳା କ୍ରିକେଟର ହ୍ୟାଲି ଜେନସେନ ଅଷ୍ଟ୍ରେଲିଆର ମହିଳା କ୍ରିକେଟର୍‌ ନିକୋଲା ହ୍ୟାନକକ୍‌ଙ୍କୁ ବିବାହ କରିଛନ୍ତି। 

ମୁମ୍ବାଇ ୪୦ ରନରେ ବିଜୟୀ

ମୁମ୍ବାଇ ୪୦ ରନରେ ବିଜୟୀ

ନୂଆଦିଲ୍ଲୀ,୧୯।୪(ପି.ଟି)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୪ତମ ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୦ ରନରେ ପରାସ୍ତ କରିଛି। 

ଜୋକୋଭିଚ୍‌, ନାଡାଲ କ୍ୱାର୍ଟରରେ

ଜୋକୋଭିଚ୍‌, ନାଡାଲ କ୍ୱାର୍ଟରରେ

ମଣ୍ଟେ କାର୍ଲୋ, ୧୯ା୪ (ଏଏଫ୍‌ପି)- ଟପ୍‌ ସିଡ୍‌ ନୋଭାକ ଜୋକୋଭିଚ୍‌ ଏବଂ ୧୧ଥର ଚାମ୍ପିୟନ ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।  


Model This Week

କ୍ରିଷ୍ଣା
Why Dharitri