ରାଜ୍ୟ |

ରାତିରେ ମନ୍ଦିରରେ ପଶିବାକୁ ଛଡ଼ାଯାଇଛି ସୁଯୋଗ

ରାତିରେ ମନ୍ଦିରରେ ପଶିବାକୁ ଛଡ଼ାଯାଇଛି ସୁଯୋଗ

ପୁରୀ ଅଫିସ,୧୬। ୪: ପ୍ରହସନ ପାଲଟିଛି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା। ମାଳ ମାଳ ଓଡ଼ିଶା ପୋଲିସ, ଜେଟିପି ଏବଂ ସ୍ବତନ୍ତ୍ର ସ୍କ୍ବାଡ୍‌ ଜଗି ରହୁଛନ୍ତି। ଏହା ସତ୍ତ୍ବେ ଶ୍ରୀମନ୍ଦିର ପରିସରରୁ ଚୋରି ହେଉଛି। ପରିସ୍ଥିତି ଏଭଳି ରହିଛି ଯେ, ରାତିରେ ମନ୍ଦିରରେ ପଶିବାକୁ ଯେପରି ସୁଯୋଗ ଛଡ଼ାଯାଇଛି। ପୂର୍ବରୁ ଶ୍ରୀମନ୍ଦିରକୁ ଏକ ସମ୍ବେଦନଶୀଳ ଅଞ୍ଚଳ ତାଲିକାରେ ରଖି ଏହାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲା ଏନ୍‌ଏସ୍‌ଜି। ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ ଦର୍ଶାଇ କେତେକ ସୁପାରିସ ମଧ୍ୟ କରିଥିଲା। ହେଲେ ଏପର୍ଯ୍ୟନ୍ତ ଏହି ସୁପାରିସ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ। ନିକଟରେ ଶ୍ରୀମନ୍ଦିର ପରିସରରୁ ୨ଥର ଚୋରି ହେବା ଘଟଣା ଏହାକୁ ସ୍ପଷ୍ଟ କରୁଛି।

ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ଏ ନେଇ ଗୋଇନ୍ଦା ବିଭାଗ ବହୁ ପୂର୍ବରୁ ରିପୋର୍ଟ ଦେଇଥିଲା। ତେଣୁ ଗତ କିଛିବର୍ଷ ହେଲା ଜାତୀୟ ସୁରକ୍ଷା ବାହିନୀ (ଏନ୍‌ଏସ୍‌ଜି) ଶ୍ରୀମନ୍ଦିରକୁ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷଙ୍କୁ ଏନ୍‌ଏସ୍‌ଜି କେତେକ ସୁପାରିସ କରିଥିଲା। ସେଗୁଡ଼ିକ ହେଲା ସେବାୟତ, ଅଣସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କୁ ଚିହ୍ନଟ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯିବା, ପ୍ରବେଶ ପଥରେ ମେଟାଲ ଡିଟେକ୍ଟର, ସ୍କାନର ଲଗାଯିବା, ମନ୍ଦିର ଭିତରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା, ୪ଟି ୱାଚ୍‌ ଟାୱାର ସୁଦୃଢୀକରଣ କରାଯିବା, ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା ହେବା, ମେଘନାଦ ପାଚେରିକୁ ଲାଗିରହିଥିବା ସମସ୍ତ ଦୋକାନ ଓ ଜୋତାଷ୍ଟାଣ୍ଡ ସ୍ଥାନାନ୍ତର କରାଯିବା। ଏହି ସୁପାରିସଗୁଡ଼ିକ ମଧ୍ୟରୁ କେତେକ ଧର୍ମକୁ ଆଖିଠାର ସଦୃଶ କାର୍ଯ୍ୟକାରୀ କରାଯାଇଥିବାବେଳେ ଅନ୍ୟ କେତେକ କାର୍ଯ୍ୟକାରୀ ହୋଇପାରିନାହିଁ। ଏପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ପରିଚୟପତ୍ର ମିଳିନାହିଁ। ସ୍କାନର ବ୍ୟବସ୍ଥା ଏବଂ ୱାଚ୍‌ ଟାୱାର ସୁଦୃଢୀକରଣ ହୋଇପାରିନାହିଁ। ମେଘନାଦ କଡ଼ ସମ୍ପୂର୍ଣ୍ଣ ଭାବେ ଅବରୋଧମୁକ୍ତ କରାଯାଇନାହିଁ। ଏହାର ଚାରିପଟେ ଉଠାଦୋକାନୀ ପସରା ମେଲାଉଛନ୍ତି। ପେଯନଳା ପାଖରେ ଆବର୍ଜନା ଗଦା ହୋଇଥିବାରୁ ମେଘନାଦ ପାଚେରିକୁ ଡେଇଁଯିବା ଭଳି ଏକପ୍ରକାର ସୁବିଧା ଛାଡ଼ିଦିଆଯାଇଛି। ଯେ କେହି ଚାହିଁଲେ ରାତିରେ ମନ୍ଦିର ଭିତରକୁ ପଶି ପାରିବେ। ଗତ ୧୧ଦିନ ମଧ୍ୟରେ ଶ୍ରୀମନ୍ଦିର ପରିସରରୁ ୨ଥର ହେବା ଚୋରି ଘଟଣାରେ ଦୁର୍ବୃତ୍ତମାନେ ପେଯନଳା ପାଖରେ ଗଦା ହୋଇଥିବା ଆବର୍ଜନା ଉପର ଦେଇ ଭିତରକୁ ପଶିଥିବା ଜଣାପଡ଼ିଛି।

ସେହିପରି ଅନ୍ୟ ଏକ ପ୍ରସଙ୍ଗ ହେଉଛି ଶ୍ରୀମନ୍ଦିରର ଶୋଧ ପ୍ରକ୍ରିୟା। ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଦୁଇଟି ବ୍ୟବସ୍ଥା ରହିଛି। ଗୋଟିଏ ସରକାରୀ ଏବଂ ଅନ୍ୟଟି ପାରମ୍ପରିକ। ପାରମ୍ପରିକ ବ୍ୟବସ୍ଥା ଅନୁଯାୟୀ, ରାତିରେ ଶ୍ରୀମନ୍ଦିର ବନ୍ଦ ହେବା ପୂର୍ବରୁ ପ୍ରଶାସନିକ କର୍ମଚାରୀ ମନ୍ଦିର ଭିତର ପ୍ରତିଟି କୋଣ ଅନୁକୋଣ ବୁଲି ଦେଖିବେ। ଯଦି କେହି କେଉଁଠାରେ ରହିଯାଇଥିବେ ତାଙ୍କୁ ବାହାର କରିବେ। ଏହାକୁ ଶ୍ରୀମନ୍ଦିର ଭାଷାରେ ଶୋଧ ବୋଲି କୁହାଯାଇଥାଏ। ମାତ୍ର ଏହି ପ୍ରକ୍ରିୟା ଏବେ ଠିକ୍‌ ଭାବେ ହେଉ ନ ଥିବା ଶୁଣିବାକୁ ମିଳୁଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ କର୍ମଚାରୀ କହିଛନ୍ତି ଯେ, ରାତିରେ ଅନେକ ଲୋକ ଶ୍ରୀମନ୍ଦିର ପରିସରରେ ରହୁଛନ୍ତି। ତେବେ କ’ଣ ପାଇଁ ଏମାନେ ଭିତରେ ରହୁଛନ୍ତି ତାହାର ତଦାରଖ କରାଯିବା ଦରକାର। ସୂଚନାଯୋଗ୍ୟ, ଗତ ୧ତାରିଖ ରାତିରେ ଦକ୍ଷିଣ ଦ୍ୱାର ନିକଟସ୍ଥ ରାମ ମନ୍ଦିର ଦାନବାକ୍ସ ଭଙ୍ଗାଯାଇ ଟଙ୍କା ଲୁଟ୍‌ ହୋଇଥିଲା। ସେହିପରି ଗତ ୧୦ତାରିଖ ବିଳମ୍ବିତ ରାତିରେ ସୁଆର ମହାସୁଆର ନିଯୋଗର ଅନ୍ନଦାନ ଆଟିକା କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲା। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଜଣେ ନାବାଳକଙ୍କୁ ଧରି ବାଳ ସୁଧାର ଗୃହକୁ ପଠାଇଛି। ସମ୍ପୃକ୍ତ ନାବାଳକ ଉପରୋକ୍ତ ଦୁଇଟି ଚୋରି ଘଟଣାରେ ସାମିଲ ଥିବା ପୋଲିସ କହିଛି। ଯଦି ଜଣେ ନାବାଳକ ରାତିରେ ଶ୍ରୀମନ୍ଦିର ଭିତରେ ପଶି ଚୋରି କରିପାରୁଛି ତେବେ ଅନ୍ୟ କେହି ବି ବଡ଼ ଦେଉଳରେ ବଡ଼ ଧରଣର ଅଘଟଣ ଘଟାଇବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ଏଭଳି ଚରମ ଅବହେଳାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ଏବେ ଜେଟିପିଙ୍କ ସହ ଓଡ଼ିଶା ପୋଲିସ ରାତିରେ ମନ୍ଦିର ଭିତରେ ପାଟ୍ରୋଲିଂ କରିବା ଆରମ୍ଭ କରିଦେଇଛନ୍ତି। ମଝିରେ ମଝିରେ ସୁରକ୍ଷା ସଂକ୍ରାନ୍ତରେ ସମୀକ୍ଷା ହେଉଛି। ମେଘନାଦ ପାଚେରି ଚତୁଃପାର୍ଶ୍ୱ ମୁକ୍ତ ରଖିବା ଲାଗି ଖୁବଶୀଘ୍ର ପଦକ୍ଷେପ ଆରମ୍ଭ କରାଯିବ।

All Right Reserved By

ରାଜ୍ୟ |

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ଢେଙ୍କାନାଳ ଅଫିସ,୨୪।୪-ଢେଙ୍କାନାଳ ଜିଲା ରାସୋଳ ଥାନା ଗଞ୍ଜରା ଗ୍ରାମରେ  ବୁଧବାର ଅପରାହ୍ନ୪ାରେ ଏକ ବାଇକ ଗଛରେ ଧକ୍କା ଦେବାରୁ ୨ ବାଇକ ଆରୋହୀଙ୍କ  ମୃତ୍ୟୁ ଘଟିଛି। 

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ବାଲିଗୁଡ଼ା,୨୪।୪: କନ୍ଧମାଳ ଲୋକ ସଭା ଓ ବାଲିଗୁଡା ବିଧାନସଭା ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସରିଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ସିଲ୍‌ ହୋଇଛି। ପ୍ରାର୍ଥୀ, ବିଭିନ୍ନ ଦଳର ନେତା, କର୍ମୀ ଓ ଭୋଟରମାନଙ୍କ ମଧ୍ୟରେ ଉତ୍କଣ୍ଠl ବଢ଼ିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

କେନ୍ଦୁଝର,୨୪ା୪(ସ୍ବ.ପ୍ର.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ଶେଷ ହୋଇଥିବା ବେଳେ କେନ୍ଦୁଝର ଲୋକ ସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହାର ୭୮.୧୬ ପ୍ରତିଶତ ହୋଇଥିବା ଜଣାପଡିଛି ।

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ଭୁବନେଶ୍ୱର/ପାଟକୁରା,୨୪।୪(ବ୍ୟୁରୋ/ଡି.ଏନ୍‌.ଏ.): ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ତେବେ ଦିବଂଗତ ନେତା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି  କୁହାଯାଉଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ରାଜ୍ୟରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। କିଛି ସ୍ଥାନରେ ଇଭିଏମ୍‌ ଭଙ୍ଗାରୁଜା ଓ ତ୍ରୁଟି ପରି ଘଟଣା ସାମ୍ନାକୁ ଆସିଥିଲେ ହେଁ ବାକି ସ୍ଥାନରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଥିଲା। ତେବେ ଏହି ପର୍ଯ୍ୟାୟରେ ରାଜ୍ୟରେ ୭୧.୬୧% ମତଦାନ ହୋଇଛି।

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

 କେନ୍ଦ୍ରାପଡା ଅଫିସ,୨୪।୪: ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁର ୪ ଦିନ ପରେ ପୁଅ ସଞ୍ଜୟ କେନ୍ଦ୍ରାପଡା ଏମ୍‌ପି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ନିର୍ବାଚନୀ ପ୍ର୍ରଚାର କରିଥିବା ଜଣାପଡିଛି।

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ରେମୁଣା,୨୪।୪(ଡି.ଏନ୍‌.ଏ.): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ରେ ଅନୁଷ୍ଠିତ ହେବ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଜୋରଦାର କରୁଛନ୍ତି। 

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନର ଶୁଣାଣକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ରାଜନୀତି ପୁଣି ସରଗରମ ହୋଇପଡ଼ିଛି। 

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ସଜନାଗଡ଼,୨୪।୪(ଡି.ଏନ୍‌.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଜିଲା ନୀଳଗିରି ନିିର୍ବାଚନମଣ୍ଡଳୀ ବଣଭୂଇଁଠାରେ  ଏକ ବିଶାଳ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ଦଶପଲ୍ଲା,୨୪।୪(ଡି.ଏନ୍‌.ଏ.): ମହାନଦୀ ବନ୍ୟପ୍ରାଣୀ ବାଣିଗୋଚ୍ଛା ରେଞ୍ଜ କୁଆଁରିଆ ଡ୍ୟାମ୍‌ସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ରାତିରେ ୪ଟି ବନ୍ଧୁକ ଚୋରି ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟର କବାଟ ଭାଙ୍ଗି ଅଫିସ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ବନ୍ଧୁକଗୁଡ଼ିକୁ ଚୋରି କରିଥିବା ଜଣାପଡ଼ିଛି। 

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଅଫିସ,୨୪।୪: ଭୁବନେଶ୍ୱର ଲୋକ ସଭା ଅଧୀନରେ ଥିବା ଖୋର୍ଦ୍ଧା ଜିଲାର  ୭ଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଅଧୀନରେ ଥିବା ଚିଲିକା ବିଧାନସଭା ଆସନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri