ରାଜ୍ୟ |

ଓଡ଼ିଶାର ଗ୍ରାମାଞ୍ଚଳ ବୁଲିବା ବିଦେଶୀଙ୍କ ପସନ୍ଦ

ଓଡ଼ିଶାର ଗ୍ରାମାଞ୍ଚଳ ବୁଲିବା ବିଦେଶୀଙ୍କ ପସନ୍ଦ

ଭୁବନେଶ୍ୱର,୧୬।୪: ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାକୁ ନେଇ କେବଳ ଭାରତୀୟ ଉତ୍ସାହୀ ନୁହନ୍ତି, ସମଗ୍ର ବିଶ୍ୱ ଏହି ‘ସେଲିବ୍ରେଶନ ଅଫ୍‌ ଡେମୋକ୍ରାସି’ର ଅନୁଭବ ନେବାକୁ ଆଗ୍ରହୀ। ଦେଶରେ ବଢ଼ୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଆଗମନରୁ ଏହା ସ୍ପଷ୍ଟ ବାରିହୋଇ ପଡ଼ୁଛି। ଭାରତର ନିର୍ବାଚନ ପ୍ରକ୍ରିୟା ଦେଖିବାକୁ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ଗଁାଗହଳିରେ ନେତାଙ୍କ ଭୋଟ ପ୍ରଚାରରୁ ଆରମ୍ଭକରି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସଭା ପର୍ଯ୍ୟନ୍ତ, ସବୁକିଛି ସେମାନଙ୍କ ପାଇଁ ଆକର୍ଷଣ ସାଜୁଛି। ଏଜୁକେଶନ, ମେଡିକାଲ ଓ କ୍ରୁଜ୍‌ ଟୁରିଜମ୍‌ ଭଳି ନୂଆ କନ୍‌ସେପ୍ଟ ପରେ ଏବେ ଭାରତରେ ‘ଇଲେକ୍ସନ ଟୁରିଜମ୍‌’ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଭଳି ରାଜ୍ୟ ସହ ଦକ୍ଷିଣ ଭାରତ ଏବଂ ଓଡ଼ିଶାରେ ମଧ୍ୟ ଇଲେକ୍ସନ ଟୁରିଜମ୍‌କୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି।

୨୦୧୮ ନଭେମ୍ବରରେ ହୋଇଥିବା ପୁରୁଷ ହକି ବିଶ୍ୱକପ୍‌ ଓଡ଼ିଶାକୁ ଆଖିଦୃଶିଆ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲା। ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ ପ୍ରାୟ ୬୦% ଅଧିକ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ହେଲେ ପ୍ରାୟ ୧୫ ହଜାର ଅଧିକ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। ସାଧାରଣତଃ ଟ୍ରାଇବାଲ୍‌ ଓ ରୁରାଲ୍‌ ଟୁରିଜମ୍‌ ପାଇଁ ଓଡ଼ିଶା ବିଦେଶୀଙ୍କ ପ୍ରମୁଖ ପସନ୍ଦର ଅଞ୍ଚଳ। ଏବେ ନିର୍ବାଚନ ସମୟରେ ଓଡ଼ିଶାର ଗ୍ରାମାଞ୍ଚଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିଛି। ଗଁା ଗଁା ବୁଲୁଥିବା ନିର୍ବାଚନୀ ଗାଡ଼ି, ଭଳିକି ଭଳି ଗୀତ, ନେତାଙ୍କ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ ଓ ଘନ ଘନ ସଭାସମିତିର ମଜାନେବାକୁ ବିଦେଶୀ ପର୍ଯ୍ୟଟକ ବିଶେଷ ଉତ୍ସାହ ଦେଖାଉଛନ୍ତି। 

‘ଦି ବିଗ୍‌ ଫ୍ୟାଟ୍‌ ଇଣ୍ଡିଆନ୍‌ ଇଲେକ୍ସନ’ କ୍ୟାମ୍ପେନ୍‌ ମାଧ୍ୟମରେ ଟୁର୍‌ ଅପରେଟରମାନେ ବିଦେଶୀଙ୍କୁ ଆକୃଷ୍ଟ କରୁଛନ୍ତି। ହନିମୁନ୍‌ ପ୍ୟାକେଜ୍‌ ଭଳି ଏଥିପାଇଁ ସ୍ବତନ୍ତ୍ର ଇଲେକ୍ସନ ଟୁର୍‌ ପ୍ୟାକେଜ୍‌ ରହିଛି। ରାଜନୀତି ଓ ପର୍ଯ୍ୟଟନର ଏହି ଅପୂର୍ବ ସମାହାର ଟୁର୍‌ ଅପରେଟରମାନଙ୍କ ପାଇଁ ବିଶେଷ ଲାଭଦାୟକ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ପ୍ରାୟ ୩ ହଜାର ବିଦେଶୀ ପର୍ଯ୍ୟଟକ ଉପଭୋଗ କରିଛନ୍ତି। ଶତାଧିକ ଟୁର୍‌ ଅପରେଟର୍ସ ସଂସ୍ଥା ଏଥର ଇଲେକ୍ସନ ଟୁରିଜମ୍‌ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ କରିଥିବା ବେଳେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ବିଦେଶୀଙ୍କୁ ଭାରତକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ପର୍ଯ୍ୟଟନ ପାଇଁ ଖରାଦିନ ଏକ ଡାଉନ୍‌ ସିଜନ୍‌ ହୋଇଥିଲେ ମଧ୍ୟ ଏପ୍ରିଲ ପହିଲାରୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ଆଶାତୀତ ବୃଦ୍ଧିହୋଇଛି। ମିଳିଥିବା ସୂଚନା ଅନୁସାରେ, ମୋଦିଙ୍କୁ ନେଇ ବିଦେଶୀଙ୍କ ମଧ୍ୟରେ ଅଧିକ କ୍ରେଜ୍‌ ରହିଥିବା ବେଳେ ଏଥିପାଇଁ ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ରାଜ୍ୟରେ ଇଲେକ୍ସନ ଟୁରିଜମ୍‌ର ବହୁଳ ଲୋକପ୍ରିୟତା ରହିଛି।

ଓଡ଼ିଶାରେ ପୁରୀ, ଭୁବନେଶ୍ୱର ସମେତ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳ ବୁଲିବାକୁ ବିଦେଶୀ ପର୍ଯ୍ୟଟକ ଆଗ୍ରହ ଦେଖାଉଥିବା ଓଡ଼ିଶା ଟୁର୍‌ ଅପରେଟରମାନେ କହିଛନ୍ତି। ରାଜ୍ୟର ଜଣାଶୁଣା ଟୁର୍‌ ଅପରେଟର ତଥା ଟ୍ରାଭେଲ୍‌ ଇଣ୍ଡଷ୍ଟ୍ରୀ ଏକ୍ସପର୍ଟ ବେଞ୍ଜାମିନ୍‌ ସାଇମନ୍‌ଙ୍କ କହିବାନୁଯାୟୀ, ସମର ସିଜିନ୍‌ ଆମ ପାଇଁ ଲୋ ଫୁଟ୍‌ଫଲ୍‌ ସିଜନ୍‌ ହୋଇଥିଲେ ବି ଏପ୍ରିଲ ଆରମ୍ଭରୁ ୨୦୦ରୁ ୩୦୦ ବିଦେଶୀ ପର୍ଯ୍ୟଟକ ଓଡ଼ିଶାର ଗ୍ରାମାଞ୍ଚଳ ବୁଲିବାକୁ ଆସିଛନ୍ତି। ଅଧିକାଂଶ ପର୍ଯ୍ୟଟକ ଗ୍ରାମାଞ୍ଚଳ ଯାଇ ସେଠାରେ କ୍ୟାମ୍ପେନ୍‌ ଦେଖିବା, ଲୋକଙ୍କ ସହ କଥାହେବା ଓ ନିର୍ବାଚନ ପ୍ରକ୍ରିୟା ଦେଖିବାକୁ ପସନ୍ଦ କରୁଛନ୍ତି। କେବେ ଭୋଟ ଦେଉ ନ ଥିବା ଲୋକଙ୍କ ପାଇଁ ଭାରତର ନିର୍ବାଚନ ଏକପ୍ରକାର ପ୍ରେରଣା ସାଜିଛି। ସେମାନେ ଏଠାରୁ ଯାଇ ନିଜ ପରିବାର ଓ ଜଣାଶୁଣା ଲୋକଙ୍କ ସହ ଅନୁଭୂତି ବାଣ୍ଟୁଛନ୍ତି। ଏହା ଏକ ଭିନ୍ନ କନ୍‌ସେପ୍ଟ ଓ ଭଲ ଭାବେ ପ୍ରମୋଟ କରାଗଲେ ପର୍ଯ୍ୟଟନ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ସାଇମନ୍‌ କହିଛନ୍ତି।

ସସ୍ମିତା ପାଇକରାୟ

All Right Reserved By

ରାଜ୍ୟ |

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ଢେଙ୍କାନାଳ ଅଫିସ,୨୪।୪-ଢେଙ୍କାନାଳ ଜିଲା ରାସୋଳ ଥାନା ଗଞ୍ଜରା ଗ୍ରାମରେ  ବୁଧବାର ଅପରାହ୍ନ୪ାରେ ଏକ ବାଇକ ଗଛରେ ଧକ୍କା ଦେବାରୁ ୨ ବାଇକ ଆରୋହୀଙ୍କ  ମୃତ୍ୟୁ ଘଟିଛି। 

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ବାଲିଗୁଡ଼ା,୨୪।୪: କନ୍ଧମାଳ ଲୋକ ସଭା ଓ ବାଲିଗୁଡା ବିଧାନସଭା ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସରିଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ସିଲ୍‌ ହୋଇଛି। ପ୍ରାର୍ଥୀ, ବିଭିନ୍ନ ଦଳର ନେତା, କର୍ମୀ ଓ ଭୋଟରମାନଙ୍କ ମଧ୍ୟରେ ଉତ୍କଣ୍ଠl ବଢ଼ିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

କେନ୍ଦୁଝର,୨୪ା୪(ସ୍ବ.ପ୍ର.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ଶେଷ ହୋଇଥିବା ବେଳେ କେନ୍ଦୁଝର ଲୋକ ସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହାର ୭୮.୧୬ ପ୍ରତିଶତ ହୋଇଥିବା ଜଣାପଡିଛି ।

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ଭୁବନେଶ୍ୱର/ପାଟକୁରା,୨୪।୪(ବ୍ୟୁରୋ/ଡି.ଏନ୍‌.ଏ.): ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ତେବେ ଦିବଂଗତ ନେତା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି  କୁହାଯାଉଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ରାଜ୍ୟରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। କିଛି ସ୍ଥାନରେ ଇଭିଏମ୍‌ ଭଙ୍ଗାରୁଜା ଓ ତ୍ରୁଟି ପରି ଘଟଣା ସାମ୍ନାକୁ ଆସିଥିଲେ ହେଁ ବାକି ସ୍ଥାନରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଥିଲା। ତେବେ ଏହି ପର୍ଯ୍ୟାୟରେ ରାଜ୍ୟରେ ୭୧.୬୧% ମତଦାନ ହୋଇଛି।

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

 କେନ୍ଦ୍ରାପଡା ଅଫିସ,୨୪।୪: ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁର ୪ ଦିନ ପରେ ପୁଅ ସଞ୍ଜୟ କେନ୍ଦ୍ରାପଡା ଏମ୍‌ପି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ନିର୍ବାଚନୀ ପ୍ର୍ରଚାର କରିଥିବା ଜଣାପଡିଛି।

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ରେମୁଣା,୨୪।୪(ଡି.ଏନ୍‌.ଏ.): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ରେ ଅନୁଷ୍ଠିତ ହେବ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଜୋରଦାର କରୁଛନ୍ତି। 

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନର ଶୁଣାଣକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ରାଜନୀତି ପୁଣି ସରଗରମ ହୋଇପଡ଼ିଛି। 

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ସଜନାଗଡ଼,୨୪।୪(ଡି.ଏନ୍‌.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଜିଲା ନୀଳଗିରି ନିିର୍ବାଚନମଣ୍ଡଳୀ ବଣଭୂଇଁଠାରେ  ଏକ ବିଶାଳ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ଦଶପଲ୍ଲା,୨୪।୪(ଡି.ଏନ୍‌.ଏ.): ମହାନଦୀ ବନ୍ୟପ୍ରାଣୀ ବାଣିଗୋଚ୍ଛା ରେଞ୍ଜ କୁଆଁରିଆ ଡ୍ୟାମ୍‌ସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ରାତିରେ ୪ଟି ବନ୍ଧୁକ ଚୋରି ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟର କବାଟ ଭାଙ୍ଗି ଅଫିସ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ବନ୍ଧୁକଗୁଡ଼ିକୁ ଚୋରି କରିଥିବା ଜଣାପଡ଼ିଛି। 

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଅଫିସ,୨୪।୪: ଭୁବନେଶ୍ୱର ଲୋକ ସଭା ଅଧୀନରେ ଥିବା ଖୋର୍ଦ୍ଧା ଜିଲାର  ୭ଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଅଧୀନରେ ଥିବା ଚିଲିକା ବିଧାନସଭା ଆସନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri