ରାଜ୍ୟ | ସମ୍ବଲପୁର

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ବେଳେ ଅଣ୍ଡାମାଡ଼

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ବେଳେ ଅଣ୍ଡାମାଡ଼

ବଲାଙ୍ଗୀର ଅଫିସ/ଲୋଇସିଂହା, ୧୬।୪(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବଲାଙ୍ଗୀର ଜିଲାରେ ମାରାଥନ୍‌ ରୋଡ଼ ଶୋ’ କରିଥିଲେ। ଏକ  ସ୍ବତନ୍ତ୍ର ବସ୍‌ ଯୋଗେ ସେ ଜିଲାର ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟାରେ ରାତି ପ୍ରାୟ ୮ଟା ବେଳେ ରୋଡ୍‌ ଶୋ’ କରୁଥିବାବେଳେ କେତେଜଣ ଲୋକ କଳାପତାକା ପ୍ରଦର୍ଶନ କରିବା ସହ ଅଣ୍ଡାମାଡ କରିଥିତ୍ବା ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗାଡିରେ ଅଣ୍ଡା ବାଜି ନ ଥିବାବେଳେ କାରକେଡ୍‌ରେ ଥିବା ଅନ୍ୟ ଗାଡିକୁ ଅଣ୍ଡାମାଡ ହୋଇଥିତ୍ବା କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ ଘଟଣା ପରେ ସାଲେଭଟାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। କେତେଜଣ ଲୋକ ବିଜେଡି ସମର୍ଥକ ଓ ଜନସାଧାରଣଙ୍କ ଉପରକୁ ଟେକାମାଡ କରିବା ପରେ ପୋଲିସ ଲାଠିଚାର୍ଜ କରିଛି ା ଏହି ଘଟଣା ପରେ ପୋଲିସ ପୂର୍ବତନ ଏମ୍‌ପି ବାଳଗୋପାଳ ମିଶ୍ର, ତାଙ୍କ ପୁଅ ଆକାଶ ମିଶ୍ରଙ୍କ ସମେତ ୧୦ ଜଣଙ୍କୁ ଅଟକ ରଖିଛି ା 

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧକରି ସାଲେଭଟାଠାରେ ସୋମବାର ପୂର୍ବାହ୍ନରୁ ଜାତୀୟ ରାଜପଥ ଉପରେ କଳାପତାକା ଲଗାଯାଇଥିଲା। ଲୋଇସିଂହା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଚୟନ ନ କରି ବଲାଙ୍ଗୀର ନିର୍ବାଚନମଣ୍ଡଳୀରୁ ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଇଥିତ୍ବାରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ କରାଯିବ ବୋଲି ସାଲେଭଟାରେ ସକାଳୁ ଚର୍ଚ୍ଚା ହେଉଥିଲା। ଏହା ସହିତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଏହାକୁ ଆଖିଆଗରେ ରଖି ପୋଲିସ ସାଲେଭଟାରେ ୯ ପ୍ଳାଟୁନ୍‌ ପୋଲିସ ଫୋର୍ସ ମୁତୟନ କରିଥିଲେ ା ତେବେ ସହସ୍ରାଧିକ ବିଜେଡି କର୍ମୀ ଓ ସମର୍ଥକ ତଥା ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଭିଡ ଜମାଇଥିଲେ। ରାତି ପ୍ରାୟ ୮ଟାରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ବସ୍‌ ସାଲେଭଟା ପହଞ୍ଚତ୍ବା ପରେ କଳାପତାକା ବନ୍ଧା ହୋଇଥିତ୍ବା ସ୍ଥାନରେ କେତେଜଣ ବ୍ୟକ୍ତି ସ୍ବତନ୍ତ୍ର ବସ୍‌କୁ ଲକ୍ଷ୍ୟ କରି ଅଣ୍ଡାମାଡ କରିଥିଲେ। ହେଲେ ଅଣ୍ଡା ବସ୍‌ରେ ନ ବାଜି କାରକେଡରେ ଥିତ୍ବା ଅନ୍ୟ ଗାଡିରେ ବାଜିଥିଲା। ଅନ୍ୟ କେତେଜଣ ବ୍ୟକ୍ତି କଳାପତାକା ପ୍ରଦର୍ଶନ କରିଥିଲେ। ଏହି ଘଟଣାପରେ ସ୍ବତନ୍ତ୍ର ବସ୍‌ଟି ସେଠାରେ ନ ଅଟକି ଡୁଙ୍ଗୁରିପାଲି ଅଭିମୁଖେ ଯାଇଥିଲା। ଅଣ୍ଡାମାଡ଼ ଘଟଣା ପରେ ଟେକାପଥର ମାଡ ହୋଇଥିତ୍ବା ଦେଖିବାକୁ ମିଳିଥିଲା। ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାକୁ ପୋଲିସ ଲାଠିଚାର୍ଜ କରିଥିଲା ା ପରେ ପୋଲିସ ଟିମ୍‌ ପୂର୍ବତନ ଏମ୍‌ପି ବାଳଗୋପାଳ ମିଶ୍ରଙ୍କ ଘରକୁ ଯାଇ ତାଙ୍କୁ ଓ ତାଙ୍କ ପୁଅ ଆକାଶଙ୍କ ସହ ଅନ୍ୟ ୧୦ ଜଣ ଯୁବକଙ୍କ ଅଟକ ରଖି ସାଲେଭଟା ଫାଣ୍ଡିକୁ ଆଣି ପଚରାଉଚରା କରିଛି ା ଏନେଇ ଏମ୍‌ପି ବାଳଗୋପାଳ ମିଶ୍ରଙ୍କୁ ପଚାରିବାରୁ ଲୋଇସିଂହା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ କରି ନ ଥିତ୍ବାରୁ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କୁ ଆମେ କଳାପତାକା ପ୍ରଦର୍ଶନ କରିଥିଲୁ। ତେବେ ପୋଲିସ ମୋ ଘରକୁ ପଶି ଭଙ୍ଗାରୁଜା କରିବା ସହ ଜଣେ ପୋଲିସ ଅଫିସର ମୋ ଉପରକୁ ହାତ ଉଠାଇଥିଲେ ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ସାଲେଭଟାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି ା ଏ ସମ୍ପର୍କରେ ଏସ୍‌ପି କେ. ଶିବା ସୁବ୍ରମଣିଙ୍କୁ ପଚାରିବାରୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରକୁ ଅଣ୍ଡାମାଡ ପାଇଁ ଟାର୍ଗେଟ୍‌ କରାଯାଇଥିଲା।  ତେବେ ଏହା ବିଫଳ ହେବାରୁ ଉତ୍ତେଜିତ ହୋଇ କେତେକ ପୋଲିସ ଓ ରାସ୍ତାରେ ଯାଉଥିବା ଘରୋଇ ଗାଡି  ଉପରକୁ ଟେକାମାଡ କରିଥିଲେ। ଏଥିରେ ଗୋଟିଏ ପୋଲିସ ଓ ୪ ବେସରକାରୀ ଗାଡି କ୍ଷତିଗ୍ରସ୍ତ ହୋଇଛି।  

All Right Reserved By

ରାଜ୍ୟ | ସମ୍ବଲପୁର

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ଢେଙ୍କାନାଳ ଅଫିସ,୨୪।୪-ଢେଙ୍କାନାଳ ଜିଲା ରାସୋଳ ଥାନା ଗଞ୍ଜରା ଗ୍ରାମରେ  ବୁଧବାର ଅପରାହ୍ନ୪ାରେ ଏକ ବାଇକ ଗଛରେ ଧକ୍କା ଦେବାରୁ ୨ ବାଇକ ଆରୋହୀଙ୍କ  ମୃତ୍ୟୁ ଘଟିଛି। 

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ବାଲିଗୁଡ଼ା,୨୪।୪: କନ୍ଧମାଳ ଲୋକ ସଭା ଓ ବାଲିଗୁଡା ବିଧାନସଭା ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସରିଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ସିଲ୍‌ ହୋଇଛି। ପ୍ରାର୍ଥୀ, ବିଭିନ୍ନ ଦଳର ନେତା, କର୍ମୀ ଓ ଭୋଟରମାନଙ୍କ ମଧ୍ୟରେ ଉତ୍କଣ୍ଠl ବଢ଼ିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

କେନ୍ଦୁଝର,୨୪ା୪(ସ୍ବ.ପ୍ର.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ଶେଷ ହୋଇଥିବା ବେଳେ କେନ୍ଦୁଝର ଲୋକ ସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହାର ୭୮.୧୬ ପ୍ରତିଶତ ହୋଇଥିବା ଜଣାପଡିଛି ।

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ଭୁବନେଶ୍ୱର/ପାଟକୁରା,୨୪।୪(ବ୍ୟୁରୋ/ଡି.ଏନ୍‌.ଏ.): ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ତେବେ ଦିବଂଗତ ନେତା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି  କୁହାଯାଉଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ରାଜ୍ୟରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। କିଛି ସ୍ଥାନରେ ଇଭିଏମ୍‌ ଭଙ୍ଗାରୁଜା ଓ ତ୍ରୁଟି ପରି ଘଟଣା ସାମ୍ନାକୁ ଆସିଥିଲେ ହେଁ ବାକି ସ୍ଥାନରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଥିଲା। ତେବେ ଏହି ପର୍ଯ୍ୟାୟରେ ରାଜ୍ୟରେ ୭୧.୬୧% ମତଦାନ ହୋଇଛି।

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

 କେନ୍ଦ୍ରାପଡା ଅଫିସ,୨୪।୪: ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁର ୪ ଦିନ ପରେ ପୁଅ ସଞ୍ଜୟ କେନ୍ଦ୍ରାପଡା ଏମ୍‌ପି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ନିର୍ବାଚନୀ ପ୍ର୍ରଚାର କରିଥିବା ଜଣାପଡିଛି।

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ରେମୁଣା,୨୪।୪(ଡି.ଏନ୍‌.ଏ.): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ରେ ଅନୁଷ୍ଠିତ ହେବ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଜୋରଦାର କରୁଛନ୍ତି। 

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନର ଶୁଣାଣକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ରାଜନୀତି ପୁଣି ସରଗରମ ହୋଇପଡ଼ିଛି। 

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ସଜନାଗଡ଼,୨୪।୪(ଡି.ଏନ୍‌.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଜିଲା ନୀଳଗିରି ନିିର୍ବାଚନମଣ୍ଡଳୀ ବଣଭୂଇଁଠାରେ  ଏକ ବିଶାଳ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ଦଶପଲ୍ଲା,୨୪।୪(ଡି.ଏନ୍‌.ଏ.): ମହାନଦୀ ବନ୍ୟପ୍ରାଣୀ ବାଣିଗୋଚ୍ଛା ରେଞ୍ଜ କୁଆଁରିଆ ଡ୍ୟାମ୍‌ସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ରାତିରେ ୪ଟି ବନ୍ଧୁକ ଚୋରି ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟର କବାଟ ଭାଙ୍ଗି ଅଫିସ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ବନ୍ଧୁକଗୁଡ଼ିକୁ ଚୋରି କରିଥିବା ଜଣାପଡ଼ିଛି। 

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଅଫିସ,୨୪।୪: ଭୁବନେଶ୍ୱର ଲୋକ ସଭା ଅଧୀନରେ ଥିବା ଖୋର୍ଦ୍ଧା ଜିଲାର  ୭ଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଅଧୀନରେ ଥିବା ଚିଲିକା ବିଧାନସଭା ଆସନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri