ରାଜ୍ୟ | ସମ୍ବଲପୁର

ଡବଲ ଇଞ୍ଜିନ ରାଜ୍ୟରେ ଆଣିବ ବିକାଶ

ଡବଲ ଇଞ୍ଜିନ ରାଜ୍ୟରେ ଆଣିବ ବିକାଶ

ରାଉରକେଲା ଅଫିସ/ଫୁଲବାଣୀ ଅଫିସ/ଅନୁଗୋଳ ଅଫିସ, ୧୬।୪: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୮ତାରିଖରେ ହେବ। ଏହି ପର୍ଯ୍ୟାୟରେ ହେଉଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ସବୁଦଳ ପକ୍ଷରୁ ପ୍ରଚାର ଜୋର୍‌ଦାର ଚାଲିଛି। ଏହିକ୍ରମରେ ଭାଜପା ପ୍ରାର୍ଥୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିବାକୁ ସୋମବାର ଓଡ଼ିଶା ଗସ୍ତରେ ଆସିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପ୍ରଥମେ ରାଉରକେଲା ପରେ ଅନୁଗୋଳ ଓ ଶେଷରେ ଫୁଲବାଣୀଠାରେ ଆୟୋଜିତ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଯୋଗୀ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ କେନ୍ଦ୍ର ଓ ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ୍‌ ସରକାର ଆସିଲେ ବିକାଶର ଶୀର୍ଷରେ ପହଞ୍ଚତ୍ବ ବୋଲି କହିଥିଲେ।  

ଯୋଗୀ ପ୍ରଥମେ ରାଉରକେଲା ଏୟାର ଷ୍ଟ୍ରିପ ନିକଟ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାର ବାସ୍ତବ ବିକାଶ ପାଇଁ ଏଠିକାର ରାଜ୍ୟ ସରକାର ଆନ୍ତରିକତା ପ୍ରକାଶ କରୁନାହାନ୍ତି। ସମ୍ପଦର ସଦୁପଯୋଗ କଲେ ଜନତାଙ୍କ ସାମୂହିକ ମଙ୍ଗଳ ହେବ। ଏଥିପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବା ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ଅର୍ଥକୁ ମଧ୍ୟ ଖର୍ଚ୍ଚ କରିପାରୁନାହାନ୍ତି। ଏଣୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ ସରକାର ଗଠନ ହେଲେ ପ୍ରତ୍ୟେକ ସମସ୍ୟାର ସମାଧାନ ସମ୍ଭବ ହେବ ବୋଲି  ଯୋଗୀ କହିଥିଲେ। ଏହି ଅବସରରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ରାହୁଲ ଓ ନବୀନ ନିଜ ଆସନରୁ ଜିତିବେ ନା ନାହିଁ ସେ ନେଇ ଆଶଙ୍କାରେ ପଡ଼ିଛନ୍ତି। ସେଥିପାଇଁ ରାହୁଲ ତାଙ୍କ ପାରମ୍ପରିକ ଆସନ ଅମେଠି ସହ ୱାୟନାଡ୍‌ରେ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ନବୀନ ମଧ୍ୟ ତାଙ୍କ ଆସନ ହିଞ୍ଜିଳି ସହ ବିଜେପୁରରୁ ପ୍ରାର୍ଥୀ ହୋଇଛନ୍ତି। ଏମାନଙ୍କ ଉପରୁ ଲୋକେ ଆସ୍ଥା ହରାଇଛନ୍ତି। ଏପରି ଅବସ୍ଥାରେ ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ କ୍ଷମତାକୁ ଆଣିବାକୁ ଯୋଗୀ ନିବେଦନ କରିଥିଲେ। ଏକ ସମୃଦ୍ଧ ଭାରତ ପାଇଁ ଭାଜପା ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଆହ୍ବନ ଦେଇଥିଲେ।

ପରେ ଅନୁଗୋଳସ୍ଥିତ ବିଜୁ ମଇଦାନରେ ଆୟୋଜିତ ସମାବେଶରେ ଯୋଗୀ ପହଞ୍ଚି ଜୟ ଜଗନ୍ନାଥରୁ ତାଙ୍କ ଭାଷଣ ଆରମ୍ଭ କରିଥିଲେ। ଓଡ଼ିଆରେ ଜନତାଙ୍କୁ ନମସ୍କାର କରିବା ସହ ସଭାସ୍ଥଳରେ ଥିବା ମା’ ଓ ବରିଷ୍ଠଙ୍କୁ ପ୍ରଣାମ ବୋଲି କହିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ମା’ ହିଙ୍ଗୁଳାଙ୍କ କ୍ଷେତ୍ରରେ ବହୁତ ମୂଲ୍ୟବାନ ସମ୍ପତ୍ତି ରହିଛି। ଖାଲି ଏଠାରେ ନୁହେଁ, ସମଗ୍ର ଓଡ଼ିଶା ପ୍ରାକୃତିକ ସମ୍ପଦ ଓ ଯୁବଶକ୍ତିରେ ପରିପୂର୍ଣ୍ଣ। କିନ୍ତୁ ରାଜ୍ୟରେ ଯୋଗ୍ୟ ସରକାର ନ ଥିବା କାରଣରୁ ଓଡ଼ିଶାର ବିକାଶ ହୋଇପାରୁନାହିଁ। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧା ଟାର୍ଗେଟ କରି ଗରିବଙ୍କ ଝାଳବୁହା ଧନ ଚିଟ୍‌ଫଣ୍ଡ କମ୍ପାନୀକୁ ଟେକି ଦେଇଥିବା ଅଭିଯୋଗ କରିଥିଲେ। ଏପରି କି ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ନେତା ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କୁ ଦଳୀୟ ଟିକେଟ ପ୍ରଦାନ କରି ନବୀନ ପ୍ରୋତ୍ସାହିତ କରୁଛନ୍ତି  ବୋଲି ଯୋଗୀ କହିଥିଲେ।  ଏହାପରେ ଯୋଗୀ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଥିଲେ। ଅନୁଗୋଳ ମାଟିର ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୭ କୋଟି ଗରିବ ମହିଳାଙ୍କୁ ବିନା ଦେୟରେ ଉଜ୍ଜ୍ୱଳା ଯୋଜନାରେ ସାମିଲ କରିଥିବାରୁ ମହିଳାମାନଙ୍କ ଓଠରେ ହସ ଖେଳିଛି ବୋଲି କହିଥିଲେ। ଭାଜପା କେନ୍ଦ୍ରରେ ସରକାର ଗଢ଼ିବା ପରେ କୌଣସି ଦୁର୍ନୀତି ହୋଇନାହିଁ ବରଂ ଦେଶର ବିକାଶରେ କାର୍ଯ୍ୟ କରିଛି। ଓଡ଼ିଶାରେ ରେଲୱେ, ପେଟ୍ରୋଲ, ହାଇୱେ, ବିମାନବନ୍ଦର ଭଳି ଅନେକ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟ କରାଯାଇଛି। ଆତଙ୍କବାଦୀ, ମାଓବାଦୀଙ୍କୁ ମୋଦି ସରକାର କଡ଼ା ଜବାବ ଦେଇଛନ୍ତି। ଭାଜପା ଦେଶକୁ ସୁରକ୍ଷା ଦେବା ସହ ସମୃଦ୍ଧି ଓ ବିକାଶ କରୁଛି। ଗରିବ, ଚାଷୀ, ଯୁବକ ଓ ମହିଳାଙ୍କ ପାଇଁ ବଡ଼ ବଡ଼ କାର୍ଯ୍ୟ କରୁଛି। ତେଣୁ ଓଡ଼ିଶାରେ ଭାଜପା ସରକାର ହେବା ଆବଶ୍ୟକ ବୋଲି ଯୋଗୀ କହିଥିଲେ। 

ଶେଷରେ ଫୁଲବାଣୀ କରୋନେଶନ ପଡ଼ିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦେଇ ଯୋଗୀ କହିଥିଲେ, ଓଡିଶାରେ ପ୍ରାକୃତିକ ସମ୍ପଦ ଭରି ରହିଛି। ଏଠାର ଯୁବକ ପ୍ରତିଭାବାନ। ସେମାନେ ନିଜ ପ୍ରତିଭା ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀର ବିକାଶରେ ଲଗାଉଛନ୍ତି। ହେଲେ ନିଜ ଅଞ୍ଚଳରେ ପ୍ରତିଭାର ସମ୍ମାନ ନାହିଁ। ଓଡ଼ିଶାରେ ଭାଜପା ସରକାର ଥିଲେ କନ୍ଧମାଳର ଯୁବକ ରାଜ୍ୟ ବାହାରକୁ ଖଟିବାକୁ ଯାଇ ନ ଥାନ୍ତେ। ଦିନେ ମହାନ୍‌ ଓଡ଼ିଶା ସ୍ବପ୍ନ ଦେଖିଥିବା ବିଜୁବାବୁଙ୍କୁ ଏହା ବେଶି କଷ୍ଟ ଦେଉଥିବ। ତାଙ୍କ ସ୍ବପ୍ନକୁ ଧୂଳିସାତ କରିଛି ବିଜେଡି ସରକାର ା ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା କେନ୍ଦ୍ରରେ ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଗତ ୫ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଶର ଦେଢ଼ କୋଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ, ୪ କୋଟି ପରିବାରକୁ ନିଃଶୁଳ୍କ ବିଦ୍ୟୁତ୍‌ ସେବା, ୭ କୋଟି ପରିବାରକୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ସାଢ଼େ ୧୨ କୋଟି ପରିବାରକୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ୬ ହଜାର ଟଙ୍କା ସହାୟତା ଦେବାର ବ୍ୟବସ୍ଥା, ୩୭ କୋଟି ଗରିବଙ୍କ ପାଇଁ ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲିବା, ୧୫କୋଟି ଯୁବକଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଆର୍ଥିକ ସ୍ବାବଲମ୍ବୀ ପାଇଁ ପଦକ୍ଷେପ, ୫୦ କୋଟି ଗରିବଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ଭଳି ଅନେକ ଜନହିତକର ଯୋଜନା କରିଛନ୍ତି। ଏହା କିଛି ଜାତିକୁ ଦେଖି କରାଯାଇନାହିଁ। ଦେଶର ପ୍ରତ୍ୟେକଙ୍କ ହିତଙ୍କ ପାଇଁ ହୋଇଛି ା ତୁଷ୍ଟୀକରଣ ନୀତିରେ ଭାଜପା ବିଶ୍ୱାସ କରେନାହିଁ ବୋଲି ଯୋଗୀ କହିଥିଲେ। ଏଥିସହ ଓଡିଶାରେ ଏବେ ସମସ୍ତେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଯୋଗୀ କହିଥିଲେ ା  ୩ଟି ଯାକ ସଭାରେ ଯୋଗୀ ଦଳୀୟ ଏମ୍‌ପି ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ କହିଥିଲେ।

All Right Reserved By

ରାଜ୍ୟ | ସମ୍ବଲପୁର

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ଢେଙ୍କାନାଳ ଅଫିସ,୨୪।୪-ଢେଙ୍କାନାଳ ଜିଲା ରାସୋଳ ଥାନା ଗଞ୍ଜରା ଗ୍ରାମରେ  ବୁଧବାର ଅପରାହ୍ନ୪ାରେ ଏକ ବାଇକ ଗଛରେ ଧକ୍କା ଦେବାରୁ ୨ ବାଇକ ଆରୋହୀଙ୍କ  ମୃତ୍ୟୁ ଘଟିଛି। 

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ବାଲିଗୁଡ଼ା,୨୪।୪: କନ୍ଧମାଳ ଲୋକ ସଭା ଓ ବାଲିଗୁଡା ବିଧାନସଭା ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସରିଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ସିଲ୍‌ ହୋଇଛି। ପ୍ରାର୍ଥୀ, ବିଭିନ୍ନ ଦଳର ନେତା, କର୍ମୀ ଓ ଭୋଟରମାନଙ୍କ ମଧ୍ୟରେ ଉତ୍କଣ୍ଠl ବଢ଼ିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

କେନ୍ଦୁଝର,୨୪ା୪(ସ୍ବ.ପ୍ର.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ଶେଷ ହୋଇଥିବା ବେଳେ କେନ୍ଦୁଝର ଲୋକ ସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହାର ୭୮.୧୬ ପ୍ରତିଶତ ହୋଇଥିବା ଜଣାପଡିଛି ।

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ଭୁବନେଶ୍ୱର/ପାଟକୁରା,୨୪।୪(ବ୍ୟୁରୋ/ଡି.ଏନ୍‌.ଏ.): ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ତେବେ ଦିବଂଗତ ନେତା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି  କୁହାଯାଉଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ରାଜ୍ୟରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। କିଛି ସ୍ଥାନରେ ଇଭିଏମ୍‌ ଭଙ୍ଗାରୁଜା ଓ ତ୍ରୁଟି ପରି ଘଟଣା ସାମ୍ନାକୁ ଆସିଥିଲେ ହେଁ ବାକି ସ୍ଥାନରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଥିଲା। ତେବେ ଏହି ପର୍ଯ୍ୟାୟରେ ରାଜ୍ୟରେ ୭୧.୬୧% ମତଦାନ ହୋଇଛି।

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

 କେନ୍ଦ୍ରାପଡା ଅଫିସ,୨୪।୪: ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁର ୪ ଦିନ ପରେ ପୁଅ ସଞ୍ଜୟ କେନ୍ଦ୍ରାପଡା ଏମ୍‌ପି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ନିର୍ବାଚନୀ ପ୍ର୍ରଚାର କରିଥିବା ଜଣାପଡିଛି।

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ରେମୁଣା,୨୪।୪(ଡି.ଏନ୍‌.ଏ.): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ରେ ଅନୁଷ୍ଠିତ ହେବ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଜୋରଦାର କରୁଛନ୍ତି। 

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନର ଶୁଣାଣକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ରାଜନୀତି ପୁଣି ସରଗରମ ହୋଇପଡ଼ିଛି। 

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ସଜନାଗଡ଼,୨୪।୪(ଡି.ଏନ୍‌.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଜିଲା ନୀଳଗିରି ନିିର୍ବାଚନମଣ୍ଡଳୀ ବଣଭୂଇଁଠାରେ  ଏକ ବିଶାଳ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ଦଶପଲ୍ଲା,୨୪।୪(ଡି.ଏନ୍‌.ଏ.): ମହାନଦୀ ବନ୍ୟପ୍ରାଣୀ ବାଣିଗୋଚ୍ଛା ରେଞ୍ଜ କୁଆଁରିଆ ଡ୍ୟାମ୍‌ସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ରାତିରେ ୪ଟି ବନ୍ଧୁକ ଚୋରି ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟର କବାଟ ଭାଙ୍ଗି ଅଫିସ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ବନ୍ଧୁକଗୁଡ଼ିକୁ ଚୋରି କରିଥିବା ଜଣାପଡ଼ିଛି। 

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଅଫିସ,୨୪।୪: ଭୁବନେଶ୍ୱର ଲୋକ ସଭା ଅଧୀନରେ ଥିବା ଖୋର୍ଦ୍ଧା ଜିଲାର  ୭ଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଅଧୀନରେ ଥିବା ଚିଲିକା ବିଧାନସଭା ଆସନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri