ଜାତୀୟ |

ଆଜମ୍‌ ଖାନ୍‌ଙ୍କ ନାଁରେ ମାମଲା

ଆଜମ୍‌ ଖାନ୍‌ଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୧୬ା୪(ପି.ଟି.): ଉତ୍ତରପ୍ରଦେଶର ରାମପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଜୟପ୍ରଦାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଛନ୍ତି ମେଣ୍ଟ ପ୍ରାର୍ଥୀ ଆଜମ୍‌ ଖାନ୍‌। ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ଆଜମ୍‌ଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ (ଇସି)ଙ୍କୁ ଅନୁରୋଧ କରିଛନ୍ତି।

ରାମପୁରର ଏକ ନିର୍ବାଚନୀ ସଭାରେ ସମାଜବାଦୀ ପାର୍ଟି (ଏସ୍‌ପି)ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ୍‌ ଖାନ୍‌ ଜୟପ୍ରଦାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ସେ ଲୋକଙ୍କୁ କହିଥିଲେ, ରାମପୁରବାସୀ ଓ ଭାରତର ଲୋକଙ୍କୁ ତାଙ୍କ ପ୍ରକୃତ ରୂପ ଜାଣିବା ପାଇଁ ୧୭ ବର୍ଷ ଲାଗିଗଲା। କିନ୍ତୁ ସେ ଖାକି ଅଣ୍ଡରଓ୍ବେର ପିନ୍ଧନ୍ତି ବୋଲି ମୁଁ ୧୭ ଦିନରେ ଜାଣିପାରିଥିଲି। ଏହାକୁ ନେଇ ଏନ୍‌ସିଡବ୍ଲ୍ୟୁ କହିଛନ୍ତି, ଆଜମ୍‌ ଖାନ୍‌ଙ୍କ ମନ୍ତବ୍ୟ ଅପମାନଜନକ, ଅନୈତିକ ଓ ମହିଳାଙ୍କ ମର୍ଯ୍ୟାଦା ପ୍ରତି ଅସମ୍ମାନ। ଏଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ରାମପୁର ଥାନାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଜୟପ୍ରଦା କହିଛନ୍ତି, ସେ ଏଥିରେ ଭୟଭୀତ ହୋଇ ରାମପୁର ଛାଡ଼ି ଯିବେନାହିଁ। ଆଜମ୍‌ ଖାନ୍‌ ତାଙ୍କ ପରିବାରର ମହିଳାଙ୍କ ପ୍ରତି ମଧ୍ୟ ଏପରି ଭାଷା ପ୍ରୟୋଗ କରନ୍ତି କି ବୋଲି ଜୟପ୍ରଦା ପ୍ରଶ୍ନ କରିଛନ୍ତି। ବିବାଦ ସୃଷ୍ଟି ହେବା ପରେ ଆଜମ୍‌ ଖାନ୍‌ କହିଛନ୍ତି, ସେ ଭାଷଣ ଦେବାବେଳେ କାହା ନାମ ଧରିନାହାନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆଜମ୍‌ଙ୍କ ମନ୍ତବ୍ୟକୁ ନେଇ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀ ନୀରବ ରହିବା ସେମାନଙ୍କ ପାଇଁ ଲଜ୍ଜାଜନକ କଥା। ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜ ଓ ସ୍ମୃତି ଇରାନୀ ଏବଂ ରାଜ୍ୟ ସଭା ସଦସ୍ୟ ଅମର ସିଂ ମଧ୍ୟ ଆଜମ୍‌ଙ୍କ ମନ୍ତବ୍ୟକୁ ନେଇ କଡ଼ାନିନ୍ଦା କରିବା ସହ ତାଙ୍କୁ ନିର୍ବାଚନ ଲଢ଼ିବାରୁ ଅଯୋଗ୍ୟ ଘୋଷଣା ପାଇଁ ଦାବି କରିଛନ୍ତି।

All Right Reserved By

ଜାତୀୟ |

ମୁଲାୟାମ ସିଂ ମୋଦିଙ୍କ ଭଳି ‘ଫେକ୍‌ ଓବିସି’ ନୁହେଁ: ମାୟାବତୀ

ମୁଲାୟାମ ସିଂ ମୋଦିଙ୍କ ଭଳି ‘ଫେକ୍‌ ଓବିସି’ ନୁହେଁ: ମାୟାବତୀ

ମେନପୁରି,୧୯।୪: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ଶୁଶ୍ରୀ ମାୟାବତୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ମାୟାବତୀ କହିଛନ୍ତି, ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟାମ ସିଂ ଯାଦବ ପ୍ରକୃତରେ ଜଣେ ପଛୁଆ ବର୍ଗର ନେତା।

ବାହାଘର ଫଟୋଶୁଟ୍‌ ସମୟରେ ନଦୀରେ ଖସି ପଡିଲେ ନବଦମ୍ପତି: ଭିଡିଓ ଭାଇରାଲ

ବାହାଘର ଫଟୋଶୁଟ୍‌ ସମୟରେ ନଦୀରେ ଖସି ପଡିଲେ ନବଦମ୍ପତି: ଭିଡିଓ ଭାଇରାଲ

ଥିରୁଭାନନ୍ତପୁରମ୍‌,୧୯।୪: ବିବାହ ବେଳର ପ୍ରତିଟି ମୁହୂର୍ତ୍ତକୁ ସାଇତି ରଖିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରିଥାଆନ୍ତି। ବିଶେଷ କରି ଏହି ସମୟର କିଛି ଫଟୋ ଓ ଭିଡିଓ ପ୍ରାୟ ସବୁ ଦମ୍ପତି ସାଇତି ରଖିଥାଆନ୍ତି। 

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ନୂଆଦିଲ୍ଲୀ, ୧୯।୪: ଇଚ୍ଛାଶକ୍ତି ଥିଲେ, ପଙ୍ଗୁ ଗିରି ଲଂଘି ପାରେ। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦିତ କରିଛନ୍ତି ସତ୍ୟେନ୍ଦ୍ର। 

୯୦ ବୁଥ୍‌କୁ ଆସିଲେନି ଜଣେ ବି ଭୋଟର

୯୦ ବୁଥ୍‌କୁ ଆସିଲେନି ଜଣେ ବି ଭୋଟର

ଶ୍ରୀନଗର,୧୯।୪: ଜମ୍ମୁ-କଶ୍ମୀର ଶ୍ରୀନଗରରେ ୨୦୧୯ ଲୋକ ସଭା ନିର୍ବାଚନକୁ ବର୍ଜନ କରିବାକୁ ପୂର୍ବରୁ ସୂଚନା ମିଳୁଥିଲା। 

ମାତ୍ର ଗୋଟିଏ ନିଷ୍ପତ୍ତିରେ ରୋଜଗାର ହରାଇଲେ ୧୬ହଜାର କର୍ମଚାରୀ

ମାତ୍ର ଗୋଟିଏ ନିଷ୍ପତ୍ତିରେ ରୋଜଗାର ହରାଇଲେ ୧୬ହଜାର କର୍ମଚାରୀ

ନୂଆଦିଲ୍ଲୀ,୧୯।୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ୍‌ ତା’ର ଉଡାଣକୁ ଅସ୍ଥାୟୀ ଭାବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛି। 

ଅର୍ଦ୍ଧନଗ୍ନ ହୋଇ ପ୍ରାର୍ଥିପତ୍ର ଦାଖଲ କଲେ ଲୋକସଭା ପ୍ରାର୍ଥୀ ଅଞ୍ଜନୀ ପାଣ୍ଡେ

ଅର୍ଦ୍ଧନଗ୍ନ ହୋଇ ପ୍ରାର୍ଥିପତ୍ର ଦାଖଲ କଲେ ଲୋକସଭା ପ୍ରାର୍ଥୀ ଅଞ୍ଜନୀ ପାଣ୍ଡେ

ରାଞ୍ଚି,୧୯।୪: ସ୍ବାଧିନ ପ୍ରାର୍ଥୀ ତଥା ଆଦିବାସୀ କିଶାନ ମଜଦୁର ପାର୍ଟି(ଏକେଏମ୍‌ପି) ନେତା ଅଞ୍ଜନୀ ପାଣ୍ଡେ ଏବେ ଚର୍ଚ୍ଚାରେ। କାରଣ ଗୁରୁବାର ସେ ରାଞ୍ଚି ଲୋକ ସଭା ଆସନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଶିବସେନା ହାତ ଧରିବେ ପ୍ରିୟଙ୍କା

ଶିବସେନା ହାତ ଧରିବେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୯।୪: କଂଗ୍ରେସ ଛାଡିବା ପରେ ଶିବସେନା ହାତ ଧରିବେ ପ୍ରିୟଙ୍କା ଚତୁର୍ବେଦୀ। ଶୁକ୍ରବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେବେ।

ବାଲାକୋଟ ଆକ୍ରମଣରେ କୌଣସି ପାକିସ୍ତାନୀ ସେନା ଅବା ନାଗରିକଙ୍କ ମୃତ୍ୟୁ ହୋଇନାହିଁ: ସୁଷମା

ବାଲାକୋଟ ଆକ୍ରମଣରେ କୌଣସି ପାକିସ୍ତାନୀ ସେନା ଅବା ନାଗରିକଙ୍କ ମୃତ୍ୟୁ ହୋଇନାହିଁ: ସୁଷମା

ଅହମ୍ମଦାବାଦ,୧୯।୪: ପାକିସ୍ତାନର ବାଲାକୋଟରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ କୌଣସି ପାକିସ୍ତାନ ଯବାନ ଅବା ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇ ନ ଥିବା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଭାଜପା ନେତ୍ରୀ ସୁଷମା ସ୍ବରାଜ। 

କାର୍ଯ୍ୟରତ ନୋଡାଲ ନିର୍ବାଚନ ଅଧିକାରୀ ନିଖୋଜ

କାର୍ଯ୍ୟରତ ନୋଡାଲ ନିର୍ବାଚନ ଅଧିକାରୀ ନିଖୋଜ

କୋଲକତା, ୧୯।୪: ପଶ୍ଚିମବଙ୍ଗର ନଦିଆ ଜିଲାରେ ଜଣେ ନୋଡାଲ ନିର୍ବାଚନ ଅଧିକାରୀ ଗୁରୁବାରଠାରୁ ନିଖୋଜ ଅଛନ୍ତି। ନିଖୋଜ ଥିବା ଅଧିକାରୀ ଜଣଙ୍କ ହେଲେ ଅର୍ଣ୍ଣବ ରାୟ। 

ଏପଟେ ଭଉଣୀର ସବାରି ସେପଟେ ଉଠିଲା ଭାଇର କୋକେଇ

ଏପଟେ ଭଉଣୀର ସବାରି ସେପଟେ ଉଠିଲା ଭାଇର କୋକେଇ

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ କସ୍‌ବା ଥାନା ଅଞ୍ଚଳର ଏକ ଗଁ।ରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପଟେ ଭଉଣୀର ସବାରି ଉଠିଥିବା ବେଳେ ଅନ୍ୟପଟେ ଭାଇର କୋକେଇ ଉଠିଛି। 

ହାର୍ଦ୍ଦିକଙ୍କୁ ଚାପୁଡା ମାରିଲେ ଅଜଣା ବ୍ୟକ୍ତି

ହାର୍ଦ୍ଦିକଙ୍କୁ ଚାପୁଡା ମାରିଲେ ଅଜଣା ବ୍ୟକ୍ତି

ସୁରେନ୍ଦ୍ରନଗର, ୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିଲାବେଳେ ଜନଅସନ୍ତୋଷର ଶିକାର ହେଉଛନ୍ତି କିଛି ନେତା।

କଂଗ୍ରେସ ଛାଡିଲେ ପ୍ରିୟଙ୍କା

କଂଗ୍ରେସ ଛାଡିଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୯।୪: କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଶୁକ୍ରବାର ଦଳରୁ ଇସ୍ତଫା  ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇ ଦେଇଛନ୍ତି।


Model This Week

କ୍ରିଷ୍ଣା
Why Dharitri