ବାଣିଜ୍ୟ |

ଜେଟ୍‌ ପାଇଲଟଙ୍କ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି

ଜେଟ୍‌ ପାଇଲଟଙ୍କ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି

ମୁମ୍ବାଇ,୧୬-୪: ଋଣରେ ବୁଡ଼ି ଯାଇଥିବା ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜର ପାଇଲଟମାନେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ଙ୍କ ନିକଟରେ ଚାକିରୀ ରକ୍ଷା ଲାଗି ଗୁହାରି କରିଛନ୍ତି। କମ୍ପାନୀର ପାଇଲଟ ସଂଗଠନ ନ୍ୟାଶନାଲ ଏଭିଏଟର୍ସ ଗିଲ୍‌ଡ ଏସ୍‌ବିଆଇକୁ ୧୫୦୦କୋଟି ଟଙ୍କା ଜାରି କରିବାକୁ ଅନୁରୋଧ କରିଛି। ସଂଗଠନ ସହ ଜଡ଼ିତ କମ୍ପାନୀର ୨୦ ହଜାର କର୍ମଚାରୀଙ୍କ ନିଯୁକ୍ତି ରକ୍ଷା ଲାଗି ଅନୁରୋଧ କରାଯାଇଛି। ସୂଚନାଥାଉ କି, ଋଣ ପୁନର୍ଗଠନକୁ ନେଇ ଗତ ମାସରେ ହୋଇଥିବା ଯୋଜନାନୁଯାୟୀ ଏସ୍‌ବିଆଇ ଜେଟ୍‌ ଏୟାରଓ୍ବେଜରେ ୧୫୦୦ କୋଟି ଟଙ୍କା ନିବେଶ କରିବାର ଥିଲା। ଗିଲ୍‌ଡ ଉପାଧ୍ୟକ୍ଷ ଆଦିମ ବାଲିୟାନୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜେଟ୍‌ରେ କାମ କରୁଥିବା କର୍ମଚାରୀଙ୍କ ଚାକିରୀ ବଞ୍ଚାଇବାକୁ ପଦକ୍ଷେପ ନିଅନ୍ତୁ। ସୂଚନାଥାଉ କି, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ସୋମବାର ଜେଟ୍‌ ଏୟାରଓ୍ବେଜର ପାଇଲଟ, ଇଞ୍ଜିନିୟର ଏବଂ ବରିଷ୍ଠ କର୍ମଚାରୀମାନେ ବେତନ ପାଇବା ଦାବି ନେଇ କମ୍ପାନୀ ମୁଖ୍ୟାଳୟରେ ଏକତ୍ରିତ ହୋଇଥିଲେ। 

All Right Reserved By

ବାଣିଜ୍ୟ |

ଏବେ ବି ଜେଟ୍‌ର ଉଡ଼ିବାର ଆଶା;ଡିଜିସିଏ ମାଗିଲା ପୁନରୁଦ୍ଧାର ଯୋଜନା

ଏବେ ବି ଜେଟ୍‌ର ଉଡ଼ିବାର ଆଶା;ଡିଜିସିଏ ମାଗିଲା ପୁନରୁଦ୍ଧାର ଯୋଜନା

ନୂଆଦିଲ୍ଲୀ,୧୯-୪: ଆର୍ଥିକ ସଙ୍କଟ କାରଣରୁ ଘରୋଇ ବିମାନ କମ୍ପାନୀ ଦୀର୍ଘ ୨୫ ବର୍ଷ ପରେ ଉଡ଼ାଣ ତଥା ପରିଚାଳନା ବନ୍ଦ କରିଦେଇଛି। ଏବେ ପୁନର୍ବାର କେବେ ଉଡ଼ିବ ସେ ନେଇ କାହା ନିକଟରେ ଉତ୍ତର ନାହିଁ। 

ଜେଟ୍‌ ଏୟାରଓ୍ବେଜର ୩୫୦୦ କୋଟି ରିଫଣ୍ଡ ବାକି: ଫେରସ୍ତ ନେଇ ସଂଶୟ

ଜେଟ୍‌ ଏୟାରଓ୍ବେଜର ୩୫୦୦ କୋଟି ରିଫଣ୍ଡ ବାକି: ଫେରସ୍ତ ନେଇ ସଂଶୟ

ନୂଆଦିଲ୍ଲୀ,୧୯-୧୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯାଇଛି। ତେବେ ବିଗତ ପ୍ରାୟ ଏକମାସ ହେବ କମ୍ପାନୀ ବିମାନ ଯାତ୍ରା ନେଇ ଆଗୁଆ ଟିକେଟ କାଟିସାରିଥିଲା। 

ଜେଟ୍‌କୁ ବଞ୍ଚାଇବାର ୨ଟି ମାର୍ଗ, ବିଫଳ ହେଲେ ବନ୍ଦ ହେବ କମ୍ପାନୀ

ଜେଟ୍‌କୁ ବଞ୍ଚାଇବାର ୨ଟି ମାର୍ଗ, ବିଫଳ ହେଲେ ବନ୍ଦ ହେବ କମ୍ପାନୀ

ନୂଆଦିଲ୍ଲୀ,୧୯-୧୪: ଜେଟ୍‌ ଏୟାରଓ୍ବେଜକୁ ବଞ୍ଚାଇବା ଲାଗି ଏବେ ଦୁଇଟି ମାର୍ଗ ରହିଛି। ଏହା ବିଫଳ ହେଲେ କମ୍ପାନୀ ସବୁଦିନ ଲାଗି ବନ୍ଦ ହୋଇଯିବ। ପ୍ରଥମ ମାର୍ଗଟି ହେଲା ବିଡିଂ ପ୍ରକ୍ରିୟା। 

ଫେବୃୟାରୀରେ ଟେଲିକମ୍‌ ଗ୍ରାହକଙ୍କ ସଂଖ୍ୟା ୧୨୦.୫୪ କୋଟି

ଫେବୃୟାରୀରେ ଟେଲିକମ୍‌ ଗ୍ରାହକଙ୍କ ସଂଖ୍ୟା ୧୨୦.୫୪ କୋଟି

ନୂଆଦିଲ୍ଲୀ,୧୯-୪: ରିଲାଏନ୍ସ ଜିଓ ଓ ବିଏସ୍‌ଏନ୍‌ଏଲ ଯୁଗ୍ମ ରୂପରେ ୮୬.୩୯ ନୂଆ ମୋବାଇଲ ଗ୍ରାହକ ଯୋଡିଛନ୍ତି। ତେବେ ଅନ୍ୟ ଟେଲିକମ ଅପରେଟରଙ୍କ ଗ୍ରାହକଙ୍କ ସଂଖ୍ୟା ୬୯.୯୩ ଲକ୍ଷ ହ୍ରାସ ପାଇଛି। 

ହୋଣ୍ଡା ବିଗ୍‌ଓ୍ବିଙ୍ଗ ଶୁଭାରମ୍ଭ

ହୋଣ୍ଡା ବିଗ୍‌ଓ୍ବିଙ୍ଗ ଶୁଭାରମ୍ଭ

ଭୁବନେଶ୍ୱର,୧୯-୪: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ନୂଆ ପ୍ରିମିୟମ ବାଇକ ବ୍ୟବସାୟ ‘ହୋଣ୍ଡା ବିଗ୍‌ ଓ୍ବିଙ୍ଗ’ ଶୁଭାରମ୍ଭ ହୋଇଛି।

୧୦୦ କୋଟି ଡଲାର କ୍ଲବ୍‌ରେ ସାମିଲ ହେଲା ମାଇଣ୍ଡଟ୍ରି

୧୦୦ କୋଟି ଡଲାର କ୍ଲବ୍‌ରେ ସାମିଲ ହେଲା ମାଇଣ୍ଡଟ୍ରି

ନୂଆଦିଲ୍ଲୀ,୧୯-୪: କମ୍ପାନୀ ପ୍ରତିଷ୍ଠା ହେବାର ଦୀର୍ଘ ୨୦ ବର୍ଷ ପରେ ମାଇଣ୍ଡଟ୍ରି ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୧୦୦ କୋଟି ଡଲାର କ୍ଲବ୍‌ରେ ସାମିଲ ହୋଇଛି। ବୃହତ ଇଞ୍ଜିନିୟରିଂ କମ୍ପାନୀ ଲାର୍ସନ ଆଣ୍ଡ ଟୁବ୍ରୋ(ଏଲ୍‌ଆଣ୍ଡଟି)ର ବଳପୂର୍ବକ ଅଧିଗ୍ରହଣ ଉଦ୍ୟମ ଭିତରେ କମ୍ପାନୀ ବୋର୍ଡ ୩୦% ଅନ୍ତରୀଣ ଲାଭାଂଶ ଘୋଷଣା କରିଛି।

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪:  ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ ଅମିତାଭ ବଚ୍ଚନ ୭୦ କୋଟି ଟଙ୍କା ଆୟକର ଦେଇଛନ୍ତି। 

ଯାତ୍ରୀଙ୍କ ପାଇଁ ଖୁସି ଖବର:ଗଡ଼ିବ ଆଉ ୩ ମେମୁ ଟ୍ରେନ

ଯାତ୍ରୀଙ୍କ ପାଇଁ ଖୁସି ଖବର:ଗଡ଼ିବ ଆଉ ୩ ମେମୁ ଟ୍ରେନ

ଭୁବନେଶ୍ୱର,୧୯ା୪:ବର୍ତ୍ତମାନ ପ୍ରଚଳିତ ୩ ଲୋକାଲ ଟ୍ରେନ ବଦଳରେ ନୂଆ କରି ଆଉ ୩ ମେମୁ ଟ୍ରେନ ଚଳାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି।

୨୧ ବର୍ଷରେ ଡୁବିଛନ୍ତି ୧୨ ବିମାନ କମ୍ପାନୀ

୨୧ ବର୍ଷରେ ଡୁବିଛନ୍ତି ୧୨ ବିମାନ କମ୍ପାନୀ

ଗୋଟିଏ ପଟେ ଦେଶରେ ବିମାନଯାତ୍ରୀଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ଘଟୁଥିବା ବେଳେ ଅନ୍ୟ ପଟେ କ୍ଷତି ସହି ନ ପାରି ବିମାନ କମ୍ପାନୀଗୁଡିକ ଗୋଟିଏ ପରେ ଗୋଟିଏ ବନ୍ଦ ହେଉଛନ୍ତି। ତଥ୍ୟ ମୁତାବକ ଗତ ୨୧ ବର୍ଷରେ ୧୨ ବିମାନ କମ୍ପାନୀ ବନ୍ଦ ହୋଇଯାଇଛି। ବନ୍ଦ ହୋଇଥିବା ବିମାନ କମ୍ପାନୀଗୁଡିକ ମଧ୍ୟରେ...

ସଙ୍କଟରେ ୨୦,୦୦୦ ଜେଟ୍‌ କର୍ମଚାରୀଙ୍କ ଭବିଷ୍ୟତ

ସଙ୍କଟରେ ୨୦,୦୦୦ ଜେଟ୍‌ କର୍ମଚାରୀଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୧୯-୪: ଜେଟ ଏୟାର ସାମୟିକ ଭାବେ ଏହାର ଉଡାଣକୁ ବୁଧବାର ରାତିରୁ ବନ୍ଦ କରି ଦେଇଥିବା ବେଳେ ବିମାନ କମ୍ପାନୀରେ କାର୍ଯ୍ୟ କରୁଥିବା ୨୦,୦୦୦ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲିଯାଇଛି। 

ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା

ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା

ଲଣ୍ଡନ,୧୮-୪: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଝଟକା ଲାଗିଛି। ଲଣ୍ଡନ ବ୍ୟାଙ୍କରେ ଜମା ଥିବା ଅର୍ଥ ସମ୍ପର୍କିତ ଆଦେଶକୁ  ବାତିଲ ପାଇଁ ମାଲ୍ୟାଙ୍କ ପକ୍ଷରୁ ଆଗତ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଟାଇମ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ୩ ଭାରତୀୟ

ଟାଇମ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ୩ ଭାରତୀୟ

ନ୍ୟୁୟର୍କ,୧୮-୪: ଟାଇମ ପତ୍ରିକା ପକ୍ଷରୁ ଚଳିତ ବର୍ଷର ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏକ ତାଲିକା ପ୍ରକାଶ କରିଛି। ଏଥିରେ ୩ ଭାରତୀୟ ସାମିଲ ହୋଇଛନ୍ତି। 


Model This Week

କ୍ରିଷ୍ଣା
Why Dharitri