ବାଣିଜ୍ୟ |

୨୦୧୯ରେ ଇଣ୍ଡିଆ ପୋଷ୍ଟର କ୍ଷତି ୧୫,୦୦୦ କୋଟି

୨୦୧୯ରେ ଇଣ୍ଡିଆ ପୋଷ୍ଟର କ୍ଷତି ୧୫,୦୦୦ କୋଟି

ନୂଆଦିଲ୍ଲୀ,୧୬-୪: ବିଏସ୍‌ଏନ୍‌ଏଲ ଏବଂ ଏୟାର ଇଣ୍ଡିଆ ୨୦୧୯ ଆର୍ଥିକ ବର୍ଷ(୨୦୧୮-୧୯)ରେ ସର୍ବାଧିକ କ୍ଷତି ସହିଥିବା ସରକାରୀ କମ୍ପାନୀ ମନେ କରାଯାଉଥିଲା। କିନ୍ତୁ ଅନ୍ୟ ଏକ ସରକାରୀ ସଂସ୍ଥା କ୍ଷତି ସହିବାରେ ଏହି ଦୁଇ ରାଷ୍ଟ୍ରାୟତ୍ତ କମ୍ପାନୀକୁ ବଳିଯାଇଛି। ସାରା ଦେଶରେ ୧.୫ ଲକ୍ଷରୁ ଅଧିକ ଡାକଘର ଏବଂ ପପୁଲାର ସେଭିଙ୍ଗସ ସ୍କିମ୍‌ ଚଳାଉଥିବା ଇଣ୍ଡିଆ ପୋଷ୍ଟର କ୍ଷତି ୨୦୧୯ ଆର୍ଥିକ ବର୍ଷ(୨୦୧୮-୧୯)ରେ ୧୫ ହଜାର କୋଟି ଟଙ୍କାରେ ପହଞ୍ଚତ୍ ଯାଇଛି। ଆର୍ଥିକ ବର୍ଷ ୨୦୧୭ରେ ବିଏସ୍‌ଏନ୍‌ଏଲ୍‌ ଏବଂ ଏୟାର ଇଣ୍ଡିଆର କ୍ଷତିର ପରିମାଣ ଯଥାକ୍ରମେ ୮ ହଜାର କୋଟି ଏବଂ ୫୩୪୦ କୋଟି ଟଙ୍କା ଥିଲା। କ୍ଷତିରେ ଚାଲୁଥିବା ଅନ୍ୟ ସରକାରୀ ସଂସ୍ଥା ଭଳି ଇଣ୍ଡିଆ ପୋଷ୍ଟ ଦରମା ଓ ଭତ୍ତା ବାବଦରେ ଅଧିକ ବ୍ୟୟ କରୁଛି। ଫଳରେ ଏହାର ଅପରେଟିଂ କଷ୍ଟ ବା କ୍ରିୟାନ୍ବୟନ ଖର୍ଚ୍ଚ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ବିଭିନ୍ନ ସମୟରେ ବେତନ କମିଶନ ଲାଗୁ କରିବା ଯୋଗୁ ବର୍ତ୍ତମାନ ଇଣ୍ଡିଆ ପୋଷ୍ଟ ଦରମା ଓ ଭତ୍ତା ବାବଦରେ ଏହାର ମୋଟ ରାଜସ୍ବର ୯୦ ପ୍ରତିଶତ ଖର୍ଚ୍ଚ କରୁଛି। ତେବେ ରାଜସ୍ବ ଆଦାୟ ଦିନକୁ ଦିନ କମିବାରେ ଲାଗିଛି। ଆର୍ଥିକ ବର୍ଷ ୨୦୧୮-୧୯ର ସଂଶୋଧିତ ଆକଳନ ଅନୁଯାୟୀ ଦରମା ଓ ଭତ୍ତା ବାବଦରେ ଏହି ରାଷ୍ଟ୍ରାୟତ୍ତ ସଂସ୍ଥା ୧୬,୬୨୦ କୋଟି ଟଙ୍କା ଖର୍ଚ୍ଚ କରିଛି। କିନ୍ତୁ ଏହା ସେହି ବର୍ଷ ୧୮ ହଜାର କୋଟି ଟଙ୍କାର ରାଜସ୍ବ ହାସଲ କରିଛି। ସେଥିରେ ୯୭୮୨ କୋଟି ଟଙ୍କାର ପେନସନ ବାବଦ ଖର୍ଚ୍ଚକୁ ଯୋଡି ଦିଆଗଲେ ଆଲୋଚ୍ୟ ଆର୍ଥିକ ବର୍ଷରେ କେବଳ କର୍ମଚାରୀଙ୍କ ବାବଦରେ ବ୍ୟୟ ୨୬,୪୦୦ କୋଟି ଟଙ୍କା ହୋଇଛି। 

ଏହି ରାଷ୍ଟ୍ରାୟତ୍ତ ସଂସ୍ଥା ଆର୍ଥିକ ବର୍ଷ ୨୦୨୦ରେ ଦରମା ଓ ଭତ୍ତା ବାବଦରେ ୧୭,୪୫୧ କୋଟି ଏବଂ ପେନସନ ବାବଦରେ  ୧୦,୨୭୧ କୋଟି ଟଙ୍କା ବ୍ୟୟ କରିବ ବୋଲି ଆକଳନ କରିଛି। ସେହିବର୍ଷ ରାଜସ୍ବ ଆଦାୟ ୧୯,୨୦୩ କୋଟି ଟଙ୍କା ରହିବ ବୋଲି ଦର୍ଶାଯାଇଛି। କମ୍ପାନୀ ଏହି କ୍ଷତିରୁ ବାହାରି ଆସିବାକୁ ପ୍ରୟାସ କରୁଥିବା ବେଳେ ସାମଗ୍ରୀ ମୂଲ୍ୟ ହ୍ରାସ ପାଉଥିବାରୁ ଏବଂ ପାରମ୍ପରିକ ସେବା କ୍ଷେତ୍ରରେ ଅନ୍ୟ ବିକଳ୍ପ ମିଳୁଥିବାରୁ ତାହା ସମ୍ଭବ ହୋଇପାରୁନି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ୪.୩୩ ଲକ୍ଷ କର୍ମଚାରୀ ଏବଂ ୧.୫୬ ଲକ୍ଷ ପୋଷ୍ଟ ଅଫିସକୁ କାର୍ଯ୍ୟରେ ଲଗାଇବା ଲାଗି ଇଣ୍ଡିଆ ପୋଷ୍ଟ ଇ-କମର୍ସ ବ୍ୟବସ୍ଥା ଆପଣାଇବାକୁ ସରକାର ପରାମର୍ଶ ଦେଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, ଦେଶରେ ସମସ୍ତ ବ୍ୟାଙ୍କର ଶାଖାଠାରୁ ଅଧିକ ପୋଷ୍ଟ ଅଫିସ ରହିଛି। ସେହି କାରଣରୁ କ୍ଷତି ବଢ଼ି ବଢ଼ି ଚାଲିଛି। ଇଣ୍ଡିଆ ପୋଷ୍ଟ ଗୋଟିଏ ପୋଷ୍ଟ କାର୍ଡ ଛପାଇବାରେ ୧୨.୧୫ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମାତ୍ର ୫୦ ପଇସାରେ ଏହାକୁ ବିକୁଛି। 

ପାର୍ସେଲ ସେବା, ବୁକ୍‌ ପୋଷ୍ଟ, ସ୍ପିଡ ପୋଷ୍ଟ, ରେଜିଷ୍ଟ୍ରେଶନ ଆଦି ସେବାରେ କ୍ଷତି ସହିବାକୁ ପଡ଼ୁଛି। ଏହାଛଡ଼ା ଇଣ୍ଡିଆ ପୋଷ୍ଟ ସୋଭରେନ ଗୋଲ୍ଡ ବଣ୍ଡ, ମ୍ୟୁଚୁଆଲ ଫଣ୍ଡ ଓ ବୀମା, ପାର୍ସପୋର୍ଟ ସେବା ଯୋଗାଣ, ରେଲଓ୍ବେ ଟିକେଟ ଭଳି ଏକାଧିକ ଆର୍ଥିକ ସେବା କ୍ଷେତ୍ରରେ ପାଦ ଥାପିଛି। କିନ୍ତୁ ଏଥିରୁ ସେଭଳି ଲାଭ ହେଉନି। ୨୦୧୮ ଆର୍ଥିକ ବର୍ଷରେ ଏହିସବୁ ସେବା ଯୋଗାଣରୁ ୮୪୪ କୋଟି ଟଙ୍କାର ରାଜସ୍ବ ମିଳିଛି। ଏହାଛଡ଼ା ଇଣ୍ଡିଆ ପୋଷ୍ଟ ନ୍ୟାଶନାଲ ସେଭିଙ୍ଗସ ସ୍କିମ୍‌ ଏବଂ ସେଭିଂ ସାର୍ଟିଫିକେଟ ବିକ୍ରି କରି ଅଧିକ ରାଜସ୍ବ ପାଇଥାଏ। ଏହା ୨୦୧୭ ଆର୍ଥିକ ବର୍ଷରେ ମୋଟ ରାଜସ୍ବର ୬୦% ଅଥର୍ର୍ାତ ୧୧,୫୧୧ କୋଟି ଟଙ୍କା ହାସଲ କରିଛି। ବିଶେଷଜ୍ଞଙ୍କ ମତରେ ଇଣ୍ଡିଆ ପୋଷ୍ଟର ଦେଶର କୋଣ ଅନୁକୋଣରେ ଉପସ୍ଥିତି ରହିଥିବାରୁ ଏହା ଇ-କମର୍ସ କମ୍ପାନୀଙ୍କ ଲାଗି କ୍ୟାଶ ଅନ୍‌ ଡେଲିଭରି ସେବା ଯୋଗାଇ ବେଶ ଅର୍ଥ ଅର୍ଜନ କରିପାରିବ। ତେବେ ଗୋଦାମ ଅଭାବ ଏଦିଗରେ ବଡ଼ ବାଧକ ହୋଇଛି। 

All Right Reserved By

ବାଣିଜ୍ୟ |

ଏବେ ବି ଜେଟ୍‌ର ଉଡ଼ିବାର ଆଶା;ଡିଜିସିଏ ମାଗିଲା ପୁନରୁଦ୍ଧାର ଯୋଜନା

ଏବେ ବି ଜେଟ୍‌ର ଉଡ଼ିବାର ଆଶା;ଡିଜିସିଏ ମାଗିଲା ପୁନରୁଦ୍ଧାର ଯୋଜନା

ନୂଆଦିଲ୍ଲୀ,୧୯-୪: ଆର୍ଥିକ ସଙ୍କଟ କାରଣରୁ ଘରୋଇ ବିମାନ କମ୍ପାନୀ ଦୀର୍ଘ ୨୫ ବର୍ଷ ପରେ ଉଡ଼ାଣ ତଥା ପରିଚାଳନା ବନ୍ଦ କରିଦେଇଛି। ଏବେ ପୁନର୍ବାର କେବେ ଉଡ଼ିବ ସେ ନେଇ କାହା ନିକଟରେ ଉତ୍ତର ନାହିଁ। 

ଜେଟ୍‌ ଏୟାରଓ୍ବେଜର ୩୫୦୦ କୋଟି ରିଫଣ୍ଡ ବାକି: ଫେରସ୍ତ ନେଇ ସଂଶୟ

ଜେଟ୍‌ ଏୟାରଓ୍ବେଜର ୩୫୦୦ କୋଟି ରିଫଣ୍ଡ ବାକି: ଫେରସ୍ତ ନେଇ ସଂଶୟ

ନୂଆଦିଲ୍ଲୀ,୧୯-୧୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯାଇଛି। ତେବେ ବିଗତ ପ୍ରାୟ ଏକମାସ ହେବ କମ୍ପାନୀ ବିମାନ ଯାତ୍ରା ନେଇ ଆଗୁଆ ଟିକେଟ କାଟିସାରିଥିଲା। 

ଜେଟ୍‌କୁ ବଞ୍ଚାଇବାର ୨ଟି ମାର୍ଗ, ବିଫଳ ହେଲେ ବନ୍ଦ ହେବ କମ୍ପାନୀ

ଜେଟ୍‌କୁ ବଞ୍ଚାଇବାର ୨ଟି ମାର୍ଗ, ବିଫଳ ହେଲେ ବନ୍ଦ ହେବ କମ୍ପାନୀ

ନୂଆଦିଲ୍ଲୀ,୧୯-୧୪: ଜେଟ୍‌ ଏୟାରଓ୍ବେଜକୁ ବଞ୍ଚାଇବା ଲାଗି ଏବେ ଦୁଇଟି ମାର୍ଗ ରହିଛି। ଏହା ବିଫଳ ହେଲେ କମ୍ପାନୀ ସବୁଦିନ ଲାଗି ବନ୍ଦ ହୋଇଯିବ। ପ୍ରଥମ ମାର୍ଗଟି ହେଲା ବିଡିଂ ପ୍ରକ୍ରିୟା। 

ଫେବୃୟାରୀରେ ଟେଲିକମ୍‌ ଗ୍ରାହକଙ୍କ ସଂଖ୍ୟା ୧୨୦.୫୪ କୋଟି

ଫେବୃୟାରୀରେ ଟେଲିକମ୍‌ ଗ୍ରାହକଙ୍କ ସଂଖ୍ୟା ୧୨୦.୫୪ କୋଟି

ନୂଆଦିଲ୍ଲୀ,୧୯-୪: ରିଲାଏନ୍ସ ଜିଓ ଓ ବିଏସ୍‌ଏନ୍‌ଏଲ ଯୁଗ୍ମ ରୂପରେ ୮୬.୩୯ ନୂଆ ମୋବାଇଲ ଗ୍ରାହକ ଯୋଡିଛନ୍ତି। ତେବେ ଅନ୍ୟ ଟେଲିକମ ଅପରେଟରଙ୍କ ଗ୍ରାହକଙ୍କ ସଂଖ୍ୟା ୬୯.୯୩ ଲକ୍ଷ ହ୍ରାସ ପାଇଛି। 

ହୋଣ୍ଡା ବିଗ୍‌ଓ୍ବିଙ୍ଗ ଶୁଭାରମ୍ଭ

ହୋଣ୍ଡା ବିଗ୍‌ଓ୍ବିଙ୍ଗ ଶୁଭାରମ୍ଭ

ଭୁବନେଶ୍ୱର,୧୯-୪: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ନୂଆ ପ୍ରିମିୟମ ବାଇକ ବ୍ୟବସାୟ ‘ହୋଣ୍ଡା ବିଗ୍‌ ଓ୍ବିଙ୍ଗ’ ଶୁଭାରମ୍ଭ ହୋଇଛି।

୧୦୦ କୋଟି ଡଲାର କ୍ଲବ୍‌ରେ ସାମିଲ ହେଲା ମାଇଣ୍ଡଟ୍ରି

୧୦୦ କୋଟି ଡଲାର କ୍ଲବ୍‌ରେ ସାମିଲ ହେଲା ମାଇଣ୍ଡଟ୍ରି

ନୂଆଦିଲ୍ଲୀ,୧୯-୪: କମ୍ପାନୀ ପ୍ରତିଷ୍ଠା ହେବାର ଦୀର୍ଘ ୨୦ ବର୍ଷ ପରେ ମାଇଣ୍ଡଟ୍ରି ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୧୦୦ କୋଟି ଡଲାର କ୍ଲବ୍‌ରେ ସାମିଲ ହୋଇଛି। ବୃହତ ଇଞ୍ଜିନିୟରିଂ କମ୍ପାନୀ ଲାର୍ସନ ଆଣ୍ଡ ଟୁବ୍ରୋ(ଏଲ୍‌ଆଣ୍ଡଟି)ର ବଳପୂର୍ବକ ଅଧିଗ୍ରହଣ ଉଦ୍ୟମ ଭିତରେ କମ୍ପାନୀ ବୋର୍ଡ ୩୦% ଅନ୍ତରୀଣ ଲାଭାଂଶ ଘୋଷଣା କରିଛି।

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪:  ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ ଅମିତାଭ ବଚ୍ଚନ ୭୦ କୋଟି ଟଙ୍କା ଆୟକର ଦେଇଛନ୍ତି। 

ଯାତ୍ରୀଙ୍କ ପାଇଁ ଖୁସି ଖବର:ଗଡ଼ିବ ଆଉ ୩ ମେମୁ ଟ୍ରେନ

ଯାତ୍ରୀଙ୍କ ପାଇଁ ଖୁସି ଖବର:ଗଡ଼ିବ ଆଉ ୩ ମେମୁ ଟ୍ରେନ

ଭୁବନେଶ୍ୱର,୧୯ା୪:ବର୍ତ୍ତମାନ ପ୍ରଚଳିତ ୩ ଲୋକାଲ ଟ୍ରେନ ବଦଳରେ ନୂଆ କରି ଆଉ ୩ ମେମୁ ଟ୍ରେନ ଚଳାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି।

୨୧ ବର୍ଷରେ ଡୁବିଛନ୍ତି ୧୨ ବିମାନ କମ୍ପାନୀ

୨୧ ବର୍ଷରେ ଡୁବିଛନ୍ତି ୧୨ ବିମାନ କମ୍ପାନୀ

ଗୋଟିଏ ପଟେ ଦେଶରେ ବିମାନଯାତ୍ରୀଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ଘଟୁଥିବା ବେଳେ ଅନ୍ୟ ପଟେ କ୍ଷତି ସହି ନ ପାରି ବିମାନ କମ୍ପାନୀଗୁଡିକ ଗୋଟିଏ ପରେ ଗୋଟିଏ ବନ୍ଦ ହେଉଛନ୍ତି। ତଥ୍ୟ ମୁତାବକ ଗତ ୨୧ ବର୍ଷରେ ୧୨ ବିମାନ କମ୍ପାନୀ ବନ୍ଦ ହୋଇଯାଇଛି। ବନ୍ଦ ହୋଇଥିବା ବିମାନ କମ୍ପାନୀଗୁଡିକ ମଧ୍ୟରେ...

ସଙ୍କଟରେ ୨୦,୦୦୦ ଜେଟ୍‌ କର୍ମଚାରୀଙ୍କ ଭବିଷ୍ୟତ

ସଙ୍କଟରେ ୨୦,୦୦୦ ଜେଟ୍‌ କର୍ମଚାରୀଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୧୯-୪: ଜେଟ ଏୟାର ସାମୟିକ ଭାବେ ଏହାର ଉଡାଣକୁ ବୁଧବାର ରାତିରୁ ବନ୍ଦ କରି ଦେଇଥିବା ବେଳେ ବିମାନ କମ୍ପାନୀରେ କାର୍ଯ୍ୟ କରୁଥିବା ୨୦,୦୦୦ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲିଯାଇଛି। 

ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା

ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା

ଲଣ୍ଡନ,୧୮-୪: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଝଟକା ଲାଗିଛି। ଲଣ୍ଡନ ବ୍ୟାଙ୍କରେ ଜମା ଥିବା ଅର୍ଥ ସମ୍ପର୍କିତ ଆଦେଶକୁ  ବାତିଲ ପାଇଁ ମାଲ୍ୟାଙ୍କ ପକ୍ଷରୁ ଆଗତ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଟାଇମ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ୩ ଭାରତୀୟ

ଟାଇମ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ୩ ଭାରତୀୟ

ନ୍ୟୁୟର୍କ,୧୮-୪: ଟାଇମ ପତ୍ରିକା ପକ୍ଷରୁ ଚଳିତ ବର୍ଷର ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏକ ତାଲିକା ପ୍ରକାଶ କରିଛି। ଏଥିରେ ୩ ଭାରତୀୟ ସାମିଲ ହୋଇଛନ୍ତି। 


Model This Week

କ୍ରିଷ୍ଣା
Why Dharitri