ରାଜ୍ୟ |

ଭାଜପା ନେତାଙ୍କୁ ହତ୍ୟା ଖୋର୍ଦ୍ଧାରେ ଉତ୍ତେଜନା, ୬ ଘଣ୍ଟିଆ ବନ୍ଦ

ଭାଜପା ନେତାଙ୍କୁ ହତ୍ୟା  ଖୋର୍ଦ୍ଧାରେ ଉତ୍ତେଜନା, ୬ ଘଣ୍ଟିଆ ବନ୍ଦ

ଖୋର୍ଦ୍ଧା ଅଫିସ,୧୬।୪: ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଆସନ୍ତା ୨୩ ତାରିଖରେ ହେବ ନିର୍ବାଚନ। ଏହାପୂର୍ବରୁ ଦେଖିବାକୁ ମିଳିଛି ପ୍ରାକ୍‌ ନିର୍ବାଚନୀ ହିଂସା। ଗଡ଼ିଛି ଜଣେ ଭାଜପା ନେତାଙ୍କ ମୁଣ୍ଡ। ସେ ହେଉଛନ୍ତି ଏହି ନିର୍ବାଚନମଣ୍ଡଳୀର ୯ନଂ. ଜୋନ ଭାଜପା ମଣ୍ଡଳ ସଭାପତି ତଥା ନିରାକାରପୁର ଥାନା ବଡ଼ପୋଖରିଆର ପୂର୍ବତନ ସରପଞ୍ଚ ମଙ୍ଗୁଳି ଜେନା। ତାଙ୍କୁ ରବିବାର ରାତିରେ ଗୁଳିକରି ହତ୍ୟା କରାଯାଇଛି। ଖୋର୍ଦ୍ଧା ଆଦର୍ଶଥାନା ଅନ୍ତର୍ଗତ ନବୀନାବାଗରେ ଘଟିଥିବା ଏହି ଘଟଣାକୁ ନେଇ ଜିଲାର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ହତ୍ୟାକାରୀ ଓ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ ଦାବିରେ ଜିଲାର ଏକାଧିକ ସ୍ଥାନରେ ରାସ୍ତାରୋକୋ ସହ ଥାନା ଘେରାଉ କରାଯାଇଥିଲା। ସେହିଭଳି ଘଟଣାର ପ୍ରତିବାଦରେ ଖୋଦ୍ଧର୍ର୍ା ନିର୍ବାଚନମଣ୍ଡଳୀ ଭାଜପା ପକ୍ଷରୁ ସୋମବାର ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଅନ୍ୟପକ୍ଷରେ ଖୋର୍ଦ୍ଧା ଆଦର୍ଶ ଥାନାରେ ଆଇପିସି ଦଫା ୩୦୨, ୩୪ ସହ ୨୫ ଓ ୨୭ ଆର୍ମସ ଆକ୍ଟ ଅନୁଯାୟୀ ମାମଲା (ନଂ. ୧୧୯/୧୯) ରୁଜୁ ହୋଇଛି। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତଦାରଖରେ ଥାନାଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ଏସ୍‌ପି ଅମୂଲ୍ୟ ଦାସ ଓ ଏସ୍‌ଡିପିଓ ସୁଶୀଲ ମିଶ୍ର  ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଏ ନେଇ  ୪ଟି ଟିମ୍‌ ଗଠନ କରାଯାଇଥିବାବେଳେ ସାଇବର ସେଲ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତରେ ସହଯୋଗ କରୁଥିବା ଆଇଜି ପ୍ରିୟଦର୍ଶୀ କହିଛନ୍ତି।

ମିଳିଥିବା ସୂଚନାନୁସାରେ, ହତ୍ୟାକାଣ୍ଡ ପରଠାରୁ ରବିବାର ରାତି ୨ଟାରୁ ଖୋର୍ଦ୍ଧା ଆଦର୍ଶ ଥାନା ଘେରାଉ କରାଯିବା ସହ ଏହା ସମ୍ମୁଖରେ ଭାଜପା କର୍ମୀମାନେ ରାସ୍ତାରୋକୋ ଓ ଧାରଣା ଦେଇଥିଲେ। ଭାଜପା ମୁଖପାତ୍ର ସୁଦୀପ୍ତ ରାୟ ଓ ଭାଜପା ପ୍ରାର୍ଥୀ କାଳୁ ଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ହୋଇଥିବା ଏହି ଧାରଣା ସୋମବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥିଲା। ସେହିଭଳି ସକାଳ ୮ଟାରୁ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକାରୀମାନେ ଟାୟାର ଜାଳିବା ସହ ରାସ୍ତା ଉପରେ ବାଇକ ରଖି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ. ଜାତୀୟ ରାଜପଥର ନୟାଗଡ଼ ରୋଡ୍‌ସ୍ଥିତ ଚଣ୍ଡିଚୁଆଠାରେ ରାଜପଥକୁ ମଧ୍ୟ ଦୀର୍ଘ ସମୟ ଧରି ଅବରୋଧ କରାଯାଇଥିଲା। ଫଳରେ ନୂଆ ବସ୍‌ଷ୍ଟାଣ୍ଡ୍‌ ରାସ୍ତା ସମେତ ସହରର ବିଭିନ୍ନ ରାସ୍ତାରେ ଯାନବାହନ ସହ ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିବା ଦେଖିବାକୁ ମିଳିଥିଲା।  ରୋଗୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ନ ପାରି ହଟହଟା ହୋଇଥିଲେ। ଭାଜପା ପ୍ରାର୍ଥୀ  ଖଣ୍ଡେଇତରାୟଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରାକାରୀମାନେ ବିଜେଡି ବିରୋଧରେ ନାନା ନାରା ଦେଇ  ବନ୍ଦ ଡାକରା ଦେଇଥିଲେ। ଫଳରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। କୋଲକାତା-ଚେନ୍ନାଇ ୧୬ ନଂ. ଜାତୀୟ ରାଜପଥର ନିରାକାରପୁର ଥାନା ବଡ଼ପୋଖରିଆ ଅଞ୍ଚଳରେ ଅନୁରୂପ ଭାବେ ସକାଳୁ ରାସ୍ତାରୋକୋ ଚାଲୁ ରହିଥିଲା। ୪ଦିନ ଭିତରେ ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ଦାସ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୪ଟା ୧୫ରେ ରାସ୍ତା ଅବରୋଧ ହଟିଥିଲା।

ଅନ୍ୟପକ୍ଷରେ ଘଟଣାକୁ ନେଇ ମୃତକଙ୍କ ଭାଇ ବିଷ୍ଣୁ ଚରଣ ଜେନା ଖୋର୍ଦ୍ଧା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲାରେ ଉଲ୍ଲେଖ ରହିଛି ଯେ, ମଙ୍ଗୁଳିଙ୍କ ସହ ବିଷ୍ଣୁ ରବିବାର ରାତିରେ ଭାଜପା ପ୍ରାର୍ଥୀ ଖଣ୍ଡେଇତରାୟଙ୍କ ନବୀନାବାଗ ଗାନ୍ଧୀପଡିଆସ୍ଥିତ ବାସଭବନରେ ପହଞ୍ଚତ୍ କଥାବାର୍ତ୍ତା ହୋଇଥିଲେ। ରାତି ପ୍ରାୟ ସାଢ଼େ ୧୧ଟାରେ ଘରକୁ ଫେରିବାକୁ ସେମାନେ ଦଳର ଜଣେ କର୍ମୀ ପ୍ରଫୁଲ ଖଣ୍ଡେଇତରାୟଙ୍କ ସହ ବୋଲେରୋରେ ବସିଥିଲେ। ଏହି ସମୟରେ ଆଉ ଏକ ବୋଲେରୋ ଆସି ନିକଟରେ ଅଟକିଥିଲା। ସେଥିରେ କେତେଜଣ ଲୋକ ବସିଥିବାବେଳେ ଗାଡିରୁ ସଚିନ୍‌ ବଳିୟାରସିଂ ଓ ସରପଞ୍ଚ ସାଗର ବିଳିୟାରସିଂ ବାହାରିଥିଲେ। ଏହି ସମୟରେ ଜଣେ ଯୁବକ ଏକ ବାଇକ୍‌ରେ ଆସି ସଚିନ୍‌ ଓ ଅନ୍ୟମାନଙ୍କ ସହ କଥା ହୋଇଥିଲେ। ସେଠାରୁ ଉକ୍ତ ଯୁବକ ଜଣକ ଆସି ଭାଜପା ପ୍ରାର୍ଥୀ ଖଣ୍ଡେଇତରାୟଙ୍କ ଉପରକୁ ଗୁଳି କରିଥିଲେ। ମାତ୍ର ସେ ଖସିଯିବା ପରେ ତାଙ୍କ ବୋଲେରୋ ଉପରକୁ ୩ରୁ ୪ରାଉଣ୍ଡ ଗୁଳିମାଡ଼ ହୋଇଥିଲା।  ସେଥିରୁ ୨ଟି ଗୁଳି ମଙ୍ଗୁଳିଙ୍କ ବାମ ପିଞ୍ଜରା ଓ ବାହୁରେ ବାଜିଥିଲା। ଅନ୍ୟ ଏକ ଗୁଳି ବିଷ୍ଣୁ ବସିଥିବା ଗାଡି ସିଟ୍‌ରେ ବାଜିଥିଲା। ପରେ ଗୁଳି ଚଳାଇଥିବା ଯୁବକ ଅନ୍ୟ ବୋଲେରୋରେ ଥିବା ଲୋକଙ୍କୁ ଇସାରା ଦେଇ ଘଟଣାସ୍ଥଳରୁ ପଳାଇଥିଲେ। ସେହି ବୋଲେରୋଟି ବିଜେଡି ପ୍ରାର୍ଥୀଙ୍କ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଛି। ପୂର୍ବରାଗ ଓ ରାଜନୈତିକ ଶତ୍ରୁତାକୁ ନେଇ ମଙ୍ଗୁଳିଙ୍କୁ ହତ୍ୟା କରାଯାଇଥିବା ବିଷ୍ଣୁ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।  

ଘଟଣା ସଂକ୍ରାନ୍ତରେ  ଖୋର୍ଦ୍ଧା ଭାଜପା ପ୍ରାର୍ଥୀ ଖଣ୍ଡେଇତରାୟ ଗଣମାଧ୍ୟମରେ ଭିନ୍ନ ଭିନ୍ନ ବିବୃତି ଦେଇଛନ୍ତି।  ହତ୍ୟାକାରୀ ଗାମୁଛା ଘୋଡାଇ ଆସିଥିବା ସେ କହୁଥିବାବେଳେ ଅନ୍ୟ ଏକ ବିବୃତ୍ତିରେ ହେଲ୍‌ମେଟ ପିନ୍ଧି ଗାଡିରେ ଆସିଥିବା କହିଛନ୍ତି। ସେ କହିଛନ୍ତି, ‘ରବିବାର ରାତି ପ୍ରାୟ ୧୧ଟା ୨୦ରେ ଗାନ୍ଧୀପଡିଆସ୍ଥିତ ମୋ ଘରର ଉପର ମହଲାରେ ଆମେ ବସିଥିଲୁ। ପରେ ତଳକୁ ଆସି ମଙ୍ଗୁଳିଙ୍କ ସହ ମୁଁ କଥା ହେଉଥିଲି। ଏହି ସମୟରେ ସେଠାରେ ପ୍ରାୟ ୧୦ରୁ ୧୫ଜଣ ଲୋକ ଥିଲେ।  ମଙ୍ଗୁଳିଙ୍କ ସହ ଟାଙ୍ଗୀ ଅଞ୍ଚଳର ମୋର ଜଣେ ସହଯୋଗୀ ଯାଇଥାନ୍ତେ। ଏହି ସମୟରେ ମୁହଁରେ ଗାମୁଛା ପକାଇ ଦୁଇ ଜଣ ବାଇକରେ ଆସିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁଳି ଚଳାଇଥିଲେ। ଗୁଳିଟା ମୋ ପାର୍ଶ୍ୱଦେଇ ପଳାଇଲା। ମୁଁ ବୋଉଲୋ କହି ପଳାଇ ଆସିଲି। ସେହି ସମୟରେ ଗାଡି ଭିତରେ ମଙ୍ଗୁଳି ଜେନାଙ୍କୁ ୨ ରାଉଣ୍ଡ ଗୁଳି ହୋଇଥିଲା। ସେ ଗାଡି ଭିତରେ ଟଳି ପଡିଥିଲେ।’

ହତ୍ୟାକାଣ୍ଡକୁ ନେଇ ସୋମବାର ଦିନତମାମ ଉତ୍ତେଜନା ଲାଗି ରହିଥିବାବେଳେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିବା ସହ ଭୁବନେଶ୍ୱରରେ ଡିଜିପିଙ୍କ କ୍ୟାମ୍ପ୍‌ ଅଫିସ୍‌ରେ ଖବରଦାତା ସମ୍ମିଳନୀ କରି ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି।  ସେ କହିଛନ୍ତି, ଅଭିଯୋଗରେ ନିର୍ଦ୍ଦିଷ୍ଟ ଲୋକଙ୍କ ନଁା ରହିଛି।  ପୋଲିସର ପ୍ରଥମ ଲକ୍ଷ୍ୟ ହତ୍ୟାକାରୀ ଓ ଆତତାୟୀଙ୍କୁ ଗିରଫ କରିବା। ଏଥପାଇଁ ଖୋର୍ଦ୍ଧା ଆଦର୍ଶ ଥାନାର ଆଇଆଇସିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଆଇଆଇସିଙ୍କୁ ସହାୟତା ପାଇଁ ୪ ଟିମ ଗଠନ ହୋଇଛି। କଟକ କ୍ରାଇମ୍‌ବ୍ରାଞ୍ଚର ସାଇବର ସେଲ ଟିମ୍‌ ଓ ସାଇଣ୍ଟଫିକ୍‌ ଟିମ ତଦନ୍ତରେ ସହଯୋଗ କରୁଛି। ନିର୍ବାଚନକୁ କିପରି ଶାନ୍ତିଶୃଙ୍ଖଳାର ସହ ଶେଷ କରାଯିବ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।  ତେବେ ଏହି ଘଟଣାରେ ରାଜନୈତିକ ସମ୍ପୃକ୍ତି ଥିବା ଅଭିଯୋଗ ରହିଥିବାରୁ ତାହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି।  ଘଟଣାସ୍ଥଳରେ ଲାଗିଥିବା ୨ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ତେବେ ଗୋଟିଏ ଫୁଟେଜ୍‌ କ୍ଲିଅର ନାହିଁ। ତୁରନ୍ତ ହତ୍ୟାକଣ୍ଡର ପର୍ଦ୍ଦାଫାଶ ହେବ ବୋଲି ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ବିଜେଡିର ସମ୍ପୃକ୍ତି ଅଭିଯୋଗ ଆଣିଲା ଭାଜପା  

ରାଜନୈତିକ ବିବାଦ ଓ ଶତ୍ରୁତାରୁ ଭାଜପା ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବାବେଳେ ଏ ନେଇ ମଧ୍ୟ ମୃତକଙ୍କ ଭାଇ ଥାନାରେ କରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ହତ୍ୟାକାଣ୍ଡରେ ବିଜେଡିର ହାତ ରହିଥିବା ଭାଜପା ମୁଖପାତ୍ର ସୁଦୀପ୍ତ ରାୟ ଓ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ କାଳୁ ଖଣ୍ଡେଇତରାୟ ଅଭିଯୋଗ ଆଣିଛନ୍ତି। ମାତ୍ର ବିଜେଡି ପ୍ରାର୍ଥୀ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏହାକୁ ଖଣ୍ଡନ କରିଛନ୍ତି। ମିତ୍ରଙ୍କ କହିବାନୁସାରେ, ବିଜେଡି ଭଲ ସ୍ଥିତିରେ ଅଛି। ଭୋଟରଙ୍କୁ ବିଭ୍ରାନ୍ତ ଓ ବିଜେଡିକୁ ବଦନାମ କରିବାକୁ ଯୋଜନାବଦ୍ଧ ଭାବେ ଭାଜପା ଷଡ଼ଯନ୍ତ୍ର କରିଛି। ତେବେ ଏହା ଏକ ନିନ୍ଦନୀୟ ଘଟଣା। ସବୁ ପ୍ରକାରର ତଦନ୍ତକୁ ବିଜେଡି ସ୍ବାଗତ କରୁଛି। ଏଥିରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ମିତ୍ର ଦାବି କରିଛନ୍ତି।

All Right Reserved By

ରାଜ୍ୟ |

 କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଶୁକ୍ରବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା  ଅନୁଷ୍ଠିତ ହୋଇଛି। 

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ,୧୯।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ତହସିଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ଶୁକ୍ରବାର ଜୁନାଗଡ ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। 

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଭୋଗରାଇ,୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଭିନ୍ନ ସ୍ଥାନରୁ ଶୁକ୍ରବାର ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ଓ ପୋଲିସ ଫୋର୍ସ ଅଚାନକ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ୭ଜଣ ଚୋରା ମଦ ବିକ୍ରେତାଙ୍କୁ ଗିରଫ କରିଛନ୍ତି। 

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

ପଦ୍ମପୁର, ୧୯।୪ (ଡି.ଏନ.ଏ.) - ଭଦ୍ରକ ବ୍ଲକ ଅଧୀନ ସାବରଙ୍ଗଠାରେ ବିଜେଡିର ବିଧାନସଭା ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରୋଡ୍‌ ଶୋ କରି ନିର୍ବାଚନ ପ୍ରଚାର କରିଛନ୍ତି। 

ଖଜଣା ଦେଇ ଚିନ୍ତାରେ ଚାଷୀ

ଖଜଣା ଦେଇ ଚିନ୍ତାରେ ଚାଷୀ

କେନ୍ଦୁଝର, ୧୯।୪(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସିଲିସୁଆଁ ଗ୍ରାମର ଚାଷୀମାନେ ବିନା କାରଣରେ ଜଳ କର ଓ ଜମି ଖଜଣା ଦେଉଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ରେଳପଥ ନିର୍ମାଣ ପାଇଁ ଜମି ଦେଇଛନ୍ତି। 

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୫ ଲୋକ ସଭା ଓ ୩୫ ବିଧାନସଭା ଲାଗି ଭୋଟଗ୍ରହଣ କରାଯାଇଥିଲା। ତେବେ ଏହି ପର୍ଯ୍ୟାୟରେ ପ୍ରାୟ ୭୨% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଆନନ୍ଦପୁର,୧୯।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ୍‌ ୨୩ରେ ଉଭୟ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ହେବ।

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଚର୍ଚ୍ଚରେ ଶୁକ୍ରବାର ଗୁଡ୍‌ ଫ୍ରାଇଡେ ଧୁମଧାମରେ ପାଳନ କରାଯାଇଛିା 

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ.): ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟୟ ମତଦାନ ଗୁରୁବାର ଶେଷ ହୋଇଛି । 

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଫୁଲବାଣୀ ଅଫିସ,୧୯।୪: ରାଜ୍ୟରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ବାରାହାଲାରେ ମାଓବାଦୀଙ୍କ ଭୟ ସତ୍ତ୍ୱେ ଭଲ ମତଦାନ ହୋଇଛି। 

ଦନ୍ତାହାତୀର ତାଣ୍ଡବ:  ତିନି ପରିବାରର ଭାଙ୍ଗିଲା ଘର

ଦନ୍ତାହାତୀର ତାଣ୍ଡବ: ତିନି ପରିବାରର ଭାଙ୍ଗିଲା ଘର

ପରଜଙ୍ଗ,୧୯।୪(ଡି.ଏନ୍‌.ଏ. ):  ଢେଙ୍କାନାଳ ବନଖଣ୍ଡ  ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  ଜଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ତାଣ୍ଡବ ଦେଖିବାକୁ ମିଳିଛି।

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରି,୧୯।୪(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ଶୋ’ କରିଛନ୍ତି। ପୂର୍ବାହ୍ନ ୧୧.୪୫ରେ ସାତପଡ଼ାରୁ ବାହାରି ବ୍ରହ୍ମଗିରି ଦେଇ ପୁରୀ ଅଭିମୁଖେ ଗସ୍ତ କରିଥିଲେ। 


Model This Week

କ୍ରିଷ୍ଣା
Why Dharitri