ରାଜ୍ୟ |

ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’ ଟ୍ରାଫିକ ମାର୍ଗଦର୍ଶିକା ଜାରି କଲା କମିଶନରେଟ ପୋଲିସ

ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’  ଟ୍ରାଫିକ ମାର୍ଗଦର୍ଶିକା ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ୱର,୧୬ା୪ (ବ୍ୟୁରୋ)- ଆସନ୍ତା ୨୩ ତାରିଖ ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ଅନ୍ୟ କେତେକ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ମଙ୍ଗଳବାର ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ସକାଳ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ସମ୍ବଲପୁର ଯିବେ। ସେଠାରେ ରୋଡ୍‌ ଶୋ’ କରିବା ସହ ଦଳୀୟ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ। ଅପରାହ୍ନ ପ୍ରାୟ ୫ଟାରେ ସେ ଭୁବନେଶ୍ୱର ଫେରିବେ। ଏୟାରପୋର୍ଟ ଛକରୁ ତାଙ୍କୁ ରୋଡ୍‌ ଶୋ’ରେ ବରମୁଣ୍ଡା ପଡିଆ ସଭାସ୍ଥଳ ପର୍ଯ୍ୟନ୍ତ ନିଆଯିବ। ସେଠାରେ ସେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଏହି ଗସ୍ତକୁ ନେଇ  ପୋଲିସ ଡିଜି ଇନ୍‌ଚାର୍ଜ ବି. କେ. ଶର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର କ୍ୟାମ୍ପ ଅଫିସରେ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ କେନ୍ଦ୍ରୀୟ ଏସ୍‌ପିଜି (ସ୍ପେଶାଲ ପ୍ରୋଟେକ୍ଟସନ ଗ୍ରୁପ) ଆଇଜିଙ୍କ ସମେତ ରାଜ୍ୟ ପୋଲିସ ବରିଷ୍ଠ ଅଧିକାରୀମାନେ  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ରୋଡ୍‌ ଶୋ ଏବଂ ସଭାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ନେଇ ଆଲୋଚନା କରାଯାଇଛି।

ବୈଠକରୁ ମିଳିଥିବା ସୂଚନାନୁସାରେ, ବିମାନବନ୍ଦରରୁ ବରମୁଣ୍ଡା ପଡିଆ ପର୍ଯ୍ୟନ୍ତ ରୋଡ୍‌ ଶୋ ପାଇଁ ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟ୍ରାଫିକ ନିୟମରେ ପରିବର୍ତ୍ତନ କରାଯାଇଛି। ୧୬ ନମ୍ବର ଜାତୀୟ ରାଜପଥ ଦେଇ ଖୋର୍ଦ୍ଧା ପଟୁ ଭୁବନେଶ୍ୱର ଆସୁଥିବା ଭାରିଯାନଗୁଡିକ ପିତାପଲ୍ଲୀ ଛକ ଅଞ୍ଚଳରେ ପାର୍କିଂ କରାଯିବ। ସେହିପରି କଟକରୁ ଭୁବନେଶ୍ୱର ଆସୁଥିବା ଭାରିଯାନଗୁଡିକୁ ମଙ୍ଗୁଳି ଛକ ଅଞ୍ଚଳରେ ପାର୍କିଂ କରାଯିବ। କଟକରୁ ଭୁବନେଶ୍ୱର ଆଡକୁ ଆସୁଥିବା ଚାରି ଚକିଆ ଓ ଦୁଇ ଚକିଆ ଯାନଗୁଡିକ କଟକ ବାଲିକୁଦା ଛକରୁ ତ୍ରିଶୁଳିଆ, ବାରଙ୍ଗ, ଚନ୍ଦକା ଦେଇ ପିତାପଲ୍ଲୀ ଆସିବାକୁ କୁହାଯାଇଛି। ଅନ୍ୟପକ୍ଷରେ କଟକରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀବାହି ବସ୍‌ ୧୬ ନମ୍ବର ଜାତୀୟ ରାଜପଥ ଫ୍ଲାଏ ଓଭର ଦେଇ ଖଣ୍ଡଗିରି ଛକରୁ ଡାହାଣକୁ ବୁଲି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପହଞ୍ଚତ୍ବାକୁ ସୂଚନା ଦିଆଯାଇଛି। ଏଥିସହ ଟ୍ରାଫିକ ସମସ୍ୟାରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଜରୁରୀ ଆବଶ୍ୟକତା ନ ଥିଲେ ଜାତୀୟ ରାଜପଥ ନଂ.୧୬କୁ ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବ୍ୟବହାର ନ କରିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୩୦ ଜଣ ପୋଲିସ ଅଫିସର ମୁତୟନ ହେବେ। ଏସ୍‌ପିଓ ଆଇଜି ଏବଂ ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ୪ ଜଣ ଅତିରିକ୍ତ ଡିସିପି ର଼୍ୟାଙ୍କ୍‌ର ଅଫିସର ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ ବୋଲି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ସୋମବାର ଅପରାହ୍ନରେ ମକ୍‌ଡ୍ରିଲ ଓ କାର୍‌ କେଡ୍‌ ରିହଲସାଲ କରାଯାଇଥିବାବେଳେ ପୁନର୍ବାର ଏହା ମଙ୍ଗଳବାର ସକାଳେ କରାଯିବ। ଏଥିରେ ମେଡିକାଲ ଟିମ୍‌ ସହ ଅନ୍ୟ ଗାଡ଼ିଗୁଡିକ ରହିବ।

All Right Reserved By

ରାଜ୍ୟ |

 କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଶୁକ୍ରବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା  ଅନୁଷ୍ଠିତ ହୋଇଛି। 

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ,୧୯।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ତହସିଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ଶୁକ୍ରବାର ଜୁନାଗଡ ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। 

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଭୋଗରାଇ,୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଭିନ୍ନ ସ୍ଥାନରୁ ଶୁକ୍ରବାର ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ଓ ପୋଲିସ ଫୋର୍ସ ଅଚାନକ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ୭ଜଣ ଚୋରା ମଦ ବିକ୍ରେତାଙ୍କୁ ଗିରଫ କରିଛନ୍ତି। 

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

ପଦ୍ମପୁର, ୧୯।୪ (ଡି.ଏନ.ଏ.) - ଭଦ୍ରକ ବ୍ଲକ ଅଧୀନ ସାବରଙ୍ଗଠାରେ ବିଜେଡିର ବିଧାନସଭା ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରୋଡ୍‌ ଶୋ କରି ନିର୍ବାଚନ ପ୍ରଚାର କରିଛନ୍ତି। 

ଖଜଣା ଦେଇ ଚିନ୍ତାରେ ଚାଷୀ

ଖଜଣା ଦେଇ ଚିନ୍ତାରେ ଚାଷୀ

କେନ୍ଦୁଝର, ୧୯।୪(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସିଲିସୁଆଁ ଗ୍ରାମର ଚାଷୀମାନେ ବିନା କାରଣରେ ଜଳ କର ଓ ଜମି ଖଜଣା ଦେଉଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ରେଳପଥ ନିର୍ମାଣ ପାଇଁ ଜମି ଦେଇଛନ୍ତି। 

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୫ ଲୋକ ସଭା ଓ ୩୫ ବିଧାନସଭା ଲାଗି ଭୋଟଗ୍ରହଣ କରାଯାଇଥିଲା। ତେବେ ଏହି ପର୍ଯ୍ୟାୟରେ ପ୍ରାୟ ୭୨% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଆନନ୍ଦପୁର,୧୯।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ୍‌ ୨୩ରେ ଉଭୟ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ହେବ।

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଚର୍ଚ୍ଚରେ ଶୁକ୍ରବାର ଗୁଡ୍‌ ଫ୍ରାଇଡେ ଧୁମଧାମରେ ପାଳନ କରାଯାଇଛିା 

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ.): ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟୟ ମତଦାନ ଗୁରୁବାର ଶେଷ ହୋଇଛି । 

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଫୁଲବାଣୀ ଅଫିସ,୧୯।୪: ରାଜ୍ୟରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ବାରାହାଲାରେ ମାଓବାଦୀଙ୍କ ଭୟ ସତ୍ତ୍ୱେ ଭଲ ମତଦାନ ହୋଇଛି। 

ଦନ୍ତାହାତୀର ତାଣ୍ଡବ:  ତିନି ପରିବାରର ଭାଙ୍ଗିଲା ଘର

ଦନ୍ତାହାତୀର ତାଣ୍ଡବ: ତିନି ପରିବାରର ଭାଙ୍ଗିଲା ଘର

ପରଜଙ୍ଗ,୧୯।୪(ଡି.ଏନ୍‌.ଏ. ):  ଢେଙ୍କାନାଳ ବନଖଣ୍ଡ  ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  ଜଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ତାଣ୍ଡବ ଦେଖିବାକୁ ମିଳିଛି।

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରି,୧୯।୪(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ଶୋ’ କରିଛନ୍ତି। ପୂର୍ବାହ୍ନ ୧୧.୪୫ରେ ସାତପଡ଼ାରୁ ବାହାରି ବ୍ରହ୍ମଗିରି ଦେଇ ପୁରୀ ଅଭିମୁଖେ ଗସ୍ତ କରିଥିଲେ। 


Model This Week

କ୍ରିଷ୍ଣା
Why Dharitri