ରାଜ୍ୟ |

ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା : ଓୟୁଏଟିରେ କାର୍ଯ୍ୟରତ ସୁପରଭାଇଜର ଗିରଫ

ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା : ଓୟୁଏଟିରେ କାର୍ଯ୍ୟରତ ସୁପରଭାଇଜର ଗିରଫ

ଭୁବନେଶ୍ୱର,୧୬ା୪ (ବ୍ୟୁରୋ)- ରାଜଧାନୀରେ ବନ୍ଧୁକ କାରଖାନା। ପୁଣି କମିଶନରେଟ ପୋଲିସ ଇଲାକାର ଏକ ସରକାରୀ କ୍ୱାର୍ଟରରେ ଚାଲିଥିଲା ବନ୍ଧୁକ ତିଆରି। ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଓୟୁଏଟି କଲୋନୀ ପ୍ଲଟ୍‌ ନଂ.ଓ୍ବାନ୍‌ଆର୍‌ ୧/୬ରେ ପୋଲିସ ଚଢ଼ାଉ କରି ବନ୍ଧୁକ କାରଖାନା ଠାବ କରିଛି। ସେଠାରୁ ୩ଟି ଅର୍ଦ୍ଧ ନିର୍ମିତ ବନ୍ଧୁକ, ୩୫ ଗୁଳି, କିଛି ପୁରୁଣା ଅଫୁଟା ଗୁଳି, ଗୁଳି ତିଆରି ପାଇପ, ବାରୁଦ, ଖଣ୍ଡା ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି। ଏଥିସହ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ଓୟୁଏଟିରେ କାର୍ଯ୍ୟରତ ସୁପରଭାଇଜର ନୃସିଂହ ନାୟକଙ୍କୁ ଗିରଫ କରିଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।  ନୃସିଂହଙ୍କ ଘର ଖଣ୍ଡଗିରି ସରକନ୍ତରା ଅଞ୍ଚଳରେ ହୋଇଥିବା ବେଳେ ସେ ପାଇଥିବା ଓୟୁଏଟି ସରକାରୀ କ୍ୱାର୍ଟର୍ସରେ ରହି ଏହି କାରଖାନା ଚଳାଇଥିଲେ। ତେବେ ନୃସିଂହଙ୍କ ଘରୁ ପୋଲିସ ଏକ ଡାଏରୀ ଜବତ କରିଛି। ସେଥିରେ ଏକାଧିକ ଅପରାଧୀ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ସହ ବନ୍ଧୁକ ଗ୍ରାହକଙ୍କ ନାମ ରହିଛି।  ସେ କଞ୍ଚାମାଲ କେଉଁଠୁ ଆଣୁଥିଲେ ଓ ପୂର୍ବରୁ କେଉଁମାନଙ୍କୁ ବନ୍ଧୁକ ବିକ୍ରି କରିଛନ୍ତି ତାହା ଉକ୍ତ ଡାଏରୀ ପର୍ଦ୍ଦାଫାଶ କରିବ। ଏ ନେଇ ଅଧିକ ଖୋଳତାଳ ଚାଲିଥିବା ପୋଲିସ କହିଛି।

ସହଯୋଗ କରୁଥିଲେ ପରିବାର ଲୋକ

ତଦନ୍ତରୁ ମିଳିଥିବା ସୂଚନାନୁସାରେ, ନୃସିଂହଙ୍କ ବାପା ଗଁା ଗଣ୍ଡଗୋଳ ପାଇଁ ବୋମା ତିଆରି କରନ୍ତି। ସେ ପୂର୍ବରୁ ଅସାମାଜିକ ଯୁବକ ଓ ଅପରାଧୀମାନଙ୍କୁ ବୋମା ବିକ୍ରି କରୁଥିଲେ। ଏଥିରେ ତାଙ୍କ ପରିବାର ସଦସ୍ୟ ସହଯୋଗ କରନ୍ତି। ୨୦୦୪ରେ ନୃସିଂହଙ୍କର ଜଣେ ଭାଇ ବୋମା ଭିଡୁଥିବାବେଳେ ବିସ୍ଫୋରଣ ଯୋଗୁ ପ୍ରାଣ ହରାଇଥିଲେ। ନୃସିଂହ ବାପାଙ୍କଠାରୁ ବୋମା ଭିଡ଼ିବା ଶିକ୍ଷା କରିବା ପରେ ନିଜେ ଏହାକୁ ପେସା କରିଦେଇଥିଲେ।  ଏହାସହ  ସରକନ୍ତରା ଅଞ୍ଚଳରେ ବୋମା ମାଡ଼ କରିଥିବା ନେଇ ମଧ୍ୟ ତାଙ୍କ ନାମରେ ଅଭିଯୋଗ ରହିଛି। ସେହିଭଳି ଖଣ୍ଡଗିରି ଥାନାରେ ୪ଟି ସଙ୍ଗିନ ମାମଲା ରହିଛି।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରୁ ପ୍ରେରଣା  

ସେ ସରକାରୀ ଚାକିରି କରିଥିଲେ ମଧ୍ୟ ଅଧିକ ଟଙ୍କା ରୋଜଗାର ଆଶାରେ ବନ୍ଧୁକ ତିଆରି ଆରମ୍ଭ କରିଥିଲେ। ସେ ପ୍ରଥମେ ଏକ ଦେଶୀ କଟ୍ଟା ବନ୍ଧୁକ କିଣିଥିଲେ। ଏହାକୁ ସେ ବାରମ୍ବାର ଖୋଲି ଦେଖିବା ପରେ ବ୍ୟବହୃତ ଯନ୍ତ୍ରାଂଶ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ। ହେଲେ ବନ୍ଧୁକ ତିଆରିର ସମ୍ପୂର୍ଣ୍ଣ ଜ୍ଞାନ ପାଇପାରି ନ ଥିଲେ। ପରବର୍ତ୍ତୀ ସମୟରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ତାଙ୍କୁ ପ୍ରେରଣା ଦେଇଥିଲା। ଏହାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ୟୁଟ୍ୟୁବ୍‌ରୁ ପାର୍ସଲ ବୋମା ପ୍ରସ୍ତୁତି ଶିଖିଥିବା ଜାଣିବା ପରେ ସେ ବନ୍ଧୁକ ଓ ଗୁଳି ତିଆରି ପାଇଁ ୟୁଟ୍ୟୁବ୍‌ର ସାହାରା ନେଇଥିଲେ। ଗୁଳି ପାଇଁ ଖୋର୍ଦ୍ଧା ନିକଟ ତାପଙ୍ଗ ମୁଣ୍ଡିଆ, ବେଗୁନିଆ ଓ କଳାପଥର ଅଞ୍ଚଳରୁ ବିଭିନ୍ନ ପ୍ରକାର ବାରୁଦ ସଂଗ୍ରହ କରିଥିଲେ। ବନ୍ଧୁକ ନିର୍ମାଣ ବେଳେ ଯେଉଁଠି ଭୁଲି ଯାଉଥିଲେ ୟୁଟ୍ୟୁବ୍‌ ଦେଖୁଥିଲେ। 

୪ ହଜାର ଟଙ୍କାରେ ବିକ୍ରି କରୁଥିଲେ

ପୂର୍ବରୁ ଅପରାଧୀଙ୍କ ସହ ସମ୍ପର୍କରେ ଥିବାରୁ ନୃସିଂହ ବନ୍ଧୁକ ତିଆରି କରିବା ପରେ ବିକ୍ରି କରିବାରେ ଅସୁବିଧା ହୋଇ ନ ଥିଲା। ବିଭିନ୍ନ ଗ୍ୟାଙ୍ଗ୍‌ର ଲିଡରଙ୍କୁ ୪ହଜାର ଟଙ୍କାରେ ବନ୍ଧୁକ ବିକ୍ରି କରୁଥିଲେ। ଗୁଳିର ଦାମ୍‌ ଅଲଗା ରହୁଥିଲା। ଏଥିରୁ ସେ ପ୍ରାୟ ମାସକୁ ୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରୁଥିଲେ।  ଏପରିକି ବିଭିନ୍ନ ଜିଲାର ଅପରାଧୀ ଓ ବନ୍ଧୁକ ବ୍ୟବସାୟୀମାନେ ମଧ୍ୟ ନୃସିଂହଙ୍କ ସହିତ ଯୋଗାଯୋଗ କରି କାରବାର କରୁଥିଲେ।  ଚାଉଳ ଓ ପରିବା ବ୍ୟାଗ୍‌ ଭିତରେ ବନ୍ଧୁକ ଚାଲାଣ ହେଉଥିଲା।  ଏସବୁ କାରବାର ଅତି ଚତୁରତାର ସହ ହେଉଥିଲା। ବିଶେଷ କରି ସେ ରହୁଥିବା ସରକାରୀ କ୍ୱାର୍ଟର୍ସକୁ କାହାକୁ ଛାଡୁ ନ ଥିଲେ। ବିକ୍ରି ସମୟରେ ସେ ଓୟୁଏଟି କ୍ୟାମ୍ପସ ନିକଟରେ ଏକ ନିଛାଟିଆ ସ୍ଥାନରେ ଛିଡା ହୋଇ ବ୍ୟାଗ୍‌ ଭିତରେ ଦେଉଥିଲେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।

କେମିତି ଧରାପଡିଲେ

ନୃସିଂହ ଦୀର୍ଘଦିନ ହେବ ଉକ୍ତ ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା ଚଳାଉଥିଲେ।   ତାଙ୍କ ସ୍ତ୍ରୀ ଏସବୁ ଜାଣିବା ପରେ ତାଙ୍କୁ ବାରଣ କରିଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲେ। ବନ୍ଧୁକ ନୁହେଁ, ବୋମା ତିଆରି କରୁଥିବା କହିଥିଲେ। ଯେଉଁ ଘରେ ସେ ବନ୍ଧୁକ ତିଆରି କରୁଥିଲେ ସେଥିରେ ସବୁବେଳେ ତାଲା ପକାଯାଉଥିଲା।  ସବୁଦିନ ପରି ରବିବାର ରାତିରେ ସେ ଘର ଭିତରେ ବନ୍ଧୁକ ତିଆରି କରି ଯାଞ୍ଚ କରୁଥିବାବେଳେ ଅସାବଧାନତାବଶତଃ ଗୁଳି ଫୁଟି ଯାଇଥିଲା। ପ୍ରଚଣ୍ଡ ଶବ୍ଦ ହେବାରୁ  ପଡୋଶୀ ଲୋକେ ଏହା ଶୁଣି ପୋଲିସକୁ ଖବର ଦେଇଥିଲେ। ଖଣ୍ଡଗିରି ପୋଲିସ ସେଠାରେ ଚଢ଼ାଉ କରି ବନ୍ଧୁକ କାରଖାନା ଠାବ କରିଥିଲା। 

All Right Reserved By

ରାଜ୍ୟ |

 କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଶୁକ୍ରବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା  ଅନୁଷ୍ଠିତ ହୋଇଛି। 

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ,୧୯।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ତହସିଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ଶୁକ୍ରବାର ଜୁନାଗଡ ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। 

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଭୋଗରାଇ,୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଭିନ୍ନ ସ୍ଥାନରୁ ଶୁକ୍ରବାର ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ଓ ପୋଲିସ ଫୋର୍ସ ଅଚାନକ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ୭ଜଣ ଚୋରା ମଦ ବିକ୍ରେତାଙ୍କୁ ଗିରଫ କରିଛନ୍ତି। 

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

ପଦ୍ମପୁର, ୧୯।୪ (ଡି.ଏନ.ଏ.) - ଭଦ୍ରକ ବ୍ଲକ ଅଧୀନ ସାବରଙ୍ଗଠାରେ ବିଜେଡିର ବିଧାନସଭା ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରୋଡ୍‌ ଶୋ କରି ନିର୍ବାଚନ ପ୍ରଚାର କରିଛନ୍ତି। 

ଖଜଣା ଦେଇ ଚିନ୍ତାରେ ଚାଷୀ

ଖଜଣା ଦେଇ ଚିନ୍ତାରେ ଚାଷୀ

କେନ୍ଦୁଝର, ୧୯।୪(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସିଲିସୁଆଁ ଗ୍ରାମର ଚାଷୀମାନେ ବିନା କାରଣରେ ଜଳ କର ଓ ଜମି ଖଜଣା ଦେଉଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ରେଳପଥ ନିର୍ମାଣ ପାଇଁ ଜମି ଦେଇଛନ୍ତି। 

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୫ ଲୋକ ସଭା ଓ ୩୫ ବିଧାନସଭା ଲାଗି ଭୋଟଗ୍ରହଣ କରାଯାଇଥିଲା। ତେବେ ଏହି ପର୍ଯ୍ୟାୟରେ ପ୍ରାୟ ୭୨% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଆନନ୍ଦପୁର,୧୯।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ୍‌ ୨୩ରେ ଉଭୟ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ହେବ।

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଚର୍ଚ୍ଚରେ ଶୁକ୍ରବାର ଗୁଡ୍‌ ଫ୍ରାଇଡେ ଧୁମଧାମରେ ପାଳନ କରାଯାଇଛିା 

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ.): ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟୟ ମତଦାନ ଗୁରୁବାର ଶେଷ ହୋଇଛି । 

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଫୁଲବାଣୀ ଅଫିସ,୧୯।୪: ରାଜ୍ୟରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ବାରାହାଲାରେ ମାଓବାଦୀଙ୍କ ଭୟ ସତ୍ତ୍ୱେ ଭଲ ମତଦାନ ହୋଇଛି। 

ଦନ୍ତାହାତୀର ତାଣ୍ଡବ:  ତିନି ପରିବାରର ଭାଙ୍ଗିଲା ଘର

ଦନ୍ତାହାତୀର ତାଣ୍ଡବ: ତିନି ପରିବାରର ଭାଙ୍ଗିଲା ଘର

ପରଜଙ୍ଗ,୧୯।୪(ଡି.ଏନ୍‌.ଏ. ):  ଢେଙ୍କାନାଳ ବନଖଣ୍ଡ  ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  ଜଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ତାଣ୍ଡବ ଦେଖିବାକୁ ମିଳିଛି।

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରି,୧୯।୪(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ଶୋ’ କରିଛନ୍ତି। ପୂର୍ବାହ୍ନ ୧୧.୪୫ରେ ସାତପଡ଼ାରୁ ବାହାରି ବ୍ରହ୍ମଗିରି ଦେଇ ପୁରୀ ଅଭିମୁଖେ ଗସ୍ତ କରିଥିଲେ। 


Model This Week

କ୍ରିଷ୍ଣା
Why Dharitri