ଖେଳ |

ଆଇପିଏଲ୍‌: ତୃତୀୟ ସ୍ଥାନରେ ମୁମ୍ବାଇ

ଆଇପିଏଲ୍‌: ତୃତୀୟ ସ୍ଥାନରେ ମୁମ୍ବାଇ

ମୁମ୍ବାଇ,୧୬।୪ (ପି.ଟି.)- ଡେଥ୍‌ ଓଭର ସ୍ପେଶାଲିଷ୍ଟ ଲସିଥ ମାଲିଙ୍ଗା  ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୧ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଗୋଟିଏ ଓଭର ବାକିଥାଇ ୫ ଉଇକେଟରେ ପରାସ୍ତ କରିଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ୭ ଉଇକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା। ଜବାବରେ ମୁମ୍ବାଇ ୧୯ ଓଭରରେ ୫ ଉଇକେଟ ହରାଇ ୧୭୨ ରନ କରି ବିଜୟୀ ହୋଇଥିଲା। ମୁମ୍ବାଇ ୮ ମ୍ୟାଚ୍‌ ଖେଳି ୫ ବିଜୟ ଓ ୩ ପରାଜୟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ବାଙ୍ଗାଲୋର ୮ ମ୍ୟାଚରୁ ଗୋଟିଏ ବିଜୟ, ୭ଟି ପରାଜୟ ସହ ୨ ପଏଣ୍ଟରେ ସ୍ଥିର ରହି ତାଲିକାର ନିମ୍ନରେ ରହିଛି। ୩୧ ରନ ବ୍ୟୟ କରି ମୂଲ୍ୟବାନ ୪ ଉଇକେଟ ଅକ୍ତିଆର କରିଥିବା ମୁମ୍ବାଇ ଅଭିଜ୍ଞ ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। 

୧୭୨ ରନ ଟାର୍ଗେଟର ପିଛା କରିଥିବା ମୁମ୍ବାଇ ପକ୍ଷରୁ ଓପନର ତଥା ଅଧିନାୟକ ରୋହିତ ଶର୍ମା ଓ ଉଇକେଟକିପର କ୍ୱିଣ୍ଟନ ଡି’କକ୍‌ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ ୭୦ ରନର ଓପନିଂ ପାର୍ଟନରଶିପ୍‌ ସ୍ଥାପନ କରିଥିଲେ। ରୋହିତ ୧୯ ବଲରୁ ୨ ଚୌକା ଓ ୨ ଛକା ସହ ୨୮ ଓ ଡି’କକ୍‌ ୨୬ ବଲରୁ ୫ ଚୌକା ଓ ୨ ଛକା ସହ୪୦ ରନ କରି ମୋଇନ ଅଲିଙ୍କ ଦ୍ୱାରା ଆଉଟ ହୋଇଥିଲେ। ୯ ବଲରୁ ୩ ଛକା ସହ ୨୧ ରନ କରି ଇଶାନ କିଷନ ଓ ୨୩ ବଲରୁ ୨ ଚୌକା ଓ ୧ ଛକା ସହ ୨୯ ରନ କରି ସୂର୍ଯ୍ୟକୁମାର ଯାଦବ ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। ଏହାପରେ କ୍ରୁନାଲ ପାଣ୍ଡ୍ୟା ମାତ୍ର ୧୧ ରନକରି ମହମ୍ମଦ ସିରାଜଙ୍କ ଦ୍ୱାର ଆଉଟ ହେବା ପରେ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ୩୭ ରନ (୧୬ବଲ, ୫ ଚୌକା, ୨ ଛକା)କରି ଦଳକୁ ବିଜୟୀ କରାଇଥିଲୋ। ୧୯ ତମ ଓଭରରେ ହାର୍ଦ୍ଦିକ ପବନ ନେଗୀଙ୍କୁ ନିର୍ଧୁମ ପ୍ରହାର କରି ୨୧ ରନ କରି ଦଳକୁ ଜିତାଇଥିଲେ। ବାଙ୍ଗାଲୋର ତରଫରୁ ବୋଲିଂରେ ଚହଲ ଓ ମୋଇନ ଦୁଇଟି ଲେଖାଏ, ସିରାଜ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଚମକହୀନ ପ୍ରଦର୍ଶନ କରିଥିଲା। ଓପନର ପାର୍ଥତ୍ବ ପଟେଲ, ଅଭିଜ୍ଞ ଡିଭିଲର୍ସ ଓ ମୋଇନ ଅଲିଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ବିଫଳ ହୋଇଥିଲେ। ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଡେଥ୍‌ ଓଭରରେ ପୁଣି କମାଲ ଦେଖାଇଥିଲେ। ଅନ୍ତିମ ଓଭରରେ ୩ ଉଇକେଟ ନେବା ସହ ସେ ମୋଟ ୪ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ। ମାର୍କସ ଷ୍ଟୋଇନିସ, ପବନ ନେଗୀ, ଉମେଶ ଯାଦବ ଓ ମହମ୍ମଦ ସିରାଜ ଖାତା ଖୋଲିପାରି ନ ଥିଲେ। ଉମେଶ ଓ ସିରାଜ ଅପରାଜିତ ରହିଥିଲେ। ଅଧିନାୟକ ବିରାଟ ିଙ୍କୁ ହରାଇ ବାଙ୍ଗାଲୋର ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ୮ ରନ କରିଥିବା ବେଳେ କୋହଲି ଜାସନ ବେହରେନଡର୍ଫଙ୍କ ବଲ୍‌ରେ ଉଇକେଟ କିପର କ୍ୱିଣ୍ଟନ ଡି’କକ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୫୧ଟି ବଲର ସମ୍ମୁଖୀନ ହୋଇ ଡିଭିଲର୍ସ ୬ ଚୌକା ଓ ୪ ଛକା ସହ ୭୫ ରନ କରି ପୁଣି ଥରେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ। ତେବେ ସେ କିରନ ପୋଲାର୍ଡଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ମୋଇନ୍‌ ୩୨ଟି ବଲ ଖେଳି ୧ ଚୌକା, ୫ ଛକା ସହ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତୃତୀୟ ଉଇକେଟ ଯୋଡିରେ ଡିଭିଲର୍ସ ଓ ମୋଇନ ୬୧ ବଲରୁ ୯୫ ରନ ସଂଗ୍ରହ କରିଥିଲେ। ପାର୍ଥତ୍ବ ଦ୍ରୁତ ୨୮ (୨୦ ବଲ, ୪ ଚୌକା, ୧ ଛକା) ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ମୁମ୍ବାଇ ତରଫରୁ ମାଲିଙ୍ଗା ସର୍ବାଧିକ ୪, ବେହରେନଡର୍ଫ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। 

ସଂକ୍ଷିପ୍ତ ସ୍କୋର: 

ବାଙ୍ଗାଲୋର ୨୦ ଓଭରରେ ୧୭୧/୭ (ଡିଭଲର୍ସ- ୭୫, ମୋଇନ- ୫୦, ପାର୍ଥିବ- ୨୮, ମାଲିଙ୍ଗା- ୪/୩୧ ) । 

ମୁମ୍ବାଇ ଇଣ୍ଡିଆନ୍ସ ୧୯ ଓଭରରେ ୧୭୨/୫ (ଡିକକ୍‌- ୪୦, ହାର୍ଦ୍ଦିକ- ୩୭*, ସୂର୍ଯ୍ୟକୁମାର- ୨୯, ରୋହିତ- ୨୮, ଇଶାନ- ୨୧, ଚହଲ- ୨/୨୭, ମୋଇନ- ୨/୧୮, ସିରାଜ- ୧/୨୧)।

All Right Reserved By

ଖେଳ |

ଆଇପିଏଲ୍‌-୧୨:  ରାଜସ୍ଥାନକୁ ଭେଟିବ ମୁମ୍ବାଇ

ଆଇପିଏଲ୍‌-୧୨: ରାଜସ୍ଥାନକୁ ଭେଟିବ ମୁମ୍ବାଇ

ଜୟପୁର,୧୯।୪(ପି.ଟି.)-  ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୬ତମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ଘରୋଇ ରାଜସ୍ଥାନ ରୟାଲ୍ସ ଶନିବାର ମୁହଁାମୁହିଁ ହେବେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ରାଜସ୍ଥାନ ପାଇଁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ବହନ କରୁଛି। ଏପର୍ଯ୍ୟନ୍ତ ରାଜସ୍ଥାନ ଲିଗ୍‌ରେ ୮ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ୬ଟି ପରାଜୟ ସହ ୪ ପଏଣ୍ଟ ସହ ତାଲିକାର ସପ୍ତମ ଅର୍ଥାତ ଶେଷଆଡୁ ଦ୍ୱିତୀୟ ସ୍ଥାନରେ ରହିଛି। 

ଦିଲ୍ଳୀ- ପଞ୍ଜାବ ଫାଇଟ୍‌

ଦିଲ୍ଳୀ- ପଞ୍ଜାବ ଫାଇଟ୍‌

ନୂଆଦିଲ୍ଲୀ,୧୯।୪(ପି.ଟି.)- ଆଇପିଏଲର ୩୭ତମ ମ୍ୟାଚରେ ଘରୋଇ ଦିଲ୍ଲୀ ଡେୟାର ଡେଭିଲ୍ସ ଓ କିଙ୍ଗସ ଇଲେଭେନ୍‌ ପଞ୍ଜାବ ମୁହଁାମୁହିଁ ହେବେ। ସ୍ଥାନୀୟ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଦିଲ୍ଲୀ ପଏଣ୍ଟ ତାଳିକାରେ ଉନ୍ନତି କରିବା ଲକ୍ଷ୍ୟରେ ରହିଛି। ତେବେ ଦିଲ୍ଲୀ ପାଇଁ ଏକାଧିକ ସମସ୍ୟା ରହିଛି। 

   ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତି :    ୭ ଭାରତୀୟ ଖେଳିବେ କାଉଣ୍ଟି କ୍ରିକେଟ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତି : ୭ ଭାରତୀୟ ଖେଳିବେ କାଉଣ୍ଟି କ୍ରିକେଟ

ନୂଆଦିଲ୍ଲୀ, ୧୯ା୪ (ପି.ଟି.)-ଉଦ୍‌ଘାଟନୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସିରିଜ ଜୁଲାଇ ଓ ଅଗଷ୍ଟରେ ଖେଳାଯିବ। ଏଥିଲାଗି ପ୍ରସ୍ତୁତି ପାଇଁ ଭାରତର ୭ ଟେଷ୍ଟ ସ୍ପେଶାଲିଷ୍ଟ  ବିଭିନ୍ନ ଇଂଲିଶ କାଉଣ୍ଟି ଦଳ ସହିତ କେତୋଟି ଗେମ୍‌ ଖେଳିପାରନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନଜରରେ ଥିବା ଏହି ଖେଲାଳିମାନେ ହେଲେ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ପୃଥ୍ବୀ ଶ’, ହନୁମା ବିହାରୀ, ମୟଙ୍କ ଅଗ୍ରଓ୍ବାଲ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଈଶାନ୍ତ ଶର୍ମା। ବିସିସିଆଇର ଜଣେ ସିନିୟର ଅଫିସିଆଲଙ୍କ କହିବା ଅନୁସାରେ ପୂଜାରାଙ୍କ ୟର୍କଶାୟାର ଦଳ ସହିତ ୩ବର୍ଷିଆ ଚୁକ୍ତି ହୋଇ ସାରିଛି। ତେଣୁ ସେ ୟର୍କଶାୟାର ଦଳରୁ ଖେଳିବେ।

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରଙ୍କ ସମଲିଙ୍ଗୀ ବିବାହ

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରଙ୍କ ସମଲିଙ୍ଗୀ ବିବାହ

ମେଲବୋର୍ନ, ୧୯।୪- ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇଜଣ ମହିଳା କ୍ରିକେଟର। ଏହି ୨ଜଣ କ୍ରିକେଟର ହେଲେ ନ୍ୟୁଜିଲାଣ୍ଡ ଜାତୀୟ ମହିଳା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ହେଲୀ ଜେନସେନ ଓ ଅଷ୍ଟ୍ରେଲିଆର ନିକୋଲାସ ହାନକକ୍‌। ନିକୋଲାସ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁ ନ ଥିଲେ ମଧ୍ୟ ଘରୋଇ ପ୍ରତିଯୋଗିତା ମହିଳା ବିଗ୍‌ ବାସ୍‌ ଲିଗ୍‌ରେ ମେଲବୋର୍ନ ଷ୍ଟାରସ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। 

ଏସିଆନ ଚାମ୍ପିୟନଶିପ୍‌ ପ୍ରି-କ୍ୱାର୍ଟରରେ ୨ ଭାରତୀୟ ବକ୍ସର

ଏସିଆନ ଚାମ୍ପିୟନଶିପ୍‌ ପ୍ରି-କ୍ୱାର୍ଟରରେ ୨ ଭାରତୀୟ ବକ୍ସର

ବ୍ୟାଙ୍କକ୍‌, ୧୯।୪(ପି.ଟି.)- ଏସିଆନ ଚାମ୍ପିୟନଶିପ୍‌ରେ ଦୁଇ ଭାରତୀୟ ବକ୍ସର ଦୀପକ ଓ ରୋହିତ୍‌ ଟୋକସ ଭଲ ଆରମ୍ଭ କରି ପ୍ରି-କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି।

ସନ୍ତୋଷ ଟ୍ରଫି ଫାଇନାଲରେ ପଞ୍ଜାବ

ସନ୍ତୋଷ ଟ୍ରଫି ଫାଇନାଲରେ ପଞ୍ଜାବ

ଲୁଧିଆନା, ୧୯।୪(ପି.ଟି.)- ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲରେ ପଞ୍ଜାବ ପ୍ରବେଶ କରିଛି। ଶୁକ୍ରବାର ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଘରୋଇ ପଞ୍ଜାବ ୨-୧ ଗୋଲରେ ଚିରପ୍ରତିଦ୍ୱନ୍ଦ୍ୱୀ ଗୋଆକୁ ପରାସ୍ତ କରିଛି।

ସ୍କଟ୍‌ଲାଣ୍ଡ୍‌ କ୍ରିକେଟର ଲାଙ୍ଗ୍‌ଙ୍କ ଅକାଳ ବିୟୋଗ

ସ୍କଟ୍‌ଲାଣ୍ଡ୍‌ କ୍ରିକେଟର ଲାଙ୍ଗ୍‌ଙ୍କ ଅକାଳ ବିୟୋଗ

ଏଡିନବର୍ଗ, ୧୯।୪- ସ୍କଟ୍‌ଲାଣ୍ଡ କ୍ରିକେଟ ଦଳର ଅଲ୍‌ରାଉଣ୍ଡର କନ୍‌ ଡେ ଲାଙ୍ଗ୍‌ଙ୍କ ଗୁରୁବାର ଅକାଳ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଏକବର୍ଷ ହେବ ବ୍ରେନ ଟ୍ୟୁମରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ନୂଆ  ଇତିହାସର  ପୁରୁଣା  ପୃଷ୍ଠା

ନୂଆ ଇତିହାସର ପୁରୁଣା ପୃଷ୍ଠା

ଜଣେ ବହୁମୁୀ ପ୍ରତିଭାର ଅଧିକାରୀ ତଥା କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ଜେ.ଏମ. ଜୋଆରଦାରଙ୍କ ପ୍ରୟାସରୁ ଆରମ୍ଭ ହୋଇଥିଲା ଓଡ଼ିଶା ଚେସ୍‌ର ପୁରୁଣା ପୃଷ୍ଠା ।

ଗୁଡ୍‌ଲକ୍‌ ଟିମ୍‌ ଇଣ୍ଡିଆ

ଗୁଡ୍‌ଲକ୍‌ ଟିମ୍‌ ଇଣ୍ଡିଆ

୨୦୧୯ ଆଇସିସି ବିଶ୍ୱକପ୍‌ ପାଇଁ ବିରାଟ କୋହଲିଙ୍କ ନେତୃତ୍ୱରେ ଏକ ୧୫ଜଣିଆ ଭାରତୀୟ ଦଳ ନିକଟରେ ଘୋଷିତ ହୋଇଛି। ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। 

ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ମହିଳା କ୍ରିକେଟର

ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ମହିଳା କ୍ରିକେଟର

ସିଡନୀ, ୧୯।୪:  ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା କ୍ରିକେଟର। ନ୍ୟୁଜିଲ୍ୟାଣ୍ଡର ମହିଳା କ୍ରିକେଟର ହ୍ୟାଲି ଜେନସେନ ଅଷ୍ଟ୍ରେଲିଆର ମହିଳା କ୍ରିକେଟର୍‌ ନିକୋଲା ହ୍ୟାନକକ୍‌ଙ୍କୁ ବିବାହ କରିଛନ୍ତି। 

ମୁମ୍ବାଇ ୪୦ ରନରେ ବିଜୟୀ

ମୁମ୍ବାଇ ୪୦ ରନରେ ବିଜୟୀ

ନୂଆଦିଲ୍ଲୀ,୧୯।୪(ପି.ଟି)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୪ତମ ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୦ ରନରେ ପରାସ୍ତ କରିଛି। 

ଜୋକୋଭିଚ୍‌, ନାଡାଲ କ୍ୱାର୍ଟରରେ

ଜୋକୋଭିଚ୍‌, ନାଡାଲ କ୍ୱାର୍ଟରରେ

ମଣ୍ଟେ କାର୍ଲୋ, ୧୯ା୪ (ଏଏଫ୍‌ପି)- ଟପ୍‌ ସିଡ୍‌ ନୋଭାକ ଜୋକୋଭିଚ୍‌ ଏବଂ ୧୧ଥର ଚାମ୍ପିୟନ ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।  


Model This Week

କ୍ରିଷ୍ଣା
Why Dharitri