ବାଲେଶ୍ୱର

ଆସିଲା ପ୍ରଜନନ ଋତୁ: ୨ମାସ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଆସିଲା ପ୍ରଜନନ ଋତୁ:  ୨ମାସ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ରୂପ୍‌ସା, ୧୫।୪(ଡି.ଏନ.ଏ.)-ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏପ୍ରିଲ ୧୫ରୁ ଜୁନ୍‌ ୧୪ତାରିଖ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ମାରିବା ନିଷେଧାଦେଶ ଜାରି ହୋଇଛି। ଏଥିପାଇଁ ବାଲେଶ୍ୱର ଜିଲା ସଦର ବ୍ଲକ ବାହାବଳପୁର ଓ ବଳରାମଗଡ଼ି ମାଛଧରା କେନ୍ଦ୍ର ସମେତ ଡଗରା, କୀର୍ତ୍ତନିଆ, ତାଳସାରି, ଭୋଗରାଇ ଆଦି ବେଳାଭୂମିରେ ବିଭାଗ ତରଫରୁ ନୋଟିସ ଦିଆଯାଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ମାରିବା ପାଇଁ ମନା କରାଯାଇଛି। ଫଳରେ ୨ମାସ ପାଇଁ ଟ୍ରଲର ମାଲିକ, ଡ୍ରାଇଭର, ହେଲପର, ବରଫ କାରଖାନା, କର୍ମଚାରୀଙ୍କ ସମେତ ସମସ୍ତ ମତ୍ସ୍ୟଜୀବୀ ଜୀବିକା ହରାଇବେ ବୋଲି ମତ୍ସ୍ୟଜୀବୀ ସଂଘ, ବାହାବଳପୁରର ସଭାପତି ବିକାଶ ଦାସ ଓ ସମ୍ପାଦକ ଗୋରାଚାନ୍ଦ ଜେନା କହିଛନ୍ତି। ସାମୁଦ୍ରିକ ସହକାରୀ ମତ୍ସ୍ୟ ଅଧିକାରୀଙ୍କ କହିବାନୁଯାୟୀ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ଏହି ସମୟରେ ୨ମାସ ସମୁଦ୍ରରୁ ମାଛ ନ ମାରିବା ପାଇଁ କଟକଣା ଲାଗୁ ହୋଇଥାଏ। କଇଁଛ ଓ ମାଛମାନଙ୍କର ଅଣ୍ଡା ଦେବା ପାଇଁ ଏହା ପ୍ରକୃଷ୍ଟ ସମୟ। ଭୁଟୁଭୁଟି, ଟ୍ରଲର, ଲଞ୍ଚ, ଗ୍ରୀନଲେଟର ଓ ଦେଶୀଡ଼ଙ୍ଗା ସମୁଦ୍ରରେ ଯା’ଆସ କରିବା ଏବଂ ଜାଲରେ ମାଛ ମାରିବା ଦ୍ୱାରା ପ୍ରଜନନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ମାଛ ଓ କଇଁଁଛ ବଂଶ ଲୋପ ପାଇବାର ଆଶଙ୍କା ରହିଛି। ଏଣୁ ଜୁନ୍‌ ୧୫ ତାରିଖରୁ ପୁଣି ସମୁଦ୍ରରେ ଫିସିଂ ଆରମ୍ଭ ହେଲେ କୌଣସି ସମସ୍ୟା ରହିବ ନାହଁି। 


All Right Reserved By

ବାଲେଶ୍ୱର

ନିର୍ବାଚନ କାର୍ଯ୍ୟରେ ଅବହେଳା: ୪ ସରକାରୀ କର୍ମଚାରୀ ନିଲମ୍ବିତ

ନିର୍ବାଚନ କାର୍ଯ୍ୟରେ ଅବହେଳା: ୪ ସରକାରୀ କର୍ମଚାରୀ ନିଲମ୍ବିତ

ଭଦ୍ରକ ଅଫିସ, ୨୪।୪ - ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ କାର୍ଯ୍ୟରେ ଅବହେଳା କରିଥିବା ୪ ସରକାରୀ କର୍ମଚାରୀଙ୍କୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଜ୍ଞାନରଞ୍ଜନ ଦାସ ବୁଧବାର ନିଲମ୍ବନ କରିଛନ୍ତି। 

ଦୁର୍ଘଟଣାରେ ବୃଦ୍ଧଙ୍କ ଜୀବନ ଗଲା

ଦୁର୍ଘଟଣାରେ ବୃଦ୍ଧଙ୍କ ଜୀବନ ଗଲା

ଭଣ୍ଡାରିପୋଖରୀ, ୨୪।୪ (ଡି.ଏନ.ଏ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ବଜାର ନିକଟରେ ଏକ ବାଇକ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସରସଦା ଦାସସାହି ଗ୍ରାମର ଆନନ୍ଦ ଚନ୍ଦ୍ର ଦାସ(୭୦)। ସେ  ସରସଦା ବଜାରକୁ ଚାଲି ଚାଲି ଆସୁଥିବା ବେଳେ ପଛପଟୁ ଏକ ନମ୍ବର ବିହୀନ ବାଇକ୍‌ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

କେନ୍ଦୁଝର,୨୪ା୪(ସ୍ବ.ପ୍ର.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ଶେଷ ହୋଇଥିବା ବେଳେ କେନ୍ଦୁଝର ଲୋକ ସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହାର ୭୮.୧୬ ପ୍ରତିଶତ ହୋଇଥିବା ଜଣାପଡିଛି ।

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ରେମୁଣା,୨୪।୪(ଡି.ଏନ୍‌.ଏ.): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ରେ ଅନୁଷ୍ଠିତ ହେବ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଜୋରଦାର କରୁଛନ୍ତି। 

ନିର୍ବାଚନମଣ୍ତଳୀର ବିକାଶଧାରାକୁ ଆଗେଇନେବେ କହି ଭୋଟ ମାଗିଲେ  ପ୍ରାର୍ଥୀ

ନିର୍ବାଚନମଣ୍ତଳୀର ବିକାଶଧାରାକୁ ଆଗେଇନେବେ କହି ଭୋଟ ମାଗିଲେ ପ୍ରାର୍ଥୀ

ତିହିଡ଼ି,୨୪ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନମଣ୍ତଳୀରେ କଂଗ୍ରେସ ପକ୍ଷରୁ ବୁଧବାର ୯ଟି ପଞ୍ଚାୟତରେ ନିର୍ବାଚନୀ ପ୍ରଚାର କରାଯାଇଛି।

ଦଳୀୟ ଚିହ୍ନରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କଲେ ବିଜେଡି କର୍ମୀ

ଦଳୀୟ ଚିହ୍ନରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କଲେ ବିଜେଡି କର୍ମୀ

ସିମୁଳିଆ,୨୪।୪(ଡି.ଏନ୍‌.ଏ.): ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନୀ ପ୍ରଚାର ବହୁ ଜୋର୍‌ଦାର ଚାଲୁଛି। 

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ସଜନାଗଡ଼,୨୪।୪(ଡି.ଏନ୍‌.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଜିଲା ନୀଳଗିରି ନିିର୍ବାଚନମଣ୍ଡଳୀ ବଣଭୂଇଁଠାରେ  ଏକ ବିଶାଳ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ବନ୍ତ ହାଟ ପଡ଼ିଆରେ ଭାଜପାର ନିର୍ବାଚନୀ ସଭା: ଯୋଗଦେବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ବନ୍ତ ହାଟ ପଡ଼ିଆରେ ଭାଜପାର ନିର୍ବାଚନୀ ସଭା: ଯୋଗଦେବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ବନ୍ତ,୨୪ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଅଧୀନ ବନ୍ତ ହାଟ ପଡ଼ିଆଠାରେ ବୁଧବାର ଅପରାହ୍ନ ୨ଟାରେ ଭାଜପାର ନିର୍ବାଚନୀ ସଭା ଅନୁଷ୍ଠିତ ହେବ। 

ମୁଁ ବଞ୍ଚିଥିବା ଯାଏ ଓଡ଼ିଶାକୁ ପଛୁଆ ରାଜ୍ୟ ହେବାକୁ ଦେବି ନାହିଁ; ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି ଭାଜପା: ମୁଖ୍ୟମନ୍ତ୍ରୀ

ମୁଁ ବଞ୍ଚିଥିବା ଯାଏ ଓଡ଼ିଶାକୁ ପଛୁଆ ରାଜ୍ୟ ହେବାକୁ ଦେବି ନାହିଁ; ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି ଭାଜପା: ମୁଖ୍ୟମନ୍ତ୍ରୀ

ଭୋଗରାଇ,୨୪।୪(ଡି.ଏନ୍‌.ଏ.): ଓଡ଼ିଶାର ସାଢ଼େ ୪ କୋଟି ଓଡ଼ିଆ ମୋ’ ପରିବାର। ଏଥିପାଇଁ ଓଡ଼ିଶାବାସୀଙ୍କୁ ମୁଁ ପ୍ରିୟ ହୋଇପାରିଛି। ଓଡ଼ିଆ ପରିବାରକୁ କେହି ଅବହେଳା କଲେ ମୁଁ ଚୁପ୍‌ ହୋଇ ବସିବି ନାହିଁ। 

ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ନିଆଁ, ଜଳିଗଲା ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ

ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ନିଆଁ, ଜଳିଗଲା ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ

ସିମୁଳିଆ,୨୪।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନଇବିନ୍ଧା ପଞ୍ଚାୟତ ଅଧୀନ କଇଁଶୀ ଅଞ୍ଚଳରେ ଥିବା ବିସେଶ୍ୱର ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ବୁଧବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। 

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର:  ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକ ଅଫିସ/ବାସୁଦେବପୁର/ବନ୍ତ/ଧାମନଗର, ୨୪।୪ (ଡି.ଏନ.ଏ.) - ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଜିଲା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଦଳୀୟ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରି ଫେରିଛନ୍ତି। 

ଖରାଛୁଟିରେ ରୋଜଗାର

ଖରାଛୁଟିରେ ରୋଜଗାର

ବାଲେଶ୍ୱର ଅଫିସ, ୨୪।୪-ଏବେ ଚାଲିଛି ଖରାଛୁଟି। ଏହି ସମୟରେ ସାଧାରଣତଃ ପିଲାମାନେ ମଉଜମସ୍ତି କରିବାରେ ବ୍ୟସ୍ତ ରହିଥାନ୍ତି। ହେଲେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମିତ୍ରପୁର ଅଞ୍ଚଳରେ କେତେକ ପିଲା ରାସ୍ତାକଡରେ କୋଳି ବିକ୍ରି କରି ରୋଜଗାର କରୁଥିବା ଦେଖିବାକୁ ମିଳିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri