ରାଜ୍ୟ | ବାଲେଶ୍ୱର

ବାଇକ୍‌ ରାଲିରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ବାଇକ୍‌ ରାଲିରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ଭୋଗରାଇ, ୧୫।୪(ଡି.ଏନ.ଏ.)-ସାଧାରଣ ନିର୍ବାଚନ ଲାଗି ଭୋଗରାଇ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ବ୍ଲକ କଂଗ୍ରେସ କମିଟି ସଭାପତି ଆଶିଷ କୁମାର ପାତ୍ରଙ୍କ ପୌରୋହିତ୍ୟରେ ସୋମବାର ଆୟୋଜିତ ବାଇକ ରାଲିରେ କଂଗ୍ରେସର ବାଲେଶ୍ୱର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଏବଂ ବିଧାନସଭା ପ୍ରାର୍ଥୀ ସତ୍ୟଶିବ ଦାସ ଭୋଗରାଇ ୩୧ ଏବଂ ୩୩ ନଂ. ଜିଲାପରିଷଦ ଜୋନ୍‌ରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଭୋଗରାଇ ଲକ୍‌ଠାରୁ କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନର ବହୁ କଂଗ୍ରେସ କର୍ମୀ ଓ ନେତା ପୂର୍ବାହ୍ନରେ ବାଇକ ରାଲି କରି ମହେଶପୁର, ସୁଲତାନପୁର, ଗୋପୀନାଥପୁର, ଜୟରାମପୁର, ରସଲପୁର, କୁମ୍ଭୀରଗଡ଼ି, ଭୋଗରାଇ, ସୁନାଧରବସାଣ ପଞ୍ଚାୟତର କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟଦେଇ ବିଜୟୀ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଅପରାହ୍ନରେ ୩୩ ନଂ. ଜିଲାପରିଷଦ ଜୋନ୍‌ର ଜଳେଶ୍ୱରପୁର, ଦେହୁର୍ଦ୍ଦା, ଦେଉଳା, ମନ୍ଦାରସାହି, ପାଣିଷଣ୍ଢା ଓ ଅନଳିଆ ପଞ୍ଚାୟତର ସମସ୍ତ ଗ୍ରାମକୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତାରେ ଜନସାଧାରଣଙ୍କୁ କଂଗ୍ରେସ ପ୍ରାର୍ଥୀ ସାକ୍ଷାତ୍‌ କରି ଭୋଟଭିକ୍ଷା କରିଥିଲେ। ସନ୍ଧ୍ୟାରେ ଦେଉଳାହାଟଠାରେ ଏକ ସାଧାରଣ ସଭା କରାଯାଇ ଭୋଗରାଇ ବିଧାନସଭା କ୍ଷେତ୍ର ୨୮ବର୍ଷର ଏକ ବିଜେଡି ଭ୍ରଷ୍ଟାଚାର ଦୁର୍ନୀତି ସରକାରକୁ ପରିବର୍ତ୍ତନ ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। ସଭାରେ ନେତା ସନ୍ତୋଷ କୁମାର ଜେନା, ବରେନ୍ଦ୍ର କୁମାର ପାତ୍ର, ଗୋପବନ୍ଧୁ ମହାପାତ୍ର, ସୁମନ୍ତ ବେହେରା, ରତନ ବାଗ୍‌, ନାରୀନେତ୍ରୀ ମୀନାରାଣୀ ସୁର ପ୍ରମୁଖ ରାଜ୍ୟରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ବୋଲି ମତପ୍ରକାଶ କରି କଂଗ୍ରେସ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାକୁ ଆହ୍ବାନ ଦେଇଥିଲେ। 


All Right Reserved By

ରାଜ୍ୟ | ବାଲେଶ୍ୱର

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ଢେଙ୍କାନାଳ ଅଫିସ,୨୪।୪-ଢେଙ୍କାନାଳ ଜିଲା ରାସୋଳ ଥାନା ଗଞ୍ଜରା ଗ୍ରାମରେ  ବୁଧବାର ଅପରାହ୍ନ୪ାରେ ଏକ ବାଇକ ଗଛରେ ଧକ୍କା ଦେବାରୁ ୨ ବାଇକ ଆରୋହୀଙ୍କ  ମୃତ୍ୟୁ ଘଟିଛି। 

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ବାଲିଗୁଡ଼ା,୨୪।୪: କନ୍ଧମାଳ ଲୋକ ସଭା ଓ ବାଲିଗୁଡା ବିଧାନସଭା ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସରିଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ସିଲ୍‌ ହୋଇଛି। ପ୍ରାର୍ଥୀ, ବିଭିନ୍ନ ଦଳର ନେତା, କର୍ମୀ ଓ ଭୋଟରମାନଙ୍କ ମଧ୍ୟରେ ଉତ୍କଣ୍ଠl ବଢ଼ିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

କେନ୍ଦୁଝର,୨୪ା୪(ସ୍ବ.ପ୍ର.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ଶେଷ ହୋଇଥିବା ବେଳେ କେନ୍ଦୁଝର ଲୋକ ସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହାର ୭୮.୧୬ ପ୍ରତିଶତ ହୋଇଥିବା ଜଣାପଡିଛି ।

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ଭୁବନେଶ୍ୱର/ପାଟକୁରା,୨୪।୪(ବ୍ୟୁରୋ/ଡି.ଏନ୍‌.ଏ.): ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ତେବେ ଦିବଂଗତ ନେତା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି  କୁହାଯାଉଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ରାଜ୍ୟରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। କିଛି ସ୍ଥାନରେ ଇଭିଏମ୍‌ ଭଙ୍ଗାରୁଜା ଓ ତ୍ରୁଟି ପରି ଘଟଣା ସାମ୍ନାକୁ ଆସିଥିଲେ ହେଁ ବାକି ସ୍ଥାନରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଥିଲା। ତେବେ ଏହି ପର୍ଯ୍ୟାୟରେ ରାଜ୍ୟରେ ୭୧.୬୧% ମତଦାନ ହୋଇଛି।

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

 କେନ୍ଦ୍ରାପଡା ଅଫିସ,୨୪।୪: ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁର ୪ ଦିନ ପରେ ପୁଅ ସଞ୍ଜୟ କେନ୍ଦ୍ରାପଡା ଏମ୍‌ପି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ନିର୍ବାଚନୀ ପ୍ର୍ରଚାର କରିଥିବା ଜଣାପଡିଛି।

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ରେମୁଣା,୨୪।୪(ଡି.ଏନ୍‌.ଏ.): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ରେ ଅନୁଷ୍ଠିତ ହେବ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଜୋରଦାର କରୁଛନ୍ତି। 

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନର ଶୁଣାଣକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ରାଜନୀତି ପୁଣି ସରଗରମ ହୋଇପଡ଼ିଛି। 

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ସଜନାଗଡ଼,୨୪।୪(ଡି.ଏନ୍‌.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଜିଲା ନୀଳଗିରି ନିିର୍ବାଚନମଣ୍ଡଳୀ ବଣଭୂଇଁଠାରେ  ଏକ ବିଶାଳ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ଦଶପଲ୍ଲା,୨୪।୪(ଡି.ଏନ୍‌.ଏ.): ମହାନଦୀ ବନ୍ୟପ୍ରାଣୀ ବାଣିଗୋଚ୍ଛା ରେଞ୍ଜ କୁଆଁରିଆ ଡ୍ୟାମ୍‌ସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ରାତିରେ ୪ଟି ବନ୍ଧୁକ ଚୋରି ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟର କବାଟ ଭାଙ୍ଗି ଅଫିସ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ବନ୍ଧୁକଗୁଡ଼ିକୁ ଚୋରି କରିଥିବା ଜଣାପଡ଼ିଛି। 

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଅଫିସ,୨୪।୪: ଭୁବନେଶ୍ୱର ଲୋକ ସଭା ଅଧୀନରେ ଥିବା ଖୋର୍ଦ୍ଧା ଜିଲାର  ୭ଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଅଧୀନରେ ଥିବା ଚିଲିକା ବିଧାନସଭା ଆସନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri